spot_img
Home Blog Page 4202

୩୫ କିଲୋ ଓଜନ କମ୍ କରି ପାଲଟିଲେ ଉଦାହରଣ

ପଞ୍ଜାବ : ଆଜିକାଲି ଜିରୋ ସାଇଜର ଟ୍ରେଣ୍ଡ ଚାଲିଥିବା ବେଳେ ବର୍ତ୍ତମାନର ଯୁବପିଢ଼ି ଏହାକୁ ଅଧିକ ଅନୁସରଣ କରୁଥିବା ଦେଖାଯାଉଛି । ଏଥିପାଇଁ ଜିମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଉନାହାନ୍ତି । କିଏ ସର୍ଜରୀ କରି ଓଜନ କମାଉଛି ତ କି ଏ ବ୍ୟାୟାମ କରି । ମାତ୍ର, ଘରେ ବନୁଥିବା ଖାଇବା ଖାଇ ଦେଢ଼ ବର୍ଷରେ ନିଜର ୩୫ କିଲୋ ଓଜନ କମାଇଛନ୍ତି ପଞ୍ଜାବର ମହିଳା ସୁପ୍ରିତ୍ କୌର । ମା’ ହେବା ପରେ ମଧ୍ୟ ସେ ପୂରାପୂରି ଫିଟ୍ ଅଛନ୍ତି ।

ଭାରତର 30 ଟି ରାଜ୍ୟ ମଧ୍ୟରୁ ପଞ୍ଜାବ ଲୋକଙ୍କର ଖାଦ୍ୟପେୟ ଭିନ୍ନ । ଯାହା ଶରୀରର ଓଜନ ଖୁବ୍ ଶୀଘ୍ର ବଢ଼ାଇଥାଏ । ସୁପ୍ରିତ କହିଛନ୍ତି ଖୁବ୍ କମ୍ ପଞ୍ଜାବୀ ଲୋକ ଡାଏଟ କରିହାକୁ ପସନ୍ଦ କରନ୍ତି । ବିବାହ ପୂର୍ବରୁ ତାଙ୍କ ଓଜନ ୬୦ କିଲୋ ଥିବାବେଳେ ମା’ ହେବାପରେ ତାଙ୍କ ଓଜନ କ୍ରମଶଃ ବଢ଼ିବାକୁ ଲାଗିଲା । ସେ ଗର୍ଭବତୀ ଥିବା ସମୟରେ ଅନେକ ଚର୍ବି ଜାତୀୟ ଖାଦ୍ୟ ଘିଅ, ପରଟା, ଲସି ଆଦି ଖାଦ୍ୟ ଖାଇବା ଫଳରେ ଡେଲିଭରି ପରେ ତାଙ୍କ ଓଜନ ୬୦ କିଲୋରୁ ବଢ଼ି ୯୨ କିଲୋରେ ପହଞ୍ଚିଥିଲା । ଅତ୍ୟଧିକ ଓଜନ ବଢ଼ୁଥିବାର ଦେଖି ଶେଷରେ ଓଜନକୁ ଆୟତ୍ତରେ ଆଣିବାକୁ ସେ ସ୍ଥିର କଲେ । ମାତ୍ର, ନିଜ ପିଲାର ଯତ୍ନ ନେବା ସହ ନିଜ ଓଜନ କମାଇବା ଏହି ଦୁଇଟି କାମ ଏକାସାଙ୍ଗେ କରିବା କଷ୍ଟକର ହୋଇପଡ଼ିଥିଲା ।

ଜଣେ ବ୍ୟକ୍ତି ୧୦ରୁ ୧୨ କିଲୋ ଓଜନ କମ୍ କରିବା ସାଧାରଣ କଥା । ମାତ୍ର, ୩୫ କିଲୋ ଓଜନ କରିବା ଜଟିଳ । ଇଣ୍ଟରନେଟରେ ଓଜନ କମାଇବାର ଭିଡିଓ ଦେଖି ସେ ପ୍ରେରିତ ହୋଇଥିଲେ । ଏହା ପରେ ସେ ନିଜର ୬-୭ କିଲୋ ଓଜନ କମ୍ କରିଥିଲେ । ଏହାବାଦ୍ ଫେସବୁକର ଏକ ଫିଟନେସ୍ ଗ୍ରୁପରେ ମଧ୍ୟ ଜଏନ୍ କରିଥିଲେ । ଫିଟନେସର ଏକ ଚାର୍ଟ ପ୍ରସ୍ତୁତ କରି ଦୀର୍ଘ ଦେଢ଼ ବର୍ଷ ପରେ ସେ ନିଜର ୩୫ କିଲୋ ଓଜନ କମାଇବାରେ ସଫଳ ହେଲେ । ବର୍ତ୍ତମାନ ତାଙ୍କ ଓଜନ ୫୭ କିଲୋ । କେବଳ ଏତିକି ନୁହଁ ନିଜ ଖାଇବା ଉପରେ ମଧ୍ୟ ତାଙ୍କୁ ଧ୍ୟାନ ଦେବାକୁ ପଡ଼ୁଥିଲା । ସେ କେବଳ ଘରୋଇ ଖାଇବା ଖାଉଥିଲେ । ସକାଳେ ଅଣ୍ଡା ଅମଲେଟ୍ ଖାଉଥିବା ବେଳେ ମଧ୍ୟାହ୍ନରେ ଭାତ,ଡାଲି,ରୁଟି କିମ୍ୱା ସୋୟାବନ୍ ଖାଉଥିଲେ । ସନ୍ଧ୍ୟା ସମୟରେ ଚା’ ଏବଂ ଫଳ ଖାଆନ୍ତି । ଏଥିସହ ରାତିରେ ଭାତ, ଡାଲି ଖାଇଥାନ୍ତି । ତେଲ ଜାତୀୟ ଖାଦ୍ୟ କମ୍ ଖାଉଥିବା ବେଳେ ଅଧିକ ଫଳ ଖାଆନ୍ତି । ବିବାହ ପରେ କିମ୍ୱା ଗର୍ଭବତୀ ହେବା ପରେ ଅଧିକାଂଶ ମହିଳାଙ୍କ ଓଜନ ବଢ଼ିଥାଏ । ଅନେକ ମହିଳା ଏହାକୁ ଅଧିକ ଗୁରୁତ୍ୱ ଦେଇନଥାନ୍ତି । ଅନ୍ୟମାନଙ୍କ ଭଳି ଏହାକୁ ଅବହେଳା ନ କରି ସୁପ୍ରିତ ଅନେକ ମା’ଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ । ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ବିଧାନସଭାର ପ୍ରଶ୍ନକାଳରେ ଉଠିଲା NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ । ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ । ସେପଟେ କଂଗ୍ରେସର ସଦସ୍ୟ ବି ଗୃହ ମଧ୍ୟଭାଗରେ ହୋହଲ୍ଲା କରିଥିଲେ । ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇବାକୁ ବିରୋଧୀଙ୍କୁ ଅନୁରୋଧ କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । କିନ୍ତୁ ବିରୋଧୀ ଦଳର ସଦସ୍ୟ ବାଚସ୍ପତିଙ୍କ ଅନୁରୋଧ ନଶୁଣିବାରୁ ଗୃହକୁ ଦିନ ସାଢ଼େ ୧୧ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

 

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରି ଲୁଟ୍

ବାଲେଶ୍ୱର: ବାଲେଶ୍ୱର ସୋର ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପରେ ଲୁଟ୍ । ଟଙ୍କା ଚେଞ୍ଜକୁ ନେଇ ବଚସା ତାପରେ ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ମାଡ଼ ମାରିଲେ ଲୁଟେରା । ପୁରା ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେଲ ପକାଇବାକୁ ଆସି ୩ରୁ ଅଧିକ ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ଅଫିସରେ ଲାଗିଥିବା କାଚ ଭାଙ୍ଗି ୩୦ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି । ୩ ଯୁବକଙ୍କ ଆକ୍ରମଣରେ ପେଟ୍ରୋଲ ପମ୍ପର ଦୁଇ କର୍ମଚାରୀ ଆହତ ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସିସିଟିଭି ଯାଞ୍ଚ ସହ ସୋର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମୁଦ୍ର ପତନଠାରୁ ୫ ହଜାର ୬୦୦ ମିଟର ଉଚ୍ଚରେ ସାଇକେଲ ଚାଳନା

ଲଦାଖ: ସମୁଦ୍ର ପତନଠାରୁ ୫ ହଜାର ୬୦୦ ମିଟର ଉଚ୍ଚରେ ସାଇକେଲ ଚାଳନା । ଏଭଳି ଦୁଃସାହସିକ କାର୍ଯ୍ୟ କରି ଫେରିଛନ୍ତି  ଭୁବନେଶ୍ୱର ରେସର ଆଣ୍ଡ ରନର୍ସ ସାଇକେଲିଂ କ୍ଲବର ୧୦ ଜଣିଆ ଟିମ୍ । ଗତ ୩ ତାରିଖରୁ ଆରମ୍ଭ ହୋଇଥିଲା ଯାତ୍ରା । ଜୈବ ବିବିଧତା, ପରିବେଶ ସୁରକ୍ଷା ସହ ଭାତୃତ୍ୱର ବାର୍ତ୍ତା ପାଇଁ ଆରମ୍ଭ ନେଇ କରିଥିଲେ ସାଇକେଲ୍ ଯାତ୍ରା । ସମୁଦ୍ର ପତନଠାରୁ ୧୯ ଶହ ୫୦ ମିଟର ଉଚ୍ଚରେ ହିମାଚଳର ମନାଲି ସହରରୁ ଯାତ୍ରା ଆରମ୍ଭ କରିଥିଲେ ୧୦ ଜଣିଆ ଟିମ୍ । ଅଙ୍କାବଙ୍ଗା ରାସ୍ତାରେ ଗଡ଼ିଥିଲା ସାଇକେଲ୍ । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ବାୟୁମଣ୍ଡଳ । ଏହାସହିତ ସମ୍ବଲପୁରୀ ଓ ବିଭିନ୍ନ ଓଡ଼ିଆ ଗୀତରେ ଢେର ଉଚ୍ଚରେ ମନାଇଥିଲେ ଉତ୍ସବ । ୧୨ ତାରିଖରେ ୫ ହଜାର ୬୦୦ ମିଟର ଉଚ୍ଚରେ ଅବସ୍ଥିତ ଲଦାଖର ଖାରଦୁଙ୍ଗଲାରେ ସରିଥିଲା ଐତିହାସିକ ସାଇକେଲ୍ ଯାତ୍ରା । ଏହି ଦୁସାଃହାସିକ ସାଇକେଲ ଯାତ୍ରା ସମାପନ କରି ଓଡ଼ିଶା ଫେରିଛି ଟିମ୍ । ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଛି ।

ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ; ସିରିଜ୍ କବ୍ଜା ଲକ୍ଷ୍ୟରେ ଭାରତ

ଲର୍ଡ୍ସ: ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ । ଅପରାହ୍ମ ସାଢେ ୫ଟାରେ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ୍ । ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତିନି ଟିକିଆ ସିରିଜରେ ପ୍ରଥମ ମ୍ୟାଚକୁ ୧୦ ଓ୍ୱିକେଟରେ ଜିତି ୧-୦ରେ ଆଗରେ ରହିଛି ଭାରତ । ଏହି କ୍ରମରେ ଆଜିର ମ୍ୟାଚ୍ ଜିତି ସିରିଜ କବ୍ଜା କରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ । ନିକଟରେ ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ୨-୧ରେ ପରାସ୍ତ କରି ଟି-୨୦ ସିରିଜ୍ ଭାରତ ନିଜ ନାମରେ କରିଥିଲା । ଏବେ ବିଶ୍ୱ ବିଜେତା ଇଂଲଣ୍ଡକୁ ସମାନ ପରିସ୍ଥିତିରେ ପରାସ୍ତ କରି ଦିନିକିଆ ସିରିଜ୍ କବ୍ଜା ଲକ୍ଷ୍ୟରେ ରହିଛି ଭାରତ ।

ଅନ୍ୟପଟେ ଟି-୨୦ ସିରିଜ୍ ହାରିବା ପରେ ପ୍ରଥମ ଦିନିକିଆରେ ଶୋଚନୀୟ ପରାସ୍ତ ହୋଇ ବ୍ୟାକଫୁଟରେ ରହଛି ଘରୋଇ ଟିମ୍ । ତେବେ ଆଜିର ଏହି ମ୍ୟାଚକୁ ଜିତି ସିରିଜକୁ ଫେରିବାକୁ ଉଦ୍ୟମ କରିବ ଟିମ୍ ଇଂଲଣ୍ଡ ।

ରାଜ୍ୟରେ ବଢ଼ୁଛି ସଂକ୍ରମଣ, ସମ୍ବଲପୁରରେ ବାଧ୍ୟତାମୂଳକ ହେଲା ମାସ୍କ

ସମ୍ବଲପୁର: ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ୫୦୦ ପାର କରି ଏବେ ହଜାରେ ମୁହାଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ବଢ଼ୁଥିବା ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସମ୍ବଲପୁରରେ କୋଭିଡ ହାର ବଢ଼ୁଥିବାରୁ ଗାଇଡଲାଇନ ଜାରି କରିଛି ମହାନଗର ନିଗମ । ଟିଫିନ୍ ଦୋକାନ, ସେଲୁନ ସ୍ପାରେ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଦୋକାନରେ ଅଧିକ ଭିଡ଼ ହୁଏ ତେବେ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି । ଯଦି କେହି ଏହି ନିର୍ଦ୍ଦେଶକୁ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଏହା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା ।

ଘନୀଭୂତ ହେଉଛି ଓ୍ୱେଲମାର୍କ ଲୋ ପ୍ରେସର, ୨ ଶହ ମିଲିମିଟର ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଘନୀଭୂତ ହେଉଛି ଓ୍ୱେଲମାର୍କ ଲୋ ପ୍ରେସର । ଯାହାଫଳରେ ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ଆଜିଠୁ ଉତ୍ତର ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ । ୭୦ ମିଲିମିଟରରୁ ୨ଶହ ମିଲିମିଟର ପର୍ଯ୍ୟନ୍ତ ହୋଇପାରେ ବର୍ଷା । ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ଏବେ ମୌସୁମୀ ଟ୍ରପଲାଇନ୍ ସକ୍ରିୟ ରହିଛି । ଓ୍ୱେଲମାର୍କ ଲୋ ପ୍ରେସର ସହ ସୃଷ୍ଟି ହୋଇଥିବା ଆଉ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି ।

ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଏବଂ ବଲାଙ୍ଗିର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ଦକ୍ଷିଣ ଉପକୂଳ ଓଡ଼ିଶାର ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସକ୍ରିୟ ଲଘୁଚାପ ଫଳରେ ଆସନ୍ତା ୩ ରୁ ୪ ଦିନ ଯାଏଁ ବର୍ଷା ଜାରି ରହିବ । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୧୬ ତାରିଖରୁ ଉତ୍ତର ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଯାଜପୁର ଆଦି ଜିଲ୍ଲାରେ ବର୍ଷାର ପରିମାଣ ବଢିବ । ୧୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି

ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ, ସରଗରମ ରହିପାରେ ଗୃହ

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ । ଆଜି ବେସ୍ ସରଗରମ ରହିପାରେ ଗୃହ । ପ୍ରଶ୍ନକାଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଜଳ ସମ୍ପଦ, କ୍ରୀଡ଼ା ଓ ଯୁବକଲ୍ୟାଣ, ଯୋଜନା ଓ ସଂଯୋଜନ, ବାଣିଜ୍ୟ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ।

ସେହିପରି ଶୂନ୍ୟକାଳରେ ରୁଚିକା ଆତ୍ମହତ୍ୟା ଓ ତାଙ୍କ ମାଙ୍କୁ ପୋଲିସ ଅମାନୁଷିକ ବ୍ୟବହାର, ଚାଷୀ ମୃତ୍ୟୁ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ ଓ ଜଳ ବିବାଦ ଭଳି ପ୍ରସଙ୍ଗ ଉଠିପାରେ । ଏହା ପରେ ବିଜେପି ପକ୍ଷରୁ ଦିଆଯାଇଥିବା ଗଣଶିକ୍ଷା ବିଭାଗର ଅବ୍ୟବସ୍ଥା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଗତକାଲି ଆଲୋଚନା ହୋଇନପାରିଥିବାରୁ ଆଜି ଆଲୋଚନା ହୋଇପାରେ । ଅପରାହ୍ନ ଅଧିବେଶନରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚ ଦାବି ବିଷୟରେ ଗୃହରେ ଆଲୋଚନା ହେବ ।

 

ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ ଭାରତୀୟ ବଂଶୋଦ୍ଧବ ରିଷି ସୁନକ୍ !

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ବଂଶୋଦ୍ଧବ ରିଷି ସୁନକ ହୋଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ ଅଛନ୍ତି ରିଷି । କନଜରଭେଟିଭ ପାର୍ଟି ଅଧକ୍ଷ ନିର୍ବାଚନ ଭୋଟ ଗଣତିରେ ତାଙ୍କୁ ମିଳିପାରେ ବହୁମତ । ପ୍ରଥମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ରିଷିଙ୍କୁ ୮୮ଟି ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦିଙ୍କୁ ବହୁତ କମ୍ ଭୋଟ ମିଳିଛି । ଆଗାମୀ ଭୋଟ୍ ଗଣତିରେ ସେ ଆଗୁଆ ରହିବା ଆଶା କରାଯାଉଥିବା ବେଳେ ଆସନ୍ତା ସେପ୍ଟେମ୍ବର ୫ରେ ଏହା ଘୋଷଣା ହେବ ।

କନଜରଭେଟିଭ ପାର୍ଟି ଅଧ୍ୟକ୍ଷ ଭାବେ ରିଷି ନିର୍ବାଚନ ଜିତିଲେ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପାଇଁ ମଧ୍ୟ ରାସ୍ତା ସଫା ହୋଇଯିବ । ଏବେ ପ୍ରଧାନମନ୍ତ୍ରୀ ଭାବେ ବୋରିଶ ଜନସନ ଇସ୍ତଫା ଦେଇଥିବା ବେଳେ ଅନ୍ତରିଣ ଭାବେ ପାର୍ଟିର ଅଧ୍ୟକ୍ଷ ଏବଂ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବରେ ଅଛନ୍ତି । ବୋରିଶ ଜନସନଙ୍କ ସରକାରରେ ରିଷି ଅର୍ଥମନ୍ତ୍ରୀ ଥିଲେ ।

ସନ୍ଧ୍ୟା ୬ରୁ ସାଢେ ୯ ପର୍ଯ୍ୟନ୍ତ ବୁଲିବ ଫାୟାର୍ PCR

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶା ଅଗ୍ନିଶମ ବାହିନୀ ପକ୍ଷରୁ ଆରମ୍ଭ ହେବ PCR ସେବା । ‘ମୋ ସରକାର’ ଓ 5-T ଆଧାରରେ ଯୋଗାଇ ଦିଆଯିବ ସେବା । ସହରରେ ଥିବା ଅଣଓସାରିଆ ରାସ୍ତାରେ ପଇଁତରା ମାରିବ PCR । ପ୍ରଥମ ଦଫାରେ ଅଗ୍ନିଶମ ବାହିନୀର ଗୋଟିଏ ୟୁନିଟ କାମ କରିବ । ସନ୍ଧ୍ୟା ୬ଟାରୁ ୯ଟା ୩୦ପର୍ଯ୍ୟନ୍ତ ଯୋଗାଇ ଦିଆଯିବ PCR ସେବା ।

ରାଜ୍ୟରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଏଭଳି ସୁବିଧା  । ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପାଇଁ ୨୪ ଘଣ୍ଟିଆ ପିସିଆର ଭ୍ରମଣ ବ୍ୟବସ୍ଥା ରହିଛି  । କିନ୍ତୁ ରାଜ୍ୟରେ ଫାୟାର ଗାଡିର ପିସିଆର ବୁଲିବା ନିହାତି ଏକ ପ୍ରଶଂସନୀୟ ପଦକ୍ଷେପ  । କାରଣ ଅଗ୍ନିଶମ ବାହିନୀ ଗାଡି କୌଣସି ଏକ ଦୁର୍ଘଟଣା ସ୍ଥଳକୁ ଯିବାକୁ ହେଲେ ସେତିକି ପ୍ରଶସ୍ତ ସ୍ଥାନର ମଧ୍ୟ ଆବଶ୍ୟକତା ରହିଛି  । କିନ୍ତୁ ନୂତନ କରି ଆରମ୍ଭ ହେବାକୁ ଯାଉଥିବା ଗାଡି ଗଳି କନ୍ଦିରେ ମଧ୍ୟ ଯାଇପାରିବ  ।