spot_img
Home Blog Page 4211

କୁତବମିନାର ନିକଟରେ ଖନନ କରିବା ସହ ବିଭିନ୍ନ ମୂର୍ତ୍ତିର ଫଟୋ ଉତ୍ତୋଳନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ବିବାଦ ଜାରି ରହିଥିବାବେଳେ କୁତବମିନାରକୁ ନେଇ ବିବାଦ ବଢ଼ିଛି । ରାଜା ବିକ୍ରମାଦିତ୍ୟଙ୍କ ଦ୍ବାରା ଏହି ମିନାର ତିଆରି ହୋଇଛି ବୋଲି ଦାବି ଉଠିବା ପରେ ଏହି କୀର୍ତ୍ତି ନିକଟରେ ଖନନ କରିବା ସହ ବିଭିନ୍ନ ମୂର୍ତ୍ତିର ଫଟୋ ଉତ୍ତୋଳନ ଲାଗି ପ୍ରତ୍ନତତ୍ତ୍ବ ବିଭାଗ ବା ଏଏସଆଇକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ । କୁତବ ଅଲ ଦିନ୍ ଆଇବାକ ନୁହିନ୍ତି ବରଂ ହିନ୍ଦୁ ସମ୍ରାଟ ରାଜା ବିକ୍ରମାଦିତ୍ୟ କୁତବମିନାର ନିର୍ମାଣ କରିଥିଲେ ବୋଲି ଏଏସଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଦାବି କରିବା ପରେ ବିବାଦ ବଢ଼ିଥିଲା ।

ସେତେବେଳେ ସୂର୍ଯ୍ୟଙ୍କ ସ୍ଥିତି ଅଧ୍ୟୟନ ଓ ଗବେଷଣା ପାଇଁ ଏହି ମିନାର ନିର୍ମାଣ କରାଯାଇଥିଲା ବୋଲି ସେ କହିଥିଲେ । ଏହି ମିନାର ନିକଟରେ ଖନନ କରି ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛି ସଂସ୍କୃତି ମନ୍ତ୍ରାଳୟ । କୁତବମିନାର ନିକଟସ୍ଥ ମସଜିଦଠାରୁ ୧୫ ମିଟର ଦୂରରେ ଖନନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ସଂସ୍କୃତି ମନ୍ତ୍ରାଳୟ ସଚିବ ଗୋବିନ୍ଦ ମୋହନ କୁତବମିନାର ସ୍ଥଳ ଗସ୍ତ କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ସହ ୩ ଜଣ ଐତିହାସିକ, ୪ ଜଣ ଏଏସଆଇ ଅଧିକାରପ ଓ ଗବେଷକ ଯାଇଥିଲେ । ଗତ ୧୯୯୧ରୁ ସେଠାରେ କୌଣସି ଖନନ କାର୍ଯ୍ୟ ହୋଇନାହିଁ ବୋଲି କହିଥିଲେ ଏଏସଆଇ ଅଧିକାରୀ । କୁତବମିନାର ପ୍ରକୃତରେ ଏଖ ବିଷ୍ଣୁସ୍ତମ୍ଭ ବୋଲି ଦାବି କରିଥିଲା ବିଶ୍ବ ହିନ୍ଦୁ ପରିଷଦ ।

ବଜ୍ରକାପ୍ତା ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍

କଳାହାଣ୍ଡି: କଳାହାଣ୍ଡି ନର୍ଲା କର୍ଣ୍ଣିଖୁଣ୍ଟିରେ ବଜ୍ରକାପ୍ତା ବିକ୍ରି ଡିଲ୍ ବେଳେ ଧରିଲା ଏସଟିଏଫ୍ । କଳାହାଣ୍ଡି ବନ ବିଭାଗ ଓ ଏସଟିଏଫର ମିଳିତ ଚଢ଼ାଉରେ ୧୩ କେଜି ୩୩୦ ଗ୍ରାମର ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି । ଏହା ସହ ଜଣେ ଜଙ୍ଗଲୀ ତସ୍କର ଜିତେନ୍ଦ୍ର କୁମାରଙ୍କୁ ଗିରଫ କରାଯାଇଛି । ଉଦ୍ଧାର ବଜ୍ରକାପ୍ତାକୁ କଳାହାଣ୍ଡି ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ଅଟକ ଜଙ୍ଗଲୀ ତସ୍କର ଜିତେନ୍ଦ୍ର କୁମାରକୁ ଏମ.ରାମପୁର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ୨୦୨୦ରୁ ଏବେ ସୁଦ୍ଧା ୨୮ଟି ବାଘଛାଲ, ୨ଟି ବାଘ ଦାନ୍ତ, ୨୯ଟି ବାଘ ପଞ୍ଝା, ୨୪ ହାତୀ ଦାନ୍ତ, ୭ ହରିଣ ଛାଲ, ୧୪ ଜୀବନ୍ତ ବଜ୍ରକାପ୍ତା, ୩୦ କେଜି ୪ ଶହ ଗ୍ରାମ ବଜ୍ରକାପ୍ତା କାତି ଓ ୪୬ଟି ଜୀବନ୍ତ ଜଙ୍ଗଲୀ ଶୁଆ ଜବତ ହୋଇଛି । ଏହାସହ ୬୯ଜଣ  ଜଙ୍ଗଲୀ ତସ୍କର ଗିରଫ ହୋଇଛନ୍ତି ।

ସରିଲା ଇଣ୍ଡିଆନ ଗ୍ରାଁ ପ୍ରି-୩, ଶ୍ରେଷ୍ଠ ଆଥଲେଟଙ୍କୁ ସମ୍ମାନିତ କଲେ 5T ସଚିବ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୩ ଗତକାଲି ଶେଷ ହୋଇଛି । ତେବେ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ 5T ସଚିବ ଭି.କେ ପାଣ୍ଡିଆନ୍ । ଉଦଯାପନୀ ଉତ୍ସବରେ ଯୋଗଦେଇ ଶ୍ରେଷ୍ଠ ପୁରୁଷ ଆଥଲେଟ୍ ଅବଦୁଲା ଆବୁବକର (ଟ୍ରିପଲ୍ ଜମ୍ପ), ଶ୍ରେଷ୍ଠ ମହିଳା ଆଥଲେଟ୍ ନବଜିତ୍ କୌର ଧିଲନ୍ (ଡିସ୍କସ୍ ଥ୍ରୋ)ଙ୍କୁ ସମ୍ମାନିତ କରିଥିଲେ । ଏହାସହ 5T ସଚିବ AFI ସଭାପତି ଆଦିଲ୍ ସୁମାରିୱାଲାଙ୍କୁ ମଧ୍ୟ ସମ୍ମାନିତ କରିଥିଲେ । ତେବେ ଆସନ୍ତା ୨୪ ତାରିଖରେ ଗ୍ରାଁ ପ୍ରି-୪ ଖେଳାଯିବ ।

ଶନିବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରାଁ ପ୍ରି-୩ ଦୌଡ଼କୁଦରେ ଓଡ଼ିଶା ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା । ଧାବିକା ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ, ଆର୍ଯ୍ୟନ ଏକ୍କା ରୌପ୍ୟ, ଅମିୟ ମଲ୍ଲିକ, ସ୍ୱାଧୀନ ମାଝି ଓ ଲକ୍ଷ୍ମିପ୍ରିୟା କିଷାନ କାଂସ୍ୟ ପଦକ ଜିତିଛନ୍ତି । ଜାମାଇକାରେ ପ୍ରଶିକ୍ଷଣ ହାସଲ କରି ଦୀର୍ଘ ୪ ବର୍ଷ ପରେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଇଣ୍ଡିଆନ ଗ୍ରାଁ ପ୍ରି-୩ରେ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି । ୨୦୦ ମିଟର ଦୌଡରେ ଶ୍ରାବଣୀ ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଶ୍ରାବଣୀ ୨୦୧୮ ପରେ ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।

୫୭ ଦିନ ଓ ୬୯ଟି ମ୍ୟାଚ୍ ପରେ ଚୂଡାନ୍ତ ହେଲା ପ୍ଲେ ଅଫ୍ ଟିମ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ -ଆଇପିଏଲ ୨୦୨୨ରେ ପ୍ଲେ ଅଫରେ ଖେଳିବାକୁ ଥିବା ଟିମ୍ ତାଲିକା ଚୂଡାନ୍ତ ହୋଇଛି । ମୁମ୍ବାଇ ଇଣ୍ଡିଆନସଠାରୁ ହାରି ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେ ଅଫ୍ ଆଶା ଧୂଳିସାତ ହୋଇଯାଇଥିବା ବେଳେ ଏହାର ଫାଇଦା ରୟାଲସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମିଳିଛି । ୫୭ ଦିନ ଓ ୬୯ଟି ମ୍ୟାଚ୍ ପରେ ପ୍ଲେ ଅଫ୍ ଟିମ ଚୂଡାନ୍ତ ହୋଇଛି । ନିଜର ଡେବ୍ୟୁ ଆଇପିଏଲ ଖେଳୁଥିବା ଗୁଜରାଟ ଟାଇଟାନ୍ସ ପ୍ରଥମେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ହାସଲ କରିଥିଲା ।

ଡେବ୍ୟୁ ଆଇପିଏଲ ଖେଳୁଥିବା ଅନ୍ୟତମ ଟିମ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ ସମେତ ରାଜସ୍ଥାନ ରୟାଲସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ପ୍ଲେ ଅଫକୁ ଯାଇଛନ୍ତି । ମେ’ ୨୪ରେ ପ୍ରଥମ କ୍ବାଲିଫାୟର ଇଡେନ ଗାର୍ଡେନ୍ସରେ ଖେଳାଯିବ । ଟେବୁଲ ଟପ୍ପର ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲସ ମଧ୍ୟରେ ଖେଳାଯିବ ଏହି ମ୍ୟାଚ୍ । ମେ’ ୨୫ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯିବ । ମେ’ ୨୭ରେ ଦ୍ବିତୀୟ କ୍ବାଲିଫାୟର ଖେଳାଯିବ । ଏହି ମାସ ୨୯ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ଫାଇନାଲ ମ୍ୟାଚ୍ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବାଧା, ବିଜେପି ନେତା ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଲେ ସୁଲତା ଦେଓ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବାଧା ନେଇ ବର୍ଷିଲେ ବିଜେଡି ମୁଖପାତ୍ର ସୁଲତା ଦେଓ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କଲେ ଟାର୍ଗେଟ୍ । ଶ୍ରୀଜଗନ୍ନାଥ ମନ୍ଦିର ବିକାଶ ପାଇଁ ସ୍ୱତଃ ପ୍ରବୃତ୍ତ ଭାବେ ନିଜ ଜମି ଦେଇଥିଲେ ସେବାୟତ। ତେବେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ଦେଇ ବିକାଶ କାମରେ ବାଧା ସୃଷ୍ଟି କରୁଥିବା ସମ୍ବିତ ପାତ୍ରଙ୍କୁ ପୁରୀବାସୀ କେବେ କ୍ଷମା ଦେବେ ନାହିଁ ବୋଲି ସୁଲତା କହିଛନ୍ତି ।

ଜିପିଆରଏସ୍ ପୂର୍ବରୁ କରାଯାଇ ଏହାର ଡିପିଆର ଏନଏମଏକୁ ଦିଆଯାଇଛି । ଏକଥା ଜାଣି ମଧ୍ୟ ସମ୍ବିତ ପାତ୍ର ପୁରୀବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଅଭ୍ୟର୍ଥନା ଗୃହକୁ ଅଳ୍ପ ଉଚ୍ଚତା ବିଶିଷ୍ଟ କରିବା ପାଇଁ ଏନଏମଏ ଅନୁମତି ଦେଇଥିଲେ । ତେବେ ରାଜ୍ୟ ସରକାର ଏହାକୁ ଉଚ୍ଚତା ବୃଦ୍ଧି ପାଇଁ ଚାହୁଁଥିବାରୁ ଏହାକୁ ରେଗୁଲେଟେଡ୍ ଜୋନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏନେଇ ସମ୍ବିତ ପାତ୍ରଙ୍କ ବିଭ୍ରାନ୍ତିକର ତଥ୍ୟ ସେବାୟତ ଓ ଜଗନ୍ନାଥପ୍ରେମୀଙ୍କୁ ଅତିମାତ୍ରାରେ ଆଘାତ ଦେଇଥିବା ସୁଲତା କହିଛନ୍ତି ।

ମହଙ୍ଗା ପଡ଼ିଲା ପୋଲିସକୁ ମାଡ଼, ୨୪ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ମାଡ଼ ଘଟଣା । ୨୪ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ଆହୁରି ୧୦୦ ଜଣଙ୍କୁ ଖୋଜୁଛି ପୋଲିସ । ଗିରଫ ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି ।

ସୂଚନା ଅନୁସାରେ, ଗତ ଶୁକ୍ରବାର ବାଲିପାଟଣା ଥାନା ରାଜସ ଗାଁରେ ବିଳମ୍ବିତ ରାତିରେ ଏକ ଜୁଆ ଆଡ୍ଡା ଉପରେ ରେଡ଼ କରିଥିଲା ପୋଲିସ । ଗାଁରେ ଯାତ୍ରା ଚାଲୁଥିବା ବେଳେ ଜୁଆ ଆଡା ଉପରେ ଚଢ଼ାଉ କରିଥିଲା ସ୍ପେଶାଲ ଟିମ । ଚଢ଼ାଉ ସମୟରେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ପୋଲିସର ୨ଟି ଗାଡିକୁ ଛଡାଇ ରଖିଥିଲେ ଗାଁ ଲୋକ । ତେବେ ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଞ୍ଚି ଉକ୍ତ ଦୁଇ ଗାଡ଼ିକୁ ଉଦ୍ଧାର କରିଥିଲା ।

କମିଲା ତୈଳଦର, ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୦୩.୧୯ ଟଙ୍କା ରେକର୍ଡ

ନୂଆଦିଲ୍ଲୀ: କିଛି ଦିନ ହେବ ଲଗାତାର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପରେ ଆଜି ହ୍ରାସ ପାଇଛି ଦର । ଆଜିଠୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିଛି । ଲିଟର ପ୍ରତି ଦେଶରେ ୯ଟଙ୍କା ୫୦ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପ୍ରତି ୭ଟଙ୍କା ହ୍ରାସ କରାଯାଇଛି । ଯଦିଓ ଏନେଇ ଗତକାଲିଠାରୁ ଘୋଷଣା କରାଯାଇଥିଲା । କିନ୍ତୁ ଆଜି ଠାରୁ ତାହା କାର୍ଯ୍ୟକାରୀ ହୋଇଛି ।  ଇନ୍ଧନ ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍‌ ଶୁକ୍ଳ ହ୍ରାସ କରିବା ଦ୍ୱାରା ପେଟ୍ରୋଲ ଓ ଡିଜେଲ ଦର କମିଛି । ଏନେଇ ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଥିଲେ ।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ କେନ୍ଦ୍ର ସରକାର ଇନ୍ଧନ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବେ । ଯାହା ଫଳରେ ତୈଳ ଦର ହ୍ରାସ ପାଇବ ।  ପେଟ୍ରୋଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ପିଛା ୮ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ହ୍ରାସ କରୁଛୁ । ଏହାଦ୍ୱାରା ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯.୫ ଟଙ୍କା ଏବଂ ଡିଜେଲର ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ ।

ତେଣୁ  ଆଜି ତୈଳ ଦର ହ୍ରାସ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ତୈଳଦର ଅଲଗା ଅଲଗା ରହିଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୦୩.୧୯ ଟଙ୍କା ରହିଥିବା ବେଳେ ନୂଆଦିଲ୍ଲୀ​‌​‌ରେ ୯୬ଟଙ୍କା ୭୨ପଇସା, କୋଲକାତା ୧୦୬ଟଙ୍କା ୦୩ ପଇସା, ମୁମ୍ବାଇ୧୧୧ଟଙ୍କା ୩୫ ପଇସା, ଚେନ୍ନାଇ ୧୦୨ଟଙ୍କା ୬୩ ପଇସା ରହିଛି । ବାଙ୍ଗାଲୋର ୧୦୧ଟଙ୍କା ୯୪ପଇସା, ଚଣ୍ଡିଗଡ଼ ୯୬ଟଙ୍କା ୨ପଇସା, ହାଇଦ୍ରାବାଦ ୧୦୯ଟଙ୍କା ୬୬ ପଇସା, ଜୟପୁର ୧୦୮ଟଙ୍କା ୪୮ପଇସା, ଲକ୍ଷ୍ନୌ ୯୬ଟଙ୍କା ୫୭ ପଇସା, ପାଟନା ୧୦୭ଟଙ୍କା ୨୪ ପଇସା ରହିଛି ତୈଳ ଦର ।

ବଲାଙ୍ଗୀରରେ ଲାଞ୍ଚ କାରବାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

ବଲାଙ୍ଗୀର: ବଲାଙ୍ଗୀର ପାଟଣାଗଡ଼ ରେଞ୍ଜ୍ ଲରମ୍ଭା ସେକ୍ସନ ଫରେଷ୍ଟର ଓ ଫରେଷ୍ଟଗାର୍ଡ ଲାଞ୍ଚ କାରବାରର ଅଡିଓ ଭାଇରାଲ୍ ଘଟଣା । ଜବତ୍ କାଠ ଟ୍ରାକ୍ଟର ଛାଡିବା ପାଇଁ ଫରେଷ୍ଟର ୨୦ ହଜାର ଓ ଗାର୍ଡ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଘଟଣାରେ ଦୁଇ ଜଣଙ୍କୁ ନିଲମ୍ବିତ କରିଛନ୍ତି ବଲାଙ୍ଗୀର ଡିଏଫଓ ନୀତିଶ କୁମାର । ଫରେଷ୍ଟର ଭାଗବତ ଦାସ ଓ ଫରେଷ୍ଟଗାର୍ଡ ଗୋପାଳକୃଷ୍ଣ ଗଡତିଆକୁ ନିଲମ୍ବିତ କରିଛନ୍ତି ଡିଏଫଓ । ଗତ ମାର୍ଚ୍ଚ ମାସରେ ଜଙ୍ଗଲରୁ ଟ୍ରାକ୍ଟର ଯୋଗେ କାଠ ଚୋରା ଚାଲାଣ ବେଳେ ଗାଡି ସିଜ୍ କରିଥିଲେ ଫରେଷ୍ଟର ।

ଲରମ୍ଭା ଭାରତବାହାଲ ଗାଁର କରୁଣାକର ମିଶ୍ର ନାମକ ଜଣେ ବ୍ୟକ୍ତି ପାଟଣାଗଡ଼ ବନଖଣ୍ଡ ଲରମ୍ଭା ଫରେଷ୍ଟ ସେକ୍ସନ ମହଦାସନୀ ଓ ବୁଢାରାଜା ରିଜର୍ଭ ଫରେଷ୍ଟରୁ କାଠକାଟି ଟ୍ରାକ୍ଟଟରେ ଚୋରା ଚାଲାଣ କରୁଥିଲେ  । ତେବେ ଫରେଷ୍ଟର ଭାଗବତ ଦାସ ୨୦ ହଜାର ଟଙ୍କା ଓ ଫରେଷ୍ଟଗାର୍ଡ ଗୋପାଳକୃଷ୍ଣ ଗଡତିଆ ଗାଡ଼ି ଛାଡ଼ିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ହେଲେ ଟଙ୍କା ଦେବା ପରେ ମଧ୍ୟ ଗାଡ଼ି ଛାଡ଼ିନଥିଲେ । ଏହାର ଅଡ଼ିଓ ଭାଇରାଲ ହେବା ପରେ ଦୁଇ ଜଣଙ୍କୁ ନିଲମ୍ବିତ କରିଛନ୍ତି ଡିଏଫଓ ।

ଚେତାବନୀ ଦେଲେ ଚକ୍ଷୁ ବିଶେଷଜ୍ଞ: ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ ନହେଲେ ହୋଇଯିବେ ଅନ୍ଧ

ଏବେ ଦେଶରେ ଅଧିକାଂଶ ଅଭିଯୋଗ ଲୋକଙ୍କ ଦୃଷ୍ଟି ଶକ୍ତି ହ୍ରାସକୁ ନେଇ ଆସୁଛି । ଆଉ ଏହାର ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ ।  ଅଧିକାଂଶ ଲୋକ କମ୍ପ୍ୟୁଟର ଆଗରେ ବସି ଦିନକୁ ୮ ରୁ ୧୦ ଘଣ୍ଟା ବିତାନ୍ତି । ଏହା ବ୍ୟତୀତ, ଆଖି ଉପରେ କ୍ରମାଗତ ଭାବେ ପ୍ରଭାବ ସେତେବେଳେ ପଡେ, ଯେତେବେଳେ ଆପଣ ଅତ୍ୟଧିକମାତ୍ରାରେ ମୋବାଇଲର ବ୍ୟବହାର କରନ୍ତି । ଏହାସହ କମ୍ ଆଲୋକରେ କାମ କରିବା, ଆଖିର ଯତ୍ନ ନ ନେବା, ଉପଯୁକ୍ତ ଖାଦ୍ୟ ଗ୍ରହଣ ନକରିବା ହେତୁ ଆଖି ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ ଏବଂ ତା’ପରେ ଆଖିର ଦୃଷ୍ଟି ଶକ୍ତି କମିବା ଆରମ୍ଭ କରେ ।

ବିଶେଷଜ୍ଞମାନେ କହିଛନ୍ତି ଯେ, ବୟସ ବଢିବା ସହିତ ଆମର ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଏ । ଏହାସହ ଖ୍ୟାଦ୍ୟପାନିୟ ଠିକ୍ ନରହିଲେ ମଧ୍ୟ ଦୃଷ୍ଟି ଶକ୍ତି ଶୀଘ୍ର କମିବା ଆରମ୍ଭ କରେ । ଆଉ ଜଣେ ବିଶେଷଜ୍ଞ କହିଛନ୍ତି ଯେ ଚାରୋଟି ଜିନିଷ ଆଖିକୁ ଦୁର୍ବଳ କରିପାରେ ଏବଂ କେତେକ କ୍ଷେତ୍ରରେ ଅନ୍ଧ ମଧ୍ୟ କରିପାରେ । ଆସନ୍ତୁ ସେହି ଜିନିଷ ବିଷୟରେ ଜାଣିବା

ଏହି ଜିନିଷଗୁଡିକ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ହ୍ରାସ ହୋଇପାରେ

ସାଧାରଣ ଭାବେ ଏକ୍ସପର୍ଟମାନେ କୁହନ୍ତି ଯେ, ବୟସ ବଢିବା ସହ ଦୃଷ୍ଟି ଶକ୍ତି କମିବା ,ସାଧାରଣ କଥା କିନ୍ତୁ ଏମିତି କିଛି ଖାଦ୍ୟ ପଦାର୍ଥ ଯାହାକୁ ଖାଇବା ଦ୍ୱାରା ଆପଣ ବୟସ ପୁର୍ବରୁ ହିଁ ଦୃଷ୍ଟି ଶକ୍ତିକମିବାର ସମ୍ଭାବନା ରହିଛି । ସେଥିଲେ  ଅତ୍ୟଧିକ ମିଠା ଜିନିଷ ଏବଂ ପ୍ରକ୍ରିୟାକୃତ କାର୍ବୋହାଇଡ୍ରେଟ୍ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ନଷ୍ଟ ହୋଇପାରେ । ଏହି ଖରାପ ପ୍ରକ୍ରିୟାକୃତ କାର୍ବୋହାଇଡ୍ରେଟ୍ ଖାଦ୍ୟ ହେଉଛି ଧଳା ପାଉଁରୁଟି ଏବଂ ପାସ୍ତା । ଏହାସହ, ଟମାଟୋ କେଚପ୍ ଏବଂ କୋଲ୍ଡ ଡ୍ରିଙ୍କସ ମଧ୍ୟ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଏହାର କାରଣ ହେଉଛି ଖାଦ୍ୟଗୁଡ଼ିକ ଶୀଘ୍ର ହଜମ ହେବା । ଯେଉଁ କାରଣରୁ ରକ୍ତରେ ଶର୍କରାର ସ୍ତର ବଢିଥାଏ ଏବଂ ରକ୍ତରେ ଶର୍କରା ବୃଦ୍ଧି ହେତୁ ‘ବୟସ ସମ୍ବନ୍ଧୀୟ ମାକୁଲାର ଡାଜେନେରେସନ୍’ (AMD) ର କାରଣ ହୋଇଥାଏ ।  AMD ହେଉଛି ଏକ ଚକ୍ଷୁ ରୋଗ ଯାହା ଦୃଷ୍ଟିଶକ୍ତିକୁ ଦୁର୍ବଳ କରିଥାଏ, ଦୃଷ୍ଟି ଶକ୍ତି ହରାଇବା ସହ ଶେଷରେ ଆପଣଙ୍କୁ ସମ୍ପୂର୍ଣ୍ଣ ଅନ୍ଧ ମଧ୍ୟ କରିପାରେ ।

ରକ୍ତରେ ଉଚ୍ଚ ଶର୍କରା ସ୍ତର ଟାଇପ୍-୨ ମଧୁମେହ ସୃଷ୍ଟି କରେ ।  ମଧୁମେହ ରୋଗୀମାନଙ୍କର ଆଖିରେ ସମସ୍ୟା ସୃଷ୍ଟି କରିଥାଏ । ମଧୁମେହ ରୋଗୀଙ୍କଠାରେ ଅଧିକ ସମୟ ରକ୍ତରେ ଶର୍କରା ଅନିୟନ୍ତ୍ରିତ ରହିଲେ ଆଖିରେ ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ । ଯେଉଁମାନେ ପାଶ୍ଚାତ୍ୟ ଖାଦ୍ୟ ବା ଜଙ୍କଫୁଡ୍ ଖାଆନ୍ତି, ସେମାନଙ୍କ ଆଖିରେ ଅଧିକ ସମସ୍ୟା ଦେଖା ଦିଏ କାରଣ ଏହି ଖାଦ୍ୟଗୁଡ଼ିକ ଆଖିକୁ ନଷ୍ଟ କରିଦିଏ।

ଏକ ରିପୋର୍ଟ ଅନୁଯାୟୀ, ଗୋଟିଏ ବାଳକ ଜଙ୍କ୍ ଫୁଡ୍ ଖାଇବା ପରେ ଅନ୍ଧ ହୋଇଯାଇଛି । ଏହି ଅନୁସନ୍ଧାନ ଜଙ୍କ ଫୁଡ ଖାଇବାର କ୍ଷତି ବିଷୟରେ ଚକ୍ଷୁ ବିଶେଷଜ୍ଞମାନେ ମଧ୍ୟ ଚେତାବନୀ ଦେଇଛନ୍ତି । ବାସ୍ତବରେ, ବ୍ରିଟେନର ଅନୁସନ୍ଧାନକାରୀମାନେ ଚକ୍ଷୁ ଡାକ୍ତରଖାନାରେ ଜଣେ ୧୪ ବର୍ଷର ବାଳକର ଥକାପଣ ବିଷୟରେ ଅଭିଯୋଗ ଆସିଥିଲା । ତାଙ୍କର BMI ସ୍ୱାଭାବିକ ଥିଲା କିନ୍ତୁ ସେ ଖାଦ୍ୟରେ ଫ୍ରେଞ୍ଚ୍ ଫ୍ରାଏ, ପ୍ରିଙ୍ଗଲେସ୍, ଧଳା ପାଉଁରୁଟି ଏବଂ ପ୍ରକ୍ରିୟାକୃତ ମାଂସ ଖାଉଥିଲେ । ଯେତେବେଳେ ତାଙ୍କୁ ପରୀକ୍ଷା କରାଯାଇଥିଲା, ଏହା ଦେଖାଗଲା ଯେ ଶରୀରରେ ଭିଟାମିନ୍ B12 ର ସ୍ତର ବହୁତ କମ୍ ଥିଲା ଏବଂ ମାକ୍ରୋସାଇଟିକ୍ ରକ୍ତହୀନତା ସହିତ ଅନେକ ଭିଟାମିନ୍ ର ଅଭାବ ଥିଲା ।

ଡାକ୍ତରୀ ରିପୋର୍ଟରେ କୁହାଯାଇଛି ଯେ ବାଳକକୁ B12 ଇଞ୍ଜେକ୍ସନ ଦିଆଯାଇଥିଲା, ସପ୍ଲିମେଣ୍ଟ ଦିଆଯାଇଥିଲା ଏବଂ ଭଲ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଗୋଟିଏ ବର୍ଷ ପରେ ଯେତେବେଳେ ବାଳକଟି ପୁଣି ଥରେ ହସ୍ପିଟାଲକୁ ଆସିଥିଲା ସେତେବେଳେ  ସେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଥିବା ଦେଖିବାକୁ ମିଳିଥିଲା ।

ତାତିରୁ ମିଳିଛି ତ୍ରାହି, କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ଦେଲା ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଫଳରେ ତାତିରୁ ସାମାନ୍ୟ ତ୍ରାହି ମିଳିଛି । କାଳବୈଶାଖୀ ପ୍ରଭାବରେ ଆଜି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କୋରାପୁଟ, ରାୟଗଡ଼ା, ଗଜପତିରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପର ଆସନ୍ତାକାଲି କାଳବୈଶାଖୀ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

୨୪ ଓ ୨୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଅନ୍ୟପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଧିରେ ଧିରେ ବଢ଼ିବାରେ ଲାଗିଛି । ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଗ୍ରୀଷ୍ଣ ପ୍ରବାହ ପାଇଁ ସତର୍କତା ଜାରି ହୋଇଛି ।