spot_img
Home Blog Page 4214

ରାଷ୍ଟ୍ରପତି ଭବନରେ ବିକ୍ଷୋଭାକରୀ, ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କା ଲୋକଙ୍କ କବଜାରେ ରାଷ୍ଟ୍ରପତି ଭବନ । ସେପଟେ ଆନ୍ଦୋଳନକାରୀଙ୍କ ଜନ ସମୁଦ୍ରକୁ ଦେଖି ଭୟରେ ଫେରାର ରାଷ୍ଟ୍ରପତି  । କଲମ୍ବୋ ସ୍ଥିତକ ରାଷ୍ଟ୍ରପତି ଭବନକୁ ପ୍ରଦର୍ଶନକାରୀ ନିଜ ଦଖଲକୁ ନେବା ପରେ ଇସ୍ତଫା ଦେବେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ  । ଗୋଟବାୟା ୧୩ ଜୁଲାଇରେ ନିଜ ପଦବୀରୁ ଇସ୍ତଫା ଦେବେ ବୋଲି ଜଣା ପଡିଛି  । ସେପଟେ ଏଭଳି ସମୟରେ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ରାନିଲ୍  ବିକ୍ରମସିଂହ ।

ବିରୋଧୀ ଦଳ ନେତା ସଜିଥ୍ ପ୍ରେମଦାସ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ପରେ ଏଭଳି ଖବର ସାମ୍ନାକୁ ଆସିଛି । ଖାଲି ଏତିକି ନୁହେଁ ଇସ୍ତଫା ଚାପ ବଢିବାରୁ ପ୍ରଧାନମନ୍ତ୍ରୀ ଗୋଟୋବାୟା ଶନିବାର ଦିନ ଜରୁରୀ ବୈଠକ ଡାକିଥିଲେ । ଏପରିକି ସଂସଦ ଅଧିବେଶନ ଡକାଇବା ଲାଗି ବାଚସ୍ପତିଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ।

ଶ୍ରୀଲଙ୍କାରେ ଲାଗି ରହିଥିବା ଅର୍ଥନୈତିକ ସଂକଟ ପରେ ସ୍ଥିତି ଜଟିଳ ହୋଇଛି  । ସାଧାରଣ ଲୋକେ ନିଜର ଦୈନନ୍ଦୀନ ଜୀବନ ଅତିବାହିତ କରିବାରେ ବିଫଳ ହେଉଛନ୍ତି  । ସଂକଟ ସାଙ୍ଘାତିକ ରୂପ ନେଇଛି  । ଲୋକେ ଇନ୍ଧନ, ବିଦ୍ୟୁତ ଓ ଖାଦ୍ୟ ସାମଗ୍ରୀ ପାଇବାରେ ସଫଳ ହେଇ ପାରୁନାହାଁନ୍ତି  । ଏମିତିକି ଶ୍ରୀଲଙ୍କାରେ ଅନେକ ଦିନ ହେବ ବିଦ୍ୟୁତ ନାହିଁ  । ତେଣୁ ଦୀର୍ଧଦିନ ଧରି ଜଳୁଥିବା ଅସନ୍ତୋଷ ଏବେ ଉଗ୍ର ରୂପ ନେଇଛି  । ସାଧାରଣ ଲୋକେ ବିକ୍ଷୋଭ ଓ ପ୍ରତିବାଦ କରିବା ସହ ରାଷ୍ଟ୍ରପତି ଭବନରେ ଧସେଇ ପଶିଛନ୍ତି  । ରାଷ୍ଟ୍ରପତି ଭବନରେ ଥିବା ସୁଇମିଂ ପୁଲରେ ଗାଧୋଇବା ସହ, ରୋଷେଇ ଘରେ ପଶି ଖାଇଛନ୍ତି  ।

 

 

ଦିଗପହଣ୍ଡିରେ ଯୁବକଙ୍କୁ ନିର୍ମମ ହତ୍ୟା, ରାସ୍ତାରୁ ମିଳିଲା ଶିବ ବେହେରାଙ୍କ ମୃତଦେହ

ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡିରେ ଯୁବକଙ୍କୁ ହତ୍ୟା । ଦିଗପହଣ୍ଡି ଥାନା ଅନନ୍ତାଇ କାଳୁଆ ରାସ୍ତାରୁ ବ୍ରହ୍ମପୁର ଟାଉନ ଥାନା ଖଲାସି ସାହିର ଶିବ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି । ଶିବଙ୍କ ଛାତି, ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗତକାଲି ଜଣେ ଯୁବକଙ୍କ ସହ ବାହାରକୁ ଯାଇ ଆଉ ଘରକୁ ଫେରି ନଥିଲେ ଶିବ । ଆଜି ସକାଳୁ ଶିବଙ୍କ ମୃତଦେହ ଦେଖି ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଚିହ୍ନଟ କରି ପରିବାର ଲୋକଙ୍କୁ ଖବର ଦେଇଥିଲା । ପୋଲିସ ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

କୋଏଲ ନଦୀ ଟ୍ରାଜେଡି; ଉଦ୍ଧାର ହେଲା ସମସ୍ତ ୪ ଜଣଙ୍କ ମୃତଦେହ

ରାଉରକେଲା: ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ ଶବ ହୋଇ ଫେରିଲେ । ରାଉରକେଲା ଝିରପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ୪ ଭାଇ ବୁଡ଼ିଯିବା ଘଟଣା । ଉଦ୍ଧାର ହେଲା ସମସ୍ତ ମୃତଦେହ । ଗତକାଲି ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ସକାଳୁ ନିଖୋଜ ରୋନକ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ୪ ଭାଇ ଦୁଇଟି ପରିବାରର ସଦସ୍ୟ । ସମସ୍ତେ ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ହୋଇଥିବାବେଳେ ଏକ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ରାଉରକେଲା ଆସିଥିଲେ ।

ଗତକାଲି ଆଳୁ ଚୋପା ଛଡ଼ାଇବାକୁ ଘର ଲୋକ କହିବାରୁ ୪ ଜଣ କାହାକୁ ନଜଣାଇ ନଦୀ କୂଳକୁ ପଳାଇ ଆସିଥିଲେ । ସେଠାରେ ଗାଧୋଇବା ସମୟରେ ସମସ୍ତେ ବୁଡ଼ି ଯାଇଥିଲେ । ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି ପରେ ଆଜି ସକାଳୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍ । ମୃତକମାନେ ହେଲେ ରିଶିରାଜ ସାହୁ, କୁନାଲ ସାହୁ, କୌଶଳ ସାହୁ ଓ ରୋନକ ସାହୁ ।

ସୋରରେ ଗଜରାଜ ଆତଙ୍କ, ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ସୋରରେ ଗଜରାଜ ଆତଙ୍କ । ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ । ଖଇରା ବ୍ଲକ ବାଉଁଶ ଗଡ଼ିଆ ଗାଁରେ ଦୌପ୍ରଦୀ ହୋ ବିଳମ୍ବିତ ରାତିରେ ବାହାରକୁ ଯାଇଥିବା ବେଳେ ହାତୀ କଚାଡ଼ି ଦେଇଥିଲା । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି । ୪୫ ବର୍ଷୀୟ ମୃତ ଦ୍ରୌପଦୀଙ୍କର ସ୍ୱାମୀ ଓ ୨ ପୁଅ ଅଛନ୍ତି । ବାରମ୍ବାର ଏଭଳି ହାତୀ ଆକ୍ରମଣରେ ଜନସାଧାରଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି । ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପଟେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି ।

ଆଜି ମୁସଲମାନ ସଂପ୍ରଦାୟର ପବିତ୍ର ପର୍ବ ଇଦ୍ ଉଲ୍ଲ ଜୁହା

କଟକ: ଆଜି ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍ ଉଲ୍ଲ ଜୁହା । କଟକର କଦମି ରସୁଲ, ଦରଘାବଜାର ମସଜିଦ୍, ଓଡ଼ିଆ ବଜାର ମସଜିଦ୍ ଓ ଇଦଗାରେ ସାଜସଜା ସହ ନମାଜ ପାଠ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ନମାଜ ପାଠ ହେବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇବେ ମୁସଲମାନ ଭାଇମାନେ । ମୁସଲମାନ ଭାଇମାନେ ଏହି ପର୍ବକୁ ସମର୍ପଣ ଓ ଦାନର ପର୍ବ ବୋଲି ପାଳନ କରିଥାନ୍ତି । ଏଥି ସହିତ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ମସଜିଦ୍ ଓ ଇଦଗାରେ ଫୋର୍ସ ମୁତୟନ କରାଯାଇଛି ।

ଆସନ୍ତା ୩ରୁ ୪ ଦିନ ଜାରି ରହିବ ବର୍ଷା, ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ପ୍ରବାହ । ଏହା ସହ ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ଯୋଗୁ ଓଡ଼ିଶା ଉପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ବରଗଡ଼ର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଅତି ପ୍ରବଳ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ମାଟି ଧସିପାରେ ବୋଲି ବକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇପାରେ । ବଲାଙ୍ଗିର, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ସମ୍ବଲପୁର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜିଠୁ ୧୪ ତାରିଖ ସକାଳ ଯାଏ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ପ୍ରାୟ ୧୧ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ଆଜି ମହାପ୍ରଭୁଙ୍କ ସୁନାବେଶ, ମହଣ ମହଣ ସୁନାରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି

ପୁରୀ: ଆଜି ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସୁସଜ୍ଜିତ ହେବେ ମହାବାହୁ । ସୁନାବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି । ୧୩୮ ସୁନା ପିନ୍ଧି ଝଟକିବେ ଶ୍ରୀଜିଉ । ଗତକାଲି ଶୃଙ୍ଖଳିତ ଭାବେ ବାହୁଡ଼ା ନୀତି ସମ୍ପର୍ଣ୍ଣ ହୋଇଥିବା ବେଳେ ଏବେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ । ଆଜି ରଥାରୂଢ଼ ଶ୍ରୀବିଗ୍ରହଙ୍କ ହେବ ସୁନାବେଶ ।

ମହାପ୍ରଭୁଙ୍କ ସୁନାବେଶ ପାଇଁ ସକାଳୁ ଚାଲିଛି ସବୁ ନୀତିକାନ୍ତି । ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ବେଶ ଶେଷ, ଗୋପାଳ ବଲ୍ଳଭ, ସକାଳ ଧୂପ, ମଇଲମ, ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ ପରେ ଅନ୍ୟାନ୍ୟ ନୀତି ବଢ଼ି ମେକାପ ସର୍ବାଙ୍ଗ ପରେ ଶ୍ରୀଜିଉମାନଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ । ତେବେ ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଫୋକସ୍‌ ଦିଆଯାଇଛି ।

ଏହି ୪ଟି ରାଶିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ମେଷ ରାଶି : ଏହି ରାଶିର ବ୍ୟକ୍ତି ଆଳସ୍ୟ ତ୍ୟାଗ କରନ୍ତୁ, ନିଶ୍ଚିତ ସଫଳତା ପାଇବେ । ସ୍ୱାସ୍ଥ୍ୟ ଉତ୍ତମ ରଖିବା ପାଇଁ ପ୍ରାଣାୟାମ କରନ୍ତୁ । ନିଜ କ୍ୟାରିୟରକୁ ଚିନ୍ତା କରିପାରନ୍ତି । କାର୍ଯ୍ୟରେ ବ୍ୟସ୍ତ ବହୁଳତା ହେତୁ ଜୀବନସାଥୀଙ୍କ ସହ ଦୂରତା ରହିବ । କୌଣସି ଦୂର ସମ୍ପର୍କୀୟଙ୍କ ସହ ଭେଟ ହୋଇପାରେ । ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରନ୍ତି ।
ଶୁଭ ରଙ୍ଗ- ପାଉଁଶିଆ

ବୃଷ ରାଶି : ବ୍ୟବସାୟରେ ଲାଭ ମିଳିବ । ମଧୁମେହ ରୋଗୀଙ୍କ ପାଇଁ ଆଜିର ଦିନଟି ଚିନ୍ତାର କାରଣ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବାର ସମ୍ଭାବନା ରହିଛି । ଜୀବନସାଥୀଙ୍କ ସହ କରୁଥିବା ଯାତ୍ରା ମନୋରଞ୍ଜନ ଭରା ରହିବ । ସନ୍ତାନଙ୍କ ମଧ୍ୟରେ ଥିବା ସମସ୍ୟାର ସମାଧାନ କରିପାରନ୍ତି । ବନ୍ଧୁଙ୍କଠାରୁ ସାହାଯ୍ୟ ମିଳିପାରେ ।
ଶୁଭ ରଙ୍ଗ- ଗୋଲାପି

ମିଥୁନ ରାଶି : ବନ୍ଧୁଙ୍କ ସହାୟତାରେ ବ୍ୟବସାୟରେ ଲାଭ ମିଳିବ । ପରିବାରରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିପାରେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ବିବାଦ ଉପୁଜିପାରେ । ଏହି ରାଶିର ବ୍ୟକ୍ତି ନିଜ ଜୀବନସାଥୀଙ୍କର ସମସ୍ତ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିବେ । ସାମାଜିକ କାର୍ଯ୍ୟରେ ସମୟ ଦେବେ । ପଶୁଙ୍କ ସେବା କରିବାର ସୁଯୋଗ ମିଳିପାରେ । ହଠାତ୍ ଉପହାର ମିଳିପାରେ ।
ଶୁଭ ରଙ୍ଗ- ଧୂସର

କର୍କଟ ରାଶି : ବ୍ୟବସାୟରେ ଲାଭ ମିଳିପାରେ । ଦୁର୍ଘଟଣା ବା ଆଘାତ ଲାଗିବାର ସମ୍ଭାବନା ରହିଛି । ଚାକିରିରେ ନୂଆ ଯୋଜନା ଚିନ୍ତା କରିପାରନ୍ତି । ଜୀବନସାଥୀଙ୍କ ସହ ଭଲପାଇବା ବଜାୟ ରହିବ । ଏହି ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ । ଅଶ୍ୱସ୍ତ ବୃକ୍ଷକୁ ସିନ୍ଦୁର ଏବଂ ଜଳଦାନ କରନ୍ତୁ ।
ଶୁଭ ରଙ୍ଗ- ମାଟିଆ

ସିଂହ ରାଶି : ଭାଗ୍ୟ ସହାୟ ହେଲେ ସଫଳତା ପ୍ରାପ୍ତି ହେବ । ପିତାମାତାଙ୍କ ଯତ୍ନ ନିଅନ୍ତୁ । କାର୍ଯ୍ୟକ୍ଷେତ୍ରରେ ଚିନ୍ତା ବଢ଼ିପାରେ । ସିଂହ ରାଶିର ବ୍ୟକ୍ତିଙ୍କର ପ୍ରେମ ସମ୍ପନ୍ଧ ବିଚ୍ଛେଦ ହୋଇପାରେ । ଏଥିପ୍ରତି ସତର୍କ ରୁହନ୍ତୁ । ଘରେ ଅତିଥିଙ୍କ ଆଗମନ ହୋଇପାରେ । ପାଣିରେ ଲୁଣ ଫୁଟାଇବା ପରେ ସେହି ପାଣିକୁ ବାହାରେ ଫୋପାଡ଼ିଦେଲେ ସମସ୍ତ କାର୍ଯ୍ୟ ସୁରୁଖୁରରେ ହେବ । ସୂର୍ଯ୍ୟଦେବତାଙ୍କୁ ଜଳ ଦାନ କରନ୍ତୁ ।
ଶୁଭ ରଙ୍ଗ- କଳା

କନ୍ୟା ରାଶି : ଧନ ନିବେଶ ପାଇଁ ଆଜିର ଦିନଟି ଭଲ । ଶରୀରର ଯତ୍ନ ନେବା ସହ ଖାଦ୍ୟପେୟର ଧ୍ୟାନ ନିଅନ୍ତୁ । ଏହି ରାଶିର ବ୍ୟକ୍ତିଙ୍କୁ କୌଣସି ମଲଟିନ୍ୟାସନାଲ କମ୍ପାନୀ ତରଫରୁ ଚାକିରି ଅଫର୍ ଆସିପାରେ । ଜୀବନସାଥୀଙ୍କ ସହ ମଧୁର ସମ୍ୱନ୍ଧ ରହିବ । ସୁନ୍ଦର ସାଥୀଙ୍କ ସାହାଯ୍ୟ ମିଳିବ । ସନ୍ତାନ ସୁଖ ମିଳିପାରେ । ଆଖିରେ କଳା ଲଗାନ୍ତୁ, ନଜର ଲାଗିବାରୁ ରକ୍ଷା ପାଇବେ । ଉନ୍ନତି କରିବାର ସୁଯୋଗ ମିଳିବ । ବରିଷ୍ଠ ବ୍ୟକ୍ତିଙ୍କ ଆଶିର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ ।
ଶୁଭ ରଙ୍ଗ- ସବୁଜ

ତୁଳା ରାଶି : ବ୍ୟବସାୟରେ ଲାଭ ମିଳିବ । ମାତ୍ର, ସତର୍କ ରହିବା ଜରୁରୀ । କୌଣସି ରୋଗରେ ପଡ଼ିବାର ସମ୍ଭାବନା ରହିଛି । କୌଣସି ସ୍ଥାନକୁ ଭ୍ରମଣ କରିବାକୁ ଯାଇପାରନ୍ତି । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତି ସତର୍କ ରୁହନ୍ତୁ । ପରିବାର ପକ୍ଷରୁ ଶୁଭ ଖବର ମିଳିପାରେ । କ୍ଷୀରିର ଭୋଗ ଛୋଟ କନ୍ୟାଙ୍କୁ ଭୋଜନ କରାନ୍ତୁ ।
ଶୁଭ ରଙ୍ଗ- ଆକାଶୀ

ବିଛା ରାଶି : ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଘରେ ଶାନ୍ତିର ବାତାବରଣ ରହିବ । ବନ୍ଧୁଙ୍କ ସହ ଭେଟ ହୋଇପାରେ । ଆପଣଙ୍କ ସଫଳତାକୁ ନେଇ ଲୋକ ଇର୍ଷା କରିପାରନ୍ତି । ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।
ଶୁଭ ରଙ୍ଗ- ଧଳା

ଧନୁ ରାଶି : ପୈତୃକ ସମ୍ପତ୍ତି ଲାଭ ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ କରିବେ, ମାତ୍ର ବିରୋଧୀ ବଢ଼ିବେ । ବୈବାହିକ ଜୀବନରେ ସୁଖଦୁଃଖ ଲାଗିରହିବ । ବାପା, ମାଆ ଓ ଭାଇ ଭଉଣୀଙ୍କ ସୁଖ ମିଳିବ । ଏହି ରାଶିର ବ୍ୟକ୍ତି ୭ଟି ତୁଳସୀ ପତ୍ର ଖାଆନ୍ତୁ, ସ୍ୱାସ୍ଥ୍ୟ ଭଲ ରହିବ । ଖର୍ଚ୍ଚର ପରିମାଣ ବଢ଼ିପାରେ । ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଶୁଭ ରଙ୍ଗ- ହଳଦିଆ

ମକର ରାଶି : ବ୍ୟବସାୟିକ ଲୋକମାନଙ୍କୁ ଲାଭ ମିଳିବାର ସୁଯୋଗ ରହିଛି । ସ୍ୱାସ୍ଥ୍ୟ ବିଗିଡ଼ିପାରେ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ପ୍ରତି ସତର୍କ ରୁହନ୍ତୁ । ପ୍ରେମ ସମ୍ୱନ୍ଧକୁ ନେଇ ଅନ୍ୟମନସ୍କ ରହିବେ । ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଲାଗିରହିବ । ଧନଲାଭର ଯୋଗ ଅଛି । ଭଗବାନ ହନୁମାନଙ୍କ ପୂଜା କରିବା ସହ ହନୁମାନ ଚାଳିଶା ପାଠ କରନ୍ତୁ ।
ଶୁଭ ରଙ୍ଗ- ଗୋଲାପୀ

କୁମ୍ଭ ରାଶି : କୌଣସିରେ ଧନ ନିବେଶ କରିବାର ଏହା ଉପଯୁକ୍ତ ସମୟ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ । ଚାକିରି ସମ୍ପର୍କିତ ଯାତ୍ରା କରିବାକୁ ପଡ଼ିପାରେ । ଆବଶ୍ୟକୀୟ ଜିନିଷ କ୍ରୟ କରିପାରନ୍ତି । ବନ୍ଧୁଙ୍କୁ ସାହାର୍ଯ୍ୟ କରନ୍ତୁ । ଆଜିର ଦିନଟି ଶୁଭ ଫଳଦାୟକ ରହିବ ।
ଶୁଭ ରଙ୍ଗ- ନୀଳ
ମୀନ ରାଶି : ପ୍ରତ୍ୟେକ ସ୍ଥାନରେ ପ୍ରଶଂସା ସାଉଁଟିବେ । ଚଚଚକ୍ଷୁ ସମସ୍ୟା କାରଣରୁ ଚିନ୍ତିତ ହୋଇପାରନ୍ତି । ବିଦ୍ୟାର୍ଥୀ ପଢ଼ାରେ ଧ୍ୟାନ ଦିଅନ୍ତୁ । ଶ୍ୱଶୁର ଘରୁ ଧନଲାଭର ସୁଯୋଗ ରହିଛି । ଭିକ୍ଷୁକଙ୍କୁ ଦାନ କରନ୍ତୁ । ପରିବାରଙ୍କ ସହ ଯାତ୍ରା କରିପାରନ୍ତି ।
ଶୁଭ ରଙ୍ଗ- ଲାଲ

ଭାରତ ସମେତ ୫ଦେଶରେ ନିୟୋଜିତ ନିଜ ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲା ୟୁକ୍ରେନ

କିଭ: ୟୁକ୍ରେନ ରାଷ୍ଟ୍ରପତି ବୋଲେଦିମିର ଜେଲେଂସ୍କି ବିଦେଶରେ ନିୟୋଜିତ ନିଜ ରାଷ୍ଟ୍ରଦୂତଙ୍କୁ ନେଇ ବଡ ପଦକ୍ଷେପ ନେଇଛନ୍ତି । ଭାରତ ସମେତ ୫ ଦେଶରେ ଥିବା ୟୁକ୍ରେନର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିଛନ୍ତି ଜେଲେଂସ୍କି । ଗୋଟିଏ ପଟେ ରୁଷ୍-ୟୁକ୍ରେନ ଯୁଦ୍ଧ ଚାରି ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ଜେଲେଂସ୍କିଙ୍କ ଏହି ପଦକ୍ଷେପକୁ ନେଇ ସମସ୍ତେ ଚକିତ ହୋଇଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତିଙ୍କ ଅଫିସିଆଲ ୱେବସାଇଟରେ ଜାରି ନିର୍ଦ୍ଦେଶ ଅନୁଯାୟୀ, ସେ ଜର୍ମାନୀରେ ୟୁକ୍ରେନର ରାଷ୍ଟ୍ରଦୂତ ଆଣ୍ଡ୍ରି ମେଲନିକଙ୍କୁ ବରଖାସ୍ତ କରିଦେଇଛନ୍ତି । ଏହା ବ୍ୟତୀତ ସେ ହଙ୍ଗେରୀ, ଚେକ ରିପବ୍ଲିକ, ନରୱେ ଓ ଭାରତରେ ନିୟୋଜିତ ଥିବା ନିଜ ରାଷ୍ଟ୍ରଦୂତଙ୍କୁ ମଧ୍ୟ ହଟାଇ ଦେଇଛନ୍ତି  । ତେବେ କେଉଁ କାରଣରୁ ରାଷ୍ଟ୍ରଦୂତଙ୍କୁ ହଟାଯାଇଛି ସେନେଇ କୌଣସି ସୂଚନା ଦିଆଯାଇନାହିଁ  । ତେବେ ଏହି ରାଷ୍ଟ୍ରଦୂତମାନଙ୍କୁ ଅନ୍ୟ କେଉଁଠି ନିଯୁକ୍ତି ଦିଆଯିବ କି ନାହିଁ ସେସମ୍ପର୍କରେ ମଧ୍ୟ ସୂଚନା ମିଳିନାହିଁ  ।

ଜୁଲାଇ ୧୧ରେ ପଳାତକ ବିଜୟ ମାଲ୍ୟାଙ୍କ ବିରୋଧରେ ଶୁଣାଣି

ନୂଆଦିଲ୍ଲୀ: ପଳାତକ ବିଜୟ ମାଲ୍ୟା ଓ ଅବୁ ସଲେମଙ୍କ ବିରୋଧରେ ସୋମବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିବେ । କୋର୍ଟର ଅବମାନନା କରିବା ସମ୍ପର୍କିତ ମାମଲା ଶୁଣାଣି କରିବେ କୋର୍ଟ । ରବିନ୍ଦ୍ର ଏସ ଭଟ ଓ ପିଏସ ନରସିମ୍ହାଙ୍କୁ ନେଇ ଜଷ୍ଟିସ ୟୁୟୁ ଲଲିତଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ ସୋମବାର ଦିନ ଶୁଣାଣି କରିବେ ।

ଉଲ୍ଲେଖଯୋଗ୍ୟ, କିଙ୍ଗଫିସର ଏୟାରଲାଇନ୍ସ ମାଲିକ ବିଜୟ ମାଲ୍ୟା ମନି ଲଣ୍ଡରିଂ ମାମଲାରେ ଦେଶ ଛାଡି ପଳାୟନ କରିଥିଲେ  । ପରେ କୋର୍ଟଙ୍କ ଆଦେଶକୁ ଅବମାନନା ପାଇଁ ମାଲ୍ୟା ୨୦୧୭ ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେହିପରି କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ତାଙ୍କ ପିଲାଙ୍କ ଆକାଉଣ୍ଟକୁ ୪୦  ମିଲିୟନ ଡଲାର ସ୍ଥାନାନ୍ତର କରିବା ସମ୍ପର୍କିତ ତଥ୍ୟ ଲୁଚାଇଥିଲେ ।

ଗତବର୍ଷ  କିଙ୍ଗଫିସର ଏୟାରଲାଇନ୍ସ ମାଲିକ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଥିଲେ ବ୍ରିଟେନର ଏକ କୋର୍ଟ। ବ୍ରିଟେନର ଚିଫ ଇନସଲଭେନ୍ସି ଆଣ୍ଡ କମ୍ପାନୀଜ କୋର୍ଟ ବା ଆଇସିସିର ବିଚାରପତି ମାଇକେଲ ବ୍ରିଗସ ଏହି ଘୋଷଣା କରିଥିଲେ। ଭାରତୀୟ ବ୍ୟାଙ୍କଗୁଡିକ ସପକ୍ଷରେ ଏହି ରାୟ ପ୍ରଦାନ କରିବା ଲାଗି କୋର୍ଟ ନିକଟରେ ଆବେଦନ କରିଥିଲା ଟିଏଲଟି ଏଲଏଲପି ଫାର୍ମ ଓ ବାରିଷ୍ଟର ମାର୍ସିଆ ସେକର୍ଡେମିଆନ ।