spot_img
Home Blog Page 4230

ମହାରାଷ୍ଟ୍ରରେ ‘ଇଡି’ ସରକାର; କାହିଁକି ଏମିତି କହିଲେ ଦେବେନ୍ଦ୍ର ଫଡନାବୀସ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବନ୍ଦ୍ର ଫଡନାବୀସଙ୍କ ଏକ ବୟାନକୁ ନେଇ ସମସ୍ତେ ଚକିତ ହୋଇଛନ୍ତି । ଫଡନାବୀସ କହିଛନ୍ତି ମହାରାଷ୍ଟ୍ରରେ ଇଡି ସରକାର । ସୂଚନାଯୋଗ୍ୟ ବିରୋଧୀ ବାରମ୍ବାର କହୁଛନ୍ତି ଇଡିର ଉପଯୋଗ କରି ଉଦ୍ଧବ ସରକାର ଭାଙ୍ଗିବା ସହ ବିଦ୍ରୋହୀ ଏକନାଥ ବିଜେପି ସହ ମିଶି ସରକାର ଗଢିଛନ୍ତି । ଫଡନାବୀସ ସୋମବାର କହିଛନ୍ତି ଲୋକମାନେ ତାତ୍ସଲ୍ୟ କରି କହୁଛନ୍ତି ଆମର ସରକାର ଇଡି ସରକାର ବୋଲି । ହିଁ ଏହା ଇଡି ସରକାର, ଏକନାଥ ମାନେ ‘ଇ’ ଆଉ ଦେବେନ୍ଦ୍ର ମାନେ ‘ଡି’  । ଏହା ଏକନାଥ-ଦେବେନ୍ଦ୍ର ସରକାର । ଆଜି ବିଧାନସଭାରେ ଦେବେନ୍ଦ୍ର ଶବ୍ଦର ଖେଳ ଖେଳୁଥିବାର ଦେଖାଯାଇଥିଲା ।

ପୂର୍ବରୁ ବିରୋଧୀ ଅଭିଯୋଗ କରିଥିଲେ ଇଡିର ଦୂରୁପଯୋଗ କରି ସରକାର ପରିବର୍ତ୍ତନ କରିଛନ୍ତି ଦେବେନ୍ଦ୍ର । ଏହାର ପାଲଟା ଜବାବ ଦେଇ ଦେବେନ୍ଦ୍ର ଇଡି ସରକାରର ଅର୍ଥ ବୁଝାଇଛନ୍ତି । ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ସମୟରେ ଯେତବେଳେ ଶିବସେନାର ବିଦ୍ରୋହୀ ବିଧାୟକମାନେ ଏକନାଥ ଶିନ୍ଦେଙ୍କୁ ସମର୍ଥନ କରୁଥିଲେ ସେ ସମୟରେ ବିରୋଧୀ ବିଧାୟକମାନେ ଇଡି, ଇଡି ନାରା ଲଗାଇଥିଲେ । ଆଜିର ଫ୍ଲୋର ଟେଷ୍ଟରେ ଏକନାଥ ଶିନ୍ଦେଙ୍କୁ ୧୬୪ ଭୋଟ ମିଳିଥିଲା ଯେତବେଳେକି ମହା ବିକାଶ ଅଘାଡି ମେଣ୍ଟକୁ ୯୯ ଭୋଟ ମିଳିଥିଲା ।

ମା’ କାଳୀଙ୍କ ହାତରେ ସିଗାରେଟ୍, ଲୋକଙ୍କ ମଧ୍ୟରେ ଅସନ୍ତୋଷ

ନୂଆଦିଲ୍ଲୀ: ମା’ କାଳୀଙ୍କ ହାତରେ ସିଗାରେଟ୍ । ଗୋଟିଏ ହାତରେ ଖଣ୍ଡା ଏବଂ ତ୍ରିଶୂଳ, ଆଉ ଅନ୍ୟ ହାତରେ ସିଗାରେଟ୍ ଧରିଛନ୍ତି ମା’ କାଳୀ । ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’କୁ ନେଇ ଏବେ ଦେଖାଦେଇଛି ବିବାଦ । ୨ ଜୁଲାଇରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଫିଲ୍ମର ପୋଷ୍ଟରରେ ମା’ କାଳୀ ସିଗାରେଟ ଟାଣୁଛନ୍ତି ।

ଏହା ରିଲିଜ୍ ହେଲା ପରେ ଫିଲ୍ମମେକର୍ ଲୀନା ମାନିମେକାଲାଇଙ୍କୁ ଗିରଫ କରିବାକୁ ଦାବି ହେଉଛି । ଏପରିକି ସୋସିଆଲ ମିଡିଆରେ #arrestleenamanimekalai ଟ୍ରେଣ୍ଡ କରୁଛି । ଲୋକଙ୍କର କହିବା କଥା ହେଲା ମା’ କାଳୀଙ୍କୁ ଏଠାରେ ଅପମାନ କରାଯାଇଛି । ଲୀନାଙ୍କ ଉପରେ ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ କାଳୀଙ୍କ ହାତରେ ଏଲଜିବିଟି ସମ୍ପ୍ରଦାୟର ପତାକା ବି ରହିଛି । ପୋଷ୍ଟରରେ ମା’ କାଳୀଙ୍କୁ କଦର୍ଥ କରିଥିବାରୁ ଏହାକୁ ଜୋରଦାର୍ ବିରୋଧ କରାଯାଉଛି ।

ଲୋକଙ୍କ କହିବା କଥା ହେଲା ଯଦି ହିନ୍ଦୁ ଧର୍ମର ସମ୍ମାନ କରିପାରନ୍ତି ନାହିଁ ତାହାଲେ ତାଙ୍କୁ ଅପମାନିତ କରିବାର ବି କୌଣସି ଅଧିକାର ନାହିଁ । କାନାଡାରେ ଥିବା ଲୀନାଙ୍କୁ ଭାରତ ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋସିଆଲ ମିଡିଆ ୟୁଜର୍ ଦାବି କରିଛନ୍ତି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଫିଲ୍ମ ମେକର ଲୀନା ଏହି ଫିଲ୍ମର ପୋଷ୍ଟର ସେଆର କରି କହିଥିଲେ, ତାଙ୍କର ଏହି ପିଲ୍ମକୁ କାନାଡା ଫିଲ୍ମ ଫେଷ୍ଟିଭାଲରେ ଲଞ୍ଚ କରାଯାଇଛି। ସେ ନିଜର ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ମଧ୍ୟ ଥିଲେ। କିନ୍ତୁ ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ରାଜଧାନୀରେ ନକଲି ଦମ୍ପତିଙ୍କ ଅସଲି ଠକେଇ, ୩ ଜଣଙ୍କୁ ଗିରଫ କଲା ସାଇବର ଥାନା

ଭୁବନେଶ୍ୱର: ରାଜଧାନୀରେ ନକଲି ଦମ୍ପତିଙ୍କ ଅସଲି ଠକେଇ । ସରକାରୀ ଓ ବେସରକାରୀ ଅଫିସରେ ଚାକିରି ଦେବାକୁ କହି ଦେଢ଼ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏହି ମାମଲାରେ ନକଲି ଦମ୍ପତିଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ନକଲି ୱେବସାଇଟ କରି ଲୋକଙ୍କୁ ଲିଙ୍କ୍ ପଠାଉଥିଲେ ଏହି ନକଲି ଦମ୍ପତି । ଠକେଇ ନେଇ ୩ ଜଣ ସାଇବର ଥାନାରେ ଅଭିଯୋଗ କରିଥିଲେ । ସ୍ୱାମୀ ନିଜକୁ ଇନଫୋସିସର HR ହେଡ୍ କହୁଥିବା ବେଳେ ପତ୍ନୀ ଆସିଷ୍ଟାଣ୍ଟ HR କହୁଥିଲେ । ସ୍ୱାମୀର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଓ ସ୍ତ୍ରୀ ଗ୍ରାଜୁଏସନ ପର୍ଯ୍ୟନ୍ତ ପଢ଼ିଛନ୍ତି । ତୃତୀୟ ଅଭିଯୁକ୍ତ ଜଣକ ନକଲି ଦମ୍ପତିଙ୍କୁ ଠକେଇ ପାଇଁ ଲୋକଙ୍କ ଡାଟା ଦେଉଥିଲେ । ତେବେ ଏହି ରାକେଟରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥାଇ ପାରେ ବୋଲି ସନ୍ଦେହ କରିଛି ପୋଲିସ୍ ।

ବର୍ଷା ଦିନ ଡାଏଟ୍ ଚାର୍ଟ, ଏହିସବୁ ଖାଦ୍ୟ ଖାଇଲେ ପାଖ ମାଡିବନି ରୋଗ

ଭୁବନେଶ୍ବର: ଆରମ୍ଭ ହୋଇଗଲାଣି ବର୍ଷା ଦିନ ।  ଏହା ସହ ଆରମ୍ଭ ହୋଇଯାଇଛି ସର୍ଦ୍ଦି, କାଶ, କଫ, ଛିଙ୍କ । କରୋନା ସଂକ୍ରମଣ ବି ଦିନକୁ ଦିନ ବଢ଼ୁଥିବା ଦେଖାଯାଉଛି ।  ଏହି ଋତୁରେ ଅଧିକ ରୋଗ ହେଉଥିବାରୁ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ବି ରହିଛି । କିଛିଟା ଖାଦ୍ୟ ଅଛି ଯାହାକୁ ବର୍ଷା ଦିନେ ଡାଏଟରେ ସାମିଲ କଲେ ଆମେ ରୋଗରୁ ଦୂରେଇ ରହି ପାରିବା । ତେବେ ଜାଣନ୍ତୁ ଖାଦ୍ୟ ଗୁଡ଼ିକ କ’ଣ?

ଅଦା

ବର୍ଷା ଦିନେ ଅଦା ନାଁ ଶୁଣିଲେ ଆମ ମନକୁ ଆସେ ଅଦା ପଡ଼ିଥିବା ଚା’ । ଏହା ବର୍ଷା ଦିନେ ଖୁବ୍ ଲାଭ ଦାୟକ ହୋଇଥାଏ । ଅଦା ଆମ ଶରୀରକୁ ଗରମ ରଖିଥାଏ । ବର୍ଷା ଦିନେ ହେଉଥିବା ଥଣ୍ଡା କାଶ, କଫକୁ ପାଖ ମାଡ଼ିବାକୁ ଦେଇ ନଥାଏ । ଏହା ଛଡ଼ା ଏଥିରେ ଥିବା ପୋଷକ ତତ୍ବ ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ବର୍ଷା ଦିନେ ଆପଣ ଅଦା ଚା’ ପିଅନ୍ତୁ ନ ହେଲେ ପ୍ରତିଦିନ ସକାଳେ ଅଦା ରସ ସହ ମହୁ ମିଶାଇ ଖାଇଲେ ଥଣ୍ଡା ପାଖ ମାଡ଼ି ନଥାଏ ।

ଗୁଡ଼

ଗୁଡ଼ରେ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏଥିରେ ଆଇରନ୍ ଜିଙ୍କ ବି ରହିଥାଏ । ଏହା ଆମ ଶରୀରରେ ଇମ୍ୟୁନିଟି ବି ବଢ଼ାଇଥାଏ । ପ୍ରତିଦିନ ଗୁଡ଼ ଖାଇବା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ବର୍ଷା ଦିନେ ହେଉଥିବା ଇନଫେକସନକୁ ବି ଏହା ହେବାକୁ ଦେଇନ ଥାଏ । ଯେଉଁମାନଙ୍କର ଖାଦ୍ୟ ହଜମ ହୋଇ ନଥାଏ ସେମାନେ ପ୍ରତିଦିନ ଗୁଡ଼ ଖାଇବା ଦରକାର।

ପିସ୍ତା ବାଦାମ

ବର୍ଷା ଦିନେ ଚିନା ବାଦାମ, କାଜୁ, ପିସ୍ତା ବାଦାମ ଖାଇବା ବହୁତ ଭଲ ହୋଇଥାଏ । ଏଥିରେ ବହୁତ ପ୍ରକାର ଭିଟାମିନ୍ ରହିଥାଏ । ଯାହା ବର୍ଷା ଦିନେ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ଖାଇବା ଦ୍ବାରା ଶରୀର ଅଧିକ ସମୟ କାମ କରିବାରେ ସକ୍ଷମ ହୋଇଥାଏ । ଏହା ସହଜରେ ଥକାପଣ ଅନୁଭବ କରିବାକୁ ଦେଇ ନ ଥାଏ । କିନ୍ତୁ ଆପଣ ଧ୍ୟନ ରଖିବେ ବାଦାମ ଜାତୀୟ ଖାଦ୍ୟ ଖାଇଲା ପରେ ପାଣି ପିଇବେ ନାହିଁ ।

କନ୍ଦମୂଳ

ବର୍ଷା ଦିନେ କନ୍ଦମୂଳ ଖାଇବା ଶରୀର ପାଇଁ ଖୁବ୍ ଭଲ ହୋଇଥାଏ । ଏଥିରେ ଭିଟାମିନ୍ ଏ , ସି, ବି, ଫାଇବର୍ ସହ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ବି ରହିଥାଏ । ଆପଣ ବର୍ଷା ଦିନେ ଆଳୁ ଯାଗାରେ କନ୍ଦମୂଳ ବି ଖାଇ ପାରିବେ । ଏହାକୁ ବର୍ଷା ଦିନ ଡାଏଟରେ ଯୋଡନ୍ତୁ । ଶରୀରକୁ ବହୁତ ଲାଭ ମିଳିବ ।

ହଳଦୀ

ହଳଦୀର ଉପକାରୀତା ତ ଆମେ ସମସ୍ତେ ଜାଣିଛୁ । ଏହା ଆମ ରୋଷେଇ ଘରେ ସବୁବେଳେ ଥାଏ । ଏଥିରେ ଆଣ୍ଟି ଅକ୍ଦିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏହା ଆମ ଶରୀରରେ ଇମ୍ୟୁନିଟିକୁ ବି ବଢ଼ାଇଥାଏ । ବର୍ଷା ଦିନେ ଆପଣ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ, ଶରୀରରୁ ଅଧା ରୋଗ ଭଲ ହୋଇଯିବ । ଏହା ସହ ତ୍ବଚାରେ ଏହି କ୍ଷୀର ଚମକ ବି ଆଣିବ ।

ଘିଅ

ଘିଅରେ ଗୋଟିଏ ନୂହେଁ ଅନେକ ପ୍ରକାର ଫାଇଦା ରହିଥାଏ । ଏହା ଇମ୍ୟୁନିଟି ବଢ଼ାଇଥାଏ । ବଡିକୁ ଗରମ ରଖିଥାଏ । ମେମୋରୀ ପାଓ୍ବାର ବଢ଼ାଇଥାଏ । ବର୍ଷା ଦିନେ ଘିଅ ଖାଇବାର ଅଭ୍ୟାସ କରନ୍ତୁ। ଏହା ଆପଣଙ୍କୁ ସୁସ୍ଥ ରଖିବ । ଏହା ଛଡ଼ା ଆମ ସ୍କିନକୁ ଡ୍ରାଏ ହେବାକୁ ବି ଦେବନାହିଁ ।

ଏଠାରେ ଆପଣ ଗୋଟିଏ କଥା ଧ୍ୟନ ରଖନ୍ତୁ ଶରୀର ପାଇଁ ଭଲ ବୋଲି ଏହାକୁ ଅତି ମାତ୍ରାରେ ଖାଇବେ ନାହିଁ । ଏହା ଆପଣଙ୍କ ଶରୀରପାଇଁ କ୍ଷତିକାରକ ବି ହୋଇପାରେ ।

ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା, ତଦନ୍ତ ପାଇଁ ଗଠନ ହେଲା ୬ ଜଣିଆ ଇନକ୍ୱାରି ଟିମ୍

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । କଲେଜ ପକ୍ଷରୁ ତଦନ୍ତ ପାଇଁ ଗଠନ ହେଲା ୬ ଜଣିଆ ଇନକ୍ୱାରୀ ଟିମ୍ । ଆଣ୍ଟି ରାଗିଂ କମିଟି, ଶୃଙ୍ଖଳା କମିଟି ଓ ସମସ୍ତ ବିଭାଗର ଅଧ୍ୟାପକ ଏଥିରେ ସାମିଲ ଅଛନ୍ତି । ରାଗିଂ ନେଇ ରୁଚିକା ପୂର୍ବରୁ କୌଣସି ଅଭିଯୋଗ କରିନଥିଲେ । ଖୁବଶୀଘ୍ର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ବିଜେବି କଲେଜ ଅଧ୍ୟକ୍ଷ କହିଛନ୍ତି । ସେପଟେ ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷା ସ୍ଥଗିତ ରଖାଯାଇଛି । ଆଜିଠୁ ସେମିଷ୍ଟାର ହେବାର ଥିଲା । ଆଜି ଓ କାଲି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ସ୍ଥିର ହେବ । ପୋଲିସ କାଲି ପଚରାଉଚରା କରିଛି। ପୋଲିସକୁ ତଦନ୍ତରେ ସହଯୋଗ କରାଯାଉଥିବା ବିଜେବି କଲେଜ ଅଧ୍ୟକ୍ଷ କହିଛନ୍ତି ।

ସେପଟେ ଘଟଣା ପ୍ରତିବାଦରେ କଲେଜ ଫାଟକ ଆଗରେ ବସିଛନ୍ତି ରୁଚିକାଙ୍କ ପରିବାର ଲୋକ ଓ କିଛି ଛାତ୍ର ସଂଗଠନ । ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜ ଗେଟରେ ତାଲା ପକାଇ ଦେଇଛନ୍ତି । ରାଗିଂ କରୁଥିବା ୩ ସିନିୟର ଛାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଛନ୍ତି । ରୁଚିକାଙ୍କ ବାପା ପୋଲିସ ତଦନ୍ତରେ ସନ୍ତୋଷ ପ୍ରକାଶ କରିଛନ୍ତି । ତେବେ କଲେଜ କର୍ତ୍ତୃପକ୍ଷଙ୍କ ଅସହଯୋଗକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ କଲେଜ କର୍ତ୍ତୃପକ୍ଷ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଛନ୍ତି ।

ମଲାଇକାଙ୍କ ବେକରେ ସଲମାନଙ୍କ ବ୍ରେସଲେଟ୍! ଫ୍ୟାନ୍ ଦେଲେ ଏମିତି କମେଣ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ନିଜର ଲୁକ୍ ଏବଂ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ତାଙ୍କର ଜିମ୍ ଲୁକ ଭାଇରାଲ ହୁଏ ତ ଆଉ କେତେବେଳେ ବିଭିନ୍ନ ଆଉଟଫିଟକୁ ନେଇ ସେ ଲାଇମଲାଇଟକୁ ଆସନ୍ତି । ସେ ଯେ କୌଣସି ସୋ’ରେ ଭାଗ ନିଅନ୍ତି ସମସ୍ତଙ୍କ ନଜର ତାଙ୍କ ଉପରେ ହିଁ ରହିଥାଏ । ଏବେ ନିକଟରେ ମଲାଇକା ମିସ୍ ଇଣ୍ଡିଆ ୨୦୨୨ ଇଭେଣ୍ଟରେ ସାମିଲ ହୋଇଥିଲେ । ଏହି ଇଭେଣ୍ଟରେ ତାଙ୍କ ଲୁକ୍ ସମସ୍ତଙ୍କୁ ଆାକ୍ଟ୍ରାକ୍ଟ କରିଥିଲା । ସୋସିଆଲ ମିଡିଆରେ ବି ତାଙ୍କ ଲୁକ୍ ଭାଇରାଲ ହେଉଛି ।

ଏବେ ମଲାଇକାଙ୍କ ଲୁକକୁ ନେଇ ଯେତିକି ଚର୍ଚ୍ଚା ହେଉଛି ସେତିକି ଟ୍ରୋଲ ବି ହେଉଛି । ମିସ୍ ଇଣ୍ଡିଆ ୨୦୨୨ରେ ସେ ଏକ ଟ୍ରାନ୍ସପାରେଣ୍ଟ ଗାଉନରେ ନଜର ଆସିଛନ୍ତି । ଏହି ଗାଉନ ସହ ସେ ଏକ ନେକଲେସ୍ ପିନ୍ଧିଛନ୍ତି । ଏହି ନେକଲେସ ସଲମାନଙ୍କ ବ୍ରେସଲେଟ ଭଳି ଦେଖାଯାଉଛି । ଆପଣ ମଧ୍ୟ ସଲମାନଙ୍କ ହାତରେ ଏହି ବ୍ରେସଲେଟ ବହୁତ ଥର ଦେଖିଥିବେ । ଏହି ବ୍ରେସଲେଟ ଭଳି ଦେଖାଯାଉଥିବା ନେକଲେସ ପିନ୍ଧି ଇଭେଣ୍ଟକୁ ଯାଇଥିଲେ ମଲାଇକା । ଏହି ନେକଲେସ ପାଇଁ ସେ ଏବେ ଟ୍ରୋଲର ଶିକାର ହୋଇଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

ଏହି ବ୍ରେସଲେଟ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି ସଲମାନଙ୍କ ବ୍ରେସଲେଟ୍ ୟାଙ୍କ ବେକରେ କ’ଣ କରୁଛି । ଲାଗୁଛି ଭୁଲରେ ପିନ୍ଧି ଦେଇଛନ୍ତି…  ଆଉ ଜଣେ ୟୁଜର୍ ଲେଖିଛନ୍ତି ସଲମାନଙ୍କ ବ୍ରସଲେଟ୍ ବେକରେ ପିନ୍ଧିଛନ୍ତି ମଲାଇକା…

ମଲାଇକ୍ କେବଳ ନେକଲେସ ନୁହେଁ ଟ୍ରାନ୍ସପାରେଣ୍ଟ ଆଉଟଫିଟ୍ ପାଇଁ ବି ଟ୍ରୋଲ ହୋଇଛନ୍ତି । ଏହାକୁ ନେଇ ଅନେକ ୟୁଜର୍ ମଲାଇକାଙ୍କୁ ସମାଲୋଚନା କରିଛନ୍ତି ।

ମହାରାଷ୍ଟ୍ର ଫ୍ଲୋର ଟେଷ୍ଟ ଜିତିଲେ ଏକନାଥ ସିନ୍ଦେ, ସପକ୍ଷରେ ପଡ଼ିଲା ୧୬୪ ଭୋଟ୍

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ବିଧାନସଭାରେ ଆଜି ହୋଇଥିବା ଫ୍ଲୋର ଟେଷ୍ଟରେ ଏକନାଥ ସିନ୍ଦେ ସରକାର ସପକ୍ଷରେ ୧୬୪ ଭୋଟ୍ ପଡ଼ିଥିଲା, ଯାହା କି ମ୍ୟାଜିକ ନମ୍ବରଠାରୁ ଆଉ ୨୦ ଭୋଟ୍ ଅଧିକ । ବିନା କୌଣସି ବାଧାରେ ବହୁମତ ସାବ୍ୟସ୍ତ କରିଛନ୍ତି ଏକନାଥ ସିନ୍ଦେ । ମହାବିକାଶ ଅଘାଡିକୁ ୯୯ ଭୋଟ୍ ମିଳିଛି । ଆଜିର ଫ୍ଲୋର ଟେଷ୍ଟରେ MVAର ଅଂଶୀଦାର ଥିବା ବହୁଜନ ବିକାଶ ଅଘାଡି ମଧ୍ୟ ସିନ୍ଦେ-ଫଡନଭିସ୍ ସପକ୍ଷରେ ଭୋଟ୍ ଦେଇଛି ।

୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବର୍ତ୍ତମାନର ସ୍ଥିତି ହେଉଛି ୨୮୭ । ମ୍ୟାଜିକ ନମ୍ବର ପାଇଁ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଆବଶ୍ୟକ ହେଉଥିଲା ୧୪୪ ଭୋଟ୍ । ଶିବସେନାର ସିନ୍ଦେ ଗୋଷ୍ଠୀର ୪୦ ବିଧାୟକଙ୍କ ସମେତ ବିଜେପିର ୧୦୬ ବିଧାୟକ ସରକାରଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ୧୮ ସ୍ୱାଧୀନ ଓ ନିର୍ଦ୍ଦଳୀୟମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ଠିକ୍ ସମୟରେ ପହଞ୍ଚି ନପାରିବାରୁ କଂଗ୍ରେସର ୫ ବିଧାୟକ ଭୋଟିଂରେ ଭାଗ ନେଇ ପାରି ନ ଥିଲେ ।

ଗତକାଲି ବାଚସ୍ପତି ନିର୍ବାଚନରେ ମଧ୍ୟ ସିନ୍ଦେ ଗୋଷ୍ଠୀ ଓ ବିଜେପିର ମିଳିତ ପ୍ରାର୍ଥୀ ରାହୁଲ ନାର୍ଭେକର ବାଜିମାତ କରିଥିଲେ । ୧୬୪ଟି ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ ରାହୁଲ । ସେ ମହାବିକାଶ ଅଘାଡିର ରାଜନ ସାଲଭୀଙ୍କୁ ହରାଇଥିଲେ । ସାଲଭୀଙ୍କୁ ମାତ୍ର ୧୦୭ ଭୋଟ୍ ମିଳିଥିଲା ।  ବାଚସ୍ପତି ନିର୍ବାଚନର ଫଳାଫଳ ଆଜି ଆସ୍ଥା ଭୋଟରେ ପ୍ରତିଫଳିତ ହେବ ବୋଲି ସମ୍ଭାବନା ଥିଲା, ଆଉ ଠିକ୍ ତାହା ହିଁ ହୋଇଛି । ଫ୍ଲୋର ଟେଷ୍ଟ ପୂର୍ବରୁ ବାଚସ୍ପତି ରାହୁଲ ନାର୍ଭେକର ଏକନାଥ ସିନ୍ଦେଙ୍କୁ ହିଁ ଶିବସେନାର ବିଧାୟକ ଦଳ ନେତା ଭାବେ ସ୍ୱୀକୃତି ଦେଇଥିଲେ । ଏଥିସହ  ସିନ୍ଦେଙ୍କୁ ହିଁ ଦଳର ନେତା ଭାବେ ସ୍ୱୀକୃତି ଦେଇଥିଲେ ବାଚସ୍ପତି ।

କୁକୁର ଭୁକିଲା ବୋଲି କୁକୁର ସହ ମାଲିକଙ୍କୁ ଲୁହା ରଡରେ ମାଡ଼

ନୂଆଦିଲ୍ଲୀ: କୁକୁର ଭୁକିଲା ବୋଲି ମାଲିକଙ୍କୁ ଲୁହା ରଡରେ ପିଟିଲେ ବ୍ୟକ୍ତି । ଦିଲ୍ଲୀରେ ଘଟିଛି ଏହି ଜଘନ୍ୟ କାଣ୍ଡ । ଜଣେ ବ୍ୟକ୍ତିଙ୍କ କୁକୁର ଭୁକିବାରୁ କୁକୁର ସହ ମାଲିକଙ୍କୁ ବି ଲୁହା ରଡରେ ପିଟିଛନ୍ତି ଜଣେ ବ୍ୟକ୍ତି । ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳର ଏହି ଘଟଣା ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି  । ଏହି ଘଟଣାର ପୂରା ଭିଡିଓ ଏବେ ସାମ୍ନାକୁ ଆସିଛି ।

ଭିଡିଓରେ ଲାଲ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ଲୁହା ରଡ ହାତରେ ଧରିଥିବା ଦେଖାଯାଉଛି । ଭିଡିଓରେ ଦେଖାଯାଉଛି ଯେ, କୁକୁରକୁ ଜଣେ ବ୍ୟକ୍ତି ବୁଲାଉଛନ୍ତି । ହଠାତ ଲାଲ ଟି-ସାର୍ଟ ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ଲୁହା ରଡ ଧରି ଆସୁଛନ୍ତି ଏବଂ କୁକୁର ମୁଣ୍ଡକୁ ଯୋରରେ ପାହାରେ ପକାଉଛନ୍ତି । ଏ ନେଇ ମାଲିକ ଜଣଙ୍କ ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି କନ୍ତୁ ସେ ତାଙ୍କୁ ମଧ୍ୟ ଲୁହା ରଡରେ ଆକ୍ରମଣ କରିଛନ୍ତି ।

ଏହି ଘଟଣାର ଭିଡିଓ ଭାଇରାଲ ହେଲାପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ପଶ୍ଚିମ ବିହାର ଇଷ୍ଟ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି  । ପୋଲିସ୍ ଏ ନେଇ ତଦନ୍ତ ଆରମ୍ଭ କରିଛି ।

ଏ ନେଇ ପୋଲିସ୍ କହିଛି ଯେ, କୁକୁରର ବୟାନ ଆଧାରରେ ପଶୁଙ୍କ ସୁରକ୍ଷା ପାଇଁ ଉର୍ଦ୍ଦିଷ୍ଟ ଧାରା ଅନୁସାରେ ମାମଲା ହୋଇଛି । ଘଟଣାର ତଦନ୍ତ ଚାଲିଛି । ଖୁବ୍ ଶୀଘ୍ର  ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ଦିନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ । ଏନେଇ ଆଜି ବୋର୍ଡ ବିସ୍ତୃତ ସୂଚନା ଦେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍  । ଗତ ୨ ବର୍ଷ ହେଲା କରୋନା ଯୋଗୁ ଅଫଲାଇନ୍‌ ପରୀକ୍ଷା ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଅଫଲାଇନ୍‌ ପରୀକ୍ଷା ହୋଇଥିଲା ।ଚଳିତ ବର୍ଷ ୫ ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।

ରାଜ୍ୟର ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହୋଇଥିଲା । ଚଳିତ ବର୍ଷ ୩ଟି ପଦ୍ଧତିରେ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ହୋଇଛି । ପ୍ରଥମ ମୂଲ୍ୟାୟନ ପଦ୍ଧତିରେ ସମ୍ମେଟିଭ୍ ଆସେସମେଣ୍ଟ-୧ ଓ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ମାର୍କ ମୂଲ୍ୟକୁ ୨ ଗୁଣା କରି ରେଜଲ୍ଟ ବାହାରିବ । ସେହିଭଳି ଦ୍ୱିତୀୟ ମୂଲ୍ୟାୟନ ପଦ୍ଧତିରେ ସମ୍ମେଟିଭ୍ ଆସେସମେଣ୍ଟ-୨ ମାର୍କ ମୂଲ୍ୟର ୨ଗୁଣା ହୋଇ ମୂଲ୍ୟାୟନ ହେଉଛି । ତୃତୀୟରେ ବୋର୍ଡ ଦ୍ୱାରା କରାଯାଇଥିବା ନୂଆ ମୂଲ୍ୟାୟନ ପଦ୍ଧତି । ଏଥିରେ ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ପ୍ରତିଶତ ମାର୍କ, ସମ୍ମେଟିଭ-୧ରୁ ୩୦ ପ୍ରତିଶତ ମାର୍କ, ସମ୍ମେଟିଭ୍-୨ରୁ ୫୦ ପ୍ରତିଶତ ମାର୍କ ମିଶି ରେଜଲ୍ଟ ଘୋଷଣା ହେବ । ଏହି ତିନିଟି ପରୀକ୍ଷାରେ ଯେଉଁଥିରେ ଛାତ୍ରଛାତ୍ରୀ ସର୍ବାଧିକ ନମ୍ବର ରଖିବେ ସେହି ନମ୍ବରକୁ ଚୂଡ଼ାନ୍ତ ରେଜଲ୍ଟ ଭାବେ ଘୋଷଣା କରାଯିବ । ସେପଟେ ଯୁକ୍ତ ଦୁଇ ଫଳାଫଳ ନେଇ ସମୀକ୍ଷା ହୋଇଛି । ଜୁଲାଇ ଶେଷ ସୁଦ୍ଧା ପ୍ରକାଶ କରିବାକୁ ଉଦ୍ୟମ କରାଯାଉଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ସିଡିରୁ ଖସିପଡ଼ିଲେ ଲାଲୁ, ICUରେ ଭର୍ତ୍ତି

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ଏକ ଦୁର୍ଘଟଣା ଘଟିଯାଇଛି । ଘର ସିଡିରୁ ଖସିପଡ଼ି ସେ ଗୁରୁତର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଆଇସିୟୁରେ ଥିବା ଜଣାପଡ଼ିଛି । ଲାଲୁଙ୍କର କାନ୍ଧ ଭାଙ୍ଗିଯାଇଛି ।

ଗତ ରବିବାର ରାତିରେ ସେ ସିଡିରୁ ଖସି ପଡ଼ିଥିଲେ । ସୋମବାର ଭୋରରୁ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା ।

ଏ ନେଇ ମିଳିଥିବା ସୂଚନା ଅନୁସାରେ ଲାଲୁ ରବିବାର ରାତିରେ ଘରର ସିଡିରୁ ତଳକୁ ଓହ୍ଲାଉଥିଲେ । ସେ ହଠାତ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ । ଏହାଫଳରେ ତାଙ୍କ ଡାହାଣ ପଟ କାନ୍ଧ ଭାଙ୍ଗି ଯାଇଛି । ଘରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ହେଲେ କାନ୍ଧ ଭାଙ୍ଗିବା ଯୋଗୁ ତାଙ୍କୁ ବହୁତ କଷ୍ଟ ହୋଇଥିଲା । ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ପାଟନାରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।