spot_img
Home Blog Page 4231

ଘାଟି ତଳକୁ ଖସିଲା ବସ୍, ୧୬ ଯାତ୍ରୀ ମୃତ

ଧର୍ମଶାଳା: ହିମାଚଳପ୍ରଦେଶ କୁଲୁରେ ଖାଇକୁ ଖସିଲା ବସ୍ । ଘାଟିରୁ ବସ୍ ଖସି ୧୬ ଯାତ୍ରୀଙ୍କ ମୃତ ହୋଇଥିବା ସୂଚନା ମିଳିଛି । ଏହା ସହ ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେଳ ଏବେବି ଘଟଣା ସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ବସରେ ୪୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା । ଦୁର୍ଘଟଣାଗ୍ରସ୍ତ ବସରେ କେତେଜଣ ସ୍କୁଲ ପିଲା ଥିବା ମଧ୍ୟ ସୂଚନା ମିଳିଛି ।

ସୂଚନା ଅନୁସାରେ ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ସେଞ୍ଜ୍ ଅଞ୍ଚଳରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଜଙ୍ଗଲା ଗ୍ରାମରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଘାଟିକୁ ଖସି ପଡ଼ିଛି । ଯାହାଫଳରେ ୧୬ ଜଣ ପ୍ରାଣ ହରାଇଛନ୍ତି । ତେବେ ଏବେବି ଏକାଧିକ ମୃତଦେହ ବସ୍ ମଧ୍ୟରେ ଫସି ରହିଥିବା କୁହାଯାଉଛି । ତେଣୁ ଏବେବି ରେସ୍କ୍ୟୁ ଅପରେସନ ଜାରି ରହିଛି । ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ଗାଡ଼ି ଛାଡ଼ି ଘୋଡାରେ ଡେଲିଭରୀ ବୟ, ଭାଇରାଲ୍ ହେଲା ଭିଡିଓ

ମୁମ୍ବାଇ: ଏବେ ବର୍ଷା ଦିନ । ଘରୁ ବାହାରକୁ ଯିବାକୁ ଅନେକ ଲୋକ ଭଲ ପାଆନ୍ତି ନାହିଁ । ଖାଇବା ଅର୍ଡର କରିବାକୁ ଅନେକ ପସନ୍ଦ କରିଥାନ୍ତି । ଆପଣ ଯଦି ଖାଦ୍ୟ ଅର୍ଡର କରୁଛନ୍ତି ତାହାଲେ ଠିକ୍ ସମୟରେ ନ ଆସିଲେ ବିରକ୍ତ ଲାଗେ । ତେବେ ବର୍ଷାରେ କିପରି ଡେଲିଭରି ବୟ ଖାଦ୍ୟ ପହଞ୍ଚାଇବେ ସେ ନେଇ ଏକ ଅଭିନବ ଉପାୟ କରିଛନ୍ତି ଜଣେ ଡେଲିଭରୀ ବୟ ।

ରାସ୍ତାରେ ପାଣି ଜମିବା କାରଣରୁ ସେ ଗାଡ଼ି ଛାଡ଼ି ଘୋଡା ଉପରେ ସବାର ହୋଇଛନ୍ତି । ଘୋଡାରେ ଚଢ଼ି ସେ ଫୁଡ୍ ଡେଲିଭର୍ କରୁଛନ୍ତି ।

ସୋସିଆଲ ମିଡିଆରେ ଘୋଡାରେ ସବାର ଥିବା ଡେଲିଭରୀ ବୟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି ‘ସ୍ବିଗି’ର ଜଣେ ଡେଲିଭରୀ ବୟ ଘୋଡାରେ ବସି ରାସ୍ତାରେ ଯାଉଛନ୍ତି । ଏଥିରୁ ଜଣାପଡ଼ୁଛି ଡେଲିଭରୀ ବୟ ଜଣଙ୍କ ଫୁଡ୍ ଡେଲିଭରୀ କରୁଛନ୍ତି ।

ଭାଇରାଲ ଏହି ଭିଡିଓ ହେଉଛି ମୁମ୍ବାଇର । ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁ ସବୁବେଳେ ପାଣି ଜମିଥାଏ । ଏଥିପାଇଁ ଯିବା ଆସିବାରେ ବି ବହୁତ ଅସୁବିଧା ହୁଏ । ଅନେକ ସମୟରେ ଟ୍ରାଫିକ୍ ଜାମ୍ ବି ହୋଇଯାଏ । ଏହି କାରଣରୁ ଡେଲିଭରୀ ବୟ ଜଣଙ୍କ ଗାଡ଼ି ଛାଡ଼ି ଘୋଡାକୁ ନିଜର ସାଥି କରିଛନ୍ତି । ଆଉ ଠିକ୍ ସମୟରେ ଫୁଡ୍ ଡେଲିଭରୀ କରୁଛନ୍ତି ।

https://www.youtube.com/watch?v=H54-MYgEiTc

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ନାରାବାଜି । ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ । ନାରାବାଜି ଯୋଗୁଁ ବାଧାପ୍ରାପ୍ତ ହୋଇଛି ପ୍ରଶ୍ନକାଳ । ଫଳରେ ଗୃହକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଆଜି ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିଲା । ହେଲେ ବିରୋଧୀ ସଦସ୍ୟଙ୍କ ନାରାବାଜି ଯୋଗୁ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଆଜି ଗୃହରେ ବିଜେପି ଆଣିଛି ମୁଲତବି ପ୍ରସ୍ତାବ ‘ବିଦ୍ୟୁତ୍ ସଂସ୍କାର ଆଳରେ ଉପଭୋକ୍ତମାନଙ୍କୁ ମହଙ୍ଗା ମାଡ଼’ । ଘନ ଘନ ପାଓ୍ୱାର କଟ୍, ଲୋ ଭୋଲଟେଜ୍, ଚୁଲିକି ଗଲାଣି ପିଲାଙ୍କ ପାଠ । ଗୃହରେ ଏହି ପ୍ରଶ୍ନରେ ଉତ୍ତର ରଖିବେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଯଦି ଗୃହ କାର୍ଯ୍ୟ ସ୍ୱାଭାବିକ୍ ହୁଏ, ତେବେ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ।

 

ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ ଜିତିଲେ କର୍ଣ୍ଣାଟକର ସିନ୍ନି ସେଟ୍ଟି

ମୁମ୍ବାଇ: ସିନ୍ନି ସେଟ୍ଟୀଙ୍କୁ ସୁନ୍ଦରୀ ମୁକୁଟ । ମୁମ୍ବାଇରେ ଆୟୋଜିତ ମିସ୍ ଇଣ୍ଡିଆ-୨୦୨୨ ଇଭେଣ୍ଟରେ ଟାଇଟଲ ଜିତିଛନ୍ତି କର୍ଣ୍ଣାଟକର ସିନ୍ନି ସେଟ୍ଟୀ । ପ୍ରତିଯୋଗିତାରେ ଭାଗ ନେଇଥିବା ୩୧ ସୁନ୍ଦରୀକୁ ପଛରେ ପକାଇ ୨୦୨୨ ମିସ୍ ଇଣ୍ଡିଆ ମୁକୁଟ ଜିତିଛନ୍ତି ସିନ୍ନି । ସିନ୍ନି ଏବେ ଚାର୍ଟାର୍ଡ ଫାଇନାନସିଆଲ ଆନାଲିଷ୍ଟ କୋର୍ସ କରୁଛନ୍ତି । ଏହି ଗ୍ରାଣ୍ଡ ଇଭେଣ୍ଟରେ ବଲିଉଡ୍ ସେଲିବ୍ରିଟି କୀର୍ତ୍ତି ସାନନ୍, ମଲାଇକା ଆରୋରା, ନେହା ଧୁପିଆ, ମନିଷ ପଲ୍, ରାଜକୁମାର ରାଓ ପ୍ରମୁଖ ସାମିଲ ହୋଇଥିଲେ ।

ଏହି ଶୋ’ ହୋଷ୍ଟ କରିଥିଲେ ଜଣାଶୁଣା ଆଙ୍କର ମନିଷ ପଲ୍‌ । ୨୧ ବର୍ଷୀୟ ସିନ୍ନିଙ୍କୁ ମୁକୁଟ ପିନ୍ଧାଇଥିଲେ ପୂର୍ବତନ ମିସ୍ ଇଣ୍ଡିଆ ମନସା ବାରଣାସି । ରାଜସ୍ଥାନର ରୁବଲ ଶେଖାଓ୍ୱତ ଫାଷ୍ଟ ରନର୍ସଅପ୍ ଟାଇଟଲ ଜିତିଥିବା ବେଳେ ୟୁପିର ସିନାତା ଚୌହାନ ସେକେଣ୍ଡ ରନର୍ସଅପ ଟାଇଟଲ ହାତେଇଛନ୍ତି ।

 

ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା, ଆଡ଼ପ ମଣ୍ଡପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି

ପୁରୀ: ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା । ପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଆଜି ଚତୁର୍ଥ ଦିନ । ଆଡ଼ପ ମଣ୍ଡପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି । ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜିଉଙ୍କ ଏହି ଗୁପ୍ତ ନୀତି କରାଯିବ । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ । ପାରମ୍ପରିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କର୍ପୁର, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏଥିପାଇଁ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଆପାତତଃ ସନ୍ଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ ନୀତିକାନ୍ତି ହେବ । ଅନ୍ୟପଟେ ଦୁଇବର୍ଷ ପରେ ଆଡ଼ପ ଦର୍ଶନ ମିଳୁଥିବାରୁ ଶ୍ରଦ୍ଧାଳୁଙ୍କର ଲାଗୁଛି ଅସମ୍ଭବ ଭିଡ଼ । ଆଡ଼ପ ଅବଢ଼ା ପାଇ ନିଜକୁ କୃତାର୍ଥ ମଣୁଛନ୍ତି ଭକ୍ତ ।

ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗରେ ସରଗରମ ହେବ ଗୃହ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ସ୍ୱରାଷ୍ଟ୍ର, ଅର୍ଥ, ନିର୍ମାଣ, ଖଣି, ଇସ୍ପାତ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଉପରେ ଆଲୋଚନା ହେବ । ଶୂନ୍ୟକାଳରେ ଉଠିପାରେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ । ଗୃହରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବିବୃତି ଦାବି କରିପାରନ୍ତି ବିରୋଧୀ । ବିପର୍ଯ୍ୟସ୍ତ ବିଜୁଳି ସେବାକୁ ନେଇ ବିଜେପି ପକ୍ଷରୁ ଆଗତ ମୂଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ।

ସେହିପରି ନୂପୁର ଶର୍ମା ପ୍ରସଙ୍ଗରେ କ’ଣ ରହିବ ବିରୋଧୀଙ୍କ ଆଭିମୁଖ୍ୟ ତାହା ଉପରେ ମଧ୍ୟ ନଜର ରହିଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ୨ ଲକ୍ଷ କୋଟିର ବଜେଟ ଉପସ୍ଥାପନ କରିଥିଲେ । ତେବେ ନୂପୁର ଶର୍ମା ପ୍ରସଙ୍ଗକୁ ନେଇ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହେବା ପରେ ଗୃହ ଅଚଳ ହୋଇଥିଲା ।

ଆଜିଠୁ ଭିଜିବ ସାରା ଓଡ଼ିଶା, ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଆଜିଠୁ ଭିଜିବ ସାରା ଓଡ଼ିଶା । ଆଜି ଲଘୁଚାପରେ ପରିଣତ ହେବ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ପ୍ରଭାବରେ ୪ରୁ ୫ଦିନ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଉପକୂଳ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲକରୁ ମଧ୍ୟମଧରଣର ବର୍ଷା ହେବ । ଏଥିପାଇଁ ୧୭ଜିଲ୍ଲାକୁ ୟେଲୋ ଓ ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୬ ତାରିଖରୁ ବର୍ଷାର ପରିମାଣ ବଢି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏହି ସମୟରେ କେତେକ ସ୍ଥାନରେ ବିଜୁଳି ଘଡ଼ିଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜିଠୁ ଓଜେଇଇ, ଓଡ଼ିଶା ସମେତ ୪ଟି ରାଜ୍ୟରେ ୬୫ଟି ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ପରୀକ୍ଷା । ଏଥିପାଇଁ ଓଡ଼ିଶା ସମେତ ୪ଟି ରାଜ୍ୟରେ ହୋଇଛି ୬୫ଟି ପରୀକ୍ଷା କେନ୍ଦ୍ର । ରାଜ୍ୟର ୩୦ଟି ଜିଲା ଛଡ଼ା ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ପରୀକ୍ଷା କେନ୍ଦ୍ର ହୋଇଛି । ୧୩ଟି ବିଭାଗରେ ଅଛନ୍ତି ମୋଟ ୫୭ ହଜାର ୯୧୮ ପରୀକ୍ଷାର୍ଥୀ । ଏଥର ମଧ୍ୟ କୋଭିଡ କଟକଣା ଭିତରେ ପରୀକ୍ଷା ହେଉଛି । ଦିନକୁ ୩ଟି ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ୧୧ଟା ପ୍ରଥମ ସିଟିଂ, ୧୨ଟା ୩୦ ରୁ ୨ଟା ୩୦ ଦ୍ୱିତୀୟ ସିଟିଂ ଓ ଅପରାହ୍ନ ୪ରୁ ୬ଟା ପର୍ଯ୍ୟନ୍ତ ହେବ ତୃତୀୟ ସିଟିଂ ପରୀକ୍ଷା ।

କମ୍ପ୍ୟୁଟର ଆଧାରିତ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କମ୍ପ୍ୟୁଟର ମୋଡ଼ରେ ପରୀକ୍ଷା ହେଉଛି । ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜେସନ, ସାମାଜିକ ଦୂରତା ରକ୍ଷା କରିବା ଓ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ୱ ଦେଇଛି ଓଜେଇଇ । ଏଥର  ସର୍ବାଧିକ ଲାଟେରାଲ ଏଣ୍ଟ୍ରି ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ରହିଥିବାବେଳେ ବି.ଫାର୍ମାରେ ୧୨ ହଜାର ୨୨୯ ଜଣ, MBAରେ ୧୦ ହଜାର ୬୭୪ ଜଣ ଆବେଦନ କରିଛନ୍ତି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ OJEE  ପରୀକ୍ଷା ଅନୁଷ୍ଠିତ ହେବ ।

ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ ସିନ୍ଦେ, ବିଧାନସଭାରେ ହେବେ ଆସ୍ଥା ଭୋଟରେ ସମ୍ମୁଖୀନ

ମୁମ୍ବାଇ: ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ଆସ୍ଥା ଭୋଟରେ ସମ୍ମୁଖୀନ ହେବେ ସିନ୍ଦେ । ଏବେ ୩୯ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସମେତ ୫୦ ବିଧାୟକ ସିନ୍ଦେ କ୍ୟାମ୍ପରେ ଅଛନ୍ତି । ବିଜେପି ମଧ୍ୟ ସିନ୍ଦେ ସରକାରଙ୍କ ଅଂଶୀଦାର ରହିଛି । ତେଣୁ ସଂଖ୍ୟା ସିନ୍ଦେ –ବିଜେପି ପାଖରେ ରହିଛି । ଯଦି କିଛି ଆଇନଗତ ସମସ୍ୟା ନ ଉପୁଜେ, ତେବେ ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟୀ ହେବା ନିଶ୍ଚିତ ।

ଗତକାଲି ବାଚସ୍ପତି ନିର୍ବାଚନରେ ମଧ୍ୟ ଏହାର ଆଭାସ ଦେଖିବାକୁ ମିଳିଛି । ବିଜେପି ଓ  ଶିବସେନାର ସିନ୍ଦେ ଗୋଷ୍ଠୀର ମିଳିତ ପ୍ରାର୍ଥୀ ରାହୁଲ ନାର୍ଭେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ରାହୁଲଙ୍କୁ ୧୬୪ଟି ଭୋଟ୍ ମିଳିଥିଲା ବେଳେ ମହାବିକାଶ ଅଘାଡିର ସାଲଭୀ ପାଇଥିଲେ ୧୦୭ଟି ଭୋଟ୍ । ଏଣୁ ସଂଖ୍ୟା ଦୃଷ୍ଟିରେ ସିନ୍ଦେ ଢେର ଆଗରେ ଅଛନ୍ତି । ସେପଟେ ବିଧାନସଭା ଅଧିବେଶନ ଓ ବାଚସ୍ପତି ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ଶିବସେନାର ଉଦ୍ଧବ ଗୋଷ୍ଠୀ ଓ କଂଗ୍ରେସ । ସିନ୍ଦେ ଗୋଷ୍ଠୀର ବିଧାୟକମାନେ ବାଚସ୍ପଚି ନିର୍ବାଚନରେ ଭାଗ ନେବା ସଂପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଟିମ୍ ଉଦ୍ଧବ ପକ୍ଷରୁ କୁହାଯାଇଛି । କଂଗ୍ରେସ ରାଜ୍ୟପାଳଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛି ।

ଭୁବନେଶ୍ବର ବରମୁଣ୍ଡାରେ ଜଳିଗଲା ବସ୍, କାଚ ଭାଙ୍ଗି ଯାତ୍ରୀଙ୍କୁ କରାଗଲା ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାରେ ଜଳିଗଲା ବସ୍ । ଭାରସାମ୍ୟ ହରାଇ ବ୍ରିଜର ବାଡ଼ରେ ପିଟି ହେବା ପରେ ଗାଡ଼ିରେ ଲାଗିଲା ନିଆଁ । କାଚ ଭାଙ୍ଗି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛି । ବସରେ ନିଆଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଦମକଳ ବାହିନୀ । ୩ଟି ଦମକଳ ଗାଡି ନିଆଁକୁ ଆୟତ୍ତ କରିଥିଲା ।

ସୂଚନା ଅନୁସାରେ ଲଳିତା ନାମକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିବା ବେଳେ ଭାରସାମ୍ୟ ହରାଇ ବରମୁଣ୍ଡା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ପରେ ବସରେ ନିଆଁ ଲାଗିଯାଇଥିଲା । ତେବେ ଏବେବି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।