spot_img
Home Blog Page 4233

କେବଳ ସମ୍ବିଧାନ ପାଖରେ ନ୍ୟାୟପାଳିକା ଉତ୍ତରଦାୟୀ: ପ୍ରଧାନ ବିଚାରପତି

ସାନଫ୍ରାନ୍ସିକୋ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମନ୍ନା ରାଜନୈତିକ ଦଳଗୁଡିକ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ନିଜ ସ୍ୱାର୍ଥ ସାଧନା ପାଇଁ ରାଜନୈତିକ ଦଳଗୁଡିକ ନ୍ୟାୟପାଳିକାକୁ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି । ରାଜନୈତିକ ଦଳଗୁଡିକର ତ୍ରୁଟିଯୁକ୍ତ ଚିନ୍ତାଧାରା ପାଇଁ ଉପଯୁକ୍ତ ବୁଝାମଣାର ଅଭାବ କାରଣରୁ ସମ୍ବିଧାନ ଏବଂ ଗଣତାନ୍ତ୍ରିକ ସଂସ୍ଥା ସମ୍ପର୍କରେ ଜାଣିପାରୁନାହାନ୍ତି ସାଧାରଣ ଲୋକମାନେ । ସୂଚନାଥାଉକି, ଜୁଲାଇ ୧ ତାରିଖରେ ଆମେରିକାର ସାନ ଫ୍ରାନ୍ସିକୋରେ ଆୟୋଜିତ ଭାରତୀୟ-ଆମେରିକୀୟ ସଂଘର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନ ବିଚାରପତି ରମନ୍ନା ।

ଏହି ଅବସରରେ ରମନ୍ନା କହିଥିଲେ, ଆମେ ସ୍ୱାଧିନତାର ୭୫ ବର୍ଷ ପାଳନ କରୁଛେ  । କିନ୍ତୁ ଏବେବି ଅନେକ ଅବଶୋଷ ରହିଯାଇଛି । ସମ୍ବିଧାନ ଦ୍ୱାରା ପ୍ରତ୍ୟେକ ସଂସ୍ଥା ଏବଂ ଲୋକମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ଓ କାର୍ଯ୍ୟକୁ ସଠିକ ଭାବେ ତୁଲାଉ ନାହାନ୍ତି । ଯିଏ କ୍ଷମତାରେ ରହୁଛି ସେ ଭାବୁଛି ଯେ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟ ପାଇଁ ଅଦାଲତରୁ ଅନୁମୋଦନ ପାଇବାକୁ ସେମାନେ ହକଦାର, ସେହିପରି ଯିଏ ବିରୋଧୀ ଦଳରେ ରହୁଛନ୍ତି ସେମାନେ ଆଶା କରୁଛନ୍ତି କି ତାଙ୍କର ରାଜନୈତିକ ଆଶାକୁ ନ୍ୟାୟପାଳିକାରୁ ପ୍ରଗତି ମିଳିବ । କିିନ୍ତୁ ସ୍ପଷ୍ଟ ଭାବେ କହିବାକୁ ଚାହେଁ ସମ୍ବିଧାନ ଏବଂ କେବଳ ସମ୍ବିଧାନ ପାଖରେ ନ୍ୟାୟପାଳିକା ଉତ୍ତରଦାୟୀ ।  ତ୍ରୁଟିପୂର୍ଣ୍ଣ ବିଚାର ପାଇଁ ଲୋକମାନଙ୍କ ମଧ୍ୟରେ ଉପଯୁକ୍ତ ବୁଝାମଣା ଅଭାବରୁ ସମ୍ୱିଧାନ ଏବଂ ଗଣତାନ୍ତ୍ରିକ ସଂସ୍ଥା ସମ୍ପର୍କରେ ଜାଣିପାରୁନାହାନ୍ତି । ପ୍ରତ୍ୟେକ ସଂସ୍ଥା ଏବଂ ବ୍ୟକ୍ତି ସମ୍ବିଧାନ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟ କରିବାରେ ଅସମର୍ଥ ହେଉଛନ୍ତି  । ଆଉ ଯେଉଁମାନେ ଠିକ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପ୍ରଶଂସା କରାଯାଉନାହିଁ  ।

ଏଥିସହ ସିଜେଆଇ ରମନ୍ନା ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ପେଶାଗତ ଶିକ୍ଷାନୁଷ୍ଠାନର ବିକାଶକୁ ପ୍ରଶଂସା କରିଛନ୍ତି । ରମନ୍ନା କହିଛନ୍ତି ପୂର୍ବରୁ ଲୋକମାନେ ପେଶାଗତ କୋର୍ସ ଯେମିତିକି ଆଇନ, ବ୍ୟବସାୟ ଇତ୍ୟାଦି ପାଇଁ ଦେଶ ଛାଡୁଥିଲେ କିନ୍ତୁ ଏବେ ଦେଶରେ ଭଲ ଶିକ୍ଷା ସଂସ୍ଥା ରହିଛି । ଏହା ବ୍ୟତୀତ ସେ କହିଛନ୍ତି ସରକାରଙ୍କ କିଛି ଯୋଜନା ବିଶ୍ୱବିଦ୍ୟାଳୟ ଓ କଲେଜର ଶାନ୍ତି ଭଙ୍ଗ କରୁଛି । ଭିତ୍ତିଭୂମିର ମାନେ ହେଉଛି ଦୀର୍ଘକାଳୀନ ଅଭିବୃଦ୍ଧି ଏହା କେବେବି ଅସ୍ଥିର ନହେବା ଆବଶ୍ୟକ । ସାରା ବିଶ୍ୱରେ ସରକାର ବଦଳିବା ସହ ଯୋଜନା ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ  । କିନ୍ତୁ ବଦଳିବାର ଅର୍ଥ ଏହା ନୁହେଁ ଯେ ଶିକ୍ଷା କ୍ଷେତ୍ରରେ ବିକାଶକୁ ହ୍ରାସ କରିବା । ସମ୍ବିଧାନ ନିୟମ ଅନୁଯାୟୀ ପ୍ରତି ୫ ବର୍ଷରେ ସରକାର ବଦଳାଇବାକୁ ଲୋକମାନଙ୍କ ପାଖରେ କ୍ଷମତା ଅଛି  । ସରକାର ବଦଳାଇବା କ୍ଷେତ୍ରରେ ସହରର ଶିକ୍ଷିତଙ୍କ ଅପେକ୍ଷା ଗ୍ରାମାଞ୍ଚଳ ଲୋକମାନେ ଅଧିକ ସକ୍ରିୟ ଅଛନ୍ତି  । ବିଭିନ୍ନତା ମଧ୍ୟରେ ଏକତା ଭାରତର ଏକ ସ୍ୱତନ୍ତ୍ର ପରିଚୟ  । ଆମେ ସମସ୍ତେ ଏହାକୁ ପ୍ରଶଂସା କରିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ପ୍ରଧାନ ବିଚାରପତି ଏନଭି ରମନ୍ନା  ।

ଲଘୁଚାପ ପ୍ରଭାବରେ ୫ଦିନ ଭିଜିବ ଓଡ଼ିଶା

ଭୁବନେଶ୍ୱର: କାଲିଠୁ ଭିଜିବ ସାରା ଓଡ଼ିଶା । ଆସନ୍ତାକାଲି ଲଘୁଚାପରେ ପରିଣତ ହେବ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୪ରୁ ୫ଦିନ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଉପକୂଳ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲକରୁ ମଧ୍ୟମଧରଣର ବର୍ଷା ହେବ ।

ଏଥିପାଇଁ ୧୭ଜିଲ୍ଲାକୁ ୟେଲୋ ଓ ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ୫ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୬ତାରିଖରୁ ପରିମାଣ ବଢି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏହି ସମୟରେ କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଚୋରି କରି ଚୋର ଲେଖିଲା, IT’S ME “ସ୍କୁଲ ପିଲା, ଧରିପାରିଲେ ଧର “

ନବରଙ୍ଗପୁର: IT’S ME । ଧୁମ-4, କମିଙ୍ଗ୍ ଶୁନ୍ l “ସ୍କୁଲ ପିଲା, ଧରିପାରିଲେ ଧର ” । ଫିଲ୍ମ ଷ୍ଟାଇଲରେ ଚୋରି କରି ସ୍କୁଲ ବ୍ଲାକ ବୋର୍ଡରେ ଲେଖିଗଲା ଚୋର  ।  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଖାତିଗୁଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ବୋର୍ଡରେ ଏମିତି କିଛି ଲେଖିଯାଇଛନ୍ତି ଦୁର୍ବୃର୍ତ୍ତ । ବିଦ୍ୟାଳୟର ମୁଖ୍ୟ ଫାଟକର ଚାବି ଭାଙ୍ଗିବା ସହ ପ୍ରଧାନଶିକ୍ଷକଙ୍କ କକ୍ଷରେ ଥିବା ୨ଟି ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର୍, ଜେରକ୍ସ ମେସିନ୍, ଏବଂ ସାଉଣ୍ଡ ବକ୍ସ ଆଦି ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଚୋରି ହୋଇଥିବା କମ୍ପ୍ୟୁଟରରେ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ସହ ସ୍କୁଲ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ଗରୁତ୍ବପୂର୍ଣ୍ଣ ତଥ୍ୟ ରହିଥିଲା । ଚୋରି କରି ଚମ୍ପଟ ମାରିବା ପୂର୍ବରୁ ପୋଲିସ ତଥା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃର୍ତ୍ତ । ଏମିତିକି ବ୍ଲାକ ବୋର୍ଡରେ କିଛି ମୋବାଇଲ ନମ୍ୱର୍ ଲେଖିଯାଇଛନ୍ତି ଦୁର୍ବୃର୍ତ୍ତ। ଯେଉଁଥିରେ ସ୍କୁଲ ଶିକ୍ଷକଙ୍କ ନମ୍ୱର ମଧ୍ୟ ରହିଛି । ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ଶନିବାର ସକାଳେ ସ୍କୁଲ ଖୋଲିବା ବେଳକୁ ଚୋରି ହୋଇଥିବା ଜଣାପଡ଼ିଥିଲା । ଖାତିଗୁଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏହାସହ ସାଇଣ୍ଟିଫିକ ଟିମ ଓ ପୋଲିସ ସନ୍ଧାନୀ କୁକୁରର ସାହାଯ୍ୟ ନେଇ ତଦନ୍ତ ଜାରିରଖିଛି ପୋଲିସ ।

ଏପରିକି ଦୁର୍ବୃତ୍ତମାନେ କମିଙ୍ଗ୍‌ ଶୁନ୍‌, ସ୍କୁଲ ପିଲା ଧରିପାରିଲେ ଧର ଏବଂ ଆମେ ପୁଣି ଆସିବୁ ବୋଲି ଲେଖି ଚାଲି ଯାଇଥ‌ିଲେ  ।ଏଥିସହ ବ୍ଲାକ ବୋର୍ଡ ରେ କିଛି ମୋବାଇଲ ନମ୍ୱର୍ ଲେଖିଛନ୍ତି । ଯେଉଁଥିରେ ସ୍କୁଲ ଶିକ୍ଷକ ଙ୍କ ନମ୍ୱର୍ ମଧ୍ଯ ରହିଛି । ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ଶନିବାର ସକାଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇବା ସହ ଚୋରମାନେ ବ୍ଲାକ୍‌ ବୋର୍ଡରେ ଲେଖିଥିବା ଲେଖାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଖାତିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ କରୁଛି  ।

କିନ୍ତୁ ଦୁର୍ବୃତ୍ତମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିବା ବେଳେ ସେମାନଙ୍କୁ ଖୋଜି ବାହାର କରିବା ବର୍ତ୍ତମାନ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି  ।  ଏଭଳି ଘଟଣା ଲୋକଲୋଚନକୁ ଆସିଲା ପରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବି‌ଷୟ ପାଲଟିଛି । ବର୍ତ୍ତମାନ ଖାତିଗୁଡା ଥାନା ତରଫରୁ ତଦନ୍ତ ଚାଲିଛି ଓ ଘଟଣା ସ୍ଥଳରେ ସାଇଁଟିଫିକ ଟିମ ଓ ପୋଲିସ ସନ୍ଧାନୀ କୁକୁରର ସାହାଯ୍ୟ ନେଇ ତଦନ୍ତ ଜାରିରଖିଛି ।

ପତିଙ୍କ ପାଇଁ ପଜେସିଭ ହେଲେ ରୁବିନା, କହିଲେ ଦେଖିନେବି

ନ୍ୟାଶନାଲ ଟିଭି ଚ୍ୟାନେଲରେ ନିଜ ସମ୍ପର୍କ ଓ ବିବାହ ବିଷୟରେ ଖୁଲମଖୁଲା କହି ଚର୍ଚ୍ଚାରେ ରହିଥାନ୍ତି ରୁବିନା ଦିଲୈକ  । ବିବାହ ସମ୍ପର୍କକୁ ଶେଷ ସୁଯୋଗ ଦେବା ପାଇଁ ବିଗ ବସ୍‌ ଶୋ’ର ସାହାରା ନେଇଥିଲେ ରୁବିନା। ଶୋରେ ନିକଟତର ହେବା ସହ ସମ୍ପର୍କ ମଧ୍ୟ ଆହୁରି ମଜବୁତ ହୋଇଥିଲା । କିନ୍ତୁ ଏହି ସମ୍ପର୍କକୁ ନେଇ ରାଗି ଯାଇଛନ୍ତି ରୁବିନା  । ପତି ଅଭିନବ ଶୁକ୍ଲାଙ୍କ ସହ ରିଲେସନସିପକୁ ନେଇ ଟାର୍ଗେଟ କରୁଥିବା ଲୋକଙ୍କୁ ସେ ଦେଇଛନ୍ତି କଡା ଚେତାବନୀ ।

ଖତରୋ କେ ଖିଲାଡିରେ ଭାଗ ନେଇ ଷ୍ଟଣ୍ଟ ଦେଖାଉଥିବା ରୁବିନା ଏକ ସାକ୍ଷାତକାରରେ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି । ଅଭିନବଙ୍କ ଅପମାନ ସେ ଆଉ ସହିବେ ନାହିଁ । ବରଂ ଯେ କେହି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସୋସିଆଲ ମିଡିଆରେ କହିବ ରୁବିନାଙ୍କ କ୍ରୋଧର ଶିକାର ହେବେ କହିଛନ୍ତି ରୁବିନା  ।

କେହି ସ୍ବାମୀଙ୍କୁ ନେଇ କିଛି କହିଲେ ବା ତାଙ୍କର ଅପମାନ କଲେ ସହ୍ୟ କରିବି ନାହିଁ । ସେ ସହକର୍ମୀ ହୁଅନ୍ତୁ ବା ପୂର୍ବରୁ କାମ କରିଥାନ୍ତୁ ଅଭିନବଙ୍କୁ କେହି କିଛି କହିପାରିବେ ନାହିଁ । ସେ ଆହୁରି କହିଛନ୍ତି ଆମ ସମ୍ପର୍କରେ ତିକ୍ତତା ସମୟରେ ଅନେକ ଲୋକ ଏହାର ଫାଇଦା ଉଠାଇଥିଲେ  । ଯେଉଁଥିପାଇଁ ସୋସିଆଲ ମିଡିଆରେ ରିଲେସନସିପ କଥା ଉଠାଇବାକୁ ବାଧ୍ୟ ହୋଇଥିଲି କହିଛନ୍ତି ରୁବିନା ।

ଦୁବାଇରେ ରାକ୍ଷୀଙ୍କ ବୟଫ୍ରେଣ୍ଡ କିଣିବେ ୧୦ଟି ଫ୍ଲାଟ୍ !

ନୂଆଦିଲ୍ଲୀ:  ଏଣ୍ଟରଟେଣ୍ଟମେଣ୍ଟ କ୍ୟୁନ୍ ରାକ୍ଷୀ ସାଓ୍ବନ୍ତଙ୍କ ଜୀବନରେ ବୟଫ୍ରେଣ୍ଡ ଆଦିଲ ଖାନ୍ ଦୁର୍ରାନୀଙ୍କ ଏଣ୍ଟ୍ରି ପରେ ରାକ୍ଷୀଙ୍କ ଖୁସି କହିଲେ ନସରେ ।ତାଙ୍କ ଭାଗ୍ୟ ଏବେ ଚମକିବାକୁ ଯାଉଛି ।  ଆଦିଲ ଜଣେ ବିଜନେସ ମ୍ୟାନ୍ । ଏବେ ଆଦିଲ କିଛି ଦିନ ହେବ ସବୁ ବେଳେ ତାଙ୍କ ଲେଡି ଲଭ୍ ରାକ୍ଷୀଙ୍କ ସହ ଅନେକ ଜାଗାରେ ନଜର ଆସୁଛନ୍ତି । ତେବେ ରାକ୍ଷୀଙ୍କ ଫ୍ୟାନଙ୍କ ପାଇଁ ଏହା ଏକ ଖୁସି ଖବର । ଦୁବାଇରେ ୧୦ଟି ଆପାଟମେଣ୍ଟ କିଣିବେ ରାକ୍ଷୀଙ୍କ ବୟଫ୍ରେଣ୍ଡ ଆଦିଲ ।

ଆଦିଲ ରାଖୀଙ୍କୁ ଏକ ବିଳାଶପୂର୍ଣ୍ଣ BMW କାର ଗିପ୍ଟ ମଧ୍ୟ କରିଛନ୍ତି  । ଆଉ ଏବେ ସେ ଦୁବାଇରେ ସମ୍ପତ୍ତି କିଣିବା ପାଇଁ ଯୋଜନା ମଧ୍ୟ କରୁଛନ୍ତି । ରାକ୍ଷୀ ସାଓ୍ବନ୍ତ ନିଜେ ହିଁ ଏହି କଥା ଏକ ଭିଡିଓ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଆଜ୍ଞା ହଁ ଏହା ସତ । ରାକ୍ଷୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ କହୁଛନ୍ତି କି, ପ୍ରଥମେ ଆମେ ଗୋଟିଏ ଆପାଟମେଣ୍ଟ ନେଇଥିଲୁ  । ଏବେ ଆଦିଲ ଦୁବାଇରେ ୧୦ଟି ଆପାଟମେଣ୍ଟ କିଣିବା ପାଇଁ ପ୍ଲାନିଙ୍ଗ୍ କରୁଛନ୍ତି, କାରଣ ଦୁବାଇରେ ପ୍ଲାଟ୍ ଗୁଡିକ ବହୁତ ଶସ୍ତା । ଆର୍ଥାତ୍ ଏଠାକାର ୩ଟି ପ୍ଲାଟର ମୂଲ୍ୟରେ ଦୁବାଇରେ ୧୦ଟି ପ୍ଲାଟ୍ କିଣି ହେଇଯିବ । ଆହୁରି ରାକ୍ଷୀ ହସିକରି କହୁଛନ୍ତି , ଯଦି କାହାକୁ ପ୍ଲାଟ୍ କିଣିବାର ଅଛି ତାହେଲେ ମୋତେ କଣ୍ଟାକ୍ଟ କରନ୍ତୁ ।

୧୦ ଦିନ ଭିତରେ ହେବ ଶ୍ରୀମନ୍ଦିର ରୋଷଘର ଚଟାଣର ମରାମତି: ASI

ପୁରୀ: ଏଏସଆଇ ଟିମର ଶ୍ରୀମନ୍ଦିର ଯାଞ୍ଚ । ଆସନ୍ତା ୧୦ ଦିନ ଭିତରେ ଶ୍ରୀମନ୍ଦିର ରୋଷଘର ଚଟାଣର ମରାମତି କାର୍ଯ୍ୟ ଶେଷ କରାଯିବ । ଗର୍ଭଗୃହ ଭିତରେ କେମିକାଲ ଓ୍ବାସ୍ ସହ ପ୍ଲାଷ୍ଟରରିଂ ହେବ । ଜଗମୋହନ ଓ ନାଟମଣ୍ଡପର ସ୍ଥିତି ସଠିକ୍ ରହିଛି । କଳାହାଟ ଦ୍ୱାରର ରୂପାଛାଉଣୀ ଶୀଘ୍ର ଶେଷ ହେବ । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଯିବା ନେଇ ଏଏସଆଇ ଡିଜିଙ୍କୁ ଚିଠି ଲେଖାଯାଇଛି ।

ଅନୁମତି ମିଳିବା ପରେ ଖୁବଶୀଘ୍ର ସିସିଟିଭି ଲଗାଯିବ ବୋଲି କହିଛନ୍ତି ଏଏସଆଇ ଓଡିଶା ମୁଖ୍ୟ ତଥା ସୁପରିନ୍‌ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ । ଶ୍ରୀମନ୍ଦିରରୁ ଶ୍ରୀଜିଉ ଗୁଣ୍ଡିଚା ରାଣୀଙ୍କ ମନ୍ଦିରକୁ ଗସ୍ତ କରିଚନ୍ତି  । ବର୍ତ୍ତମାନ ଶ୍ରୀମନ୍ଦିରରେ ବନ୍ଦ ରହିଛି ସମସ୍ତ ନିତୀକାନ୍ତି  । ପ୍ରଭୁଙ୍କ ମାନବୀୟ ଲୀଳାରେ ବିଭୋର ଗୁଣ୍ଡିଚା ମନ୍ଦିର  । ତେଣୁ ଏହି ସମୟରେ ଏଏସଆଇ ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥାଏ  ।

ଦେଖିନଥିବେ ଏମିତି ବିବାହ: କୁମ୍ଭୀର କନ୍ୟା, ବର ମେୟର

ମେକ୍ସିକୋ ସିଟି: ଜୀବନସାଥୀ ସହ ସଂସାର ଗଢିବାକୁ ପ୍ରତ୍ୟେକ ସ୍ବପ୍ନ ଦେଖିଥାନ୍ତି  । କିନ୍ତୁ ଜୀବନସାଥୀ ଯଦି କୁମ୍ଭୀର ହୋଇଥିବ ତେବେ ଏହା କେମିତି ସମ୍ଭବ ? କାହାଣୀ ଭଳି ଲାଗୁଥିଲେ ବି ବାସ୍ତବରେ ଏମିତି ଘଟଣା ଘଟିଛି ମେକ୍ସିକୋର ଏକ ଗାଁରେ  । ମହିଳାଙ୍କ ପରିବର୍ତ୍ତେ ଏକ କୁମ୍ଭୀରକୁ ବିବାହ କରି ଚର୍ଚ୍ଚାରେ ସେଠାକାର ମେୟର । ସୋସିଆଲ ମିଡିଆରେ ଫଟୋ ସେୟାର ପରେ ଚାରିଆଡେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା  ।

ସୈନ ପେଡ୍ରୋ ହୁଆମେଲୁଲାର ମେୟର ଭିକ୍ଟର ହ୍ୟୁଗୋ ସୋସା ପ୍ରାଚୀନ ପରମ୍ପରାକୁ ପାଳନ କରିବାକୁ ଯାଇ କୁମ୍ଭୀରକୁ କନ୍ୟା ସଜାଇଛନ୍ତି । ବିବାହରେ କୁମ୍ଭୀର ଧଳାରଙ୍ଗର ଗାଉନ ପିନ୍ଧି ଓଢଣୀ ପକାଇଛି ।ମେୟର ମଧ୍ୟ ନିଜ କନ୍ୟାକୁ ହାତରେ ଧରି ସ୍ଥାନୀୟ ଲୋକଙ୍କ ସହ ଗାଁ ଭିତରେ ପାରମ୍ପାରିକ ବାଦ୍ୟଯନ୍ତ୍ର ବଜାଇ ଯାଉଥିବା ଦେଖିବାକୁ ମିଳିଛି ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ମେୟର ନିଜ ନବବିବାହିତା ପତ୍ନୀ କୁମ୍ଭୀରଙ୍କୁ ଚୁମ୍ବନ ଦେଉଛନ୍ତି  । କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନ ଉପୁଜେ କୁମ୍ଭୀର ମୁହଁକୁ ବନ୍ଧା ଯାଇଛି। ରଏଟର୍ସର ଖବର ଅନୁସାରେ କୁମ୍ଭୀରକୁ ଲିଟିଲ ପ୍ରିନ୍ସେସର ଆଖ୍ୟା ଦିଆଯାଇଛି । ପର୍ଯ୍ୟାପ୍ତ ବର୍ଷା ଏବଂ ଖାଦ୍ୟ ପାଇଁ ପରମ୍ପରା ପାଳନ କରିଆସୁଛି ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ମତ୍ସଜୀବୀଙ୍କ ଏହି ଗାଁ ।

ସ୍ବଦେଶୀ ସଂସ୍କୃତି, ଭାଷା ଓ ପରମ୍ପରା ସଂରକ୍ଷଣ ପାଇଁ ମେକ୍ସିକୋର ଦକ୍ଷିଣରେ ଥିବା ଓକ୍ସାକା ପରିଚିତ  ।

 

ଦ ବ୍ୟାଟମ୍ୟାନ୍କୁ ପଛରେ ପକାଇ ଆଗରେ RRR

କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ RRR ଫିଲ୍ମର କ୍ରେଜ  । ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି ଏସ ଏସ ରାଜାମୌଲୀଙ୍କ ଏହି ଫିଲ୍ମ । କିନ୍ତୁ ନିକଟରେ RRR ର ଉପଲବ୍ଧି ଭାରତୀୟ ସିନେମା ପାଇଁ ଗୌରବ ଆଣିଦେଇଛି । ହଲିଉଡ ଷ୍ଟାର ଟମ କ୍ରୁଜଙ୍କ ଟପ ଗନ: ମେବରିକ ଓ ଦ ବ୍ୟାଟମ୍ୟାନ ଭଳି ବଡ ଫିଲ୍ମକୁ ପଛରେ ପକାଇ ଦ୍ବିତୀୟ ଶ୍ରେଷ୍ଠ ଚଳଚ୍ଚିତ୍ର ଆୱାର୍ଡ ଜିତିଛି RRR ।

ଏଭ୍ରିଥିଙ୍ଗ ଏଭ୍ରିହ୍ୱେୟାର ଅଲ ଆଟ୍‌ ୱାନ୍ସ ଶ୍ରେଷ୍ଠ ଚଳଚ୍ଚିତ୍ରର ସମ୍ମାନ ଜିତିଥିବାବେଳେ RRR ରନର୍ସଅପ ହୋଇଛି । ହଲିଉଡ କ୍ରିଟିକ୍ସ ଆସୋସିଏସନ ମିଡସିଜିନ ଆୱାର୍ଡ ୨୦୨୨ ବର୍ଷରେ ଦୁଇଥର ବିଶ୍ବରେ ନିର୍ମିତ ଚଳଚ୍ଚିତ୍ରକୁ ସମ୍ମାନିତ କରିଥାଏ । ଆମେରିକାରେ ରିଲିଜ ହୋଇଥିବା ଫିଲ୍ମ ଗୁଡିକ ସମ୍ମାନ ପାଇଁ ମନୋନୀତ ହୋଇଥାନ୍ତି । ପ୍ରଥମ ଥର କୌଣସି ଭାରତୀୟ ଫିଲ୍ମକୁ ହଲିଉଡ ଆୱାର୍ଡ ଶୋରେ ବେଷ୍ଟ ପିକ୍ଚର ଶ୍ରେଣୀରେ ନୋମିନେଟ କରାଯାଇଥିଲା ।

ପ୍ରଥମ ଥର ଏଭଳି ସମ୍ମାନ ଜିତି ଭାରତୀୟ ଫିଲ୍ମ କୌଣସି ହଲିଉଡ ଫିଲ୍ମ ଠୁ କମ ନୁହେଁ ବୋଲି ପ୍ରମାଣ କରିଦେଲା  RRR । ସେହିପରି ଓଟିଟି ପ୍ଲାଟଫର୍ମରେ ବି RRR ସବୁଠାରୁ ଲୋକପ୍ରିୟ. ଫିଲ୍ମ ସାଜିଛି  । ୪୫ ମିଲିଅନ ଘଣ୍ଟାରୁ ଅଧିକ ଥର RRR ଦେଖାଯାଇଥିବା ଓଟିଟି ପ୍ଲାଟଫର୍ମରେ ଜଣାପଡିଛି  ।

ରାମଚରଣ, ଜୁନିଅର ଏନଟିଆର, ଆଲିଆ ଭଟ୍ଟ ଓ ଅଜୟ ଦେବଗନଙ୍କ ଭଳି ସୁପରଷ୍ଟାରଙ୍କୁ ନେଇ ନିର୍ମିତ RRR ସମଗ୍ର ବିଶ୍ବରେ ୧୨୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି ।

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶାହଙ୍କ ଦୃଢୋକ୍ତି; ଆସନ୍ତା ୩୦-୪୦ ବର୍ଷ ସରକାରରେ ରହିବ ବିଜେପି

ହାଇଦ୍ରାବାଦ: ହାଇଦ୍ରାବାଦରେ ଚାଲିଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ବଡ ବୟାନ ଦେଇଛନ୍ତି  । ସେ କହିଛନ୍ତି ଆଗାମୀ ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପି ସରକାରରେ ରହିବ ଏବଂ ଏହି ସମୟରେ ଭାରତ ବିଶ୍ୱଗୁରୁ ହେବାର ଅଭିଳାଷାକୁ ପୂରା କରିବ । ଶାହ କହିଛନ୍ତି, ବଂଶବାଦ, ଜାତିବାଦ ଏବଂ ତୁଷ୍ଟିକରଣ ଦେଶର ରାଜନୀତି ପାଇଁ ସବୁଠୁ ବଡ ଅଭିଶାପ ଥିଲା । କିନ୍ତୁ ବିଜେପି ଶାସନରେ ଏସବୁକୁ ହଟାଯାଇଛଇ ।

ଗୃହମନ୍ତ୍ରୀ ଶ୍ରୀ ଶାହ ଆଗକୁ କହିଛନ୍ତି, ବିଜେପି ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପାରିବାରିକ ଶାସନକୁ ଶେଷ କରିଦେବ । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡ଼ିଶା ସହିତ ଅନ୍ୟ ରାଜ୍ୟରେ ମଧ୍ୟ ଶାସନ କ୍ଷମତାକୁ ଆସିବ  । ୨୦୧୪ରୁ କେନ୍ଦ୍ରରେ କ୍ଷମତାଶୀନ ବିଜେପି ଏହି ରାଜ୍ୟଗୁଡିକରେ କ୍ଷମତାଠୁ ବାହାରେ ଅଛି । ଆଗାମୀ ଦିନରେ ବିଜେପିର ଦୃଢ ନେତୃତ୍ୱ ଓ ରଣନୀତି ପାଇଁ ଏହି ରାଜ୍ୟଗୁଡିକରେ ସରକାର ବନାଇବା ରେ ସଫଳ ହେବ ।

ଗୁଜୁରାଟ ଦଙ୍ଗାକୁ ନେଇ ନିକଟରେ ପ୍ରକାଶିତ ସୁପ୍ରିମକୋର୍ଟଙ୍କ ରାୟକୁ ଶାହ ଐତିହାସିକ ବୋଲି କହିଛନ୍ତି  । ଗୁଜୁରାଟ ଦଙ୍ଗାରେ ମୃତ୍ୟୁବରଣ କରିଥିବା ଦିବଙ୍ଗତ ସାଂସଦ ଏହସାନ ଜାଫରୀଙ୍କ ପତ୍ନୀ ଜାକିଆ ଜାଫରୀ ସୁପ୍ରିମକୋର୍ଟରେ ଗୁଜୁରାଟ ଏସଆଇଟିର କ୍ଲିନଚିଟ ନୋଟିସକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରିବା ସହ ଏସଆଇଟିର ମୋଦୀଙ୍କ ସମେତ ୬୪ ଜଣଙ୍କୁ କ୍ଲିନ ଚିଟ ଦେବାକୁ ସଠିକ ବୋଲି କହିଥିଲେ  ।