spot_img
Home Blog Page 4285

ଅକ୍ଷୟ ତୃତୀୟା ଭେଟି; ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଦୁଇ ହଜାର ଟଙ୍କା

ଭୁବନେଶ୍ୱର: ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷୟ ତୃତୀୟା ଭେଟି। କ୍ଷୁଦ୍ର, ନାମମାତ୍ର, ଭାଗ ଓ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଉପହାର ଦେବେ ମୁଖ୍ୟମନ୍ତ୍ରୀ। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ କାଳିଆ ଟଙ୍କା। ଆସନ୍ତାକାଲି ଅପରାହ୍ନରେ କାଳିଆ ଯୋଜନାର ହିତାଧିକାରୀଙ୍କୁ ମିଳିବ ୨ହଜାର ଟଙ୍କା ।

CM Announces 7 days relief for all families of 128 marooned villages

ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ୨୦୨୨ ବର୍ଷ ପାଇଁ କାଳିଆ ଯୋଜନାରେ ଖରିଫ ସହାୟତା ଟଙ୍କା ମିଳିବ। ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇବେ ଏହି ଟଙ୍କା। ଏ ବାବଦରେ ରାଜ୍ୟ ସରକାର ୮ଶହ କୋଟି ଟଙ୍କା ପ୍ରଦାନ କରିବେ। ଅକ୍ଷୟ ତୃତୀୟା ଅବସରରେ ତଥା ଆସନ୍ତାକାଲି ଅପରାହ୍ନରେ ଲୋକସେବା ଭବନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ପାଳନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କାଳିଆ ଯୋଜନା ହିତାଧିକାରୀଙ୍କୁ ୨୦୨୨ ବର୍ଷ ଖରିଫ ଚାଷ ପାଇଁ ୨ ହଜାର ଟଙ୍କା ଲେଖାଏ ମିଳିବ । ଅକ୍ଷୟ ତୃତୀୟ ଉତ୍ସବ ଅବସରରେ ସୁଗମ ପୋର୍ଟାଲ , କୃଷକ ଓଡ଼ିଶା ପୋର୍ଟାଲ, ଓଡ଼ିଶା ମିଲେଟ୍ ମିଶନର ପ୍ରଶସ୍ତୀକରଣ ପ୍ରମୁଖ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାକୁ ଥିବା ବେଳେ ଏହି ଅବସରରେ ଚାଷୀଙ୍କୁ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ ରହିଛି।

ବକେୟା ପାଉଣା ପାଇଁ ଦାବି କରିବେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ୫ଦିନିଆ ଦିଲ୍ଲୀ ଗସ୍ତର ଆଜି ହେଉଛି ଚତୁର୍ଥ ଦିନ। ଆଜି ରାଜ୍ୟର ସ୍ୱାର୍ଥ ନେଇ କେନ୍ଦ୍ର ସହ ମୁଖ୍ୟମନ୍ତ୍ରୀଙ୍କର ଆଲୋଚନା ରହିଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ୱାର୍ଥ ସମ୍ପର୍କିତ ଦାବି ଉଠାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବକେୟା ପାଉଣା ସହ ପଡିରହିଥିବା ପ୍ରକଳ୍ପ ବାବଦରେ ନବୀନ ଦାବି କରିବା ନେଇ ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, କୋଇଲା ରୟାଲିଟି, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସମୁଦ୍ର ଉପକୂଳରେ ସ୍ଥାୟୀ ପ୍ରତିକାର, ରେଳବାଇ କ୍ଷେତ୍ରରେ ଚରମ ଅବହେଳା, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ, ଧାନ କିଣା ପାଇଁ ଅର୍ଥ ଠିକ୍ ସମୟରେ ନଦେବା, ବଳକା ଚାଉଳ ସଂଗ୍ରହ ନ କରିବା, ଚାଷୀଙ୍କ ବୀମା ରାଶି ନ ମିଳିବା, ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ସାମିଲ କରିବା ନେଇ ମୁଖ୍ୟମନ୍ତ୍ରୀ ଦାବି ଉଠାଇବେ। ପକ୍କାଘର ବ୍ୟବସ୍ଥାରେ ବି ଟାଳଟୁଳ ନୀତି ଆପାଣାଉଛନ୍ତି କେନ୍ଦ୍ର ସରକାର । ରାଜ୍ୟର କୋଟାକୁ କାଟିଦେବା, ବିଭିନ୍ନ ଆଳ କରି ଓଡ଼ିଶାର ହିତାଧିକାରୀଙ୍କୁ ପକ୍କାଘରରୁ ବଂଚିତ କରିବା ପ୍ରସଙ୍ଗରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ନବୀନ ।

ଏହା ବ୍ୟତୀତ ଗଞ୍ଜାମର ଗୋପାଳପୁରରୁ ବାଲେଶ୍ୱରର ଦୀଘା ପର୍ଯ୍ୟନ୍ତ ସମୁଦ୍ର କୂଳେକୂଳେ କୋଷ୍ଟାଲ ହାଇୱେର ବାସ୍ତବ ରୂପ ନେଇ ମଧ୍ୟ ଆଲୋଚନା କରାଯିବା ନେଇ ଜଣାପଡିଛି। ଆଲୋଚନା ବେଳେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର କଥାକୁ ନବୀନ ଉତ୍ଥାପନ କରିବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ଯୋଜନାରେ ଧାର୍ଯ୍ୟ ଟଙ୍କା ଦେଉନି କେନ୍ଦ୍ର । ଏପରିକି ୧୨ଟି ବିଭାଗର ୪ହଜାର ୬୨୫ କୋଟି ଟଙ୍କା ବାକି ପଡ଼ିଛି । ଏ ନେଇ ମଧ୍ୟ ନବୀନ ଧ୍ୟାନ ଆକର୍ଷଣ କରିପାରନ୍ତି। ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କର ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

ଭାରତ ଓ ଚୀନ ମଧ୍ୟରେ ବ୍ୟବସାୟ କାରବାରରେ ରେକର୍ଡ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବ୍ୟବସାୟ କାରବାରରେ ରେକର୍ଡ। ୨୦୨୧ରେ ଦୁଇ ଦେଶ ମଧ୍ୟରେ ୧୨୫ ବିଲିୟନ ଡଲାରର ବ୍ୟବସାୟ ହୋଇଛି। ଯାହା ଅନ୍ୟ ସମୟ ଠାରୁ ସର୍ବାଧିକ ହୋଇଥିବା ବେଳେ ୨୦୨୨ରେ ମଧ୍ୟ ଏହି ଟ୍ରେଣ୍ଡ ବଦଳିନାହିଁ । ପ୍ରଥମ ତିନି ମାସରେ ୧୫ ପ୍ରତିଶତ ଅଧିକ ବ୍ୟବସାୟ ହୋଇଥିବା ବେଳେ ଯାହାର ମୂଲ୍ୟ ୩୧.୯୬ ବିଲିୟନ ଡଲାର ରହିଛି ।

୨୦୨୧ରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଭାରତ ୨୭.୬୯ ବିଲିୟନ ଡଲାରର ସାମଗ୍ରୀ ଆମଦାନୀ କରିଥିବା ବେଳେ ୪.୮୭ ବିଲିୟନ ଡଲାରର ସାମଗ୍ରୀ ରପ୍ତାନୀ କରିଥିଲା । କୌଣସି ଦେଶ ସହ ଭାରତର ବ୍ୟବସାୟ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଲଦାଖ ସଂଘର୍ଷ ପରେ ଚୀନକୁ ଉଚିତ୍ ଜବାବ ଦେବାକୁ ଭାରତ ସରକାର ଚୀନ୍ ଉପରେ ଆର୍ଥିକ କଟକଣା ଲଗାଇଥିଲେ। ଚୀନ ସାମଗ୍ରୀକୁ ବୟକଟ କରିବା ପାଇଁ ଏକ ବିରାଟ ଅଭିଯାନ ଚାଲିଥିଲା । କିନ୍ତୁ ତାହା କେବଳ ସାମୟୀକ ହୋଇ ରହିଯାଇଛି।

ଖାଲି ଏତିକି ନୁହେଁ ଭାରତ ସରକାର ମେକ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ ବାହାର ଦେଶ ଉପରେ ଆତ୍ମନିର୍ଭରତା କମାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । କିନ୍ତୁ ତାହା ପାଣିର ଗାର ପାଲଟିଛି । ଭାରତ ସହ ଚୀନର ବ୍ୟବସାୟୀକ ସମ୍ପର୍କ ଆହୁରି ମଝୁଭୁତ ହୋଇଛି । ଦୁଇ ଦେଶ ମଧ୍ୟରେ ଏହା ସର୍ବାକାଳିନ ରେକର୍ଡ ବୋଲି କୁହାଯାଉଛି । ସୀମା ବିବାଦ ଭିତରେ ଚୀନ ସହ ଏଭଳି ବ୍ୟବସାୟୀକ ରେକର୍ଡକୁ ବିରୋଧୀ ସମାଲୋଚନା କରିଛନ୍ତି ।

ଶ୍ରୀଲଙ୍କା ସଙ୍କଟ ମଧ୍ୟରେ ବୁଧବାର ଦିନ ଆରମ୍ଭ ହେବ ସଂସଦ ଅଧିବେଶନ

କଲୋମ୍ବୋ: ଶ୍ରୀଲଙ୍କା ସଂକଟ ଅପରିବର୍ତ୍ତିତ ଥିବାବେଳେ ଆସନ୍ତା ବୁଧବାର ଠାରୁ ଆରମ୍ଭ ହେବ ସଂସଦ ଅଧିବେଶନ। ତେବେ ଏହି ଅଧିବେଶନରେ ଆର୍ଥିକ ସଂକଟକୁ ଦୂରେଇବା ନେଇ ଆଲୋଚନା ବଦଳରେ ରାଜନୈତିକ ଝଡ଼ ଉଠିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ନେଇ ସୂଚନା ମିଳିଛି ।

ସୂଚୁନା ଅନୁଯାୟୀ, ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆଣିବା ସମ୍ପର୍କରେ ଘୋଷଣା କରିଥିଲେ ଶ୍ରୀଲଙ୍କା ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା । ଗତ ଏପ୍ରିଲ ୧୧ରେ ବି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ସମ୍ପର୍କରେ ଏକ ପ୍ରସ୍ତାବରେ ସ୍ୱାକ୍ଷର ପ୍ରଦାନ କରିଥିଲେ ପ୍ରେମଦାସା। ତେଣେ ଦେଶରେ ସାନି ନିର୍ବାଚନ କରିବାକୁ ଦାବି କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ମୈଥ୍ରୀପାଳ ଶିରିସେନା।

Sri Lanka Economic Crisis Country Selling Gold To Avoid Bankruptcy

ବୁଧବାର ଅଧିବେଶନରେ ଉପବାଚସ୍ପତି ନିର୍ବାଚନ କରାଯିବ । କାରଣ ଗତ ଏପ୍ରିଲ ୩୦ ତାରିଖରେ ଉପବାଚସ୍ପତି ରଣଜିତ ସିୟାମ୍ପାଲପିତ୍ୟା ଇସ୍ତଫା ଦେଇଥିଲେ। ସେପଟେ ଶ୍ରୀଲଙ୍କା ସମସ୍ୟା ଦୁଇ ମାସ ଧରି ଅପରିବର୍ତ୍ତିତ ରହିଛି। ଆକାଶଛୁଆଁ ଦରବୃଦ୍ଧି, ଖାଦ୍ୟ, ଇନ୍ଧନ, ମେଡିସିନ ସଙ୍କଟ ଭିତରେ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି। ବିଭିନ୍ନ ସ୍ଥାନରେ ସରକାର ବିରୋଧୀ ଆନ୍ଦୋଳନ ବି ଜାରି ରହିଛି। ଆନ୍ଦୋଳନ ନ କରି ଦେଶର ସମସ୍ତ ସମସ୍ୟାର ସମାଧାନ ପାଇଁ ଏକାଠି ହେବା ଲାଗି ସମସ୍ତ ରାଜନୈତିକ ଦଳଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ।

ଦିନକରେ ଦେଶରୁ ୩,୧୫୭ ନୂଆ କୋଭିଡ୍ ମାମଲା ଚିହ୍ନଟ

ନୂଆଦିଲ୍ଲୀ: କଡ଼ ଲେଉଟାଉଛି କରୋନା। ଲଗାତାର ୩ ସପ୍ତାହ ହେବ ଉପରମୁହାଁ କରୋନା ସଂକ୍ରମଣ। ମୋଟ୍ ୨୦ ରାଜ୍ୟରେ କରୋନା କାୟା ବିସ୍ତାର କରି ଚାଲିଛି। ଗତ ସପ୍ତାହକରେ ୪୧ପ୍ରତିଶତ ବଢିଛି ସଂକ୍ରମଣ ହାର।  ତେବେ ଏକ ସପ୍ତାହକରେ ବଢିନି କୌଣସି ମୃତ୍ୟୁ ସଂଖ୍ୟା। ଶେଷ ସପ୍ତାହରେ ୨୯ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା।

Mumbai Reports Second Case Of XE Variant Corona

ଦିନକରେ ୩୧୫୭ ନୂଆ କୋଭିଡ୍ ମାମଲା ଚିହ୍ନଟ ହୋଇଛି ।

ଏପ୍ରିଲ ୨୫ରୁ ମେ ୧ ସପ୍ତାହକରେ ଦେଶରେ ୨୨ ହଜାର ୨୦୦ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପୂର୍ବ ସପ୍ତାହରୁ ୪୧ ପ୍ରତିଶତ ଅଧିକା ବୃଦ୍ଧି ପାଇଛି। ପୂର୍ବ ସପ୍ତାହରେ ୧୫ହଜାର ୮୦୦ ରହିଥିଲା କୋଭିଡ କେସ୍। ବିଶେଷକରି ଦିଲ୍ଲୀ, ହରିୟାଣା ଓ ୟୁପିରେ ସଂକ୍ରମିତଙ୍କ ସଂଖ୍ୟା ବଢିଛି। ସପ୍ତାହକରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରେ ୬୮ପ୍ରତିଶତ କେସ୍ ହେଉଛି କେବଳ ଦିଲ୍ଲୀ, ହରିୟାଣା ଓ ୟୁପିରୁ । ଗୋଟେ ସପ୍ତାହରେ ଦିଲ୍ଲୀରେ ୫୩ ପ୍ରତିଶତ ଅର୍ଥାତ୍ ୯ହଜାର ୬୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

RussiaUkraineWar: ମାରିୟୁପୋଲରେ ଚାଲିଛି ଉଦ୍ଧାର କାର୍ଯ୍ୟ

ମାରିଓପୋଲ୍: ଋଷ ଓ ୟୁକ୍ରେନ୍ ଯୁଦ୍ଧକୁ ୬୮ ଦିନ ବିତିଥିବାବେଳେ ଋଷ ସୈନ୍ୟ କ୍ରମାଗତ ଅଧିକରୁ ଅଧିକ ୟୁକ୍ରେନ୍ ଇଲାକାକୁ ଟାର୍ଗେଟ କରିଛନ୍ତି। ୟୁକ୍ରେନର ଦୋନେସ୍କ ଓ ଖାରକିବରେ ପୁଣି ଋଷର ଏୟାରଷ୍ଟ୍ରାଇକ। ଆକ୍ରମଣରେ ୮ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହା ସହ ପୂର୍ବ ୟୁକ୍ରେନରେ ଆକ୍ରମଣକୁ ଅଧିକ ଜୋରଦାର କରିଛି ଋଷ।

ଖାରକିବରେ ୟୁକ୍ରେନ ସୈନ୍ୟ ଶକ୍ତିହୀନ ହୋଇ ପଛକୁ ହଟିଥିବା ସୂଚନା ମିଳିଛି । ଦୋନବାସରେ ସ୍ଥିତି ଜଟିଳ ହେଲାଣି ଏବଂ ଅଧିକାଂଶ ଅଞ୍ଚଳକୁ ଋଷ କବଜା କରିଛି । ଧ୍ବସ୍ତବିଧ୍ବସ୍ତ ବନ୍ଦରନଗରୀ ମାରିୟୁପୋଲର ଷ୍ଟିଲପ୍ଲାଣ୍ଟରେ ଫସିଥିବା ୟୁକ୍ରେନୀୟ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଭୟ ୟୁକ୍ରେନ ଓ ଋଷିଆ ଅଧିକାରୀଙ୍କ ସମନ୍ୱୟରେ ଚାଲିଛି ନାଗରିକଙ୍କ ସ୍ଥାନାନ୍ତର ପ୍ରକ୍ରିୟା।  ପାଖାପାଖି ୧୦୦ ୟୁକ୍ରେନ ନାଗରିକଙ୍କୁ ଆଜଭସ୍ତାଲ ଷ୍ଟିଲ ପ୍ଲାଣ୍ଟରୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ରେଡକ୍ରସର ଅନ୍ତର୍ଜାତୀୟ କମିଟି ଜରିଆରେ ମାରିୟୁପୋଲସ୍ଥିତ ଆଜୋଭସ୍ତଲ ଷ୍ଟିଲ ପ୍ଲାଣ୍ଟରୁ ବିପନ୍ନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି।

ଏହା ସହ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ଆମେରିକା ବାଚସ୍ପତି ନାନସି ପାଲୋସି। କିବ୍ ଗସ୍ତରେ ଆସି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିବା ସହ  ଯୁଦ୍ଧରେ ୟୁକ୍ରେନକୁ ଆମେରିକା ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପୋଲୋସି ଘୋଷଣା କରିଛନ୍ତି । ତେଣେ ୟୁକ୍ରେନକୁ M777 155ମିମି କମାଣ ଯୋଗାଇବା ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଞ୍ଜୁରି ଦେଇଛନ୍ତି।

Russia Ukraine War One Indian Student Dead In Kharkiv

ତେବେ ଏହି ଶକ୍ତିଶାଳୀ ତଥା ହାତରେ ଅପରେଟ କରାଯାଇ ପାରୁଥିବା କମାଣ ଋଷ ଲାଗି ବିପଦ ସାବ୍ୟସ୍ତ ହେବ। ପ୍ରାୟ ୪୦ କିଲୋମିଟର ଦୂରରୁ ଗୋଳାବର୍ଷଣ କରିବା କ୍ଷମତା ହାସଲ କରିଛି ହାଓଜିର। ସେହିପରି ୟୁକ୍ରେନକୁ M777 155ମିମି କମାଣ ଯୋଗାଇବା ଲାଗି ଘୋଷଣା କରିଛି ଅଷ୍ଟ୍ରେଲିଆ ।

ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣା ଗସ୍ତ ସ୍ପାଇସଜେଟ୍ ବିମାନ, ୪୦ ଯାତ୍ରୀ ଆହତ

କୋଲକାତା: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଅଣ୍ଡାଲ୍ ବିମାନ ବନ୍ଦରରେ ଦୁର୍ଘଟଣା। ୧୮୦ ଯାତ୍ରୀକୁ ନେଇ ପୁନେରୁ ଆଣ୍ଡାଲ ଆସୁଥିବା ବିମାନ ରନ ୱେରେ ପ୍ରବଳ ଝଡ ତୋଫାନ ଯୋଗୁ ଝଟକା ମାରିଥିଲା। ଫଳରେ ୧୮୦ ଯାତ୍ରୀଙ୍କ ମଧ୍ୟରୁ ଯାତ୍ରୀ ମଧ୍ୟରୁ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସାମାନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି କିନ୍ତୁ ବିପଦମୁକ୍ତ ରହିଛନ୍ତି।

ଏପଟେ ବିମାନ କେଉଁ କାରଣ ପାଇଁ ଝଡତୋଫାନର ସମ୍ମୁଖୀନ ହେଲା ସେନେଇ ତଦନ୍ତ ଚାଲିଛି । ସୂଚନା ଅନୁଯାୟୀ, ଏହି ସମୟରେ ଯାତ୍ରୀଙ୍କ ଉପରେ ଲଗେଜ୍ ବ୍ୟାଗ୍ ପଡିବାରୁ ଯାତ୍ରୀମାନେ ଆହତ ହୋଇଥିଲେ ।

ରାଜ୍ୟର କିଛି ଜିଲ୍ଲାକୁ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ପ୍ରଚଣ୍ଡ ଖରାରୁ ଉପକୂଳକୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। କିନ୍ତୁ ପଶ୍ଚିମରେ ଜାରି ରହିଛି ଅସହ୍ୟ ତାତି। ଗତକାଲିଠୁ ଉପକୂଳ ଓଡ଼ିଶାରେ ତାପମାତ୍ରାରେ ସୁଧାର ଆସିଛି । ବହୁଥିବା ସାମୁଦ୍ରିକ ପବନ ପ୍ରଭାବରେ ଉପକୂଳ ଆକାଶ ମେଘାଚ୍ଛନ ରହିଛି। ଅଧିକାଂଶ ଜିଲ୍ଲାରେ ଦେଖାଦେଇଛି କାଳବୈଶାଖୀ ପ୍ରଭାବ। ଘଡଘଡି ବିଜୁଳି ସହ ବର୍ଷା ସହିତ ପାଗକୁ ଥଣ୍ଡା କରିଛି ପବନ।

କାଳବୈଶାଖୀ ପାଇଁ ଅନେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ଏବେବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ  । ଲଗାତାର ୪୦ଡିଗ୍ରୀ ଉପରେ ରହିଛି ଏକାଧିକ ସହର  । ଏଭଳି ସ୍ଥିତି ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଘନଉଛି ବାତ୍ୟା ବିପଦ। ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୬ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବା ସହ ୭ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ । ପରେ ବାତ୍ୟାରେ ପରିଣତ ହୋଇ ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ୧୦ ତାରିଖ ବେଳକୁ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆ ସମୟରେ ଖୋଲିଲା ସ୍କୁଲ୍

ଭୁବନେଶ୍ୱର: ଆଜିଠୁ ନୂଆ ସମୟରେ ବାଜିଲା ସ୍କୁଲ୍ ଘଣ୍ଟି  । ସକାଳ ୬ଟାରୁ ଶ୍ରେଣୀ ଗୃହରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ।  ରାଜ୍ୟରେ ଗ୍ରୀଷ୍ମପ୍ରବାହ ପାଇଁ ୫ଦିନର ଛୁଟି ପରେ ଆଜିଠୁ ପୁଣି ଖୋଲିଛି ସ୍କୁଲ । ଖରା ପାଇଁ ପୂର୍ବ ସମୟରେ ପରିବର୍ତ୍ତନ କରାଯାଇଛି  । ୬ଟାରୁ ୯ ପର୍ଯ୍ୟନ୍ତ କ୍ଲାସ ହେଉଛି ।

Odisha Rescheduled Morning Schools Timing 6 Am To 9 Am

ସୂଚନା ଅନୁସାରେ ତୃତୀୟ ଶ୍ରେଣୀରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସକାଳ ୬ରୁ ସ୍କୁଲ ଆସିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ପରିସରରେ  କରାଯାଇଛି ସମସ୍ତ ବ୍ୟବସ୍ଥା। ପର୍ଯ୍ୟାପ୍ତ ପାଣି ସହିତ ପିଲାମାନଙ୍କୁ ଖରାରେ ନବାହାରିବାକୁ ସଚେତନ କରାଯାଉଛି।

Shortage Of Printing Paper Sri Lanka Canceled School Students Test Exam

ତେବେ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇନି। ଅସହ୍ୟ ଗରମ ପାଇଁ ଏପ୍ରିଲ ୨୫ ତାରିଖରୁ ୫ ଦିନ ପାଇଁ ସରକାର ସ୍କୁଲ କଲେଜ ବନ୍ଦ ଘୋଷଣା କରିଥିଲେ। ସେପଟେ ଆଜି ସରୁଛି କଲେଜ, ବିଶ୍ବବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନର ଛୁଟି ଅବଧି  । ଖରାକୁ ଦୃଷ୍ଟିରେ ରଖି ଗତ ବୁଧବାରଠୁ କ୍ଲାସକୁ ବନ୍ଦ ରଖାଯାଇଥିଲା।

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସମ୍ପତ୍ତି ଲାଭର ସୁବର୍ଣ୍ଣ ସୁଯୋଗ

ମେଷ : ଆଜି ଦିନଟିରେ ସ୍ବାସ୍ଥ୍ୟ ଓ ମନ ଭଲ ରହିବ। ବନ୍ଧୁଙ୍କ ଆଦର, ସେହ୍ନ, ସଦିଚ୍ଛା ମନ ଭିତରର ସବୁ ଦୁଃଖକୁ ସାମୟିକ ଭାବରେ ଭୁଲେଇଦେବ। ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଅଧ୍ୟାପନା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ।

ବୃଷ : ଶାରୀରିକ ସୁସ୍ଥତା ରହିଲେ ମଧ୍ୟ କର୍ମଜଞ୍ଜାଳ ଦିନଟିକୁ ବ୍ୟସ୍ତତା ଭିତରେ ଅତିବାହିତ କରାଇବ। ପୂର୍ବାହ୍ନରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍‌ସନ ଦୂରହେବ। ସଭାସମିତି, କଳା, ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ। ପାରିବାରିକ ଜୀବନ କେତେକାଂଶରେ ସମସ୍ୟାବହୁଳ ହୋଇପାରେ।

ମିଥୁନ : ଆଜି ଆର୍ଥିକ,ସାମାଜିକ ଓ କର୍ମକ୍ଷେତ୍ର ସକାଶେ ଦିନଟି ଶୁଭଙ୍କରୀ ହେବ। ମଧୁର ବ୍ୟବହାର,ସୌଜନ ଓ ସୌହାର୍ଦ୍ଦ୍ୟ ଦ୍ୱାରା ବ୍ୟକ୍ତିତ୍ୱର ପରିପ୍ରକାଶ ଘଟିବ। ସକାଳୁ ସକାଳୁ ବଳକା କାମକୁ ଶୀଘ୍ର ଶେଷ କରିବା ସକାଶେ ବ୍ୟସ୍ତ ହୋଇ ପଡ଼ିବେ। ସାଧାରଣ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।

କର୍କଟ : ଆଜି ଆପଣ ଉନ୍ନତ ଚିନ୍ତା, ସୁପରିକଳ୍ପିତ ଯୋଜନା ଏବଂ ପ୍ରତିବନ୍ଧକ ବିହୀନ କାର୍ଯ୍ୟରୁ ଖୁସି ରହିବେ। ପ୍ରତ୍ୟେକ କ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ହାସଲ କରିବେ। ଆକର୍ଷଣୀୟ ଭାବମୂର୍ତ୍ତି ପଦସ୍ଥ ବ୍ୟକ୍ତି ଓ ବୁଦ୍ଧିଜୀବୀଙ୍କ ଦ୍ୱାରା ଆଦୃତି ଲାଭ କରିବ।

ସିଂହ : କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନ ନେଇ ପଛେଇ ରହିବେ। ଅତୀତର କେତେକ ଅଶାନ୍ତ ଭାବନା ମନକୁ ଅସ୍ଥିର କରି ରଖିପାରେ। କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ି ଚାଲିଲେ ମଧ୍ୟ ସାଧାରଣ ଝଟକାରୁ ବାଦ୍‌ ପଡ଼ିବ ନାହିଁ। ତଥାପି ପ୍ରତ୍ୟେକ କଥାକୁ ପଛକୁ ପକାଇ ପାରିବାରିକ କ୍ଷେତ୍ରକୁ ପୂର୍ବବତ୍‌ ସୁସ୍ଥ ରଖିପାରିବେ।

କନ୍ୟା : କର୍ମକ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣକରି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ମିତବ୍ୟୟିତା ଗୁଣ ଅବଲମ୍ବନ କରି ଅନାବଶ୍ୟକ ଜିନିଷଠାରୁ ଦୂରେଇ ରହିବାକୁ ପସନ୍ଦ କରିବେ। ପାରିବାରିକ ସ୍ଥିତି ସମ୍ପୂର୍ଣ୍ଣ ଭଲ ନ ରହିଲେ ମଧ୍ୟ ଗୁରୁତର ହେବ ନାହିଁ। ସମ୍ପର୍କୀୟମାନେ ଆଗରେ କିଛି ନ କହିଲେ ମଧ୍ୟ ପଛରେ ଶ୍ରୁତିକଟୁ କଥା କହିପାରନ୍ତି।

ତୁଳା : ରୋଗର ପ୍ରାଦୁର୍ଭାବ ଆଜି ଦେଖିବାକୁ ମିଳିପାରେ। କିଛି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଟି ଠିକଣା ସମୟରେ ଦୂରେଇ ରହିବ। କର୍ମକ୍ଷେତ୍ରରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଉପରିସ୍ଥ ଅଫିସର ଭୁଲ୍‌ ବୁଝିପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି, ପ୍ରବଚନ କାର୍ଯ୍ୟକ୍ରମ, ସତ୍‌ସଙ୍ଗ ଓ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ।

ବିଛା : ପରିବାରର ବ୍ୟତିକ୍ରମକୁ ସୁଧାରି ନେବାରେ ସଫଳ ହେବା ଦୁରୂହ ହୋଇପଡ଼ିବ। ମନର ଦୁଃଖକୁ ମନ ଭିତରେ ଲୁଚାଇ କାର୍ଯ୍ୟକ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ପୂର୍ବରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। କିଣାବିକା କ୍ଷେତ୍ରରେ ସତର୍କ ନ ରହିଲେ ଠକାମିରେ ପଡ଼ିପାରନ୍ତି।

ଧନୁ : ପ୍ରତିକୂଳ ସମୟ ହେତୁ ନିଜର ବିଶୃଙ୍ଖଳିତ ବିଚାରଧାରା ବିଷମ ପରିସ୍ଥିତି ସୃଷ୍ଟି କରିପାରେ। ସନ୍ଦେହ, ଅବିଶ୍ୱାସ ଓ ଭୁଲ୍‌ ବୁଝାମଣା ହେତୁକ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ନ ରହିପାରେ। କିନ୍ତୁ ଆଧ୍ୟାତ୍ମିକତା, ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ଆର୍ଥିକ, ସାମାଜିକ, ସୃଜନାତ୍ମକ କାମରେ ଉନ୍ନତମାନର ଫଳ ମିଳିବ।

ମକର : ଆଜିର ପ୍ରତ୍ୟୁଷ ଯାତ୍ରା,ନୂତନ କର୍ମାରମ୍ଭ, ଶିକ୍ଷା, ପରୀକ୍ଷା, ବନ୍ଧୁ ସମ୍ପର୍କ କ୍ଷେତ୍ର ଭଲ ରହିବ। ଦିନଟିରେ ଉଚ୍ଚଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କର୍ମକ୍ଷେତ୍ରରେ ଆଶାବାଦୀ ହେବେ ଏବଂ ଆନୁଷଙ୍ଗିକ ସୁବିଧା ପାଇପାରିବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

କୁମ୍ଭ : ପାରିବାରିକ ଓ କର୍ମକ୍ଷେତ୍ର ସୁନ୍ଦର ଓ ସାବଲୀଳ ହେବ। ଦୀର୍ଘଦିନରୁ ଚିନ୍ତାକରୁଥିବା ଯାନବାହନ, ଯାନ୍ତ୍ରିକ ଜିନିଷ, କିମ୍ବା ଧାତୁ ଅଳଙ୍କାରାଦି କ୍ରୟ ସୁଯୋଗ ଜୁଟିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ସମାଧାନ ପୂର୍ବକ ଉନ୍ନତି ପରିଲକ୍ଷିତ ହେବ। ପକ୍ଷପାତିତାକୁ ଆଧାରକରି କିମ୍ବା ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।

ମୀନ : ଆପଣଙ୍କ ବାସ୍ତବବାଦୀ ଚିନ୍ତାଧାରା ଓ ରୋକ୍‌ଠୋକ୍‌ କଥା ବିଜ୍ଞବ୍ୟକ୍ତିମାନଙ୍କ ଦ୍ୱାରା ଗ୍ରହଣୀୟ ହେବ। ଅନ୍ୟ ଦ୍ୱାରା ପ୍ରଭାବିତହୋଇ କୌଣସି ମିଥ୍ୟାବାଦିନୀ ଦୋଷାରୋପ ଲଗାଇପାରନ୍ତି। ସଭାସମିତି, ଆଲୋଚନା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହୋଇଯିବ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି।