ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମନଇଚ୍ଛା କାହାରି ଘର ବୁଲଡୋଜର ଦ୍ୱାରା ଭଙ୍ଗା ଯାଇପାରିବନି । ସୁପ୍ରିମକୋର୍ଟରେ ଏନେଇ ଏକ ମାମଲାର ଆଜି ଶୁଣାଣି ହେବ । ଏଭଳି ବେଆଇନ କାମ କରୁଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟରେ ଆବଦେନ କରାଯାଇଛି । ଜାମିଆତ ଉଲମା ଇ ହିନ୍ଦ ଦ୍ୱାରା ଏହି ଆବେଦନ କରାଯାଇଛି । ଗତ ରବିବାର କିଛି ଅଳ୍ପ ସଂଖ୍ୟକ ସମ୍ପ୍ରଦାୟ ଲୋକଙ୍କ ଘରକୁ ବୁଲଡୋଜ ଦ୍ୱାରା ଭାଙ୍ଗି ଦିଆଯାଇଥିଲା । ଏଥିପାଇଁ ତା ପୂର୍ବଦିନ ବିଳମ୍ବିତ ରାତିରେ ନୋଟିସ ପଠାଯାଇଥିଲା । ଘର ଗୁଡ଼ିକ ବେଆଇନ ଭାବେ ନିର୍ମାଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏଥିସହ କାନପୁର ହିଂସାରେ ସମ୍ପୃକ୍ତି ଥିବା କଥା କହି ପ୍ରଶାସନ ପକ୍ଷରୁ ଏଭଳି ବେଆଇନ କାମ କରାଯାଇଥିବା ଆବେଦନ ହୋଇଛି । ଏହି ମାମଲାର ଆଜି ଶୁଣାଣି ହେବ । ବୁଲଡୋଜର ମାଧ୍ୟମରେ ଏଭଳି ହିଂସାକୁ ରୋକ ଲଗାଇବା ପାଇଁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।
ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ
ମୁମ୍ବାଇ: ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଟ୍ୱିଟ କରି ସୂଚନା ଦେଇଛି ବିସିସିଆଇ । ଜାତୀୟ ଚୟନକର୍ତ୍ତା ୧୭ ଜଣିଆ ଦଳ ଘୋଷଣା କରିଛନ୍ତି । ତେବେ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତ ଦଳର ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା । ସେହିପରି ଉପ ଅଧିନାୟକ ଭାବେ ଭୁବନେଶ୍ୱର କୁମାର ଦାୟିତ୍ୱ ତୁଲାଇବେ । ଏହି ସିରିଜରେ ଋଷବ ପନ୍ତ, ଶ୍ରେୟାସ ଆୟରଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ସୂର୍ଯ୍ୟ କୁମାର ଯାଦବ ଓ ସଞ୍ଜୁ ସାମସନ ଏହି ସିରିଜରେ ଖେଳିବେ । ସେହିପରି ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ଦଳରେ ସ୍ଥାନ ପାଇଛନ୍ତି ରାହୁଲ ତ୍ରିପାଠୀ । ଏହି ସିରିଜରେ ଭାରତୀୟ ଦଳର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଯୁବ ଦଳକୁ ସୁଯୋଗ ଦିଆଯାଇଛି ।
India Squad
Hardik Pandya (C), Bhuvneshwar Kumar (vc), Ishan Kishan, Ruturaj Gaikwad, Sanju Samson, Suryakumar Yadav, Venkatesh Iyer, Deepak Hooda, Rahul Tripathi, Dinesh Karthik (wk), Yuzvendra Chahal, Axar Patel, R Bishnoi, Harshal Patel, Avesh Khan, Arshdeep Singh, Umran Malik— BCCI (@BCCI) June 15, 2022
ଭାରତୀୟ ଦଳ
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଭୁବନେଶ୍ଵର କୁମାର (ଉପ ଅଧିନାୟକ), ଇଶାନ କିଷନ, ଋତୁରାଜ ଗାଏକଓ୍ଵାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ (ଓ୍ଵିକେଟ୍ କିପର), ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ରବି ବିଷ୍ଣୋଇ, ହର୍ଷଲ ପଟେଲ୍, ଅଭେଶ ଖାନ, ଅର୍ଶଦୀପ ସିଂହ, ଉମରାନ ମଲିକ।
ସ୍ୱଳ୍ପ ଦୂରଗାମୀ ବାଲାଷ୍ଟିକ ମିସାଇଲ ପୃଥିବୀ-୨ର ସଫଳ ପରୀକ୍ଷଣ
ଚାନ୍ଦିପୁର: ପରୀକ୍ଷଣ ହେଲା ସ୍ୱଳ୍ପ ଦୂରଗାମୀ ବାଲେଷ୍ଟିକ ମିସାଇଲ ପୃଥିବୀ-୨ । ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ ପୃଥିବୀ-୨କୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଉତକ୍ଷେପଣ କରାଯାଇଛି । ପୃଥିବୀ-୨ର ଲକ୍ଷ୍ୟଭେଦ କ୍ଷମତା ୨୫୦ରୁ ୩୦୦ କିଲୋମିଟର ରହିଛି । ଏଥିରେ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ ।
Short-Range Ballistic Missile, Prithvi-II, successfully tested
The missile is a proven system and is capable of striking targets with a very high degree of precision.
Read here: https://t.co/FWoQqustMg
— PIB in Telangana 🇮🇳 (@PIBHyderabad) June 15, 2022
ଝାରସୁଗୁଡ଼ାବାସୀଙ୍କୁ ’କାଳିଆ ଭେଟି’, ଚାଷୀଙ୍କ ଖାତାକୁ ଗଲା କିସ୍ତି ଟଙ୍କା
ଝାରସୁଗୁଡ଼ା: ରଜ ସଂକ୍ରାନ୍ତିରେ ଝାରସୁଗୁଡ଼ାବାସୀଙ୍କୁ ’କାଳିଆ ଭେଟି’ । ଚାଷୀଙ୍କ ଖାତାକୁ ଗଲା କାଳିଆ କିସ୍ତି ଟଙ୍କା । ଜିଲ୍ଲାର ୩୫ ହଜାରରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଛି ସହାୟତା ରାଶି । ପ୍ରତ୍ୟେକ ଚାଷୀଙ୍କ ଖାତାକୁ ଯାଇଛି ୨ ହଜାର ଲେଖାଏଁ ଟଙ୍କା । ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୭ କୋଟିରୁ ଅଧିକ ଟଙ୍କା ଯାଇଛି । ଗତମାସ ୩ ତାରିଖରେ ଅକ୍ଷୟ ତୃତୀୟରେ ରାଜ୍ୟରେ କାଳିଆ ଟଙ୍କା ବଣ୍ଟନ କରାଯାଇଥିଲା । ଏହାଦ୍ୱାରା ଉପକୃତ ହେଇଛନ୍ତି ୪୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଏ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୮୦୦ କୋଟି ଟଙ୍କା । ସେତେବେଳେ ଝାରସୁଗୁଡ଼ା ଜିଲ୍ଲାକୁ କାଳିଆ ସହାୟତା ପ୍ରଦାନ କରାଯାଇନଥିଲା । ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗିଥିବାରୁ କାଳିଆ ସହାୟତା ଦିଆଯାଇନଥିଲା । ନିର୍ବାଚନ ପରେ ଏବେ ଜିଲ୍ଲାବାସୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଛି ।
ରାହୁଲକୁ ଉଦ୍ଧାର କରିଥିବା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର: ୧୦୪ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଗତକାଲି ରାତିରେ ବୋରଓ୍ୱେଲରୁ ଉଦ୍ଧାର ହୋଇଥିଲା ରାହୁଲ । ବୋରଓ୍ୱେଲରୁ ରାହୁଲକୁ ଉଦ୍ଧାର ପ୍ରକ୍ରିୟାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଏନଡିଆରଏଫ, ଏସଡିଆରଏଫ, ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ । ଏହି ରେସ୍କ୍ୟୁ ଅପରେସନରେ ମୁଖ୍ୟ ଭୂମିକା ତୁଲାଇଥିବା ସମସ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
CM @Naveen_Odisha commended the role of Indian Army @adgpi, @NDRFHQ, SDRF and other agencies for the successful rescue of #RahulSahu from a borewell in Chhattisgarh after gruelling operation of more than 100 hours. CM wished his speedy recovery.
— CMO Odisha (@CMO_Odisha) June 15, 2022
ଟ୍ୱିଟ୍ କରି ସମସ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ ଟ୍ୱିଟରେ ଲେଖିଛନ୍ତି କି ୧୦୦ ଘଣ୍ଟାରୁ ଅଧିକ ସମୟର ଅପରେସନ ପରେ ଛତିଶଗଡ଼ର ଏକ ବୋରଓ୍ୱେଲରୁ ରାହୁଲ ସାହୁଙ୍କୁ ସଫଳ ଉଦ୍ଧାର ପାଇଁ ଭାରତୀୟ ସେନା, ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟାନ୍ୟ ସବୁ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ରାହୁଲର ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

