spot_img
Home Blog Page 4294

ଶିବସେନା ନେତା ହରିଶ ସିଙ୍ଗଲା ଗିରଫ

ପଟିଆଲା: ପଞ୍ଜାବ ପଟିଆଲାରେ ଗୋଷ୍ଠୀ ସଂଘର୍ଷ ମାମଲା । ଘଟଣାରେ ଶିବସେନା ନେତା ହରିଶ ସିଙ୍ଗଲା ଗିରଫ ହୋଇଛନ୍ତି । ତେଣେ ଶିବସେନା ପଞ୍ଜାବ ଶାଖା କାର୍ଯ୍ୟକାରୀ ସଭାପତି ପଦରୁ ତାଙ୍କୁ କରାଯାଇଛି ବହିଷ୍କାର । ଖଲିସ୍ତାନୀ ସଂଗଠନ ବିରୋଧରେ ଶିବସେନା (ବାଲଠାକରେ) ଗୋଷ୍ଠୀର ଏକ ଶୋଭାଯାତ୍ରା ବାହାରିବା ପରେ ଗତକାଲି କେତେକ ଶିଖ ସଂଠଗନ ପକ୍ଷରୁ କରାଯାଇଥିଲା ପ୍ରତିବାଦ ।

ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକାପଥର ମାଡ଼ କରିବା ସହ ଘଟଣାସ୍ଥଳରେ ବୁଲିଥିଲା ଖଣ୍ଡା । ଉତ୍ତେଜନା ରୋକିବା ଲାଗି ପୋଲିସ କରିଥିଲା ଫାଙ୍କା ଗୁଳିଚାଳନା । ସେପଟେ ରାଜ୍ୟରେ ଅସ୍ଥିରତାକୁ ପ୍ରୋତ୍ସାହନ ଦିଆଯିବ ନାହିଁ ଏବଂ ଅଶାନ୍ତି ସୃଷ୍ଟିକାରୀଙ୍କୁ କଠୋର ହସ୍ତରେ ଦମନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ । ସ୍ଥିତି ନିୟନ୍ତ୍ରଣ ଲାଗି ଗତକାଲି ରାତି ୭ଟାରୁ ଆଜି ଭୋର ଯାଏ ଲାଗୁ ହୋଇଥିଲା କର୍ଫ୍ୟୁ ।

କାଲିଠୁ ତାତିରେ ଲାଗିବ ବ୍ରେକ, କାଳବୈଶାଖୀ ପ୍ରଭାବରେ କମିବ ପାରଦ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ତାତିରେ ଲାଗିବ ବ୍ରେକ । କାଳବୈଶାଖୀ ପ୍ରଭାବରେ କମିବ ପାରଦ । ମେ’ ୧ରୁ ୨ ତାରିଖ ମଧ୍ୟରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ଦିନର ତାପମାତ୍ରା । ଆସନ୍ତାକାଲିଠାରୁ ପାରଦ କମିଥିବାବେଳେ ଆଜିବି କଲବଲ କରିବ ତାତି । ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଆକଳନ କରାଯାଇଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ପାରଦ ଉପରମୁହାଁ ରହିବ । ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେପଟେ ମେ’ ୪ ତାରିଖରେ ଦକ୍ଷିଣ ଆଣ୍ଡମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଆଇଏମଡି ପୂର୍ବାନୁମାନ କରିଛି । ଏହି ଘୂର୍ଣ୍ଣିବଳୟ ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇପାରେ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ ସେନେଇ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ଲଘୁଚାପ ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହେବା ନେଇ ଅଧିକାଂଶ ମଡେଲ୍ ଦର୍ଶାଉଛି । ଏପରିକି ବାତ୍ୟାର ଗତିପଥ ଓଡ଼ିଶା-ପଶ୍ଚିମବଙ୍ଗ ଦର୍ଶାଯାଉଥିବା ଜଣାପଡ଼ିଛି ।

 

ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ସମ୍ମିଳନୀ, ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବସୁଛି ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗଦେବେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି । ବିଜ୍ଞାନ ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ କୋର୍ଟର ଭିତ୍ତିଭୂମିର ବିକାଶ ଲାଗି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ପ୍ରସ୍ତାବ ଦେବେ ବୋଲି ସୂଚନା ମିଳିଛି । ଏହା ସହ ବିଚାର ବିଭାଗରେ ଖାଲିଥିବା ପଦବୀର ପୂରଣ, ପଡ଼ି ରହିଥିବା ମାମଲାର ବିଚାର, ଇ-କୋର୍ଟ, ଆଇନ ସେବାକୁ ତ୍ୱରିତ କରିବା ଆଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରାୟ ୬ ବର୍ଷ ପରେ ଏହି ଧରଣର ବୈଠକ ଆୟୋଜିତ ହେବାକୁ ଯାଉଛି । ଶେଷ ଥର ଲାଗି ଗତ ୨୦୧୬ ଏପ୍ରିଲ ୨୪ରେ ଏହି ଧରଣର ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଆଇନ ମନ୍ତ୍ରୀ ଯୋଗଦେବେ । କିଛି ମାସ ତଳେ ମୁଖ୍ୟ ବିଚାରପତି ଏନଭି ରମଣା ଏକ ଜାତୀୟ ବିଚାର ବିଭାଗୀୟ ଭିତ୍ତିଭୂମି କର୍ତ୍ତୃପକ୍ଷ ବା ଏନଜେଆଇଏଆଇ ପ୍ରତିଷ୍ଠା ଲାଗି ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ । କୋର୍ଟଗୁଡିକର ଭିତ୍ତିଭୂମିର ବିକାଶ ଲାଗି ଏଥିରେ ପ୍ରସ୍ତାବ ରହିଥିଲା । ଏହି ପ୍ରସ୍ତାବ ଅନୁସାରେ ସମ୍ମିଳନୀରେ ଆଲୋଚନା ହେବା ଆଶା ରହିଛି ।

 

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିମାଡ଼, ଜଣେ ମୃତ

ରାଉରକେଲା: ଅଶାନ୍ତ ହେଉଛି ସୁନ୍ଦରଗଡ଼ । ସନ୍ଧ୍ୟା ହେଲେ ଫୁଟୁଛି ଗୁଳି । ଶୁକ୍ରବାର ସନ୍ଧ୍ୟାରେ ସୁନ୍ଦରଗଡ ଟାଉନ୍ ଥାନା ଅନ୍ତର୍ଗତ ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିକାଣ୍ଡ ହୋଇଛି । ଗୁଳିମାଡ଼ରେ ମହାନ୍ତିଆପଡ଼ାର ମୁରାରୀ ତନ୍ତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Firing In Sundargarh College Road One Dead

ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି ଦୁଇ ଦୁର୍ବୃତ୍ତ । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ଅଭିଯୋଗ ପାଇ ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ମୁରାରୀଙ୍କ ମୃତଦେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ପୋଲିସ ।

ମିସେସ୍‍ ଇଣ୍ଡିଆ ଟାଇଟଲ୍‍ ଜିତିଲେ ବାଲେଶ୍ୱରର ରୂପ୍‍ସା

ଭୁବନେଶ୍ୱର: ମିସେସ୍‍ ଇଣ୍ଡିଆ -୨୦୨୨ର ଟାଇଟଲ୍‍ ଜିତିଛନ୍ତି ଓଡ଼ିଆ ମହିଳା ରୂପ୍‍ସା ନାୟକ । ଏହାକୁ ନେଇ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ଗ୍ଲାମର୍‍ ୱାର୍ଲ୍ଡ ପକ୍ଷରୁ ଆୟୋଜିତ ‘ମିସେସ୍‍ ଇଣ୍ଡିଆ -୨୦୨୨’ ଟାଇଟଲ୍‍ ଓ କ୍ରାଉନ୍‍ ଜିତି ଅନ୍ୟ ମହିଳାମାନଙ୍କ ପାଇଁ ରୋଲ୍‍ ମଡେଲ୍‍ ପାଲଟି ଯାଇଛନ୍ତି । ଗତ ରବିବାରରେ ମୁମ୍ବାଇରେ ଆୟୋଜିତ ମିସେସ୍‍ ଇଣ୍ଡିଆ ପ୍ରତିଯୋଗିତାରେ ଦେଶର ୨ ଶହ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ‘ମିସେସ୍‍ ଇଣ୍ଡିଆ-୨୦୨୨’ର ବିଜେତା ହୋଇପାରିଛନ୍ତି ।

କର୍ପୋରେଟ୍‍ ସେକ୍ଟରରେ କାମ କରି ମଧ୍ୟ ଫ୍ୟାସନ୍‍ ଦୁନିଆରେ ପାଦ ଥାପି ଭାରତରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଟାଇଟଲ୍‍ ଜିତିଛନ୍ତି ରୁପ୍‍ସା । ପରିବାର ଓ କର୍ମକ୍ଷେତ୍ରରେ ନିଜର ଦାୟିତ୍ୱ ତୁଲାଇବା ସହ ନୂଆ ନୂଆ କରି ଗ୍ଲାମର ଦୁନିଆରେ ପାଦଥାପି ଅନ୍ୟ କର୍ମଜୀବୀ ଓ ବିବାହିତ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଜନ୍ମଭୂମି ବାଲେଶ୍ୱର ହୋଇଥିଲେ ବି ଗତ କିଛିବର୍ଷ ହେଲା ମୁମ୍ବାଇରେ କାର୍ଯ୍ୟରତ । ପୂର୍ବରୁ ବହୁ ମଡେଲ ଶୋ’ରେ ଅଂଶଗ୍ରହଣ କରିବା ସହ ଓଡ଼ିଆ ଚଳଚ୍ଚିତ୍ର ‘ଟଙ୍କା ତୋତେ ସଲାମ୍‍’ରେ ମଧ୍ୟ ଅଭିନୟ କରିଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ପର୍ଯ୍ୟାୟରେ ପରିପାଟ୍ଟୀ ପରିଧାନଠାରୁ ଆରମ୍ଭ କରି ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ନିଜର ଟ୍ୟାଲେଣ୍ଟ ଦର୍ଶାଇ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି । ଏହାସହ ନିଜକୁ ଉପସ୍ଥାପନା କରି ବେଶ୍‍ ପ୍ରଶଂସା ସାଉଣ୍ଟିଥିଲେ । ଏତେସବୁ ଟାଇଟଲ୍‍ ଜିତିବା ପରେ ମଡେଲ ଦୁନିଆରେ ନିଜର କ୍ୟାରିୟର୍‍ ଗଢିବା ଲାଗି ଦେଖିଛନ୍ତି ଅନେକ ସ୍ୱପ୍ନ ।

ବିଭିନ୍ନ ବିଷୟବସ୍ତୁରେ ସେ ବିଭିନ୍ନ ପର୍ଯ୍ୟାୟରେ ସମସ୍ତଙ୍କୁ ପଛରେ ପକାଇ ଏହି ଟାଇଟଲ୍‍ ହାସଲ କରି ପାରିଛନ୍ତି । ସଫ୍ଟୱେୟାର୍‍ ଇଞ୍ଜିନିୟରିଂ ପାଠ୍ୟକ୍ରମ ପରେ ମୁମ୍ବାଇରେ ଏକ ବ୍ୟାଙ୍କିଂ ସେକ୍ଟରରେ କାର୍ଯ୍ୟରତ ଅଛନ୍ତି । ବିବାହ ପରେ ଏହି ଟାଇଟଲ୍‍ ଜିତିବାର ଶ୍ରେୟ ସ୍ୱାମୀ ତଥା ପରିବାର ଲୋକଙ୍କୁ ଦେଇଛନ୍ତି । ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ଗ୍ଲାମର ଦୁନିଆରେ ନିଜର ପାରଦର୍ଶିତା ଦେଖାଇଛନ୍ତି ରୂପ୍‍ସା ।

ଦୃଢ଼ ହେଉଛି ବାତ୍ୟା ଆଶଙ୍କା, ଶକ୍ତିଶାଳୀ ପାଇଁ ସୁହାଉଛି ସାମୁଦ୍ରିକ ସ୍ଥିତି

ଭୁବନେଶ୍ୱର: ବଙ୍ଗୋପସାଗରରେ ମେ’ମାସରେ ପୁଣି ଏକ ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ବାତ୍ୟା ହେଲେ କେତେ ଶକ୍ତିଶାଳୀ ହେବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଆକଳନ କରାଯାଇ ନ ଥିଲେ ମଧ୍ୟ ବାତ୍ୟା ଆଶଙ୍କା ଧୀରେ ଧୀରେ ଦୃଢ଼ୀଭୂତ ହେବାରେ ଲାଗିଛି । ବର୍ତ୍ତମାନର ସାମୁଦ୍ରିକ ସ୍ଥିତି ଓ ଜଳପତନର ତାପମାତ୍ରା ବାତ୍ୟା ଆଶଙ୍କାକୁ ବଳ ଯୋଗାଉଛି । ଅପରାହ୍ଣରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଲଘୁଚାପ ସୃଷ୍ଟି ସମ୍ପର୍କରେ ସୂଚନା ଦିଆଯିବା ସହିତ ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହେବା ନେଇ ଆକଳନ କରାଯାଇଛି । ଯାହାକି ବାତ୍ୟା ଆଶଙ୍କାକୁ ସୁଦୃଢ଼ କରିଛି । ସମାନ ଭାବେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ବାତ୍ୟା ଆଶଙ୍କାରେ ଏକମତ ହୋଇଛନ୍ତି ଓ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାକୁ ଯାଉଛି ବୋଲି ଆକଳନ କରିଛନ୍ତି ।

 Probable Cyclone In Bay Of Bengal In May First Week

ଗୁରୁବାର ବିଭିନ୍ନ ବିଦେଶୀ ମଡେଲ୍‍ ସହିତ ଆଇଏମଡି ଜିଏଫ୍‍ଏସ୍‍ ବାତ୍ୟା ସୃଷ୍ଟି ନେଇ ଆକଳନ କରିଥିଲେ । ଏହା ସହିତ ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ବାତ୍ୟା ସମ୍ପର୍କରେ ଆଭାସ ମିଳିଥିଲା । ହେଲେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଲଘୁଚାପ ହେବା ନେଇ ଆଇଏମଡି ସ୍ପଷ୍ଟ କରିବା ପରେ ସମସ୍ତଙ୍କ ନଜର ଏବେ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ରହିଛି । ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ କୁହାଯାଇଛି ଯେ ଆସନ୍ତା ମେ’୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ଟ୍ୱିଟ୍ ଯୋଗେ ସୂଚନା ଦେଇଛି । ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ଲଗାତାର ୪ ବର୍ଷ ହେବ ମେ ମାସରେ ବାତ୍ୟାର ରେକର୍ଡ କରିବ ।

ଗତ ବର୍ଷ ମେ ୨୬ ତାରିଖରେ ବାତ୍ୟା ୟସ ଓଡ଼ିଶାରେ ସ୍ଥଳଭାଗ ଛୁଇଁଥିଲା । ଏହା ପ୍ରଭାବରେ ଉତ୍ତର ଓଡ଼ିଶା ବାଲେଶ୍ୱରଠାରୁ ଜଗତସିଂହପୁର ପର୍ଯ୍ୟନ୍ତ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଯଦିଓ ଏହି ବାତ୍ୟା ପବନର ବେଗ କମ୍‍ ଥିଲା, ମାତ୍ର ପ୍ରବଳ ବର୍ଷା ଓ ସମୁଦ୍ର ଲହଡ଼ି ମାଡ଼ି ଆସିବାରୁ ବ୍ୟାପକ ହାନୀ ଘଟାଇଥିଲା । ସେହିପରି ୨୦୨୦ ମେ’ରେ ଅମ୍ଫାନ ଆସିଥିଲା । କରୋନା ସାଙ୍ଗକୁ ବାତ୍ୟା ଯୋଗୁ ରାଜ୍ୟ ସରକାରଙ୍କୁ ବହୁ କସରତ କରିବାକୁ ପଡ଼ିଥିଲା । ଅମ୍ଫାନ ପଶ୍ଚିମବଙ୍ଗରେ ସ୍ଥଳଭାଗ ଅତି କ୍ରମ କରିଥିଲେ ମଧ୍ୟ, ସମୁଦ୍ର ମଧ୍ୟରେ ଓଡ଼ିଶା ଅତିକ୍ରମ କରିବା ସମୟରେ ଉପକୂଳ ଜିଲ୍ଲାବାସୀ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ । ଏହା ବ୍ୟତୀତ ମେ’ ମାସରେ ସମୁଦ୍ରପତ୍ତନର ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୫ ଡିଗ୍ରୀ ଅଧିକ ରହୁଥିବାରୁ ବାତ୍ୟାଗୁଡ଼ିକ ଶକ୍ତିଶାଳୀ ହେଉଛି ।

ଅମ୍ଫାନ ହିଁ ଏହାର ଉଦାହରଣ ସାଜିଛି । କାରଣ ୧୯୯୯ ମସିହା ପରେ ଅମ୍ଫାନ ହିଁ ସମୁଦ୍ର ମଧ୍ୟରେ ମହାବାତ୍ୟାର ରୂପ ଧାରଣ କରିଥିବା ବେଳେ ଏହା ସବୁଠାରୁ ଅଧିକ କ୍ଷତିକାରୀ ବାତ୍ୟା ଭାବେ ରେକର୍ଡ କରିଛି । ସେହିପରି ୨୦୧୯ରେ ଆସିଥିବା ଫନି ପୁରୀରେ ସ୍ଥଳଭାଗ ଅତିକ୍ରମ କରିଥିବା ବେଳେ ଉପକୂଳ ଓଡ଼ିଶା ସମେତ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ଆଦିରେ ବିଧ୍ୱଂସ ରଚିଥିଲା। ଫନିରେ ଭୁବନେଶ୍ୱରରେ ପବନର ବେଗ ୨୦୦ କିମି ଛୁଇଁଥିବା ବେଳେ ଏହାଦ୍ୱାରା ସାରା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।

ସୂଚନା ଥାଉ କି ମେ’ମାସ ୬ ତାରିଖ ମଧ୍ୟରେ ଆଣ୍ଡାମାନସାଗରେ ଏକ ଲଘୁଚାପ ସୃଷ୍ଟି ହୋଇ ଏହା ଅଧିକ ଶକ୍ତିଶାଳୀ ହେବ । ପରବର୍ତ୍ତୀ ସମୟରେ ଏହା ବାତ୍ୟାରେ ପରିଣତ ହୋଇ ୧୦ ତାରିଖ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ । ପ୍ରାଥମିକ ସ୍ତରରେ ଅଧିକାଂଶ ମଡେଲ୍‍ ଏହି ବାତ୍ୟାର ଗତିପଥ ଓଡ଼ିଶା-ପଶ୍ଚିମବଙ୍ଗ ଦର୍ଶାଉଥିବା ବେଳେ ଲଘୁଚାପ ସୃଷ୍ଟି ପରେ ହିଁ ବାତ୍ୟା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହେବ । ଅଧିକାଂଶ ମଡେଲ୍‍ ଏହା ବାତ୍ୟାରେ ପରିଣତ ହେବା ଆଶଙ୍କାରେ ସ୍ଥିର ହୋଇ ରହୁଥିବା ଜଣାପଡ଼ିଛି । ଯାହାପରେ ବିଦେଶୀ ସଂସ୍ଥା ସମେତ ଭାରତୀୟ ପାଣିପଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥାମାନେ ମଧ୍ୟ ଗତିବିଧି ଉପରେ ନଜର ରଖିଛନ୍ତି ।

ଅମରାବତୀ ସ୍ୱାଧୀନ ଏମପି ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କ ଆବେଦନ ଖାରଜ

0

ମୁମ୍ବାଇ: ମୁମ୍ବାଇରେ ହନୁମାନ ଚାଳିଶା ବିବାଦ ପ୍ରସଙ୍ଗ । ଜେଲରେ ଥିବା ଅମରାବତୀ ସ୍ୱାଧୀନ ଏମପି ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କ ଆବେଦନ ଖାରଜ । ଜେଲରେ ଥିବାବେଳେ ଘରେ ପ୍ରସ୍ତୁତ ଖାଦ୍ୟ ଲାଗି ଅନୁମତି ଦେବା ସକାଶେ ସେମାନେ କରିଥିବା ଆବେଦନକୁ ଖାରଜ କରିଛନ୍ତି ମୁମ୍ବାଇର ଏକ ମାଜିଷ୍ଟ୍ରେଟଙ୍କ କୋର୍ଟ ।

ଅନ୍ୟପଟେ ଆଜି ମଧ୍ୟ ରାଣା ଦମ୍ପତିଙ୍କୁ ଜେଲରେ ବିତାଇବାକୁ ପଡ଼ିବ । ଯଦିଓ ତାଙ୍କ ଓକିଲ ଏହି ମାମଲାର ଜରୁରୀକାଳୀନ ଭାବରେ ଶୁଣାଣି ପାଇଁ ଦାବି କରିଥିଲେ, ତଥାପି ଏହା ସମ୍ଭବ ହୋଇପାରିଲା ନାହିଁ । ପୁଲିସ୍‌ ଦଲିଲରେ କହିଛିଯେ, ଦୁଇଜଣଙ୍କ ଉପରେ ଦେଶଦ୍ରୋହର ଅଭିଯୋଗ ଲାଗିଛି । ଅନ୍ୟପଟେ ରାଣା ଦମ୍ପତିଙ୍କ ଓକିଲ କହିଛନ୍ତିଯେ, ଘରେ ତାଙ୍କ ବାପା ମା’ ଅଛନ୍ତି ଏବଂ ସେମାନଙ୍କ ଦେଖାଶୁଣା ପାଇଁ ଏମାନଙ୍କର ଯଥେଷ୍ଟ ଆବଶ୍ୟକତା ରହିଛି । ସେ ଏମିତି ସେମିତି ନେତା ନୁହଁନ୍ତି ଯିଏ ଲୁଚିଯିବେ ବା ଦେଶ ଛାଡ଼ି କେଉଁଆଡ଼େ ଚାଲିଯିବେ ।  ଦୁଇଜଣଙ୍କର ଏକ ୮ ବର୍ଷର ସନ୍ତାନ ମଧ୍ୟ ଅଛି । ତେଣୁ କୋର୍ଟ ସମସ୍ତ ଦିଗକୁ ନଜରରେ ରଖି ଉଭୟଙ୍କୁ ଛାଡ଼ି ଦେବା ଉଚିତ୍‌ ।

ସୂଚନାଯୋଗ୍ୟ,  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବାକୁ ଆହ୍ୱାନ ଦେଇ ଗତ ଶନିବାର ଗିରଫ ହୋଇଥିଲେ ନବନୀତ ଓ ରବି । ନବନୀତଙ୍କୁ ବାଇକୁଲା ଜେଲରେ ରଖାଯାଇଥିବାବେଳେ ରବିଙ୍କୁ ନାଭି ମୁମ୍ବାଇ ଅନ୍ତର୍ଗତ ତଲୋଜା ଜେଲରେ ରଖାଯାଇଛି ।

ତାତିରେ ଭାଜି ହେଉଛି ଦିଲ୍ଲୀ

0

ନୂଆଦିଲ୍ଲୀ: ତାତିରେ ଭାଜିହେଉଛି ଦିଲ୍ଲୀ । ପ୍ରଚଣ୍ଡ ଉତ୍ତାପରେ ଜଳୁଛି ଜାତୀୟ ରାଜଧାନୀ । ଗତ ୭୨ ବର୍ଷ ମଧ୍ୟରେ ଚଳିତ ଏପ୍ରିଲ ପାଲଟିଛି ସର୍ବାଧିକ ତାତିର ଦ୍ୱିତୀୟ ମାସ । ପ୍ରଚଣ୍ଡ ତାପମାତ୍ରା ଯୋଗୁଁ ଦିଲ୍ଲୀବାସୀ ହୋଇଛନ୍ତି ଛଟପଟ ।

ସାରା ଦେଶରେ ଅଗ୍ନିବର୍ଷା ଜାରି ରହିଥିବାବେଳେ ଦିଲ୍ଲୀ ବି ବାଦ୍ ପଡ଼ିନି । ଦିଲ୍ଲୀର ହାରାହାରି ତାପମାତ୍ରା ୪୦ ଦଶମିକ ୨ ଡିଗ୍ରୀ ସେଲସିୟସ ହୋଇଥିବାବେଳେ ୨୦୧୦ରେ ହାରାହାରି ତାପମାତ୍ରା ରହିଥିଲା ୪୦ ଦଶମିକ ୪ ଡିଗ୍ରି ସେଲସିୟସ । ଆଜି ଦିଲ୍ଲୀର କେତେକ ସ୍ଥାନରେ ତାପମାତ୍ରା ରହିଥିଲା ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ । ଗତ ୨୦୧୦ ଏପ୍ରିଲ ୧୮ ତାରିଖରେ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ହୋଇଥିଲା ୪୩ ଦଶମିକ ୭ ଡିଗ୍ରୀ ସେଲସିୟସ ।

ଦେଶ ଗୋଟିଏ ପଟେ ଜଳୁଥିବାବେଳେ ଅନ୍ୟପଟେ ndia Meteorological Department (IMD) ଶୁକ୍ରବାର ଅରେଞ୍ଜ୍‌ ଆଲର୍ଟ ଜାରି କରିଛନ୍ତି ।

ଆମେରିକା: ମଣିଷ ଶରୀରରେ ପହଞ୍ଚିଲା ବାର୍ଡ ଫ୍ଲୁ, ଦୁନିଆର ଦ୍ୱିତୀୟ ମାମଲା, ଏଜେନ୍ସି ସତର୍କ

ଓ୍ୱାଶିଂଟନ୍‌: ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ସୁରକ୍ଷା କେନ୍ଦ୍ର  ଦେଇଛି ନୂଆ ରିପୋର୍ଟ । US Centers for Disease Control and Prevention ର କହିବା ହେଉଛି, କୋଲୋରାଡୋରେ ଜଣେ ବ୍ୟକ୍ତି ବର୍ଡ଼ ଫ୍ଲୁ’ର ଶିକାର ହୋଇଥିଲେ । ଯାହା ଆମେରିକାର ପ୍ରଥମ ମାମଲା ଏବଂ ବିଶ୍ୱର ଦ୍ୱିତୀୟ ମାମଲା ।  ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ହେଉଛି ଉକ୍ତ ବ୍ୟକ୍ତି ଜଣକ କୁକୁଡ଼ା ସମ୍ପର୍କରେ ଆସିଥିଲେ ।  ତେବେ ଦୁନିଆର ପ୍ରଥମ ମାମଲା ଚୀନରୁ ଆସିଥିଲା । ଯେଉଁଠାରେ ଏକ ୪ ବର୍ଷର ଶିଶୁ ଏହାର ଶିକାର ହୋଇଥିଲା । ଏହା ଥିଲା ପ୍ରଥମ ମାନବ ସଂକ୍ରମଣ ।

ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, କୋଲୋରାଡୋରେ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କ ସମ୍ପର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି। ଏହି ବ୍ୟକ୍ତି କୁକୁଡ଼ା ସମ୍ପର୍କରେ ଆସିଥିଲେ । କାରଣ ସେ ଫାର୍ମରେ କାମ କରୁଥିଲେ । ବ୍ୟକ୍ତିଙ୍କ ନାକରୁ ନମୂନା ସଂଗ୍ରହ କରାଯାଇଥିଲା ଏବଂ ଏପ୍ରିଲ ୨୭ରେ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପୂର୍ବରୁ ମଧ୍ୟ ଏହି ବ୍ୟକ୍ତିଙ୍କ ନମୂନା ପରୀକ୍ଷଣ ହୋଇଥିଲା। ରିପୋର୍ଟ ନେଗେଟିଭ ଆସିଥିଲା। ଆମେରିକାର ଅଧିକାରୀ କହିଛନ୍ତି, ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତ ସତର୍କତା ଅବଲମ୍ୱନ କରାଯାଉଛି। ସଂକ୍ରମିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତର କହିଛନ୍ତି।
ଅଧିକାରୀଙ୍କ କହିବା ହେଉଛି ସାଧାରଣ ଲୋକଙ୍କୁ ସଂକ୍ରମିତ ହେବାର ଆଶଙ୍କା ଖୁବ୍‌ କମ୍‌ । କାରଣ ବ୍ୟକ୍ତିରୁ ବ୍ୟକ୍ତିକୁ ସଂକ୍ରମିତ ହୋନଥାଏ ।  ଯାହା ଖୁବ୍‌ କାଁ ଭାଁ । ତେବେ ଆମେରିକାର ଏହା ସମ୍ପଦ୍ଧୀୟ ଅନ୍ୟ କୌଣସି ଭ୍ୟାରଆଣ୍ଟ ମିଳିନଥିବା କୁହାଯାଉଛି ।

ଓରମାସର ମାର୍କେଟିଂ ଓ ସ୍କିଲ୍‌ ସମ୍ପର୍କିତ ଦୁଇଦିନିଆ କର୍ମଶାଳା

ଭୁବନେଶ୍ୱର: ଜାତୀୟ କିମ୍ବା ଅନ୍ତର୍ଜାତୀୟ ବଜାରରେ କୌଣସି ଦ୍ରବ୍ୟର ଚାହିଦା ସୃଷ୍ଟି କରିବାକୁ ହେଲେ ସାମଗ୍ରୀର ଗୁଣବତ୍ତା, ଉପାଦେୟତା ଓ ଆବଶ୍ୟକ ବଜାର ଯୋଗାଣ ସହ ସେଗୁଡ଼ିକର ସଠିକ୍‌ ପ୍ରଚାରପ୍ରସାର ହେବା ଜରୁରୀ ଏବଂ ଦ୍ରବ୍ୟର ମାର୍କେଟିଂ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଆୟୋଜିତ କର୍ମଶାଳାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମତବ୍ୟକ୍ତ କରିଥିଲେ । ସରକାରଙ୍କ ନିଯୁକ୍ତିଭିତ୍ତିକ, ଦକ୍ଷତାଭିତ୍ତିକ କାର୍ଯ୍ୟକ୍ରମ ଡି.ଡି.ୟୁ ଜି.କେ.ୱାଇରେ କିଭଳି ଅଧିକରୁ ଅଧିକ ଗ୍ରାମୀଣ ବେରୋଜଗାର ଯୁବବର୍ଗଙ୍କୁ ତାଲିମ ଓ ନିଯୁକ୍ତି ସୁଯୋଗ ଦିଆ ଯାଇପାରିବ । ସେମାନେ କିଭଳି ଭାବେ ବିଭିନ୍ନ ସଂସ୍ଥାରେ ଚାକିରି କରିପାରିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବା ସମ୍ପର୍କରେ ମଧ୍ୟ କର୍ମଶାଳାରେ ଶ୍ରୀ ଜେନା ପ୍ରକାଶ କରିଥିଲେ ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କହିଥିଲେ, କୃଷିଜାତ ଦ୍ରବ୍ୟର ସଠିକ୍‌ ବିପଣନ, ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନୀଗୁଡ଼ିକର ସଠିକ୍‌ ପରିଚାଳନା, ନିରୀକ୍ଷଣ, ଓଡ଼ିଶାରେ ଗ୍ରାମୀଣ କାରିଗରଙ୍କ ଆର୍ଥିକ ବିକାଶ, ଉତ୍ପାଦିତ ସାମଗ୍ରୀର ବିକ୍ରିବଟା, ଗ୍ରାମାଞ୍ଚଳରେ ରାଜମିସ୍ତ୍ରୀ ତାଲିମ୍ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍‌, ଗ୍ରାମୀଣ ଉତ୍ପାଦଗୁଡ଼ିକର ଉପଯୁକ୍ତ ମାର୍କେଟିଂ ଏବଂ ଏ ଦିଗରେ ମିଶନ ଶକ୍ତି ଏବଂ ଓରମାସର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ମିଶନ ଜୀବିକା ପ୍ରକଳ୍ପ ଏବଂ ମିଶନ ଶକ୍ତି ବଜାର ପାଇଁ ଓରମାସ୍‌ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ସେହିପରି ଉତ୍ତମ ବ୍ୟବାସୟିକ କାରବାର ଏବଂ ଇନୋଭେଟିଭ୍‌ପ୍ରଡକ୍ଟ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିଥିବା କୋରାପୁଟର କାପକୋ, ଗଞ୍ଜାମର ଗଞ୍ଜାମ ଗୃହିଣୀ, ମୟୂରଭଞ୍ଜ ସବାଇ ଫାର୍ମର୍ସ, ରାୟଗଡ଼ାର ଧରିତୀପେନୁ ଫାର୍ମସ ଓ ବଲାଙ୍ଗୀର ଫାର୍ମିଂ ଆଣ୍ଡ ନନ୍‌ଫାର୍ମିଂ ଆଦି ପାଞ୍ଚଟି ଉତ୍ପାଦକ କମ୍ପାନୀକୁ ଉଦଯାପନୀ ଦିବସରେ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲ ।

କର୍ମଶାଳାରେ ଓରମାସ୍‌ ତରଫରୁ ଗୋଷ୍ଠୀଭିତ୍ତିକ ସଂସ୍ଥାଗୁଡ଼ିକର ସଠିକ୍‌ ନିରୀକ୍ଷଣ ପାଇଁ ଉତ୍ପାଦନ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା । ଏଥିସହ ଗ୍ରାମୀଣ ରାଜମିସ୍ତ୍ରୀ ତାଲିମ୍ ପୁସ୍ତିକା ଏବଂ ଶିଶିର ସରସ ଫଟୋଚିତ୍ରକୁ ନେଇ କଫି ଟେବୁଲ୍  ବୁକ୍‌ର ଉନ୍ମୋଚନ କରାଯାଇଥିଲ । ଏହି କର୍ମଶାଳାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରେଘୁ ଜି. ଓଡ଼ିଶା ଜୀବିକା ମିଶନର ରାଜ୍ୟ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସୀ ନିମ୍ବାଲ, ପାନୀୟ ଜଳ ଓ ପରିମଳ, ପ୍ରକଳ୍ପ ନିର୍ଦ୍ଦେଶକ ବି. ପରମେଶ୍ୱରନ୍‌, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ସ୍ୱୟଂପ୍ରଭା ମହାନ୍ତି, ଓୟୁଏଟିର ଏଗ୍ରିକଲଚରାଲ ମାର୍କେଟିଂ ବିଭାଗର ମୁଖ୍ୟ ଡକ୍ଟର ସର୍ବନାରାୟଣ ମିଶ୍ର, ବିଶ୍ୱବ୍ୟାଙ୍କ ନୂଆଦିଲ୍ଲୀର ଗ୍ରାମ୍ୟ ଉନ୍ନୟନ ବିଶେଷଜ୍ଞ ସମିକ ସୁନ୍ଦର ଦାସ, କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସିନିଅର ମ୍ୟାନେଜର ହର୍ଷଲ ଚଢ଼ା ଓ ଲିଡ୍‌-(ଆଇବି) ଜୟବର୍ଦ୍ଧନେ ତିୱାରୀ, ଆଇଟିସି-ଅଗରବତୀ ବିଜନେସ୍‌ ମୁଖ୍ୟ ଏମ୍‌. ମୁରଲୀଧର, ଏନ୍‌ଆଇଏଫ୍‌ଟି, ଭୁବନେଶ୍ୱରର ପ୍ରୋଜେକଫ ୟୁନିଟ୍‌ ହେଡ୍‌ ବିନୟ ଭୂଷଣ ଜେନା, କେଭିଆଇସି, ଭୁବନେଶ୍ୱରର ନିର୍ଦ୍ଦେଶକ ସମୀର କୁମାର ମହାନ୍ତି, ନାଫେଡ୍‌, ଭୁବନେଶ୍ୱରର ଶାଖା ପରିଚାଳକ ଭବ୍ୟା ଆନନ୍ଦ, ଇଫ୍‌କୋ କିଷାନ୍‌-ଆଗ୍ରିଟେକ୍‌ ମୁଖ୍ୟ ମୋରୁପ ନାମ୍‌ଗେଲ୍‌, ଭାଇସ୍‌ ପ୍ରେସିଡେଣ୍ଟ, ନାବକନ୍ସ ଭି. ବାଲସୁବ୍ରମଣ୍ୟମ୍‌ ଏବଂ ଘରୋଇ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଓର୍‌ମାସ୍‌ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ବାଦଲ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।