spot_img
Home Blog Page 432

ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା ।

ନନ୍ଦିଘୋଷ ବ୍ୟୁରୋ:  ଓଡ଼ିଶା ପୋଲିସ ସବ-ଇନସପେକ୍ଟର ନିଯୁକ୍ତି ପରୀକ୍ଷା ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖରେ ଦୁଇଦିନ ଧରି ସବ-ଇନସପେକଟର ନିଯୁକ୍ତି ପରୀକ୍ଷା ବିଭିନ୍ନ ଜିଲ୍ଲାରେ କରାଯିବ । ଏ ନେଇ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଦୁଇ ଦିନ OMR ଆଧାରିତ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବରୁ ଦୁଇଥର ସବ-ଇନସପେକ୍ଟର ନିଯୁକ୍ତି ପରୀକ୍ଷା ବାତିଲ ହୋଇଥିଲା । ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିଥିବା ଯୋଗ୍ୟ ପ୍ରାର୍ଥୀ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ସେମାନଙ୍କର ପରୀକ୍ଷା ଆଡମିଟ କାର୍ଡ଼ ଓଡ଼ିଶା ପୋଲିସ ଓ୍ବେବସାଇଟରୁ ଡାଉନଲୋଡ କରିପାରିବେ । ଆଡମିଟ କାର୍ଡ଼ ଡାଉନଲୋଡ଼ କରିବା ପାଇଁ ଓ୍ବେବସାଇଟ ହେଉଛି https://odishapolice.gov.in । ପ୍ରାର୍ଥୀମାନେ ସେମାନଙ୍କ ଲଗଇନ୍‌ ୟୁଜର ଆଇଡି ଓ ପାସଓ୍ବାର୍ଡ ଦେଇ ଏହି ଓ୍ବେବସାଇଟରୁ ସେମାନଙ୍କର ଆଡମିଟ କାର୍ଡ଼ ଡାଉନଲୋଡ କରିପାରିବେ । ଏହି ନିଯୁକ୍ତି ପରୀକ୍ଷା ପାଇଁ ପୂର୍ବରୁ ୨୦୨୫ ଜାନୁଆରୀ ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରେ ଏହାର ଶୁଦ୍ଧିପତ୍ର ବିଜ୍ଞପ୍ତି ପୁଣି ଥରେ ଗତ ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା ।

ରାଜୀବ ଶୁକ୍ଲା BCCIର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ

ବିସିସିଆଇ ଅଧ୍ୟକ୍ଷ ପଦରୁ ରୋଜର ବିନ୍ନି ଅବସର ଗ୍ରହଣ କରିବା ପରେ ରାଜୀବ ଶୁକ୍ଲା ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ନୂଆ ଅଧ୍ୟକ୍ଷ ଘୋଷଣା ପର୍ଯ୍ୟନ୍ତ ରାଜୀବ ଏହି ପଦ ସମ୍ଭାଳିବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ରୋଜର ବିନ୍ନି ୨୦୨୨ ମସିହା ଠାରୁ ଏହି ପଦରେ ରହିଆସିଥିଲେ ଚଳିତ ବର୍ଷ ଜୁଲାଇ ୧୯ରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଥିଲା ତେଣୁ ବିନ୍ନିଙ୍କ କାର୍ଯ୍ୟକାଳ ସମାପ୍ତ ପରେ ଏବେ ରାଜୀବଙ୍କୁ ଏହି ଦାୟିତ୍ବ ଦିଆଯାଇଛି ରାଜୀବ ବର୍ତ୍ତମାନ ସମୟରେ ବିସିସିଆଇର ଉପାଧ୍ୟକ୍ଷ ପଦରେ ରହିଛନ୍ତି ବିନ୍ନିଙ୍କୁ ୭୦ ବର୍ଷ ବୟସ ହୋଇସାରିଥିବା ବେଳେ ସେ ଏହି ପଦରୁ ରିଟାୟାର ହୋଇଛନ୍ତି ୭୦ ବର୍ଷ ବୟସ ହେବା ପରେ ପ୍ରତ୍ୟେକ ପଦାଧିକାରୀ ନିଜର ପଦରୁ ରିଟାୟାର ହେବା ନେଇ ବିସିସିଆଇର ଏକ ନିୟମ ରହିଛି

ରାଜଧାନୀରେ ବ୍ୟାପୁଛି ବାର୍ଡ ଫ୍ଲୁ; ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚିଡିଆଖାନା ବନ୍ଦ

ନନ୍ଦିଘୋଷ ବ୍ୟୁରୋ: : ଚିନ୍ତା ବଢାଇଲା ବାର୍ଡ ଫ୍ଲୁ । ଦିଲ୍ଲୀ ଚିଡିଆଖାନାରେ H5N1 ଫ୍ଲୁ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଶନିବାର ଠାରୁ ଚିଡିଆଖାନାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ଦିଲ୍ଲୀରେ ୩ ଥର ପାଇଁ ଏହା ବ୍ୟାପିବାରେ ଲାଗିଛି । ପୂର୍ବରୁ ମଧ୍ୟ ଅକ୍ଟୋବର ୨୦୧୬ରେ ଚିଡିଆଖାନାକୁ ବନ୍ଦ କରାଯାଇଥିଲା ।

ସେହି ବର୍ଷ ୭୦ରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ଦିଲ୍ଲୀ ଚିଡ଼ିଆଖାନାରେ ଗୋଟିଏ ପକ୍ଷୀର ମୃତ୍ୟୁ ପରେ ଏହାକୁ ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା । ଯେଉଁଠାରେ ପକ୍ଷୀଟି ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ପରେ ଚିଡ଼ିଆଖାନା ଉପରେ ପ୍ରଶାସନ ନଜର ବୃଦ୍ଧି କରିଛି।

ଚିଡ଼ିଆଖାନା ବନ୍ଦ କରିବା ନିର୍ଦ୍ଦେଶ ଉପରେ ପ୍ରଶାସନ ସୂଚନା ଦେଇଛି ଯେ ଏହି ଭୂତାଣୁ ୨୧ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ ଏବଂ ଅନ୍ୟ ପ୍ରାଣୀମାନଙ୍କୁ ସଂକ୍ରମିତ କରିପାରେ। ତେଣୁ ଅତି କମରେ ୨୧ ଦିନର କ୍ୱାରେଣ୍ଟାଇନ୍ ଆବଶ୍ୟକ। ନଜର ବୃଦ୍ଧି କରାଯାଇଛି ଏବଂ ସମସ୍ତ ପ୍ରବାସୀ ପକ୍ଷୀଙ୍କୁ ପୃଥକ ଭାବରେ ରଖାଯିବ। ଏହା ବ୍ୟତୀତ ଚିଡ଼ିଆଖାନାରେ ବାଘ ଏବଂ ସିଂହ ଛୁଆମାନଙ୍କର ମଧ୍ୟ ବିଶେଷ ଯତ୍ନ ନିଆଯାଉଛି କାରଣ କିଛି ଦିନ ପୂର୍ବରୁ ଚିଡ଼ିଆଖାନାରେ ସଂକ୍ରମଣ ଯୋଗୁଁ ବାଘ ଛୁଆଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ଚିଡ଼ିଆଖାନାରେ ପ୍ରାୟ ୧,୩୫୦ ପକ୍ଷୀଙ୍କ ଉପରେ ନଜର ରଖାଯାଇଛି।

 

ବନ୍ଧୁକ ଧରି ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ବନ୍ଧୁକ ଧରି ଯୁବକଙ୍କ ଉନ୍ମତ୍ତ କାଣ୍ଡ। କେନ୍ଦ୍ରାପଡ଼ା ରାଜନଗର ଅଂଚଳରେ ଆତଙ୍କ ଖେଳାଇଥିଲେ ଯୁବକ। ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ। ରାଜନଗର ଗୁପ୍ତି ଘାଟ ନିକଟରେ ଘଟିଛି ଏ ଘଟଣା। ସୂଚନା ପରେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଂଚି ପାରିନାହିଁ। ସମ୍ପୃକ୍ତ ଯୁବକ ଜଣକ ବଙ୍ଗଳା ଭାଷାରେ କଥା ହେଉଥିବାରୁ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।

ଖଜୁରୀ ମଞ୍ଜିର ଆଶ୍ଚର୍ଯ୍ୟଜନକ ଫାଇଦା, ଖାଇଲେ ଦୁର ହେବ ବଡ଼ ବଡ଼ ରୋଗ…

ନନ୍ଦିଘୋଷ ବ୍ୟୁରୋ: ଖଜୁରୀ ଏକ ସ୍ବାଦିଷ୍ଟ ଏବଂ ପୁଷ୍ଟିକର ଫଳ । ପ୍ରାଚୀନ କାଳରୁ ଖଜୁରୀ ଶରୀରକୁ ଶକ୍ତି ଦେବା ଏବଂ ରୋଗରୁ ରକ୍ଷା କରିବା ପାଇଁ ବ୍ୟବହାର ହୋଇଆସୁଛି । ଏହା କେବଳ ଶକ୍ତିର ଏକ ଉତ୍କୃଷ୍ଟ ଉତ୍ସ ନୁହେଁ, ଏଥିରେ ପ୍ରଚୁର ପରିମାଣରେ ଖଣିଜ ପଦାର୍ଥ, ଭିଟାମିନ୍ ଏବଂ ଫାଇବର ମଧ୍ୟ ଭରପୁର ରହିଛି ।ସାରା ବିଶ୍ୱର ଲୋକମାନେ ଏହାର ସ୍ୱାସ୍ଥ୍ୟଗତ ଲାଭକୁ ବୁଝିପାରୁଛନ୍ତି ଏବଂ ଏହାକୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ସାମିଲ କରୁଛନ୍ତି । ଖଜୁରୀ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଖଜୁରୀରୁ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ମୁକ୍ତ ରାଡିକାଲ୍ସରୁ ରକ୍ଷା କରେ, ଯାହା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଡାଏଟିସିଆନ୍ ମତରେ, ଯଦି ଆପଣ ସପ୍ତାହରେ ଦିନକୁ ଦୁଇଥର ଖଜୁରୀ ଖାଆନ୍ତି,ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଭଲ ପ୍ରଭାବ ପକାଇବ । ଖଜୁରୀ ବିହନ ଖଜୁର ଅପେକ୍ଷା ଦୁଇଗୁଣ ଲାଭଦାୟକ । ଖଜୁରୀ ଫଳ ପରି, ଏହାର ବିହନକୁ ମଧ୍ୟ ପୁଷ୍ଟିକର ପଦାର୍ଥର ଭଣ୍ଡାର କୁହାଯାଏ । ଆୟୁର୍ବେଦିକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ଖଜୁରୀ ସହ ଖଜୁରୀ ବିହନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ।” ତେବେ ଖଜୁରୀ ବିହନ ଯାହାକୁ ଆମେ ଅଳିଆ ଭାବି ଫିଙ୍ଗି ଦେଉଛୁ, ତାହାର କ’ଣ ଏତେ ଲାଭ ଅଛି ? ଆସନ୍ତୁ ଜାଣିବା ବିଶେଷଜ୍ଞମାନେ କ’ଣ କୁହନ୍ତି…

ଖଜୁରୀ ମଞ୍ଜିର ଉପକାରିତା:
ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଖଜୁରୀ ବିହନରେ ଓଲିକ୍ ଏସିଡ୍, ଫାଇବର ଏବଂ ପଲିଫେନୋଲ୍ ଥାଏ । ଏଗୁଡ଼ିକ ହୃଦୟ ସ୍ୱାସ୍ଥ୍ୟ ପାଇଁ ଜରୁରୀ । ଖଜୁରୀ ମଞ୍ଜିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ଥାଏ । ଏଗୁଡ଼ିକ ହୃଦୟ ସ୍ୱାସ୍ଥ୍ୟ ପାଇଁ ଭଲ। ଏଗୁଡ଼ିକ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଖଜୁରୀ ମଞ୍ଜି ଖାଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ ହୁଏ। ଏଥିରେ ଥିବା ଫାଇବର ଯୋଗୁଁ ଏହା ପେଟକୁ ଦୀର୍ଘ ସମୟ ପର୍ୟ୍ୟନ୍ତ ପୂର୍ଣ୍ଣ ରଖେ ଏବଂ ଭୋକ କମ କରେ। ଖଜୁରୀ ବିହନ ଶିରାରେ ଜମା ହୋଇଥିବା କୋଲେଷ୍ଟ୍ରଲ୍ ହ୍ରାସ କରେ । ଏହା ହୃଦୟ ସ୍ୱାସ୍ଥ୍ୟକୁ ଉନ୍ନତ କରେ । ଏହା ହୃଦଘାତ, ହୃଦଘାତ, ଆରିଥମିଆ ଇତ୍ୟାଦିକୁ ରୋକିଥାଏ ।

ଖଜୁରୀ କ୍ୟାଲସିୟମ୍ ଏବଂ ଫସଫରସର ଏକ ଭଲ ଉତ୍ସ । ଏହା ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରୁଥିବାରୁ କିଡନୀ ପାଇଁ ମଧ୍ୟ ଭଲ । ଖଜୁରୀ ବିହନ ଫାଇବରରେ ଭରପୂର । ଏହା ପେଟ ସଫା କରିବା ସହଜ କରିଥାଏ । ପାଚନ ସୁସ୍ଥ ରହିଥାଏ । ଓଜନ ମଧ୍ୟ ହ୍ରାସ ପାଏ। ବିଶେଷଜ୍ଞଙ୍କ ମତରେ ଯେଉଁମାନେ ବହୁତ ବ୍ୟାୟାମ କରନ୍ତି ,ସେମାନେ ନିଶ୍ଚିତ ଭାବରେ ଖଜୁରୀ ମଞ୍ଜି ଖାଇବା ଉଚିତ୍ । ଏହା ମାଂସପେଶୀରେ ପ୍ରଦାହ କମ୍ କରେ । ଏହା ଅକ୍ସିଡେଟିଭ୍ ଚାପ ଯୋଗୁଁ ହେଉଥିବା କ୍ଷତିକୁ ରୋକିଥାଏ ।

 

ଉନ୍ନତ ସ୍ଵାସ୍ଥ୍ୟସେବା ଦାବି କରି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା

ବାଲେଶ୍ଵର ସୋର ଅଂଚଳରେ ଉନ୍ନତ ସ୍ଵାସ୍ଥ୍ୟସେବା ଦାବି କରି ଗଣଧାରଣା। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଛି ଗଣଧାରଣା। ସୋର ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସର୍ବପୁରାତନ ହୋଇଥିବବେଳେ ଏଠାରେ ସମସ୍ୟା ଲାଗି ରହିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ, ସ୍ବତନ୍ତ୍ର ଡାକ୍ତର, ଫାର୍ମାସିଷ୍ଟ, ଏଏନଏମ, ଷ୍ଟାଫ୍ ନର୍ସ, ସହାୟକ ସହିତ ସମସ୍ତ ଅତ୍ୟାବଶ୍ୟକ ପଦବୀ ଶୀଘ୍ର ପୂରଣ କରିବାକୁ ଦାବି କରିଛନ୍ତି। ଉନ୍ନୟନ ପ୍ରଶାସନିକ କାର୍ଯ୍ୟାଳୟ ଗୃହ, ରୋଗୀ ସେବା ଭବନ, କର୍ମଚାରୀ ବାସଗୃହ ଓ ଆଧୁନିକ ଚିକିତ୍ସା ସାମଗ୍ରୀ ପ୍ରଦାନ କରିବାକୁ ଦାବି କରିଛନ୍ତି  । ପୁରାତନ ଗୃହ ଭଙ୍ଗାଯାଇ ନୂତନ ଗୃହ ନିର୍ମାଣ ଦାବି ହୋଇଛି।ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସୋର, ବାହାନଗା ଓ ବାସୁଦେବପୁର ଅଂଚଳବାସୀ ନିର୍ଭର କରିଥାନ୍ତି। ହେଲେ ସୁଧୁରିନି ସ୍ଵାସ୍ଥ୍ୟ ବ୍ୟବସ୍ଥା। ପ୍ରତିବାଦ କରି କ୍ରିୟାନୁଷ୍ଠାନ କମିଟି ସମେତ ଶତାଧିକ ସଂଖ୍ୟାରେ ଅଂଚଳବାସୀ, ରାଜନେତା ଏହି ଗଣଧରଣାକୁ ସମର୍ଥନ ଜଣାଇ ଧାରଣାରେ ସାମିଲ ହୋଇଛନ୍ତି  । ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ବିଧାନସଭା ଆଗରେ ଗଣଧାରଣା ଦେବାକୁ ଚେତାବନୀ ଦେଇଛନ୍ତିl

ଆଜିଠୁ ଭିତରକନିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା

ଆଜିଠୁ ଭିତରକନିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ୩ଦିନ ଧରି ପକ୍ଷୀ ଗଣନା କରାଯିବ ।ସକାଳ ୬ଟାରୁ ଦିନ ୧୨ଟା ଯାଏ ପକ୍ଷୀ ଗଣନା କରାଯିବ। ଏଥିପାଇଁ ୩ଟି ଟିମ୍ ଗଠନ କରାଯାଇଛି । କନିକା ରେଞ୍ଜର ମଠ ଆଡିଆ, ଲକ୍ଷ୍ମୀ ପ୍ରସାଦ ଡିଆ, ଦୁର୍ଗା ପ୍ରସାଦ ଡିଆ ଓ ରାଜନଗର ରେଞ୍ଜ ବାଲି ଡିଆରେ ପକ୍ଷୀ ଗଣନା ଚାଲିଛି । ଚଳିତବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଗଣନା କରାଯିବା ନେଇ ଆଶା ରଖିଛି ବନବିଭାଗ ।

ଟାରିଫ୍ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟରୁ ବଡ଼ ଝଟକା

ବିଭିନ୍ନ ଦେଶ ଉପରେ ଆମେରିକାର ଟାରିଫ୍ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟରୁ ବଡ଼ ଝଟକା। ରାଷ୍ଟ୍ରପତି ଟ୍ରମ୍ପ ଲଗାଇଥିବା ଟାରିଫ୍ ବେଆଇନ କହିଲେ ଅଦାଲତ। ଆମେରିକାର ଏକ କୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଧିକାଂଶ ଶୁଳ୍କ ନୀତିକୁ ବେଆଇନ ଘୋଷଣା କରିଛନ୍ତି। ୱାଶିଂଟନ୍ ଡିସି ସ୍ଥିତ ଆମେରିକାର ଫେଡେରାଲ୍ ସର୍କିଟ୍ କୋର୍ଟ ଅଫ୍ ଆପିଲସ ତାଙ୍କ ଆଦେଶରେ କହିଛନ୍ତି ଯେ ଜରୁରୀକାଳୀନ କ୍ଷମତା ଉଲ୍ଲେଖ କରି ଟ୍ରମ୍ପ୍ ତାଙ୍କ କ୍ଷମତା ଅତିକ୍ରମ କରିଛନ୍ତି। ଆଇନ ରାଷ୍ଟ୍ରପତିଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଅନେକ ପଦକ୍ଷେପ ନେବାକୁ ଅନୁମତି ଦିଏ। କିନ୍ତୁ ଏଥିରେ ଶୁଳ୍କ କିମ୍ବା ଟିକସ ଲଗାଇବାର କ୍ଷମତା ଅନ୍ତର୍ଭୁକ୍ତ ନୁହେଁ ବୋଲି କହିଛନ୍ତି କୋର୍ଟ। ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋର୍ଟଙ୍କ ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି। ଟ୍ରମ୍ପ କହିଛନ୍ତି ତାଙ୍କର ଶୁଳ୍କ ନୀତି ଅକ୍ଷୁର୍ଣ୍ଣ ରହିଛି ଏବଂ ସେ ଏହି ମାମଲାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ। ସମସ୍ତ ଶୁଳ୍କ ଏବେ ବି ବଳବତ୍ତର ଅଛି। କୋର୍ଟଙ୍କ ରାୟ ଏକପାଖିଆ ବୋଲି କହିଛନ୍ତି ଟ୍ରମ୍ପ। ସେ ଚେତାବନୀ ଦେଇ କହିଛନ୍ତି ଯଦି ଶୁଳ୍କ ହଟାଇ ଦିଆଯାଏ ତେବେ ଏହା ଦେଶ ପାଇଁ ବଡ଼ ବିପର୍ଯ୍ୟୟ ହେବ। ଆମେରିକାକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିଦେବ। ଶୁଳ୍କ ହେଉଛି କ୍ଷମତାର ଅସ୍ତ୍ର ବୋଲି କହିଛନ୍ତି ଟ୍ରମ୍ପ। ଆମେରିକା ଆଉ ବଡ଼ ଧରଣର ବାଣିଜ୍ୟ ନିଅଣ୍ଟ ଏବଂ ଅନ୍ୟ ଦେଶର ଆର୍ଥିକ ନୀତିକୁ ସହ୍ୟ କରିବ ନାହିଁ। ମେଡ୍ ଇନ୍ ଆମେରିକା ଉତ୍ପାଦ ତିଆରି କରୁଥିବା ଆମର ଶ୍ରମିକ ଏବଂ କମ୍ପାନୀଗୁଡ଼ିକ ପାଇଁ ଶୁଳ୍କ ହେଉଛି ସବୁଠାରୁ ବଡ଼ ଅସ୍ତ୍ର। ସୁପ୍ରିମକୋର୍ଟଙ୍କ ସହାୟତାରେ ଆମେ ସେଗୁଡ଼ିକୁ ଦେଶର ସ୍ୱାର୍ଥରେ ବ୍ୟବହାର କରିବୁ ଏବଂ ଆମେରିକାକୁ ପୁଣି ଥରେ ଶକ୍ତିଶାଳୀ କରିବୁ ବୋଲି କହିଛନ୍ତି ଟ୍ରମ୍ପ।

ଚୀନ କରିବ ଶକ୍ତି ପ୍ରଦର୍ଶନ। ଭାରତକୁ ଛାଡ଼ି ଅଂଶଗ୍ରହଣ କରିବେ ୨୪ରୁ ଅଧିକ ଦେଶ

ନନ୍ଦିଘୋଷ ବ୍ୟୁରୋ : ଚୀନର ରାଜଧାନୀ ବେଜିଂ ଏହି ସପ୍ତାହରେ ଦୁଇଟି ପ୍ରମୁଖ ଘଟଣା ଦେଖିବାକୁ ଯାଉଛି। ପ୍ରଥମଟି ହେଉଛି ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ, ଯାହା ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବରରେ ତିଆନଜିନରେ ଅନୁଷ୍ଠିତ ହେବ। ଏହାର  ପରେ, ୩ ସେପ୍ଟେମ୍ବରରେ ଚୀନର ରାଜଧାନୀରେ ବିଜୟ ଦିବସ ସାମରିକ ପରେଡ୍ ଅନୁଷ୍ଠିତ ହେବ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ଉପରେ ବିଜୟର ୮୦ ତମ ବାର୍ଷିକୀ ପାଳନ କରିବ।

ଏହି ପରେଡ ପାଇଁ ଚୀନ୍ ୨୬ ରୁ ଅଧିକ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି। ଏଥିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ, ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେଙ୍କୋ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ, ମିଆଁମାର ସାମରିକ ମୁଖ୍ୟ ମିନ୍ ଅଙ୍ଗ ହ୍ଲାଇଙ୍ଗ, କ୍ୟୁବାର ରାଷ୍ଟ୍ରପତି ମିଗୁଏଲ ଡିଆଜ୍-କାନେଲ, କଙ୍ଗୋ ଏବଂ ଜିମ୍ବାୱେର ରାଷ୍ଟ୍ରପତି, ସର୍ବିଆ ରାଷ୍ଟ୍ରପତି ଆଲେକଜାଣ୍ଡର ଭୁସିକ୍ ଏବଂ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ସାମିଲ ଅଛନ୍ତି।

ଦକ୍ଷିଣ ପୂର୍ବ ଏସିଆରୁ କାମ୍ବୋଡିଆର ରାଜା ନୋରୋଡୋମ୍ ସିହାମୋନି, ଲାଓସର ରାଷ୍ଟ୍ରପତି ଥଙ୍ଗଲୌନ୍ ସିସୋଲିଥ୍ ଏବଂ ଭିଏତନାମର ରାଷ୍ଟ୍ରପତି ଲୁଓଙ୍ଗ କ୍ୱାଙ୍ଗ ମଧ୍ୟ ଯୋଗଦେବେ। ଦକ୍ଷିଣ କୋରିଆର ସଂସଦର ବାଚସ୍ପତି ଉ ୱାନ୍-ଶିକ୍ ମଧ୍ୟ ପରେଡରେ ଯୋଗଦେବେ।

ଚୀନ୍ ବିଶ୍ୱକୁ ତାର ଶକ୍ତି ଦେଖାଇବ : 

ଚୀନ୍ ପରେଡରେ ତାର ଉନ୍ନତ ସାମରିକ ଶକ୍ତି ପ୍ରଦର୍ଶନ କରିବ। ଏଥିରେ ୧୦୦ ରୁ ଅଧିକ ଲଢ଼ୁଆ ବିମାନ, କ୍ଷେପଣାସ୍ତ୍ର ଏବଂ ଟ୍ୟାଙ୍କ ସାମିଲ ହେବେ।

ଚୀନର ପରେଡରେ ଭାରତ ଅଂଶଗ୍ରହଣ କରିବ ନାହିଁ…

ଭାରତ, ତୁର୍କୀ ଏବଂ ଇଜିପ୍ଟ ଭଳି ଦେଶର ଶୀର୍ଷ ନେତାମାନେ କେବଳ SCO ସମ୍ମିଳନୀ ପର୍ଯ୍ୟନ୍ତ ଉପସ୍ଥିତ ରହିବେ ଏବଂ ପରେଡ୍ ପୂର୍ବରୁ ଫେରିଯିବେ। ଭାରତ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ସେ ଚୀନର ସାମରିକ ପରେଡ୍‌ର ଅଂଶ ହେବ ନାହିଁ। ପାଶ୍ଚାତ୍ୟ ଦେଶ ଏବଂ ସେମାନଙ୍କର ସହଯୋଗୀଙ୍କ ପରି, ଭାରତ ମଧ୍ୟ ଏପରି ପରେଡ୍‌ରୁ ଦୂରତା ବଜାୟ ରଖିବାକୁ ପସନ୍ଦ କରେ ଯାହା ଦ୍ଵାରା କୌଣସି ସାମରିକ ଅକ୍ଷ ସହିତ ଠିଆ ହେବାର ବାର୍ତ୍ତା ବାହାରକୁ ନଯାଏ।

ଏହା ପଛରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କ ଆଜି ଏକ ଅଭୂତପୂର୍ବ ସ୍ତରକୁ ସୁଦୃଢ଼ ​​ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ସମ୍ପ୍ରତି ଟୋକିଓ ଗସ୍ତ କରିଛନ୍ତି, ଯେଉଁଠାରେ ଉଭୟ ଦେଶ ଆଗାମୀ ଦଶନ୍ଧି ପାଇଁ ଏକ ସାଧାରଣ ଦୃଷ୍ଟିକୋଣ ଗ୍ରହଣ କରିଛନ୍ତି। ଏପରି ପରିସ୍ଥିତିରେ, ବିଜୟ ଦିବସ ପରେଡରେ ଚୀନର ଅଂଶଗ୍ରହଣ, ଯାହାର ସିଧାସଳଖ ପ୍ରତୀକାତ୍ମକ ବାର୍ତ୍ତା ଜାପାନ ଉପରେ ବିଜୟ ସହିତ ଜଡିତ, ଭାରତ-ଜାପାନ ସମ୍ପର୍କରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଜାପାନର ସମ୍ବେଦନଶୀଳତାକୁ ସମ୍ମାନ ଦେଇ ଭାରତ ଏହି କାର୍ଯ୍ୟକ୍ରମରୁ ଦୂରତା ବଜାୟ ରଖିଛି।

ଭାରତ କାହିଁକି ଚୀନର ପରେଡରେ ଅଂଶଗ୍ରହଣ କରିବ ନାହିଁ? :

ଭାରତ ଚୀନ୍ ସହିତ ସମ୍ପର୍କ ନଷ୍ଟ କରିବାକୁ ଚାହୁଁନାହିଁ, କିନ୍ତୁ ଏହାର ପ୍ରାଥମିକତା ହେଉଛି କ୍ୱାଡ୍ ଭଳି ପଦକ୍ଷେପରେ ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆ ସହିତ ହାତ ମିଳାଇ ଭାରତ-ପ୍ରଶାନ୍ତ ମହାସାଗରରେ ଏକ ସନ୍ତୁଳନ ସୃଷ୍ଟି କରିବା। ଏପରି ପରିସ୍ଥିତିରେ, ସାମରିକ ପରେଡରେ ଚୀନ୍ ର ଉପସ୍ଥିତି ଭାରତକୁ ରାଜନୈତିକ ଭାବରେ ଭୁଲ ବାର୍ତ୍ତା ଦେଇପାରେ।

 

 

 

 

ଆସନ୍ତା ୬ ମାସ ଭିତରେ ପଡୁଛି ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ । ଶୁଭ-ଅଶୁଭର ଗଣନା କରୁଛନ୍ତି ଜ୍ୟୋତିର୍ବିଦ

ନନ୍ଦିଘୋଷ ବ୍ୟୁରୋ:  ଆସନ୍ତା ୭ ତାରିଖରେ ଚନ୍ଦ୍ରଗ୍ରହଣ। ଆସନ୍ତା ୬ ମାସ ଭିତରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଛି। ଯାହାକୁ ନେଇ ଶୁଭ-ଅଶୁଭର ଗଣନା କରୁଛନ୍ତି ଜ୍ୟୋତିର୍ବିଦ ମାନେ। ଆସନ୍ତା ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ। ସେହିଭଳି ୨୦୨୬ ମାର୍ଚ୍ଚ ମାସ ଦୋଳପୂର୍ଣ୍ଣିମାରେ ପଡୁଛି ଆଉ ଏକ ଚନ୍ଦ୍ରଗ୍ରହଣ। ଏହି ଦୁଇଟି ଯାକ ଚନ୍ଦ୍ରଗ୍ରହଣ ବଡ ବଡ ପର୍ବ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବତନ୍ତ୍ର ତିଥିରେ ପଡୁଛି । ତେବେ ଜ୍ୟୋତିଷ ମାନଙ୍କ ଗଣନା କହୁଛି ଯେ ୬ ମାସ ବ୍ୟବଧାନରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଥିବାରୁ ରାଜ୍ୟକୁ ଅଶୁଭ ବେଳା ରହିଛି। ଯେଭଳିକି ବନ୍ୟା, ବାତ୍ୟା, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରେ ଓଡିଶା। ଭାଦ୍ରବ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତଥା ଭାଗବତ ଜନ୍ମରେ ପଡୁଛି ପ୍ରଥମ ଚନ୍ଦ୍ର ଗ୍ରହଣ ତେବେ ଭାଦ୍ରବ ପୂର୍ଣ୍ଣିମାରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ହେଉଛି ରାହୁ ଗ୍ରସ୍ତ ଖ ଗ୍ରାସ ଚନ୍ଦ୍ର ଗ୍ରହଣ। ତେବ ଏହି ଚନ୍ଦ୍ର ଗ୍ରହଣ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ରାତି ପ୍ରାୟ ୧ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ଦୀର୍ଘ ସାଢେ ତିନିଘଣ୍ଟା ଧରି ଏହା ଅନୁଷ୍ଠିତ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏକ ଅଳ୍ପ ସମୟ ମଧ୍ରରେ ଦୁଇଟି ଚନ୍ଦ୍ର ଗ୍ରହଣ ଘଟିବା ଏକ ଅସାଧାରଣଘଟରା ଏବଂ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ। ଏହି ଗ୍ରହଣ ଗୁଡିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ମହତ୍ବ ପୂର୍ଣ୍ଣ ପର୍ବପର୍ବାଣି ସହ ସମ୍ପୃକ୍ତ ହୋଇଥିବାରୁ ଏହାର ପ୍ରଭାବ ଆହୁରି ଗୁରୁତର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାଦ୍ରବ ପୂର୍ଣ୍ଣିମା ଯାହା ଭାଗବତ ଜନ୍ମ ଭାବରେ ପାଳିତ ହୁଏ। ସେହି ତିଥିରେ ଗ୍ରହଣ ପଡିବା ଏକ ବିଶେଷ ଘଟଣା। ସେହିପରି ଆଗାମୀ ବର୍ଷ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମା, ଯାହା ହୋଲି ଉତ୍ସବ ସହ ଜଡିତ। ସେହିଦିନ ମଧ୍ୟ ପଡିବ ଚନ୍ଦ୍ର ଗ୍ରହଣ। ଏହି ଉଭୟ ପର୍ବ ଓଡିଆ ସଂସ୍କୃତି ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିରେ ଗଭୀର ଆଧ୍ୟାତ୍ମିକ ଏବଂ ସାମାଜିକ ମହତ୍ବ ବହନ କରେ। ଜ୍ୟୋତିର୍ବିତଙ୍କ ମତରେ ଏପରି ଗ୍ରହଣ ପ୍ରକୃତିରେ ଏକ ପ୍ରକାର ଅସନ୍ତୁଳନ ସୃଷ୍ଟି କରିଥାଏ। ଯାହା ବନ୍ୟା, ବାତ୍ୟା, ବର୍ଷା ହାନି କିମ୍ବା ଭୂକମ୍ପ ପରି ପ୍ରାକୃତିକ ଆପଦ ଆଣିବାର ସମ୍ଭାବନା ବଢାଇଥାଏ। ଏହି ଗ୍ରହଣଗୁଡିକ ରାଶି ଚକ୍ର ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ଜ୍ୟୋତିଷ ମାନେ ଅନୁମାନ କରୁଛନ୍ତି।