spot_img
Home Blog Page 4354

ବିମାନରେ ପକାଇଲେ ଛେପ, ଭାଇରାଲ୍ ହେଲା ଫଟୋ

ନୂଆଦିଲ୍ଲୀ: ପାଟିରେ ପାନ କି ଗୁଟଖା ଥିଲେ ଯେ କୌଣସି ସ୍ଥାନରେ ଛେପ ପକାଇବାକୁ ବିଲକୁଲ ବି ପଛଘୁଞ୍ଚା ଦିଅନ୍ତିନି ଭାରତୀୟ । ବସ୍, ଟ୍ରେନ୍ ହେଉ କି ଟ୍ୟାକ୍ସି ମଝିରେ ମଝିରେ ଝରକା ଖୋଲି ଛେପ ପକାଇବାଟା ଥୟ ।

ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଉଛି ଯେ, ପ୍ଲେନରେ ଜଣେ ବ୍ୟକ୍ତି ଛେପ ପକାଇଛନ୍ତି । ତାହା ପୁଣି ଝରକା ପାଖରେ । କେହି କଳ୍ପନା ବି କରିପାରି ନଥିଲେ କେହି ଏପରି କରିପାରିବ ବୋଲି । ଏହା କେଉଁ ବିମାନର ତାହା ଜଣାପଡ଼ିନି ।

ଏହା ଦେଖି ଜଣାପଡ଼ୁଛି ଯେ, କେହି ଜଣେ ପାନ କି ଗୁଟଖା ଖାଇ ସେଠାରେ ଛେପ ପକାଇଛନ୍ତି । ଫଟୋକୁ ଜଣେ ଆଇଏଏସ୍ ଅଧିକାରୀ ତାଙ୍କ ଟ୍ବିଟର ପେଜରେ ସେୟାର କରିଛନ୍ତି । ସେ ଫଟୋ କ୍ୟାପସନରେ ଲେଖିଛନ୍ତି ‘କେହିଜଣେ ନିଜ ପରିଚୟ ଛାଡ଼ି ଯାଇଛି’ । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏବେ ଯାଏ ଏହି ଫଟୋରେ ୬ ହଜାରରୁ ବି ଅଧିକା ଲାଇକ୍ ଏବଂ ୫ଶହରୁ ଅଧିକା ଲୋକ ରିଟ୍ବିଟ୍ କରିଛନ୍ତି ।

ମେ’ 27ରୁ IIG ସ୍ପୋର୍ଟସ୍ ଏକାଡେମୀରେ ଜୁନିୟର୍ ଓପନ ଟେନିସ୍ ଚାମ୍ପିଅନସିପ୍

ଭୁବନେଶ୍ୱର: ଓଡିଶା ଟେନିସ୍ ଆସୋସିଏସନ୍ ଆନୁକୂଲ୍ୟରେ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ K.T ଗ୍ଲୋବାଲ୍ ସ୍କୁଲ୍ ପରିସରରେ ମେ’ ମାସ 27 ରୁ 29 ପର୍ଯ୍ୟନ୍ତ ଏକ ଓପନ୍ ଟେନିସ୍ ଜୁନିଅର୍ ଚାମ୍ପିଅନସିପ୍ ଆୟୋଜନ ହେବାକୁ ଯାଉଛି। K.T ଗ୍ଲୋବାଲ୍ ସ୍କୁଲ୍ ଟେନିସ୍ ଚାମ୍ପିଅନସିପ୍ ନାଁରେ ଏହି ପ୍ରତିଯୋଗିତା ଖେଳାଯିବ। ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ପ୍ରତିଯୋଗୀ ଅଶଂଗ୍ରହଣ କରିବେ। ଏହି ଚାମ୍ପିଅନସିପ୍ ତିନୋଟି ଇଭେଣ୍ଟରେ ଯଥା ବାଳକ U-12, ବାଳିକା U-16 ଏବଂ ବାଳକ U-16 ରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ଟେନିସକୁ ଅଧିକରୁ ଅଧିକ ପ୍ରଚାର ପ୍ରାସର କରିବା, ଟେନିସକୁ ପ୍ରୋତ୍ସାହିତ କରିବା ଏବଂ ନୂଆ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବା।

ଏହାସହ ଟେନିସ ସହ ଯୋଡ଼ିବା ପାଇଁ ପ୍ରତିଯୋଗୀମାନଙ୍କୁ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ଏକ ନୂଆ ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯୋଗାଉଛି। ଏହି ପ୍ରତିଯୋଗିତାରେ ଖେଳାଳିଙ୍କୁ ଉତ୍ସାହିତା କରିବା ପାଇଁ କ୍ୱାର୍ଟରଫାଇନାଲିଷ୍ଟ୍ ଓ ସେମିଫାଇନାଲିଷ୍ଟଙ୍କୁ ମଧ୍ୟ ଟ୍ରଫି ସହ ପୁରୁସ୍କାର ପ୍ରଦାନ କରାଯିବ। ଏହି ଇଭେଣ୍ଟରେ ଅଧିକ ବାଳିକା ଅଂଶଗ୍ରହଣକାରୀଙ୍କୁ ଟେନିସ୍ ପ୍ରତି ଉତ୍ସାହିତ କରିବା ପାଇଁ ଉଭୟ ବାଳକ ଏବଂ ବାଳିକାଙ୍କୁ ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ। ଓଡିଶା ଏବଂ ଅନ୍ୟାନ୍ୟ ରାଜ୍ୟରୁ ପ୍ରାୟ 100ରୁ ଉର୍ଦ୍ଧ ଅଂଶଗ୍ରହଣକାରୀ K.T ଗ୍ଲୋବାଲ୍ ସ୍କୁଲ୍ ଟେନିସ୍ ଚାମ୍ପିଅନସିପ୍ ପାଇଁ ପଞ୍ଜୀକୃତ କରିସାରିଛନ୍ତି।

OTA ର ସହଯୋଗରେ ଆଇଆଇଜି ସ୍ପୋର୍ଟସ୍ ଏକାଡେମୀ ଆଗମୀ ଦିନରେ ଓଡିଶାରେ ଲନ୍ ଟେନିସର ଅଧିକ ବିକାଶ ପାଇଁ ନିୟମିତ ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଉଛି। ଏହି ଅବସରରେ KT ଗ୍ଲୋବାଲ ସ୍କୁଲର ଆଡ଼ଭାଇଜର ଅରୁଣ ଦାସ, ମ୍ୟାନେଜିଂ ଟ୍ରଷ୍ଟି ସୋମଦତ୍ ବେହୁରା, IIG ସ୍ପୋର୍ଟସ ଏକାଡେମୀର ନିର୍ଦେଶକ ଚିନ୍ମୟ ପ୍ରଧାନ Utkal Institute of Oncology’ର ନିର୍ଦେଶକ ରଞ୍ଜନ ମହାପାତ୍ର, OTA’ର Executive Member ଅସିତ ପ୍ରଧାନ , OTA’ର Administrative Officer ସମ୍ବିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ.

ନିଯୁକ୍ତି ପାଇଲେ ୨୯୧ ଆଶାୟୀ ଲ୍ୟାବ ଆସିଷ୍ଟାଣ୍ଟ୍

ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶାଳୟରେ ନିଯୁକ୍ତି ପାଇଲେ ୨୯୧ ଆଶାୟୀ । ଲ୍ୟାବ ଆସିଷ୍ଟାଣ୍ଟ କମ୍ ଷ୍ଟୋର କିପର ପାଇଁ ୨୯୪ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨୦୧୮ରେ ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ ଏଥପାଇଁ ମୁଖ୍ୟ ଲିଖିତ ପରୀକ୍ଷା ସହ ଇଣ୍ଟରଭ୍ୟୁ ନେଇଥିଲା ।

ଏନେଇ ରାଜ୍ୟର ଅନେକ ଆଶାୟୀ ଆବେଦନ କରିଥିଲେ  ।  ପରବର୍ତ୍ତୀ ସମୟରେ ସାର୍ଟିଫିକେଟ ଭେରିଫିକେସନ୍ ପରେ ସେମାନଙ୍କୁ ନିଯୁକ୍ତି ମିଳିଛି । ଓଡ଼ିଶା ଷ୍ଟାଫ ସିଲେକସନ୍ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜଣାଯାଇଛି ।

ଶିକ୍ଷା କ୍ଷେତ୍ରରେ ବୈବ୍ଲବିକ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଓ ଶିକ୍ଷା ବିଭାଗ ବିଶେଷ ଦୃଷ୍ଟି ଆକର୍ଷଣ କରିଛନ୍ତି  । ଲଗାତାର ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି  । ଏହି କ୍ରମରେ ଆଜି ୨୯୧ ଶିକ୍ଷକଙ୍କୁ ଲ୍ୟାବ ଆଶିଷ୍ଟାଣ୍ଟ ଏବଂ ଷୋଟର କିପର ଭାବରେ ନିଯୁକ୍ତି ଦିଆଯାଇଛି  ।

ରାଜ୍ୟପାଳଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ ଚାନ୍ସେଲର

କୋଲକାତା: ରାଜ୍ୟପାଳଙ୍କ ଦାୟିତ୍ୱ ହ୍ରାସ କରିବାକୁ ମମତା ବାନାର୍ଜୀଙ୍କ ମହା ପ୍ଲାନ  ।  ପଶ୍ଚିମବଙ୍ଗ ବିଧାନସଭାରେ ଏନେଇ ଏକ ବିଲ ଆଣିବାକୁ ଯୋଜନା କରିଛନ୍ତି  । ରାଜ୍ୟପାଳଙ୍କ ସ୍ଥାନରେ ମୁକ୍ୟମନ୍ତ୍ରୀ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ  ।  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏନେଇ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁ ଏନେଇ ସୂଚନା ପ୍ରଦାନ କରିଛନ୍ତି  ।

ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବିବାଦ ପଶ୍ଚିମବଙ୍ଗ ରାଜନୀତିକୁ ସର୍ବଦା ସରଗରମ କରି ଆସିଛି  । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ମଧ୍ୟରେ କଥା କଟାକଟି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବାଦ ବିବାଦ ସୃଷ୍ଟି ହୋଇଛି  । ତେଣୁ ରାଜ୍ୟପାଳଙ୍କ ଠାରୁ କ୍ଷମତା ହ୍ରାସ କରିବାକୁ ମମତା ବାନାର୍ଜୀ ଏହି ବିଲ କ୍ୟାବିନେଟରେ ଆଣିବାକୁ ଯାଉଛନ୍ତି  ।

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତାବକୁ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପିତ କରିବେ ମମତା । ପଶ୍ଚିମବଙ୍ଗରେ ଏବେ ରାଜ୍ୟପାଳ ଅଛନ୍ତି ଜଗଦୀପ ଧନକର । ତାଙ୍କ ସହ ଅନେକ ଥର ମମତା ବାନାର୍ଜୀଙ୍କ ବିବାଦ ହୋଇଛି । ଖୋଲାଖୋଲି ଭାବେ ମମତା ତାଙ୍କ ଉପରେ ବିଜେପିକୁ ସମର୍ଥନ କରୁଥିବା ନେଇ ଅଭିଯୋଗ କରିଥିଲେ । ରାଜ୍ୟପାଳ ମଧ୍ୟ ରାଜ୍ୟରେ ବିଭିନ୍ନ ଘଟଣାକୁ ନେଇ ମମତାଙ୍କୁ ନିନ୍ଦା କରୁଥିବା ଦେଖିବାକୁ ମିଳିଥିଲା ।

ବଦଳିଲା ରୂପ, ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ବନିଲେ କୁକୁର

ଟୋକୟୋ: ଜାପାନର ଜଣେ ବ୍ୟକ୍ତିଙ୍କ ଅଜବ କାରନାମା ପାଇଁ ସବୁଠି ଚର୍ଚ୍ଚାରେ। ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜାପାନର ଟୋକୋ ନାମକ ଯୁବକ କୁକୁର ବେଶ ଧାରଣ କରିଛନ୍ତି। @toco_eevee ନାମକ ଟ୍ୱିଟର ୟୁଜର୍ସ ଏକ ଭିଡ଼ିଓ ଶେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି ‘ମୋ ଜୀବନର ସ୍ୱପ୍ନ ଥିଲା’। ଆଉ ଭିଡ଼ିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଜାପାନର ଗଣମାଧ୍ୟମ ମୁତାବିକ ଜେଟପେଟ୍ ନାମକ ଏକ କମ୍ପାନୀ କୁକୁର ବନିବା ଲାଗି ଟୋକୋଙ୍କୁ ସହଯୋଗ କରିଛନ୍ତି । ଏହି କମ୍ପାନୀ  ଫିଲ୍ମ ଓ ବିଜ୍ଞାପନ  ଲାଗି କଷ୍ଟ୍ୟୁମ ବନାଇବା କାମ କରିଥାଏ । କୁକୁର ଭଳି କଷ୍ଟ୍ୟୁମ୍ ବନାଇବା ଲାଗି କମ୍ପାନୀ ନେଇଛି ୨୦ ଲକ୍ଷ ୟେନ୍ । ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୨ ଲକ୍ଷ ଟଙ୍କା । ଏହି ପୋଷାକ ବନାଇବା ଲାଗି ୪୦ ଦିନ ସମୟ ଲାଗିଥିଲା ।

କୋଲି ବ୍ରିଡର କୁକୁର ରୂପ ନେଇଛନ୍ତି ଟୋକୋ। ଏନେଇ ସେ କହିଛନ୍ତି କୁକୁର ମୋର୍ ଖୁବ୍ ପସନ୍ଦ । କୋଲି ବ୍ରିଡ୍ ଏତେ ବଡ ଯେ ତା’ର କଷ୍ଟ୍ୟୁମ ମଧ୍ୟରେ ଜଣେ ମଣିଷ ଆରାମରେ ଫିଟ୍ ହୋଇପାରିବ ।

କଷ୍ଟ୍ୟୁମ ପିନ୍ଧିବା ପରେ ଆପଣ ହାତ ଗୋଡ ବି ହଲାଇ ପାରିବେ । କିନ୍ତୁ କିଛିଟା ପ୍ରତିବନ୍ଧକ ବି ରହିଛି ।

ଦୁନିଆର ସବୁଠୁ ଅଲଗା ରେଲଓ୍ବେ ଷ୍ଟେସନ୍, ଯାହାର ନାହିଁ ନାଁ

ନୂଆଦିଲ୍ଲୀ: ଭାରତୀୟ ରେଳ ଏସିଆର ଦ୍ବିତୀୟ ଏବଂ ଦୁନିଆର ଚତୁର୍ଥ ବଡ଼ ରେଲଓ୍ବେ ଜଙ୍କସନ୍ । ଭାରତରେ ପ୍ରାୟ ୮ ହଜାର ରେଳ ଷ୍ଟେସନ୍ ଅଛି । ଏହି ଷ୍ଟେସନ୍ ଦେଇ ପ୍ରତିଦିନ ଅନେକ ଟ୍ରେନ୍ ଯାତାୟତ କରିଥାଏ । ସବୁ ରେଳ ଷ୍ଟେସନର ଅଲଗା ଅଲଗା ନାଁ ବି ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି, ଏପରି ଏକ ରେଳ ଷ୍ଟେସନ୍ ଅଛି ଯେଉଁ ଷ୍ଟେସନର କୌଣସି ନାଁ ନାହିଁ ।

ଆଜ୍ଞା ହଁ । ଆଉ ଏପରି ଷ୍ଟେସନ୍ ଆମ ଭାରତରେ ହିଁ ରହିଛି । ଏହି ରେଲଓ୍ବେ ଷ୍ଟେସନ୍ ପଶ୍ଚିମବଙ୍ଗ ବର୍ଦ୍ଧମାନରୁ ୩୫ କିମି ଦୂରରେ ରହିଛି । ଏହି ଷ୍ଟେସନ ଦୁଇଟି ଗାଁ ରେନା ଏବଂ ରେନାଗଡ଼ ମଝିରେ ରହିଛି ।

କୁହାଯାଏ ପୂର୍ବରୁ ଏହି ଷ୍ଟେସନର ନାମ ରେନାଗଡ଼ ଥିଲା । ଷ୍ଟେସନର ନାମ ରେନାଗଡ଼ ଥିବାରୁ ରେନା ଗାଁର ଲୋକଙ୍କୁ ଏହା ପସନ୍ଦ ଆସି ନ ଥିଲା । ଷ୍ଟେସନ ନାଁକୁ ନେଇ ଦୁଇ ଗାଁ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା ।

ରେନା ଗାଁର ଲୋକେ କହିଥିଲେ ଏହି ଷ୍ଟେସନ ବିଲ୍ଡିଂ ରେନା ଗାଁ ଜମିରେ ହୋଇଛି ଏଥିପାଇଁ ରେନା ରହିବ । ଗାଁ ଲୋକେ ଏହାକୁ ନେଇ ଅଭିଯୋଗ କରିବାରୁ ରେଲଓ୍ବେ ଅଧିକାରୀ ଏହାର ନାଁ ହଟାଇ ଦେଇଥିଲେ । ୨୦୦୮ରେ ଷ୍ଟେସନ ତିଆରି ହେବା ପରଠୁ ହିଁ ଏହା ବିବାଦରେ ଥିଲା । ଗାଁ ଲୋକଙ୍କ ଝଗଡ଼ା କାରଣରୁ ଏହାକୁ ହଟାଇ ଦିଆଯାଇଛି । ଏଥିପାଇଁ ଯାତ୍ରୀଙ୍କୁ ଅସୁବିଧାର ସାମ୍ନା ବି କରିବାକୁ ପଡ଼େ ।

ସହିଦ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା, ଡ୍ୟୁଟିବେଳେ ସଂକ୍ରମିତ ହୋଇଥିଲେ

ଭୁବନେଶ୍ୱର: କରୋନା ସମୟରେ କାର୍ଯ୍ୟରତ ଥିବାବେଳେ ସହିଦ ହୋଇଥିବା ହୋମଗାର୍ଡ ଏସ ଆର ନରସିଂହଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଗଞ୍ଜାମ ଦିଗପହଣ୍ଡି ଥାନାରେ କାର୍ଯ୍ୟ କରୁଥିଲେ ଏସ ଆର ନରସିଂହ ।

କରୋନା ସମୟରେ କ୍ବାରେଣ୍ଟାଇନ ସେଣ୍ଟରରେ ଡ୍ୟୁଟି କରୁଥିବାବେଳେ ରୋଗୀଙ୍କ ସଂସ୍ପର୍ଷରେ ଆସି ସେ ସଂକ୍ରମିତ ହୋଇଥିଲେ । ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ପରିବାରକୁ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ସହାୟତା ରାଶି ପ୍ରଦାନ କରାଯାଇଛି ।

ପବନରୁ ତିଆରି ହେବ ପାଣି, ଇସ୍ରାଏଲ୍ କମ୍ପାନୀ ଲଞ୍ଚ କଲା ଏହି ପ୍ରଡକ୍ଟ

ନୂଆଦିଲ୍ଲୀ: ଏବେ ପବନରୁ ତିଆରି କରିହେବ ପାନୀୟ ଜଳ । ଇସ୍ରାଏଲର କମ୍ପାନୀ Watergen ଭାରତରେ ଲଞ୍ଚ କରିଛି ଏକ ଅଭିନବ ପ୍ରଡକ୍ଟ। ଆଉ ଏଥିପାଇଁ କମ୍ପାନୀ ପକ୍ଷରୁ SMV Jaipuria Group ସହ ପାର୍ଟନରସିପ୍ କରିଛି ।

ଏହି ପାର୍ଟନରସିପ୍ ଜରିଆରେ କମ୍ପାନୀ Atmospheric Water Generators (AWG) ପ୍ରଡକ୍ଟକୁ ଅନେକ କାଟେଗୋରୀରେ ଭାରତରେ ଲଞ୍ଚ କରିବ । ଏହି ମେସିନ୍ ଏମ୍ବିଅଣ୍ଟ ଏୟାରରୁ ମିନରଲାଇଜଡ୍, ସେଫ୍ ଡ୍ରିଙ୍କିଂ ୱାଟର୍ ତିଆରି କରିପାରିବ । ଏହି ଅପରେସନ୍ ଆରମ୍ଭ ହେବାର ଏକ ବର୍ଷ ମଧ୍ୟରେ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ମଧ୍ୟ ଭାରତରେ ଲଞ୍ଚ କରାଯିବ ।

ଏହାର ୱାଇଡ୍ ରେଞ୍ଜରେ Genny, Gen-M1, Gen-M Pro and Gen-L ଆଦି ସାମିଲ ରହିଛି । ଏହି ପ୍ରଡକ୍ଟର ଦୈନିକ କାପାସିଟି ୩୦ଲି.ରୁ ୬,୦୦୦ ଲି. ରହିଛି । ତେବେ କମ୍ପାନୀ ପକ୍ଷରୁ ଏହାର ମୂଲ୍ୟ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ ।

ଛାତ୍ରଙ୍କୁ ଧକ୍କା ଦେଲା ବିଡିଓଙ୍କ ଗାଡ଼ି, ବିଡିଓଙ୍କୁ ଅଟକ ରଖିଲେ ଲୋକେ

ଜଗତସିଂହପୁର:  କଲେଜ ଛାତ୍ରଙ୍କୁ ଧକ୍କା ଦେଲା ବିଡିଓଙ୍କ ଗାଡ଼ି । ଜଗତସିଂହପୁର କୋର୍ଟ ଛକରେ ଘଟିଛି ଅଘଟଣ । ଜଣେ ଛାତ୍ରଙ୍କ ବାଇକରେ ଯାଉଥିବାବେଳେ ଧକ୍କା ଦେଇଛି ରଘୁନାଥପୁର ବ୍ଲକ ବିଡ଼ିଓଙ୍କ ଗାଡ଼ି ।  ଗାଡି ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଖସି ପଳାଉଥିଲା  । ସେପଟେ ସ୍ଥାନୀୟ ଲୋକେ  ବିଡିଓଙ୍କୁ ଘେରିଯାଇ ଅଟକାଇଥିଲେ  ।

ମିଳିଥିବା ଖବର ମୁତାବକ ଦୁର୍ଘଟଣା ସମୟରେ ବିଡିଓ ନିଜେ ଗାଡ଼ି ଚଳାଉଥିବା ଲୋକ କହିଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ବିଡିଓଙ୍କ ବେପରୁଆ କଥାବାର୍ତ୍ତା ଯୋଗୁ ତାଙ୍କୁ ଲୋକ ଅଟକ ରଖିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଛାତ୍ର ଜଣଙ୍କ ସାମାନ୍ୟ ଆହତ ହୋଇଥିବାବେଳେ ପୋଲିସ ଘଟଣାସ୍ଥେ ପହଁଚି ଦନ୍ତ ଆରମ୍ଭ କରିଛି  ।

ବଲିଉଡ୍ ଗୀତରେ ରିଲ୍ କରୁଥିଲେ, ଯବାନଙ୍କୁ ଫସାଉଥିଲେ…

ରାଜସ୍ଥାନ: ପ୍ରଥମେ ମିଠା ମିଠା କଥା କୁହନ୍ତି । ବଲିଉଡ୍ ଗୀତରେ ମତୁଆଲା କରନ୍ତି । ଆଉ ତା‘ ପରେ ଭାରତୀୟ ଯବାନଙ୍କୁ ଫସାନ୍ତି ।

ଏବେ ନିକଟରେ ଜଣେ ସେନା ଯବାନଙ୍କୁ ଗିରଫ କରାଯାଇଛି । ISI ଏଜେଣ୍ଟଙ୍କୁ ସେନାର ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗ ଲାଗିଛି ଯବାନଙ୍କ ଉପରେ। ଯବାନଙ୍କୁ ପଚରା ଉଚରା କରାଯିବାରୁ ସାଂଘାତିତ ତଥ୍ୟ ସାମ୍ନାକୁ ଆସିଛି ।

ଇଣ୍ଟେଲିଜେନ୍ସର ଅନୁସନ୍ଧାନ ଏବଂ ପଚରାଉଚରା ବେଳେ ହନିଟ୍ରାପରେ ଜଡ଼ିତ ଜଣେ ପାକିସ୍ତାନୀ ଏଜେଣ୍ଟଙ୍କ କିଛି ଭିଡିଓ ସାମ୍ନାକୁ ଆସିଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ସେ ବଲିଉଡ ଗୀତରେ ରିଲ୍ ତିଆରି କରି ସେନା ଯବାନଙ୍କୁ ଜାଲରେ ଫସାଉଥିଲେ ।

ଗିରଫ ହୋଇଥିବା ପ୍ରଦୀପ କୁମାରଙ୍କ ବୟସ ୨୪ ବର୍ଷ । ସେ ଉତ୍ତରାଖଣ୍ଡ ବାସୀନ୍ଦା । ତାଙ୍କୁ ତିନି ବର୍ଷ ପାଇଁ ଯୋଧପୁରରେ ପୋଷ୍ଟିଂ କରାଯାଇଥିଲା। ନଭେମ୍ବର ୨୦୨୧ ରେ, ଜଣେ ପାକିସ୍ତାନୀ ମହିଳା ଏଜେଣ୍ଟ ପ୍ରଥମେ ପ୍ରଦୀପଙ୍କୁ ଫୋନ୍ କରିଥିଲେ । ସେବେଠାରୁ ପ୍ରଦୀପ ତାଙ୍କ ଜାଲରେ ଫସିଯାଇଥିଲେ ।

ପ୍ରଦୀପଙ୍କ ସମେତ ଅନେକ ସେନା କର୍ମଚାରୀ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ଟାର୍ଗେଟରେ ଥିଲେ। ସୁନ୍ଦର ଦେଖାଯାଉଥିବା ମହିଳା ଏଜେଣ୍ଟ ସୋସିଆଲ ମିଡିଆରେ ଅନେକ ପ୍ରକାରର ରିଲ୍ ତିଆରି କରୁଥିଲେ । ବଲିଉଡ ଗୀତ ଠାରୁ ଆରମ୍ଭ କରି ଅନେକ ଚଳଚ୍ଚିତ୍ରର ସଂଳାପରେ ମଧ୍ୟ ସେ ରିଲ୍ ତିଆରି କରୁଥିଲେ । ଏପରି ରିଲ କରି ସେ ଯବାନଙ୍କୁ ପଠାଉଥିଲେ । ଯାହାଦ୍ବାରା ଯବାନ ଅତି ସହଜରେ ତାଙ୍କ ଜାଲରେ ଫସି ଯାଉଥିଲେ ।

ଏହି ପାକିସ୍ତାନୀ ଏଜେଣ୍ଟଙ୍କର ଅନେକ ନାମ ଅଛି । ପାୟଲ୍ ଶର୍ମା, ପ୍ରିୟା ଶର୍ମା । ହର୍ଲିନ୍ କୌର୍, ପୂଜା ରାଜପୁତ ଭଳି ଅଲଗା ଅଲଗା ନାମରେ ଯବାନଙ୍କୁ ଫସାଉଥିଲେ ।

ଭିଡିଓ ପଠାଇ ସେ ଯବାନଙ୍କୁ ବିଶ୍ବାସ କରାଉଥିଲେ ଯେ, ମୁଁ ଆପଣଙ୍କର ସୁଖ ଦୁଃଖର ସାଥି ହୋଇ ରହିବି । ଏପରି କଥାରେ ପଦୀପ ଫସି ଯାଇଥିଲେ । ଏମିତିକି ମହିଳା ଜଣଙ୍କ ପ୍ରଦୀପଙ୍କୁ ବାହା ହେବାର ସ୍ବପ୍ନ ବି ଦେଖାଇଥିଲେ ।

ମହିଳାଙ୍କ ଜାଲରେ ସେ ଏପରି ଫସି ଯାଇଥିଲେ ଯେ, ଯାହା ଯାହା ଡକ୍ୟୁମେଣ୍ଟ ମାଗୁଥିଲେ ପ୍ରଦୀପ ତାଙ୍କୁ ଦେଇଥିଲେ । ଦୁହିଁଙ୍କର ଭିଡିଓ କଲରେ ବି କଥାବାର୍ତ୍ତା ହୋଇଥିଲା । ବାହା ହେବା ପ୍ରତିଶ୍ରୁତି ଦେବା ସହ ଦିଲ୍ଲୀରେ ଦେଖା ହେବାକୁ ବି କଥା ଦେଇଥିଲେ । ଏପରିକି ଯବାନଙ୍କୁ ଫସାଇବା ପାଇଁ ମହିଳା ଅଶ୍ଲୀଳ କାର୍ଯ୍ୟ ବି କରିଥିଲେ ।