spot_img
Home Blog Page 4386

ଆଜି ପୁଣି ଟଣା ହେବ ରୁକୁଣା ରଥ, ତିନି ମୁଣ୍ଡିଆ ଛକଠାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଗଡ଼ିବ ରଥ

ଭୁବନେଶ୍ୱର: ଆଜି ପୁଣି ଗଡ଼ିବ ରୁକୁଣା ରଥ । ଆଜି ତିନି ମୁଣ୍ଡିଆ ଛକଠାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଟଣାଯିବ ରୁକୁଣା ରଥ । ଅପରାହ୍ନ ୩ଟାରେ ନୀତିକାନ୍ତି ଶେଷ ହେବା ପରେ ରଥ ଟଣା ଆରମ୍ଭ ହେବ । ଗତକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ତିନି ମୁଣ୍ଡିଆ ଛକ ଠାରେ ରଥ ଅଟକିଥିଲା । ରାତିରେ ମନ୍ଦିରରେ ଦୈନଦିନ ନୀତିକାନ୍ତି ସମ୍ପନ୍ନ ହେବା ସହ ସମାନ୍ତର ଭାବେ ରଥ ଉପରେ ଲିଙ୍ଗରାଜଙ୍କ ନୀତିକାନ୍ତି କରିଥିଲେ ସେବାୟତ । ତେବେ ଆଜି ବି ରଥ ଟଣା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ । ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ବଳବତ୍ତର ରହିଛି । କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ପରେ ରଥ ଟଣାରେ ସାମିଲ ହୋଇଛନ୍ତି ଭକ୍ତ । ମହାପ୍ରଭୁ ଲିଙ୍ଗରାଜଙ୍କୁ ରୁକୁଣା ରଥରେ ଦେଖି ଭାବବିହ୍ୱଳ ହୋଇଛନ୍ତି ଶ୍ରଦ୍ଧାଳୁ ।

ଆଜି ପବିତ୍ର ଶ୍ରୀରାମ ନବମୀ, ସାରା ଦେଶରେ ଧୁମଧାମରେ ପାଳନ ହେଉଛି ପର୍ବ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀରାମ ନବମୀ । ସଜେଇ ହୋଇଛି ରାମମନ୍ଦିର । କରୋନା ମହମାରି ୨ବର୍ଷ ପରେ ଶ୍ରୀରାମ ନବମୀରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଏଥିପାଇଁ ରାଜଧାନୀର ସମସ୍ତ ମଠ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାମଚନ୍ଦ୍ରଙ୍କ ଦର୍ଶନ ନିମନ୍ତେ ରାମ ମନ୍ଦିର, ବିଷ୍ଣୁ ମନ୍ଦିରରେ ଜମିଛି ଭିଡ଼ । ୟୁନିଟ-୩ ସ୍ଥିତ ରାମ ମନ୍ଦିରରେ ସ୍ଵତନ୍ତ୍ର ବିଧି ବ୍ୟବସ୍ଥା କରାଯାଇଛି । ରାମ ମନ୍ଦିରରେ ଠାକୁରଙ୍କ ରୀତିନୀତି ଅନୁଯାୟୀ ନୀତିକାନ୍ତି କରାଯିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ଫୁଲ ଏବଂ ଫଳ ଓ ଆଲୋକମାଳାରେ ମନ୍ଦିରକୁ ସଜାଇ ମହାସମାରୋହରେ ଶ୍ରୀରାମ ନବମୀ ଅନୁଷ୍ଠିତ ହେଉଛି ।

ଆଜି ସକାଳ ସାଢ଼େ ୫ଟାରେ ଶ୍ରୀରାମଙ୍କର ମଙ୍ଗଳ ଆଳତି କରାଯିବାପରେ ୭ଟାରୁ ଶୃଙ୍ଗାର ଆଳତି କରାଯାଇଛି । ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ ହୋଇଛି । ଶ୍ରୀରାମ ଚରିତ ମାନସ ନବାଙ୍ଗ ପାରାୟଣରେ ପୂର୍ଣ୍ଣାହୁତି ହେବା ସହ ପୂର୍ବାହ୍ଣ ୧୦ଟାରୁ ହୋମ ଯଜ୍ଞ କରାଯିବ ।  ମଧ୍ୟାହ୍ନ ୧୨ଟା ପରେ ଶ୍ରୀରାମଙ୍କ ଜୟନ୍ତୀ ଆଳତି ହେବ । ପରେ ସନ୍ଧ୍ୟା ଆଳତି କରାଯାଇ ରାତି ୧୦ଟାରେ ଭୋଗ ଆରତୀ ଅନୁଷ୍ଠିତ ହେବ । ଏହି ଅବସରରେ ଠାକୁରଙ୍କ ପାଖରେ ପାଞ୍ଚ ମେଳା ଓ ଫଳ ଲାଗି ହେବ । ଚଳିତବର୍ଷ ସର୍ବସାଧାରଣଙ୍କ ପାଇଁ ଦର୍ଶନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହ ପୋଲିସ୍ ନିୟୋଜିତ ହୋଇଛନ୍ତି ।

ଶ୍ରୀଲଙ୍କାରେ କେବେ ସୁଧୁରିବ ସ୍ଥିତି ? ରାଷ୍ଟ୍ରପତି ବିରୋଧରେ ଜୋରଦାର ହୋଇଛି ବିକ୍ଷୋଭ ଓ ପ୍ରତିବାଦ

କଲମ୍ବୋ: ସଂକଟ ଭିତରୁ କେବେ ମୁକୁଳିବ ଶ୍ରୀଲଙ୍କା । ଅର୍ଥନୈତିକ ସଂକଟ ମଧ୍ୟରେ ଦୁର୍ବିସହ ହୋଇପଡିଛି ସାଧାରଣ ଲୋକଙ୍କ ନିତିଦିନିଆ ଜୀବନ  । ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହେବାରୁ ଲୋକେ ହନ୍ତସନ୍ତ ହେବାରେ ଲାଗିଛନ୍ତି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ବିରୋଧରେ ଜୋରଦାର ହୋଇଛି ବିକ୍ଷୋଭ ଓ ପ୍ରତିବାଦ । ଦିନକୁ ଦିନ ବଢିବାରେ ଲାଗିଛି  ବିକ୍ଷୋଭକାରୀଙ୍କ ସଂଖ୍ୟା । ରାସ୍ତାଘାଟରେ ସରକାର ବିରୋଧୀ ସ୍ବର ।

ଅନ୍ୟପଟେ ଦେବାଳିଆ ସ୍ଥିତିରୁ ଉଦ୍ଧାର ପାଇଁ ଶ୍ରୀଲଙ୍କାକୁ ଅବିଳମ୍ବେ ବୈଦେଶିକ ସୂତ୍ରରୁ ୩୦୦ କୋଟି ଡଲାର ସହାୟତା ଆବଶ୍ୟକ ବୋଲି କୁହାଯାଉଛି । ଏହି ଅର୍ଥ ମିଳିଲେ ଅନ୍ତତଃ ଆଗାମୀ ୬ ମାସ ମଧ୍ୟରେ ଦେଶର ସ୍ଥିତି ସୁଧୁରିପାରେ । ଶନିବାର ଏଭଳି ମନ୍ତବ୍ୟ ରଖିଛନ୍ତି ଶ୍ରୀଲଙ୍କା ଅର୍ଥ ମନ୍ତ୍ରୀ ଅଲୀ ସାବରୀ । ଏହାଦ୍ବାରା ତୈଳ, ଔଷଧ, ଖାଦ୍ୟ ଓ ଜରୁରୀ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଣ ସୁଧୁରିବା ଆଶା ରହିଛି ବୋଲି ସେ କହିଛନ୍ତି । ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ସାବରୀ ଗଣମାଧ୍ୟମକୁ ପ୍ରଥମ ଥର ସମ୍ବୋଧନବେଳେ କହିଛନ୍ତି ଯେ ଏହି ଅର୍ଥ ସଂଗ୍ରହ କାଠିକର ପାଠ; ତଥାପି ଏ ସମ୍ପର୍କରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ସହ ଆଲୋଚନା କରାଯିବ । ଏ ନେଇ ଦେଶର ଅଧିକାରୀମାନେ ପ୍ରସ୍ତୁତ ହେଉଛନ୍ତି ଏବଂ ଆସନ୍ତା ୧୮ରେ ଆଲୋଚନା ଆରମ୍ଭ ହେବ ବୋଲି ସାବରୀ କହିଛନ୍ତି ।


ଶ୍ରୀଲଙ୍କା ସରକାର ଆନ୍ତର୍ଜାତିକ ସଭରେନ୍‌ ବଣ୍ଡ ବ୍ୟବସ୍ଥାର ପୁନର୍ଗଠନ କରିବା ସହ ଦେୟ ବ୍ୟବସ୍ଥା ନେଇ ପ୍ରତିଶ୍ରୁତିବଦ୍ଧତା ପାଳନ କରିବେ। ଏତଦ୍‌ ବ୍ୟତୀତ ସରକାର କିଛି କଠୋର ଆର୍ଥିକ ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ସେ କହିଛନ୍ତି। ଚଳିତ ସପ୍ତାହ ସୁଦ୍ଧା ଶ୍ରୀଲଙ୍କାର ଋଣ ପରିମାଣ ୭୦୦କୋଟି ଡଲାର ଥିବା ସେ କହିଛନ୍ତି।

ସ୍ଥିତି ସୁଧାରିବା ପାଇଁ ଯୋଗାଣ ବ୍ୟବସ୍ଥାକୁ ପ୍ରଥମେ ସ୍ବାଭାବିକ କରିବାକୁ ପଡ଼ିବ; ଯାହାଦ୍ବାରା ଲୋକଙ୍କ ସମସ୍ୟାର ସମାଧାନ ହେବ। ସେମାନେ ଆଉ ପ୍ରତିକ୍ରିୟାଶୀଳ ହେବେ ନାହିଁ ବୋଲି ସାବରୀ କହିଛନ୍ତି । ଲୋକେ ପ୍ରତିକ୍ରିୟାଶୀଳ ହେବା ସ୍ବାଭାବିକ; କିନ୍ତୁ ହିଂସାକାଣ୍ଡ ନ ଘଟିବା ଉଚିତ ବୋଲି ସେ ମତ ଦେଇଛନ୍ତି। ଅପରପକ୍ଷରେ ଶ୍ରୀଲଙ୍କାରେ ସରକାର ବିରୋଧୀ ବିକ୍ଷୋଭ ଅବ୍ୟାହତ ରହିଛି। ଜନତା ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଅଟଳ ଅଛନ୍ତି।

ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ଇମ୍ରାନ ଖାନ, ଅନାସ୍ଥା ଭୋଟରେ ବିଜୟୀ ହେଲେ ବିରୋଧୀ

ଇସଲାମାବାଦ: ସରିଲା ପାକିସ୍ତାନ ସସପେନ୍ସ । ବିଦା ହେଲେ ଇମ୍ରାନ ଖାନ । ଅନାସ୍ଥା ଭୋଟରେ ବିଜୟୀ ହେଲେ ବିରୋଧୀ । ପରାଜୟ ହେଲା ଇମ୍ରାନଙ୍କ ସରକାର । ରାତିରେ ସଂସଦୀୟ ବୈଠକରେ ଅନାସ୍ଥା ଭୋଟ୍ ପୂର୍ବରୁ ଉଭୟ ବାଚସ୍ପତି ଓ ଉପ ବାଚସ୍ପତି ଇସ୍ତଫା ଦେଇଥିଲେ । ବାଚସ୍ପତି ଓ ଉପବାଚସ୍ପତିଙ୍କ ଇସ୍ତଫା ପରେ ଜଣେ ଅସ୍ଥାୟୀ ବାଚସ୍ପତି ଅନାସ୍ଥା ଭୋଟ କରାଇଥିଲେ । ଯେଉଁଥିରେ ପତନ ଘଟିଛି ଇମ୍ରାନ ସରକାରଙ୍କର । ମତଦାନ ପୂର୍ବରୁ ଇମ୍ରାନଙ୍କ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

ଅନାସ୍ଥା ମତଦାନରେ ଇମ୍ରାନ ଖାନଙ୍କ ସରକାର ବିରୋଧରେ ୧୭୪ଟି ଭୋଟ ପଡ଼ିଥିଲା । ଅନାସ୍ଥା ଭୋଟରେ ହାରିବା ପରେ ଇମ୍ରାନ ପ୍ରଧାନମନ୍ତ୍ରୀ ଆବାସ ଛାଡ଼ିଥିବା ଜଣାପଡ଼ିଛି । ସେପଟେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ଇମ୍ରାନଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଆସିଥିବାରୁ ବିଭିନ୍ନ ସହରରେ ସେନା ମୁତୟନ କରାଯାଇଛି । ସମସ୍ତ ବିମାନ ଘାଟିରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି । ଗତକାଲି ପାକିସ୍ତାନର ସଂସଦ ରାତି ୧୦ଟା ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା । ସାଢେ ୮ଟାରେ ହେବାର ଥିଲା ଭୋଟିଂ । ଅବିଶ୍ୱାସ ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ ପୂର୍ବରୁ ଗୃହ ସ୍ଥଗିତ ରହିଥିଲା ।

ରାତି ୧୨ଟା ଯାଏ ଖୋଲା ରହିବ ପାକିସ୍ତାନ ସୁପ୍ରିମକୋର୍ଟ, ଅନାସ୍ଥା ଭୋଟିଂ ନହେଲେ ଗିରଫ !

ଇସଲାମାବାଦ: କଣ ହେବ ଇମ୍ରାନଙ୍କ ଭାଗ୍ୟ ? ଶେଷରେ ସଂସଦରେ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଭୋଟିଂ ପାଇଁ ରାଜି ହୋଇଛନ୍ତି ଅଧ୍ୟକ୍ଷ । ଭୋଟିଂ ପରେ ହିଁ ସ୍ପଷ୍ଟ ହୋଇଯିବ ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାର ରହିବ ନା ଯିବ । ପାକିସ୍ତାନ ସଂସଦର ମୋଟ ସଦସ୍ୟ ସଂଖ୍ୟା ୩୪୨ । କ୍ଷମତାରେ ରହିବା ପାଇଁ ଇମ୍ରାନଙ୍କ ଦଳ ପିଟିଆଇକୁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏବେ ଇମ୍ରାନଙ୍କ ପାଖରେ ୧୪୨ ସାଂସଦଙ୍କ ସମର୍ଥନ ରହିଛି । ଯେତେବେଳେ ବିରୋଧୀ ୧୯୯ ସାଂସଦଙ୍କ ସମର୍ଥନ ଥିବା ଦାବି କରୁଛନ୍ତି ।

No Confidence Motion Imran Khan To Be Arrested

ତାଜା ସୂଚନା ଅନୁସାରେ, ପାକିସ୍ତାନ ସୁପ୍ରିମକୋର୍ଟ ରାତି ୧୨ଟା ଯାଏ ଖୋଲା ରଖିବାକୁ ପ୍ରଧାନବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଇସଲାମାବାଦ ହାଇକୋର୍ଟ ମଧ୍ୟ ଖୋଲା ରଖିବାକୁ କୁହାଯାଇଛି । ନ୍ୟାସନାଲ୍ ଆସେମ୍ବ୍ଲି ଅଧ୍ୟକ୍ଷ ମଧ୍ୟ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ରାଜି ହୋଇଛନ୍ତି । ଅନ୍ୟପଟେ ଇମ୍ରାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ଲାଗି ପାକିସ୍ତାନ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି ।

ତେବେ ଅଧରାତି ଯାଏ ସମସ୍ତ କୋର୍ଟ ଖୋଲା ରଖିବା ପଛର କାରଣ ଅନ୍ୟ କିଛି କୁହାଯାଉଛି । ରାତି ୧୨ଟା ମଧ୍ୟରେ ଅନାସ୍ଥା ଉପରେ ଭୋଟିଂ ନହେଲେ ଇମ୍ରାନ ଖାନକୁ ଗିରଫ କରାଯାଇ ପାରେ । ଇମ୍ରାନଙ୍କ ସହ ସଂସଦ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ଗିରଫ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନ ପ୍ରଧାନବିଚାରପତି ସୁପ୍ରିମକୋର୍ଟରେ ପହଞ୍ଚି ସାରିଛନ୍ତି ।

ଗଛରେ ଗୋଟିଏ ଓଢ଼ଣିରେ ଝୁଲି ପଡ଼ିଲେ ୩ ସାଙ୍ଗ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । କୁସୁମ ଗଛରେ ଝୁଲୁଛି ୩ ଯୁବତୀଙ୍କ ମୃତଦେହ । ତୋହରା ପଞ୍ଚାୟତ ଡଙ୍ଗରିଭଟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଛି । ତିନି ଯୁବତୀ ତିନି ସାଙ୍ଗ ବୋଲି ସୂଚନା ମିଳିଛି ।

3 Girl Hanging In Tree At Umerkote Of Nabarangpur

ସେମାନଙ୍କ ପଚିରୟ ହେଉଛି,  ହେମଲତା ଗୌଡ଼ (୨୧), କୌଶଲ୍ୟା ମାଝୀ (୧୬) ଓ ଫୁଲମତି ମାଝୀ (୧୫) । ସମସ୍ତେ ତୋହରା ଗାଁର ବୋଲି ଜଣା ପଡ଼ିଛି । ତେବେ ତିନି ସାଙ୍ଗ ଓଢ଼ଣି ଲଗାଇ କାହିଁକି ଗଛରେ ଆତ୍ମହତ୍ୟା କଲେ ଜଣାପଡ଼ିନାହିଁ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

କେଉଁ ରାଶିର ଯୋଡ଼ି ବିବାହ କଲେ ସମ୍ପର୍କ ଭାଙ୍ଗିଯାଏ …

ଯୋଡ଼ି ସବୁବେଳେ ମନ ମୁତାବକ ହେବା ଉଚିତ୍‌ । ଏହାଦ୍ୱାରା ସମସ୍ତ ସମସ୍ୟା  ଚଟକୀରେ ସମାଧାନ ହୋଇଯାଏ । ଆଉ ଯଦି ଯୋଡ଼ି ଭଲ ନଥାଏ ତେବେ ସାରା ଜୀବନ କଳି ଝଗଡ଼ା ମଧ୍ୟରେ ବିତିଥାଏ । ଶେଷକୁ ସମ୍ପର୍କରେ ଦୂରତା ଆସିଯାଏ ଏବଂ ସମ୍ପର୍କ ଭାଙ୍ଗି ମଧ୍ୟ ଯାଏ ।   ଏହା ହେବାର କାରଣ ଦୁଇଜଣଙ୍କ ବ୍ୟକ୍ତିତ୍ୱ ଭିନ୍ନ ଭିନ୍ନ ହୋଇଥାଏ । ତେବେ କେଉଁ ରାଶିର ଯୋଡ଼ିଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହୁଏ ଏବଂ ବ୍ରେକ ଅପ ହୋଇଯାଏ ଆସନ୍ତୁ ଆଲୋଚନା କରିବା ।

ମେଷ-କର୍କଟ: ଏହି ଦୁଇ ରାଶି ମଧ୍ୟରେ ସଂପର୍କ ଏତେ ଭଲ ରହେ ନାହିଁ । ଖୁବଶୀଘ୍ର ବ୍ରେକଅପ ହୋଇଯାଏ ।

ବୃଷ-ସିଂହ: ଏହି ଦୁଇ ରାଶିର ବ୍ୟକ୍ତି ଖୁବ ରାଗି ହୋଇଥାନ୍ତି । ଏମାନଙ୍କ ସଂପର୍କରେ ଜିଦିଆ ଗୁଣ ଏବଂ ଗର୍ବ କାଳ ସାଜେ । ଦୁଇଜଣ କ୍ରୋଧ ସମୟରେ କେହି କାହାକୁ ବୁଝାଇ ପାରନ୍ତି ନାହିଁ ।

ମିଥୁନ-କନ୍ୟା: ଏମାନଙ୍କ ବ୍ୟକ୍ତିତ୍ୱ ପରସ୍ପରଠାରୁ ସଂପୂର୍ଣ୍ଣ ଭିନ୍ନ । କନ୍ୟା ରାଶିର ବ୍ୟକ୍ତି ସବୁ ନିଜ ଇଛାରେ ହେଉ ଚାହୁଁଥିବା ବେଳେ ମିଥୁନ ରାଶି ନିଜକୁ ଖୁବ ସ୍ୱାଧୀନ ରଖିବାକୁ ପସନ୍ଦ କରନ୍ତି । ତାଳମେଡ଼ ନପଡ଼ିବାରୁ ସଂପର୍କ ଖରାପ ହୋଇଯାଏ ।

କର୍କଟ-ତୁଳା: କର୍କଟ ରାଶିର ଲୋକ ଅନ୍ୟର ଯତ୍ନ ନେବାକୁ ଭଲ ପାଆନ୍ତି, କିନ୍ତୁ ତୁଳା ରାଶିର ଲୋକ ଏହାକୁ ଓଲଟା ଅର୍ଥରେ ନେଇଯାଆନ୍ତି ।

ମକର-ତୁଳା: ମକର ରାଶିର ବ୍ୟକ୍ତି ଫାଲତୁ କଥା ପସନ୍ଦ କରନ୍ତି ନାହିଁ । ତୁଳା ରାଶିର ଲୋକ ସବୁ ସମୟକୁ ଉପଭୋଗ କରିବାକୁ ଚାହାଁନ୍ତି । ତେଣୁ ଦୁଇ ଜଣଙ୍କ ମଧ୍ୟରେ ସମସ୍ୟା ଦେଖାଦିଏ ।

ଚିନ୍ତା ବଢ଼ାଇଲା କରୋନାର XE ଭାରିଆଣ୍ଟ, ମୁମ୍ବାଇରୁ ଦ୍ୱିତୀୟ ମାମଲା ଚିହ୍ନଟ

ମୁମ୍ବାଇ: ଓମିକ୍ରନର ସବ୍ ଭାରିଆଣ୍ଟ XEର ଦ୍ୱିତୀୟ ମାମଲା ମୁମ୍ବାଇରେ ଚିହ୍ନଟ ହୋଇଛି । ବିଏମସି ଏନେଇ ସୂଚନା ଦେଇଛି । ମୁମ୍ବାଇର ଶାନ୍ତାକ୍ରୁଜରେ ୬୭ ବର୍ଷୀୟ ବ୍ୟକ୍ତି XE ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । କୁହାଯାଉଛି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୧ରେ କାମ ପାଇଁ ବଡ଼ଦୋରା ଯାଇଥିଲେ । ଯେଉଁଠି ଏକ ବୈଠକରେ ସାମିଲ୍ ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଆଉ କୋଭିଡ୍ ଟେଷ୍ଟ ପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Mumbai Reports Second Case Of XE Variant Corona

ବ୍ୟକ୍ତି ଜଣଙ୍କ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ସେ ମୁମ୍ବାଇ ଫେରି ଆସିଥିଲେ । ଆଉ ତାଙ୍କ ନମୁନା ଜିନୋମ ସିକ୍ୱେନ୍ସିଂ ପରେ ରିପୋର୍ଟ XE ଭାରିଆଣ୍ଟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବ୍ୟକ୍ତି ଜଣଙ୍କ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇଛନ୍ତି । ଏବେ ବ୍ୟକ୍ତି ଜଣଙ୍କ ଅବସ୍ଥା ସ୍ଥିର ରହିଛି ।

୩ ଦିନ ତଳେ ମୁମ୍ବାଇର ଜଣେ ମହିଳା XE ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା କୁହାଯାଇଥିଲା । ସୂଚନା ଅନୁସାରେ ମହିଳା ଜଣଙ୍କ ଗତ ଫେବ୍ରୁଆରୀ ୧୦ରେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ଦକ୍ଷିଣ ଆଫ୍ରିକା ଛଡ଼ା ତାଙ୍କର ଅନ୍ୟ କୌଣସି ଗସ୍ତ ବିବରଣୀ ନାହିଁ । ବିଦେଶରୁ ଫେରିବା ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ପ୍ରଥମେ ରିପୋର୍ଟ ନେଗେଟିଭ୍ ଆସିଥିଲା । ପୁଣି ଥରେ ୨ ମାର୍ଚ୍ଚରେ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଲା । ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ୩ ତାରିଖରେ ପୁଣି ଟେଷ୍ଟ କରିବାରୁ ରିପୋର୍ଟ ନେଗେଟିଭ୍ ଆସିଥିଲା ।

ପୁଣି ଘୁଞ୍ଚିଲା ଭୋଟିଂ, ପାକିସ୍ତାନ ସଂସଦ ରାତି ୧୦ଟା ପର୍ଯ୍ୟନ୍ତ ସ୍ଥଗିତ

ଇସଲାମବାଦ: ପାକିସ୍ତାନ ରାଜନୀତିରେ ବଢୁଛି ସସ୍‌ପେନ୍ସ। ପାକିସ୍ତାନର ସଂସଦ ରାତି ୧୦ଟା ପର୍ଯ୍ୟନ୍ତ ସ୍ଥଗିତ। ସାଢେ ୮ଟାରେ ହେବାର ଥିଲା ଭୋଟିଂ।  ଅବିଶ୍ବାସ ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ ପୂର୍ବରୁ ଗୃହ ସ୍ଥଗିତ ହୋଇଛି।  ଆଜି ସକାଳ ୧୦ଟାରେ ଭୋଟ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ବାକ୍‌ବିତଣ୍ଡା ଯୋଗୁ ଘୁଞ୍ଚିବାରେ ଲାଗିଛି ସମୟ। ଇମ୍ରାନ ଖାନଙ୍କ ଦଳ ବିଭିନ୍ନ ବାହାନା ନେଇ ଭୋଟ ଗ୍ରହଣ ବିଳମ୍ବ କରିଛନ୍ତି।

ତେବେ ରାତି ୧୦ଟା ପରେ ଭୋଟିଂ ହେବା ନେଇ ପାକିସ୍ତାନ ମିଡିଆରେ ଚର୍ଚ୍ଚା ହେଉଛି । ହେଲେ ଏହା ପୂର୍ବରୁ ନିଜ ସରକାର ବଞ୍ଚାଇବା ପାଇଁ ପିଟିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁର୍ନବିଚାର ଆବେଦନ କରାଯାଇଛି। ଗତକାଲି ଅନାସ୍ଥା ପ୍ରସ୍ତାବ ଭୋଟ୍‌ ପୂର୍ବରୁ  ଇମ୍ରାନ୍‌ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ। ଲଢ଼େଇ ପାଇଁ ସବୁ ଅସ୍ତ୍ର ଫେଲ ମାରିବା ସତ୍ତ୍ୱେ ଇସ୍ତଫା ଦେବା ଦେବାକୁ ମନା କରିଦେଇଛନ୍ତି ଇମ୍ରାନ୍‌। ।

ତେବେ ଆଉ କିଛି ସମୟ ପରେ ଇମ୍ରାନ୍‌ ଖାନ୍ ତାଙ୍କ ବାସଭବନରେ କ୍ୟାବିନେଟ ବୈଠକ କରିବେ। ରାତି ୧୦ରୁ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିପାରେ ପାକିସ୍ତାନ ସଂସଦ। ଏପଟେ ଭୋଟିଂ ପୂର୍ବରୁ ବଡ଼ ବୟାନ ଦେଲେ ଇମ୍ରାନ୍‌ ଖାନ୍‌ । ପାକିସ୍ତାନରେ ଅନ୍ୟ ଦେଶର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।