spot_img
Home Blog Page 4406

ଭୁବନେଶ୍ୱର ପଳାଶୁଣି ସିରିଜ ଦୁର୍ଘଟଣା, ବେଗୁନିଆରୁ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣି ଛକରେ ହୋଇଥିବା ସିରିଜ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ହାଇଓ୍ୱା ଡ୍ରାଇଭରକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଜିଲ୍ଲାର ସୌଭାଗ୍ୟ ପାତ୍ର । ଅଭିଯୁକ୍ତକୁ ବେଗୁନିଆରୁ ଗିରଫ କରିଛି ପୋଲିସ । ତେବେ ଏହି ଗାଡିଟି ଏଲ.ଜି କନଷ୍ଟ୍ରକସନର ଗାଡି ବୋଲି ଜାଣିବାକୁ ପାଇଛି ପୋଲିସ । ତେବେ ଜବତ ହୋଇଥିବା ଗାଡିର କାଗଜ ପତ୍ର ଠିକ୍ ଥିବା ଜଣାପଡ଼ିଛି । ପୋଲିସ ତଦନ୍ତ ସମୟରେ ସ୍ପଷ୍ଟ କରିଛି କି ଗାଡି ଓଭର ଲୋଡ ରହିଥିଲା । ତେବେ ଅସାବଧାନତା ଓ ବେପରୁଆ ଗାଡ଼ି ଚାଳନା ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କହିଛି ପୋଲିସ ।

ସୂଚନା ଅନୁସାରେ ଗତ ସୋମବାର ପଳାଶୁଣି ଛକରେ ହୋଇଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପଳାଶୁଣି ଛକରେ ୪ଟି କାରକୁ ପଛରୁ ପିଟିଥିଲା ଟ୍ରକ । ଏହି ଦୁର୍ଘଟଣାରେ ଗୋଟିଏ କାର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଘଟଣାସ୍ଥଳରେ ହିଁ କାର ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଡ୍ରାଇଭର ।

 

ହିଜାବ ବିବାଦ ଭିତରକୁ ଅଲକଏଦାର ଏଣ୍ଟ୍ରି, ଜୱାହରୀ କହିଲା ହିଜାବ୍ ଆମ ହକ୍

ୱାଶିଂଟନ୍: କର୍ଣ୍ଣାଟକ ହିଜାବ ବିବାଦରେ ଏଣ୍ଟ୍ରି କରିଛି ଆତଙ୍କବାଦୀ ସଂଗଠନ ଅଲ କାଏଦା। ଅଲ-କାଏଦାର ନେତା ଅଲ-ଜୱାହରୀ ଏନେଇ ଏକ ଭିଡିଓ ମଧ୍ୟ ଜାରି କରିଛି । ହିଜାବ ପିନ୍ଧାକୁ ନେଇ ଆନ୍ଦୋଳନ କରୁଥିବା ଝିଅ ମାନଙ୍କୁ ସାରା ଦେଶର ମୁସଲମାନ ସମର୍ଥନ କରନ୍ତୁ ବୋଲି ଭିଡ଼ିଓରେ ଅପିଲ୍ କରିଛନ୍ତି ଜୱାହରୀ।

୯ ମିନିଟର ଏହି ଭିଡିଓରେ ଜୱାହରୀ ଆହୁରି କହିଛନ୍ତି, ଭାରତର ହିନ୍ଦୁ ଲୋକତନ୍ତ୍ରରେ ମୁସଲମାନ ମାନଙ୍କୁ ନିର୍ଯାତନା ଦିଆଯାଉଛି। ଏଥିସହିତ କର୍ଣ୍ଣାଟକ ହିଜାବ ବିବାଦ ସମୟରେ ଚର୍ଚ୍ଚାକୁ ଆସିଥିବା ମୁସ୍କାନଙ୍କୁ ସେ ମହାନ୍ ବୋଲି ଅବିହିତ କରିଛନ୍ତି ।

ଫ୍ରାନ୍ସ, ଇଜିପ୍ଟ ଓ ହଲାଣ୍ଡ ହେଉଛି ଇସଲାମ ବିରୋଧୀ ଦେଶ
ଅଲ କାଏଦାର ଏହି ନେତା କହିଛନ୍ତି ଯେ ଫ୍ରାନ୍ସ, ଇଜିପ୍ଟ ଏବଂ ହଲାଣ୍ଡ ହେଉଛି ଇସଲାମ ବିରୋଧୀ ଦେଶ।  ଏଥିସହିତ ସେ ପାକିସ୍ତାନ ଏବଂ ବାଂଲାଦେଶ ଉପରେ ମଧ୍ୟ ବର୍ଷିଛନ୍ତି । ୨୦୨୧ ପରେ ଜୱାହରୀଙ୍କର ଏହା ହେଉଛି ପ୍ରଥମ ଭିଡିଓ । ଭିଡିଓ ଆସିବା ପରେ ଆମେରିକାର ଇଣ୍ଟେଲିଜେନ୍ସ ଏଜେନ୍ସି ମଧ୍ୟ ତତପର ହୋଇପଡିଛି ।

ଅଲ କାଏଦା ମୁଖ୍ୟ ଜୱାହରୀ କିଏ?

ଆମେରିକାର 9/11 ଆକ୍ରମଣରେ ଜୱାହରୀ ଅନ୍ୟଜଣେ ଅଭିଯୁକ୍ତ। ଆମେରିକାର ଆକ୍ରମଣରେ ଓସାମା ବିନ୍ ଲାଡେନଙ୍କ ମୃତ୍ୟୁ ପରେ ଜୱାହରୀ ଆତଙ୍କବାଦୀ ସଂଗଠନର ନେତୃତ୍ୱ ନେଇଥିଲେ । ୨୦୧୧ରେ ସେ ଅଲ କାଏଦାର ମୁଖ୍ୟ ହୋଇଥିଲା। ମାତ୍ର ୧୫ ବର୍ଷ ବୟସରେ ଜୱାହରୀଙ୍କୁ ପ୍ରଥମ ଥର ପାଇଁ ଗିରଫ କରାଯାଇଥିଲା | ଇଜିପ୍ଟର ବାସିନ୍ଦା ଜୱାହରୀ ଜଣେ ଚକ୍ଷୁ ଡାକ୍ତର। ସେ ୧୯୭୪ରେ କାଇରୋ ୟୁନିଭରସିଟି ମେଡିକାଲ୍ ସ୍କୁଲରୁ ଗ୍ରାଜୁଏସନ୍ କରିଥିବା ବେଳେ ତାଙ୍କ ପିତା ସେଠାକାର ଜଣେ ପ୍ରଫେସର ଥିଲେ।

ସୁପ୍ରିମକୋର୍ଟରେ ହିଜାବ ବିବାଦର ଶୁଣାଣି ହେବ
କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ମାମଲା ଖାରଜ ହେବା ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

‘ଫୋର୍ବସ୍‌’ ଶ୍ରେଷ୍ଠ ଧନୀ ତାଲିକା ୨୦୨୨: ପୁଣି ବାଜି ମାରିନେଲେ ମୁକେଶ ଅମ୍ବାନୀ

‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣିଥରେ ବାଜି ମାରି ନେଇଛନ୍ତି । ‘ଫୋର୍ବସ୍‌’ର ବାର୍ଷିକ ବିଶ୍ୱ ଶ୍ରେଷ୍ଠ ଧନୀ ତାଲିକା-୨୦୨୨ରେ ୧୦ ସ୍ଥାନ ହାସଲ କରିଛନ୍ତି ମୁକେଶ ଅମ୍ବାନୀ ।

ସୂଚନାଯୋଗ୍ୟ ଭାରତୀୟ ଶେୟାର ବଜାରରେ ବୃଦ୍ଧି କାରଣରୁ ୨୦୨୧ ଫୋର୍ବସ ତାଲିକାରେ ସାମିଲ ଭାରତର ୧୦୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ସମଗ୍ର ସମ୍ପତ୍ତି ବୃଦ୍ଧି ପାଇ ୭୭୫ ଆରବ ଡଲାରରେ ପହଞ୍ଚି ସାରିଛି ।  ଚଳିତ ବର୍ଷ ୮୦ ପ୍ରତିଶତରୁ ଅଧିକ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଛି । ୨୦୨୧ ଫୋର୍ବସ ତାଲିକାରେ ୧୦୦ ଧନୀ ଭାରତୀୟଙ୍କ ମଧ୍ୟରେ ମୁକେଶ ଅମ୍ବାନୀ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।  ତେବେ ଚଳିତ ଥର କେବଳ ନୁହେଁ ବରଂ ଗତ ୨୦୦୮ ମସିହା ପରଠାରୁ ମୁକେଶ ଅମ୍ବାନୀ ଭାରତର ଧନୀ ବ୍ୟକ୍ତି ତାଲିକାରେ ଶୀର୍ଷରେ ରହି ଆସୁଛନ୍ତି । ତାଙ୍କର ସମଗ୍ର ସମ୍ପତ୍ତି ହେଉଛି ୯୨.୭ ଅରବ ଡଲାର ।

ଫୋର୍ବସ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଅଦାନୀ । ତେବେ ତୃତୀୟ ଥର ପାଇଁ ସେ ଏହି ସ୍ଥାନ ହାସଲ କରି ଆସୁଛନ୍ତି । ତାଙ୍କ ସମଗ୍ର ସମ୍ପତ୍ତିରେ ତିନି ଗୁଣା ବୃଦ୍ଧି ହୋଇଛି । ତାଙ୍କର ସମଗ୍ର ସମ୍ପତ୍ତି ୨୫.୨ ଅରବ ଡଲାରରୁ ବୃଦ୍ଧି ହୋଇ ୭୪.୮ ଅରବ ଡଲାରରେ ପହଞ୍ଚିଛି ।

 

 

୩୧ ଅରବ ଡଲାର ସହିତ ଶିବ ନାଦର ତୃତୀୟ ସ୍ଥାନ ହାସଲ କରିଛନ୍ତି । ଗତ ଏକ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତିରେ ୧୦.୬ ଅରବ ଡଲାରର ଫାଇଦା ହୋଇଛି । ଅନ୍ୟପଟେ ଚତୁର୍ଥ ସ୍ଥାନରେ ଅଛନ୍ତି ରାଧାକିଶାନ୍‌ ଦମାନୀ । ତାଙ୍କର ସମଗ୍ର ସମ୍ପତ୍ତି ହେଉଛି ୨୯.୪ ଅରବ ଡଲାର । କିନ୍ତୁ ଗତବର୍ଷ ତାଙ୍କ ସମଗ୍ର ସମ୍ପତ୍ତି ଥିଲା ୧୫.୪ ଅରବ ଡଲାର । ପଞ୍ଚମ ସ୍ଥାନରେ ଅଛନ୍ତି ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସଂସ୍ଥାପକ ସାଇରସ୍‌ ପୁନାଓ୍ୱାଲା । ତାଙ୍କର ସମଗ୍ର ସମ୍ପତ୍ତି ହେଉଛି ୧୯ ଅରବ ଡଲାର ।

 

ସୂଚନାଯୋଗ୍ୟ ଚଳିତବର୍ଷ ତାଲିକାରେ,୬ଟି ନୂଆ ଚେହେରା ଯୋଡ଼ି ହୋଇଛନ୍ତି । ଯେଉଁଥିରୁ ୩ ଜଣ ବୁମିଂ କେମିକାଲ ସେକ୍ଟରର । ଏଥିରେ ସାମିଲ ହୋଇଛନ୍ତି  ଅଶୋକ ବୁବ, ଦୀପକ ମେହତା ଏବଂ ଯୋଗେଶ୍‌ କୋଠାରୀ । ଏମାନଙ୍କ ବ୍ୟତୀତ ଡାକ୍ତର ଲାଲ ପାଥୋଲ୍ୟାବର  କାର୍ଯ୍ୟକାରୀ ଚୟାରମ୍ୟାନ୍‌ ଅରବିନ୍ଦ ଲାଲ, ଯିଏ କି ପ୍ରଥକ ଥର ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ।

ଋଷୀୟ ଦୂତାବାସ ଫାଟକକୁ ଧକ୍କା ଦେଲା କାର୍, ଜଣେ ମୃତ

ବୁଖାରେଷ୍ଟ: ରୋମାନିଆ ରାଜଧାନୀ ବୁଖାରେଷ୍ଟର ଋଷୀୟ ଦୂତାବାସର ଫାଟକକୁ ଧକ୍କା ଦେଇଛି ଏକ କାର୍ । ଗେଟରେ କାର ପିଟିହେବା ଫଳରେ ଡ୍ରାଇଭରର ମୃତ୍ୟୁ ହୋଇଛି । ଡ୍ରାଇଭର ଜଣକ କାରକୁ ଫାଟକରେ ଧକ୍କା ଦେଇଥିଲା । ଆଜି ଭୋରରେ ଘଟିଛି ଏହି ଘଟଣା । ପୋଲିସ ଘଟଣାର ତଦନ୍ତ କରୁଛି ।

ତେବେ ଏନେଇ ବିସ୍ତୃତ ତଥ୍ୟ କିଛି ମିଳିପାରିନାହିଁ । ଏହା ଏକ ଦୁର୍ଘଟଣା ନା ଜାଣିଶୁଣି କରାଯାଇଥିଲା, ତାହା ଜଣାପଡିନାହିଁ । ଋଷିଆର ୟୁକ୍ରେନ ଆକ୍ରମଣ ଯୋଗୁଁ ୟୁରୋପର ବିଭିନ୍ନ ଦେଶରେ ଥିବା ଋଷୀୟ ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ ବୃଦ୍ଧି ପାଇଛି । ସେହିପରି ଆନ୍ତର୍ଜାତିକ ନିୟମ ଉଲ୍ଲଂଘନ କରୁଥିବାରୁ ଋଷିଆର ୧୦ ଜଣ କୂଟନୖେତିଜ୍ଞଙ୍କୁ ବହିଷ୍କାର କରିବ ବୋଲି ରୋମାନିଆ ମଙ୍ଗଳବାର ଘୋଷଣା କରିଥିଲା।

ତେବେ ଏନେଇ ଏକ ଭିଡ଼ିଓ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଛି । ଯେଉଁଥିରେ କାରର ସମ୍ମୁଖ ଭାଗରେ ନିଆଁ ଲାଗିଥିବା ନଜର ଆସୁଛି ।

ବଢ଼ିଲା ବିଜେଡି ବଳ, ବିଜେଡିରେ ମିଶିଲେ ଭୁବନେଶ୍ୱର ୯ ନମ୍ବର ଓ୍ୱାର୍ଡର ସ୍ୱାଧୀନ କର୍ପୋରେଟର

ଭୁବନେଶ୍ୱର: ରାଜଧାନୀରେ ବଢ଼ିଲା ବିଜେଡି ବଳ । ବିଜେଡିରେ ମିଶିଲେ ଭୁବନେଶ୍ୱର ୯ ନମ୍ବର ୱାର୍ଡର ସ୍ୱାଧୀନ କର୍ପୋରେଟର ସୁଷମା ସାହୁ । ସେ ଚଳତି ପୌର ନିର୍ବାଚନରେ ବିଜେଡି ଟିକେଟ ନ ପାଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ୫୬୭ ଖଣ୍ଡ ଭୋଟରେ ସେ ଜିତିଥିଲେ । ସେ ଦଳରେ ଥିଲେ ଆଉ ଆଜି ବିଜେଡିକୁ ଭୁବନେଶ୍ୱର ମହାନଗର ନିଗମରେ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ବି ନିର୍ଦ୍ଦେଶ ଦେବେ, ତାକୁ ପାଳନ କରି କାମ କରିବେ ବୋଲି କହିଛନ୍ତି ସୁଷମା ସାହୁ । ଏହି ମିଶ୍ରଣ ଉତ୍ସବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ ।

IPL ମିଡିଆ ରାଇଟ୍ ନିଲାମିରୁ ଆସିବ ୫୪ ହଜାର କୋଟି ଟଙ୍କା,ଦୌଡରେ ଆମାଜନ ପ୍ରାଇମ୍ ଓ ନେଟଫ୍ଲିକ୍ସ

0

ନୂଆଦିଲ୍ଲୀ:   ଇଣ୍ଡିଆନ୍‌ ପ୍ରିମିୟର ଲିଗର  ମିଡିଆ ରାଇଟ୍ସ     ବିକ୍ରି କରି ଭାରତୀୟ କ୍ରିକେଟ୍‌ ବୋର୍ଡ଼ ବା BCCI ଜବରଦସ୍ତ ଇନକମ୍‌ କରିବାକୁ ଯାଉଛି  । ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ  ସିଜନର ରାଇଟ୍ସର ନିଲାମୀରୁ ଭାରତୀୟ କ୍ରିକେଟ୍‌ ବୋର୍ଡ଼ ବା BCCI ୭.୨ ବିଲିୟନ ଡଲାର ବା ପ୍ରାୟ ୫୪ ହଜାର କୋଟି ରୋଜଗାର କରିପାରେ । ଏବେ ଟେଣ୍ଟର ଡକ୍ୟୁମେଣ୍ଟ୍ସ ବିକ୍ରି ହେଉଛି । ଏପର୍ଯ୍ୟନ୍ତ ଟିଭି ୧୮ ବଏକମ୍‌, ଡିଜନୀ,ସୋନି,ଜି,ଆମାଜନ ଏବଂ ଅନ୍ୟ କେତେକ କମ୍ପାନୀ ଡକ୍ୟୁମେଣ୍ଟ୍ସ କିଣି ସାରିଛନ୍ତି । କୁହାଯାଉଛି ଆମେରିକାନ୍‌ କମ୍ପାନୀ ଆପଲ ଖୁବଶୀଘ୍ର ଡକ୍ୟୁମେଣ୍ଟ କିଣିପାରେ ।

ଡକ୍ୟୁମେଣ୍ଟ କିଣିବାର ଶେଷ ତାରିଖ ହେଉଛି ୧୦ ମଇ:

ମିଡିଆ ରାଇଟ୍ସର ଟେଣ୍ଡର ଡକ୍ୟୁମେଣ୍ଟ୍ସ କିଣିବାର ଅବଧି ହେଉଛି ୧୦ ମଇ । ଡକ୍ୟୁମେଣ୍ଟ୍ସ କିଣିବାର ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଏହାର ଯାଞ୍ଚ୍‌ କରାଯିବ । ଜୁନ ମାସରେ ନିଲାମୀ ଜିତି ରାଇଟ୍ସ ହାସଲ କରିଥିବା କମ୍ପାନୀ ଗୁଡ଼ିକର ନାମ ଘୋଷଣା କରାଯିବ ।

ନିଲାମୀ ପାଇଁ ରହିବ ୪ଟି ଭିନ୍ନ ଭିନ୍ନ ବକେଟ୍‌:

BCCI ଚଳିତ ଥର  ମିଡିଆ ରାଇଟ୍ସର ଚାରୋଟି ଭିନ୍ନ ଭିନ୍ନ ବକେଟର ନିଲାମୀ କରୁଛି ।  ପ୍ରଥମ ବକେଟ୍‌ ହେଉଛି ଭାରତୀୟ ଉପମହାଦ୍ୱୀପରେ ଟିଭି ରାଇଟ୍ସ । ଦ୍ୱିତୀୟ ବକେଟ୍‌ ହେଉଛି ଡିଜିଟାଲ ରାଇଟ୍ସ ।  ତୃତୀୟ ବକେଟରେ ୧୮ଟି ମ୍ୟାଚ୍‌ ସାମିଲ କରାଯାଇଛି । ଏହି ୧୮ ମ୍ୟାଚ୍‌ ମଧ୍ୟରୁ ସିଜନର ପ୍ରଥମ ମ୍ୟାଚ୍‌, ଓ୍ୱିକେଣ୍ଡରେ ହେବାକୁ ଥିବା  ଡବଲ ହେଡରରେ ସଂଧ୍ୟା ମ୍ୟାଚ୍‌ ଏବଂ ୪ଟି  ପ୍ଲେଅଫ୍‌ ମୁକାବିଲାକୁ ରଖାଯାଇଛି ।  ଶେଷରେ ରହିଲେ ଚତୁର୍ଥ ବକେଟ୍‌ । ଏଥିରେ ଭାରତୀୟ ଉପମହାଦ୍ୱୀପର ବାହାରର ପ୍ରସାରଣ ଅଧିକାର ସାମିଲ ରହିଛି ।

ବେସ୍‌ ପ୍ରାଇସ୍‌ ୩୨ ହଜାର ୮୯୦ କୋଟି ଟଙ୍କା:

BCCI  ଚାରୋଟି ବକେଟକୁ ମିଶାଇ ୩୨ ହଜାର ୮୯୦ କୋଟି ଟଙ୍କା ଧାର୍ଯ୍ୟ କରିଛି ।  ପ୍ରତ୍ୟେକ ମ୍ୟାଚର ଟେଲିଭିଜନ ରାଇଟ୍ସର ବେସ୍‌ ପ୍ରାଇସ୍‌ ୪୯ କୋଟି ଧାର୍ଯ୍ୟ ହୋଇଛି । ଅନ୍ୟପଟେ ଗୋଟିଏ ମ୍ୟାଚର ଡିଜିଟାଲ ରାଇଟ୍ସର ବେସ୍‌ ପ୍ରାଇସ୍‌ ୩୩ କୋଟି ଟଙ୍କା ରଖାଯାଇଛି । ୧୮ଟି ମ୍ୟାଚର କ୍ଲଷ୍ଟରରେ ପ୍ରତ୍ୟେକଟି ମ୍ୟାଚର ବେସ୍‌ ପ୍ରାଇସ୍‌ ରହିଛି ୧୬ କୋଟି । ଭାରତୀୟ ଉପମହାଦ୍ୱୀପ ବାହାରର ରାଇଟ୍ସ ପାଇଁ ପ୍ରତି ମ୍ୟାଚର ବେସ୍‌ ପ୍ରାଇସ୍ ୩ କୋଟି ଟଙ୍କା ।

ଦୁଇ ଦିନ ହେବ ରାଇଟ୍ସର ନିଲାମୀ:

ବୋର୍ଡର କହିବା ହେଉଛି, ପ୍ରଥମ ଏବଂ ଦ୍ୱିତୀୟ ବକେଟର ନିଲାମୀ ଗୋଟିଏ ଦିନରେ ହେବ । ତୃତୀୟ ଏବଂ ଚତୁର୍ଥ ବକେଟର ନିଲାମୀ ତା ପରଦିନ କରାଯିବ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଇ-ଅକ୍ସନ୍‌ ଜରିଆରେ ପୂରା କରାଯିବ ।  ପ୍ରଥମ ବକେଟର ବିଜେତା କମ୍ପାନୀକୁ ଦ୍ୱିତୀୟ ବକେଟ୍‌ ପାଇଁ ପୁନର୍ବାର ବୋଲି ଲଗାଇବାକୁ ଅନୁମତି ଦିଆଯିବ । ସେହିଭଳି ଦ୍ୱିତୀୟ ବକେଟର ବିଜେତା କମ୍ପାନୀକୁ ତୃତୀୟ ବକେଟ୍‌ ପାଇଁ ବୋଲି ଲଗାଇବାକୁ ଅନୁମତି ଦିଆଯିବ ।

ଭାରତୀୟ ଉପମହାଦ୍ୱୀପର ଟିଭି ରାଇଟ୍ସ କେବଳ ଭାରତୀୟ କମ୍ପାନୀକୁ ମିଳିବ:

BCCIର ସୂଚନା ମୁତାବକ, ଭାରତୀୟ ଉପମହାଦ୍ୱୀପର ଟିଭି ରାଇଟ୍ସ ପାଇଁ  କେବଳ ସେହି କମ୍ପାନୀ ବୋଲି ଲଗାଇ ପାରିବ, ଯିଏ ଭାରତରେ ପଞ୍ଜିକୃତ ବ୍ରଡକାଷ୍ଟର ହୋଇଥିବ ଏବଂ ନେଟଓ୍ୱର୍ଥ ୧ ହଜାର କୋଟିରୁ ଅଧିକ ହୋଇଥିବ ।  ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ବକେଟ୍‌ ପାଇଁ ବୋଲି ଲଗାଇବାକୁ ଥିବା କମ୍ପାନୀର ନେଟ୍‌ ଓ୍ୱର୍ଥ ଅତି କମରେ ୫ ଶହ କୋଟି ହୋଇଥିବା ଆବଶ୍ୟକ ।

ଆସନ୍ତାକାଲି କଟକ ଡେପୁଟି ମେୟର ନିର୍ବାଚନ, ୮ରେ ବ୍ରହ୍ମପୁର, ୯ରେ ଭୁବନେଶ୍ୱର ପାଇଁ ବଛାଯିବ ଉପ-ମେୟର

ଭୁବନେଶ୍ୱର: ଆସନ୍ତାକାଲି ହେବ କଟକ ଡେପୁଟି ମେୟର ନିର୍ବାଚନ । ଏହା ସହ କାଲି ୧୦୫ ପୌର ଉପାଧ୍ୟକ୍ଷ ପାଇଁ ମଧ୍ୟ ନିର୍ବାଚନ ହେବ । ଏନେଇ ପ୍ରେସମିଟ୍ କରି ସବିଶେଷ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ । ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ, ଏହାପରେ ଦିନ ଗୋଟାଏ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ । ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ମତଦାନ ପରେ ସେହି ଦିନ ହିଁ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ ।

ସେହିଭଳି ୮ ତାରିଖରେ ବ୍ରହ୍ମପୁର ଓ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଲାଗି ଡେପୁଟି ମେୟର ପଦ ପାଇଁ ନିର୍ବାଚନ ହେବ । ମହାନଗର ନିଗମଗୁଡ଼ିକରେ ନିର୍ଦ୍ଧାରିତ ଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ, ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଏହାପରେ ଦିନ ଗୋଟାଏ ଯାଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଏବଂ ଅପରାହ୍ନ ସାଢ଼େ ଗୋଟାଏରୁ ମତଦାନ ଆରମ୍ଭ ହେବ । ମତଦାନ ସରିବା ପରେ ସେହିଦିନ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ । ୨ରୁ ଅଧିକ ପ୍ରାର୍ଥୀ ରହିଲେ, ରାଉଣ୍ଡ ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ୍ ଭୋଟ ପାଉଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରୁ ଓହରିବେ । ଶେଷ ଦୁଇ ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ ।

ଦଳ ବଦଳ ବିରୋଧ ଆଇନ ଲାଗୁ ହୋଇଥିବାରୁ ରାଜନୈତିକ ଦଳ ନିଜ ପ୍ରତିନିଧି ଦେଇପାରିବେ । ଏଭଳି କ୍ଷେତ୍ରରେ ଭୋଟ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟର ସେମାନଙ୍କୁ ନିଜ ଭୋଟ ଦେଖାଇ ଭୋଟ ଦେବେ । ସେପଟେ ବିଜେଡି ଜିଲ୍ଲା ସଭାପତିଙ୍କ ପାଖକୁ ଉପ-ମେୟର ତାଲିକା ଆସିଥିବାବେଳେ ଦଳୀୟ ହୁଇପ ଜାରି କରିଛି ବିଜେଡି । ହୁଇପ ନମାନିଲେ କର୍ପୋରେଟର ପଦ ହରାଇବେ ବୋଲି କୁହାଯାଇଛି ।

ଚୀନରେ ବଢୁଛି କରୋନାର କାୟା, ଦୈନିକ ସଂକ୍ରମଣ ୨୦ ହଜାର ପାର୍‌

ବେଜିଂ: ଚୀନରେ ପୁଣି ବଢୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତରେ ରେକର୍ଡ ଭାଙ୍ଗିଲା କରୋନା । ଗତ ୨୪ ଘଣ୍ଟାରେ ଚୀନରେ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୀନରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂଘାଇ ସମେତ ଦେଶର ବିଭିନ୍ନ ସହରରେ ଲକଡାଉନ ଜାରି ରହିଛି । କରୋନାରେ ଅଧିକ ଛୋଟ ପିଲା ଆକ୍ରାନ୍ତ ହେଉଛନ୍ତି । ଏଥିପାଇଁ ବାପା ମାଆଙ୍କ ଠାରୁ ପିଲାଙ୍କୁ ଅଲଗା ସ୍ଥାନରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଟେଷ୍ଟିଂ, ଲକଡାଉନ ଓ ବିଭିନ୍ନ କଟକଣା ପାଇଁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲା । କିନ୍ତୁ ଏପ୍ରିଲ ପହିଲାରୁ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ସଂଘାଇରେ ଅଧା ଆକ୍ରାନ୍ତଙ୍କ ଶରୀରର ଓମିକ୍ରନ ଭୂତାଣୁ ରହିଥିବା ଜଣାପଡ଼ିଛି । ତେବେ ଆଜି ଚୀନରେ ୨୦ ହଜାର ୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କାହାରି ମୃତ୍ୟୁ ହୋଇନଥିବା ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।

 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଦାୟିତ୍ୱ ଗ୍ରହଣ କଲେ ବୀର ବିକ୍ରମ ଯାଦବ

ପୁରୀ: ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବୀର ବିକ୍ରମ ଯାଦବ । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀମନ୍ଦିର ଯାଇ ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ୧୯୯୬ ବ୍ୟାଚ୍ IAS ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପୂର୍ତ୍ତ ସଚିବ ଭାବେ ମଧ୍ୟ ଅବସ୍ଥାପିତ ହୋଇଛନ୍ତି ବୀର ବିକ୍ରମ ଯାଦବ । ପୂର୍ବରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଥିଲେ ଭି ଭି ଯାଦବ ।

ବିଜେଡି ଦଖଲରେ ଧାମନଗର, ୧୧ ଓ୍ୱାର୍ଡରୁ ବିଜେଡି ୯ ଓ୍ୱାର୍ଡରେ ବିଜୟୀ

ଭଦ୍ରକ: ବିଜେଡି ଦଖଲରେ ଭଦ୍ରକ ଧାମନଗର ଏନଏସି । ଧାମନଗରରେ ବିଜୟ ଲାଭ କଲେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ନିବେଦିତା ଜେନା ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥିନୀ ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଛନ୍ତି ନିବେଦିତା । ଧାମନଗର ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରୁ ବିଜେଡି ୯ଟିରେ ବିଜୟ ଲାଭ କରିଛି । ଧାମନଗରରେ ବିଜେପି ଖାତାକୁ ଯାଇଛି ମାତ୍ର୨ଟି ଓ୍ୱାର୍ଡ । ୧ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ଉତ୍ତମ ମହାନ୍ତି ବିଜୟୀ ହୋଇଥିବା ବେଳେ ୨ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଜାନକୀ ଲତା ସେଠୀ ବିଜୟୀ ହୋଇଛନ୍ତି । ୩ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ତୀ ଉମେତୁଲା ଆମିନ ବିଜୟୀ ହୋଇଥିବା ବେଳେ ୪ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ସେକ ଜଇନୁଲ ହକ ବିଜୟୀ ହୋଇଛନ୍ତି ।

ସେହିପରି ୫ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଅନୁ ମୁଣ୍ଡା, ୬ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଓସିମ ଏଜଦ୍ଦାନୀ କାଦ୍ରୀ, ୭ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ସ୍ୱାଧୀନ ସମ୍ବିତ ଦାସ, ୮ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ରହିମା ଖାତୁନ, ୯ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ନଜମା ଖାତୁନ, ୧୦ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଅନୁସୟା ମଲ୍ଲିକ, ଓ ୧୧ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ସୁବାସିନୀ କର ବିଜୟୀ ।