spot_img
Home Blog Page 4405

ଟୋଲ୍ ପ୍ଲାଜାରେ ଟ୍ୟାକ୍ସ ଦେବାରୁ ବଞ୍ଚାଇବ ଗୁଗୁଲର ଏହି ଆପ୍ସ

ନୂଆଦିଲ୍ଲୀ: ରାସ୍ତାରେ ଯାତାୟାତ କରିବା ବେଳେ ଅନେକ ସମୟରେ ଟୋଲ୍ ପ୍ଲାଜାରେ ଟ୍ୟାକ୍ସ ଦେବାକୁ ପଡିଥାଏ। ଯଦି ଏଥିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର । କାରଣ ଏଭଳି ଅପଡେଟ୍ ଆଣିଛି ଗୁଗୁଲ୍। ଗୁଗୁଲ୍ ମ୍ୟାପରେ ଥିବା ଏହି ଫିଚର୍ସ ଲୋକଙ୍କୁ ଖୁବ୍ ପସନ୍ଦ ଆସିବ। ଆସନ୍ତୁ ଜାଣିବା ଏହାର ବିଶେଷତ୍ୱ…

ନୂଆ ଅପଡେଟରେ ଆପଣ ଚାହିଁଲେ ରାସ୍ତାରେ ପଡିବାକୁ ଥିବା ଟୋଲ୍ ପ୍ଲାଜାରେ କେତେ ଟ୍ୟାକ୍ସ ଦେବାକୁ ପଡିବ, ସେନେଇ ଜାଣିପାରିବେ। ଆଉ ଯଦି ଟୋଲ୍ ପ୍ଲାଜା ଦେଇ ଯିବାକୁ ଚାହୁଁ ନାହାନ୍ତି ତାହେଲେ ଗୁଗୁଲ୍ ରେ ଅନ୍ୟ ରାସ୍ତା ଚେକ୍ ମଧ୍ୟ କରିପାରିବେ । ଫଳରେ ରୁଟ୍ ଚେଞ୍ଜ କରି ବିନା ଟ୍ୟାକ୍ସ ଦେଇ ଆପଣ ନିଜ ଡେଷ୍ଟିନେସନରେ ପହଞ୍ଚିପାରିବେ ।

ଏହି ଫିଚର୍ସ ଆଣ୍ଡ୍ରୋଏଡ୍ ଓ ଆଇଓଏସ ଭଳି ସ୍ମାର୍ଟଫୋନରେ ଦେଖିବାକୁ ମିଳିବ। ଭାରତରେ ଚଳିତ ମାସରୁ ୟୁଜର୍ସ ଏହି ସୁବିଧା ପାଇପାରିବେ । ଆମେରିକା, ଜାପାନ ଓ ଇଣ୍ଡୋନେସିଆ ସହ ଭାରତରେ ମଧ୍ୟ ଏହି ଫିଚର ଉପଲବ୍ଧ ହେଉଛି । ଏହି ଫିଚର ଆପଣଙ୍କୁ ରୁଟ୍ ଚେଞ୍ଜ କରିବାରେ ସହାୟକ ହେବ ଏବଂ ପଇସା ବଞ୍ଚାଇବାରେ ମଧ୍ୟ ସହଯୋଗ ହେବ । ଆସିବ

ପ୍ରଶାସନର ଉଚ୍ଛେଦକୁ ବିରୋଧ, ଧାରଣାରେ ବସିଲେ ଉଠା ଦୋକାନୀ

ନୂଆପଡ଼ା: ଉଠା ଦୋକାନ ଉଚ୍ଛେଦକୁ ବିରୋଧ କରି ରାସ୍ତାରୋକ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ଦେଇ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥ ପୁରୁଣା ବସଷ୍ଟାଣ୍ଡରୁ ପ୍ରଶାସନର ଜବରଦଖଲ ଉଚ୍ଛେଦକୁ ବିରୋଧ । ଉଚ୍ଛେଦକୁ ବିରୋଧ କରି ଉଠା ଦୋକାନୀ ଧାରଣାରେ ବସିଛନ୍ତି । ଜାତୀୟ ରାଜପଥ କାର୍ଯ୍ୟ ବିଳମ୍ବ ଓ ପୁରୁଣା ବସଷ୍ଟାଣ୍ଡରେ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଉଚ୍ଛେଦ କରାଯାଉଥିଲା ।

Street Vendor Protest Against Eviction In Nuapada

ଯାହାକୁ ବିରୋଧ କରିଛନ୍ତି ଉଠାଦୋକାନୀ । ଉଚ୍ଛେଦ ଯୋଗୁ କ୍ଷତିଗ୍ରସ୍ତ ଉଠା ଦୋକାନୀ ପ୍ରଥମେ ଥଇଥାନ କରିବାକୁ ଦାବି କରିଛନ୍ତି । କ୍ଷତିପୂରଣ ଦାବିରେ ଉଠା ଦୋକାନୀ ଖଡ଼ିଆଳ ଥାନା ନିକଟରେ ୩୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇ ପଡ଼ିଥିବା ବେଳେ ପୋଲିସ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛି ।

ଅଳିଆ ଭାବି ଫିଙ୍ଗି ଦେଉଥିବା ଏହି ଜିନିଷ କମ୍‌ କରିବ ପେଟର ଚର୍ବି

ନୂଆଦିଲ୍ଲୀ:  ପ୍ରତିବର୍ଷ ୭ ଏପ୍ରିଲ ମଇ ମାସରେ ‘ଓ୍ୱାର୍ଲଡ ହେଲ୍ଥ  ଡେ’ ପାଳନ କରାଯାଏ । ସାରା ବିଶ୍ୱର ଲୋକ କିଭଳି ସ୍ୱାସ୍ଥ୍ୟକୁ ନେଇ ଜାଗ୍ରତ ରହିବେ ସେଥିପାଇଁ ଓ୍ୱାର୍ଲଡ ହେଲ୍ଥ  ଅର୍ଗାନାଇଜେସନ୍‌ ପକ୍ଷରୁ ଏହି ଦିନ ପାଳନ କରାଯାଏ । ଚଳିତ ୨୦୨୨ରେ ଓ୍ୱାର୍ଲଡ ହେଲ୍ଥ ଡେ’ର ଥିମ୍‌ ରହିଛି  ‘Our Planet, Our Health’

 

ସାରା ଦୁନିଆର ଲୋକ କେତେକ ଗମ୍ଭୀର ରୋଗର ଶିକାର ହେଉଛନ୍ତି । ଯେଉଁଥିରେ ମେଦ ବହୁଳତା ଏବଂ କୋଲେଷ୍ଟ୍ରଲ ମଧ୍ୟ ସାମିଲ ରହିଛି । ତେବେ ମେଦ ବହୁଳତା ଦ୍ୱାରା ନା କେବଳ ସୌନ୍ଦର୍ଯ୍ୟ ହ୍ରାସ ହୁଏ ବରଂ ଏଥିପାଇଁ ମଧୁମେହ, ହୃଦରୋଗ ଭଳି ରୋଗର ଆଶଙ୍କା ବଢ଼ିଯାଏ ।  ସେହିଭଳି ରକ୍ତରେ ଖରାପ କୋଲେଷ୍ଟ୍ରଲ ବଢ଼ିବା ଯୋଗୁଁ ହାର୍ଟ ଆଟାକ, ହାର୍ଟ ଷ୍ଟ୍ରୋକ୍‌ ଭଳି ରୋଗର ଆଶଙ୍କା ବଢ଼ିଯାଏ ।

ତେବେ ନିକଟରେ ସିଙ୍ଗାପୁରର ନାନୟାଙ୍ଗ୍‌ ଟେକ୍ନୋଲୋଜି ୟୁନିଭର୍ସିଟି ଏବଂ ଜାପାନର ବାସେଡା ୟୁନିଭର୍ସିଟିର ବୈଜ୍ଞାନିକ ଏକ ଅଧ୍ୟୟନରେ ଏଭଳି ଏକ ଜିନିଷ ବିଷୟରେ ଖୋଜି ବାହାର କରିଛନ୍ତି ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ, କିନ୍ତ ଲୋକେ ଏହାକୁ ଅଳିଆ ଭାବି ଫିଙ୍ଗି ଦିଅନ୍ତି ।  ତେବେ ଏହାର ନା ହେଉଛି ସୋୟା ପଲ୍ପ । ଏହାକୁ ଓକାରା ବୋଲି କୁହାଯାଏ ।

 

ଓକାରା କ’ଣ?

କଦଳୀ ଚୋପାଠାରୁ ଆରମ୍ଭ କରି ତରଭୁଜ ମଞ୍ଜି ପର୍ଯ୍ୟନ୍ତ, ଅଳିଆ ଭାବି ଲୋକ ଏ ସବୁ ଫିଙ୍ଗି ଦିଅନ୍ତି ।  କିନ୍ତୁ ଏହାକୁ କାମରେ ବ୍ୟବହାର କରାଯାଇପାରିବ ।  ଏଥିରେ ପୋଷକ ତତ୍ତ୍ୱ ଭରି ରହିଥାଏ ।ତେବେ ଓକାରା ବା ସୋୟାବିନ୍‌ ପଲ୍ପ ହେଉଛି ସେହି ଜିନିଷ ଯାହା ଟୋଫୁ ପ୍ରସ୍ତୁତ ବେଳେ ବାହାରିଥାଏ । ଏକାଧିକ ଦେଶରେ ଏହାକୁ ଅନାବଶ୍ୟକ ଭାବି ଫିଙ୍ଗି ଦିଆଯାଉଥିବାବେଳେ ଜାପାନରେ ଏହାକୁ କେତେକ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ ।  ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ, ଫାଇବର ଏବଂ କ୍ୟାଲସିୟମ ଭଳି ପୋଷକ ତତ୍ତ୍ୱ ଭରି ରହିଥାଏ ।

 

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବିଇଓ ଅଫିସର ସହକାରୀ କିରାଣି

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ବିଇଓ ଅଫିସର ସହକାରୀ କିରାଣି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସହକାରୀ କିରାଣି ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ କିରାଣି ବିଭୁ ପ୍ରସାଦ ବେହେରାଙ୍କୁ ଧରିଛି ଭିଜିଲାନ୍ସ ।

Bhuban BEO Office Assistant Clerk In Vigilance Net

ସହକାରୀ କିରାଣି ବିଭୁ ପ୍ରସାଦ ଜଣେ ଶିକ୍ଷୟିତ୍ରୀଙ୍କ ଚିକିତ୍ସା ବାବଦ ବିଲ୍ ପାସ କରାଇ ଦେବାକୁ ଲାଞ୍ଚ ନେଉଥିଲେ । ଟଙ୍କା ନେଉଥିବା ବେଳେ ରେଡ୍ କରିଥିଲା ତଦନ୍ତକାରୀ ଟିମ୍ । ପରେ କଟକ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

ଅନିଲ୍ ଦେଶମୁଖଙ୍କୁ ହେପାଜତକୁ ନେଲା CBI

ନୂଆଦିଲ୍ଲୀ: ୧୦୦ କୋଟି ଚାନ୍ଦା ଆଦାୟ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ହେପାଜତକୁ ନେଇଛି ସିବିଆଇ। ତାଙ୍କୁ ରିମାଣ୍ଡରେ ନେବା ପାଇଁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ । ଏହି ମାମଲାରେ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଥିଲେ ଦେଶମୁଖ।

ଦେଶମୁଖଙ୍କୁ ହେପାଜତକୁ ନେବା ପାଇଁ ସିବିଆଇ ସ୍ବତନ୍ତ୍ର କୋର୍ଟ ଅନୁମତି ଦେଇଥିଲେ। ତେବେ ସ୍ବତନ୍ତ୍ର କୋର୍ଟର ଆଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରିଛନ୍ତି ଦେଶମୁଖ । ଏହି ମାମଲାରେ ବରଖାସ୍ତ ଏଏସଆଇ ସଚିନ ଭାଜେ ଓ ଦେଶମୁଖଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ସଂଜିବ ପଲାନ୍ଦେ ମଧ୍ୟ ଅଭିଯୁକ୍ତ ।

ଅନିଲ ଦେଶମୁଖ ମଙ୍ଗଳବାର ଦିନ ମୁମ୍ବାଇର ସରକାରୀ ଜେ.ଜେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। କାନ୍ଧରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଶନିବାର ଅର୍ଥାତ୍ ଏପ୍ରିଲ୍ ୨ ତାରିଖରେ ଆର୍ଥର ରୋଡ ଜେଲରୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ପୂର୍ବତନ ମନ୍ତ୍ରୀଙ୍କୁ ଗତ ବର୍ଷ ନଭେମ୍ବର ମାସରେ ୧୦୦ କୋଟି ଚାନ୍ଦା ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା।

ବିଜେଡିରେ ମିଶିଲେ ଖୋର୍ଦ୍ଧା ପୌର ପରିଷଦର ୫ ସ୍ୱାଧୀନ କାଉନସିଲର

ଖୋର୍ଦ୍ଧା: ବିଜେଡିର ମିଶ୍ରଣ ପର୍ବ । ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ମିଶିଛନ୍ତି ଖୋର୍ଦ୍ଧା ପୌର ପରିଷଦର ୫ ଜଣ ସ୍ୱାଧୀନ କାଉନସିଲର । ୮ ନମ୍ବର ୱାର୍ଡର ସୁଶାନ୍ତ ଜେନା,୯ ନମ୍ବର ୱାର୍ଡର ରଶ୍ମିତା ବେହେରା, ୧୦ ନମ୍ବର ୱାର୍ଡର ମୋନାଲିସା ସିଂ, ୧୪ ନମ୍ବର ୱାର୍ଡର ନର୍ମଦା ଦାସ ଓ ୨୦ ନମ୍ବର ୱାର୍ଡର ଅନୀଲ କୁମାର ରାମ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ।

5 Independent Councilor Of Khordha Municipality Joins BJD

ଦଳୀୟ ଉତ୍ତପୀୟ ଦେଇ ଦଳକୁ ସ୍ୱାଗତ କରାଯାଇଛି । ସାଂସଦ ମୁନା ଖାଁ, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଲବନ୍ତରାୟ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ଏମାନଙ୍କ ଯୋଗଦାନ ଖୋର୍ଦ୍ଧା ଜିଲ୍ଲାରେ ବିଜେଡି ସଂଗଠନକୁ ଆଗକୁ ନେବାରେ ସହାୟକ ହେବ ବୋଲି କହିଛନ୍ତି ବିଜେଡି ନେତା ।

ଛାତ୍ରମାନେ ବସ୍‌ ଭିତରେ ବସି ଯାଇଥିଲେ ଆଉ ଗୁଳିଚାଳନା ଆରମ୍ଭ ହୋଇଗଲା, ପିଏମଙ୍କ ଫୋନକଲରେ ଅଟକିଗଲା….

ନୂଆଦିଲ୍ଲୀ: ୟୁକ୍ରେନ୍‌ ଯୁଦ୍ଧ ସମୟରେ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରୁ ଫେରାଇ ଆଣିବା କାମ ଥିଲା ଖୁବ୍‌ କାଠିକର । ପାଦେ ପାଦେ ବିପଦ ଥିଲା ।  କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରି  ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବରେ ସେଠାରୁ ଫେରାଇ ଆଣିବାର ରାସ୍ତା ବାହାର କରିଥିଲେ ।  ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ବୁଧବାର ଲୋକସଭାରେ ଅପରେସନ୍‌ ଗଙ୍ଗାକୁ ନେଇ କିଛି ସୂଚନା ଦେଇଛନ୍ତି ।  ସେ କହିଛନ୍ତିଯେ ଏଭଳି ସଙ୍କଟରେ ସୁମିରେ ଛାତ୍ରମାନେ ବସ ମଧ୍ୟରେ ବସି ଯାଇଥିଲେ  । ଅଚାନକ ଉଭୟ ପାର୍ଶ୍ୱରୁ ଗୁଳି ଚାଳନା ହେଲା । ସେହି ସମୟରେ ନିଜେ ପ୍ରଧାନମନ୍ତ୍ରୀ ମୋର୍ଚ୍ଚା ସମ୍ଭାଳିଥିଲେ ଏବଂ ଛାତ୍ର ମାନଙ୍କୁ ସୁରକ୍ଷିତ ଫେରିବା ପାଇଁ ସାହସ ଦେଇଥିଲେ ।

କେମିତି ଥିଲା ସେ କାଳ ସମୟ..

ଖାରକିଭରେ ଗୁଳିଚାଳନା ଚାଲିଥାଏ । ସୁମିରେ ଋଷ୍‌ ,ଏବଂ ୟୁକ୍ରେନ୍‌ ମଧ୍ୟରେ ଗୁଳିଚାଳନା ମାଧ୍ୟମରେ ଘମାଘୋଟ ଯୁଦ୍ଧ ଜାରି ରହିଥାଏ । ସେହି ସମୟରେ ଅଚାନକ ପ୍ରଧାନମନ୍ତ୍ରୀ ମୋଦି ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଫୋନ୍‌ କଲ କଲେ । ଖାରକିବରେ ଗୁଳିଚାଳନା ବନ୍ଦ କରିବାକୁ କହିଲେ । ଏହା ସହିତ ଆମ ଛାତ୍ର ବିପଦ ମଧ୍ୟରେ ଅଛନ୍ତି ବୋଲି ପୁତିନଙ୍କୁ କହିଥିଲେ । ଶେଷରେ ସେଠାରେ କିଛି ସମୟ ପାଇଁ ଗୁଳିଚାଳନା ବନ୍ଦ ହୋଇଥିଲା ଏବଂ ଭାରତୀୟ ଛାତ୍ର ସୁରକ୍ଷିତ ଭାବରେ ଫେରିବାରେ ସକ୍ଷମ ହୋଇଥିଲେ । ତେବେ ପ୍ରଧାନମନ୍ତ୍ରୀ କେବଳ ପୁତିନ୍‌ ନୁହଁନ୍ତି ବରଂ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମଧ୍ୟ ସମାନ କଥା ହୋଇଥିଲେ । ୟୁକ୍ରେନ୍‌ ସୈନ୍ୟ ମଧ୍ୟ ସୁରକ୍ଷା ପ୍ରଦାନ କରିଥିଲେ ।

ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଛାତ୍ରମାନଙ୍କ ସାହସକୁ ମଧ୍ୟ ଜୟ ଶଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତିଯେ, ଛାତ୍ରମାନେ ଯେଉଁ କଷ୍ଟ ସହିଛନ୍ତି ସେଥିପାଇଁ ମୋ ପାଖରେ କିଛି ଶବ୍ଦ ନାହିଁ ।

ଭାରତରେ ଆଜି ଲଞ୍ଚ ହେବ ଟାଟାର ନୂଆ ଇଲେକ୍ଟ୍ରିକ୍ କାର, ଜାଣନ୍ତୁ ଫିଚର୍ସ…

ନୂଆଦିଲ୍ଲୀ: ଟାଟା ମୋଟର୍ସ ଆଜି ଭାରତରେ ମୋଷ୍ଟ ୱଟେଡ୍ ଇଲେକ୍ଟ୍ରିକ୍ କାର୍ ଟାଟା ନେକ୍ସନ୍ କୁପେ ଇଭି (Tata Nexon Coupe EV) କନସେପ୍ଟ ଜାରି କରିବ। ଏହାର ଲୁକ୍ ଆଖି ଝଲସାଇବା ଭଳି ରହିଛି । କମ୍ପାନୀ ଏହି କାରରେ ଆଗ୍ରେସିଭ୍ ଡିଜାଇନର ବ୍ୟବହାର ହେଉଥିବା ନେଇ ଏହାର ଟିଜରରୁ ଜଣାପଡୁଛି । ଖାଲି ଏତିକି ନୁହେଁ କାରରେ ଟ୍ରାଏଙ୍ଗୁଲାର୍ ସେପର ଲାଇଟସ୍ ଦିଆଯାଇଛି।

Tata Nexon EVରେ ପରମାନେଣ୍‌ଟ ମେଗନେଟ୍ AC ମୋଟର ରହିଛି। ଏଥିରେ ପାୱର ପାଇଁ ଲିଥିୟମ୍ ଆୟନ ବ୍ୟାଟେରୀ ଦିଆଯାଇଛି । ଯାହା ଲିକ୍ୱିଡ୍ କୁଲ୍ଡ ଓ IP67 ସାର୍ଟିଫାଇଡ୍ । Nexon EVରେ ୩୦.୨ kWhର ବ୍ୟାଟେରୀ ଦିଆଯାଇଛି। ଏହି କାର୍ ସିଙ୍ଗଲ୍ ଚାର୍ଜରେ ୩୧୨ କିମି. ରେଞ୍ଜ ଦେଇଥାଏ । ଅର୍ଥାତ୍ ଥରେ ଫୁଲ୍ ଚାର୍ଜ କଲେ କାର୍ ଟି ୩୧୨ କିମି. ଯାଏଁ ଚାଲି ପାରିବ । ଏହାର ନୂଆ ଇଲେକ୍ଟ୍ରିକ୍ ପାଓରଟ୍ରନ୍ ୨୪୫ Nmର ପିକ ଟର୍କ ଜେନେରେଟ୍ କରିଥାଏ ।

ସୂଚନା ଅନୁଯାୟୀ, Nexon EV ହେଉଛି ଦେଶର ସବୁଠୁ ଶସ୍ତା ଇଲେକ୍ଟ୍ରିକ୍ ଏସୟୁଭି । ଭାରତୀୟ ବଜାରରେ ଏହାର ପ୍ରାରମ୍ଭିକ ମୂଲ୍ୟ ୧୪.୫୪ ଲକ୍ଷ ରହିଛି । ଯାହାର ଅଫ୍ ଶୋରୁମ୍ ମୂଲ୍ୟ ୧୭.୧୫ ଲକ୍ଷ ଟଙ୍କା ରହିଛି । ମୂଲ୍ୟ କମ୍ ଥିବାରୁ ଏହାର ବିକ୍ରି ମଧ୍ୟ ଜୋରଦାର୍ ହେବ ବୋଲି ଆଶା କରିଛି କମ୍ପାନୀ ।

IPL ୨୦୨୨: ଆଜି କୋଲକାତାକୁ ଭେଟିବ ମୁମ୍ବାଇ, ପ୍ରଥମ ବିଜୟ ଲକ୍ଷ୍ୟରେ ରୋହିତ ବ୍ରିଗେଡ

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପ୍ରଥମ ୨ଟି ମ୍ୟାଚରେ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଜିର ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ କେକେଆର ଆଜିର ମ୍ୟାଚରେ ବିଜୟ ଲାଭ କରି ବିଜୟ ଅଭିଯାନ ଜାରି ରଖିବାକୁ ଚେଷ୍ଟା କରିବ ।

ଯଦି ମୁମ୍ବାଇ ଇଣ୍ଡିଆନ୍ସ କଥା କହିବା ତାହାଲେ ମୁମ୍ବାଇ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିଲା । ପ୍ରଥମ ମ୍ୟାଚରେ ଡେଥ୍‌ ବୋଲିଂରେ ତ୍ରୁଟି ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହାତଛଡ଼ା କରିଥିଲା । ଦ୍ୱିତୀୟ ମ୍ୟାଚରେ ଇଶାନ କିଷନ ଓ ତିଳକ ବର୍ମା ଅର୍ଦ୍ଧଶତକ ଅର୍ଜନ କରି ବିଜୟ ଆଶା ସଂଚାର କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଧରାଶାୟୀ ହୋଇଥିଲା । ତେବେ ଆଜିର ମ୍ୟାଚରେ ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ଦଳକୁ ଫେରିବେ । ଯାହା ଫଳରେ ବ୍ୟାଟିଂ ଲାଇନ ଅଫ ସୁଦୃଢ଼ ହେବ ।

ଯଦି କୋଲକାତା ନାଇଟ ରାଇର୍ଡସ କଥା କହିବା ତାହାଲେ କେକେଆର ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ କେଳି ଦୁଇଟିରେ ବିଜୟ ଲାଭ କରିଛି । ସବୁ ବିଭାଗରେ ଦଳର ପ୍ରଦର୍ଶନ ମଧ୍ୟ ଉନ୍ନତ ରହିଛି । ଆଜିର ମ୍ୟାଚରେ କୋଲକାତା ପକ୍ଷରୁ ପ୍ୟାଟ୍‌ କମିନ୍ସ ଖେଳିବା ସମ୍ଭାବନା ରହିଛି । ଫଳରେ ନାଇଟ୍‌ ରାଇଡର୍ସର ବୋଲିଂ ବିଭାଗର ଶକ୍ତି ଦ୍ୱିଗୁଣିତ ହେବ ।ଆଇପିଏଲ ଇତିହାସରେ ଉଭୟ ଦଳ ୨୯ ଥର ମୁହାଁମୁହିଁ ହୋଇଛନ୍ତି । ୨୯ ଥର ମଧ୍ୟରୁ ମୁମ୍ବୁଇ ଇଣ୍ଡିଆନ୍ସ ୨୨ଟି ମ୍ୟାଚରେ ବିଜୟ ଲାଭ କରିଥିବାବେଳେ କୋଲକାତା ନାଇଟ ରାଇର୍ଡସ ମାତ୍ର ୭ଟି ମ୍ୟାଚରେ ବିଜୟ ଲାଭ କରିଛି । ତେବେ ଆଜିର ମ୍ୟାଚରେ ଉଭୟ ଦଳ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଦୁଇ ପଏଣ୍ଟ ନିଜ ନାମରେ କରିବାକୁ ଚେଷ୍ଟା କରିବେ ।

କର୍ମଫଳ : ମନ୍ଦିର କାନ୍ଥ କଣାକରି ପଶିଥିଲା ଚୋର…

 ହାଇଦ୍ରାବାଦ: କୁହାଯାଏ ଯେମିତି କର୍ମକୁ ସେମିତି ଫଳ ।  ଆଉ ଏହି କଥା ସତ ବୋଲି ପ୍ରମାଣିତ ହୋଇଛି । ବାସ୍ତବରେ ଆନ୍ଧ୍ରପ୍ରଦେଶରେ ଏକ ଚୋର ମନ୍ଦିରରୁ ସୁନା ଅଳଙ୍କାର ଚୋରି କରିବା ପାଇଁ ମନ୍ଦିର କାନ୍ଥକୁ କଣା କରିଥିଲା । କିନ୍ତୁ ତା ଦୁର୍ଭାଗ୍ୟ ସେ ନିଜେ ସେହି ମଧ୍ୟରେ ଫସିଗଲା ।  ରକ୍ଷା ପାଇବା ପାଇଁ ଚିତ୍କାର କରି ଡାକିଲା । ଆଖପାଖରେ ଥିବା ଲୋକ ଦୌଡ଼ି ଆସିଲେ । ସତ କ’ଣ ସମସ୍ତଙ୍କ ସାମ୍ନାରେ ଥିଲା ।

ପାପା ରାଓ ନାମକ ଜଣେ ଚୋର  ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ଜାମି ୟେଲମ୍ମା ମନ୍ଦିରର ଝରକା ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲା । ଭଗବାନଙ୍କ ମୂର୍ତ୍ତିରେ ଆଭୂଷିତ ଅଳଙ୍କାରକୁ ଚୋରି ମଧ୍ୟ କଲା । ଶେଷରେ ଯେତେବେଳେ ଚୋରି ଅଳଙ୍କାର ନେଇ ବାହାରକୁ ଆସିବାକୁ ଉଦ୍ୟମ କଲା, କାଳ ତା ଉପରେ ମାଡ଼ି ବସିଲା । ଅର୍ଥାତ୍‌  କାନ୍ଥରେ ନିଜେ କରିଥିବା କଣା ମଧ୍ୟରେ ଫସିଗଲା ।

ଅନେକ ସମୟ ବାହାରିବାକୁ ସଂଘର୍ଷ କରି ମଧ୍ୟ ବାହାରିବାରେ ସମର୍ଥ ହେଲାନାହିଁ । ଶେଷକୁ ଚିତ୍କାର କରି ଆଖପାଖ ଲୋକଙ୍କୁ ସାହାଯ୍ୟ ମାଗିଲା । ଏହାପରେ ସେଠାରେ ଗାଁ ଲୋକ ଆସି ଜମା ହୋଇଗଲେ । ସ୍ଥାନୀୟ ଲୋକ ତାକୁ ସେଠାରୁ ବାହାର ତ କରିଦେଲେ, କିନ୍ତୁ କର୍ମଫଳ ଯିବ କୁଆଡ଼େ ? ଶେଷରେ ଗାଁ ଲୋକ ତାକୁ ପୋଲିସ୍‌ ଜିମାରେ ଦେଇଦେଲେ ।

ତେବେ ଏହିଭଳି ସମାନ ଘଟଣା ଗତବର୍ଷ ଅପ୍ରେଲରେ ଛତିଶଗଡ଼ରେ ଦେଖିବାକୁ ମିଳିଥିଲା ।       ଦୁଇ ଜଣ ଚୋର ଶ୍ରୀ ସିଦ୍ଧ ବଟେଶ୍ୱର ମନ୍ଦିରକୁ ଚୋରି କରିବାକୁ ଯାଇଥିଲେ । ସେମାନେ ତାଲା ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କଲେ ଏବଂ ଡୋନେସନ ବକ୍ସରୁ ଚୋରି କରିବାକୁ ଉଦ୍ୟମ କଲେ ।  ସେହି ସମୟରେ ଏକ ଚୋରର ହାତ ଡୋନେସନ୍‌ ବକ୍ସ ମଧ୍ୟରେ ଫସିଗଲା । ତା ପରଦିନ ମନ୍ଦିରର ପୂଜାରୀ ତାକୁ ସେଠାରେ ଏଭଳି ଅବସ୍ଥାରେ ଦେଖି ରକ୍ଷା କରିଥିଲେ ଏବଂ ପୋଲିସ ଜିମାରେ ଦେଇଥିଲେ ।

ଅନ୍ୟପଟେ  ମଧ୍ୟପ୍ରଦେଶର ବିଜନୌରରେ ଗତବର୍ଷ ଏପ୍ରିଲରେ ମଧ୍ୟ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଥିଲା ।  ଜଣେ ଚୋର ତା ବନ୍ଧୁ ସହ ଏକ ସର୍ଭିସିଂ ସେଣ୍ଟର ଯାଇଥିଲା ଚୋରି କରିବାକୁ । ଦୁଇ ଜଣ ମିଶି ୭ ଲକ୍ଷ ଚୋରି ମଧ୍ୟ କରିଥିଲେ । କିନ୍ତୁ ଚୋରି ଟଙ୍କା ଥିଲା ତାଙ୍କ କଳ୍ପନା ବାହାରେ । ଦୁଇଜଣ ଭାବିଥିଲେ ମାତ୍ର କିଛି ହଜାର ଟଙ୍କା ମିଳିବ । କିନ୍ତୁ ସାମ୍ନାରେ ଏତେ ଟଙ୍କା ଦେଖି ସେମାନଙ୍କ ହୋଶ୍‌ ଉଡ଼ିଗଲା । ସେହି ମଧ୍ୟରୁ ଜଣେ ଚୋରକୁ ହାର୍ଟ ଆଟାକ୍‌ ଆସିଲା, କାରଣ ତା ଜୀବନରେ ସେ କେବେ ମଧ୍ୟ ଏତେ ଟଙ୍କା ଦେଖି ନଥିଲା । ଶେଷରେ ସେହି ଚୋରି ଟଙ୍କାରେ ତା’ର ଚିକିତ୍ସା ତ ହେଲା କିନ୍ତୁ ପୋଲିସ ଉଭୟଙ୍କୁ ଗିରଫ କଲା ।