spot_img
Home Blog Page 4417

କ୍ରିସ ଗେଲଙ୍କ ବଡ଼ ଖୁଲାସା: ଆଇପିଏଲରେ ତାଙ୍କ ସହ କରାଯାଉ ନଥିଲା ଭଲ ବ୍ୟବହାର

ନୂଆଦିଲ୍ଲୀ: କ୍ରିକେଟର କ୍ରିସ ଗେଲଙ୍କୁ ଅସମ୍ମାନ । ଏମିତି ଏକ ଅଭିଯୋଗ କରିଛନ୍ତି ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍ କ୍ରିସ ଗେଲ୍ । ସେ ଆଇପିଏଲରେ ତାଙ୍କ ସହ ବ୍ୟବହାରକୁ ନେଇ ବଡ ଖୁଲାସା କରିଛନ୍ତି । ତାଙ୍କ ସହ ଉଚିତ ବ୍ୟବହାର କରାଯାଇନାହିଁ ଓ ସେଥିପାଇଁ ସେ ନିରାଶ ବୋଲି କହିଛନ୍ତି ଗେଲ୍ । ବ୍ରିଟେନର ଏକ ଖବରକାଗଜକୁ ସାକ୍ଷାତକାର ଦେଇ କ୍ରିସ ଗେଲ୍ ଏହି ଖୁଲାସା କରିଛନ୍ତି ।

ତାଙ୍କୁ ଯେପରି ସମ୍ମାନ ମିଳିବା କଥା, ତାହା ମିଳିନାହିଁ । ଏଥିପାଇଁ ସେ ଆଇପିଏଲ ୨୦୨୨ରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଗେଲ୍ କହିଛନ୍ତି । ଗତକିଛି ବର୍ଷ ଧରି ଆଇପିଏଲରେ ତାଙ୍କ ପ୍ରତି ଉଚିତ ବ୍ୟବହାର କରାଯାଇନାହିଁ । କ୍ରିସ ଗେଲ୍ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ ପାଇଁ ପ୍ରତିନିଧିତ୍ବ କରିସାରିଛନ୍ତି ।

କେବଳ ସେତିକି ନୁହେଁ କ୍ରିସ ଗେଲ ଆଇପିଏଲ ଇତିହାସରେ ସଫଳ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ନାଁରେ ସର୍ବାଧିକ ୬ ଶତକର ରେକର୍ଡ ରହିଛି । ୧୪୨ଟି ଆଇପିଏଲ ମ୍ୟାତରୁ ଗେଲ୍ ୪ ହଜାର ୯୬୫ ରନ୍ ସ୍କୋର କରିଛନ୍ତି ।

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ । ରବିବାର ଦିନ ସକାଳେ ଜମ୍ମୁ-କାଶ୍ମୀରର କୁଲଗାମ ଅଞ୍ଚଳରେ ୨ଜଣ ଆତଙ୍କବାଦୀଙ୍କୁ ଘେରିଯଆଇଥିଲେ ସୁରକ୍ଷାବାହିନୀ ଏହି ସମୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି । ନିହତ ଆତଙ୍କୀର ନାଁ ହାଇଦର ବୋଲି ଜଣାପଡ଼ିଛି ।

ଏହାକୁ ନେଇ ପୋଲିସ କହିଛି ଯେ,  ଜଣେ ଆତଙ୍କବାଦୀ ପାକିସ୍ତାନରେ ଥିବା ଲଶ୍କର ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥିଲା ଏବଂ ୨ ବର୍ଷ ହେବ ଉତ୍ତର କାଶ୍ମୀରରେ ସକ୍ରିୟ ଥିଲା ଏବଂ ଦ୍ୱିତୀୟ ଆତଙ୍କବାଦୀ ସ୍ଥାନୀୟ ଆତଙ୍କବାଦୀ ବୋଲି କହିଛନ୍ତି । ଏବଂ ନିହତ ଆତଙ୍କବାଦୀଙ୍କ ନାଁ ହେଉଛି ହାଇଦର ।

ଏହା ପୂର୍ବରୁ ଗତକାଲି ସକାଳେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମୀ ପ୍ରାଣ ହରାଇଥିଲେ। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ପୁଲିସ କର୍ମୀ ଜଣକ ଡାକ୍ତରଖାନାରେ ଚିକିତ୍ସା ସମୟରେ ରାତିରେ ପ୍ରାଣ ହରାଇଥିଲେ। ସେ ପୁଲିସ କଣ୍ଟ୍ରୋଲ୍ ରୁମ୍ ହେଲ୍ପଲାଇନ ୧୧୨ରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା, ମାତ୍ର ଆତଙ୍କବାଦୀଙ୍କ କୌଣସି ପତ୍ତା ମିଳି ନଥିଲା।

ଅଧିକ କଫି ପିଉଛନ୍ତି ସାବଧାନ ! ଏତିକି କପ୍ କଫି ପିଇବା ଦ୍ୱାରା ବଢିପାରେ ଆପଣଙ୍କ ବୟସ

କଫି ପିଇବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି । ଗୋଟିଏ କପ କଫି ପିଇବା ମାତ୍ରେ ଶରୀର ସତେଜ ହୋଇଯାଏ । ତେଣୁ ଯୁବ ପିଢିଙ୍କ ପ୍ରଥମ ପସନ୍ଦ କଫି ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି କଫି ପିଇବା ଯେତିକି ଭଲ ସେତିକି ଖରାପ ମଧ୍ୟ । ଅଧିକ କଫି ଆପଣଙ୍କୁ ବିପଦରେ ପକାଇପାରେ । କିନ୍ତୁ ଅନେକ ଲୋକ ଦିନର ଆରମ୍ଭ ଗୋଟିଏ କପ୍ କଫି ସହ କରିବାକୁ ପସନ୍ଦ କରୁଥିବାବେଳେ କିଛି ଲୋକ ଦିନର ଯେକୌଣସି ସମୟରେ କଫି ପିଇଥାନ୍ତି । ତେଣୁ ଭାରତ ସମେତ ପୂରା ବିଶ୍ୱରେ କଫିର ଚାହିଦା ଅଧିକ ରହିଛି । କିଛି ରିପୋର୍ଟ ଅନୁଯାୟୀ ଆସନ୍ତା ବର୍ଷରେ ଏସିଆରେ କଫିର ଚାହିଦା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

କଫିର ଚାହିଦାକୁ ଦୃଷ୍ଟିରେ ରଖି କିଛି ସମୟ ପୂର୍ବରୁ ୩ଟି ଅନୁସନ୍ଧାନ କରାଯାଇଥିଲା । ଏହି ଅନୁସନ୍ଧାନରେ କୁହାଯାଇଛି ଯେ କଫି ପିଇବା ଦ୍ୱାରା ହୃତପିଣ୍ଡ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥିବା ବେଳେ କଫି ପିଇବା ଦ୍ୱାରା ବୟସ ମଧ୍ୟ ବଢିବାଇପାରେ । ଅନୁସନ୍ଧାନରେ ଆହୁରି ମଧ୍ୟ କୁହାଯାଇଛି ଯେ ହୃଦରୋଗ, ହୃଦଘାତ, ହୃଦସ୍ପନ୍ଦନ ସମସ୍ୟା କିମ୍ବା କୌଣସି କାରଣରୁ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ୧୦ ରୁ ୧୫ ପ୍ରତିଶତକୁ ହ୍ରାସ ହୋଇଥାଏ । କିନ୍ତୁ ଏଥିପାଇଁ କେତେ କପ୍ କଫି ପିଇବା ଆବଶ୍ୟକ ତାହା ମଧ୍ୟ ଜାଣନ୍ତୁ ।

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ବେକର୍ ହାର୍ଟ ଇନଷ୍ଟିଚ୍ୟୁଟର ଆରିଥମିଆର ପ୍ରଫେସର ଏବଂ ହେଡ୍ ଅଫ୍ ରିସର୍ଚ୍ଚର ଡକ୍ଟର ପିଟର କିଷ୍ଟଲର ଓ ତାଙ୍କ ଦଳ ଏକ ବୃହତ ଡାଟାବେସ୍ ୟୁକେ ବାୟୋବ୍ୟାଙ୍କ ତଥ୍ୟ ବ୍ୟବହାର କରିଥିଲେ । ଏଥିରେ ୫ ଲକ୍ଷରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ସୂଚନା ରହିଛି ।

ଡକ୍ଟର ପିଟରଙ୍କ ଅନୁଯାୟୀ, କଫି ହୃଦସ୍ପନ୍ଦନକୁ ବଢାଇପାରେ । କିଛି ଲୋକ ଭାବନ୍ତି ଯେ କଫିକୁ ପିଇବା ଦ୍ୱାରା କିଛି ହୃଦୟ ଜନିତ ସମସ୍ୟା ହୋଇପାରେ । କିନ୍ତୁ ଆମର ତଥ୍ୟ ଅନୁସାରେ, ହୃଦ୍ ରୋଗରେ ଆକ୍ରାନ୍ତ ଲୋକଙ୍କ ପାଇଁ କଫି ଏକ ସୁସ୍ଥ ଖାଦ୍ୟର ଅଂଶ ହେବା ଉଚିତ୍ । ଆମେ ଅନୁସନ୍ଧାନରେ ପାଇଲୁ ଯେ କଫି ପିଇବା ଦ୍ୱାରା କୌଣସି କ୍ଷତି ହୋଇନଥାଏ, ବରଂ ଏହାର ବ୍ୟବହାର ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

କେତେ କପ୍ କଫି ପିଇବା ଲାଭଦାୟକ

ହଙ୍ଗକଙ୍ଗର ଇଣ୍ଟରନ୍ୟାସନାଲ ହସ୍ପିଟାଲର ଡାଏଟିସିଆନ୍ କରେନ ଚୋଙ୍ଗ କହିଛନ୍ତି ଯେ, ଅନୁସନ୍ଧାନର ଫଳାଫଳ ଜାଣିବା ପରେ କଫି ପ୍ରେମୀମାନେ ଏହାକୁ ଅଧିକ ମାତ୍ରାରେ ପିଇବା ଉଚିତ୍ ନୁହେଁ। ଅନୁସନ୍ଧାନରୁ ମିଳିଥିବା ଫଳାଫଳ ଉପଯୋଗୀ, କିନ୍ତୁ ଏହା ଉପରେ ଆହୁରି ଗବେଷଣା ଆବଶ୍ୟକ । ସେ କହିଛନ୍ତି ଯେ, ଆପଣ ଗୋଟିଏ ଦିନରେ ଦୁଇ ତିନି କପ କଫି ପିଇପାରିବେ । ଦୁଇରୁ ତିନି କପ୍ କଫିରେ ପ୍ରାୟ ୨୦୦ ମିଲିଗ୍ରାମ କଫିନ୍ ରହିଥାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ଦିନରେ ୩ରୁ ଅଧିକ କପ୍ କଫି ପିଇବା ଦେହ ପାଇଁ ହାନିକାରକ । କାରଣ ୪କପ୍ କଫିରେ ୪୦୦ ଗ୍ରାମର କଫିନ୍ ରହିଥାଏ ଯାହା ଦେହ ପାଇଁ ଆଦୌ ଭଲ ନୁହେଁ । କଫିନ ହାର୍ଟ ବିଟ୍ ବଢାଇବାର କାରଣ ହୋଇଥାଏ ଅଧିକ କଫିନ ଶରୀରକୁ ଯିବା ଦ୍ୱାରା ବ୍ୟକ୍ତିକୁ ଚିଡଚିଡ଼ା କରିଥାଏ । ତେଣୁ ପିଲା କିମ୍ବା ବୟସ୍କଙ୍କ ପାଇଁ ଏହା ହାନୀକାରକ ହୋଇଥାଏ । କେବଳ ସେତିକି ନୁହେଁ ଗର୍ଭବତୀ ମହିଳା କିମ୍ବା ସ୍ତନପାନ କରାଉଥିବା ମହିଳା ମଧ୍ୟ ୨ରୁ ଅଧିକ କଫି ପିଇବା ହାନୀକାରକ ସାବ୍ୟସ୍ତ ହୋଇପାରେ ।

­­­­

ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ

ପୁରୀ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥ ପାଇଁ ଚକ ପ୍ରସ୍ତୁତିରେ ଆବଶ୍ୟକତା ଥିବା ତୁମ୍ଭ ପାଇଁ ମହାରଣା ସେବାୟତ ମାନେ କାର୍ଯ୍ୟ ଜାରି ରଖିଥିବା ବେଳେ, ତିନି ରଥର ୪୨ଟି ତୁମ୍ଭ ମଧ୍ୟରୁ ୩୦ଟି ତୁମ୍ଭର ସାଲ କାର୍ଯ୍ୟ ସରିଲାଣି । ରଥ ନିର୍ମାଣର ୭ ଦିନରେ ତୁମ୍ଭରେ ସୁତା ବାଡିଆ ଯାଇ ବିନ୍ଧ କରାଯିବ । ପରେ ଅର ଏବଂ ପହି ଖଞ୍ଜା ଯାଇ ଚକ ପ୍ରସ୍ତୁତ କରାଯିବ । ଏଥିପାଇଁ ମହାରଣା, ଭୋଇ ଓ କରତୀ ସେବକ ଜୋରସୋରରେ କାର୍ଯ୍ୟକୁ ଆଗେଇ ନେଉଛନ୍ତି ।

ବ୍ରଜରାଜନଗର ଉପନିର୍ବାଚନ: ରାଧାରାଣୀ ପଣ୍ଡା ହେଲେ ବିଜେପି ପ୍ରାର୍ଥୀ

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡା ହେଲେ ବିଜେପିର ବିଧାୟକ ପ୍ରାର୍ଥୀ । ରାଧାରାଣୀ ପଣ୍ଡାଙ୍କ ଉପରେ ମୋହର ମାରିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ବ୍ରଜରାଜନଗରର ପୂର୍ବତନ ବିଧାୟିକା ଥିଲେ ରାଧାରାଣୀ ପଣ୍ଡା । ସେପଟେ କଂଗ୍ରେସ ପ୍ରାର୍ଥୀ ଚୟନ ରେସରେ ଆଗରେ ଅଛନ୍ତି ଦଳର ବରିଷ୍ଠ ନେତା କିଶୋର ପଟେଲ। ତାଙ୍କୁ ପ୍ରାର୍ଥୀ ପାଇଁ ଦଳ ଚୂଡ଼ାନ୍ତ କରିଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି । ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର କିଏ ପ୍ରାର୍ଥୀ ହେବେ ସେନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।

ପୋଷ୍ଟର ରାଜନୀତି, ‘ଅସଲି ଆସୁଛି, ନକଲି ହୁଅ ସାବଧାନ’

ମୁମ୍ବାଇ: ମହାରାଷ୍ଟ୍ରରେ ପୋଷ୍ଟର ୱାର । ଲାଉଡସ୍ପିକର ଓ ହନୁମାନ ଚାଳିଶାକୁ ନେଇ ମହାରାଷ୍ଟ୍ର ରାଜନୀତି ଉଠୁଥିବା ପଡ଼ୁଥିବା ବେଳେ ଏହାକୁ ଆଉ ଟିକିଏ ଇନ୍ଧନ ଯୋଗାଇଛି ଶିବସେନା । ଏମଏନଏସ୍ ମୁଖ୍ୟ ରାଜ ଠାକରେ ଓ ଶିବସେନା ମଧ୍ୟରେ ବାକ୍ୟ ଯୁଦ୍ଧ ଲାଗି ରହିଛି । ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ରାଲିକୁ ନେଇ ଶିବସେନା ପ୍ରସ୍ତୁତ କରିଛି ପୋଷ୍ଟର । ଆଉ ପୋଷ୍ଟରରେ ରାଜ ଠାକରେଙ୍କ ଦଳର ନାଁ ନନେଇ ଶିବସେନା ଟାର୍ଗେଟ୍ କରିଛି ।

ଉକ୍ତ ପୋଷ୍ଟରରେ ଶିବସେନା ଲେଖିଛି, ‘ଅସଲି ଆସୁଛି, ନକଲି ଠାରୁ ସାବଧାନି ରୁହ ।’ ସେହିଭଳି ଶିବସେନା ଲଗାଇଥିବା ଆଉ ଏକ ପୋଷ୍ଟରରେ ଲେଖା ଯାଇଛି, ‘ପ୍ରକୃତ ହିନ୍ଦୁତ୍ୱର ହୁଙ୍କାର ଶୁଣିବାକୁ ରାଲିକୁ ଆସିବା ଦରକାର ।’ ଶିବସେନା ରାଜ ଠାକରେଙ୍କ ଦଳର ନାଁ ନନେଇ ଏଭଳି ପୋଷ୍ଟରରେ ଟାର୍ଗେଟ୍ କରି ରାଜନୈତିକ ବାତାବରଣକୁ ଆହୁରି ଉତ୍ତେଜିତ କରିଛି ।

ସୂଚନାଯୋଗ୍ୟ, ଏମଏନଏସ୍ ମୁଖ୍ୟ ରାଜ ଠାକରେ ମସଜିଦରୁ ଲାଉଡସ୍ପିକର ହଟାଇବା ପ୍ରସଙ୍ଗରେ ଆନ୍ଦୋଳନ କରୁଛନ୍ତି । ତାଙ୍କ ଟାର୍ଗେଟରେ ଶିବସେନା ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଛନ୍ତି । ଗେରୁଆ ରଙ୍ଗର କପଡ଼ା ପିନ୍ଧି ରାଜ ଠାକରେ ନିଜକୁ ହିନ୍ଦୁତ୍ୱର ନୂଆ ପୋଷ୍ଟର ବଏ ବୋଲାଉଛନ୍ତି । ଅନ୍ୟପଟେ ମେ ୧୪ ରାଲିରେ ଉଦ୍ଧବ ଠାକରେ ଉଭୟ ରାଜ ଠାକରେ ଓ ବିଜେପିକୁ ଚାର୍ଗେଟ୍ କରିପାରନ୍ତି ।

ରାଜଧାନୀରେ ପୁଣି ମାତିଲେ ମୋବାଇଲ ଲୁଟେରା

ଭୁବନେଶ୍ୱର:  ରାଜଧାନୀରେ ପୁଣି ମାତିଲେ ମୋବାଇଲ ଲୁଟେରା । ମରଣାନ୍ତକ ଆକ୍ରମଣ କରି ସଫ୍ଟଓ୍ବେୟାର ଇଂଜିନିୟରଙ୍କଠାରୁ ମୋବାଇଲ ଝାମ୍ପି ନେଲେ ଲୁଟେରା । ଲୁଟର ଶିକାର ଯୁବକ ହେଉଛନ୍ତି ନୀଳାଦ୍ରି ବିହାର ବାସିନ୍ଦା ମୁକେଶ ଷଡ଼ଙ୍ଗୀ । ଗତକାଲି ରାତି ସାଢ଼େ ୧୦ଟାରେ ସହିଦନଗର ଥାନା ପ୍ଲାନେଟରିୟମ ଛକରେ ବାଇକ ଛିଡ଼ା କରି କଥା ହେଉଥିବା ବେଳେ ଜଣେ ତାଙ୍କ ବାଇକ ଆଗରେ ରଖିଥିଲେ । ଆଉ ଜଣେ ଲୁଟେରା ପଛପଟୁ ଆସି ମୋବାଇଲ ଛଡ଼ାଇ ନେଇଥିଲେ ।

ଦୁଇ ଲୁଟେରାଙ୍କ ସହ ମୁକେଶଙ୍କ ଧସ୍ତାଧସ୍ତି ହୋଇଥିଲା । ମୋବାଇଲ ନଛାଡ଼ିବାରୁ ଭୁଜାଲି ଓ ଲୁହା ରଡରେ ହାତ ଓ ଗୋଡ଼କୁ ଆକ୍ରମଣ କରିଥିଲେ । ତଥାପି ମୋବାଇଲ ନେଇ ଖସି ପଳାଉ ଥିବାବେଳେ ଚଳନ୍ତା ବାଇକକୁ ପିଛା କରି ଗୋଡ଼ାଇ ପଛପଟୁ କାବୁ କରିଥିଲେ ମୁକେଶ । ଲୁଟେରାମାନେ ମୁକେଶଙ୍କୁ ୧୦୦ ମିଟର ଘୋଷଡ଼ି ନେଇ ଯାଇଥିଲେ । ତେବେ ଏହି ଘଟଣାରେ ସହିଦ ନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆସୁଛି ଅସାନୀ, ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି

ଭୁବନେଶ୍ୱର:  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ଅସାନୀ । ଘନୀଭୂତ ହୋଇ ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୧୦୩୦ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୯୭୦ କିଲୋମିଟର ଦୂରରେ ରହିଛି । ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ।  ୧୦ ତାରିଖ ସଂଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ରିକର୍ଭ କରି ଉତ୍ତର-ଉତ୍ତର ପୂର୍ଵ ଦିଗରେ ଗତି କରିବ ଅସାନୀ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି । ସ୍ଥଳଭାଗ ନ ଛୁଇଁ ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇପାରେ ବାତ୍ୟା ।

ବାତ୍ୟା ପ୍ରଭାବରେ ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ପବନ ଲାଗି ରହିବ । ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ପ୍ରଭାବରେ କାଲିଠୁ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ସମୁଦ୍ର ଅଶାନ୍ତ ରହିବ । ୧୦ ତାରିଖ ସନ୍ଧ୍ୟାରୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ୧୧ ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକରେ ହେବ ଅତି ପ୍ରବଳ ବର୍ଷା । ୧୨ ତାରିଖରେ ମଧ୍ୟ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ହେବ । ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ । ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହି ସେଲିବ୍ରିଟି, ଯିଏ ବିଜ୍ଞାପନ ପାଇଁ ସାଉଁଟିଛନ୍ତି ନିନ୍ଦା

ମୁମ୍ବାଇ: ବଲିଉଡ ସେଲିବ୍ରେଟି ଓ ବିଜ୍ଞାପନ ଅଙ୍ଗାଅଙ୍ଗି ଭାବେ ଜଡିତ । ଶାହରୁଖଙ୍କଠାରୁ ସୈଫ, ଐଶ୍ବର୍ଯ୍ୟାଙ୍କଠାରୁ ୟାମୀ ଗୌତମ ଏମିତି କେହି ନାହାନ୍ତି ଯିଏ ବିଜ୍ଞାପନ ଜଗତ ସହ ଜଡିତ ନଥିବେ । ସେଲିବ୍ରିଟିଙ୍କ ଜରିଆରେ କମ୍ପାନୀ ନିଜ ବ୍ରାଣ୍ଡର ପ୍ରଚାର କରୁଥିବା ବେଳେ ସେମାନଙ୍କ ଫ୍ୟାନ ଫଲୋର୍ସ ଏହାକୁ ଅନ୍ଧ ଭାବେ ବ୍ୟବହାର କରିଥାନ୍ତି । ହେଲେ ଏମିତି ବି କିଛି ବିଜ୍ଞାପନ ରହିଛି ଯାହା ପାଇଁ ସେଲିବ୍ରିଟିଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି ଓ କଟୁ ସମାଲୋଚନା ପରେ ଏସବୁ ବିଜ୍ଞାପନ ହଟା ଯାଇଛି ।

ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କ ଗୁଟଖା ବିଜ୍ଞାପନକୁ ନେଇ ବିବାଦକୁ ଆସିବା ପରେ କ୍ଷମା ମାଗିଥିଲେ ।  ଏହାପରେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି । ତେବେ ବିଜ୍ଞାପନକୁ ନେଇ ସେଲିବ୍ରିଟି ଟ୍ରୋଲ ହେବା କିଛି ନୂଆ କଥା ନୁହେଁ । ଆଗରୁ ମଧ୍ୟ ବହୁ ଅଭିନେତା ଅଭିନେତ୍ରୀ ଏମିତି ବିରୋଧର ସମ୍ମୁଖୀନ ହୋଇଛନ୍ତି । ଆସନ୍ତୁ ଜାଣିବା ଏମିତି କିଛି ସେଲିବ୍ରିଟିଙ୍କ ସମ୍ପର୍କରେ, ଯେଉଁମାନେ ବିଜ୍ଞାପନ ପାଇଁ ବିରୋଧକୁ ସାମ୍ନା କରିଛନ୍ତି ।

ସୈଫ ଅଲ୍ଲୀ ଖାନ୍

ପାନ ମସଲାର ପ୍ରଚାର କରି ବିବାଦକୁ ଆସିଥିଲେ ବି ଟାଉନର ନବାବ୍ ସୈଫ ଅଲ୍ଲୀ ଖାନ୍ । ୨୦୧୫ରେ ଦିଲ୍ଲୀ ସରକାର ସୈଫଙ୍କୁ ଚିଠି ଲେଖି ଏହାର ପ୍ରଚାର ବନ୍ଦ କରିବାକୁ କହିଥିଲେ । ତେବେ ସୈଫ ସରକାରଙ୍କ କଥା ଗ୍ରହଣ କରିଥିଲେ କି ନାହିଁ ତାହା ଆଜି ବି ଅସ୍ପଷ୍ଟ ରହିଛି ।

ୟାମୀ ଗୌତମ

ଫେୟାରନେସ କ୍ରିମର ପ୍ରଚାର କରି ଫସିଥିଲେ ବଲିଉଡ ବ୍ୟୁଟି ୟାମୀ ଗୌତମ । ଗୋରା ହେବାକୁ ୟାମୀ ଲୋକଙ୍କୁ ଉସକାଉଥିବା ଅଭିଯୋଗ ହୋଇଥିଲା । ପରେ କମ୍ପାନୀ ଉକ୍ତ ପ୍ରଡକ୍ଟର ନାଁ ବଦଳାଇ ଦେଇଥିଲା । ଏବେ ବି ୟାମୀ ଉକ୍ତ ପ୍ରଡକ୍ଟର ବିଜ୍ଞାପନ କରୁଛନ୍ତି ।

ଶାହାରୁଖ ଖାନ୍

ମାୟାନଗରୀର ବାଦଶାହ ଶାହରୁଖ ଖାନଙ୍କୁ ବିଜ୍ଞାପନ ଜଗତର ବାଦଶାହ ମଧ୍ୟ କୁହାଯାଏ । କିଙ୍ଗ ଖାନ୍ ପୁରୁଷଙ୍କ ଫେୟାରନେସ୍ କ୍ରିମ ପ୍ରଚାର ବିବାଦରେ ଫସିଥିଲେ । ଏହାର ସଫେଇ ଦେଇ କହିଥିଲେ, ‘ମୋର କିଛି ସାଙ୍ଗ ମଧ୍ୟ ଲିଚିଙ୍ଗ କରି ଦେଲେ । ବିଜ୍ଞାପନରେ ଫେୟରନେସ୍ କ୍ରିମ ନୁହେଁ ପୁରୁଷଙ୍କ ପାଇଁ ସ୍କିନ୍ କେୟାର କ୍ରିମ କଥା କହୁଛୁ ।’

ଐଶ୍ବର୍ଯ୍ୟା ରାୟ ବଚ୍ଚନ

ବି-ଟାଉନର ନୀଳ ନୟନା ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏକ ଜୁଏଲରୀ ବ୍ରାଣ୍ଡର ବିଜ୍ଞାପନ ପାଇଁ ବହୁତ ସମାଲୋଚନାର ଶିକାର ହୋଇଥିଲେ । ଏଥିରେ ଗହଣା ପିନ୍ଧି ଐଶ୍ବର୍ଯ୍ୟା ମହାରାଣୀ ପରି ବସିଥିବା ବେଳେ ପଛରେ ଜଣେ କାଳିଆ ରଙ୍ଗର ଯୁବକ ଛତା ଧରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ବିରୋଧ ପରେ କମ୍ପାନୀ ବିଜ୍ଞାପନକୁ ହଟାଇ ଦେଇଥିଲା ।

ସାନା ଖାନ୍

ପୁରୁଷଙ୍କ ଅଣ୍ଡରଓ୍ବେର ବିଜ୍ଞାପନ କରି ବିବାଦରେ ଫସିଥିଲେ ସାନା ଖାନ୍ । ସାନାଙ୍କ ଏହି ବିଜ୍ଞାପନକୁ ଜୋରଦାର ବିରୋଧ ପରେ କମ୍ପାନୀ ଏହାକୁ ହଟାଇ ଦେଇଥିଲା । ଏଥିରେ ଅଶ୍ଲୀଳତା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା ।

ମଧୁ ସପ୍ରେ-ମିଲିନ୍ଦ ସୋମନ

୧୯୯୫ରେ ମଡେଲ ମଧୁ ସପ୍ରେ ଏବଂ ମିଲିନ୍ଦ ସୋମନଙ୍କ ବିଜ୍ଞାପନକୁ ନେଇ ବିବାଦ ଉଠିଥିଲା । ନ୍ୟୁଡ୍ ପୋଜରେ ଉଭୟ ଏକ ଜୋତାର ବିଜ୍ଞାପନ କରିଥିଲେ । ବିରୋଧ ପରେ ବାଧ୍ୟ ହୋଇ କମ୍ପାନୀ ଏହାକୁ ହଟାଇଥିଲା ।

ରଣବୀର ସିଂ

ଅପେରଲ ବ୍ରାଣ୍ଡ ବିଜ୍ଞାପନ ପାଇଁ ବିବାଦରେ ଫସିଥିଲେ ଭର୍ସାଟାଇଲ ଆକ୍ଟର ରଣବୀର ସିଂ । ଏଥିରେ ମହିଳାଙ୍କୁ ବସ୍ତୁ ଭଳି ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ବିଜ୍ଞାପନରେ ଜଣେ ମହିଳାଙ୍କୁ ଫିଙ୍ଗା ଯାଇଥିଲା, ଯାହାଙ୍କୁ ରଣବୀର କ୍ୟାଚ୍ କରିବା ପରେ କାନ୍ଧରେ ଉଠାଇଥିଲେ ।

ପିୟର୍ସ ବ୍ରୋସନନ୍

କେବଳ ବଲିଡଉ ନୁହେଁ ହଲିଉଡ ସେଲିବ୍ରିଟି ମଧ୍ୟ ବିଜ୍ଞାପନ ପାଇଁ ବିବାଦରେ ଫସିଛନ୍ତି । ପିୟର୍ସ ବ୍ରୋସନନଙ୍କୁ ପାନ ମସଲା ବିଜ୍ଞାପନରେ ଦେଖି ତାଙ୍କ ପ୍ରଶଂସକଙ୍କ ରାଗ ପଞ୍ଚମ ହୋଇଯାଇଥିଲା । ଜବାବରେ ପିୟର୍ସ, ତାଙ୍କ ସହ ବିଶ୍ବାସ ଘାତକତା ହୋଇଥିବା କହିଥିଲେ । ମାଉଥ ଫ୍ରେସନର କହି କମ୍ପାନୀ ପାନ ମସଲା ପ୍ରଚାର କରିଥିବା ସେ ଅଭିଯୋଗ କରିଥିଲେ ।

ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ ମାମଲା, ପୁଣି ରିମାଣ୍ଡରେ ଗଲେ ପ୍ରେମୀ ଯୁଗଳ

ଭୁବନେଶ୍ୱର: ଭୁବନେଶ୍ବର ଘରୋଇ ଇଞ୍ଜିନିୟରିଂ କଲେଜରୁ ବୟଫ୍ରେଣ୍ଡ ପାଇଁ ୯୭ ଲକ୍ଷ ଟଙ୍କା ହଡପ ମାମଲା । ପୁଣି ରିମାଣ୍ଡରେ ଯିବେ ପ୍ରେମୀ ଯୁଗଳ । ପ୍ରେମୀ ଯୁଗଳଙ୍କୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେବ ତମାଣ୍ଡୋ ଥାନା ପୋଲିସ । ଦ୍ବିତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ କଲେଜ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ କରିବ ପୋଲିସ । ୭ଟି ଅନଲାଇନ ଗାମ୍ବଲିଙ୍ଗ ବିଷୟରେ ପୋଲିସକୁ ଖବର ମିଳିଛି । ସାଇବର ଏକ୍ସପର୍ଟଙ୍କ ଜରିଆରେ ଅନେକ ତଥ୍ୟ ମିଳିଥିବା ବେଳେ ଅଧିକ ତଥ୍ୟ ଦେବାକୁ ହ୍ବାଟ୍ସଆପକୁ ଚିଠି ଲେଖିଛି କମିଶନରେଟ ପୋଲିସ । ପ୍ରଥମ ପର୍ଯ୍ୟାୟର ଏହି ଠକ ପ୍ରେମୀ ଯୁଗଳଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରିବା ସହ ଅନେକ ତଥ୍ୟ ପାଇଥିଲା ପୋଲିସ ।

ସୂଚନା ଅନୁସାରେ ୯୭ ଲକ୍ଷ ଟଙ୍କା ହଡ଼ପ କରି ରାଜ୍ୟ ବାହାରେ ଅଏସୀ କରୁଥିଲେ ପ୍ରେମୀ ଯୁଗଳ । ସିମଲା, ଜାମ୍ମୁ କଶ୍ମୀର, ଦିଲ୍ଲୀ ଭଳି ଟୁରିଷ୍ଟ ଲୋକେସନରେ ବୁଲୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏପରିକି ପ୍ରେମିକା ଦେଇଥିବା ୯୭ ଲକ୍ଷ ଟଙ୍କାରୁ ୬୫ ଲକ୍ଷ ଟଙ୍କାର ଅନଲାଇନରେ ଜୁଆ ଖେଳିଥିବା ପୋଲିସ ଆଗରେ ମାନିଥିଲା ପ୍ରେମିକ ବିକାଶ ।