spot_img
Home Blog Page 4466

ଅଭାବନୀୟ: ବିଷାକ୍ତ ଖାଦ୍ୟ ଖାଇ ଭାଇ-ଭଉଣୀ ମୃତ, ମାଆ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଡ଼ ହୁମାରେ ଅଭାବନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ଭାଇ, ଭଉଣୀ ମୃତ, ମାଆ ଗୁରୁତର । ମୃତ ଶିଶୁ ହେଲେ ରାମକୃଷ୍ଣ ମହାରଣାଙ୍କ ପୁଅ ରୁଦ୍ର ମହାରଣା ଓ ଭଉଣୀ ସିମରନ ମହାରଣା । ମାଆ ସୁନିତା ମହାରଣା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।

ହୁମା ପୋଲିସର ତଦନ୍ତ ଜାରି ରଖିଛି। ଗତକାଲି ରାତିରେ ଖାଇ ସାରିବା ପରେ ଭାଇ ଭଉଣୀ ଓ ବାନ୍ତି କରିଥିଲେ । ସକାଳେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ପୁଅ, ପରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମାଆ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଶବ ବ୍ୟବଚ୍ଛେଦ କରିବାକୁ କହିବାରୁ ଉତ୍‌କ୍ଷୀପ୍ତ ହୋଇ ଡାକ୍ତର ମାଡ଼ ମାରିଥିବା ଅଭିଯୋଗ

 

 

କଂଗ୍ରେସ ବିଧାୟକଙ୍କ ସହ ଓ୍ୱାନ୍‌ ଟୁ ଓ୍ୱାନ୍‌ ଆଲୋଚନା କରୁଛନ୍ତି ପ୍ରଭାରୀ ଚେଲ୍ଲା କୁମାର

ଭୁବନେଶ୍ୱର: ଆରମ୍ଭ ହେଲା ପିସିସି ସଭାପତି ପରିବର୍ତ୍ତନ ପ୍ରକ୍ରିୟା । ବିଧାୟକଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ସଭାପତି କରିବା ପାଇଁ ଅନେକ ବିଧାୟକ ଦାବି କରିଛନ୍ତି । ୨୦୧୯ ନିର୍ବାଚନ ପରାଜୟ ପରେ ନୈତିକତା ଓ ପରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇ ଥର ଇସ୍ତଫା ଦେଇଛନ୍ତି ।

ତେଣୁ ତାଙ୍କୁ ପରିବର୍ତ୍ତନ କରାଯାଇ ନୂଆ ପିସିସି ସଭାପତି ନିଯୁକ୍ତି ପାଇଁ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କଂଗ୍ରେସ ଭବନରେ ମାନସ ମନ୍ଥନ ଆରମ୍ଭ କରିଛନ୍ତି । ପିସିସି ସଭାପତି ପରିବର୍ତ୍ତନ ସହ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ମଧ୍ୟ ଦଳରେ ଦାବି ହେଉଛି । ଦଳର ବରିଷ୍ଠ ନେତାମାନେ ପିସିସି ସଭାପତି ରେସ୍‌ରେ ଅଛନ୍ତି । ଆଲୋଚନା ପରେ ପାର୍ଟି ହାଇକମାଣ୍ଡଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ପାର୍ଟି ହାଇକମାଣ୍ଡ ଏନେଇ ନିଷ୍ପତ୍ତି ନେବେ ।

ଏଥିସହିତ ପଢ଼ନ୍ତୁ:ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଅଞ୍ଚଳ ପାଇଁ ହିଟ୍‌ଓ୍ୱେଭ୍ ସତର୍କତା

ଶବ ବ୍ୟବଚ୍ଛେଦ କରିବାକୁ କହିବାରୁ ଉତ୍‌କ୍ଷୀପ୍ତ ହୋଇ ଡାକ୍ତର ମାଡ଼ ମାରିଥିବା ଅଭିଯୋଗ

କଟକ: SCBରେ ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ବଚସା ଓ ମାରପିଟ । ସୋମବାର କାଜୁଆଲଟିରେ କାର୍ଯ୍ୟରତ ଡାକ୍ତର ମୃତରୋଗୀର ସମ୍ପର୍କୀୟଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି । ପୁରୀ ଚନ୍ଦନପୁରର ଶକୁନ୍ତଳା ସାହୁ ନାମକ ମହିଳା ଗୁରୁତର ଅବସ୍ଥାରେ କଟକ SCB ଆସିଥିଲେ ।

ରବିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା ବେଳେ ସମ୍ପର୍କୀୟ ଶବ ବ୍ୟବଚ୍ଛେଦ ପାଇଁ କହିବାରୁ ମୃତଦେହ ସେମିତି ନେଇଯାଅ ବୋଲି କହିଥିଲେ ଡାକ୍ତର । ଏନେଇ ଡାକ୍ତରଙ୍କୁ ମୃତକଙ୍କ ପୁତୁରା ପ୍ରଶ୍ନ କରିବାରୁ ଉତ୍‌କ୍ଷୀପ୍ତ ହୋଇ ସମ୍ପୃକ୍ତ ଡାକ୍ତର ଗାଳି କରିବା ସହିତ ଫୋନ କରି ଅନ୍ୟ ଡାକ୍ତରଙ୍କୁ ଡକାଇ ସଂଘବଦ୍ଧ ଭାବରେ ପ୍ରତାପକୁ ଓ ପରେ ତାର ପିଉଷା ପ୍ରସନ୍ନ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ନିସ୍ତୁକ ପିଟିଥିଲେ।

ପୋଲିସ ସୁରକ୍ଷା କର୍ମୀ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେବେ କୌଣସି ମତେ ସେଠାରୁ ଖସି ଯାଇଥିଲେ ପ୍ରତାପ । ମଙ୍ଗଳାବାଗ ଥାନାରେ ପହଞ୍ଚି ଘଟଣା ନେଇ ଲିଖିତ ଏତଲା ଦେବା ସହିତ ସିଟି ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ତାଙ୍କର ବେକରେ ଆଘାତ ଲାଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଦାଗ ଦେଖିବାକୁ ମିଳିଛି । ସମାନ ଅଵସ୍ଥା ତାଙ୍କ ପିଉଷଙ୍କ ବୋଲି ପ୍ରତାପ ନନ୍ଦିଘୋଷ କୁ କହିଛନ୍ତି ପ୍ରତାପ। ସେପଟେ ଏସସିବି ମେଡକାଲରେ ଡାକ୍ତର ଅସୁରକ୍ଷିତ ରୋଗୀ ସମ୍ପର୍କୀୟ ତାଙ୍କୁ ମାରଧର କରୁଥିବା ନେଇ ଥାନାରେ ଏତଲା ପରେ ପୋଲିସ ୨ଟି ଯାକ ଘଟଣାର ତଦନ୍ତ କରୁଛି ।

ଏଥିସହିତ ପଢ଼ନ୍ତୁ: ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଅଞ୍ଚଳ ପାଇଁ ହିଟ୍‌ଓ୍ୱେଭ୍ ସତର୍କତା

ଗୁରୁଗାଓଁରେ ଭୟଙ୍କର ଅଗ୍ନିକାଣ୍ଡ ! ନିଆଁ ଲିଭା କାର୍ଯ୍ୟରେ ୨୫୦ କର୍ମଚାରୀ ନିୟୋଜିତ

ନୂଆଦିଲ୍ଲୀ: ଗୁରୁଗାଓଁରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ଅଧିକ ଯେ, ନିଆଁ ପାଖାପାଖି ୫ କିମି ପର୍ଯ୍ୟନ୍ତ ବ୍ୟାପିଯାଇଛି । ଗୁରୁଗାଓଁରେ ମୋନସେର ସେକ୍ଟର ୬ରେ ଭୟଙ୍କର ନିଆଁ ଲାଗିଛି । ଦୀର୍ଘ ସମୟର କସରତ ପରେ ବି ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ । ଏଠାରେ ଥିବା ଏକ କବାଡିଖାନା ଓ ବସ୍ତିରେ ନିଆଁ ଲାଗିଛି ।

ସୋମବାର ରାତି ପ୍ରାୟ ୧୦ଟା ବେଳେ ନିଆଁ ଲାଗିଥିଲା । ସେଠାରେ ପବନର ବେଗ ବଢିବା କାରଣରୁ ଆଖପାଖ ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା । ବର୍ତ୍ତମାନ ୨୫୦ ଦମକଳ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ତେବେ ବିଳମ୍ବିତ ରାତିରେ ମୋନସେର ସେକ୍ଟର ୬ ପାଖରେ ଥିବା ଏକ କବାଡିଖାନାରେ ନିଆଁ ଲାଗିଯାଇଥିଲା । ଏହାପରେ ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା ।

ତେବେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ କାବଡିଖାନାରେ ଥିବା ଜିନିଷ ଗୁଡିକୁ ବାହାର କରାଯାଇପାରି ନଥିଲା । ଅଧିକାଂଶ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଁଚି ତଦନ୍ତ କରୁଛନ୍ତି । ଏହାସହ ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ ହିଁ କ୍ଷୟକ୍ଷତିର ଆକଳନ ହେବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି ।

ମାଆ ଶାରଳାଙ୍କ ପୀଠରେ ୫-ଟି ସଚିବ: ୧୫ଦିନ ମଧ୍ୟରେ ମାଷ୍ଟର ପ୍ଳାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଜଗତସିଂହପୁର: ବଦଳିବ ମାଆ ଶାରଳାଙ୍କ ପୀଠର ଚିତ୍ର । ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଶ୍ରାଦ୍ଧାଳୁଙ୍କ ସୁବିଧା ଲାଗି ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ । ମାତ୍ର ୧୫ଦିନ ମଧ୍ୟରେ ପ୍ରସ୍ତୁତ ହେବ ନକ୍ସା । ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ସଚିବ ।

ସୂଚନା ଯୋଗ୍ୟ ଯେ, ଆଜି ସକାଳୁ ସକାଳୁ ମାଆ ଶାରଳାଙ୍କ ପୀଠରେ ପହଞ୍ଚିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ମାଆଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ଏହାପରେ ବେଢ଼ା ପରିକ୍ରମା କରି ପାର୍ଶ୍ବ ମନ୍ଦିରର ସ୍ଥିତି ପରଖିଥିଲେ । ପୂରା ଶାରଳା ମନ୍ଦିରର ନକ୍ସାକୁ ଦେଖିବା ସହ ବିକାଶମୂଳକ କାର୍ଯର ଅନୁଧ୍ୟାନ କରିଥିଲେ ୫ଟି ସଚିବ ।

ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ସେବାୟତଙ୍କ ସହ ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି । ବହୁ ପୁରାତନ ମାଆ ଶାରଳାଙ୍କ ମନ୍ଦିରର ବିକାଶ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର ।

ମା’ ଶାରଳା ମନ୍ଦିରର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ବିକାଶ ପାଇଁ ଅର୍ଥର ଅଭାବ ନାହିଁ । ଯାହା ଅର୍ଥ ଲାଗିବ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ବୋଲି କହିଛନ୍ତି ୫ଟି ସଚିବ । ଏଣୁ ଆସନ୍ତା ୧୫ ଦିନ ମଧ୍ୟରେ ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ନୂଆ ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ ।

ମନ୍ଦିରର ବିକାଶ କାର୍ଯ୍ୟ କରାଯିବା ସହ ଦର୍ଶନ ପାଇଁ ବାହାରୁ ଆସୁଥିବା ଭକ୍ତମାନେ ଯେପରି ସ୍ବତନ୍ତ୍ର ଅନୁଭୂତି ନେଇ ଯିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି । ୫ଟି ସଚିବଙ୍କ ଗସ୍ତକୁ ନେଇ ସେବାୟତଙ୍କ ମହଲରେ ଖୁସି ପ୍ରକାଶ ପାଇଛି ।

ଅଣ୍ଡାର ମୂଲ୍ୟ ନିର୍ଦ୍ଧାରଣ ଦାବିରେ ଗଙ୍ଗପଡ଼ା ନିକଟରେ ଚାଷୀଙ୍କ ଧାରଣା

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଭୁବନେଶ୍ବର ରାସ୍ତାରେ ଗଙ୍ଗପଡ଼ା ଟୋଲ ଗେଟ ଛକରେ ଅଣ୍ଡା ଦିଆ କୁକୁଡ଼ା ଚାଷୀଙ୍କ ଧାରଣା । ଅଣ୍ଡାର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଧାରଣା ଦିଆଯାଇଛି । ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକକୁ ଚାଷୀମାନେ ଅଟକ ରଖିଛନ୍ତି ।

ଅଣ୍ଡା ଦିଆ କୁକୁଡ଼ା ଚାଷୀଙ୍କ ଆନ୍ଦୋଳନ ତେଜିଲା। ସେମାନ ଙ୍କ ଦାବି ସରକାର ନ ଶୁଣି ବାରୁ ବାଧ୍ୟ ହୋଇ ଆଜି ପୁଣି ରାଜ ରାସ୍ତାରେ ସେମାନେ ଧାରଣା ଦେଇଛନ୍ତି। ଖୋର୍ଦ୍ଧା ଭୁବନେଶ୍ବର ରାସ୍ତାରେ ଗଙ୍ଗପଡ଼ା ଛକ ନିକଟରେ ଚାଷୀଙ୍କ ଧାରଣା ଆରମ୍ଭ ହୋଇଛି। ଆନ୍ଧ୍ର ପଟୁ ଆସୁଥିବା ଅଣ୍ଡା ବୋଝେଇ ଟ୍ରକ କୁ ଅଟକ ଚାଲିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଣ୍ଡା ଦିଆ କୁକୁଡ଼ା ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେମାନଙ୍କ ଅଣ୍ଡା ଉତ୍ପାଦନ ଦର ପ୍ରତି ଅଣ୍ଡା ପିଛା ଟ୪.୭୫ପ ଇସ ରହିଥିବା ବେଳେ ଏନ୍ ଇ ସି ଯାହା ଦର ଧାର୍ଯ୍ୟ କରିଛି। ତାହା ଯଥେଷ୍ଟ କମ ଥିବାରୁ ଚାଷୀ ମାନେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି।  ଗଞ୍ଜାମ ଜିଲ୍ଲାର ତିନୋଟି ଫାର୍ମ ଏହି କ୍ଷତି ଯୋଗୁ ଦେବାଲିଆ ହୋଇ ବନ୍ଦ କରି ଦେଇଛନ୍ତି।

ଏଥିସହିତ ପଢ଼ନ୍ତୁ: ଅଣ୍ଡା ଦରବୃଦ୍ଧିରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ରକ୍ତମୁଖା ଋଷ କବଳରୁ ବର୍ତ୍ତି ପାରୁନି ୟୁକ୍ରେନ ସହର, ୬୨ ଦିନରେ ଯୁଦ୍ଧ ଜାରି

କିଭ୍: ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୬୨ ଦିନ । ରକ୍ତମୁଖା ଋଷ କବଳରୁ ବର୍ତ୍ତି ପାରୁନି ୟୁକ୍ରେନ ସହର । ୟୁକ୍ରେନର ବିଭିନ୍ନ ସ୍ଥାନରେ ଜାରି ରହିଛି ଋଷର ରକେଟ ମାଡ଼ । ଏକ ରେଳବାଇ କାରଖାନା ନିକଟରେ ଏୟାରଷ୍ଟ୍ରାଇକ ହେବା ଯୋଗୁ ପ୍ରାଣ ହରାଇଛନ୍ତି ୫ ଜଣ । ଆହତ ହୋଇଛନ୍ତି ୧୮ଜଣ । ଦୋନବାସକୁ କବଜା କରିବା ଲାଗି ଋଷ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବା ସହ ଜୋରଦାର ହମଲା କରିଛି ।

ଦୁଇଦେଶର ସୀମାନ୍ତରେ ଅବସ୍ଥିତ ଋଷର ଏକ ବୃହତ ତୈଳ ଡିପୋରେ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ । ବ୍ରିୟାନସ୍କ ସହରର ଅନ୍ତର୍ଗତ ତୈଳ ଡିପୋରେ ଏହି ଅଗ୍ନିକାଣ୍ଡ ଘଟିବାରୁ ବିପୁଳ କ୍ଷତି ଘଟିଛି । ଗତ ୫ ଦିନ ତଳେ ପୋର୍ଟସିଟି ମାରିୟୁପୋଲକୁ କବଜା କରାଯାଇଛି ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଥିଲେ ମଧ୍ୟ ଏବେ ସହରରେ ହମଲା ଜାରି ରହିଛି ।

ଏହାସହ ଭୟଙ୍କର ଧ୍ବଂସଲୀଳା ଭିତରେ ସାରା ସହରର ଛାରଖାର ହୋଇଛି । ଗତକାଲି ୟୁକ୍ରେନୀୟ ସୈନ୍ୟ ୧୫୦୦ଟି ବିସ୍ଫୋରକ ଓ ୩ଟି ବୋମାକୁ ନିଷ୍କ୍ରିୟ କରିଥିବା ଦାବି କରିଛି ଷ୍ଟେଟ ଏମର୍ଜେନସି ସର୍ଭିସ । ବର୍ତ୍ତମାନ ସୁଦ୍ଧା ୟୁକ୍ରେନୀୟ ସୈନ୍ୟ ୭୮ ହଜାରରୁ ଅଧିକ ବିସ୍ଫୋରକକୁ ନିଷ୍କ୍ରିୟ କରିଥିବା କୁହାଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ପୁରୀବାସୀ ବିରୋଧ କରିବେ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ ବରଦାସ୍ତ କରାଯିବ ନାହିଁ । ବିରୋଧୀଙ୍କୁ ବିରୋଧ କରିବେ ପୁରୀବାସୀ । ଏଭଳି କିଛି ଚେତାବନୀ ଦେଇଛନ୍ତି ପୁରୀର ବୁଦ୍ଧିଜୀବୀ ଓ ପୁରୀବାସୀ । ଆସନ୍ତାକାଲି ହେବାକୁ ଥିବା ପଦଯାତ୍ରା ନକରିବାକୁ ଅନୁରୋଧ କରାଯାଇଛି ।

ଗଜପତି ମହାରାଜ ମଧ୍ୟ ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ନକରିବାକୁ ପଦଯାତ୍ରା କରୁଥିବା ସଂଗଠନକୁ ପରାମର୍ଶ ଦେଇଛନ୍ତି । ଐତିହ୍ୟ ପ୍ରକଳ୍ପ ଶ୍ରୀମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ । ପ୍ରକଳ୍ପକୁ ବିରୋଧ କରିବା ଅର୍ଥ ମହାପ୍ରଭୁଙ୍କ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିବା । ଏଥିରୁ ନିବୃତ ରହିବାକୁ ଗଜପତି ମହାରାଜଙ୍କ ସମେତ ପୁରୀବାସୀ ଓ ସେବାୟତମାନେ ଅନୁରୋଧ କରିଛନ୍ତି ।

ଏଥିସହିତ ଶ୍ରୀମନ୍ଦିର କାର୍ଯ୍ୟରେ ବାଧା ସୃଷ୍ଟି କରାଗଲେ ପୁରୀବାସୀ ଓ ସେବାୟତ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ପୁରୀର ଅନେକ ସଂଗଠନ, ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ ପ୍ରକଳ୍ପକୁ ସମର୍ଥନ କରି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି । ଭଏସ ଅଫ କମନମ୍ୟାନ, ଭୂସମ୍ପତ୍ତି ସୁରକ୍ଷା ପରିଷଦ, ଶ୍ରୀକ୍ଷେତ୍ର ଆଠସାହି ଆଖଡା, ପୂଜ୍ୟପୂଜା ସଂସଦ, ଆଖଣ୍ଡଳମଣି ପରିଚାଳନା କମିଟି, ପୁରୀ ରୋଗୀ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏପରିକି ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି ତଥା ବିଜେପିର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦେବ ମଧ୍ୟ ସ୍ମାରକପତ୍ର ପ୍ରଦାନ କରି ପ୍ରକଳ୍ପ ସାକାର ହେଉ ବୋଲି ଦର୍ଶାଇଛନ୍ତି ।

ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଅଞ୍ଚଳ ପାଇଁ ହିଟ୍‌ଓ୍ୱେଭ୍ ସତର୍କତା

ଭୁବନେଶ୍ୱର: ସାରା ରାଜ୍ୟକୁ କଲବଲ କରୁଛି ତାତି । ଟାଣ ଖରା ସହ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର । ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢିବ ତାତି । ହିଟ୍ଓ୍ବେଭ୍ ନେଇ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳକୁ ସତର୍କତା ଜାରି କରାଯାଇଛି ।

ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି । ଆସନ୍ତାକାଲି ବଲାଙ୍ଗିର, ସୋନପୁର, ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୯ ତାରିଖ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଶିଶୁ, ବୟସ୍କ ଏବଂ ରୋଗୀ ସିଧାସଳଖ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିଲେ ଅଂଶୁଘାତ ହେବା ଆଶଙ୍କା ରହିଛି । ତେଣୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆଜିଠୁ ୫ଦିନ ଯାଏଁ ସ୍କୁଲ ବନ୍ଦ ରହିବ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ  । ରାଜ୍ୟରେ ଲଗାତାର ବୃଦ୍ଧି ଘଟୁଥିବା ତାପମାତ୍ରା ଏବଂ  ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି , ସିବିଟି ଏଣ୍ଟ୍ରାନ୍ସରେ ଲାଞ୍ଚ ଅଭିଯୋଗ

ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ୧୧ରନ୍‌ରେ ପଞ୍ଜାବ କିଙ୍ଗସ୍ ବିଜୟୀ

0

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍‌ରେ ୧୧ରନ୍‌ରେ ପଞ୍ଜାବ କିଙ୍ଗସ୍ ବିଜୟୀ । ମହେନ୍ଦ୍ର ସିଂହ ଧୋନି ଏବଂ ଅମ୍ବାତି ରାୟୁଡୁ (୭୮)ଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ପଞ୍ଜାବ କିଙ୍ଗ୍ସ ବିଜୟୀ ହେବାରେ ସଫଳ ହୋଇଛି । ଧୋନି ଓ ରାୟୁଡୁଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ଭରି ରହିଥିବା‌ ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ସମ୍ମୁଖରେ ପଞ୍ଜାବ କିଙ୍ଗ୍ସ ୧୮୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା।

ଏହାର ଜବାବରେ ଚେନ୍ନାଇ ୬ ୱିକେଟ୍ ବିନିମୟରେ ୧୭୬ ରନ୍ କରିପାରିଥିଲା। ସୁପର କିଙ୍ଗ୍ସ ଅଧିନାୟକ ରବୀନ୍ଦ୍ର ଜାଡେଜା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ କିଙ୍ଗ୍ସ ବିଜୟକୁ ‌ରୋକି ପାରି ନଥିଲେ। ଫଳ‌ରେ ଚେନ୍ନାଇ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ସେହି ଅଷ୍ଟମ ମୁକାବିଲାରୁ ଚତୁର୍ଥ ବିଜୟ ହାସଲ କରିଥିଲା। ୱାଙ୍ଖଡ଼େରେ ଲଗାତାର ପଞ୍ଚମ ମ୍ୟାଚ୍ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି ।

Image

ସୋମବାର ‌ଚେନ୍ନାଇ ସୁପରକିଙ୍ଗ୍ସ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପଞ୍ଜାବ କିଙ୍ଗ୍ସ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ୧୮ ରନ୍‌ରେ ଆଉଟ୍ କରି ପ୍ରାରମ୍ଭିକ ସଫଳତା ବି ପାଇଥିଲା। ଦ୍ବିଶତକ ମ୍ୟାଚ୍‌ ଖେଳିଥିବା ଅନ୍ୟତମ ଓପନର ଶିଖର ଧାୱନ (୮୮*) ଓ ଭାନୁକା ରାଜପାସ୍କେ (୪୨) କିନ୍ତୁ ଧୈର୍ଯ୍ୟ ଓ ସାହସର ସହ ଖେଳି ଦ୍ବିତୀୟ ୱିକେଟ୍‌ରେ ବହୁମୂଲ୍ୟ ୧୧୦ ରନ୍ ଯୋଡ଼ି ପଞ୍ଜାବ ସ୍ଥିତି ମଜବୁତ କରି ନେଇଥିଲେ। ବିଶେଷ କରି ଧାୱନ ୩୭ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଚେନ୍ନାଇ ବୋଲରଙ୍କୁ ନୟାନ୍ତ କରିଥିଲେ।

ଏଥିସହିତ ପଢ଼ନ୍ତୁ: ଲୋକସଭା ବାଚସ୍ପତିଙ୍କୁ ନବନୀତଙ୍କ ଚିଠି: ଥାନାରେ ପାଣି ପିଇବାକୁ କି ବାଥ୍‌ରୁମ୍ ଯିବାକୁ ଦେଲେ ନାହିଁ