spot_img
Home Blog Page 4469

ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚରେ ବିଶ୍ୱରେ ତୃତୀୟ ଭାରତ

ନୂଆଦିଲ୍ଲୀ: ଆମେରିକା, ଚୀନ୍ ଓ ଭାରତ ୨୦୨୧ରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିଛନ୍ତି  । ଷ୍ଟକହୋମ ସ୍ଥିତ ଏକ ସଂସ୍ଥାର ରିପୋର୍ଟ ଅନୁସାରେ ବିଶ୍ବରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ କରୁଥିବା ଦେଶଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି ଭାରତ । କିନ୍ତୁ ଆମେରିକା ଓ ଚୀନ୍ ତୁଳନାରେ ଭାରତର ପ୍ରତିରକ୍ଷା ବ୍ୟୟ ଯଥେଷ୍ଟ କମ୍ ।

India third largest military spender in world, after US and China - The Economic Times

ବିଶ୍ବରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ କରୁଥିବା ପ୍ରଥମ ତିନିଟି ରାଷ୍ଟ୍ରଙ୍କ ମଧ୍ୟରେ ଭାରତ ରହିଛି  । ଆମେରିକା, ଚୀନ୍ ପରେ ତୃତୀୟ ସ୍ଥାନରେ ରହିଛି ଭାରତ । ସ୍ବିଡେନର ଷ୍ଟକହୋମ ସ୍ଥିତ  ଆନ୍ତର୍ଜାତିକ ଶାନ୍ତି ଗବେଷଣା ପ୍ରତିଷ୍ଠାନ – ଏସଆଇପିଆରଆଇ ପକ୍ଷରୁ ଜାରି ରିପୋର୍ଟରେ ଏହି ସୂଚନା ଦିଆଯାଇଛି  ।

How India hoodwinks the world about its real military budget - Modern Diplomacy

୨୦୨୧ରେ ବିଶ୍ବରେ ପ୍ରତିରକ୍ଷା ବ୍ୟୟ ୨ ଦଶମିକ ୧ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି  । ରିପୋର୍ଟ ଅନୁସାରେ ଏହି ପରିମାଣ ପ୍ରତିରକ୍ଷା ଖର୍ଚ୍ଚରେ ସର୍ବକାଳୀନ ବୃଦ୍ଧି । ୨୦୨୧ରେ ଆମେରିକା, ଚୀନ, ଭାରତ, ବ୍ରିଟେନ ଓ ଋଷିଆ ଏ କ୍ଷେତ୍ରରେ ଅଧିକ ବ୍ୟୟ କରିଛନ୍ତି ଯାହା କି ମୋଟ ସାମରିକ ବ୍ୟୟର ୬୨ ପ୍ରତିଶତ  ।

Why is the Indian military running out of ammunition? | The Independent | The Independent

କୋଭିଡ ମହାମାରୀ ସତ୍ତ୍ବେ ବିଶ୍ବରେ ପ୍ରତିରକ୍ଷା ଖର୍ଚ୍ଚରେ ହୋଇଛି ରେକର୍ଡ ବୃଦ୍ଧି  । ମୁଦ୍ରାସ୍ଫୀତି ସାମାନ୍ୟ ଧୀମେଇ ଯାଇଛି ପ୍ରତିରକ୍ଷା ଅଭିବୃଦ୍ଧି ହାର  ।  କିନ୍ତୁ ସାମଗ୍ରିକ ଭାବେ ଏହା ୬ ଦଶମିକ ୧ ପ୍ରତିଶତ ବଢିଛି  ।

ରିପୋର୍ଟ ଅନୁସାରେ ଆମେରିକୀୟ ପ୍ରତିରକ୍ଷା ବ୍ୟୟ ୨୦୨୧ରେ ୮୦୧ ବିଲିଅନ ଆମେରିକୀୟ ଡଲାରରେ ପହଞ୍ଚିଥିଲା  । ୨୦୨୦ ମସିହା ଅପେକ୍ଷା ଏହା କମ୍ ଥିଲେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛି ଆମେରିକା  ।  ଚୀନ୍ ଗତବର୍ଷ ପ୍ରତିରକ୍ଷା କ୍ଷେତ୍ରରେ ୨୯୩ ବିଲିଅନ ଆମେରିକୀୟ ଡଲାର ଖର୍ଚ୍ଚ କରିଥିଲା  । ୨୦୨୦ ତୁଳନାରେ ଏହି ଖର୍ଚ୍ଚ ହାର ୪ ଦଶମିକ ୭ ପ୍ରତିଶତ ଅଧିକ  । ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିଥିବା ଦେଶଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଥିଲେ ମଧ୍ୟ ଭାରତର ଖର୍ଚ୍ଚ ଆମେରିକା ଓ ଚୀନ୍ ତୁଳନାରେ କମ୍ ରହିଛି  । ୨୦୨୧ରେ ଭାରତର ପ୍ରତିରକ୍ଷା ବ୍ୟୟ ଥିଲା ୭୬ ଦଶମିକ ୬ ବିଲିଅନ  । ୨୦୨୦ ତୁଳନାରେ ଭାରତର ପ୍ରତିରକ୍ଷା ବ୍ୟୟ ୨୦୨୧ରେ ଶୂନ ଦଶମିକ ପ୍ରତିଶତ ହିଁ ବଢିଛି ।

ଏଥିସହିତ ପଢ଼ନ୍ତୁ: ଦେଶର କରୋନା ମୁକ୍ତ ରାଜ୍ୟ ହେଲା ନାଗାଲାଣ୍ଡ

ପଜେସନରେ ବିଳମ୍ବ ଯୋଗୁଁ ବିଲ୍ଡରଙ୍କୁ ୧.୧୭ କୋଟି ଫ୍ଲାଟରେ ଦେବାକୁ ପଡ଼ିଲା ୬୩ ଲକ୍ଷ ସୁଧ

0

ମୁମ୍ବାଇ: ମୁମ୍ବାଇ ଭଳି ସହରରେ ଏକ ଫ୍ଲାଟର ମୂଲ୍ୟ କ’ଣ ତାହା କଳ୍ପନା ବାହାରେ । ଫ୍ଲାଟ୍‌ କିଣିବା ସେଠାରେ ଯେମିତି ଏକ ସ୍ୱପ୍ନ । ସାରା ଜୀବନର ପାରିଶ୍ରମିକ ରଖି ରଖି ଏକ ଫ୍ଲାଟ୍‌ କିଣନ୍ତି ଲୋକେ । କିନ୍ତୁ କାଗଜପତ୍ର ଦେବାରେ ବିଲ୍ଡର ଖୁବ୍‌ ଡେରି କରନ୍ତି । ଅବଶ୍ୟ ଗତ କିଛି ବର୍ଷ ମଧ୍ୟରେ ଆଇନ୍‌ କଡ଼ାକଡ଼ି ହେତୁ ଏଥିରେ ପରିବର୍ତ୍ତନ ଦେଖାଯାଇଛି । ତଥାପି ସ୍ଥିତି ସୁଧୁରିବା ବାକି ଅଛି । ବିଭିନ୍ନ ବାହାନା ଦେଖାଇ ପଜେସନ୍‌ ଦେବାରେ ବିଳମ୍ବ କରୁଛନ୍ତି ବିଲଡର । ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ପଟା ମିଳିବାରେ ବିଳମ୍ବ ହେତୁ ଏକ ଦମ୍ପତିକୁ ୬୩ ଲକ୍ଷ ସୁଧ ସହିତ ୧ କୋଟି ଫେରସ୍ତ କରିବାକୁ ଆଦେଶ ଦେଇଛି । ଆୟୋଗର କହିବା ହେଉଛି  ଉଚିତ୍‌ ସମୟରେ ଫ୍ଲାଟ୍‌ ଦେଇନପାରିଥିବାରୁ ବିଲଡର ପ୍ରଶାସନରୁ ଅନୁମତି ମିଳିନାହିଁ ବୋଲି ବାହାନା କରିପାରିବେ ନାହିଁ ।

ତେବେ ଆୟୋଗ ଫ୍ଲାଟ୍‌ କିଣିଥିବା ବ୍ୟକ୍ତିଙ୍କୁ ପୂରା ମୂଲ୍ୟ ସହିତ ୯ ପ୍ରତିଶତ ସୁଧ ଦେବାକୁ ବିଲଡରଙ୍କୁ ଆଦେଶ ଦେଇଛନ୍ତି । ତେବେ ଫ୍ଲାଟର ମୂଲ୍ୟ ୧୧୭ କୋଟି ହୋଇଥିବାବେଳେ ୬୩ ଲକ୍ଷ କେବଳ ସୁଧ ଗଣିବେ ବିଲଡର ।  ତେବେ ଫ୍ଲାଟ୍‌ ବିଳମ୍ବରେ ମିଳିବାରୁ ଫ୍ଲାଟ୍‌ କିଣିବାକୁ ମନା କରି ଦେଇଥିଲେ ଦମ୍ପତି ।

‘ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପରିକ୍ରମା ପ୍ରକଳ୍ପ, ସଂପୂର୍ଣ୍ଣ ଅଛି ସୁରକ୍ଷିତ ଶ୍ରୀମନ୍ଦିର’

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ଦେଲେ ପୁରୀ ଗଜପତି । ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମରେ କୌଣସି ବାଧା ସୃଷ୍ଟି ହେବା ଉଚିତ ନୁହେଁ । ସରକାର ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏହି ପରିକ୍ରମା ପ୍ରକଳ୍ପ କାମ ହାତକୁ ନେଇଛନ୍ତି । ମହାପ୍ରଭୁଙ୍କ କାମ ସମସ୍ତଙ୍କ ଦାୟିତ୍ୱ । ଯୋଜନା କେମିତି ସୁରୁଖୁରୁରେ ଆଗେଇ ଚାଲିବ ସେ ନେଇ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହ ଦେବ ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ କାମ ଜାରି ରହି କାମ ଶେଷ ହେବା ଦରକାର । କୌଣସି ଗୋଟିଏ ବ୍ୟକ୍ତି କିମ୍ବା ଦଳ କିମ୍ବା ସରକାରଙ୍କ ଏହା କାମ ନୁହେଁ । ଏହି ଧାମକୁ ବିଶ୍ୱସ୍ତରରେ ସ୍ଥାପନ କରିବା ପାଇଁ ନିତାନ୍ତ ଆବଶ୍ୟକ । ଏଥିପାଇଁ ସମସ୍ତ ଭକ୍ତ ମିଳିମିଶି ଆଲୋଚନା କରି ପ୍ରଥମେ ସମସ୍ତ ବାଧା ହଟାଇବା ଦରକାର । ସମାଧାନର ରାସ୍ତା ବାହାର କରିବା ଦରକାର ବୋଲି କହିଛନ୍ତି ଗଜପତି ମହାରାଜ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାଶ୍ମୀର ଗସ୍ତରେ ଥରହର ପାକିସ୍ତାନ୍‌

0

ଇସଲାମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ କାଶ୍ମୀର ଗସ୍ତରେ ରତଲେ ଏବଂ କ୍ୱାର ଜଳ ବିଦ୍ୟୁତ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ରାଗରେ ଲାଲ ହୋଇ ଯାଇଛି ପାକିସ୍ତାନ୍‌ । ଏହାକୁ ବିରୋଧ ମଧ୍ୟ କରିଛି । ପାକିସ୍ତାନର କହିବା ହେଉଛି ଏହା ସିନ୍ଧୁ ଜଳଚୁକ୍ତିର ପ୍ରତ୍ୟେକ୍ଷ ଉଲଙ୍ଘନ ଥିଲା । ଏହା ପୂର୍ବରୁ ଅଗଷ୍ଟ ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜମ୍ମୁ କାଶ୍ମୀର ଯାଇଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ରତଲେ ଏବଂ କ୍ୱାର ଜଳବିଦ୍ୟୁତ୍‌ ପରିଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ।

ଚେନାବ ନଦୀରେ ପ୍ରାୟ ୫ ହଜାର ୩ ଶହ କୋଟି ବ୍ୟୟରେ ୮୫୦ ମେଗାଓ୍ୱାଟ୍‌ର ପରିଯୋଜନା ଏବଂ ସେହି ନଦୀ ଉପରେ ୪ ହଜାର ୫ ଶହ କୋଟିରୁ ଅଧିକ ବ୍ୟୟରେ ୫୪୦ ମେଗାଓ୍ୱାଟର କ୍ୱାର ଜଳବିଦ୍ୟୁତ୍‌ ପରିଯୋଜନାର ନିର୍ମାଣ କରାଯିବ ।ହିନା ରବ୍ବାନୀ ଖାରଙ୍କ ନେତୃତ୍ୱାଧୀନ ପାକିସ୍ତାନ୍‌ ବୈଦେଶିକ କାର୍ଯ୍ୟାଳୟ ରବିବାର ରାତିରେ ଏକ ବୟାନରେ କହିଛିଯେ, ୫ ଅଗଷ୍ଟ ୨୦୧୯ ପରେ ଅନ୍ତଃରାଷ୍ଟ୍ରୀୟ ସମୁଦାୟ ଭାରତ ଦ୍ୱାରା କାଶ୍ମୀରରେ ବାସ୍ତବିକ ଅନ୍ତର୍ନିହିତ ଘଟଣାରୁ ଧ୍ୟାନ ହଟାଇବା ପାଇଁ ଏହିଭଳି ପ୍ରୟାସ କରିଛି । କିନ୍ତୁ ଏବେ ଭାରତ ଜଳବିଦ୍ୟୁତ୍‌ ପରିଯୋଜନାର ଡିଜାଇନକୁ ନେଇ ବିରୋଧ କରୁଛି ପାକିସ୍ତାନ୍‌ ।

ବୈଦେଶିକ କାର୍ଯ୍ୟାଳୟର କହିବା ହେଉଛି, ଭାରତର ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ପରିଯୋଜନାର ଭିତ୍ତିପ୍ରସ୍ତରକୁ ଗ୍ରହଣ କରିନି ପାକିସ୍ତାନ୍‌ । ପାକିସ୍ତାନ୍‌ ଅର୍ଥରେ ଏହା ୧୯୬୦ ସିନ୍ଧୁ ଜଳଚୁକ୍ତିର ଉଲଙ୍ଘନ ।

ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ହତ୍ୟା ମାମଲା; ନ୍ୟାୟ ନମିଳିବାରୁ ଆତ୍ମହତ୍ୟା କଲେ ଭାବି ପତ୍ନୀ

ଗଞ୍ଜାମ: ଗଞ୍ଜାମ ଛତ୍ରପୁର ଥାନା ହଂସପୁର ଗାଁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଟେର୍ ପାଉନି ପୋଲିସ। ଏପଟେ କୃଷ୍ଣଙ୍କ ମୃତ୍ୟୁରେ ମର୍ମାହତ ହୋଇ ତାଙ୍କ ଭାବି ପତ୍ନୀ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ, ରାସ୍ତାରେ ଆସୁଥିବା ବେଳେ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ କିଛି ଦୁବୃର୍ତ୍ତ ହତ୍ୟା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ତିନି ଦିନ ବିତିଥିଲେ ବି ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ। ଯାହା ପରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ପ୍ରତିବାଦରେ ହଂସପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକ।

ଅନ୍ୟପଟେ ପୋଲିସ ଠାରୁ ନ୍ୟାୟ ନମିଳିବାରୁ ମୃତ କୃଷ୍ଣଚନ୍ଦ୍ରଙ୍କ ସହ ବିବାହ ପାଇଁ ସ୍ଥିର ହୋଇଥିବା ଯୁବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଛି। ଗତ ୨୨ ତାରିଖ ରାତିରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ କିଛି ଦୁର୍ବୃତ୍ତ ପିଟି ପିଟି ହତ୍ୟା କରିଥିଲେ ।

ଟରବାଇନରେ ସମସ୍ୟା ଯୋଗୁ ବିଦ୍ୟୁତ ଉତ୍ପାଦନ ବନ୍ଦ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲିଠାରେ NTPCର ପାୱାର ଷ୍ଟେସନରେ ସମସ୍ୟା ଯୋଗୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଟରବାଇନରେ ସମସ୍ୟା ଯୋଗୁ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଥିବା NTPC ପଷରୁ ସୂଚନା ଦିଆଯାଇଛି। ଗତ ୨୩ ତାରିଖରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ଥିବାରୁ ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖାଦେଇଛି।

ସାଇଟ ଏକ୍ସପର୍ଟ ଓ ଦିଲ୍ଲୀରୁ ଆସିଥିବା ଏକ୍ସପର୍ଟ ଟିମ ମରାମତି କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ମରାମତି କାର୍ଯ୍ୟ ୧୫ ଦିନ ଧରି ଚାଲିବ ଏବଂ ସେ ପର୍ଯ୍ୟନ୍ତ ଉତ୍ପାଦନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି NTPC ଦର୍ଲିପାଲିର ସିନିଅର ମ୍ୟାନେଜର ଏଚଆର୍ ହିମାଂଶୁ ବେହେରା।

ଅନ୍ୟପକ୍ଷରେ ରାଜ୍ୟରେ ପ୍ରଚଣ୍ଡ ଖରାର ପ୍ରକୋପ ଜାରି ରହିଥିବା ବେଳେ NTPCର ଗୋଟିଏ ୟୁନିଟରୁ ଉତ୍ପାଦନ ବନ୍ଦ ରହିବାକୁ ନେଇ ଉଦବେଗ ବ୍ୟକ୍ତ କରିଛନ୍ତି ଇଲେକଟ୍ରିସିଟି ଏମ୍ଲୋଇଜ ଫେଡେରେସନ ଅଫ ଇଣ୍ଡିଆର ରାଜ୍ୟ ସଭାପତି ବିଷ୍ଣୁ ମହାନ୍ତି ।

ଏପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ବର୍ତ୍ତି ଯାଇଥିବା ଲୋକଙ୍କୁ ସଂକ୍ରମିତ କରିବ ଓମିକ୍ରନ ! କାମ ଦେବନି ଟିକାକରଣ

ନୂଆଦିଲ୍ଲୀ: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟ ଏବେ ବି ବିଶ୍ୱ ପାଇଁ ବିପଦ ହୋଇ ରହିଛି । ଏହି ସମୟରେ, ଓମିକ୍ରନର BA.1 ପ୍ରକାର ବିରୁଦ୍ଧରେ କୋଭିଶିଲ୍ଡ ଟିକାର ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନେ କୋଭିଶିଲ୍ଡର ଉଭୟ ଡୋଜ ନେଇଛନ୍ତି ଏବଂ ପୂର୍ବରୁ ସଂକ୍ରମିତ ହୋଇନାହାଁନ୍ତି, ସେମାନଙ୍କର ଇମ୍ୟୁନିଟି ଓମିକ୍ରନ୍ BA.1 ଭାରିଆଣ୍ଟ ବିରୁଦ୍ଧରେ ବହୁତ କମ୍ ବୋଲି ଜଣାପଡିଛି । ସଂକ୍ରମଣକୁ ମାତ ଦେଇଥିବା ଏବଂ କୋଭିଶିଲ୍ଡର ଉଭୟ ଡୋଜ ନେଇଥିବା ଏପରି ଲୋକଙ୍କଠାରେ ଅଧିକ ବିପଦ ଥିବା ଦେଖାଯାଇଛି ।

ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜି (ICMR-NIV) ଦ୍ୱାରା କରାଯାଇଥିବା ଅଧ୍ୟୟନରେ କୋଭିଶିଲ୍ଡର ଦୁଇଟିଯାକ ଡୋଜ ନେଇଥିଲେ ବି ଶୀଘ୍ର ବୁଷ୍ଟର ଡୋଜ ନେବାର ଆବଶ୍ୟକତା ଦର୍ଶାଯାଇଛି । ଏହି ଅନୁସନ୍ଧାନ ପାଇଁ, କୋଭିଶିଲ୍ଡର ଦ୍ୱିତୀୟ ଡୋଜର ୧୮୦ ଦିନ ପରେ, ୨୪ଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇଥିଲା । ଏହା ସହିତ, ୧୭ ଜଣଙ୍କ ନମୁନା ମଧ୍ୟ ନିଆଯାଇଥିଲା, ଯେଉଁମାନେ କରୋନାରେ ସଂକ୍ରମିତ ହୋଇ ନଥିଲେ ଏବଂ ସେମାନେ କୋଭିଶିଲ୍ଡର ଉଭୟ ଡୋଜ ନେଇଥିଲେ । କୋଭିଶିଲ୍ଡର ଉଭୟ ଡୋଜ ଗ୍ରହଣ କରିବା ପରେ ମଧ୍ୟ ଏହି ଲୋକଙ୍କଠାରେ ଓମିକ୍ରନ୍ ସଂକ୍ରମଣ ଦେଖିବାକୁ ମିଳିଥିଲା  ।

୬ ମାସରେ ଆଣ୍ଟିବଡି ହ୍ରାସ ପାଇଥାଏ

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାଇରୋଲୋଜିର ଏକ ଅଧ୍ୟୟନ ପରେ ଓମିକ୍ରନ୍ ଭାରିଆଣ୍ଟ ବିଷୟରେ କୁହାଯାଇଥିଲା ​​ଯେ କୋଭିଡ ଟିକାର ଡବଲ୍ ଡୋଜ ନେଇଥିବା ଲୋକମାନଙ୍କଠାରେ ଆଣ୍ଟିବଡି ସ୍ତର ଛଅ ମାସ ପରେ ହ୍ରାସ ପାଇବାରେ ଲାଗେ।

ଏହି ଅଧ୍ୟୟନ ପାଇଁ, ଲୋକଙ୍କୁ ତିନୋଟି ଦଳରେ ବିଭକ୍ତ କରାଯାଇଥିଲା  । ପ୍ରଥମ ଗୋଷ୍ଠୀରେ, ଉତ୍ତରପ୍ରଦେଶର ଏପରି ୧୮ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଥିଲେ ଯେଉଁମାନେ କୋଭିଶିଲ୍ଡର ପ୍ରଥମ ଡୋଜ୍ ଏବଂ କୋଭାକ୍ସିନ୍ ର ଦ୍ୱିତୀୟ ଡୋଜ୍ ନେଇଥିଲେ । ଦ୍ୱିତୀୟ ଏବଂ ତୃତୀୟ ଗୋଷ୍ଠୀରେ, ୪୦ ଜଣଙ୍କୁ ରଖାଯାଇଥିଲା ଯେଉଁମାନେ କୋଭିଶିଲ୍ଡ କିମ୍ବା କୋଭାକ୍ସିନ୍ ର ଉଭୟ ଡୋଜ ନେଇଥିଲ । ରିପୋର୍ଟ ହୋଇଥିଲା ଯେ କୋଭିଶିଲ୍ଡ ପରେ କୋଭାକ୍ସିନ୍ ର ଦ୍ୱିତୀୟ ଡୋଜ୍ ଦେବା ଡେଲଟା କିମ୍ବା ଅନ୍ୟାନ୍ୟ ‘ଭାରିଆଣ୍ଟସ୍ ଅଫ୍ କନ୍ସର୍ନ’ ବିରୁଦ୍ଧରେ ଭଲ ପ୍ରତିକ୍ରିୟା ଦେଇଥିଲା ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କର ଶେଷକୃତ୍ୟ ସମ୍ପନ୍ନ

କଟକ: ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କର ସାେମବାର ଦିନ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକର ସତୀଚଉରା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏପରିକି ସତୀଚଉରାରେ କମିଶନରେଟ୍ ପୋଲିସ ପକ୍ଷରୁ ଦିଆଗଲା ଗାର୍ଡ ଅଫ ଅନର ଦିଆଯାଇଛି। ଏହି ଖ୍ୟାତାନାମା ସାହିତ୍ୟିକାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।

ଉଲ୍ଲେଖଯୋଗ୍ୟ, ୧୧ ନଭେମ୍ବର ୧୯୩୬ରେ ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିବା ବୀଣାପାଣି ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରି ସାହିତ୍ୟ ଜଗତରେ ପାଦ ଥାପିଥିଲେ । ୧୯୯୨ରେ ଚାକିରି ଜୀବନରୁ ଅବସର ନେବା ପରେ କବିତା, ଗଳ୍ପ, ଉପନ୍ୟାସ ଲେଖାରେ ନିଜକୁ ନିୟୋଜିତ କରିଥିଲେ । ସାମ୍ପ୍ରତିକ ସାମାଜିକ ପରମ୍ପରା, ବ୍ୟକ୍ତି ଚରିତ୍ରକୁ ନେଇ ରଚନା କରିଥିଲେ ଅନେକ ପୁସ୍ତକ ।

୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା ତନ୍ଦ୍ରାହତ ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ତାଙ୍କର ପ୍ରମୁଖ ପୁସ୍ତକ ଗୁଡ଼ିକ ଥିଲା କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ପାଟଦେଇ, ବସ୍ତ୍ର ହରଣ, ଆରୋହଣ, ଇଣ୍ଟରଭିଉ, ଏକାକୀ ପରାଶର, ନବ ତରଙ୍ଗ, ଅନ୍ଧକାରର ଛାଇ, ମଧ୍ୟାନ୍ତର ଇତ୍ୟାଦି । ତାଙ୍କର ପ୍ରମୁଖ ଉପନ୍ୟାସଗୁଡ଼ିକ ହେଲେ ସୀତାର ଶୋଣିତ, ମନସ୍ୱିନୀ, କୁନ୍ତୀ କୁନ୍ତଳା ଶକୁନ୍ତଳା ଇତ୍ୟାଦି । ଦଶନ୍ଧି ଦଶନ୍ଧି ଧରି ତାଙ୍କର ଅନେକ ଗଳ୍ପ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇ ଆସିଥିଲା । ତାଙ୍କ ମୃତ୍ୟୁରେ ସାରା ସାହିତ୍ୟ ଜଗତରେ ଖେଳିଯାଇଛି ଶୋକର ଛାୟା ।

ଲିଙ୍ଗିପୁର ଏଟିଏମ୍ ଲୁଟ୍ ମାମଲା; ୩ ଦିନିଆ ରିମାଣ୍ଡରେ ଯିବ ଖୋକନ ମୁଲ୍ଲା

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ୍ ତାଡି ଲୁଟ୍ ମାମଲା । ଦ୍ୱିତୀୟ ପର୍ଯ୍ୟାୟରେ ୩ ଦିନିଆ ରିମାଣ୍ଡରେ ଯିବ ବାଂଲାଦେଶୀ ଲୁଟେରା ଖୋକନ ମୁଲ୍ଲା। ରିମାଣ୍ଡରେ ନେବ ଧଉଳି ଥାନା ପୋଲିସ। ପୂର୍ବରୁ ଖୋକନ ମୁଲ୍ଲାକୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିଲା ପୋଲିସ। ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା ପୋଲିସ।

ଖାଲି ଏତିକି ନୁହେଁ ଏହି ଗ୍ୟାଙ୍ଗ ନାମରେ ବଢିବାରେ ଲାଗିଛି ଲୁଟ୍ ମାମଲା। ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଲୁଟ୍ ମାମଲାରେ ତା’ର ସମ୍ପୃକ୍ତି ରହିଛି। ଏଥିସହିତ ଭଦ୍ରକରେ ଏକ ଅପରାଧିକ ମାମଲାରେ ଖୋକନର ହାତ ଥିବା ସନ୍ଦେହ।

ସୂଚନା ଥାଉ କି,  ଲିଙ୍ଗିପୁର ATM ଲୁଟ ମାମଲାରେ ୨ ଲୁଟେରାକୁ କାବୁ କରିଥିଲା ପୋଲିସ । ଗିରଫ ୨ ଅଭିଯୁକ୍ତ ଖୋକନ ମୋଲ୍ଲା ଓ ମୀରଜୁଲା ରେହମାନ ମୋଲ୍ଲା । ଏମାନଙ୍କ ମଧ୍ୟରୁ ଜଣେ କୋଲକାତା ଓ ଅନ୍ୟ ଜଣେ ବାଂଲାଦେଶର ବୋଲି ସୂଚନା ମିଳିଥିଲା । ଏମାନଙ୍କ ସହ ଆଉ ୪ ଜଣ ବାଂଲେଦେଶୀ ମଧ୍ୟ ସାମିଲ ଥିଲେ । ମୋଟ ୬ ଜଣିଆ ଗ୍ୟାଙ୍ଗ ୫ ତାରିଖରେ ଲୁଟ୍‌ ପାଇଁ ଭୁବନେଶ୍ବର ଆସିଥିଲେ । ଲିଙ୍ଗିପୁର ଅଞ୍ଚଳରୁ ଟାଟା ଏସି ଚୋରି କରି ଏଟିଏମ୍ ପାଖରେ ପହଞ୍ଚିଥିଲେ ।

କୌଣସି ପ୍ରକାର ମୋବାଇଲ ବ୍ୟବହାର କରନ୍ତିନି ଏହି ଗ୍ୟାଙ୍ଗ । ପୂର୍ବରୁ ହୋଇଥିବା ପ୍ଲାନ ଅନୁଯାୟୀ ଲୁଟ୍ କରିବା ଦିନ ଗୋଟାଏ ଜାଗାରେ ଏକାଠି ହେଉଥିଲେ । ଫେକ ଆଧାରକାର୍ଡ ଦେଇ ବିଭିନ୍ନ ହୋଟେଲରେ ରହୁଥିଲେ ଏହି ଲୁଟେରା । ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ସ୍ପେଶାଲ ଟିମ୍ ଗଠନ ହୋଇଥିଲା । ସରାଇ ଆପ୍ଲିକେସନ ଲୁଟେରାଙ୍କୁ ଧରିବାରେ ସାହାଯ୍ୟ କରିଛି । ବେଙ୍ଗାଲୁରୁ, ଦିଲ୍ଲୀ ଓ ଗୋଆରେ ମଧ୍ୟ ଲୁଟ କରିଛି ଏହି ଗ୍ୟାଙ୍ଗ। ଫେକ୍ ଡକ୍ୟୁମେଣ୍ଟ କରି ଭାରତକୁ ଆସୁଥିଲେ ଦୁହେଁ । ଦେଶରେ ଲୁଟ୍ କରିବା ପରେ ଲୁଟ୍ ଟଙ୍କାକୁ ବାଂଲାଦେଶ ପଠାଉଥିବା ସୂଚନା ମିଳିଥିଲା ।

କୈବର୍ତ୍ତ ଭବନ ପ୍ରଥମ ମହଲାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ତୁଷାରକାନ୍ତି

ଭୁବନେଶ୍ୱର: ନୟାପଲ୍ଲୀ ସ୍ଥିତ କୈବର୍ତ୍ତ ମହାସଭା ଭବନର ପ୍ରଥମ ମହଲାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା, ପୂର୍ବତନ ମନ୍ତ୍ରୀ ତଥା କୈବର୍ତ୍ତ ମହାସଭାର ସଭାପତି ଯୋଗେନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ବେହେରାଙ୍କ ଉପସ୍ଥିତିରେ ଏହି ଭବନର ପ୍ରଥମ ମହଲାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

କୈବର୍ତ୍ତ ମହାସଭାର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ କୈବର୍ତ୍ତ ମାନଙ୍କ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶରେ ମହାସଭା ଅଧିକ କାର୍ଯ୍ୟକରି ଅନ୍ୟ ସଂଗଠକ ମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ମହାସଭାର ପ୍ରମୁଖ ସଚିବ ପାଣ୍ଡବ ବେହେରା ଏବଂ ମୁଖ୍ୟ ଉପଦେଷ୍ଟା ଭାଗିରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।