spot_img
Home Blog Page 4484

ସ୍ୱାମୀ ନା ସ୍ତ୍ରୀ, କିଏ କହୁଛି ସତ ? କିଏ କାହାକୁ କରୁଛି ବଦନାମ ?

ଭୁବନେଶ୍ୱର: ଇଞ୍ଜିନିୟର ସ୍ୱାମୀଙ୍କୁ ହତ୍ୟା ପାଇଁ ସ୍ତ୍ରୀ ସୁପାରୀ ଦେବା ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ । ଗତକାଲି ଅଭିଯୁକ୍ତ ଡ୍ରାଇଭର ଗିରଫ ହେବା ପରେ ଆଜି ସ୍ତ୍ରୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଡ୍ରାଇଭରଙ୍କ ସହ ମୋର କୌଣସି ପରକୀୟା ପ୍ରୀତି ନାହିଁ । ମୋତେ ବଦନାମ କରିବାକୁ ସ୍ୱାମୀ ଏଭଳି ଚକ୍ରାନ୍ତ କରିଛନ୍ତି । ଆଜି ମିଡିଆରେ ଏଭଳି ବୟାନ ଦେଇଥିବା ବେଳେ ସେପଟେ ପୋଲିସ ସୁନ୍ଦରପଦାସ୍ଥିତ ତାଙ୍କ ଫ୍ଲାଟରେ ଚଢାଉ କରି ଫେରି ଆସିଛି ।

 Bhubaneswar Engineer Husband And Wife Story

ସ୍ତ୍ରୀ କହିଛନ୍ତି ତାଙ୍କୁ ବଦନାମ କରିବାକୁ ସ୍ୱାମୀ ଷଡ଼ଯନ୍ତ୍ର କରିଛନ୍ତି । ସ୍ୱାମୀଙ୍କୁ ମର୍ଡର କରିବାକୁ ମୁଁ ସୁପାରୀ ଦେଇ ନଥିଲି । ବିବାହ ପରଠାରୁ ସ୍ୱାମୀଙ୍କ ସହ ଭଲ ସମ୍ପର୍କ ନଥିବା କହିଛନ୍ତି । ପୁରୀ ଟ୍ରାନ୍ସଫର ହୋଇଯିବା ପରେ ପୁଅକୁ ନେଇ ମୁଁ ଆପାର୍ଟମେଣ୍ଟରେ ରହୁଥିଲି । ଘରକଥା ବୁଝିବାକୁ ସ୍ୱାମୀ ହିଁ ଡ୍ରାଇଭରକୁ ନିଯୁକ୍ତି ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ କାଢି ଦେଇଥିଲେ । ଏବେ ସ୍ୱାମୀଙ୍କ ଏଭଳି ଅଭିଯୋଗ ମୋ ଚରିତ୍ର ସଂହାର କରୁଛି । ଏପରିକି ଏକାଧିକ ମହିଳାଙ୍କ ସହ ସେ ସମ୍ପର୍କରେ ଥିବା ସ୍ତ୍ରୀ ପାଲଟା ଅଭିଯୋଗ କରିଛନ୍ତି । ସେପଟେ ପୋଲିସ କହିଛି ସୁପାରୀ କିଲର ଗିରଫ ହେବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ।

 Bhubaneswar Engineer Husband And Wife Story

ତେବେ କିଏ କହୁଛି ସତ ? ସ୍ୱାମୀ ନା ସ୍ତ୍ରୀ ? ସ୍ୱାମୀଙ୍କ ଅଭିଯୋଗ ପରେ ଗତକାଲି ମଞ୍ଚେଶ୍ୱର ପୋଲିସ୍ ଡ୍ରାଇଭରକୁ ଗିରଫ କରିଥିଲା । ଆଉ ଡ୍ରାଇଭର ବି ମାନିଥିଲା ସୁପାରୀ ଷଡ଼ଯନ୍ତ୍ରର ଗୋଟି ଗୋଟି କଥା । ଇଞ୍ଜିନିୟର ସ୍ୱାମୀକୁ ମାରିବାକୁ ସ୍ତ୍ରୀ ହିଁ ଦୁଇଜଣ ସୁପାରୀ କିଲରଙ୍କୁ ଲକ୍ଷେ ଟଙ୍କା ଦେଇଥିଲେ । ହେଲେ ମର୍ଡର ପ୍ଲାନ୍ କିନ୍ତୁ ଫେଲ୍ ହୋଇ ଯାଇଥିଲା । ଏସବୁ ଭିତରେ ପୋଲିସ୍ ଆଜି ପତ୍ନୀ ରହୁଥିବା ସୁନ୍ଦରପଦା ସ୍ଥିତ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା । ହେଲେ ପୋଲିସକୁ କିନ୍ତୁ ଖାଲି ହାତରେ ଫେରିବାକୁ ପଡ଼ିଛି । ମିଡିଆରେ ବୟାନ ଦେଉଥିବା ସ୍ତ୍ରୀ କାହିଁକି ଧରା ଦେଉ ନାହାଁନ୍ତି ପୋଲିସକୁ ? କୁଆଡେ ଗଲେ ସ୍ତ୍ରୀ ? ଏସବୁ ଭିତରେ ଆପାର୍ଟମେଣ୍ଟର ଅନ୍ତେବାସୀ କିନ୍ତୁ କହିଛନ୍ତି ଭିନ୍ନ କଥା ।

 Bhubaneswar Engineer Husband And Wife Story

ମିଛ ପରିଚୟ ଦେଇ ମହିଳା ଜଣକ ରହୁଥିଲେ । ଭଡ଼ାରେ ରହିବା ବେଳେ ନିଜକୁ କିର୍ତ୍ତୀକରଣ ବେହେରା ବୋଲି ସେ ପରିଚୟ ଦେଇଥିଲେ । ଡ୍ରାଇଭରଙ୍କୁ ସ୍ୱାମୀ ବୋଲି କହିଥିଲେ । ଆଉ ପୋଲିସର ଜେରା ବେଳେ ଡ୍ରାଇଭର କହିଥିଲେ କିର୍ତ୍ତୀକରଣ ହେଉଛି ତାଙ୍କ ଜାତକ ନାଁ । ସେପଟେ ଆପାର୍ଟମେଣ୍ଟକୁ ପ୍ରତିଦିନ ନୂଆ ନୂଆ ଲୋକ ଆସୁଥିଲେ ବୋଲି କହିଛନ୍ତି ସୋସାଇଟିର ସମ୍ପାଦକ ଓ ସିକ୍ୟୁରିଟି ଗାର୍ଡ । ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ନଥିଲା । ହେଲେ ମିଛ ପରିଚୟ ଦେଇ ସ୍ତ୍ରୀ କାହିଁକି ରହୁଥିଲେ ଭଡ଼ା ଘରେ ? ଡ୍ରାଇଭରଙ୍କୁ କାହିଁକି ସ୍ୱାମୀ ବୋଲି ପରିଚୟ ଦେଉଥିଲେ, ସେନେଇ ଉଠିଛି ପ୍ରଶ୍ନ ।

ହିଞ୍ଜିଳି ଓ ଶେରଗଡ଼ ପୌର ଓ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସଠାରେ ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ପୌରାଞ୍ଚଳ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକର ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ସମସ୍ତ ପ୍ରତିନିଧି ମାନଙ୍କୁ ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହିତ ସମସ୍ତେ ମିଳିମିଶି ଓ କଠିନ ପରିଶ୍ରମ କରି ନିଜ ନିଜ ଅଞ୍ଚଳର ଉନ୍ନୟନ ପ୍ରକ୍ରିୟାକୁ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି ।

CM Naveen Patnaik Interacts With Elected Members Of Hinjilicut

ମୁଖ୍ୟମନ୍ତ୍ରୀ କହିଛନ୍ତି, ହିଞ୍ଜିଳି ଓ ଶେରଗଡ଼ର ବିକାଶ ପାଇଁ ସେ ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି ପୌରାଞ୍ଚଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲର ମାନେ ଯୋଗ ଦେବା ସହିତ ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ ଓ ଅନ୍ୟାନ୍ୟ ଲୋକପ୍ରତିନିଧିଙ୍କୁ ମିଶାଇ ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ ।

ବାସ୍ତୁ ଅନୁସାରେ ଘରେ ରଖନ୍ତୁ ନାହିଁ ଏହି ସମସ୍ତ ମୂର୍ତ୍ତି

ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରକୁ ସୁନ୍ଦର ସୁନ୍ଦର ମୂର୍ତ୍ତି ଏବଂ ଫଟୋରେ ସଜାଇଥାନ୍ତି । କିନ୍ତୁ ବାସ୍ତୁ ଅନୁସାରେ ଏପରି ଅନେକ ମୂର୍ତ୍ତି ରହିଛି ଯାହାକୁ ଘରେ କିମ୍ବା ଘରର ମନ୍ଦିରରେ ରଖିବା ଉଚିତ ନୁହେଁ । ଯଦି ଏହି ମୂର୍ତ୍ତିକୁ ଆପଣ ଘରେ ରଖିଛନ୍ତି ତେବେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇପାରେ । ଆସନ୍ତୁ ଜାଣିବା ବାସ୍ତୁ ଦ୍ୱାରା ବର୍ଜିତ କିଛି ମୂର୍ତ୍ତି ବିଷୟରେ-

ନଟରାଜ ଶଙ୍କର-
ଭଗବାନ ଶିବଙ୍କ ମନ ଅଶାନ୍ତ ହେଲେ ସେ ତାଣ୍ଡବ କରିଥାନ୍ତି । ଶାସ୍ତ୍ର ଅନୁସାରେ ଶିବ ଯେବେ ବି ତାଣ୍ଡବ କରିଥାନ୍ତି ସଂସାର ଦେହଲିଯାଏ । ଯଦି ଆପଣ ତାଣ୍ଡବ ଭଳି ମୂର୍ତ୍ତି ଠାକୁର ଘରେ ରଖନ୍ତି ତେବେ ଘରେ ଲଢେଇ ଝଗଡା ଦେଖାଦେଇଥାଏ ।

ମା’ କାଳୀ-
ମା ଦୁର୍ଗା ରାକ୍ଷାସମାନ ଙ୍କ ବିନାଶ କରିବା ପାଇଁ ମହାକାଳୀ ରୂପ ଧାରଣ କରିଥିଲେ । ମହାକାଳୀ ସର୍ବଦା କ୍ରୋଧରେ ହିଁ ରହିଥାନ୍ତି । ଯଦି ଆପଣ ପୂଜା ଘରେ ମ ହାକାଳୀଙ୍କ ମୂର୍ତ୍ତି ରଖନ୍ତି ତେବେ ଆପଣଙ୍କ ଘରେ ସର୍ବଦା କ୍ରୋଧର ମାହୋଲ ରହିବ ।

ମହାଦେବ ଶନି-
ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ତାଙ୍କ ପତ୍ନୀଙ୍କ ଠାରୁ ଅଭିଶାପ ମିଳିଥିଲା ଯେ ତାଙ୍କ ନଜର ଯାହା ଉପରେ ପଡିବ ତାହାର ସର୍ବନାଶ ହେବ । ଯଦି ଆପଣ ଶନିଦେବଙ୍କ ମୂର୍ତ୍ତି ଘରେ କିମ୍ବା ଅଫିସରେ ରଖନ୍ତି ତେବେ ଏହାର ନକରାତ୍ମକ ପ୍ରଭାବ ଆପଣ ଙ୍କ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ ।

ଭୈରବନାଥ-
ଭୈରବନାଥଙ୍କ ପୂଜା ପୂରା ମନ୍ତ୍ର-ତନ୍ତ୍ର ଦ୍ୱାରା କରାଯାଇଥାଏ । ଏହି ମୂର୍ତ୍ତି ଘରେ ରଖିବା ଦ୍ୱାରା ଆପଣଙ୍କ ଘରର ପ୍ରତ୍ୟେକ ବ୍ୟକ୍ତି କାହାର ନା କାହାର ଅକ୍ତିଆରରେ ରହିବେ ।

ଠିଆ ହୋଇଥିବା ମା’ ଲକ୍ଷ୍ମୀ-
ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଘରେ ସର୍ବଦା ଧନ ସମ୍ପଦ ଭରପୂର ରହୁ ତେବେ ଘରେ ମା’ ଲକ୍ଷ୍ମୀଙ୍କ ଠିଆ ହୋଇଥିବା ମୂର୍ତ୍ତି ରଖନ୍ତୁ ନାହିଁ । ଠିଆ ହୋଇଥିବା ଲକ୍ଷ୍ମୀ ମୂର୍ତ୍ତି ରଖିବା ଦ୍ୱାରା ଘରେ ଧନ ରହିନଥାଏ ।

SCB ମେଡିକାଲରେ ଶବକୁ ବି ଛାଡ଼ୁ ନାହାନ୍ତି ଦଲାଲ୍

କଟକ: ଶବ ଫଟୋ ପାଇଁ ଶହେ ଟଙ୍କା । କଟକ ଏସସିବି ମେଡିକାଲରେ ଏମିତି ମିଳୁଛି ସେବା । ଶବଗୃହ ଭିତରେ କଟା ଯାଉଛି ରସିଦ । ମୃତକଙ୍କ ସମ୍ପର୍କୀଙ୍କ ଠାରୁ ଟଙ୍କା ଲୁଟୁଛନ୍ତି ଦଲାଲ । ପୋଲିସ ଉପସ୍ଥିତିରେ ଚାଲୁଛି ଏଭଳି କାମ । ଶବର ଗୋଟିଏ ଫଟୋ ଉଠାଇବା ପାଇଁ ସମ୍ପର୍କୀୟଙ୍କ ଠାରୁ ନିଆଯାଉଛି ଶହେ ଟଙ୍କା । ଏସି ରୁମରେ ବସି ଦୀର୍ଘ ବର୍ଷ ହେଲା ଚଳାଇଛନ୍ତି ଠକ ସିଣ୍ଡିକେଟ୍ । ଏସସିବି ମେଡିକାଲର କୋଠରୀରେ ବସି ଅସହାୟ ଲୋକଙ୍କୁ ଲୁଟୁଥିବା ଏହି ବ୍ୟକ୍ତିଙ୍କ ଉପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ନଜର କେମିତି ପଡ଼ିନି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Dalal Demands Rs 100 For Photo Copy Of Dead Body In SCB Medical

ତେବେ ଶବ ଫଟୋ ପାଇଁ ଟଙ୍କା ଆଦାୟ ବେଳର ଭିଜୁଆଲ୍ ନନ୍ଦିଘୋଷ ଟିଭି ହାତରେ ଲାଗିବା ପରେ ସଫେଇ ଦେଇଛନ୍ତି ଏସିସିବି କର୍ତ୍ତୃପକ୍ଷ । ଏସସିବିରେ କୌଣସି ସେବା ପାଇଁ ଦେୟ ଦେବାକୁ ପଡ଼େ ନାହିଁ । ଯଦି କେହି ଟଙ୍କା ମାଗୁଥାନ୍ତି, ଏହାକୁ ମେଡିକାଲ ପ୍ରଶାସନ ନଜରକୁ ଆଣିବାକୁ ଏସସିବି କର୍ତ୍ତୃପକ୍ଷ କହିଛନ୍ତି । ଏହାସହ ଶବ ଫଟୋ ପାଇଁ ଟଙ୍କା ଆଦାୟ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।

୨୦୧୪ ପରେ ବିଦେଶରେ ଆତ୍ମହତ୍ୟା କଲେଣି ୪ ହଜାରରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ଚାକିରି କରିବାକୁ ଘରଛାଡ଼ି ବିଦେଶ ଯାଉଛନ୍ତି ଭାରତୀୟ । କିନ୍ତୁ ପରିଣତି ମୃତ୍ୟୁ । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।  ନିକଟରେ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଆକଳନରେ ଏହାର ଖୁଲାସା ହୋଇଛି । ଆକଳନ ଅନୁସାରେ, ଯୁକ୍ରରାଷ୍ଟ୍ର ଆମେରିକାରେ ୧୨୨ ଆତ୍ମହତ୍ୟା, ସାଉଦି ଆରବରେ ୧୨୪, ଓମାନରେ ୩୫୧, ବହରିନରେ ୧୮୦ ଏବଂ କତରରେ ୧୬୫ ଆତ୍ମହତ୍ୟା ହୋଇଛି ।  ୨୦୧୪ ପରଠାରୁ ଏପର୍ଯ୍ୟନ୍ତ ୪ ହଜାର ୫ ଜଣ ଭାରତୀୟ ଆତ୍ମହତ୍ୟା କରିଛନ୍ତି ।

ମାଲେସିଆରେ ୨୫୪, ଇଟାଲିରେ ୬୫, ଅଷ୍ଟ୍ରେଲିଆରେ ୩୩, କାନାଡ଼ାରେ ୩୦ ଏବଂ ଆମେରିକାରେ ୧୯ ଜଣ ଭାରତୀୟ ଆତ୍ମହତ୍ୟା କରିଛନ୍ତି । ବିଦେଶ ମନ୍ତ୍ରଣାଳୟର କହିବା ହେଉଛି ଏହି ସମସ୍ତ ହତ୍ୟା ବା ଆତ୍ମହତ୍ୟା ପଛରେ ରହିଛି ପାରିବାରିକ କଳହ ।

ବିଶେଷଜ୍ଞଙ୍କ ଅନୁସାରେ, ବିଦେଶରେ ଏମାନେ ଅଧିକ କାମ ଚାପରେ ରହୁଛନ୍ତି । ଏହା ମଧ୍ୟ ଆତ୍ମହତ୍ୟାର ଏକ କାରଣ ହୋଇପାରେ । କିନ୍ତୁ ବିଦେଶ ମନ୍ତ୍ରଣାଳୟର କହିବା ହେଉଛି ବିଦେଶରେ ରହୁଥିବା ଭାରତୀୟଙ୍କୁ ପ୍ରଥମିକତା ଦିଆଯାଏ । ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରାଯାଏ ।

ମାଲ୍ୟା, ନୀରବ ମୋଦୀଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି ବୋରିସ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଆଜି ଏକ ବଡ଼ ବୟାନ୍ ଦେଇଛନ୍ତି । ଯେତେବେଳେ ତାଙ୍କୁ ପଳାତକ ନୀରବ ମୋଦୀ ଏବଂ ବିଜୟ ମାଲ୍ୟାଙ୍କୁ ନେଇ ପ୍ରଶ୍ନ ପଚରା ଯାଇଥିଲା, ସେ ଏହାର ଉତ୍ତର ରଖିଥିଲେ । ସେ କହିଥିଲେ ଯେ, ମୁଁ ଦୁହିଁଙ୍କୁ ଭାରତକୁ ହସ୍ଥାନ୍ତର କରିବାକୁ ଚାହୁଁଛି ।

ସେ କହିଥିଲେ ଯେ, ଆପଣ ଯେଉଁ ଦୁହିଁଙ୍କ କଥା କହୁଛନ୍ତି ଆମେ ତାଙ୍କୁ ଭାରତ ପଠେଇବାକୁ ଚାହୁଁଛୁ । ଆଇନ ନ ମାନି ଆମ ଦେଶରେ ଆଶ୍ରୟ ନେଇଥିବା ବ୍ୟକ୍ତିଙ୍କୁ ଆମେ କେବେବି ପ୍ରସୟ ଦେବୁନି । ବ୍ରିଟେନରେ କାମ କରୁଥିବା କିଛି ଖଲିସ୍ଥାନୀ ସଂଗଠନକୁ ମଧ୍ୟ ସନସନ ସ୍ପଷ୍ଟ କରିଛନ୍ତି । ତାଙ୍କ ତରଫରୁ ଏକ ଆତଙ୍କବାଦୀ ବିରୋଧୀ ଟାସ୍କ ଫୋର୍ସ ଗଠନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଜନସନ କହିଥିଲେ ଯେ, ଆଗାମୀ ସପ୍ତାହରେ ପୁଣିଥରେ କିଭରେ ବ୍ରିଟେନ ତରଫରୁ ଦୂତାବାସ ଖୋଲିଦିଆଯିବ । ଭାରତ ଗସ୍ତରେ ଆସି ତାଙ୍କର ସମ୍ପର୍କ ଆହୁରୀ ମଜବୁତ ହୋଇଛି ବୋଲି ସେ କହିଥିଲେ ।

ଲାହୋର ରାଲିରେ ଭାରତକୁ ପ୍ରଶଂସା କଲେ ଇମ୍ରାନ୍‌ ଖାନ୍‌

ନୂଆଦିଲ୍ଲୀ: ଭାରତର ବୈଦେଶିକ ନୀତିକୁ ପୁଣିଥରେ ପ୍ରଶଂସା କରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତିଯେ, ଭାରତର ବୈଦେଶିକ ନୀତି ପାକିସ୍ତାନଠାରୁ ଭିନ୍ନ । ଏହା  ଭାରତର ଲୋକଙ୍କ ଉତ୍ତମ ସୁବିଧା ପାଇଁ ତିଆରି ହୋଇଛି ।

ଲାହୋରର ଏକ ରାଲିରେ ଭାଷଣ ଦେଉଥିବାବେଳେ ଇମ୍ରାନ୍‌ କହିଛନ୍ତିଯେ, ଆମେରିକା ସହିତ ଭାରତର ଏକ ରଣନୀତିକ ବୁଝାମଣା ରହିଥିବା ବେଳେ ଋଷିଆଠାରୁ ତେଲ କିଣୁଛି । ଭାରତର କହିବା ହେଉଛି ସେ ଲୋକଙ୍କ ଭଲ ପାଇଁ ଏ ସବୁ କରୁଛି । କିନ୍ତୁ ଆମ ବୈଦେଶିକ ନୀତି ଆମ ଦେଶର ଲୋକମାନଙ୍କ ଭଲ ପାଇଁ କରାଯାଇନାହିଁ  ବରଂ ଅନ୍ୟମାନଙ୍କ ପାଇଁ କରାଯାଇଛି ।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ଇମ୍ରାନ୍‌ ଭାରତକୁ ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ଭାରତର ବୈଦେଶିକ ରଣବୀତିକୁ ପ୍ରଶଂସା କରିଥିଲେ ଇମ୍ରାନ୍‌ । ସେ କହିଥିଲେଯେ ଭାରତର ବୈଦେଶିକ ରଣନୀତି ସ୍ୱାଧୀନ ଏବଂ ଲୋକଙ୍କ ପାଇଁ ।

ଏହା ପୂର୍ବରୁ ପଂଖତୁଖ୍ୱାର ମାଲାକାନ୍ଦ ଅଞ୍ଚଳରେ ଏକ ରାଲିରେ ଇମ୍ରାନ୍‌ କହିଥିଲେଯେ, ମୁଁ ଆମର ପଡ଼ୋଶୀ ଦେଶକୁ ପ୍ରଶଂସା କରୁଛି । କାରଣ ସେମାନଙ୍କର ଏକ ସ୍ୱାଧୀନ ବୈଦେଶିକ ରଣନୀତି ରହିଛି । ଏବେ ଭାରତ ଆମେରିକା ସହିତ ଏକ ଚୁକ୍ତିରେ ମଧ୍ୟ ବନ୍ଧା । ସେମାନେ QUADର ଅଂଶ । ତେବେ ଋଷିଆ ଗସ୍ତ ପଛର କାରଣ ମଧ୍ୟ କହିଥିଲେ ଇମ୍ରାନ୍‌ । ସେ ମଧ୍ୟ ଭାରତକୁ ଅନୁକରଣ କରିବାକୁ ଚାହୁଁଥିଲେ ।

ରତ୍ନ ପଥର ଚୋରା ଖନନ ବେଳେ ଅଘଟଣ, ମାଟି ଅତଡ଼ା ଖସି ୩ ଜଣଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଗୁଲମୀ ଗାଁ ନିକଟରେ ବଡ଼ ଅଘଟଣ ଘଟିଛି । ମାଟି ଅତଡ଼ା ଖସି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରତ୍ନ ପଥର ଚୋରା ଖନନ ସମୟରେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ମାଟି ତଳେ ଦବି ଯାଇଛନ୍ତି ତିନି ଜଣ ଶ୍ରମିକ । ଗାଁ ନିକଟ ଜଙ୍ଗଲରେ ଥିବା ଏକ ମାଇନ୍ସରେ କାମ କରୁଥିବା ବେଳେ ମାଟି ଅତଡ଼ା ଖସିଥିବା ସୂଚନା ମିଳିଛି ।

ଘଞ୍ଚ ଜଙ୍ଗଲ ଭିତରେ ବେଆଇନ୍ ଭାବେ ଖନନ୍ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ପ୍ରାୟ ୧୦ ଫୁଟ୍ ତଳକୁ ମାଟି ଅତଡ଼ା ଖସି ପଡ଼ିଛି । ତେବେ ଏ ଖନନ କାର୍ଯ୍ୟରେ କେତେ ଶ୍ରମିକ ନିୟୋଜିତ ଥିଲେ, କିଏ ଠିକାଦାର ଜଣାପଡ଼ିନାହିଁ ।

ହଠାତ୍‌ ମାରିଲା ବାତ, ଟ୍ରାକକୁ ଖସି ଚାଲିଗଲା ପୁଲିସଙ୍କ ଜୀବନ

ନୂଆଦିଲ୍ଲୀ: ଗତ ଶନିବାର ରାତିରେ ଆଗ୍ରା ରେଲଓ୍ୱେ ଷ୍ଟେସନରେ କେହି କିଛି ବୁଝିବା ପୂର୍ବରୁ ଆପେ ଆପେ ଘଟିଗଲା ଏକ ଅଘଟଣ । ହଠାତ୍‌ ଜଣେ ପୁଲିସ୍‌ କନଷ୍ଟେବଲ ରେଲଓ୍ୱେ ଟ୍ରାକକୁ ଖସି ପଡ଼ିଲେ ଏବଂ ଚଳନ୍ତା ରେଲଓ୍ୱେରେ ଜୀବନ ଚାଲିଗଲା । ପୋଲିସର କହିବା ହେଉଛି ବ୍ୟକ୍ତିଙ୍କ ନାମ  ରିଗାଲ କୁମାର ସିଂ ଏବଂ ଘର ଉତ୍ତରପ୍ରଦେଶର ବିଜନୋରରେ ।

 

ଏହି ଭୟଙ୍କର ସିସିଟିଭି ଭିଡ଼ିଓ ଏବେ ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳିଛଯେ, କନଷ୍ଟେବଳ ଜଣକ ପ୍ଲାଟଫର୍ମର ଏକ ଖାଲି ସ୍ଥାନରେ ଛିଡ଼ା ହୋଇଛନ୍ତି । ପଛପଟେ ଯାଉଛି ମାଲବାହୀ ଟ୍ରେନ୍‌ । ହଠାତ୍‌ ବ୍ୟକ୍ତି ଜଣକ ଘୁରିବାକୁ ଲାଗୁଛନ୍ତି ଏବଂ କିଛି କ୍ଷଣ ମଧ୍ୟରେ ରେଲଓ୍ୱେ ଟ୍ରାକକୁ ଖସି ପଡ଼ୁଛନ୍ତି । ବିଶେଷଜ୍ଞଙ୍କ କହିବା ହେଉଛି ଏହି ରୋଗ କାଁ ଭାଁ ଦେଖିବାକୁ ମିଳେ । ଘଟଣା ସ୍ଥଳରେ ଜଣେ ଟିଟିଇ ପହଞ୍ଚିଲେ ସତ କିନ୍ତୁ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ହସ୍ପିଟାଲକୁ ପୁଲିସ ଜଣକୁ ଭର୍ତ୍ତି କରାଗଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କଲେ ।  ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ପରିବାର ଲୋକଙ୍କୁ ଏହି ଭିଡ଼ିଓ ଦେଖିବା ପରେ ଗଭୀର ଆଘାତ ପହଞ୍ଚିଛି । ସୁସ୍ଥ ଥିବା ବ୍ୟକ୍ତି ଜଣଙ୍କ ସହିତ ଏହା କିଭଳି ଘଟିଲା ତାହା ସମସ୍ତଙ୍କ କଳ୍ପନା ବାହାରେ ।  କନଷ୍ଟେବଳଙ୍କର ପତ୍ନୀ ଏବଂ ଦୁଇଟି ପିଲା ଅଛନ୍ତି ।  ୨୦୧୧ ରେ ସେ ୟୁପି ପୁଲିସରେ ଯୋଗ ଦେଇଥିଲେ  ଏବଂ ଏହାପରେ  GRPକୁ (Government Railway Police)କୁ ସ୍ଥାନାନ୍ତର ହୋଇଥିଲେ ।

୯ ବର୍ଷ ବୟସରୁ ମଡେଲିଂ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ବଲାଙ୍ଗିରର ଅସ୍ମି

ବଲାଙ୍ଗିର: କୁନି ଝିଅ ଅସ୍ମି ମିଶ୍ର, ବୟସ ମାତ୍ର ୯ ବର୍ଷ । ନିଜର ଅନନ୍ୟ ପ୍ରତିଭାରେ ସମସ୍ତଙ୍କୁ ଆକର୍ଷିତ କରିଛି । ଡ୍ୟାନ୍ସ , ମଡେଲିଂ ସାଙ୍ଗକୁ ନିଖୁଣ ଅଭିନୟ ଦେଖାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଏହି ବିସ୍ମୟ ବାଳିକା । ଝିଅର ସଫଳତା ପରେ ପରିବାରରେ ଖୁସିର ମାହୋଳ ଖେଳି ଯାଇଛି । କୁନି ବୟସରୁ ଅନନ୍ୟ ପ୍ରତିଭାର ଅଧିକାରୀ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ରାଜୀବନଗର ପଡ଼ାର ଅସ୍ମି ମିଶ୍ର ।

9 Year Old Ashmi Mishra Of Bolangir In India Book Of Record

ମାତ୍ର ୯ ବର୍ଷ ବୟସରୁ ମଡେଲିଂରେ ପାଦ ଥାପି କୁନି ମଡେଲ ହୋଇଛନ୍ତି । ସେହିପରି ଡ୍ୟାନ୍ସରେ ଧୁମ୍ ମଚାଇବା ସହ ଅଭିନୟରେ ନିଖୁଣ ଛାପ ଛାଡ଼ି ସମସ୍ତଙ୍କୁ ଆକର୍ଷିତ କରିଛନ୍ତି ଏହି କୁନି ଝିଅ । ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଜଣେ ମେଧାବୀ ଛାତ୍ରୀ ହେବା ସଙ୍ଗେ ସଙ୍ଗେ ଛୋଟ ବେଳୁ ଡ୍ୟାନ୍ସିଂ ଓ ମଡେଲିଂରେ ଶିକ୍ଷା ଗ୍ରହଣ କରୁଛନ୍ତି ଅସ୍ମି । ଓଡ଼ିଶୀ ନୃତ୍ୟ, ପାରମ୍ପରିକ ଲୋକ ନୃତ୍ୟ, ବଲିଉଡ୍ ଆଦି ବିଭିନ୍ନ ଡ୍ୟାନ୍ସ ଶିଖୁଛନ୍ତି ।

9 Year Old Ashmi Mishra Of Bolangir In India Book Of Record

୨୦୨୦ରେ ଫଟୋ ଜେନିକ୍ କିଡ୍, ବେଷ୍ଟ କିଡ୍ ଆଦି ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ଟାଇଟଲ୍ ମଧ୍ୟ ହାତେଇଛନ୍ତି । ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ପରିବାରରେ ଖୁସିର ମାହୋଲ । କୋମଳ ବୟସରେ କଳାରେ ପାରଦର୍ଶିତା ଦେଖାଇଛନ୍ତି କୁନି ଝିଅ ଅସ୍ମି । ଆଗକୁ ଜଣେ ମଡେଲ ହେବାର ଲକ୍ଷ୍ୟ ରଖିଛନ୍ତି । ଅସ୍ମିଙ୍କ ଏଭଳି ପ୍ରତିଭା ଦେଖିବା ପରେ ସବୁଠୁ ଶୁଭେଚ୍ଛାର ସୁଅ ଛୁଟିଛି ।