spot_img
Home Blog Page 4499

ନାଇଜର କ୍ୟାମ୍ପସ ଛାତରୁ ଡେଇଁ ଛାତ୍ରୀ ମୃତ

ଭୁବନେଶ୍ବର: ନାଇଜରରେ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । କ୍ୟାମ୍ପସ ଛାତରୁ ଡେଇଁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ଛତିଶଗଡ଼ର ପୂଜା ଜେଠଓ୍ବାନୀ ବୋଲି ଜଣାପଡିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ପୂଜା ଫିଜିକ୍ସ ବିଭାଗରେ ପିଏଚଡି ପଞ୍ଚମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ କରିଛି ପୋଲିସ । ପୂଜାଙ୍କ ପରିବାର ଲୋକଙ୍କୁ ଅବଗତ କରିବା ସହ ଜଟଣୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଛାତ୍ରୀ ଜଣଙ୍କ କାହିଁକି ଏମିତି ପଦକ୍ଷେପ ନେଲେ ? ଏଥିପାଇଁ କାହିଁକି କଲେଜ୍ କ୍ୟାମ୍ପସକୁ ବାଛିଲେ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଭାରତ ମିଶାଇଲର ଜବାବ ଆମେ ଦେଇପାରିଥାନ୍ତୁ: ଇମ୍ରାନ ଖାନ୍

ଇସଲାମାବାଦ୍: ଭୁଲରେ ଭାରତର ମିସାଇଲ ପାକିସ୍ତାନରେ ପଡ଼ିବାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଇମ୍ରାନ । ଏନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ରବିବାର କହିଛନ୍ତି ଯେ, ଆମେ ଭାରତୀୟ ମିସାଇଲ ପାକିସ୍ତାନରେ ପଡ଼ିବା ପରେ ତାର ଉତ୍ତର ଦେଇପାରିଥାନ୍ତୁ କିନ୍ତୁ ଆମେ ସଞ୍ଜମତା ରକ୍ଷା କରିଥିଲୁ । ସୁଚନା ଥାଉ କି, ଭାରତର ଏକ ମିସାଇଲ ଭୁଲ ବସତ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ପଡ଼ିଥିଲା ।

୯ମାର୍ଚ୍ଚରେ ଏକ ମିସାଇଲ ଲାହୋରଠାରୁ ପାଖାପାଖି  ୨୭୫କିମୋମିଟର ଦୂର ପାକିସ୍ତାନ ଅଞ୍ଚଳରେ ପଡ଼ିଥିଲା । ଯଦିଓ  ଏଛିରେ କୌଣସି ଜୀବନ ହାନି ହୋଇନଥିଲା କିନ୍ତୁ ଏଥିରେ ଏକ ଶିତଳ ଭଣ୍ଡାର ନଷ୍ଟ ହୋଇଯାଇଥିଲା । ତେବେ ରବିବାର ଦିନ ଇମ୍ରାନ ଖାନ୍ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଘଟଣାକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ମିସାଇଲର ଆମେ ମଧ୍ୟ ଉତ୍ତର ଦେଇପାରିଥାନ୍ତୁ କିନ୍ତୁ ଆମେ ସଞ୍ଜମତା ରକ୍ଷା କଲୁ । ତେବେ ଏହି ରାଲିରେ ଇମ୍ରାନ ଦେଶର ସୁରକ୍ଷା କଥା ମଧ୍ୟ କହିଛନ୍ତି ।

ଏହାପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଶନିବାର କହିଥିଲା ଯେ, ମିସାଇଲ ପଡ଼ିବା ନେଇ ଭାରତ ଯେଉଁ କାରଣ ଦର୍ଶାଇଥିଲା ସେଥିରେ ଆମେ ସନ୍ତୁଷ୍ଟ ନୁହଁ । ଆମେ ଜାଣିବାକୁ ଚାହୁଁଛୁ ଯେ, ଭାରତ ତରଫରୁ କେଉଁ ମିଶାଇଲ କ୍ଷେପଣ କରାଯାଇଥିଲା ଏବଂ ଏହାର ନିର୍ଦ୍ଧିଷ୍ଟ କାରଣ କଣ ଥିଲା । ମନ୍ତ୍ରଣାଳୟ ତରଫରୁ ଏହା ମଧ୍ୟ କୁହା ଯାଇଛି ଯେ, ଏତେ ଗମ୍ଭୀର ଘଟଣାରେ ଏମିତି ଶସ୍ତା ସ୍ପଷ୍ଟିକରଣ ଦିଆଯାଇ ବନ୍ଦ କରାଯାଇପାରିବ ନାହିଁ । କାହିଁକି ନା ମିସାଇଲ ପାକିସ୍ତାନରେ ହିଁ ପଡ଼ିଛି । ତେଣୁ ଆମେ ଅଧିକ ଯାଞ୍ଚର ଦାବି କରୁଛୁ ।

ଓବାମାଙ୍କୁ କରୋନା: ଆଶୁ ଆରୋଗ୍ୟ କାମନା କଲେ ମୋଦି

ଓ୍ବାଶିଂଟନ: କିଛିଦିନର ବ୍ୟବଧାନ ପରେ ପୁଣି ଫେରିଛି କରୋନା । ଚୀନରେ କରୋନା ମାଡି ଚାଲିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଋଷରେ ନେଇଛି ସବୁଠାରୁ ବେଶି ୫୦୦ରୁ ଅଧିକ ଲୋକଙ୍କ ଜୀବନ । ଏପଟେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରକ ଓବାମାଙ୍କୁ କରୋନା ହୋଇଥିବା ଜଣାପଡିଛି । ଟ୍ବିଟ କରି କରୋନା ପଜିଟିଭ ଥିବା ନିଜେ ଓବାମା ଜଣାଇଛନ୍ତି । ସେ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ‘କିଛିଦିନ ହେଲା ମୋ ଗଳାରେ ଯନ୍ତ୍ରଣା ହେଉଥିଲା । ଚେକଅପ୍ ପରେ ମୁଁ କରୋନା ପଜିଟିଭ ଥିବା ଡାକ୍ତର କହିଥିଲେ । ଏବେ ମୋ ସ୍ବାସ୍ଥାବସ୍ଥାରେ ଉନ୍ନତୀ ଘଟୁଛି ଓ ମୁଁ ସୁସ୍ଥା ଅନୁଭବ କରୁଛି ।’

ସେ ଆହୁରି କହିଛନ୍ତି, ‘ମୋ ସହ ମିଶେଲ (ଓବାମାଙ୍କ ପତ୍ନୀ) ମଧ୍ୟ କରୋନା ଟେଷ୍ଟ କରାଇଥିଲେ । ହେଲେ ସେ କରୋନା ସଂକ୍ରମିତ ହୋଇନାହାନ୍ତି ।’

ଆଶୁ ଆରୋଗ୍ୟ କାମନା କଲେ ମୋଦି

ଓବାମାଙ୍କୁ କରୋନା ହୋଇଥିବା ବେଳେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ୍ କରି ଲେଖିଛନ୍ତି, ‘ଆପଣ ଏବଂ ଆପଣଙ୍କ ପରିବାରର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛି ।’

ସୂଚନାଯୋଗ୍ୟ, ଚୀନରେ ପୁଣି ଥରେ କରୋନା ବ୍ୟାପିବାରେ ଲାଗିଛି । ରବିବାର ଗୋଟିଏ ଦିନରେ ୨୦୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଡାକ୍ତର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ହସ୍ପିଟାଲରେ ଡାକ୍ତରଙ୍କ ଉନ୍ମତ୍ତକାଣ୍ଡ । ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଡାକ୍ତର । ମାଡ଼ ମାରିବା ବେଳର ଭିଡ଼ିଓ ହୋଇଛି ଭାଇରାଲ । ଡାକ୍ତରଙ୍କୁ ଚାକିରିରୁ ବହିସ୍କାର ପାଇଁ ଧାରଣାରେ ବସିଛନ୍ତି ଲୋକେ । ଜାତୀୟ ରାଜପଥ ୧୩୦-ସିକୁ ଅବରୋଧ ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଡାକ୍ତର ଶୈଳେଶ କୁମାର ଦୋରାଙ୍କୁ ପୋଲିସ ଅଟକ ରଖିଛି । ଗତକାଲି ରାତିରେ ଡ୍ୟୁଟିରେ ଥିବା ଡାକ୍ତର ଶୈଳେଶ କୁମାର ଦୋରା କୌଣସି କଥାକୁ ନେଇ ରୋଗୀଙ୍କୁ ମାଡ଼ ମାରିଥିଲେ ।

ସୂଚନା ଅନୁସାରେ, ଗୋଗୀ ଜଣଙ୍କ ପେଟରେ ଜନ୍ତ୍ରଣା ପାଇଁ ଚିକିତ୍ସାଳୟ ଯାଇଥିଲେ । ତେବେ ସେଠାରେ ଥିବା ଡାକ୍ତର ଜଣଙ୍କ ନିଶାସକ୍ତ ଅବସ୍ଥାରେ ରୋଗୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ଏହି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହୋଇଛି । ଜଦିଓ କାରଣ ସ୍ପଷ୍ଟ ହୋଇ ନଥିଲା ତେବେ ଡାକ୍ତରକୁ ଅଟକ ରଖିଛି ପୋଲିସ   ।

ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ

ଛତିଶଗଡ଼:  ଛତିଶଗଡ଼ର ନାରାୟଣପୁରରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଅଧିକରୀ ସହିଦ ହେବା ସହ ଜଣେ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ରାୟପୁର ଏୟାରଲିଫ୍ଟ କରାଯାଇଛି । ନାରାୟଣପୁରର ଏସପି ସଦାନନ୍ଦ କୁମାର କହିଛନ୍ତି ଯେ, ମାଓବାଦୀମାନେ ଯବାନଙ୍କ ରାସ୍ତାରେ ଆଇଇଡ଼ି ଲଗାଇଥିଲେ ।

ସୂଚନା ଅନୁସାରେ,  ସୋମବାର ଦିନ ଆଇଟିବିପିର ଏକ ବାଟାଲିଅନ ପେଟ୍ରୋଲିଂ ପାଇଁ ବାହାରିଥିଲା । ସୋନପୁର ଥାନା ଅଞ୍ଚଳରେ ମାଓବାଦି ଆଇଇଡ଼ି ଲଗାଇଥିବା ବେଳେ ଯବାନମାନେ ଏହି ବିସ୍ଫୋରଣର ଶୀକାର ହୋଇଥିଲେ । ଏଥିରେ ଏଏସଆଇ ରାଜେନ୍ଦ୍ର ସିଂ ସହିଦ ହୋଇଛନ୍ତି । ସେହିପରି ବିସ୍ଫୋରଣରେ ମୁଖ୍ୟ କନଷ୍ଟେବଳ ମହେଶ ଆହତ ହୋଇଥିବା କହିଛନ୍ତି ନାରାୟଣପୁରର ଏସପି ସଦାନନ୍ଦ କୁମାର ।

ତେବେ ଏହାପୂର୍ବରୁ ୧୩ମାର୍ଚ୍ଚରେ ଛତିଶଗଡ଼ରେ ମାଓ ପ୍ରଭାବିତ ଅଞ୍ଚଳ ସୁକମା ଜିଲ୍ଲାରେ ପୋଲିସ ଓ ମାଓବାଦି ସାମ୍ନାସାମ୍ନି ହୋଇଥିଲେ ଏଥିରେ ୨ ଯବାନ ଆହତ ହୋଇଥିଲେ ।

ପୁଣି ଭାଲୁ ଆତଙ୍କ: ଦୁଇ ମହିଳାଙ୍କୁ କଲେ ଲହୁଲୁହାଣ

ନୀଳଗିରି: ନୀଳଗିରି ଉପଖଣ୍ଡ ଔପଦା ଅଞ୍ଚଳ କୁଳଡିଆରେ ପୁଣି ଭାଲୁ ଆତଙ୍କ । ଯାତ୍ରା ଦେଖି ଫେରୁଥିବା ୨ ମହିଳାଙ୍କୁ ଭାଲୁ ଆକ୍ରମଣ । ଗୁରୁତର ଅବସ୍ଥାରେ ଦୁଇ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ମହିଳାମାନେ ଜୁରିଆପାଟଣା ଗାଁର ମଞ୍ଜୁ ମଲ୍ଲିକ ।

ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଯିବାରୁ ଉଭୟଙ୍କ ଜୀବନ ବଞ୍ଚି ଯାଇଥିଲା । ଏହା ପୂର୍ବରୁ କଣ୍ଠିଆଟିକର ଅଞ୍ଚଳର ଜଣେ ଯୁବକଙ୍କୁ ଭାଲୁ ଆକ୍ରମଣ କରିଥିଲା । ସେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

 

ଯନ୍ତ୍ରୀଙ୍କ ଗାଡି ପ୍ରେମ: ଚଢୁଛନ୍ତି ୩୦ ଲକ୍ଷ ଟଙ୍କାର ଗାଡି, ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ପୂର୍ତ୍ତ ବିଭାଗ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢାଉ । ଯାଞ୍ଚ ଯେତେ ଆଗଉଛି ଯନ୍ତ୍ରୀଙ୍କ ସମ୍ପତ୍ତି ଗୁମର ଖୋଲିବାରେ ଲାଗିଛି । ଯନ୍ତ୍ରୀଙ୍କ ରୁ ୮୪ ହଜାର ୫ ଶହ ଟଙ୍କା ନଗଦ ଜବତ କରାଯାଇଛି । ଏହାସହ ବାଇ୍ ସୌଖୁନୀ ଅଜୟ ଏବଂ ତାଙ୍କ ପୁଅ ଦାମୀ ଗାଡି ଚଢୁଥିବା ଜଣାପଡିଛି ।

ଅଜୟଙ୍କ ପାଖରେ ୩୦ ଲକ୍ଷ ଟଙ୍କାର ବାଇକ୍ ଥିବା ଜଣାପଡିଛି । ଏଥିରେ ୮ ଲକ୍ଷ ଟଙ୍କାର ଦୁକାଟି ବାଇକ୍, ସାଢେ ୫ ଓ ୭ ଲକ୍ଷ ଟଙ୍କାର ୨ଟି ହାର୍ଲି ଡେଭିଡସନର ରହିଛି । ଏହାସହ ୭୦ ହଜାର ଗୋଟିଏ ଗ୍ରାଜିଆ ସ୍କୁଟି ଓ ୫୫ ହଜାର ଟଙ୍କାର ଡିଓ ସ୍କୁଟି ଠାବ ହୋଇଛି । ୮ ଲକ୍ଷ ଟଙ୍କାର ହ୍ୟୁଣ୍ଡାଇ i-10 କାର ମଧ୍ୟ ଜବତ ହୋଇଛି । ବିଭିନ୍ନ ସ୍ଥାନରେ ୧୦ଟି ପ୍ଲଟ, ୩ଟି ବିଲ୍ଡିଂରେ ଚାଲିଛି ରେଡ୍ ।

ଭୁବନେଶ୍ବର ଆର୍ ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ପଶିଛନ୍ତି ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ବର ପଟିଆ ଶ୍ରୀବିହାର ସ୍ଥିତ ସାଇ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଭଡା ଘର, ନନ୍ଦନକାନନ ନିକଟ ରଘୁନାଥ ମୌଜାରେ ଥିବା ଘର, ନିର୍ମାଣ ସୌଦ୍ଧ କାର୍ଯ୍ୟାଳୟରେ ଚାଲିଛି ରେଡ୍ । ସେହିପରି ଢେଙ୍କାନାଳ ତାରିଣୀ ନଗରରେ ଥିବା ୩ ମହଲା କୋଠା, ସଦର ଅଳସୁଆ ମୌଜାରେ ଥିବା ଘର, ତାଳଚେର କାକୁଡିଠାରେ ଥିବା ପୈତୃକ ଘରେ ଚାଲିଛି ଚଢାଉ ।  ରେଡ ବେଳେ କିଛି ପାସବୁକ୍, ଏଟିଏମ ଓ ଇନସ୍ୟୁରାନ୍ସ ପେପର ଜବତ କରିଛି ଭିଜିଲାନ୍ସ । ଭିଜିଲାନସ ଡିଏସପି ଅନିରୁଦ୍ଧ ନାୟକଙ୍କ ନେତୃତ୍ବରେ ଚାଲିଛି ଚଢ଼ାଉ । ଚଢାଉରେ ୫ ଡିଏସପି, ୧୧ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ଆହୁରି ଶକ୍ତିଶାଳୀ ହେଲା ବ୍ରହ୍ମୋସ ମିସାଇଲ

ନୂଆଦିଲ୍ଲୀ: ଭାରତର ବ୍ରହ୍ମୋସ ମିସାଇଲ ଭୁଲରେ ପାକିସ୍ତାନରେ ପଡ଼ିବାକୁ ନେଇ ବିବାଦ ମଧ୍ୟରେ ଆସିଛି ଖୁସି ଖବର । ବ୍ରହ୍ମୋସ ସୁପରସୈନିକ କ୍ରୁଜ ମିସାଇଲ ତାର ଶକ୍ତିକୁ ବଢାଇବାକୁ ଯାଉଛି । ଏହି ମିସାଇଲ ବର୍ତ୍ତମାନ ୮୦୦କିଲୋମିଟର ଦୂର ପର୍ଯ୍ୟନ୍ତ ଶତ୍ରୁଙ୍କୁ ମାରିବାରେ ସକ୍ଷମ ହେବ । ପ୍ରଥମେ ଏହାର ଦୂରତା ୩୦୦ କିଲୋମିଟର ଥିଲା ତେବେ ଏହାରକୁ ବଢାଇ ୫୦୦ କିଲୋମିଟର କରାଯାଇଥିଲା ।  ପରେ ଏଥିରେ ପରିବର୍ତ୍ତନ କରାଯାଇ ଆହୁରି ଅଧିକ କରାଯାଇଛି । ଏହି ମିସାଇଲକୁ ସୁଖୋଇ ୩୦ଏମକେଆଇ (Su-30MKI) ଯୁଦ୍ଧ ବିମାନରେ ଲଗାଯାଇଛି ।

ସୂଚନା ଅନୁସାରେ, ବ୍ରହ୍ମୋସ ସୁପରସୈନିକ କ୍ରୁଜ ମିସାଇଲର କ୍ଷମତାକୁ ନିକଟରେ ସଫଳତା ପୂର୍ବକ ବଢାଇ ୫୦୦କିଲୋମିଟର କରାଯାଇଥିଲା । ଏହା କେବଳ ସଫ୍ଟୱେୟାରକୁ ଅପଗ୍ରେଡ କରିବା କାରଣରୁ ସମ୍ଭବ ହୋଇଛି । ମିସାଇଲରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏବଂ ଏହି ମିସାଇଲର କ୍ଷମତା ୮୦୦ କିମି କରିବାରେ ସଫଳ ହୋଇଛି । ଯୁଦ୍ଧ ବିମାନ ମାଧ୍ୟମରେ ଏହାକୁ ଅଧିକ ଉଚ୍ଚରୁ ମଧ୍ୟ କ୍ଷେପଣ କରିହେବ ।

ଭାରତୀୟ ବାୟୁସେନା ତାର ୪୦ସୁଖୋଇ ବିମାନ ଉପରେ ବ୍ରହ୍ମୋସ କ୍ରୁଜ ମିସାଇଲ ଲଗାଇଛି । ଏହି ମିସାଇଲ ଅଧିକ ଶକ୍ତିଶାଳି  ଏବଂ ଏହା ଖୁବ୍ ଦୂରରୁ ଶତ୍ରୁଙ୍କୁ ନିପାତ କରିବାରେ ସଫଳ ହେବ । ଏହି ବିମାନକୁ ପ୍ରଥମେ ତାମିଲନାଡ଼ୁର ତଞ୍ଜାବୁର ଏୟାରବେସ ଉପରେ ରଖାଯାଉଥିଲା । କିନ୍ତୁ ପରେ ଚୀନ ସହ ଲଦାଖରେ ହୋଇଥିବା ଘଟଣା ପରେ ଏହାକୁ  ଉତ୍ତର ସୀମାରେ ରଖାଯାଇଛି ।

ୟୁକ୍ରେନର ୧୯ ସହର ଉପରେ ଋଷ ପିଙ୍ଗିବ ବୋମା

କିଭ୍: ଯୁଦ୍ଧର ୧୯ତମ ଦିନରେ ୟୁକ୍ରେନର ୧୯ଟି ସହରର ଉପରେ ଋଷ ଏୟାର ଷ୍ଟ୍ରାଇକ୍ କରିବାର ଆଶଙ୍କ । ଏହି ୧୯ଟି ସହରରେ ଏୟାର ଷ୍ଟ୍ରାଇକ ସାଇରନ ବାଜି ସାରିଛି । ରାଜଧାନୀ କିଭ୍ ଓ ଖାର୍କିଭ୍ ଉପରେ ଋଷର ଆକ୍ରମଣ ଜାରି ରହିଛି । ଏପଟେ ଆଜି ଉଭୟ ରାଷ୍ଟ୍ର ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବାର ଅଛି । ଏହା ପୂର୍ବରୁ ହୋଇଥିବା ୩ଟି ଆଲୋଚନାରୁ କିଛି ସଫଳତା ମିଳିନି ।

ସେପଟେ, ଋଷ ସେନା ସପକ୍ଷରେ ବାହାରୀଥିବା ଚିଚିନ୍ୟା ବିଦ୍ରୋହୀ କିଭ୍ ନିକଟରେ ପହଞ୍ଚି ଯାଇଛନ୍ତି । ଏହି ବିଦ୍ରୋହୀ ଲଢାକୁ ୟୁକ୍ରେନ ସେନା ଉପରେ ଲଗାତାର ଆକ୍ରମଣ ଜାରି ରଖିଛନ୍ତି । କିଭ୍ ପାଖରେ ପହଞ୍ଚିବା ପରେ ବିଦ୍ରୋହୀ ଲଢାକୁ ଭିଡିଓ ଜାରି କରି କିଭ୍ ପାଖରେ ଥିବା ୟୁକ୍ରେନ ସେନାର ଏକାଧିକ ପଏଣ୍ଟକୁ ଧ୍ବଂସ କରି ଦେଇଥିବା ଦାବି କରିଛନ୍ତି ।

ଏହା ପୂର୍ବରୁ ରବିବାର ଋଷ, ୟୁକ୍ରେନର ଏକ ସୈନ୍ୟ ପ୍ରତିଷ୍ଠାନ ଉପରକୁ ଆକ୍ରମଣ କରିଥିଲା । ଏଥିରେ ୧୮୦ ବିଦେଶୀ ହତ୍ୟାକାରୀଙ୍କୁ ମୃତ୍ୟୁ ଘଟିଥିବା ଋଷ ଦାବି କରିଥିଲା । ଏହି ସୈନ୍ୟ ପ୍ରତିଷ୍ଠାନ ଉପରେ ଋଷ ପକ୍ଷରୁ ୩୦ରୁ ଅଧିକ ମିଜାଇଲ ଫିଙ୍ଗିଥିବା ଜଣାପଡିଛି । ଅନ୍ୟପକ୍ଷରେ ଋଷ ଆକ୍ରମଣରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୪ ଆହତ ହୋଇଥିବା ୟୁକ୍ରେନ ପ୍ରତିରକ୍ଷା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ଋଷ-ୟୁକ୍ରେନ ଯୁଦ୍ଧ ସମାପ୍ତି ଲାଗି କଥା ହେବେ ଆମେରିକା-ଚୀନ

ରୋମ: ଘଟିପାରେ ଋଷ-ୟୁକ୍ରେନ ଯୁଦ୍ଧରେ ପରିସମାପ୍ତି । ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚୀନ । ଦୁଇ ରାଷ୍ଟ୍ରର ପ୍ରତିନିଧି ଋଷ-ୟୁକ୍ରେନ ଯୁଦ୍ଧ ପରିସମାପ୍ତି ଲାଗି ରୋମରେ କରିବେ ଆଲୋଚନା ।

ଆଲୋଚନାରେ ଚୀନ ପକ୍ଷରୁ ବୈଦେଶିକ ନୀତି ପରାମର୍ଶଦାତା ୟାଙ୍ଗ ଜେଇଚି ଓ ଆମେରିକାର ନିରାପତ୍ତା ପରାମର୍ଶଦାତା ଜେକ୍ ସୁଲିଭାନ ସାମିଲ ହେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତ୍ୟେକ୍ଷ ହସ୍ତକ୍ଷେପ ପରେ ଏହି ବୈଠକ ଆୟୋଜିତ ହେଉଛି । ୟୁକ୍ରେନ ଉପରେ ଆକ୍ରମଣ ଏବଂ ବିଶ୍ବ ନିରାପତ୍ତା ଉପରେ ଏହାର ପ୍ରଭାବ ସମ୍ପର୍କରେ ଦୁଇ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେବ ।

ୟୁକ୍ରେନରେ ଆମେରିକା ସହାୟତାରେ ଜୈବିକ ଓ ରାସାୟନିକ ଅସ୍ତ୍ର ତିଆରି ଚାଲିଥିବା ନେଇ ଋଷର ଦାବି ପ୍ରସଙ୍ଗରେ କ୍ଷୁବ୍ଧ ହୋଇଥିଲା ଆମେରିକା । ଏହି ଘଟଣାରେ ଗୁଜବକୁ ପ୍ରଶୟ ଦେଉଥିବାରୁ ବେଜିଂ ଉପରେ ବି ହ୍ବାଇଟ୍ ହାଉସ ଦୋଷ ଲଦିଥିଲା । ଦୁଇ ପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତାରେ ଏହି ପ୍ରସଙ୍ଗ ବି ସ୍ଥାନ ପାଇବ । ଏହାସହ ୟୁକ୍ରେନରେ ଋଷ ପକ୍ଷରୁ ଜୈବିକ ଓ ରାସାୟନିକ ଅସ୍ତ୍ର ପ୍ରୟୋଗ ଆଶଙ୍କା ଘନୀଭୂତ ହୋଇଥିବାରୁ ଦୁଇ ପକ୍ଷ ଏହାକୁ ଗୁରୁତର ସହ ବିଚାରକୁ ନେବେ । ବିଶେଷ କରି ଋଷ ସପକ୍ଷରେ ଯେପରି ଚୀନ ବାହାରିବ ନାହିଁ ତାହାକୁ ଦୃଷ୍ଟିରେ ରଖି ଏହି ଆଲୋଚନା ଧାର୍ଯ୍ୟ କରାଯାଇଛି । ସେପଟେ ଯୁଦ୍ଧ ସାମଗ୍ରୀ କ୍ଷେତ୍ରରେ ସହଯୋଗ ଲାଗି ଚୀନକୁ ଅନୁରୋଧ କରିଛି ଋଷ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଯୁଦ୍ଧକୁ ୧୯ ଦିନ ବିତିବା ସତ୍ତ୍ବେ ଏହାକୁ ୟୁକ୍ରେନ ଉପରେ ଏକ ଆକ୍ରମଣ ବୋଲି କହି ନାହିଁ ଚୀନ । କେବଳ କଥାବାର୍ତ୍ତା ଜରିଆରେ ବିବାଦର ସମାଧାନ ହେବା ଉଚିତ ବୋଲି ଚୀନ କହିଛି ।