spot_img
Home Blog Page 4509

ଓଡ଼ିଶା କଥା କହୁଥିଲେ, ଓଡ଼ିଆଙ୍କ ପାଇଁ ଲଢୁଥିଲେ

ଭୁବନେଶ୍ୱର: ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ସାରା ରାଜ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । କରୋନା କଟକଣା ଭିତରେ ଆୟୋଜନ କରାଯାଇଛି ବିଭିନ୍ନ କାର୍ଯ୍ୟକ୍ରମ । କିନ୍ତୁ କାହିଁକି ବିଜୁବାବୁଙ୍କ ପାଇଁ ଏତେ ବ୍ୟାପକ ଆୟୋଜନ ? ବିଜୁବାବୁ କେବଳ ରାଜନେତା ନଥିଲେ, ସେ ଥିଲେ ଜନନେତା । ଓଡ଼ିଆଙ୍କ ପାଇଁ କହୁଥିଲେ, ଓଡ଼ିଶା କଥା କହୁଥିଲେ, ଆଉ ସେଥିପାଇଁ ତାଙ୍କୁ ସମେସ୍ତ ହୃଦୟରୁ ଭଲ ପାଉଥିଲେ। ଦକ୍ଷ ସଂଗଠକ, ଓ ରାଜନୀତିର କୁରୁକ୍ଷେତ୍ରରେ ଅପରାଜେୟ ଯୋଦ୍ଧା ଥିଲେ ବିଜୁବାବୁ । ସ୍ୱାଧୀନତା ପରେ ସେ ଦେଶର ଗଣତାନ୍ତ୍ରିକ ସମୃଦ୍ଧି ପାଇଁ ଅଣ୍ଟା ଭିଡିଥିଲେ। ଓଡ଼ିଶା ଥିଲା ବିଜୁବାବୁଙ୍କ ରାଜନୈତିକ ପ୍ରୟୋଗଶାଳା। ଆଜି ତାଙ୍କ ୨୫ତମ ଶ୍ରାଦ୍ଧ ଦିବସରେ ସାରା ରାଜ୍ୟ ମନେ ପକାଉଛି ତାଙ୍କ ବୀରତ୍ୱର ଗାଥା ।

ପ୍ରବାଦପୁରୁଷ, କଳିଙ୍ଗବୀର, ଦ୍ୱିତୀୟ ଖାରବେଳ, ଭୂମିପୁତ୍ର । ଏମିତି ଅନେକ ବିଶେଷଣର ଅଧିକାରୀ ଥିଲେ ବିଜୁ ପଟ୍ଟନାୟକ । ସେ ଓଡ଼ିଶାର ଅନ୍ୟତମ ପରିଚୟ, ସେ ପ୍ରତିଟି ଓଡ଼ିଆଙ୍କ ପରିଚୟ । ଓଡ଼ିଆଙ୍କ ସହ ତାଙ୍କ ସଂପର୍କ ଥିଲା ଅତି ଆତ୍ମୀୟତାର ସମ୍ପର୍କ। ଓଡ଼ିଶାର ସ୍ୱାଭିମାନ ପାଇଁ ସାରା ଜୀବନ ସଂଘର୍ଷ କରିଥିଲେ ବିଜୁବାବୁ । ରାଜନୀତିର କୁରୁକ୍ଷେତ୍ରରେ ସାଜିଥିଲେ ରାଷ୍ଟ୍ର ନାୟକ। କଟକରୁ ଆରମ୍ଭ ହୋଇଥିଲା ଏହି ବିଚକ୍ଷଣ ରାଜନେତାଙ୍କ ଜୀବନ ଯାତ୍ରା। ରାଜନୀତିର ମହାନାୟକ, ନୂଆ ଓଡ଼ିଶାର ବିଶ୍ୱକର୍ମା ବିଜୁବାବୁ । ସେ ଥିଲେ ରାଜନୀତିର ଉତ୍ତୁଙ୍ଗ ଶିଖର । ସେ କେବଳ ଜଣେ ରାଜନେତା ନଥିଲେ, ଥିଲେ ରାଷ୍ଟ୍ରନାୟକ । ବିଚକ୍ଷଣ ବୁଦ୍ଧିମତ୍ତା ସାଙ୍ଗକୁ ବିଜୁଙ୍କ ଦୁଃସାହସିକ ଓ ଦୁର୍ବାର ବ୍ୟକ୍ତିତ୍ୱ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଥିଲା ନୂଆ ଅଧ୍ୟାୟ । ଜୀବଦଶାରେ ହିଁ ସେ ପାଲଟିଯାଇଥିଲେ କିମ୍ବଦନ୍ତୀ । ଏକଥା ପ୍ରମାଣିତ କରୁଛି, କିଭଳି ଥିଲା ବିଜୁବାବୁଙ୍କ ଲୋକପ୍ରିୟତା ।

ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ପ୍ରଥମ ଥର ପାଇଁ ରାଜ୍ୟର ଶାସନ ସମ୍ଭାଳିଥିଲେ ୧୯୬୧ ମସିହାରେ । ଓଡ଼ିଶା ପାଇଁ ସ୍ୱପ୍ନ ଦେଖୁଥିଲେ ବିଜୁବାବୁ, ସମୃଦ୍ଧି ପାଇଁ ନେଇଥିଲେ ଦୃଢ଼ ସଂକଳ୍ପ। କେବଳ ସ୍ୱପ୍ନ ନୁହେଁ, ଦୂରଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ବି କରିଥିଲେ ଭରପୂର ଉଦ୍ୟମ । ରାଜ୍ୟ ପାଇଁ ଚିନ୍ତା କରୁଥିବା ଏହି ଜନନାୟକ ଜାତୀୟ ରାଜନୀତିରେ ବି ଥିଲେ ପାରଙ୍ଗମ । ପ୍ରାଇମ ମିନିଷ୍ଟର ମେକର୍, କ୍ରାଇସିସ୍ ମ୍ୟାନେଜର ଭାବେ ତାଙ୍କର ଥିଲା ସ୍ବତନ୍ତ୍ର ପରିଚୟ । କେବଳ ନିଜ ଦଳ ନୁହେଁ, ବିରୋଧୀ ଦଳର ତୁଙ୍ଗ ନେତାମାନେ ମଧ୍ୟ ସମସ୍ୟାର ସମାଧାନ ପାଇଁ ବିଜୁ ବାବୁଙ୍କ ସାହାଯ୍ୟ ଲୋଡ଼ୁଥିଲେ । କେନ୍ଦ୍ରରେ ଏତେ ପତିଆରା ସତ୍ତ୍ବେ ବିଭିନ୍ନ ପଦପଦବୀକୁ ତୁଚ୍ଛ କରି ସେ ଓଡ଼ିଶା ଫେରିଥିଲେ ।

୧୯୯୦ରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ଦଳ ବିଧାନସଭା ୧୨୩ ଆସନରେ ବିଜୟୀ ହେବା ପରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ ବିଜୁ ପଟ୍ଟନାୟକ । ଶିଳ୍ପରୁ କୃଷି, ଓଡ଼ିଶା ବିକାଶ ମାନଚିତ୍ରରେ ରହିଛି ବିଜୁଙ୍କ ଅଲିଭା ସ୍ୱାକ୍ଷର। କ୍ଷମତା ନୁହେଁ, ସେ ଜନତାଙ୍କ ପାଇଁ ସ୍ୱପ୍ନ ଦେଖୁଥିଲେ । ଯେବେବି ସୁଯୋଗ ମିଳିଥିଲା, କେନ୍ଦ୍ର ଆଗରେ ରଖିଥିଲେ ଓଡ଼ିଶାର ଦାବି । ପାରାଦୀପ ବନ୍ଦରରୁ ଆରମ୍ଭ କରି କଳିଙ୍ଗ ଆଇରନ୍‌ ଓ୍ୱାର୍କସ, କଳିଙ୍ଗ ରିଫ୍ରାକ୍ଟୋରିଜ୍‌, ଭୁବନେଶ୍ୱର ବିମାନବନ୍ଦର, ସୈନିକ ସ୍କୁଲ, ରାଉରକେଲା ରିଜିଓନାଲ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ୱର ଓୟୁଏଟି, ନାଲକୋ, ତାଳଚେର ଥର୍ମାଲ ପାଓ୍ୱାରପ୍ଲାଣ୍ଟ, ବାଲିମେଳା ହାଇଡ୍ରୋ ପ୍ରୋଜେକ୍ଟ, ସୁନାବେଡା ହାଲ୍‌, ଚୌଦ୍ୱାର ଏବଂ ବଡବିଲ ଶିଳ୍ପାଞ୍ଚଳ, ଓଡ଼ିଶା ଆଭିଏସନ୍‌ ରିସର୍ଚ୍ଚ ସେଣ୍ଟର ପର୍ଯ୍ୟନ୍ତ ପ୍ରତ୍ୟେକ ଉପଲବ୍ଧି କହେ ବିଜୁ ବାବୁଙ୍କ ଅବଦାନର ଗାଥା। ଆଜି ତାଙ୍କ ଶ୍ରାଦ୍ଧ ଦିବସରେ ସାରା ଓଡ଼ିଶା ମନେ ପକାଉଛି ବିଜୁଙ୍କ ବୀରତ୍ୱର ଗାଥା । ବିଜୁଙ୍କ ସାହସିକତା ଓ ନିର୍ଭୀକତାକୁ ଯୁବପିଢ଼ି ଆପଣେଇଲେ ଏହା ହିଁ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।

ଓଡ଼ିଶା ପ୍ରତି ବିଜୁବାବୁଙ୍କ ଅବଦାନକୁ କେତେକ ଶବ୍ଦ ଓ କେତେକ ପଙ୍‌କ୍ତି ଭିତରେ ସୀମିତ କରିବାକୁ ଚେଷ୍ଟା କରିବା ଧୃଷ୍ଟତା ମାତ୍ର । ଓଡ଼ିଶା ଆସି ବିଜୁବାବୁଙ୍କ ଶବାଧାରରେ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ରାଜନେତା ପୁଷ୍ପ ମାଲ୍ୟାର୍ପଣ କରିବା ଏବଂ ତାଙ୍କ ମରଶରୀରରେ ତିନିଟି ଦେଶର ଜାତୀୟ ପତାକା ପଡ଼ିବା ତାଙ୍କ ବିଶାଳ ଲୋକପ୍ରିୟତାର ପ୍ରମାଣ ଦିଏ ।

 

ଯୋଡ଼ା ଗୋଷ୍ଠୀ ସଂଘର୍ଷ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୧୧ ଜଣଙ୍କୁ କୋର୍ଟ ଚାଲାଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଗୋଷ୍ଠୀ ସଂଘର୍ଷ ଘଟଣାର ୪ ଦିନ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଉଭୟ ଗୋଷ୍ଠୀର ମୋଟ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯୋଡ଼ା ପୋଲିସ । ବଡ଼ବିଲ ଜେଏମଏଫସିରେ ହାଜର ପରେ ସମସ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି । ତେବେ ଆଜି ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରିଥିଲା ପ୍ରସାଶନ ।

Joda Group Clash Police Court Forward 11 Accused

ପରିସ୍ଥିତି ଅନୁଧ୍ୟାନ ପରେ ଆସନ୍ତାକାଲି ପୁଣି ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାମନବମୀରେ ଯୋଡ଼ା ମାର୍କେଟ ହନୁମାନ ମନ୍ଦିର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଟେକା, ପଥର ମାଡ଼ ହୋଇଥିଲା । ଏଥିରେ କିଛି ଲୋକ ଆହତ ହୋଇଥିଲେ । ଯାହାକୁ ନେଇ ଉତ୍ତେଜନାମୂଳକ ସ୍ଥିତି ଉପୁଜି ଥିଲା । ଉତ୍ତ୍ୟକ୍ତ ଲୋକେ ବାଇକ ଭଙ୍ଗାରୁଜା, କରିବା ସହ ପୋଲିସ ଗାଡ଼ି ଉପରକୁ ଟେକା ପଥର ଫିଙ୍ଗିଥିଲେ ।

ଖରାଦିନେ କେମିତି ନେବେ କେଶର ଯତ୍ନ?

ଖରାଦିନ ଆସିବା ମାତ୍ରେ ଚିନ୍ତା ବଢ଼ିଯାଏ । ଏହି ସମୟରେ କେଶର ଯତ୍ନ ଅଧିକ ନେବାକୁ ପଡ଼ିଥାଏ । ଏଭଳି ସ୍ଥିତିରେ କ’ଣ ସବୁ ଉପାୟ ଆପଣାଇଲେ ଖରାଦିନେ କେଶର ଉଚିତ୍‌ ଯତ୍ନ ନିଆଯାଇପାରିବ, ଆସନ୍ତୁ ଆଲୋଚନା କରିବା ।

୧…ଘରୁ ବାହାରକୁ ଯିବାବେଳେ କେଶକୁ ଘୋଡ଼ାଇ ରଖନ୍ତୁ ।

2..କେଶକୁ ବାରମ୍ବାର ଧୁଅନ୍ତୁ ନାହିଁ ।

୩..ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ ଏବଂ ସବୁଜ ପନିପରିବା ଓ ଫଳ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀର ସମେତ କେଶ ମଧ୍ୟ ସୁସ୍ଥ ରହିବ। ଅମୃତଭଣ୍ଡା, କମଳା, ଜାକୁ କୋଳି ଆଦି ଫଳ ଖାଇବା ଦ୍ୱାରା  ଆପଣ ଭିଟାମିନ ଏ, ବି ଓ ସି ଭରପୁର ମାତ୍ରାରେ ପାଇପାରିବେ। ଯାହାକି କେଶକୁ ମଧ୍ୟ ପୋଷଣ ପ୍ରଦାନ କରିଥାଏ। ଏହାବ୍ୟତୀତ କେଶକୁ ରୁକ୍ଷ ଓ ନିର୍ଜୀବ ହେବାକୁ ଦେଇ ନ ଥାଏ।

ସୁସ୍ଥ, ଘନ କେଶ ନିମନ୍ତେ ହେୟାର ମାସ୍କ ମଧ୍ୟ ଲାଭଦାୟକ ହୋଇଥାଏ।  ଏହା କେଶକୁ ଉଚିତ ପୋଷଣ ପ୍ରଦାନ କରିବା ସହ ଆବଶ୍ୟକ ନମନିୟମତା ପ୍ରଦାନ କରିଥାଏ।

ଆପଣଙ୍କ ଆଧାର କାର୍ଡ଼ରେ ଆଉ କାହାର ମୋବାଇଲ ନମ୍ବର ଲିଙ୍କ୍‌ ହୋଇନାହିଁ ତ ? କେମିତି ଜାଣିବେ ?

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏମିତି କିଛି ନିୟମ ହୋଇଛି ଯାହାକୁ ମାନିବା ବାଧ୍ୟତାମୂଳକ । ଯଦି ସେହି ମଧ୍ୟରୁ କିଛଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆମ ନିକଟରେ ନଥା, ତେବେ ହେବାକୁ ଥିବା କାମ ଅଧା ହୋଇ ରହିଯାଏ । ଏଇ ଯେମିତି ଭୋଟର ଆଇଡି, ପ୍ୟାନ୍‌ କାର୍ଡ଼ ଏବଂ ଆଧାର କାର୍ଡ଼ ଇତ୍ୟାଦି । ଏ ସବୁ ସମସ୍ତଙ୍କ ନିକଟରେ ରହିବା ଜରୁରୀ ଏବଂ ସରକାର ଏହାକୁ ବାଧ୍ୟତାମୂଳକ କରିଛନ୍ତି । ପୂର୍ବରୁ ଆଧାର କାର୍ଡ଼ ସହିତ ମୋବାଇଲ ନମ୍ବର ଲିଙ୍କ୍‌ କରାଯାଉନଥିଲା । କିନ୍ତୁ ପରେ ଏହାକୁ ବାଧ୍ୟତାମୂଳକ କରାଗଲା । କିନ୍ତୁ ଏହାକୁ ନେଇ ମଧ୍ୟ ଲୋକେ ଠକାମିର ଶିକାର ହୁଅନ୍ତି । ନିକଟରେ ସେହିଭଳି କିଛି ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣକ ଆଧାର ନମ୍ବରରେ ଅନ୍ୟ କାହାର ମୋବାଇଲ ନମ୍ବର ଲିଙ୍କ୍‌ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ସସମ୍ୟାକୁ ଦୂର କରିବା ପାଇଁ ଦୂର ସଞ୍ଚାର ବିଭାଗ ଏକ ପୋର୍ଟାଲ ଜାରି କରିଛନ୍ତି ।  ଯେଉଁଥିରୁ ଆପଣ ଜାଣିପାରିବେଯେ, ଆପଣଙ୍କ ଆଧାର କାର୍ଡ଼ ସହିତ କେତେ ଲୋକଙ୍କ ନମ୍ବର ଲିଙ୍କ୍‌ ହୋଇଛି  ।

୧…ଯଦି ଆପଣ ଜାଣିବାକୁ ଚାହୁଁଛନ୍ତିଯେ, ଆପଣଙ୍କ ଆଧାର ନମ୍ବର ସହ କେଉଁ କେଉଁ ମୋବାଇଲ ନମ୍ବର ଲିଙ୍କ୍‌ ହୋଇଛି ତେବେ, ଆପଣଙ୍କୁ ପ୍ରଥମେ https://tafcop.dgtelecom.gov.in/ ଓ୍ୱେବସାଇଟକୁ ଯିବାକୁ ପଡ଼ିବ ।

2…ଏହି ସାଇଟକୁ ଯିବାପରେ ଆପଣଙ୍କୁ ସ୍କ୍ରିନ୍‌ ଉପରେ ମୋବାଇଲ ନମ୍ବର ଦେବାକୁ ପଡ଼ିବ । ଧ୍ୟାନ ରଖିବେ ଯେପରି ଆପଣଙ୍କ ଆଧାର କାର୍ଡ଼ରେ ଦିଆଯାଇଥିବା ମୋବାଇଲ ନମ୍ବର ଆପଣ ସ୍କ୍ରିନରେ ଦେବେ ।

୩… ଏବେ ମୋବାଇଲ ନମ୍ବର ଦେବାପରେ ରିକ୍ୱେଷ୍ଟ ଓଟିପି ଥିବା ବିକଳ୍ପରେ କ୍ଲିକ୍‌ କରିବାକୁ ପଡ଼ିବ । ଏବେ ଆପଣଙ୍କ ମୋବାଇଲକୁ ଏକ ଓ୍ୱାନ୍‌ ଟାଇମ୍‌ ପାସଓ୍ୱର୍ଡ଼ ଆସିବ ।

୪..ଏବେ ଆସିଥିବା ଓଟିପିକୁ ଦେବାକୁ ପଡ଼ିବ । ଏବେ ଆପଣଙ୍କ ଆଧାର କାର୍ଡ଼ରେ ଲିଙ୍କ୍‌ ହୋଇଥିବା ମୋବାଇଲ ନମ୍ବର ଦେଖିବାକୁ ମିଳିବ ।

୫…ଧ୍ୟାନ ରଖିବେଯେ, ସେଥିରେ ଥିବା ଭିନ୍ନ ମୋବାଇଲ ନମ୍ବରକୁ ହଟାଇବା ପାଇଁ ଆପଣ ରିପୋର୍ଟ କରିପାରିବେ ।

ଡିଏନ ୱିଶଡମ ଟ୍ରି ଗ୍ଲୋବାଲ ସ୍କୁଲ୍ ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଡିଏନ ୱିଶଡମ ଟ୍ରି ଗ୍ଲୋବାଲ ସ୍କୁଲ୍ ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଚନ୍ଦକା ସ୍ଥିତ ସୁନ୍ଦରପୁରଠାରେ ସ୍କୁଲର ନୂଆ କ୍ୟାମ୍ପସର ଉଦଘାଟନ ସହ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

CM Inaugurates DN WisdomTree Global School at Chandaka

ନିଜର ପ୍ରତିଭା ବଳରେ ଜୀବନରେ ସଫଳତା ଅର୍ଜନ କରିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୮ରୁ ପ୍ରତିଷ୍ଠିତ ଡିଏନ ୱିଶଡମ ଟ୍ରି ଗ୍ଲୋବାଲ ସ୍କୁଲ୍ ସୁନ୍ଦରପୁରରେ ନୂଆ କ୍ୟାମ୍ପସ ପ୍ରତିଷ୍ଠା କରିଛି ।

CM Inaugurates DN WisdomTree Global School at Chandaka

ଏଠାରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ରହିଛି ଅନେକ ସୁବିଧା । ମଡେଲ ପାଠ୍ୟକ୍ରମ ସହାୟତାରେ ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶ କରିପାରିବେ । ଉଦଘାଟନ୍ ଅବସରରେ 5T ସଚିବ ଭିକେ ପାଣ୍ଡିଆନ, ସ୍କୁଲ ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକ ଉପସ୍ଥିତ ଥିଲେ ।

ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଖରା ବର୍ଷାର ଲୁଚକାଳି ଖେଳ । କାଳବୈଶାଖୀ ବର୍ଷା ପାଇଁ ଓଡ଼ିଶାକୁ ତାତିରୁ ମିଳିଛି ସାମନ୍ୟ ଆଶ୍ୱସ୍ତି । ଗତ ୨୪ ଘଣ୍ଟାରେ ବଲାଙ୍ଗିର, କଳାହାଣ୍ଡି, ଗଞ୍ଜାମ, ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ହୋଇଛି । ଦାରିଙ୍ଗବାଡିରେ ୧୬.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସ୍ୱାଭାବିକ ଠାରୁ ଦୁଇ ତିନି ଡିଗ୍ରୀ ଅଧିକ ରହିଛି ତାପମାତ୍ରା ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ନେଇ ୧୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କନ୍ଧମାଳ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ତେବେ ଗତ ୨୪ ଘଣ୍ଟାରେ ୪୦ ଡିଗ୍ରୀ ଉପରେ ରହିଛି ୧୫ ସହର । ୪୩.୫ ଡିଗ୍ରୀ ସେଲସିୟସ୍ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର ।

ଗଣହତ୍ୟା ପୂର୍ବରୁ କମାର ଶାଳରେ କାତି ପଜାଇଥିଲା ଶିବ

ମାହାଙ୍ଗା: ହତ୍ୟା ପୂର୍ବରୁ କମାର ଶାଳରେ କାତି ପଜାଇଥିଲା ଅଭିଯୁକ୍ତ । ମାହାଙ୍ଗା ଗଣହତ୍ୟା ମାମଲାରେ ପୋଲିସ ହାତରେ ଲାଗିଛି ଆଉ ଏକ ବଳିଷ୍ଠ ପ୍ରମାଣ । ହତ୍ୟା କରିବା ପୁର୍ବରୁ, ହତ୍ୟାରେ ବ୍ୟବହୃତ କାତିକୁ ଏକ କମାର ଶାଳରେ ପଜାଇଥିଲା ଅଭିଯୁକ୍ତ ଶିବ ସାହୁ । ବାଲିଚନ୍ଦ୍ରପୁର ହାଟରେ ଥିବା କମାର ଶାଳକୁ ନେଇ ଅଭିଯୁକ୍ତ ଓ କମାର ଶାଳ କାରିଗର ସହ ମୁହାଁମୁହିଁ ଜେରା କରିଛି ପୋଲିସ । କମାର ଶାଳ କାରିଗର ଅଭିଯୁ୍କ୍ତ ଶିବ ସାହୁକୁ ଚିହ୍ନଟ କରିଛି । ସେ ହତ୍ୟାକାଣ୍ଡର ଦୁଇଦିନ ପୁର୍ବରୁ କମାର ଶାଳକୁ ଆସି କାତି ପଜାଇଥିବା କହିଛି କାରିଗର ।

Mahanga Mass Murder Case Accuse Shiva

ଆଜି ଶିବ ରିମାଣ୍ଡ ଅବଧିର ଶେଷ ଦିନ । ଶେଷ ଦିନରେ ହତ୍ୟାକାଣ୍ଡର ବିଭିନ୍ନ ଦିଗ ନେଇ ଶିବକୁ ମାରାଥନ୍ ଜେରା କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଶିବ ଏକା ହତ୍ୟା କରିଥିବା ପୋଲିସ କହୁଥିଲେ ମଧ୍ୟ ଏନେଇ ତନାଘନା କରାଯାଉଛି । ଅଭିଯୁକ୍ତକୁ କ୍ରସ ଇଣ୍ଟୋରୋଗେସନ୍ କରିଛି ପୋଲିସ । ଗତକାଲି ମର୍ଡରର ଡେମୋ ଦେଖାଇଥିଲା ଶିବପ୍ରସାଦ । ନିଜ ମୁହଁରେ କହିଥିଲା ଗଣହତ୍ୟାର ପୂରା କାହାଣୀ ।

Mahanga Mass Murder Case Accuse Shiva

ସେପଟେ ପୋଲିସ ଶବ ଜବତ କଲାବେଳେ ଅଲେଖଙ୍କ ସ୍ତ୍ରୀ ହାତରେ ଲମ୍ବା ଚୁଟି ଥିଲା ବୋଲି କହିଛନ୍ତି ମୃତ ଅଲେଖଙ୍କ ଶଳା । ତେଣୁ ଏହି ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଶିବ ସାହୁଙ୍କ ସ୍ତ୍ରୀ ଏହି ହତ୍ୟାକାଣ୍ଡରେ ସାମିଲ୍ ଥିବା ଅଭିଯୋଗ କରି ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମୃତ ଅଲେଖଙ୍କ ଶଳା ଦୀପକ ପୃଷ୍ଟି ।

ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସ, ନିରାଡ଼ମ୍ବର ଭାବେ ପାଳନ କରିବ ବିଜେଡି

ଭୁବନେଶ୍ୱର: ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ  ନିରାଡ଼ମ୍ବର ଭାବେ ପାଳନ କରିବ ବିଜେଡି । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏଭଳି ମହାନ ବ୍ୟକ୍ତିଙ୍କୁ ମରଣୋତ୍ତର ଭବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରିବାକୁ ପୁଣି ଦାବି ଉଠିଛି ।

BJD To Organise Blood Camp On Occasion Of 25th Death Anniversary Of Biju Babu

ଏପ୍ରିଲ୍ ୧୭ ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ଏହି ପୁଣ୍ୟତିଥିରେ ରାଜ୍ୟବାସୀଙ୍କ ସେବା ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିବା ପାଇଁ ଦଳୀୟ କର୍ମୀ ଓ ନେତା ସଂକଳ୍ପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହା ହିଁ ହେବ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଏଥର ବିଜୁ ବାବୁଙ୍କ ତିରୋଧାନ ଦିବସ ନିରାଡ଼ମ୍ବର ଭାବେ ପାଳନ ହେବ । ଏ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସାରା ଜୀବନ ବିଜୁ ବାବୁ ଜନସେବାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ସେଥିପାଇଁ ତାଙ୍କ ତିରୋଧାନ ଦିବସରେ ରାଜ୍ୟବାସୀଙ୍କ ପ୍ରତି ବିଜେଡିର ସାମାଜିକ ଦାୟିତ୍ୱ ଓ ପ୍ରତିବଦ୍ଧତା ଦୃଷ୍ଟିରୁ ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୂହ ରକ୍ତଦାନ ଶିବିର ଆୟୋଜନ କରାଯିବ । ଏହି ରକ୍ତଦାନ କାର୍ଯ୍ୟକ୍ରମ ୧୫ ଦିନ ଧରି ଚାଲିବ । ପ୍ରଥମ ଦିନରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

BJD To Organise Blood Camp On Occasion Of 25th Death Anniversary Of Biju Babu

୧୯୬୨ରେ ଚୀନ ଓ ୧୯୬୫ରେ ପାକିସ୍ତାନ ସହ ଭାରତର ଯୁଦ୍ଧରେ ବିଜୁ ବାବୁ ଯେଉଁ ପରାକାଷ୍ଠା ଦେଖାଇଥିଲେ, ତାହା ସର୍ବଜନ ବିଦିତ । ସେହିପରି ଓଡ଼ିଶାର ଦାରିଦ୍ର୍ୟ ଦୂରୀକରଣ ପାଇଁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ସହିତ ନବଉତ୍କଳର ବିନ୍ଧାଣୀ ଥିଲେ ବିଜୁ ବାବୁ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଜୁ ବାବୁଙ୍କ ଅବଦାନ ଦେଶରେ ଉଦାହରଣ ହୋଇ ରହିଛି । ଏଭଳି ବ୍ୟକ୍ତିଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ଭୂଷିତ କରିବା ପାଇଁ ଦାବି ହୋଇ ଆସୁଛି । କିନ୍ତୁ କେନ୍ଦ୍ର ସରକାର ଏହି ଦାବିକୁ ଅଣଦେଖା କରି ଆସିଛନ୍ତି । ୨୫ତମ ଶ୍ରାଦ୍ଧ ଦିବସରେ କେନ୍ଦ୍ର ସରକାର ବିଜୁ ବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ଦେବା ପାଇଁ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ଓ ବୁଦ୍ଧିଜୀବୀ ।

BJD To Organise Blood Camp On Occasion Of 25th Death Anniversary Of Biju Babu

ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସକାଳ ୬ଟା ୩୦ ମିନିଟରେ ତିଳ ତର୍ପଣ, ସକାଳ ୭ଟା ୩୦ରେ ପ୍ରଭାତଫେରୀ, ସମୂହ ସଫେଇ ଅଭିଯାନ, ସକାଳ ୮ଟା ୩୦ରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତି ସଭା ଓ ସନ୍ଧ୍ୟା ୫ଟାରେ ଦୀପ ଦାନ ସହ ସମୂହ ସଂକଳ୍ପ ନେବାକୁ ବିଜେଡି ପକ୍ଷରୁ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି ।

ଟ୍ରାଫିକ୍‌ ନିୟମ ଭାଙ୍ଗି ଫସିଲେ ବରୁଣ ଧାଓ୍ୱନ୍‌, ଚାଲାଣ କାଟିଲେ, ଏବେ ନୋଟିସ ବି ଯିବ

 କାନପୁର:  ବଲିଉଡ ଅଭିନେତା ବରୁଣ ଧାଓ୍ୱନ ଏବେ ଫିଲ୍ମ ‘ବବାଲ’ର ସୁଟିଂ ପାଇଁ କାନପୁରରେ ଅଛନ୍ତି । ବୁଧବାର ବରୁଣ ପି ରୋଡ୍‌ ବଜାରର ସଡ଼କରେ ବୁଲେଟ୍‌ ଚଲାଉଥିଲେ । ଗୁରୁବାର ଡିପ୍ଟି ପଡ଼ାବରେ ସୁଟିଂ କଲେ । ଏହି ସମୟରେ ବରୁଣଙ୍କ ଏକ ଝଲକ ପାଇବା ପାଇଁ ଦର୍ଶକ ରାସ୍ତା ଉପରକୁ ଆସିଗଲେ  ଏବଂ ବରୁଣଙ୍କ ଠାରୁ ଅଟୋଗ୍ରାଫ୍‌ ମଧ୍ୟ ନେଲେ । କିନ୍ତୁ ସୁଟିଂ ସମୟରେ ହେଲମେଟ୍‌ ପିନ୍ଧିନଥିଲେ । ତା ସାଙ୍ଗକୁ ସୁଟିଂ ପାଇଁ ବ୍ୟବହାର ହୋଇଥିବା ବୁଲେଟର ନମ୍ବର ମଧ୍ୟ ନକଲି । ରାସ୍ତାରେ କେହି ଜଣେ ବରୁଣଙ୍କ ବିନା ହେଲମେଟରେ ଥିବା ଫଟୋ ଏବଂ ଭିଡ଼ିଓ ସୋସିଅଲ ମିଡିଆରେ ପୋଷ୍ଟ କରିଦେଲା  ଏବଂ ତାହା ଭାଇରାଲ ହୋଇଗଲା ।

 ବିନା ହେଲମେଟରେ ଗାଡ଼ି ଚଲାଇ ଥିବାରୁ ବରୁଣଙ୍କ ନାଁରେ ଟ୍ରାଫିକ ପୋଲିସ୍‌ ଚାଲାଣ କାଟିଲା । କିନ୍ତୁ ନକଲି ନମ୍ବର ଲାଗିଥିବା ମାମଲାରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।  ଏହା ମଧ୍ୟ କୁହାଯାଉଛିଯେ, ପୋଲିସ୍‌ ବରୁଣଙ୍କୁ ନୋଟିସ୍‌ ମଧ୍ୟ ପଠାଇବ ।

ସୁଚନାଯୋଗ୍ୟ କାନୁପରରେ ଏବେ ଫିଲ୍ମ ବବାଲର ସୁଟିଂ ଚାଲିଛି । ଯଦିଓ ପୂର୍ବରୁ ଲକ୍ଷ୍ନୌକୁ ସ୍ଥିର କରାଯାଇଥିଲା, କିନ୍ତୁ ପରେ ଏହି ନିଷ୍ପତ୍ତି ବଦଳାଇ ଦିଆଗଲା ।  ଏବେ କାନପୁର ସହରର ବିଭିନ୍ନ ସ୍ଥାନରେ ସୁଟିଂ କରାଯିବ । ଯାହା ପ୍ରାୟ ୧ ସପ୍ତାହ ଧରି ଜାରି ରହିବ । ତେବେ ଏହି ଫିଲ୍ମ ସାଜିଦ ନାଡ଼ିୟାଡବାଲାଙ୍କ ବ୍ୟାନରରେ ନିର୍ମାଣ ହେଉଛି ।     ଫିଲ୍ମରେ ବରୁଣ ଜଣେ ଶିକ୍ଷକ ଚରିତ୍ରରେ ନଜର ଆସିବେ ।

ନାମଲେଖା ପାଇଁ କାମ ଦେବନି ସାଂସଦଙ୍କ ସୁପାରିସ୍, ବିଜେଡି ଓ କଂଗ୍ରେସର ବିରୋଧ

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟାରେ ନାମଲେଖା ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଂସଦ । କୋଟା ସୁପାରିସ୍ ପୂର୍ବ ପରି ଲାଗୁ କରିବା ପାଇଁ ସାଂସଦମାନେ ଦାବି କରିଛନ୍ତି । ଲୋକ ପ୍ରତିନିଧିଙ୍କ କୋଟା ବନ୍ଦକୁ ସମାଲୋଚନା କରିଛି କଂଗ୍ରେସ । ତୁରନ୍ତ କେନ୍ଦ୍ର ସରକାର ଏ ନିଷ୍ପତ୍ତିର ପୁନଃବିଚାର କରିବାକୁ ଦଳ ଦାବି କରିଛି । ଅନ୍ୟପଟେ ଏ ପ୍ରସଙ୍ଗରେ ଦୃଢ଼ ଯୁକ୍ତି ବାଢିଛି ବିଜେପି । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

BJD And Congress Oppose Centre's Decision Over Central Schools Admission

କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ସମୟରେ କାମ ଦେବନି ସାଂସଦଙ୍କ ସୁପାରିସ୍ । ନାମଲେଖାରେ ସାଂସଦଙ୍କ କୋଟାକୁ ସ୍ଥଗିତ କରିଛନ୍ତି କେନ୍ଦ୍ର ସରକାର । ସଂସଦ ଅଧିବେଶନରେ କୋଟାକୁ ବୃଦ୍ଧି କରିବା ପାଇଁ କିଛି ସାଂସଦ ଦାବି କରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ନାମଲେଖା ସମୟରେ ସାଂସଦଙ୍କ କୋଟା କେନ୍ଦ୍ର ସରକାର ସ୍ଥଗିତ କରିବା ପରେ ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଇଛି ବୋଲି ବିଜେଡି କହିଛି । ତେଣୁ ପୂର୍ବ ବ୍ୟବସ୍ଥା ଲାଗୁ କରିବାକୁ ବିଜେଡି ଦାବି କରିଛି ।

BJD And Congress Oppose Centre's Decision Over Central Schools Admission

କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତିବର୍ଷ ଜଣେ ସାଂସଦ, କୋଟାରେ ୧୦ଜଣଙ୍କୁ ନାମ ଲେଖାଇବା ପାଇଁ ସୁପାରିସ୍ କରୁଥିଲେ । ଏ କୋଟା ସଂଖ୍ୟା ବୃଦ୍ଧି କରିବାକୁ ଦାବି ପରେ ଚଳିତ ସଂସଦ ଅଧିବେଶନରେ ବିବାଦ ସୃଷ୍ଟି ହେବାରୁ କେନ୍ଦ୍ର ସରକାର ସ୍ଥଗିତ କରିଥିବା ବିଜେପି ଯୁକ୍ତି ବାଢିଛି । କଂଗ୍ରେସ କିନ୍ତୁ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ କରିଛି କଡ଼ା ସମାଲୋଚନା । କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦଳ ଦାବି କରିଛି ।

BJD And Congress Oppose Centre's Decision Over Central Schools Admission

୧୯୭୫ ମସିହାରେ ପ୍ରଥମ ଥର ପାଇଁ ଏହି କୋଟା ବ୍ୟବସ୍ଥାର ଆରମ୍ଭ ହୋଇଥିଲା । ପୂର୍ବରୁ ମଧ୍ୟ ଦୁଇଥର କୋଟାରେ ନାମଲେଖା ସ୍ଥଗିତ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ ଓ ଜିଲ୍ଲାପାଳ କୋଟା ସୁପାରିସରେ ବର୍ଷକୁ ୮ରୁ  ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ହେଲେ ଚଳିତ ବର୍ଷ ଅନେକ ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି ।