spot_img
Home Blog Page 4523

ଋଷ ଜାରି କଲା ନିଜ ଶତ୍ରୁ ରାଷ୍ଟ୍ରଙ୍କ ତାଲିକା, ସୂଚୀରେ ୩୧ ଦେଶଙ୍କ ନାମ

ମସ୍କୋ: ଶତ୍ରୁ ରାଷ୍ଟ୍ରଙ୍କ ସୂଚୀ ଜାରି କଲା ଋଷ । ୟୁକ୍ରେନ ସହ ଯୁଦ୍ଧକୁ ବିରୋଧ କରି କଟକଣା ଜାରି କରିଥିବା ଦେଶକୁ ମିଶାଇ ମୋଟ ୩୧ଟି ରାଷ୍ଟ୍ରର ନାମ ଘୋଷଣା କରିଛି । ଋଷ ବ୍ୟାବସାୟିକ ସଂସ୍ଥା ଏବଂ ନାଗରିକଙ୍କ ବିରୋଧରେ ଶତ୍ରୁ ଭଳି ଆଚରଣ କରୁଥିବା ୩୧ଟି ଦେଶକୁ ଶତ୍ରୁ ବୋଲି ଦର୍ଶାଇଛି । ତେବେ ଏହି ସୂଚୀରେ ଆମେରିକା, ଜାପାନ, ବ୍ରିଟେନ ଭଳି ଦେଶ ଥିବା ଦେଖାଯାଇଛି । ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘରେ ସଦସ୍ୟ ଥିବା ଦେଶ ଏହି ତାଲିକାରେ ରହିଛନ୍ତି। ୟୁରୋପୀୟ ସଂଘରେ ୨୭ଟି ଦେଶ ରହିିଥିବା ବେଳେ ମୋଟ ୩୧ଟି ଦେଶକୁ ଶତ୍ରୁ ଦେଶ ତାଲିକାରେ ସାମିଲ କରିଛି ଋଷ। ଏ ନେଇ ଚୀନ ଗଣମାଧ୍ୟମ ସିଜିଟିଏନ୍ ନିଜ ରିପୋର୍ଟରେ ପ୍ରକାଶ କରିଛି ।

ଋଷ ବିରୋଧରେ ଅନେକ ପ୍ରତିବନ୍ଧକ ଲଗାଇଛି ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ ରାଷ୍ଟ୍ରପତି ପୁତିନ୍ ଏବଂ ଋଷ ବୈଦେଶିକ ମନ୍ତ୍ରୀଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ଏହା ବ୍ୟତୀତ ସରକାରୀ ଶକ୍ତି କମ୍ପାନୀ ଏବଂ ୪ଟି ବ୍ୟାଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ଏହା ସହିତ ଋଷ ବିମାନ ପାଇଁ ତାହାର ଆକାଶମାର୍ଗ ମଧ୍ୟ ବନ୍ଦ କରିଛି ଆମେରିକା । ତେବେ ଏତିକିରେ ସୀମିତ ରହିନାହିଁ ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଇବା ସହ ଆର୍ଥିକ ସହାୟତା ନେଇ ମଧ୍ୟ ଘୋଷଣା କରିଛି ଆମେରିକା । ସେହିଭଳି ବ୍ରିଟେନ୍, ୟୁରୋପିଅନ୍ ୟୁନିଅନ୍ ଓ ଜାପାନ ମଧ୍ୟ ଋଷ ବିରୋଧରେ କଟକଣା ଜାରି କରିଛି ।

ବ୍ରିଟେନ ଋଷର ସରକାରୀ ବିମାନ କମ୍ପାନୀର ଏୟାରଲିଫ୍ଟ କରିବା ନେଇ ନିଜ ଏୟାରସ୍ପେଶ୍‌କୁ ବନ୍ଦ କରିଦେଇଛି । ବିଟ୍ରେନ ଋଷ ର ୫ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ସହିତ ପୁଟିନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଏବଂ ତାଙ୍କ ଆକାଉଣ୍ଟସକୁ ଫ୍ରିଜ୍ କରିବା ନେଇ ମଧ୍ୟ କହିଛି । କେବଳ ଏତିକି ନୁହେଁ ଋଷ ଆରବପତିଙ୍କ ପ୍ରାଇଭେଟ ଜେଟ୍ ପ୍ଳେନ୍ ନେଇ ମଧ୍ୟ ନିଜ ଏୟାରସ୍ପେଶ୍‌କୁ ବନ୍ଦ କରିଛି ବ୍ରିଟେନ । ଆମେରିକା ପରି ବ୍ରିଟେନ୍ ମଧ୍ୟ ୟୁକ୍ରେନ ପାଇଁ ଅସ୍ତ୍ରଶସ୍ତ୍ର ପ୍ରେରଣ କରିଛି ।

ଏଥିସହିତ ପଢ଼ନ୍ତୁ: ଯଦି କିଏଭ ଦଖଲ କରେ ଋଷ, କେଉଁଆଡେ ଯିବେ ଜେଲେନସ୍କି ?

Exit Poll: ପଞ୍ଜାବରେ ବଦଳିବ ସରକାର, ଆପ ସପକ୍ଷରେ ବହୁମତ

ଅମୃତସର: ପଞ୍ଜାବରେ ବଦଳିଯିବ ସତ୍ତା  । ସରକାରରେ ବସିପାରେ ନୂଆ ଦଳ  । ପଞ୍ଜାବ ବାସୀ ଦେଖିବାକୁ ଚାହୁଁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ  । ରାଜ୍ୟରେ ୧୧୭ ବିଧାନସଭା ଆସନରେ ନିର୍ବାଚନ ସରିଛି  । ଆସନ୍ତା ୧୦ ତାରିଖରେ ଘୋଷଣା ହେବ ବିଧିବଦ୍ଧ ଫଳାଫଳ  । ତେବେ ଆଜି ପ୍ରକାଶ ପାଇଥିବା ଅନେକ ଏକଜିଟ ପୋଲ ରିପୋର୍ଟ ମୁତାବିକ ପଞ୍ଜାବରେ ଆମ ଆଦମୀ ପାର୍ଟି ବହୁମତ ହାସଲ କରିପାରେ  । ଇଣ୍ଡିଆ ଟୁଡେ ଆଜତକ ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ  ପଞ୍ଜାବରେ ଆପ୍ ୧୧୭ ଆସନ ମଧ୍ୟରୁ ୭୬ ରୁ ୯୦ ଟି ଆସନ ହାସଲ କରିପାରେ  ।

ସେହିପରି ପୂର୍ବରୁ ସତ୍ତାରେ ଥିବା କଂଗ୍ରେସ ଦଳ ୧୯ରୁ ୩୧ଟି ଆସନ ହାସଲ କରିପାରେ  । ଅନ୍ଯପକ୍ଷରେ ବିଜେପି ୧ରୁ ୪ଟି ଆସନରେ ବିଜୟ ଲାଭ କରିବା ନେଇ ଏକଜିଟ ପୋଲ ପ୍ରକାଶ ପାଇଛି  । ସେହିପରି NDTV ମଧ୍ୟ ସମାନ ଆକଳନ କରିଛି  । ବୁଥ ବାହୁଡ଼ା  ମତ ଅନୁସାରେ ଆପ ପଞ୍ଜାବରେ ୬୮ରୁ ଆସନରେ ବିଜୟ ହାସଲ କରିପାରେ  । ତେବେ ପଞ୍ଜାବରେ କଂଗ୍ରେସ ଦୀର୍ଘଦିନ ଧରି ସରକାରରେ ରହିଥିବେଳେ ଏଥର ପଞ୍ଜାବବାସୀ ନୂଆ ମୁହଁ ଦେଖିବାକୁ ଚାହୁଁଥିବା ଜଣାପଡିଛି  ।

ଯଦି ଏକଜିଟ୍ ପୋଲ ସତ ପ୍ରକାଶ ହୁଏ, ତେହେ ଦିଲ୍ଲୀ ପରେ କୌଣସି ଏକ ଦ୍ୱିତୀୟ ରାଜ୍ୟରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ଏକ ଭିନ୍ନ ତରିକାରେ ଲଢିଥିଲେ ନିର୍ବାଚନ  । ନିର୍ବାଚନ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଥିଲା ଆପ୍  । ଭଗୱନ୍ତ ମାନଙ୍କୁ ଦଳ ଚେହେରା କରି ନିର୍ବାଚନରେ ଓହ୍ଲାଇଥିଲା  । ସମଗ୍ର ରାଜ୍ୟରେ ଭଗୱନ୍ତଙ୍କ ପୋଷ୍ଟରରେ ନିର୍ବାଚନ ଲଢିଥିଲା ଦଳ  । ତେବେ ଆପ ଯଦି ପଞ୍ଜାବରେ ବହୁମତ ହାସଲ କରେ, ତେବେ ମୁଖ୍ୟମନ୍ତ୍ରୀ ହେବେ ଭଗୱନ୍ତ ମାନ୍  ।

ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି : ‘ଘରେ ରୁହ, ପାଠ ପଢ଼ା କଥା ମୁଁ ବୁଝିବି’

ଭୁବନେଶ୍ୱର: ଯୁଦ୍ଧଭୂଇଁରୁ ଜନ୍ମମାଟିକୁ ଫେରି ଆସିଲା ଜୀବନ । ରାଜ୍ୟ ସରକାରଙ୍କ ସହାୟତାରେ ଆଜି ୟୁକ୍ରେନରୁ ଓଡ଼ିଶା ଫେରିଛନ୍ତି ଆଉ ୭୭ଜଣ ଡାକ୍ତରୀ ଛାତ୍ରଛାତ୍ରୀ । ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଛାତ୍ରଛାତ୍ରୀଙ୍କୁ ପାଛୋଟି ଆଣିବାକୁ ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ଏୟାର ଏସିଆର ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଥିଲେ ପିଲା ।

ପିଲାଙ୍କୁ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଡାକ୍ତରୀ ପାଠ ପଢାରେ କିଛି ବ୍ୟାଘାତ ହେବନି ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତମେ ମାନେ ଘରେ ରୁହ ପାଠ ପଢା କଥା ମୁଁ ବୁଝିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଯୁଦ୍ଧ କ୍ଷେତ୍ରର ଭୟ ଓ ଆତଙ୍କର ତିକ୍ତ ଅନୁଭୂତିକୁ ବଖାଣିଥିଲେ ଛାତ୍ରଛାତ୍ରୀ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସେମାନେ ଜୀବନ ଧରି ଫେରିଛନ୍ତି ବୋଲି କହିଛନ୍ତି ।

ସ୍ବତନ୍ତ୍ର ବିମାନ ଯୋଗେ ଫେରାଇ ଆଣିଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଭିଭାବକଙ୍କ ସହିତ ମଧ୍ୟ ନବୀନ କଥା ହୋଇଛନ୍ତି । ପିଲାମାନଙ୍କୁ ଯୁଦ୍ଧ ଭୂଇଁରୁ ଫେରାଇ ଆଣିଥିବାରୁ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଭିଭାବକ । ୟା ଭିତରେ ଓଡ଼ିଶାକୁ ୟୁକ୍ରେନରୁ ପାଖାପାଖି ୩୦୦ଜଣ ଫେରିଲେଣି । ପ୍ରଥମ ରାଜ୍ୟ ଭାବେ ଛାତ୍ରଛାତ୍ରୀଙ୍କୁ ଫେରାଇଆଣିବାକୁ ବଡ଼ ବ୍ୟାବସ୍ଥା କରିଛନ୍ତି ରାଜ୍ୟ ସରକାର । ସେମାନଙ୍କୁ ଫେରାଇ ଆଣିବାକୁ ସମସ୍ତ ଖର୍ଚ୍ଚ ବହନ କରିଛି ଓଡ଼ିଶା । ଏଥିପାଇଁ ୪ଜଣଙ୍କୁ ଦାୟିତ୍ବ ଦିଆଯାଇଛି । ଡାକ୍ତରୀ ପିଲାଙ୍କ ଭବିଷ୍ୟତ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରେ ପିଲାଙ୍କ ପାଠପଢା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ନବୀନ ।

ଏଥିସହିତ ପଢ଼ନ୍ତୁ: ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କ ନିମନ୍ତେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: କୃତଜ୍ଞତା ଜଣାଇଲେ ଅଭିଭାବକ

 

ଏମ୍ସରେ ଖୋଲିଲା ସ୍ୱତନ୍ତ୍ର ରିମାଟୋଲୋଜି କ୍ଳିନିକ୍: ଆଣ୍ଠୁଗଣ୍ଠି ବାତ ରୋଗୀ ପାଇବେ ବିଶେଷ ଚିକିତ୍ସା

ଭୁବନେଶ୍ୱର: ଆଣ୍ଠୁଗଣ୍ଠି ବାତ ଓ ମାଂସପେଶୀଜନିତ ବିଭିନ୍ନ ରୋଗ ଏବଂ ଏସ୍‌ଏଲଇ ଓ ସ୍କ୍ଲ‌େରୋଡର୍ମା ଭଳି ନାନା ସମସ୍ୟାରେ କଷ୍ଟ ଭୋଗୁଥିବା ବ୍ୟକ୍ତିଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱରରେ ବହୁପ୍ରତୀକ୍ଷିତ ଆଣ୍ଠୁଗଣ୍ଠି ବାତ (ରିମାଟୋଲୋଜି) ସ୍ୱତନ୍ତ୍ର କ୍ଲିନିକ୍ ସେବାର ଶୁଭାରମ୍ଭ କରାଯାଇଛି। ଏମ୍‌ସ ଭୁବନେଶ୍ୱରର ଜେନେରାଲ୍ ମେଡିସିନ୍ ବିଭାଗ ଅଧୀନରେ ଏହି ସ୍ୱତନ୍ତ୍ର କ୍ଲିନିକ୍ ଚଳିତ ମାସ ୪ରୁ କାର୍ଯ୍ୟାରମ୍ଭ କରିଛି। ଏହି କ୍ଲିନିକ୍ ଜେନେରାଲ୍ ମେଡିସିନ୍ ବିଭାଗର ମୁଖ୍ୟ ଡ. ଅନୁପମ ଦେ’ଙ୍କ ନେତୃତ୍ୱରେ ପରିଚାଳିତ ହେବ। ଏହି କ୍ଲିନିକ୍ ପ୍ରତ୍ୟେକ ଶୁକ୍ରବାର ଦିନ ୨ ରୁ ୫ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ |

Psoriatic Arthritis vs. Rheumatoid Arthritis – Cleveland Clinic
“ଭାରତୀୟ ଜନସଂଖ୍ୟାର ପ୍ରାୟ ୧୫–୨୦% ପ୍ରତିଶତ ଲୋକ ଗଣ୍ଠିବାତ ଓ ମାଂସପେଶୀଜନିତ ଭଳି ବିଭିନ୍ନ ରୋଗରେ ପୀଡ଼ିତ। ଭାରତରେ ପ୍ରାୟ ୧୮୦ ମିଲିୟନରୁ ଅଧିକ ଲୋକଙ୍କୁ ଗଣ୍ଠିବାତ(ଆର୍ଥ୍ରାଇଟିସ୍) ପ୍ରଭାବିତ କରିଛି। ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରାୟ ୧୦ ଲକ୍ଷ ଲୋକ ଯନ୍ତ୍ରଣାଦାୟକ ରିମାଟଏଡ ଆର୍ଥ୍ରାଇଟିସରେ ପୀଡ଼ିତ। ଗଣ୍ଠିବାତଜନିତ (ରିମାଟୋଲୋଜିକାଲ୍) ରୋଗ ସବୁ ବୟସ ବର୍ଗଙ୍କୁ ପ୍ରଭାବିତ କରିଥାଏ। ଏହି ରୋଗର ପ୍ରକୃତି ଦୀର୍ଘସ୍ଥାୟୀ ଏବଂ ସୁସ୍ଥ ହେବା ପରେ ମଧ୍ୟ ପୁନର୍ବାର ଫେରୁଥିବାରୁ ଏହା ଦୀର୍ଘ ଦିନର ଚିକିତ୍ସା ଆବଶ୍ୟକ କରିଥାଏ ବୋଲି ରିମାଟୋଲୋଜି କ୍ଲିନିକ୍‌ ମୁଖ୍ୟ ଡ. ଅନୁପମ ଦେ ପ୍ରକାଶ କରିଛନ୍ତି।

Rheumatoid Arthritis (RA) Symptoms, Treatment, Causes, Diagnosis

“ଏମ୍‌ସ ଭୁବନେଶ୍ୱରରେ କାର୍ଯ୍ୟ ଆରମ୍ଭ କରିଥିବା ରିମାଟୋଲୋଜି ସ୍ୱତନ୍ତ୍ର କ୍ଲିନିକ୍ ଆର୍ଥ୍ରାଇଟିସ୍ ରୋଗୀ ଏବଂ ବିଭିନ୍ନ ଅଟୋଇମ୍ୟୁନୋ ରୋଗରେ ପୀଡିତ ଲୋକଙ୍କୁ ବିଶେଷ ସେବା ଯୋଗାଇଦେବ। ଇଞ୍ଜେକ୍ସନ ନେଉଥିବା କିମ୍ବା ଇମ୍ୟୁନୋସପ୍ରେସାଣ୍ଟ୍‌ ଔଷଧ ଆବଶ୍ୟକ କରୁଥିବା ରୋଗୀଙ୍କୁ ଡେକେୟାର୍‌ ଚିକିତ୍ସା ସେବା ଯୋଗାଇ ଦିଆଯିବା ସହିତ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଏବଂ କାଉନ୍‌ସେଲିଙ୍ଗ୍‌ ମଧ୍ୟ କରାଯିବବୋଲି ଡ. ଅନୁପମ ଦେ ସୂଚନା ଦେଇଛନ୍ତି।

ଏହି ଅବସରରେ ମେଡିସିନ୍ ଓପିଡିରେ ଜନସଚେତନତା ଅଭିଯାନ ହାତକୁ ନିଆଯାଇଥିଲା। ରୋଗୀ ଏବଂ ସମ୍ପର୍କୀୟମାନଙ୍କୁ ବିଭିନ୍ନ ରିମାଟୋଲୋଜିକାଲ୍ ରୋଗ, ଏହାର ଶୀଘ୍ର ଚିହ୍ନଟ ଏବଂ ନିରାକରଣ ସମ୍ପର୍କରେ ସୂଚନା ପ୍ରଦାନ ସହିତ ପାମ୍ପଲେଟ୍ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ସ୍ୱତନ୍ତ୍ର କ୍ଲିନିକ୍‌ରେ ଡ. ସୁଜାତା ଦେବୀ, ଡ. ଦେବାନନ୍ଦ ସାହୁ ଏବଂ ଡ. ଅର୍ପିତା ଦାଶ ପ୍ରମୁଖ ସେବା ଯୋଗାଇଦେବେ। ଏମ୍‌ସ ଭୁବନେଶ୍ୱରରେ ଆଣ୍ଠୁଗଣ୍ଠି ବାତ (ରିମାଟୋଲୋଜି) ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ ଫଳରେ ହଜାର ହଜାର ରୋଗୀ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି।

ପୌର ନିର୍ବାଚନ ନେଇ ସରିଲା ନାମାଙ୍କନ ଏଥର ଜୋରଦାର ହେବ ପ୍ରଚାର

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ । ଏଥର ଜୋରଦାର ହେବ ପୌର ଫାଇଟ୍ । ନାମାଙ୍କନ ଭରିଛନ୍ତି ସବୁ ଆଶାୟୀ ପ୍ରାର୍ଥୀ । ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ହେଭିଓ୍ବେଟ୍ । ଆଜି ବିଜେଡି ମେୟର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡିର ଭୁବନେଶ୍ବର ମେୟର ପ୍ରାର୍ଥୀ ସୁଲୋଚନା ଦାସ, କଟକ ମେୟର ପ୍ରାର୍ଥୀ ସୁବାସ ସିଂ ଓ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଏକ ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ ବିଜେଡିର ୩ ହେଭିଓ୍ବେଟ୍ ମେୟର ପ୍ରାର୍ଥୀ । ଅନ୍ୟପଟେ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଞ୍ଜୁ ରଥଙ୍କୁ ମେୟର ଟିକେଟ ଦେଇଛି କଂଗ୍ରେସ । ସେହିପରି ଓ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଧ୍ୟ ନାମାଙ୍କନ କରିଛନ୍ତି ।

ସେହିଭଳି ଭୁବନେଶ୍ବର ମହାନଗର ନିଗମର ୫୦ ନମ୍ବର ଓ୍ବାର୍ଡ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ କର୍ପୋରେଟର ସୁଜିତ୍ ସ୍ବାଇଁ । ଇଞ୍ଜିନିୟରିଂ ପାଠ ସାରି ୨୦୧୪ ମସିହାରେ ସେ ପ୍ରଥମ ଥର ବିଜେଡି ଟିକେଟରେ ଜିତି କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ଆଜି ବରମୁଣ୍ଡାର ଶତାଧିକ ସମର୍ଥକଙ୍କୁ ନେଇ ସେ ଭୁବନେଶ୍ବର ଏଡିଏମଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ପ୍ରାର୍ଥୀଭାବେ ୨୦୨୨ ବିଏମସି ନିର୍ବାଚନ ଜିତିବାକୁ ସେ ଦମ୍ଭୋକ୍ତି ଦେଖାଇଛନ୍ତି । । ଆଗାମୀଦିନରେ ବରମୁଣ୍ଡା ସମେତ ଭୁବନେଶ୍ବରର ସର୍ବାଙ୍ଗିନ ଉନ୍ନତି ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରପାଳିକାର ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସଙ୍ଗୀତା ପିଙ୍ଗୁଆ । ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ବରୀ ବିଧାୟିକା ସୁନନ୍ଦା ଦାସ ଓ ଅନେକ ବିଜେଡି ନେତାଙ୍କ ଉପସ୍ଥିତିରେ ସଂଗୀତା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଯଦି କିଏଭ ଦଖଲ କରେ ଋଷ, କେଉଁଆଡେ ଯିବେ ଜେଲେନସ୍କି ?

କିଏଭ: ଋଷ ହମଲାରୁ ରାଷ୍ଚ୍ରପତି ଜେଲେନସ୍କିଙ୍କୁ ବଞ୍ଚାଇବା ପାଇଁ  ୟୁକ୍ରେନ ସରକାର ଚଳାଇଛନ୍ତି ରଣନିତୀ । କେତେବେଳେ କେଉଁଠି ରହୁଛନ୍ତି ଭାଲୋଦିମିର ଜେଲେନସ୍କି ତାହା କାହାକୁ ମଧ୍ୟ ଜଣା ନାହିଁ  । ଯେଉଁଥିପାଇଁ ୧୧ ଦିନ ଧରି ଯୁଦ୍ଧ ଜାରି ରଖିଥିବା ଋଷିଆ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତିଙ୍କ ଟେର୍ ପାଉନି  । କିମ୍ବା ପାଖ ସ୍ପର୍ଷ କରିପାରୁନାହିଁ  । ସୂଚନା ମୁତାବକ ପ୍ରତିଦିନ ସ୍ଥାନ ପରିବର୍ତ୍ତନ କରୁଛନ୍ତି ଜେଲେନସ୍କି । ଏକଥା ମଧ୍ୟ କୁହାଯାଉଛି କି, ରାଜଧାନୀ କିଏଭରେ ୟୁକ୍ରେନ ସେନା ରଖିଛି ଜେଲେନସ୍କିଙ୍କ ପାଇଁ ସୁରକ୍ଷିତ ଘର  ।

ସେପଟେ ୟୁକ୍ରେନର ସମର୍ଥନ ଦେଇ ଆସୁଛି ଆମେରିକା ସମେତ ୟୁରୋପୀୟ ଦେଶ  । ୟୁକ୍ରେନ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଏହି ଦେଶ ସମୂହ ଚଳାଇଛନ୍ତି ସ୍ୱତନ୍ତ୍ର ପ୍ଲାନ  । କିଏଭକୁ ଯଦି ଋଷ ସେନା ନିଜ ଦଖଲକୁ ନିଏ, ତେବେ ଏଥିପାଇଁ ମଧ୍ୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି  । ଯଦି ୟୁକ୍ରେନରେ ଋଷ ସମର୍ଥିତ ସରକାର ଗଢାଯାଏ ତେବେ କୁଆଡେ ଯିବେ ଜେଲେନସ୍କି  । ସୂଚନା ମୁତାବିକ ନିର୍ବାସିତ ଜେଲେନସ୍କି ସରକାର ପଶ୍ଚିମରେ ଥିବା କାପାର୍ଥିଆ ପାହାଡରେ ନିର୍ମାଣ ହୋଇଥିବା ରାଷ୍ଟ୍ରପତି ପ୍ୟାଲେସକୁ ଯାଇପାରନ୍ତି  ।

ଯୁଦ୍ଧ ପୂର୍ବରୁ ଅର୍ଥାତ ଜାନୁୟାରୀରେ ଆମେରିକା ଯାଇଥିଲେ ଜେଲେନସ୍କି  । ଏହି ଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆମେରିକା ସହ ଆଲୋଚନା କରିଥିଲେ ୟୁକ୍ରେନ ରାଷ୍ଟ୍ରପତି  । ପରିବାର ଓ ନିଜର ସୁରକ୍ଷାକୁ ହୋଇଥିଲା ଉଚ୍ଚସ୍ତରୀୟ ବୈଠକ  । ଆମେରିକା କହିଥିଲା କି- ଯେକୌଣସି ପରିସ୍ଥିତି ମଧ୍ୟ ସୃଷ୍ଟି ହେଉ ଜେଲେନସ୍କି କିନ୍ତୁ ୟୁକ୍ରେନ ବାସୀଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଚେଷ୍ଟା କରିବେ  ।

ଋଷର ଆକ୍ରାମକ ଯୁଦ୍ଧ ଭିତରେ ଭାଲୋଦିମିର ଜେନେଲସ୍କି କେଉଁଆଡେ ପଳାୟନ କରିଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା  । କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଏକ ଭିଡିଓ ମାଧ୍ୟମରେ ଦେଶ ଛାଡିନଥିବା ନେଇ ସୂଚନା ଦେଇଥିଲେ  । ସେହିପରି ଜେଲେନସ୍କିଙ୍କ ପତ୍ନୀ ଓଲୋନା ମଧ୍ୟ କେଉଁଆଡ଼େ ପଳାୟନ କରିଥିବା ଖବର ପ୍ରକାଶ ପାଇଥିଲା  । ପରବର୍ତ୍ତୀ ସମୟରେ ଓଲୋନୀ ମଧ୍ୟ ଭିଡିଓ ବାର୍ତ୍ତା ପଠାଇ ୟୁକ୍ରେନ ଥିବା କହିଥିଲେ  । କିନ୍ତୁ ସତ ଏହା ଯେ, ଉଭୟେ କେଉଁଠି ଅଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ  ।

ଅନ୍ତର୍ଜାତୀୟ ଗଞ୍ଜେଇ ମାଫିଆ ଅନିଲଙ୍କ ୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ନେଇ ଚିଠି ଲେଖିଲା ଏସଟିଏଫ୍

ଭୁବନେଶ୍ୱର:  ଆକ୍ସନ ମୋଡ଼ରେ ଏସଟିଏଫ । ଅନ୍ତର୍ଜାତୀୟ ଗଞ୍ଜେଇ ମାଫିଆ ଅନିଲ ପାଣ୍ଡେ ବିରୋଧରେ କାର୍ଯ୍ୟନୁଷ୍ଠାନ । ଆଲିସାନ ବଙ୍ଗଳା ଓ ସମ୍ପତ୍ତି ଦେଖି ତାଜୁବ ହେଲା ଟିମ । କୁଖ୍ୟାତ ନିଶା ବ୍ୟବସାୟୀ ଅନିଲ କୁମାର ପାଣ୍ଡିର ୨କୋଟି ସମ୍ପତ୍ତି ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଫ୍ । ୨ କୋଟିର ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ପାଇଁ ଏନଡିପିଏସ୍ କୋଲକାତା କମ୍ପିଟେଣ୍ଟ ଅଧିକାରୀଙ୍କୁ ବାଜ୍ୟାପ୍ତ କରିବା ପାଇଁ ଲେଖିଲେ ଏସଟିଏଫ ।

୨ କୋଟିର ସମ୍ପତ୍ତି ଭିତରେ ରହିଛି ୩ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର , ୩୩ଟି ପ୍ଲଟ ଓ ବ୍ୟାଙ୍କ ଡିପୋଜିଟ୍ । ଘର ଭଇତରେ ସୁଇମିଙ୍କ ପୋଲ । ଅନିଲ ପାଣ୍ଡେ ଦୀର୍ଘ ଦିନ ହେବ ନିଶା ବ୍ୟବସାୟରେ ଲିପ୍ତ ଥିଲା । ରାଜ୍ୟରେ ନୁହଁ ରାଜ୍ୟ ବାହାରେ ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ମଧ୍ୟ ସେ ବେଆଇନ କାର୍ଯ୍ୟରେ ଲିପ୍ତ ରହିଛି ।

ପୂର୍ବରୁ ଅନିଲଙ୍କ ଭାଇ ସୁନିଲ ପାଣ୍ଡେଙ୍କୁ ମଧ୍ୟ ଗୁଜୁରାଟ ପୋଲିସ ଗିରଫ କରିଛି । ଏହି ଦୁଇ ଭାଇଙ୍କ ସହ ଅନ୍ୟ କିଛି ଜଣ ମିଶି ଗଞ୍ଜେଇ କାରବାର କରୁଥିବାର ଅନୁମାନ କରିଛି ଏସଟିଏଫ । ଗଜପତିରୁ ଏହି ବ୍ୟବସାୟ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ନେଟ ୱାର୍କ ଚଳାଉଥିଲା ଅନିଲ । ଏପରିକି ମାଓବାଦୀ ସହ ମିଶି ଗଞ୍ଜେଇ ଚଷ କରୁଥିବା ଏସଟିଏଫ ସନ୍ଦେହ କରୁଛି । ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରେ ନିଶା କାରବାର ଚଳାଇଥିବା ୩ ଜଣ ନିଶା ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିଛି । ସେକ ରାଜା -୧.୬୫ କୋଟି,ଟକଲୁ ରାଜା-୨କୋଟି, ଅନିଲ ପାଣ୍ଡେ -୨କୋଟି ଙ୍କ ସମ୍ପତ୍ତି ବଜ୍ୟାପ୍ତ କରିଛି ଏସଟିଏଫ । ୨୦୨୧ ମସିହା ଅଗଷ୍ଟ ୧୩ ତାରିଖରେ ୧୦ କୁଇଣ୍ଟା ଗଞ୍ଜେଇ ସହ ଏକ ଟ୍ରକ ଜବତ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ଗଛକୁ ପିଟିଲା ବରଯାତ୍ରୀ ଗାଡ଼ି, ୨ ମୃତ

ଜେଲେନସ୍କିଙ୍କ ପରେ ପୁତିନଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ଭାରତୀୟଙ୍କ ନିରାପଦ ଉଦ୍ଧାର ପ୍ରସଙ୍ଗ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ନେତାଙ୍କ ମଧ୍ୟରେ ଉଦ୍ଧାର ପ୍ରକ୍ରିୟା ନେଇ ପ୍ରାୟ ୫୦ ମିନଟ ଧରି ଆଲୋଚନା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୟୁକ୍ରେନରେ ହଜାର ହଜାର ଭାରତୀୟ ଫସି ରହିଥିବାବେଳେ ସେମାନଙ୍କ ଉଦ୍ଧାର ବର୍ତ୍ତମାନ ଭାରତ ଲାଗି ଏକ ମେଗା ଚାଲେଞ୍ଜ ହୋଇଛି ।

ପୁଟିନଙ୍କ ସହ କଥାବାର୍ତ୍ତା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଦୁଇନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଉଦ୍ଧାର କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ୟୁକ୍ରେନର ସହଯୋଗ ଲାଗି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ ମୋଦି । ସମସ୍ତ ଭାରତୀୟଙ୍କ ଉଦ୍ଧାର ହେବା ଯାଏ ସହଯୋଗ କରିବାକୁ ଜେଲେନସ୍କିଙ୍କୁ ଅନୁରୋଧ କରିଥିଲେ ମୋଦି । ସୁମିରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ଲାଗି ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ ।

ୟୁକ୍ରେନ ଫେରନ୍ତା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପାଛୋଟି ନେବାକୁ ବିମାନବନ୍ଦର ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୟୁକ୍ରେନରୁ ଫେରୁଛନ୍ତି ୭୭ ଜଣ ଓଡ଼ିଆ ଛାତ୍ରଛାତ୍ରୀ । ଏୟାର ଏସିଆର ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଓଡ଼ିଶା ଆସୁଛନ୍ତି । ଦିଲ୍ଲୀରୁ ଭୁବନେଶ୍ବର ଫେରୁଛନ୍ତି ଛାତ୍ରଛାତ୍ରୀ । ଆଉ କିଛି ସମୟ ପରେ ଭୁବନେଶ୍ବର ବିମାନବନ୍ଦରରେ ଲ୍ୟାଣ୍ଡିଂ । ପିଲାଙ୍କୁ ପାଛୋଟି ନେବାକୁ ବିମାନବନ୍ଦରକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଯୋଗ୍ୟ ଯେ, ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନ୍‌ରୁ ଅଧାରୁ ପାଠ ଛାଡ଼ି ଆସିଥିବା ଛାତ୍ରଛାତ୍ରୀଙ୍କୁ ସହାୟତା ଦେବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତୁରନ୍ତ ଏ ପ୍ରସଂଗକୁ ଗୁରୁତର ସହ ନେଇ ନ୍ୟାସନାଲ ମେଡିକାଲ କାଉନସିଲ୍‌ ଏବଂ ମନ୍ତ୍ରାଳୟ ସହ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ପାଠ ପଢା କିପରି ଭାରତରେ ହୋଇପାରିବ ସେନେଇ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଏହି ପ୍ରସଂଗରେ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କ ଅଧ୍ୟୟନ ବ୍ୟବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ମାଲିକାଣିଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଡ୍ରାଇଭର, ଜାଣନ୍ତୁ କିଭଳି କରିଛନ୍ତି ଠକେଇ

ଭୁବନେଶ୍ୱର: ବିଶ୍ୱାସରେ ବିଷ ଦେଲା ଡ୍ରାଇଭର ।  ମାଲିକାଣୀଙ୍କ ସରଳତାର ସୁଯୋଗ ନେଇ ଆକାଉଣ୍ଟରୁ ଚଳୁ କଲା ପ୍ରାୟ ୧୦ ଲକ୍ଷ ଟଙ୍କା । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଧୀନରେ । ଏ ନେଇ ସାଇବାର ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ମହାନାକୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ମୋବାଇଲ ଫୋନ, ୩ଟି ସିମ, ୪ଟି ବ୍ୟାଙ୍କ ପାସବୁକ,  ୩ଟି ଏଟିଏମ କାର୍ଡ, ଗୋଟିଏ ଡେବିଟ କାର୍ଡ ଏବଂ ଆଧାରକାର୍ଡ ଜବତ କରିଛି ସାଇବର ଥାନା ପୋଲିସ ।

ସୂଚନା ଅନୁସାରେ ଗୌରୀ ଦାସ ନାମକ ଜଣେ ମହିଳାଙ୍କ ଘରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । କୌଶଳ କ୍ରମେ ଫୋନ ପେ’ ମାଧ୍ୟମରେ ଗୌରୀଙ୍କ ଆକାଉଣ୍ଟରୁ ୯.୯୫ ଲକ୍ଷ ଟଙ୍କା ନିଜ ପତ୍ନୀ ଏବଂ ମାଆଙ୍କ ଆକାଉଣ୍ଟକୁ ପଠାଇଥିବା ସୂଚନା ମିଳିଛି । ଗୌରୀଙ୍କ ଭାଇ ଅଭିଯୋଗ କରିବା ପରେ ସାଇବର ଥାନା ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି ।

ଏଥିସହିତ ପଢ଼ନ୍ତୁ: ବିଜେଡିରେ ମିଶିଲେ ସାଂସଦ ଅପରାଜିତାଙ୍କ ନୋମିନି