spot_img
Home Blog Page 4530

ସରିଲା ପ୍ରଚାର, ଆସନ୍ତାକାଲି ୟୁପିରେ ଶେଷ ପର୍ଯ୍ୟାୟ ନିର୍ବାଚନ

ଲକ୍ଷ୍ନୌ: ସରିଲା ଦୀର୍ଘ ଦୁଇ ମାସର ନିର୍ବାଚନୀ ପ୍ରଚାର । ଆସନ୍ତାକାଲି ୟୁପିରେ ଶେଷ ପର୍ଯ୍ୟାୟ ନିର୍ବାଚନ । କାଲି ୯ଟି ଜିଲ୍ଲାର ୫୪ଟି ଆସନରେ ହେବ ମତଦାନ । ୬୧୩ ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ । ଏଥିରେ ରହିଛି ବାରଣାସୀ, ଆଜମଗଡ଼ ମିର୍ଜାପୁର, ଗାଜିପୁର ଭଳି ହାଇପ୍ରୋଫାଇଲ୍ ଆସନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ହୋଇଥିବାରୁ ଏହା ଉପରେ ରହିଛି ସଭିଙ୍କ ନଜର । ଶେଷ ପର୍ଯ୍ୟାୟରେ ଉତ୍ତରପ୍ରଦେଶର କିଛି ମନ୍ତ୍ରୀଙ୍କର ଭାଗ୍ୟ ପରୀକ୍ଷା ହେବ । ପର୍ଯ୍ୟଟନ ମନ୍ତ୍ରୀ ନିଳକଣ୍ଠ ତିଓ୍ୱାରୀଙ୍କ ସମେତ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ସେପଟେ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ସପାରେ ମିଶିଥିବା କ୍ୟାବିନେଟ୍ ମନ୍ତ୍ରୀ ଦାରା ସିଂ ଚୌହାନଙ୍କ ମଧ୍ୟ କାଲି ଭାଗ୍ୟ ପରୀକ୍ଷା କରିବେ । ସବୁ ଆସନରେ ସମାଜବାଦୀ ପାର୍ଟି ସହ ବିଜେପିର କଡ଼ା ଟକ୍କର ହେବାର ସମ୍ଭାବନା ରହିଛି । ଗତ ନିର୍ବାଚନରେ ଏହି ଅଞ୍ଚଳରେ ଭଲ ପ୍ରଦର୍ଶନ କରିଥିଲା ବିଜେପି । ୨୦୧୭ରେ ଏଠାରେ ବିଜେପି ୨୯ଟି ସିଟ୍ ପାଇଥିବାବେଳେ ସମାଜବାଦୀ ପାର୍ଟିକୁ ମିଳିଥିଲା ୧୧ ଆସନ । ତେବେ ଏଥର ସ୍ଥିତି ବଦଳିବା ସହିତ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିଛି ସମାଜବାଦୀ ପାର୍ଟି ।

ବାରିପଦା BJD ପୌରପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ କୃଷ୍ଣାନନ୍ଦ ମହାନ୍ତି

ବାରିପଦା: ବହୁ ପ୍ରତିକ୍ଷିତ ବାରିପଦା ପୌରପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ପୂର୍ବତନ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କ ନାମ ଘୋଷଣା କରିଛି ବିଜେଡି। ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଏହାର ଘୋଷଣା କରିଛନ୍ତି ।

ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ଉଦଳା ଓ ରାଇରଙ୍ଗପୁର ପୌରପରିଷଦ ପାଇଁ ଅଧ୍ୟକ୍ଷମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । କରଞ୍ଜିଆ ପାଇଁ ପପି ପୃଷ୍ଟି, ରାଇରଙ୍ଗପୁର ପାଇଁ ଅଭିଷେକ ପଟ୍ଟନାୟକ, ଉଦଳା ପାଇଁ ରଞ୍ଜିତା ବାନାର୍ଜୀଙ୍କ ନାମ ଘୋଷଣା କରାଯାଇଛି ।

ଯାଜପୁର ପୌରପାଳିକା ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ ତାଲିକା

ଯାଜପୁର: ଯାଜପୁର ପୌରପାଳିକା ପାଇଁ ବିଜେଡି ଘୋଷଣା କରିଛି ପ୍ରାର୍ଥୀ ତାଲିକା । ୧୮ କାଉନସିଲର ଓ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ତାଲିକାରେ ମହିଳା ଓ ନୂଆ ମୁହଁକୁ ପ୍ରାଧାନ୍ୟ ଦିଆଯାଇଛି । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ରଞ୍ଜୁଲତା ହୋତାଙ୍କୁ ପୌରାଧ୍ୟକ୍ଷ ଟିକେଟ ଦେଇଛି ଦଳ ।

ନିର୍ବାଚନରେ ବିଜୁ ଜନତା ଦଳ ପୌରପାଳିକା ହାତେଇବା ନେଇ ସମସ୍ତ ପ୍ରକାର ଋଣନିତୀ ପ୍ରକାଶ କରିଛି  । ଦଳ କିପରି ତୃଣମୂଳ ସ୍ତରରେ ପହଁଚି ସାଧାରଣ ଲୋକଙ୍କ ପାଖରେ ଲୋକାଦୃତ ହୋଇପାରିବ ସେନାଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି  ।  ଏଥର ମଇଦାନରେ ଅନେକ ନୂଆ ମୁହଁକୁ ଦଳ ସୁଯୋଗ ଦେଇଛି । ମୋଟ ୧୮ଟି ୱାର୍ଡରେ ୯ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ୧୮ଜଣିଆ ତାଲିକାରେ ୧୬ ଜଣ ନୂଆ ମୁହଁ ରହିଛନ୍ତି । ଦଳୀୟ ଟିକେଟ ପାଇବା ପରେ ମୁଖ୍ୟମନ୍ତ୍ରୀ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରାର୍ଥୀ ।

ଚତୁର୍ଥ ଦିନରେ ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ୩୭ଟି ନାମାଙ୍କନ ଦାଖଲ

ଭୁବନେଶ୍ୱର:  ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶନିବାର ରହିଥିଲା ଚତୁର୍ଥ ଦିନ । ସାରା ଓଡ଼ଶାରୁ ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ୩୭ଟି ଏବଂ କାଉନସିଲର ଓ କର୍ପୋରେଟର ପାଇଁ ୨୭୫ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ସାମୁହିକ ଭାବେ ୭୧୩ଟି କର୍ପୋରେଟର ଓ ମେୟର ପଦ ପାଇଁ ୨୩ଟି ଫର୍ମ ବିକ୍ରି ସରିଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ମେୟର ପଦବୀ ପାଇଁ ମଧ୍ୟ କମ୍ପୁଛି ମହାନଗର ନିଗମ  । ଏହାରି ଭିତରେ ବିଏମସି ମେୟର ପାଇଁ ପଡିଛି ପ୍ରଥମ ନାମାଙ୍କନ । କର୍ପୋରେଟର ପଦ ପାଇଁ ୧୩୨ ଏବଂ ମେୟର ପଦ ପାଇଁ ୮ଟି ଫର୍ମ ବିକ୍ରି ହୋଇଥିବା ବେଳେ ୨୦ଜଣ କର୍ପୋରେଟର ଏବଂ ଜଣେ ମେୟର ପଦ ପାଇଁ ନାମାଙ୍କନ ଭରିଛନ୍ତି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିନଥିବାବେଳେ ଶନିବାର ବିଜେଡ଼ି ଏବଂ ବିଜେପି ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି  ।

ପ୍ରବାଦ ପୁରୁଷଙ୍କ ଜୟନ୍ତୀରେ କ୍ରୀଡ଼ାବିତ୍ ପୁରସ୍କୃତ

ଭୁବନେଶ୍ୱର : ବିଶିଷ୍ଟ ଜନନାୟକ, ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ  ଜନ୍ମବାର୍ଷିକୀ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଫଳ କ୍ରୀଡ଼ାବିତଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ଫେଡେରେସନ କପ ଭଲିବଲ ଚାମ୍ପିଆନସିପ୍‌ରେ ବ୍ରୋଞ୍ଜ ପଦକ ପାଇଥିବା ରାଜ୍ୟ ମହିଳା ଓ ପୁରୁଷ ଦଳକୁ ୧.୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଚେସ ତାରକା ତଥା ମହିଳା ଗ୍ରାଣ୍ଡମାଷ୍ଟର ପଦ୍ମିନୀ ରାଉତଙ୍କୁ ୨୦୨୧ ରେ ତାଙ୍କର ସଫଳତା ପାଇଁ ୬୦ ହଜାର ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ରଗବୀ ଖେଳାଳୀ ତିଳୋତ୍ତମା ସାହୁଙ୍କୁ ୩୮ ହଜାର ୫୦୦ ଏବଂ ଭାଗ୍ୟଲକ୍ଷ୍ମୀ ବାରିକଙ୍କୁ ୩୦ ହଜାର ଟଙ୍କାର ଅର୍ଥ ରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଛି ।

ତୀରନ୍ଦାଜରେ ରଞ୍ଜିତ ନାୟକଙ୍କୁ ୪୭ ହଜାର ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ସୂର୍ଯ୍ୟମଣି ମାଝୀଙ୍କୁ ୨୦ ହଜାର ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ନିକଟରେ ଶେଷ ହୋଇଥିବା ଏଫଆଇଏଚ ଓଡ଼ିଶା ଜୁନିୟର ପୁରୁଷ ହକି ବିଶ୍ୱକପରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ଖେଳାଳୀ ଅଭିଷେକ ଲାକ୍ରାଙ୍କୁ ୧୨ହଜାର ୫୦୦ଟଙ୍କା ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି ।  ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ ଅନ୍ତେବାସୀ ଓ କ୍ରୀଡ଼ାବିତ୍‌ଙ୍କୁ ନେଇ ଏକ ଦୌଡ଼ର ଆୟୋଜନ କରାଯାଇଥିଲା । ପୂର୍ବାହ୍ନ ୭ ଘଟିକା ସମୟରେ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା ବିଜୁ ପଟ୍ଟନାୟକଙ୍କ ପ୍ରତିଛବିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଏହି ଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେହିପରି ଅପରାହ୍ନରେ କ୍ରୀଡ଼ା ଓ ଯୁବସେବା ଏକାଦଶ ଏବଂ ଏଚ୍‌ପିସି ଏକାଦଶ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ରୀଡ଼ା ଓ ଯୁବସେବା ଏକାଦଶ ୩-୨ ପେନାଲଟି ସୁଟ୍‌ଆଉଟ୍‌ରେ ବିଜୟୀ ହୋଇଥିଲା ।

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୁଇଜ ପ୍ରତିଯୋଗିତାରେ ସମୀର କୁମାର ଲେଙ୍କା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସୁଶ୍ରୀ ସଙ୍ଗୀତା ନାୟକ ଓ ଜାହ୍ନବୀ ବଡା ଦ୍ୱିତୀୟ ଏବଂ ଜସ୍ମିନ ଗ୍ରେୱାଲ ଓ ଅଭିଜିତ ସ୍ୱାଇଁ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ସେହିପରି ବକ୍ତୃତା ପ୍ରତିଯୋଗିତାରେ ଜସ୍ମିନ ଗ୍ରେୱାଲ ପ୍ରଥମ, ଶିବାନୀ ପ୍ରିୟଦର୍ଶିନୀ ଦ୍ୱିତୀୟ ଏବଂ ସମୀର କୁମାର ଲେଙ୍କା ତୃତୀୟ ସ୍ଥାନରେ ରହିଥିଲେ । ଚିତ୍ରକଳା ପ୍ରତିଯୋଗିତାରେ ପ୍ରତୀକ୍ଷା ମହାରଣା ପ୍ରଥମ, ଗୀତିଜ୍ଞାନ ମହାନ୍ତି ଦ୍ୱିତୀୟ ଏବଂ ଧରିତ୍ରୀ ଶଙ୍ଖାରି ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ସଙ୍ଗୀତରେ ପ୍ରତୀକ୍ଷା ମହାରଣା ପ୍ରଥମ, ଦିଲ୍ଲୀପ ନାୟକ ଦ୍ୱିତୀୟ ଏବଂ ଶ୍ରୀରାମ ପଟେଲ ତୃତୀୟ ସ୍ଥାନରେ ହାସଲ କରି ପୁରସ୍କୃତ ହୋଇଥିଲେ ।

ବିଭାଗର କର୍ମଚାରୀଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରକଳା ପ୍ରତିଯୋଗିତାରେ ଚନ୍ଦ୍ରକାନ୍ତ ବାରିକ ପ୍ରଥମ, ସୋନୁ କୁମାର ପଣ୍ଡା ଦ୍ୱିିତୀୟ ଏବଂ ସୁନିତା ହାଁସଦା ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ଆଜିର ଉତ୍ସବରେ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ବିଜୟାନନ୍ଦ ନାୟକ, ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା, ଯୁଗ୍ମ ଶାସନ ସଚିବ ରଞ୍ଜିତ ପରିଡା, ଅର୍ଥ ପରାମର୍ଶଦାତା ଗୀତା ଦାସ ଅନୁଶାସନ ସଚିବ ରାଜେନ୍ଦ୍ର ପ୍ରସାଦ ପାଣି, ଲକ୍ଷ୍ମୀକାନ୍ତ ମିଶ୍ର ଓଏସଡି ସନାତନ ସାହୁ ଏବଂ ଓଡିଶା ଭଲିବଲ ସଙ୍ଘର ସମ୍ପାଦକ ଗଗନେନ୍ଦୁ ଦାସ ପୁରସ୍କାର ବିତରଣ କରିଥିଲେ  । ଏହି ଉତ୍ସବକୁ ପ୍ରୋଗ୍ରାମ ଅଫିସର ଡ. ନିବେଦିତା ଆଚାର୍ଯ୍ୟ ସଂଯୋଜନା କରିଥିଲେ  ।

ଦଳ ଛାଡି ସମାଜବାଦୀ ପାର୍ଟିରେ ମିଶିଲେ ବିଜେପି ସାଂସଦ ରୀତାବହୁଗୁଣା ଯୋଶୀଙ୍କ ପୁଅ

ଲକ୍ଷ୍ନୗେ: ଉତ୍ତରପ୍ରଦେଶ ରାଜନୀତିରେ ନାଟକୀୟ ମୋଡ । ବରିଷ୍ଠ ବିଜେପି ସାଂସଦ ରୀତାବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଲକ୍ଷ୍ମୌ କାଣ୍ଟନମେଣ୍ଟ ଆସନରେ ଲଢିବା ଲାଗି ପୁଅ ମୟଙ୍କଙ୍କୁ ଟିକେଟ ଦେବା ଲାଗି ବିଜେପି ନେତାଙ୍କ ନିକଟରେ ଦାବି କରିଆସୁଥିଲେ ରୀତା ।

bjp defated in panchayat election in up

ମାତ୍ର ମୟଙ୍କଙ୍କୁ ଟିକେଟ ଅଗ୍ରାହ୍ୟ ପରେ ସେ ପଦ୍ମ ଶିବିର ଛାଡି ଅଖିଳେଶ ଯାଦବଙ୍କ ଶିବିରରେ ଯୋଗ ଦେଇଛନ୍ତି । ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏହି ଦଳବଦଳ ବେଶ୍ ରୋଚକସ୍ଥିତି ସୃଷ୍ଟି କରିଥିବା ରାଜନୈତିକ ମାହୋଲରେ ଚର୍ଚ୍ଚା ହୋଇଛି। ଆଜମଗଡରେ ସମାଜବାଦୀ ପାର୍ଟିର ଏକ ସଭା ଚାଲିଥିବାବେଳେ ସେଠାରେ ମୟଙ୍କ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି । ତେବେ ୨୦୧୨ ଓ ୨୦୧୭ରେ ଲକ୍ଷ୍ମୌ କାଣ୍ଟନମେଣ୍ଟରୁ ରୀତା କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ । ପରେ ସେ ବିଜେପିରେ ସାମିଲ ହୋଇଥିଲେ ।

ଏପଟେ ଆସନ୍ତା ୭ରେ ୟୁପିର ୯ଟି ଜିଲ୍ଲାର ୫୪ଟି ଆସନରେ ମତଦାନ ହେବାକୁ ଯାଉଛି । ୟୁପିରେ ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ବାରାଣାସୀ, ଆଜମଗଡ଼ ମିର୍ଜାପୁର, ଗାଜିପୁର ଭଳି ହାଇପ୍ରୋଫାଇଲ୍‌ ଆସନ ରହିଛି । ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର କିଛି ମନ୍ତ୍ରୀଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେଉଛି। ତେବେ ଏଭଳି ସମୟରେ କର୍ମୀ ବିଜେପି ଛାଡି ଅନ୍ୟ ଦଳରେ ମିଶିବା ଦଳ ପାଇଁ ଭାରି ପଡିପାରେ ବୋଲି ଚର୍ଚ୍ଚା ହେଉଛି ।

ହୋଲିର ଗୋଟିଏ ଦିନ ପୂର୍ବରୁ କରନ୍ତୁ ଏହି କାମ, ଘରେ ଭରିଯିବ ସୁଖ ସମୃଦ୍ଧି

ନୂଆଦିଲ୍ଲୀ: ଭାରତରେ ରଙ୍ଗର ପର୍ବ ହୋଲି ଖୁବ୍ ଧୁମାଧାମରେ ପାଳନ କରାଯାଏ । ଦୁଇ ଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ । ହୋଲିର ଗୋଟିଏ ଦିନ ପୂର୍ବରୁ ହୋଇଥାଏ ହୋଲିକା ଦହନ୍ । ଯାହାକୁ ଅନେକ ସ୍ଥାନରେ ଛୋଟି ହୋଲି ମଧ୍ୟ କୁହାଯାଏ । ଏହି ଦିନ ଲୋକମାନେ ହୋଲିକାଙ୍କୁ ପୂଜା କରନ୍ତି ।

ଚଳିତ ଥର ହୋଲି ପର୍ବ ମାର୍ଚ୍ଚ ୧୮ ତାରିଖରେ ପଡୁଛି । ଲୋକକଥାନୁଯାୟୀ, ହୋଲିକା ଦହନ୍ ଦିନ କିଛି ବିଶେଷ ଉପାୟ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ହୋଲି ସହିତ ଜଡିତ କିଛି ଖାସ୍ ଉପାୟ ବିଷୟରେ ଜାଣନ୍ତୁ…

ଗରିବ ଲୋକଙ୍କୁ ଦାନ କରନ୍ତୁ – ହୋଲି ଦିନ ଗରିବ ଏବଂ ଅଭାବୀ ଲୋକଙ୍କୁ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ଏଭଳି କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏକ ସକରାତ୍ମକ ପ୍ରଭାବ ସହିତ ମାନସିକ ଶାନ୍ତି ମଧ୍ୟ ମିଳିଥାଏ ।

ଚାକିରିରେ ସଫଳତା ମିଳିବ- ଅନେକ ସମୟରେ କଠିନ ପରିଶ୍ରମ ପରେ ମଧ୍ୟ ଚାକିରି, ବ୍ୟବସାୟ କିମ୍ବା ବୃତ୍ତିରେ ସନ୍ତୁଷ୍ଟି ମିଳେ ନାହିଁ । ଏଭଳି ସମସ୍ୟା ଥିଲେ ହୋଲିକା ଦହନରେ ପୂଜା ବେଳେ ନଡ଼ିଆକୁ ଅଗ୍ନିରେ ଦାହ କରନ୍ତୁ । ଏହା ପରେ ହୋଲିକା ଚାରିପଟେ ସାତଥର ଘୁରନ୍ତୁ । ଶାସ୍ତ୍ର ଅନୁଯାୟୀ ଏଭଳି କଲେ ସବୁ ସମସ୍ୟାରୁ ମୁକ୍ତି ମିଳିବ ।

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ- ହୋଲିକା ଦହନ ଦିନ ଠାରୁ ହୋଲି ପର୍ବ ଆରମ୍ଭ ହୋଇଥାଏ। ଆର୍ଥିକ ସ୍ଥିତି ସୁଧାରିବା ସହ ଘରେ ସୁଖ ଏବଂ ଶାନ୍ତି ଆଣିବାକୁ ଚାହୁଁଛନ୍ତି ତେବେ ହୋଲିକା ଦହନ ଦିନ ପୂଜା ସମୟରେ ବାଦାମ ଏବଂ ମିଠାକୁ ପ୍ରସାଦ ଭାବେ ଅର୍ପଣ କରନ୍ତୁ ।

ମନୋକାମନା ପୂରଣ ହେବ- ହୋଲିକା ଦହନ ଦିନ ପୂଜା ସମୟରେ ଅଗ୍ନିରେ ପାନ ପତ୍ର ଏବଂ ନଡିଆ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିବ।କୁହାଯାଏ ହୋଲିକା ଦହନ ରେ ଅଗ୍ନିର ପାଉଁଶକୁ ଘରକୁ ଆଣି ସୋରିଷ ମଞ୍ଜି ଏବଂ ଲୁଣ ମିଶାଇ ସ୍ୱଚ୍ଛ ତଥା ଶୁଦ୍ଧ ସ୍ଥାନରେ ରଖନ୍ତୁ । ଏହାଦ୍ୱାରା ଘରୁ ସବୁ ନକରାତ୍ମକ ଶକ୍ତି ଦୂରେଇ ଯିବ ।

ATM କାର୍ଡ ବଦଳାଇ ନେଇଗଲେ ୪୦ ହଜାର

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ଏଟିଏମ କାର୍ଡ ବଦଳାଇ ବରିଷ୍ଠ ନାଗରିକଙ୍କ ଠାରୁ ୪୦ ହଜାର ଲୁଟ । ନୟାପଲ୍ଲୀ ଆଇଆରସି ଭିଲେଜ ଅଞ୍ଚଳର ମହମ୍ମଦ ଫିରୋଜ । ସେ ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ । ନୟାପଲ୍ଲୀରେ ଥିବା ଏକ ଏଟିଏମ କାଉଣ୍ଟରକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେହି ସମୟରେ ଲୁଟେରା ଜଣଙ୍କ ବ୍ୟସ୍ତ କରାଇ କୌଶଳ କ୍ରମେ ଫିରେଜଙ୍କ ପିନ ନମ୍ବର ଦେଖିବା ସହିତ କାର୍ଡ ବଦଳାଇ ନେଇଥିଲେ । ଏଟିଏମ କାମ ନ କରିବାରୁ ଘରକୁ ଫେରି ଦେଖିଲା ବେଳେ କାର୍ଡ ବଦଳି ହୋଇଥିବା ଜାଣିବାକୁ ପାଇଥିଲେ । ଏହି ସମୟରେ ପର୍ଯ୍ୟାୟ କ୍ରମେ ତାଙ୍କର ୪୦ ହଜାର କଟି ଯାଇଥିଲା ।

ଏଟିଏମ କାର୍ଡକୁ ବ୍ଳକ୍ କରିବା ସହିତ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । କାର୍ଡଟି ବ୍ଳକ କରିବା ପରେ ଲୁଟେରା ଜଣଙ୍କ ଟଙ୍କା ଉଠେଇବାକୁ ଉଦ୍ୟମ କରୁଥିବା ତାଙ୍କ ମୋବାଇଲକୁ ମ୍ୟାଜେଜ ଆସୁଛି । ସେପେଟେ ଏଟିଏମର କାଉଣ୍ଟରରେ ସୁରକ୍ଷା କର୍ମୀ ନଥିବା ବେଳେ ଏପରି ଲୁଟ ହେଉଛି ବୋଲି ଅଭିଯୋଗ ହୋଇଛି । ପୂର୍ବରୁ ରାଜଧାନୀରେ ଏକାଧିକ ଥର ଏଟିଏମରୁ ସାହାର୍ଯ୍ୟ ବାହାନାରେ କାର୍ଡ ବଦଳାଇ ଲୁଟ ହୋଇଛି । ଏବେ ଏସଟିଏମର ସୁରକ୍ଷା ନେଇ ସାଧାରଣେର ଉଠିଛି ପ୍ରଶ୍ନ ।

Russia Ukraine War: ବରଫ ତରଳାଇ ପାଣି ପିଉଛନ୍ତି ଫସିଥିବା ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ପରେ ଭାରତ ସରକାର ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି ସମୟରେ ଉତ୍ତର-ପୂର୍ବ ସହର ସୁମିରେ ଫସି ରହିଥିବା କିଛି ଭାରତୀୟ ଛାତ୍ରଛାତ୍ରୀ ବରଫ ତରଳାଇ ପାଣି ପିଉଥିବା ଭଳି ଖବର ସାମ୍ନାକୁ ଆସିଛି ।

ସୁମିରେ ଟ୍ରେନ୍ ଏବଂ ବସ୍ ଅଟକି ରହିଛି । ରାସ୍ତା ଓ ବ୍ରିଜ୍ ନଷ୍ଟ ହୋଇଯାଇଥିବା ବେଳେ ରାସ୍ତାରେ ଯୁଦ୍ଧ ଚାଲିଛି | ଏପରିକି ଏକ ବଡ଼ ବିସ୍ଫୋରଣ ପରେ ସହରରେ ବିଦ୍ୟୁତ ଓ ଜଳ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି। ଯୁଦ୍ଧ ସ୍ଥିତି ଭିତରେ ୭୦୦ରୁ ୮୦୦ ଭାରତୀୟ ଛାତ୍ରଛାତ୍ରୀ ସୁମି ସହରରେ ଫସି ରହିଥିବା ବେଳେ ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।

Russia Ukraine War One Indian Student Dead In Kharkiv

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ୟୁକ୍ରେନର ସୁମି ସହରରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଏଭଳି ସମୟରେ ସେଠାରେ ଥିବା ଜଣେ ଭାରତୀୟ ଯୁଦ୍ଧ ବିଭୀଷିକା ବଖାଣିଛନ୍ତି । ମାଲଭିକା ନାମକ ଜଣେ ଛାତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି ଯେ,  ଶୋଷ ମେଣ୍ଟାଇବା ପାଇଁ କିଭଳି ଛାତ୍ରଛାତ୍ରୀ ମାନେ ବରଫ ତରଳାଉଛନ୍ତି । ଯୁଦ୍ଧକୁ ନଜରରେ ରଖି ପିଲାମାନେ ପାଣି ସଂଗ୍ରହ କରିଥିଲୁ, କିନ୍ତୁ ତାହା ଶେଷ ହୋଇଗଲା। ଫଳରେ ବାଧ୍ୟ ହୋଇ ବାହାରେ ଥିବା ବରଫକୁ ତରଳାଇ ପିଇଥିଲୁ ବୋଲି କହିଛନ୍ତି ।

Russian Military Centers In North Kiev Of Ukraine

ଖବର ଅନୁଯାୟୀ, ଋଷର ସୀମା ନିକଟରେ ଥିବା ସୁମି ଷ୍ଟେଟ ୟୁନିଭରସିଟିରୁ କୗେଣସି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇନାହିଁ । ମାତ୍ର ୬୫ କିଲୋମିଟର ଦୂରରେ ଥିବା ଋଷ ସୀମା ଦେଇ ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଉଦ୍ୟମ କରୁଛନ୍ତି । କିନ୍ତୁ ଏହି ୬୫ କିଲୋମିଟର ଯାତ୍ରା କରିବାକୁ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ ସରକାରଙ୍କ ଅନୁମତି ପଡିଥାଏ ବୋଲି ସେ କହିଛନ୍ତି ।

ନବରଙ୍ଗପୁରରେ ଭୁଷୁଡୁଛି ହାତ, ବିଜେଡିରେ ଭୀମ

ନବରଙ୍ଗପୁର: କଂଗ୍ରେସକୁ ଲାଗିଲା ବଡ଼ ଝଟକା । ପୌରାନିର୍ବାଚନ ନାମାଙ୍କନ ପ୍ରକ୍ରିୟା ଚାଲିଥିବା ବେଳେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେଲେ ନବରଙ୍ଗପୁର ନଗର କଂଗ୍ରେସ ସଭାପତି ଭୀମ ହରିଜନ । ଭୀମ କଂଗ୍ରେସର ପ୍ରାଥମିକ ସଦସ୍ୟତା ସହ ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି । ଭୀମ ହରିଜନ ପୂର୍ବରୁ କାଉନସିଲର ଥିଲେ । ଏଥିସହ କଂଗ୍ରେସ ଦଳ ତରଫରୁ ନବରଙ୍ଗପୁର ପୌରାଞ୍ଚଳ ର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାର ଶୀର୍ଷରେ ଥିବା ନେଇ ଚର୍ଚ୍ଚା ହେଉଥିଲା।

ତେବେ ସବୁ ଆକଳନକୁ ପଛକୁ ଠେଲି ଦେଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଭୀମ ହରିଜନଙ୍କ ସହ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତାଜ ଇମ୍ରାନ୍ ସରିଫ ମଧ୍ୟ ଇସ୍ତଫା ଦେଇଛନ୍ତି । ବିଜେଡ଼ି ରେ ସାମିଲ ହେବା ପରେ ବିଜେଡିର ଶୃଙ୍ଖଳା ଓ ମୁଖ୍ୟମନ୍ତ୍ରୀ ନିର୍ମଳ ଭାବ ମୂର୍ତ୍ତୀ ସହ ଜିଲ୍ଲାର ନେତା ମାନଙ୍କ କାର୍ଯ୍ୟ କଳାପ ଅନୁପ୍ରାଣିତ ହୋଇ ଜିଲାର ଉନ୍ନତୀ ରେ ସାମିଲ ହେବା ପାଇଁ ବିଜେଡ଼ି ରେ ସାମିଲ ହୋଇଥିବା କହିଛନ୍ତି ଭୀମ ହରିଜନ । ମିଶ୍ରଣ ପର୍ବରେ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରମେଶ ମାଝୀ, ଓ ପ୍ରମୁଖ ନେତା ଉପସ୍ଥିତ ଥିଲେ ।