spot_img
Home Blog Page 4549

ଦ୍ୱିତୀୟ ଦିନରେ ବିଜେଡି ହାତେଇଛି ୫୧୯ ଆସନ, ମୋଟ ୭୨୩ ଆସନରେ ଆଗୁଆ ବିଜେଡି

ଭୁବନେଶ୍ୱର: ଦ୍ୱିତୀୟ ଦିନ ଗଣତିର ୨୭୦ ଆସନ ମଧ୍ୟରୁ ବିଜେଡି ୨୩୭, ବିଜେପି ୧୬, କଂଗ୍ରେସ ୧୫ ଓ ଅନ୍ୟମାନେ ୨ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି। ।ପ୍ରଥମ ଦିନର ୨୮୨ଟି ଆସନକୁ ମିଶାଇ ବିଜେଡି ପ୍ରାର୍ଥୀମାନେ ଏଯାବତ୍ ୫୧୮ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି।

ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସବୁଠି ବିଜେଡି ଆଉ କେବଳ ବିଜେଡି । କୋରାପୁଟ, ରାୟଗଡ଼ାରେ ବିଜେଡିକୁ କଂଗ୍ରେସ କିଛି ମାତ୍ରାରେ ଟକ୍କର ଦେଉଥିବା ବେଳେ ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଖୋର୍ଦ୍ଧାରେ ବିଜେପି ନିଜ ସମ୍ମାନ ରକ୍ଷା କରିବାକୁ ଲଢ଼େଇ କରୁଛି। ସ୍ଥିତି ଏପରି ହୋଇଛି ‌ଯେ ବିଜେଡି ୮୯% ସିଟ୍ ଦଖଲ କରିସାରିଲାଣି। ବାକି ୧୧% ବିଜେପି, କଂଗ୍ରେସ, ସ୍ୱାଧୀନ ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଛନ୍ତି।

ତେବେ ଆଜି ଆସିବ ଫାଇନାଲ ରିପୋର୍ଟ । ବାକିଥିବା ୨୨୯ ଜିଲ୍ଲା ପରିଷଦ ଜୋନର ଚାଲିଛି ଗଣତି । ଖୋଲିଛି ଭୋଟବାକ୍ସ, ଆସିବ ଜନତାଙ୍କ ରାୟ। ଗତକାଲି ୫ଟି ଜୋନ୍ ଥିବା ବ୍ଲକର ୨ଟି ଲେଖାଏ ଜୋନରେ ଗଣତି ହୋଇଥିଲା। ଆଜି ବାକିଥିବା ସମସ୍ତ ଜୋନରେ ହେଉଛି ଗଣତି। ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯାଉଛି । ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯାଉଛି। ପ୍ରତି ୱାର୍ଡର ଗଣତି ପରେ ମାଇକ ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ । ଏଥିପାଇଁ କାଉଣ୍ଟିଂ ସେଣ୍ଟର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ସଦ୍ୟତମ ରିପୋର୍ଟ ମୁତାବକ ବିଜେଡି ସମୁଦାୟ ୭୨୩ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୪୧ ଏବଂ କଂଗ୍ରେସ ୩୭ଟି ଆସନରେ ଆଗୁଆ ରହିଛି ।

ଏଥିସହିତ ପଢ଼ନ୍ତୁ: ଭୁବନେଶ୍ୱରରେ ଫିଲ୍ମ ସୁଟିଂ କରୁଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା

ଆମେରିକାକୁ ଦାୟୀ କଲା, ଋଷକୁ ସମର୍ଥନ କଲା ଚୀନ: ବେଲାଋଷରେ ଆଲୋଚନା ପାଇଁ ପ୍ରସ୍ତାବ

କିବ୍: ଘଡ଼ିକେ ଛୁଟୁଛି ଘୋଡ଼ା । ବାହାରିପାରୁନି ସମାଧାନର ବାଟ । ସାରା ୟୁକ୍ରେନକୁ ଋଷ ସୈନ୍ୟ ଘେରାବନ୍ଦୀ କରିଥିବାବେଳେ ଟାର୍ଗେଟରେ ରାଜଧାନୀ କିବ୍ ଓ ଦ୍ୱିତୀୟ ବୃହତ୍ତମ ସହର ଖାର୍କିବ । କୌଣସି ମୁହୂର୍ତ୍ତରେ ଦୁଇ ସହରକୁ କବଜା କରିପାରନ୍ତି ଋଷ ସୈନ୍ୟ । ସେପଟେ ବେଲାଋଷରେ ଋଷ ସହ ଆଲୋଚନା କରିବା ଲାଗି ୟୁକ୍ରେନ ସମ୍ମତ ଥିବା ସୂଚନା ମିଳିଛି । ତେଣେ ଋଷକୁ ଉତ୍ତରକୋରିଆ ସମର୍ଥନ କରିଥିବାବେଳେ ନିଜର ନମ୍ବର ଓ୍ୱାନ୍ ଟ୍ରେଡିଂ ପାର୍ଟନର ଋଷ ଲାଗି ହାତ ବଢାଉଛି ଚୀନ ।

ଋଷ କବଳରେ ୟୁକ୍ରେନ । ଚାରିପଟେ ସମରସଜ୍ଜା । କ୍ୟାପିଟାଲ କିବ୍ ସମେତ ଅନ୍ୟାନ୍ୟ ସହରରେ ମିସାଇଲ ଷ୍ଟ୍ରାଇକ । ଦ୍ୱିତୀୟ ବୃହତ୍ତମ ସହର ଖାର୍କିବରେ ଘମାଘୋଟ ଲଢେଇ । ସାରା ୟୁକ୍ରେନ ଭିତରେ ଠୁଳ ଋଷର ପ୍ରାୟ ୫୦ ପ୍ରତିଶତ ସୈନ୍ୟ । ବାଦ ପଡୁନି ଆବାସିକ କୋଠା, ଡାକ୍ତରଖାନା ଓ ଆମ୍ବୁଲାନ୍ସ । ଓଖିତିର୍କା ସହରରେ ଋଷର ଗୋଳାମାଡରେ ପ୍ରାଣ ହରାଇଛନ୍ତି ଜଣେ ଶିଶୁ ସମେତ ୬ଜଣ । ତେବେ ଚେର୍ଣ୍ଣୋବିଲ ଆଣବିକ କାରଖାନାର ନିରାପତ୍ତା ନେଇ ମିଳିତ ପଦକ୍ଷେପ ନେଇଛନ୍ତି ଋଷ ଓ ୟୁକ୍ରେନ । ୟୁକ୍ରେନକୁ ୩୫୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ର ଯୋଗାଇବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଥିବାବେଳେ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ କରିଛନ୍ତି ଘୋଷଣା ।

ତେଣେ ମଇଦାନକୁ ଆସିଛି ଉତ୍ତରକୋରିଆ । ଶାସକ କିମ୍ ଜଙ୍ଗ ଉନ୍ ଯୁଦ୍ଧ ଲାଗି ଆମେରିକାକୁ ଦାୟୀ କରିଥିବାବେଳେ ଋଷକୁ କରିଛନ୍ତି ସମର୍ଥନ । କହିଛନ୍ତି- ଶାନ୍ତି ଓ ସ୍ଥିରତା ନାମରେ ଆମେରିକା ବିଶ୍ୱରେ ସବୁଠାରୁ ଅଧିକ ଅସ୍ଥିରତା ସୃଷ୍ଟି କରୁଛି । ଯୁଦ୍ଧ ଟେନସନ ଭିତରେ ଉତ୍ତରକୋରିଆ ପରୀକ୍ଷା କରିଛି ଅତି ଦୂରଗାମୀ କ୍ଷେପଣାସ୍ତ୍ର । ଏହାକୁ ମିଶାଇ ଚଳିତ ବର୍ଷ ୮ଟି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଉତ୍ତରକୋରିଆ । ଅନ୍ୟତମ ସୁପରପାଓ୍ୱାର ଚୀନ ମଧ୍ୟ ଆମେରିକାକୁ ଦୋଷ ଦେଇଛି । ୟୁକ୍ରେନ ପ୍ରସଙ୍ଗରେ ଋଷ ଓ ଚୀନ ମଧ୍ୟରେ ସମ୍ପର୍କ ହେଉଛି ନିକଟତର । ଚୀନର ନମ୍ବର ଓ୍ୱାନ୍ ଟ୍ରେଡିଂ ପାର୍ଟନର ଭାବେ ଦୀର୍ଘ ଦଶନ୍ଧି ଧରି ରହିଆସିଛି ଋଷ । ଦିନକୁ ଦିନ ଜଟିଳ ହେଉଛି ଯୁଦ୍ଧସ୍ଥିତି । ବଦଳିବାରେ ଲାଗିଛି ବିଶ୍ୱର ସମୀକରଣ । ଗ୍ରେଟର ଋଷ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଭିମୁଖ୍ୟ ଉପରେ ରୋକ୍ ଲାଗି ନାଟୋ ହୋଇଛି ଅକ୍ଷମ ।

ୟୁକ୍ରେନ ନିର୍ମିତ ବିଶ୍ୱର ବୃହତ୍ତମ ବିମାନକୁ ନଷ୍ଟ କଲା ଋଷ ସେନା

0

କିଏଭ୍: ବିଶ୍ୱର ବୃହତ୍ତମ ବିମାନକୁ ନଷ୍ଟ କଲା ଋଷ ସେନା । ୟୁକ୍ରେନ ବିଶ୍ୱର ଏହି ବୃହତ୍ତମ ବିମାନଟିକୁ ଋଷ ସେନା ନଷ୍ଟ କରିଦେଇଥିବା ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି ।

ଏଏନ୍‌-୨୨୫ ‘ମ୍ରିୟା’ (ୟୁକ୍ରେନ୍‌ ଭାଷାରେ ଏହାର ଅର୍ଥ ‘ସ୍ୱପ୍ନ’) ନାମକ ଉକ୍ତ ବୃହତ୍ତକାୟ ବିମାନକୁ ୟୁକ୍ରେନୀୟ ବିମାନ ନିର୍ମାଣକାରୀ କମ୍ପାନୀ ‘ଆଣ୍ଟୋନୋଭ୍‌’ ନିର୍ମାଣ କରିଥିଲା। ଋଷ ସେନାଙ୍କ ବୋମା ବର୍ଷଣ ଯୋଗୁଁ କିଏଭ୍‌ ବାହାରେ ଥିବା ‘ହୋସ୍ତୋମେଲ୍‌ ବିମାନ ବନ୍ଦର’ରେ ବିଶ୍ୱର ସର୍ବବୃହତ୍ତ ମାଲବାହୀ ବିମାନ ଭାବେ ମାନ୍ୟତା ପାଇଥିବା ‘ମ୍ରିୟା’ ପୋଡ଼ିଯାଇଥିବା କୁହାଯାଉଛି।

World's largest plane 'Mriya' destroyed by Russian strikes in Ukraine:  Minister

ଧ୍ୱଂସ ପାଇଥିବା ବିମାନ ପାଇଁ ଶୋକ ପ୍ରକଟ କରି ୟୁକ୍ରେନ୍‌ର ସରକାରୀ ଟ୍ୱିଟର ହ୍ୟାଣ୍ଡଲ୍‌ରେ ଲେଖାଯାଇଛି: ବିଶ୍ୱର ବୃହତ୍ତମ ବିମାନ ‘ମ୍ରିୟା’କୁ (ସ୍ୱପ୍ନ) କିଏଭ୍‌ ନିକଟବର୍ତ୍ତୀ ବିମାନ ବନ୍ଦରରେ ଦଖଲକାରୀ ଋଷ ସେନା ଧ୍ୱସଂ କରିଛି । ଆମେ ସେହି ବିମାନକୁ ପୁଣି ଥରେ ନିର୍ମାଣ କରିବୁ । ଶକ୍ତିଶାଳୀ, ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ୟୁକ୍ରେନ୍‌ ଗଠନ ନିମନ୍ତେ ଥିବା ଆମର ଅଭିଳାଷ ପୂରଣ କରିବୁ।  ଅନ୍ୟପକ୍ଷରେ ବିମାନର ନିର୍ମାଣକାରୀ କମ୍ପାନୀ ଟ୍ୱିଟ୍ କରି କହିଛି: ‘ଏଏନ୍‌-୨୨୫’କୁ ବିଶେଷଜ୍ଞମାନେ ଯାଞ୍ଚ ନ କରିବା ପର୍ଯ୍ୟନ୍ତ ତା’ର ବୈଷୟିକ ଅବସ୍ଥା ସଂକ୍ରାନ୍ତରେ ଆମେ କୌଣସି ରିପୋର୍ଟ ଦେଇ ପାରିବୁ ନାହିଁ। ପରବର୍ତ୍ତୀ ଔପଚାରିକ ଘୋଷଣା ପର୍ଯ୍ୟନ୍ତ ପ୍ରତୀକ୍ଷା କରନ୍ତୁ।

ଗଣତିର ଶେଷ ଦିନ: ୩ଅଙ୍କ ଛୁଇଁ ନପାରନ୍ତି ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ଆଜି ଆସିବ ଫାଇନାଲ ରିପୋର୍ଟ । ପଞ୍ଚାୟତ ଭୋଟ୍ ଗଣତିର ଆଜି ତୃତୀୟ ଦିନ । ବାକିଥିବା ୨୨୯ ଜିଲ୍ଲା ପରିଷଦ ଜୋନର ହେଉଛି ଗଣତି । ଖୋଲିଛି ଭୋଟବାକ୍ସ, ଆସିବ ଜନତାଙ୍କ ରାୟ। ଗତକାଲି ୫ଟି ଜୋନ୍ ଥିବା ବ୍ଲକର ୨ଟି ଲେଖାଏ ଜୋନରେ ଗଣତି ହୋଇଥିଲା। ଆଜି ବାକିଥିବା ସମସ୍ତ ଜୋନରେ ହେଉଛି ଗଣତି। ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯାଉଛି । ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯାଉଛି। ପ୍ରତି ୱାର୍ଡର ଗଣତି ପରେ ମାଇକ ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ । ଏଥିପାଇଁ କାଉଣ୍ଟିଂ ସେଣ୍ଟର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଦ୍ୱିତୀୟ ଦିନ ଗଣତିର୨୭୦ଟି ଆସନ ମଧ୍ୟରୁ ବିଜେଡି ୨୩୬, ବିଜେପି ୧୬, କଂଗ୍ରେସ ୧୫ ଓ ଅନ୍ୟମାନେ ୨ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି। ପ୍ରଥମ ଦିନର ୨୮୨ଟି ଆସନକୁ ମିଶାଇ ବିଜେଡି ପ୍ରାର୍ଥୀମାନେ ଏଯାବତ୍ ୫୧୮ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି।

ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଖାଲି ବିଜେଡି ଆଉ ବିଜେଡି। କୋରାପୁଟ, ରାୟଗଡ଼ାରେ ବିଜେଡିକୁ କଂଗ୍ରେସ କିଛି ମାତ୍ରାରେ ଟକ୍କର ଦେଉଥିବା ବେଳେ ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଖୋର୍ଦ୍ଧାରେ ବିଜେପି ନିଜ ସମ୍ମାନ ରକ୍ଷା କରିବାକୁ ଲଢ଼େଇ କରୁଛି। ସ୍ଥିତି ଏପରି ହୋଇଛି ‌ଯେ ବିଜେଡି ୮୯% ସିଟ୍ ଦଖଲ କରିସାରିଲାଣି। ବାକି ୧୧% ବିଜେପି, କଂଗ୍ରେସ, ସ୍ବାଧୀନ ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଛନ୍ତି।

ଶନିବାର ପ୍ରଥମ ଦିନର ଗଣତି ହୋଇଥିବା ବେଳେ ଏଥିରେ ୩୧୫ଟି ସିଟ୍‌ରୁ ବିଜେଡି ୮୯% ଅର୍ଥାତ୍ ୨୮୨ଟି ସିଟ୍‌ରେ ବିଜୟ ହାସଲ କରିଛି। ସେହିପରି କଂଗ୍ରେସ ୪% ଅର୍ଥାତ୍ ୧୪ଟି, ବିଜେପି ୫% ସିଟ୍‌ ଅର୍ଥାତ୍ ୧୫ଟି ସିଟ୍‌ରେ ବିଜୟ ହାସଲ କରିଛନ୍ତି। ବାକି ୨% ସିଟ୍ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀଙ୍କ ଖାତାକୁ ଯାଇଛିି ।

ରବିବାର ରାତି ୧୦ଟା ସୁଦ୍ଧା ୮୫୩ଟି ଜୋନ୍‌ର ମୋଟ୍ ୯୧୯୧୩ଟି ବୁଥ୍‌ରୁ ୫୯୬୯୫ଟିରେ ଗଣତି ଶେଷ ହୋଇଥିବା ବେଳେ ବିଜେଡି ୫୫୩ଟିରେ, ବିଜେପି ୩୦ଟିରେ, କଂଗ୍ରେସ ୩୦ଟିରେ, ସ୍ୱାଧୀନ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୪ଟିରେ ବିଜୟ ହାସଲ କରିଥିବା ବେଳେ ୩ଟିରେ ଆଗୁଆ ଥିଲେ।

ଭୁବନେଶ୍ୱରରେ ଫିଲ୍ମ ସୁଟିଂ କରୁଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା

ଭୁବନେଶ୍ୱର: ବଲିଉଡର ପ୍ରତିଷ୍ଠିତ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସହ ଫିଲ୍ମ ନିର୍ମାଣ କରୁଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ସିନେ ନିର୍ମାତା ନନ୍ଦିତା ଦାସ । ଯାହାର ସୁଟିଂ ଏବେ ଭୁବନେଶ୍ୱରରେ ଚାଲିଛି । ଶନିବାର ସିନେମାର ସୁଟିଂ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ହେଉଥିଲା । ଯାହାକୁ ଦେଖିବା ଲାଗି ସକାଳୁ ସଞ୍ଜ ପର୍ଯ୍ୟନ୍ତ ଭିଡ଼ ଜମିଥିଲା । କପିଲ ଆସୁଥିବା ଶୁଣି ବହୁ ପ୍ରଶଂସକ ରାସ୍ତାରେ ଏବଂ ସୁଟିଂ ସ୍ଥଳରେ ଭିଡ଼ ଜମାଇଥିଲେ । ପୂର୍ବାହ୍ନ ସମୟରେ ଖଣ୍ଡଗିରି ପାହାଡ଼ ତଳ ନାକାଗେଟ୍‌ ଛକ ନିକଟ ଏକ ମଲ୍‌ ନିକଟରେ ସୁଟିଂ ହେଉଥିଲା ବେଳେ ସନ୍ଧ୍ୟାରେ ଖଣ୍ଡଗିରି ଥାନା ନିକଟ ଖାରବେଳ ହୋଟେଲ ପାଖ ଜେଡିସିଏ ଆର୍ଟ ସେଣ୍ଟର ପରିସରରେ ସୁଟିଂ ହୋଇଥିଲା ।

ସେଥିପାଇଁ ରାସ୍ତାରେ କିଛି କ୍ଷଣ ପାଇଁ ପ୍ରବଳ ଭିଡ଼ ଜମିଥିଲା । ଦର୍ଶକ ବହୁତ ଦୂରର ଛିଡ଼ା ହୋଇ ସୁଟିଂ ଦେଖୁଥିଲା ବେଳେ ଫଟୋ ଏବଂ ଭିଡିଓ ସୁଟିଂ ଲାଗି ବାରଣ କରାଯାଇଥିଲା । ଏହି ସିନେମାର ଟାଇଟଲ ଘୋଷଣା ହୋଇନଥିଲା ବେଳେ ଫଟୋ ଏବଂ ଭିଡିଓ ବି ସୋସିଆଲ୍‌ ମିଡିଆରେ ଅପଡେଟ୍‌ କରାଯାଉନି । ସିନେମାର ପ୍ରତିଟି ଘଟଣାକୁ ସସ୍‌ପେନ୍ସ ରଖାଯାଉଥିବା ସୂଚନା ଦିଆଯାଇଛି । କାହାଣୀ ଅନୁସାରେ ଏହି ସିନେମାରେ କପିଲ ଜଣେ ଫୁଡ୍‌ ଡେଲିଭରୀ ବୟର ଭୂମିକା ତୁଲାଇବେ ଏବଂ ତାଙ୍କ ପତ୍ନୀ ଭୂମିକାରେ ଶାହାନା ଗୋସ୍ୱାମୀ ଅଭିନୟ କରୁଛନ୍ତି। ଆପ୍‌ଲାଉଜ୍‌ ଏଣ୍ଟରଟେନ୍‌ମେଣ୍ଟ ଏବଂ ନନ୍ଦିତା ଦାସ ଇନିସିଏଟିଭ୍‌ସ ଦ୍ୱାରା ଏହି ସିନେମାଟି ପ୍ରସ୍ତୁତ ହେଉଛି । ସିନେମାରେ ବଲିଉଡ କଳାକାରଙ୍କ ସହ କିଛି ଓଡ଼ିଆ କଳାକାର ମଧ୍ୟ ସାମିଲ ଅଛନ୍ତି । ବର୍ତ୍ତମାନ ଅଧିକାଂଶ କଳାକାର ଭୁବନେଶ୍ୱରରେ ରହିଛନ୍ତି । ଏବଂ ଏହାର ସୁଟିଂ ରାଜଧାନୀର ବିଭିନ୍ନ ସ୍ଥାନରେ କରାଯିବ ବୋଲି ସୂଚନା ରହିଛି ।

ଏଥିସହିତ ପଢ଼ନ୍ତୁ: ପରାଜୟ ଟ୍ରେଣ୍ଡକୁ ଦେଖି ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା, ପୋଲିସ ଚଳାଇଲା ଲାଠି

 

ପରମାଣୁ ବୋମା ଟିମକୁ ଆଲର୍ଟ କଲେ ପୁତିନ, ବୁଝାମଣା ପାଇଁ ରାଜି ହୋଇପାରେ ୟୁକ୍ରେନ୍

ମସ୍କୋ: ୟୁକ୍ରେନ- ଋଷ ଭିତରେ ଜାରି ରହିଛି ଗୋଳା ବାରୁଦ ବର୍ଷଣ  । ଯୁଦ୍ଧ ପରିସ୍ଥିତିକୁ ପୁରାବାକୁ ବସିଛି ୫ ଦିନ  । ସେପଟେ ୟୁକ୍ରେନରେ ଋଷ ସେନା ଆକ୍ରମଣ ଜାରି ରଖିଥିବାବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହାରି ମଧ୍ୟରେ ଜରୁରୀ କାଳୀନ ବୈଠକ ବସାଇଛନ୍ତି  । ନ୍ୟୁକ୍ଲିୟର ଫୋର୍ସକୁ ଆଲର୍ଟ କରିଛନ୍ତି ପୁତିନ  । ବୁଧବାର ପରମାଣୁ ବୋମା ନିକ୍ଷେପଣ ଟିମର ବୈଠକ ଡାକିବେ ରାଷ୍ଟ୍ରପତି  । ଏହି ଟିମରେ ୩୫ଟି ଦେଶର ପ୍ରତିନିଧି ସାମିଲ ରହିବା ନେଇ ସୂଚନା ମିଳିଛି  । ସେପଟେ ଯୁକ୍ତରାଷ୍ଟ୍ର ଆମେରିକା ଋଷର ଏପରି କାର୍ଯ୍ୟକୁ ଅସ୍ୱୀକାର କରିଛି  । ଅର୍ଥାତ ୟୁକ୍ରେନ ଉପରେ ହେଉଥିବା ଆକ୍ରମଣକୁ ବିରତ ଦେବା ଲାଗି କହିଛି ଆମେରିକା  ।

ଏଭଳି ସ୍ଥିତିରେ ଯାହା ଲାଗୁଛି, କେଉଁଠି ନା କେଉଁଠି ଧମକ ଜରିଆରେ ୟୁକ୍ରେନୁ ସରେଣ୍ଡର କରିବାକୁ ବାଧ୍ୟ କରିବ ଋଷିଆ  । ବର୍ତ୍ତମାନ ମିଜାଇଲ ଆଟାକ, ବନ୍ଧୁକ, ଟ୍ୟାଙ୍କ ଜରିଆରେ ଋଷ ବୋମା ବର୍ଷଣ କରୁଥିବାବେଳେ ଆଗାମୀ ଦିନରେ ପରମାଣୁ ବୋମା ନିକ୍ଷେପଣ କରିବାର ଧମକ ଦେଇଛି  । ଯଦି ବା ଘୋଷଣା ନକରିଛି କିନ୍ତୁ ଏଭଳି ପ୍ରସ୍ତୁତି କେଉଁଠି ନା କେଉଁଠି ସନ୍ଦେଶ ଦେଉଛି  । ତେଣୁ ୟୁକ୍ରେନ ଋଷ ସହ ବୁଝାମଣା କରିବା ନେଇ ମଧ୍ୟ ରାଜି ହୋଇପାରେ  ।

ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲୋନସ୍କି ମଧ୍ୟ ବେଲାଋଷ ରାଷ୍ଟ୍ରପତିଙ୍କ ସହ ଫୋନ ଯୋଗେ ବାର୍ତ୍ତାଳପ କରିଛନ୍ତି  । କିନ୍ତୁ ଋଷର ବିନା ସର୍ତ୍ତରେ ୟୁକ୍ରେନ ଆଲେଚନା କରିବ  । ଯଦି ଋଷିଆ କୌଣସି ମଧ୍ୟ ସର୍ତ୍ତ ରଖେ, ତେବେ ୟୁକ୍ରେନ ଆଲୋଚନାରେ ବସିବ ନାହିଁ ବୋଲି ସିଧାସଳଖ କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲୋନସ୍କି  । ତେବେ ୟୁକ୍ରେନ ରାଷ୍ଟପତି କହିଛନ୍ତି ଏହି ଆଲୋଚନା ଋଷ କିମ୍ବା ବେଲାଋଷରେ ହେବ ନାହିଁ  । ବଂର ବେଲାଋଷ ବର୍ଡରରେ ହିଁ ବୈଠକ ହେବ ବୋଲି କହିଛନ୍ତି ଜେଲୋନସ୍କି  ।

ପରାଜୟ ଟ୍ରେଣ୍ଡକୁ ଦେଖି ବ୍ଲକ କାର୍ଯ୍ୟାଳୟରେ ଉତ୍ତେଜନା, ପୋଲିସ ଚଳାଇଲା ଲାଠି

କେନ୍ଦ୍ରାପଡ଼ା: ବିଜେପି ପ୍ରାର୍ଥୀଙ୍କ ପରାଜୟ ଟ୍ରେଣ୍ଡକୁ ଦେଖି ସମର୍ଥକଙ୍କ ହିଂସ୍ରରୂପ । ଭୋଟ ଗଣତି ହେଉଥିବା ବ୍ଲକ ଅଫିସ ଆଗରେ ବାଣ ଫୁଟାଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି କଲେ ବିଜେପି କର୍ମୀ । ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ମୃଦୁ ଲାଠି ଚାଳନା କରିଛି । କେନ୍ଦ୍ରାପଡା ଡେରାବିଶ ବ୍ଲକରେ ଘଟିଛି ଏହି ଘଟଣା ।

ପୋଲିସ ସ୍ଥିତି ଆୟତ କରିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି କର୍ମୀ ପୋଲିସକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ । ବିଜେପି ଜିଲ୍ଲା ପରିଷଦ ଆସନରେ ନୈରାଶ୍ୟ ଜନକ ଟ୍ରେଣ୍ଡ ଯୋଗୁଁ ବିଜେପି ଏଭଳି ଉତ୍ତେଜନା ଖେଳାଇଛି । ଘଟଣାରେ ଜଣକୁ ପୋଲିସ ଅଟକ ରଖିଛି । ବର୍ତମାନ ମଧ୍ୟ ସ୍ଥିତି ଉତ୍ତେଜନା ଉତ୍ତେଜନା ପୂର୍ଣ୍ଣ ରହିଛି ।

ପ୍ରକାଶ ପାଉଛି ଦ୍ୱିତୀୟ ଦିନର ଫଳାଫଳ

ଭୁବନେଶ୍ୱର:ଦ୍ୱିତୀୟ ଦିନରେ ଜାରି ରହିଛି ଭୋଟ ଗଣତି  । ଗୋଟେ ପରେ ଗୋଟେ ଜୋନରୁ ଆସୁଛି ନିର୍ବାଚନୀ ଫଳାଫଳ  । ସୂଚନା ମୁତବାକ  ନବରଙ୍ଗପୁର ଜୋନ୍ ନଂ 24ର ଫଳାଫଳ ପ୍ରକାଶ ପାଇଛି  । ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ  । ବିଜେଡି ପ୍ରାର୍ଥୀ ନାନାରା ଖରା ଏହି ଜୋନରେ ବିଜୟୀ ହୋଇଛନ୍ତି  । ଡ଼ାବୁଗାଁ ବ୍ଲକ ଜୋନ ନଂ 2ରେ ବିଜେଡିର ବିଜୟ ହୋଇଛି  । ବିଜେଡି ପ୍ରାର୍ଥୀ ଗୁପ୍ତ ବିଶୋଇ ବିଜୟୀ ଉକ୍ତ ଆସନରେ ବିଜୟୀ ହୋଇଛନ୍ତି  ।ସୋର-ଖଇରା 4 ନଂ ଜୋନରେ ବିଜେଡି   ପ୍ରାର୍ଥିନୀ ରଶ୍ମିତା ମହାପାତ୍ର  789 ଭୋଟରେ ଜିତିଛନ୍ତି  ।

ଯାଜପୁର ଜିଲ୍ଲା 30ନଂ ଜିଲ୍ଲା ପରିଷଦ ଫଳାଫଳ ମଧ୍ୟ ପ୍ରକାଶ ପାଇଛି  । ବିଜେଡି ପ୍ରାର୍ଥୀ ସୁନୀତା ରାଉତ  14,422 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି  । ଶେରଗଡ଼ 57ନମ୍ବର ଜୋନର ବିଜେଡି ପ୍ରାର୍ଥିନୀ ନିବେଦିତା ପ୍ରଧାନ ବିଜୟୀ, ପାଟକୁରା ଡେରାବିଶ 12 ନମ୍ବର ଜୋନର ଫଳାଫଳ ପ୍ରକାଶ ପାଇଛି  । ସେଥିରେ ବିଜେଡି ପ୍ରାର୍ଥୀ ଧନେଶ୍ବର ସେଠୀ ବିଜୟୀ ହୋଇଛନ୍ତି  । ବାଲେଶ୍ବରର 37 ନମ୍ବର ଜୋନରେ ବିଜେଡି ପ୍ରାର୍ଥିନୀ କଲ୍ୟାଣୀ ବାରିକ ବିଜୟୀ ହୋଇଛନ୍ତି  ।

କଟକ 17 ନଂ ଜୋନର  324 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥିନୀ ଗୀତାଞ୍ଜଳୀ ପାତ୍ର ବିଜୟୀ ହୋଇଛନ୍ତି   । ପଟାଙ୍ଗି 17 ନମ୍ବର ଜୋନର ଫଳାଫଳରେ
ବିଜେଡି ପ୍ରାର୍ଥୀ ଲଇଛନ ଖରା ବିଜୟୀ ହୋଇଛନ୍ତି  । ସୋରଡ଼ା 64 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ରାମ ଶବର ବିଜୟୀ ହୋଇଛନ୍ତି  ।
ଆସିକା 2 ନମ୍ବର ଜୋନର ବିଜେଡି ପ୍ରାର୍ଥିନୀ ଅନିମା ପରିଜା ବିଜୟୀ ହୋଇଛନ୍ତି  । ସେହିପରି ପାପଡାହାଣ୍ଡି 2 ନମ୍ବର ଜୋନର ଫଳାଫଳରେ
କଂଗ୍ରେସ ପ୍ରାର୍ଥୀ ଡଃ ଲିପିକା ମାଝୀ ବିଜୟୀ ହୋଇଛନ୍ତି  । ଗଁଦିଆ 2 ନମ୍ବର ଜୋନର ଫଳାଫଳ ବିଜେଡି ପ୍ରାର୍ଥୀ ମମତା ମଞ୍ଜରୀ ବେହେରା ବିଜୟୀ ହୋଇଛନ୍ତି  । ସେହିପରି ଜଗତିସଂହପୁର ନାଉଁଗାଁ ଜୋନରେ ବିଜେଡି, କୋରାପୁଟ ବନ୍ଧୁଗାଁ ଜୋନ ନମ୍ବର ୨ରେ ମଧ୍ୟ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି  ।

ଘର ମାଲିକଙ୍କ ପରିବାରକୁ ଏକା ଛାଡ଼ି ୟୁକ୍ରେନରୁ ଫେରିବାକୁ ମନା କଲେ ଭାରତୀୟ ଛାତ୍ରୀ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହଜାର ହଜାର ଭାରତୀୟ ଛାତ୍ର ୟୁକ୍ରେନର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଉଦ୍ୟମ କରୁଛନ୍ତି । ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ଯଥାଶୀଘ୍ର ୟୁକ୍ରେନ ଛାଡିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ୟୁକ୍ରେନରେ ମେଡିସନ୍ ପଢ଼ୁଥିବା ହରିଆଣାର ୧୭ ବର୍ଷିୟ ଝିଅ ନେହା ଭାରତକୁ ଆସିବାକୁ ମନା କରି ଦେଇଛନ୍ତି । ଏକ ୟୁକ୍ରେନ ପରିବାର ସହ ଭଡ଼ା ଘରେ ରହୁଥିବା ନେହା, କଷ୍ଟଦାୟକ ସମୟରେ ସେହି ପରିବାର ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦି ଟ୍ରିବ୍ୟୁନର ଖବର ଅନୁଯାୟୀ, ନେହା ଯେଉଁଠାରେ ଭଡ଼ା ରହୁଥିଲେ, ସେହି ଘରର ମାଲିକ ଋଷ ସହ ଚାଲିଥିବା ଯୁଦ୍ଧରେ ସ୍ୱେଚ୍ଛାକୃତ ଭାବରେ ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି । ଏପରି ସ୍ଥିତିରେ ନେହା ସେହି ସୈନିକଙ୍କ ତିନି ସନ୍ତାନ ଓ ପତ୍ନୀଙ୍କ ଯତ୍ନ ନେବା ପାଇଁ ଭାରତ ଫେରିବାକୁ ମନା କରିଦେଇଛନ୍ତି । ହରିୟାଣାର ଚାରଖୀ ଦାଦ୍ରିରେ ରହୁଥିବା ଜଣେ ଶିକ୍ଷକଙ୍କ ଝିଅ ନେହା ତାଙ୍କ ମା’ଙ୍କୁ କହିଛନ୍ତି ଯେ ମୁଁ ବଞ୍ଚିବି କି ନାହିଁ ଜାଣିନି,କିନ୍ତୁ  ମୁଁ ଏହି ପିଲାମାନଙ୍କୁ ଏବଂ ସେମାନଙ୍କ ମା’ଙ୍କୁ ଏପରି ପରିସ୍ଥିତିରେ ଛାଡିବି ନାହିଁ।

ନେହାଙ୍କ ବାପା ସେନାରେ ଥିଲେ । ଗତ ବର୍ଷ ନେହା ୟୁକ୍ରେନର ଏକ ମେଡିକାଲ କଲେଜରେ ନାମ ଲେଖାଇଥିଲେ । ବର୍ତ୍ତମାନ, ନେହା ସେହି ବ୍ୟକ୍ତିଙ୍କ ପତ୍ନୀ ଏବଂ ତିନି ପିଲାଙ୍କ ସହିତ ଏକ ବଙ୍କରରେ ରହୁଛନ୍ତି । ନେହା ତାଙ୍କ ଘର ଲୋକଙ୍କ ସହ କଥା ହେବାବେଳେ କହିଥିଲେ କି ଆମେ ବାହାରେ ବିସ୍ଫୋରଣର ଶବ୍ଦ ଶୁଣୁଛୁ, କିନ୍ତୁ ଏପର୍ଯ୍ୟନ୍ତ ଆମେ ଭଲରେ ଅଛୁ । ନେହା, ଏମବିବିଏସ ଛାତ୍ର ନେହା ହଷ୍ଟେଲ ପାଇ ନ ଥିବାରୁ ୟୁକ୍ରେନର ରାଜଧାନୀ କିଭରେ ଜଣେ ଇଞ୍ଜିନିୟରଙ୍କ ଘରେ ଭଡାରେ ରହୁଥିଲେ ।

ନେହାଙ୍କ ମା’ର ଘନିଷ୍ଠ ବନ୍ଧୁ ସବିତା ଜାଖର କହିଛନ୍ତି, ୟୁକ୍ରେନରେ ଯୁଦ୍ଧ ହେତୁ ନେହାଙ୍କୁ ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଥିଲା । ନେହାଙ୍କ ମା’ ତାଙ୍କ ଝିଅ ପାଇଁ ବ୍ୟବସ୍ଥା କରିଥିଲେ । ନେହା ରୋମାନିଆକୁ ଯିବାର ସୁଯୋଗ ପାଇଲେ, କିନ୍ତୁ ସେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ପରିବାର ସହିତ ରହିବାକୁ ସ୍ଥିର କରିଥିଲେ ।

ମିଛ ପରିଚୟରେ ଗଣତି କେନ୍ଦ୍ରକୁ ଯାଉଥିଲେ ବିଜେପି ସମର୍ଥକ

ବରଗଡ଼:  ପଞ୍ଚାୟତ ନିର୍ବାଚନ ଭୋଟ୍‌ ଗଣତି ବେଳେ କେନ୍ଦ୍ରରେ ନିଜକୁ ପ୍ରିଜାଇଡିଂ ଅଫିସର ପରିଚୟ ଦେଇ ପ୍ରବେଶ କରୁଥିବା ବେଳେ ଉଠାଇନେଲା ପୋଲିସ୍ । ସେ ବରଗଡ଼ କୃଷି ବିଭାଗ ଅଧୀନରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବାବେଳେ ଜଣେ ବିଜେପି ସମର୍ଥକ । ଏଗ୍ରିକଲଚର ଟେକ୍ନିକାଲ ମ୍ୟାନେଜର ଭାବେ କାର୍ଯ୍ୟରତ ବିଶ୍ବଜୀବନ ବସନ୍ତରା ଆଜି ଅପରାହ୍ନ ପ୍ରାୟ 4ଟାରେ ରିଆମାଳ ଭୋଟ ଗଣତି କେନ୍ଦ୍ରରେ ପଶିଥିଲେ  ।

ସେଠାରେ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ଅଟକାଇବାରୁ ସେ ନିଜକୁ ପ୍ରିଜାଇଡିଂ ଅଫିସର ବୋଲି ପରିଚୟ ଦେଇଥିଲେ । ଏଥିସହ ଦୁର୍ବ୍ୟବହାର ପ୍ରଦର୍ଶନ ମଧ୍ୟ କରିଥିଲେ । ପୋଲିସ କର୍ମଚାରୀ ମାନେ ତୁରନ୍ତ ମୋବାଇଲ ସ୍କ୍ବାଡ୍‌କୁ ସୂଚନା ଦେବା ପରେ ସ୍ବତନ୍ତ୍ର ପୋଲିସ ଅଧିକାରୀ ପହଞ୍ଚି ବିଶ୍ବଜୀବନ ବସ୍ତନ୍ତରାଙ୍କୁ ଥାନାକୁ ନେଇ ଅଟକ ରଖିଛନ୍ତି । ବିଜେପି କର୍ମୀ କେଉଁ ଉଦ୍ଦେଶ୍ୟରେ ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ପ୍ରବେଶ କରିଥିଲେ ତାହାର କାରମ ଖୋଜୁଛି ପୋଲିସ  ।