spot_img
Home Blog Page 4554

ମାର୍ଚ୍ଚରେ ୧୩ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ସାରିଦିଅନ୍ତୁ ସବୁ କାମ

0

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ମାର୍ଚ୍ଚ ମାସ। ତେବେ ଯଦି ଏହି ମାସରେ ଆପଣଙ୍କର ବ୍ୟାଙ୍କରେ କିଛି କାମ ଅଛି। ତେବେ ସାରି ଦିଅନ୍ତୁ । କାରଣ ଏହି ମାସରେ ବ୍ୟାଙ୍କଗୁଡିକ ୧୩ ଦିନ ପାଇଁ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୱେବସାଇଟରେ ବ୍ୟାଙ୍କ ଛୁଟିର ସୂଚନା ଦିଆଯାଇଛି । ମାର୍ଚ୍ଚରେ ମହାଶିବରାତ୍ରୀ ଓ ହୋଲି ଭଳି ପର୍ବପର୍ବାଣୀ ପାଇଁ ବନ୍ଦ ରହିବ ବ୍ୟାଙ୍କ । କିନ୍ତୁ ଗ୍ରାହକ ଚାହିଁଲେ ଅନଲାଇନ୍ ମୋଡରେ ବ୍ୟାଙ୍କିଂ ସର୍ଭିସର ଲାଭ ଉଠାଇପାରିବେ ।

ପର୍ବପର୍ବାଣୀ ଅନୁଯାୟୀ ସବୁ ରାଜ୍ୟରେ ବ୍ୟାଙ୍କ ଛୁଟି ଭିନ୍ନ ଭିନ୍ନ ତାରିଖରେ ପଡିଥାଏ। ଅନେକ ରାଜ୍ୟ ଓ ସହରରେ ମଧ୍ୟ ବ୍ୟାଙ୍କ ଛୁଟି ସ୍ଥାନୀୟ ପର୍ବ ଉପରେ ନିର୍ଭର କରିଥାଏ । ଯଦି ଆପଣ ମଧ୍ୟ ବ୍ୟାଙ୍କ ଶାଖାକୁ ଯାଇ କିଛି କାମ କରିବାକୁ ଚାହୁଁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା ଦେଖିନିଅନ୍ତୁ |

ମାର୍ଚ୍ଚ ୧ ତାରିଖରେ ମହାଶିବରାତ୍ରୀ ପଡୁଛି । ଏହି ଦିନ ଅଗରତାଲା, ଆଇଜଲ୍, ଚେନ୍ନାଇ, ଗାଙ୍ଗଟକ୍, ଗୌହାଟୀ, ଇମ୍ଫାଲ୍, କୋଲକାତା, ନୂଆଦିଲ୍ଲୀ, ପାନାଜି, ପାଟନା ଓ ଶିଲଂ ଭଳି ଅନେକ ସ୍ଥାନରେ ବ୍ୟାଙ୍କ ଛୁଟି ରହିବ ।

ତେବେ ଆସନ୍ତୁ ମାର୍ଚ୍ଚ ମାସର ସମସ୍ତ ଛୁଟିଦିନର ତାଲିକା ଉପରେ ନଜର ପକାଇବା। ଜାଣନ୍ତୁ କେବେ, କେଉଁଠି ରହିବ ବ୍ୟାଙ୍କ ବନ୍ଦ-

ମାର୍ଚ୍ଚ ୩- ଲୋସାର – ଗ୍ୟାଙ୍ଗଟକ୍

ମାର୍ଚ୍ଚ ୪-  ଚପଚାର୍ ଫୁଟ୍ – ଆଇଜଲ୍

ମାର୍ଚ୍ଚ ୬- ହେଉଛି ରବିବାର

ମାର୍ଚ୍ଚ ୧୨- ଦ୍ୱିତୀୟ ଶନିବାର – ସମସ୍ତ ସ୍ଥାନରେ

ମାର୍ଚ୍ଚ ୧୩- ହେଉଛି ରବିବାର

ମାର୍ଚ୍ଚ ୧୭- ହୋଲିକା ଦହନ – ଡେରାଡୁନ୍, କାନପୁର, ଲକ୍ଷ୍ନୌ ଓ ରାଞ୍ଚି

ମାର୍ଚ୍ଚ ୧୮- ହୋଲି/ ଦୋଳ ଯାତ୍ରା – ବାଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, ଇମ୍ଫାଲ୍, କୋଚି, କୋଲକାତା ଓ ଥିରୁବନ୍ତପୁରମ ବ୍ୟତୀତ ଅନ୍ୟ ସ୍ଥାନରେ

ମାର୍ଚ୍ଚ ୧୯- ହୋଲି – ଭୁବନେଶ୍ୱର, ଇମ୍ଫାଲ୍, ପାଟନା

ମାର୍ଚ୍ଚ ୨୦- ରବିବାର

ମାର୍ଚ୍ଚ ୨୨- ବିହାର ଦିବସ – ପାଟନା

ମାର୍ଚ୍ଚ ୨୬- ଚତୁର୍ଥ ଶନିବାର

ମାର୍ଚ୍ଚ ୨୭- ରବିବାର

ଘରେ ରଖନ୍ତୁ ନାହିଁ ଏହିସବୁ ଗଛ, ହୋଇପାରେ ଅର୍ଥାଭାବ

ବାସ୍ତୁ ଶାସ୍ତ୍ରରେ ବୃକ୍ଷର ଅନେକ ମହତ୍ୱ ରହିଛି। ଗଛ ଲତା ଅକ୍ସିଜେନ୍ ଦେବା ସହ ପରିବେଶକୁ ସନ୍ତୁଳିତ ବି କରିଥାଏ । ଖାଲି ଏତିକି ନୁହେଁ ଘରର ଚର୍ତୁପାଶ୍ୱରେ ଥିବା ବୃକ୍ଷ ମଣିଷର ଜୀବନ ଉପରେ ପ୍ରଭାବ ମଧ୍ୟ ପକାଇଥାଏ। ଏହା କେତେବେଳେ ଶୁଭଫଳ ଦେଇଥାଏ ତ ଆଉ କେତେବେଳେ ଅଶୁଭ।

ଏମିତି ଅନେକ ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଫଳରେ ଏହିସବୁ ଗଛକୁ କେବେହେଲେ ଘରେ ଲଗାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କଣ୍ଟା ଗଛ ଲଗାଇବା ଉଚିତ ନୁହେଁ। ଏହି ଗଛ ନକାରାତ୍ମକ ପ୍ରଭାବ ଦେଇଥାଏ। ଏମିତିକି କଳି ଝଗଡା ହେବାର ଆଶଙ୍କା ରହିଥାଏ। ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ। ଏହା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ । ଆସନ୍ତୁ ଜାଣିବା ଘରେ କେଉଁସବୁ ଗଛ ଲଗାଇବା ଉଚିତ୍ ନୁହେଁ

ଅଶୋକ ଗଛରୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି କୁହାଯାଏ। ବାସ୍ତୁ ଅନୁସାରେ ଏହି ଗଛଟି ସବୁବେଳେ ଘରର ମୁଖ୍ୟ ଦ୍ୱାରରେ ରହିବ ଆବଶ୍ୟକ। ଯଦି ଅଶୋକ ଗଛ ଶୁଖିଯାଏ ତେବେ କୁହାଯାଏ ଯେ ଘରର ସୁଖ ଓ ଶାନ୍ତିରେ ବାଧା ଆସିଥାଏ । ଘରେ କଳହ ଓ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେଣୁ ଗଛ ଗୁଡିକର ଏହିସବୁ ସୂଚନା ଆମକୁ ଜୀବନ ପ୍ରତି ସତର୍କ କରିଥାଏ ।

ଅରଖ ଗଛ ଏହା ଆମ ଜୀଵନରେ ଆସୁଥିବା ସବୁ ବାଧାବିଘ୍ନକୁ ଦୂର କରିଥାଏ । ଯେଉଁ ଘରେ ଆପେ ଆପେ ଅରଖ ଗଛ ଉଠିଥାଏ ସେ ଘରେ କୈାଣସି ଅଭାବ ରହେ ନାହିଁ। ଘରେ ଧନଧାନ୍ୟରେ ଘର ପୂରି ଉଠେ । ବାସ୍ତୁଶାସ୍ତ୍ର ଅନୁସାରେ ଘର ସମ୍ମୁଖରେ ଏହି ଗଛ ଉଠିଲେ ତାକୁ ଉପାଡିବା ଅନୁଚିତ୍ ।

ଅଶ୍ୱତ୍ଥ ଗଛ ଘର ପାଖରେ ରହିଲେ ଏହା ନକାରାତ୍ମକ ଶକ୍ତି ପକାଇଥାଏ। ତେଣୁ ଏହି ଗଛକୁ ଭୁଲରେ ବି ଆପଣ ନିଜ ଘରେ ବା ଆଖ ପାଖରେ ଲଗାନ୍ତୁ ନାହିଁ। ବା ରହିବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ଯଦି ବି ଏହା ଆପଣଙ୍କ ଘରେ ଉଠିଥାଏ ,ତେବେ ଆପଣ ଏହାକୁ ମନ୍ଦିରରେ ଲଗାଇ ପାରିବେ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ବର ଗଛ ଘର କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନର ପୂର୍ବ ଦିଗରେ ରହିଲେ ଖୁବ୍ ଭଲ । ଏହି ଦିଗରେ ଗଛ ରହିଲେ ଘରେ କୌଣସି ପ୍ରକାରର ଅଭାବ ଅସୁବିଧା ରହେ ନାହିଁ । କିନ୍ତୁ ଯଦି ଘରର ପଶ୍ଚିମ ଦିଗରେ ବର ଗଛ ରହିଛି ତାହେଲେ ଅଶୁଭ ହୋଇଥାଏ । ଏପରିକି ଗଛର ଛାଇ ଘର ଉପରେ ପଡିଲେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାଏ ।

ଘରେ ଡାଳିମ୍ବ ଗଛ ରହିଲେ ଖୁବ୍ ଶୁଭଫଳ ମିଳିଥାଏ । କିନ୍ତୁ ଅଗ୍ନି ଓ ନୈରତ୍ୱ କୋଣରେ ଏହି ଗଛ ଲଗାଇବା ଅନୁଚିତ୍ । ଏହା ନକରାତ୍ମକ ଶକ୍ତି ଉତ୍ପନ କରିଥାଏ । ସେହିପରି ବାସ୍ତୁଶାସ୍ତ୍ର ଅନୁସାରେ ହଳଦୀ ଗଛ ଘର ପରିସରରେ ରହିବା ଅନୁଚିତ୍ । ଯଦି ଏହି ଗଛ ଆପଣାଛାଏଁ ଘରେ ଉଠେ ତେବେ ତାକୁ ଉପାଡି ଫିଙ୍ଗି ଦେବା ଉଚିତ୍। ଏହି ଗଛ ରହିଲେ ଘର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ।

ପଞ୍ଚାୟତ ଫଳାଫଳ: କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ତାଜା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ସମସ୍ତ ୩୧୫ ଜିଲ୍ଲା ପରିଷଦ ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଯାଇଛି । ସମସ୍ତ ୩୧୫ ଜିଲ୍ଲା ପରିଷଦ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ ରାଜ୍ୟ ନିର୍ବାଚନ ଆୟୋଗଙ୍କ ହସ୍ତଗତ ହୋଇଛି ।

ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିରୋଧୀଙ୍କୁ ପଛରେ ପକାଇ ଏକ ପାଖିଆ ବିଜୟ ହାସଲ କରିଛି ବିଜୁ ଜନତା ଦଳ । ତେବେ ୩୧୫ ଜୋନରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟରୁ ୨୬୪ ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି । ଯଦି ଭାରତୀୟ ଜନତା ପାର୍ଟି କଥା କହିବା ତାହାଲେ ବିଜେପି ବର୍ତ୍ତମାନ ସୁଦ୍ଧା ମାତ୍ର ୨୯ଟି ଆସନରେ ଆଗରେ ରହିଛି । ସେହିପରି କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଥିବାବେଳେ ୬ଟି ଆସନରେ ଅନ୍ୟାନ ଦଳ ଆଗୁଆ ରହିଛି ।

 

ଶେଷ ଯାତ୍ରାରେ ହେମାନନ୍ଦ ବିଶ୍ୱାଳ, ବିଧାନସଭାରେ ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ୱର: ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । ୮୩ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି ହେମାନନ୍ଦ । ଗତକାଲି ହେମାନନ୍ଦଙ୍କ ମୃତ୍ୟୁ ପରେ ସାରା ଓଡ଼ିଶାରେ ଖେଳି ଯାଇଥିଲା ଶୋକର ଛାୟା । ଆଜି ବିଧାନସଭାରେ ସ୍ୱର୍ଗତ ହେମାନନ୍ଦ ବିଶ୍ବାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ବିଧାନସଭା ପରିସରରେ ସ୍ୱର୍ଗତ ବିଶ୍ୱାଳଙ୍କ ମରଶରୀରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜି ହେମାନନ୍ଦଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ବିଧାନସଭାକୁ ନିଆଯାଇଥିଲା । ବିଧାନସଭାରେ ଗାର୍ଡ ଅଫ ଅନର ଦିଆଯିବା ପରେ  ତାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ଭବନକୁ ନିଆଯାଇଥିଲା । କଂଗ୍ରେସ ଭବନରେ ହେମାନନ୍ଦଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବରିଷ୍ଠ ନେତା ।

କଂଗ୍ରେସ ଭବନରେ ଶେଷ ଦର୍ଶନ ପରେ ହେମାନନ୍ଦ ବିଶ୍ୱାଳଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ଝାରସୁଗୁଡ଼ା ନିକଟସ୍ଥ ଠାକୁରପଡା ନିଆଯାଉଛି । ସେଠାରେ ତାଙ୍କର ଶେଷକୃତ୍ୟ କରାଯିବ । ତେବେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଜୟଦେବ ଜେନା ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ପ୍ରୀତି ରଞ୍ଜନ ଘଡେଇ ପ୍ରମୁଖ ଶେଷ ଦର୍ଶନ କରିଥିଲେ ।

 

ଆମେରିକାର ସହାୟତାକୁ ପ୍ରତ୍ୟାଖାନ କଲେ ଜେଲେନସ୍କି, କହିଲେ- ମୋତେ ଅସ୍ତ୍ର ଦରକାର

କିଭ୍: ଗତ ତିନିଦିନ ଧରି ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଋଷ ଉପରେ ସେନା ଅପରେସନ ନିର୍ଦ୍ଦେଶ ଦେବା ପରେ ଋଷ ସେନା ଜୋରଦାର ଆକ୍ରମଣ କରିଛି । ଋଷ ସେନା ୟୁକ୍ରେନ ରାଜଧାନୀ କିଭ୍ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ସାରିଲାଣି । ତେବେ ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମାର ଜେଲେନସ୍କିଙ୍କୁ ଏକ ଅଫର ଦେଇଥିଲେ । ଆମେରିକା ଜେଲେନସ୍କିଙ୍କୁ କହିଥିଲେ କି ସେ ତାଙ୍କ ପରିବାର ସହ ଦେଶ ଛାଡି ଦିଅନ୍ତୁ । କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆମେରିକାର ଏହି ଅପରକୁ ପ୍ରତ୍ୟାଖାନ କରିଛନ୍ତି ।

ଜେଲେନସ୍କି କହିଛନ୍ତି କି ମୁଁ ଋଷ ବିରୋଧରେ ଦୃଢ଼ ଭାବରେ ଛିଡ଼ା ହୋଇଛି । ମୁଁ ୟୁକ୍ରେନ ଛାଡ଼ି କୁଆଡେ ଯିବି ନାହିଁ, ଆପଣ ଯଦି ମୋତେ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଆମକୁ ଅଧିକ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଦିଅନ୍ତୁ । ସୂଚନା ଅନୁସାରେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କି ଦେଶ ଛାଡି ଚାଲି ଯାଇଛନ୍ତି ବୋଲି ଏକ ଖବର ସାମ୍ନାକୁ ଆସିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ରାଷ୍ଟ୍ରପତି ଏକ ଭିଡିଓ ପୋଷ୍ଟ କରି କହିଥିଲେ କି ସେ ଦେଶ ଛାଡି କୁଆଡେ ଯାଇନାହାନ୍ତି ଦେଶରେ ଅଛନ୍ତି ।

ଏହା ପୂର୍ବରୁ ଜେଲେନସ୍କି ଏକ ଭାବପୂର୍ଣ୍ଣ ଟ୍ୱିଟ କରି କହିଥିଲେ କି ସମସ୍ତେ ୟୁକ୍ରେନକୁ ଏକା ଛାଡ଼ି ଦେଇଛନ୍ତି । ଋଷ ଟାର୍ଗେଟରେ ସର୍ବପ୍ରଥମେ ମୁଁ ଆଉ ଦ୍ୱିତୀୟରେ ମୋ ପରିବାର ରହିଛି ବୋଲି ସେ କହିଥିଲେ ।

ପଞ୍ଚାୟତ ଫଳାଫଳ: ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଆଗରେ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ଦିନ ୧୧ଟା ସୁଦ୍ଧା ୨୪୬ ଜିଲ୍ଲା ପରିଷଦ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ ନିର୍ବାଚନ କମିଶନଙ୍କର ହସ୍ତଗତ ହୋଇଛି । ତେବେ ଏହି ୨୪୬ ଜୋନ ମଧ୍ୟରୁ ୨୦୨ ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି ।  ଯଦି ଭାରତୀୟ ଜନତା ପାର୍ଟି କଥା କହିବା ତାହାଲେ ବିଜେପି ବର୍ତ୍ତମାନ ସୁଦ୍ଧା ମାତ୍ର ୨୫ଟି ଆସନରେ ଆଗରେ ରହିଛି । ସେହିପରି କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଥିବାବେଳେ ୪ଟି ଆସନରେ ଅନ୍ୟାନ ଦଳ ଆଗୁଆ ରହିଛି ।

ମିଳିଥିବା ସୂଚନା ଅନୁସାରେ ଗୁଣୁପୁର ବ୍ଲକ ରାମନାଗୁଡ଼ା ’କ’ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛି । ସେହିପରି ଆନନ୍ଦପୁର ୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗୁଆ ରହିଛି । କଣାସ ବ୍ଲକର ୩ ନମ୍ବର ବ୍ଲକର ୩ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛି । ସେହିପରି ଭଞ୍ଜନଗର ସୋରଡ଼ା ୬୩ ନମ୍ବର ଜୋନ, ନୟାଗଡ଼ ନୂଆଗାଁ ୧୬ ନମ୍ବର ଜୋନ ଓ ନୟାଗଡ଼ ଓଡ଼ଗାଁ ୧ ନମ୍ବର ଜୋନରେ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛି ।

 

 

 

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧୀ ପ୍ରସ୍ତାବ, ଭୋଟ ଦେଲାନି ଭାରତ

ନ୍ୟୁୟର୍କ: ୟୁକ୍ରେନ ଉପରେ ଗତ ତିନିଦିନ ଧରି ଜୋରଦାର ଆକ୍ରମଣ କରୁଛି ଋଷ । ଋଷର ଏହି ଆକ୍ରମଣକୁ ବିରୋଧ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ଋଷର ଏହି ଆକ୍ରମଣକୁ ରୋକିବା ପାଇଁ ଏବଂ ଋଷ ସୈନ୍ୟଙ୍କୁ ୟୁକ୍ରେନରୁ ପ୍ରତ୍ୟାହାର କରିବା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି ଋଷ । ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି ଋଷ । ଯାହାଫଳରେ ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି । ତେବେ ମିଳିତ ଜାତିସଂଘରେ ହୋଇଥିବା ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇନଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ବିପକ୍ଷରେ ଆସିଥିବା ପ୍ରସ୍ତାବର ସମର୍ଥନ କରି ୧୫ଟି ଦେଶ ମଧ୍ୟରୁ ୧୧ ଦେଶ ଭୋଟ ଦେଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଋଷ ଭିଟୋ ପ୍ରୟୋଗ କରିଥିଲା । ଏହା ପୂର୍ବରୁ ସମସ୍ତେ ଜାଣିଥିଲେ ଯେ ଋଷ ପାଖରେ ସ୍ଥାୟୀ ସଦସ୍ୟତାର ମାନ୍ୟତା ଥିବାରୁ ସେ ଭିଟୋ ପ୍ରୟୋଗ କରିବ। ତେବେ ଏହି ପ୍ରସ୍ତାବ ଉପରେ ଭାରତ ସମେତ ଚୀନ ଓ ୟୁଏଇ ମଧ୍ୟ ଭୋଟ ଦେବାରୁ ଦୂରେଇ ରହିଛନ୍ତି ।

ଏହି ପ୍ରସ୍ତାବ ବିଫଳ ହୋଇଥିଲେ ମଧ୍ୟ ପରିଷଦରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧଖୋର ଆଚରଣକୁ ସଦସ୍ୟ ରାଷ୍ଟ୍ରମାନେ ନିନ୍ଦା କରି ନିଜର ପକ୍ଷ ରଖିଛନ୍ତି। ଜାତିସଂଘରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ ଭୋଟ ପରେ କହିଛନ୍ତି, “ମୁଁ ଏଠାରେ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି, ଋଷ ସଂକଳ୍ପ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରି ଦେଇପାରେ । କିନ୍ତୁ ଆମ ସ୍ୱର ଉପରେ କେବେ ହେଲେ ଭିଟୋ ପ୍ରୟୋଗ କରିପାରିବ ନାହିଁ । ଋଷ କେବେ ହେଲେ ସତ୍ୟ ଉପରେ ଭିଟୋ କରି ପାରିବ ନାହିଁ । ଆମ ନୀତି ଓ ୟୁକ୍ରେନ ଲୋକଙ୍କ ଉପରେ ଭିଟୋ ପ୍ରୟୋଗ କରିପାରିବ ନାହିଁ । ୟୁକ୍ରେନବାସୀଙ୍କ ପଛରେ ଆମେ ସବୁବେଳେ ରହିଛୁ ବୋଲି ଆମେରିକା କହିଛି ।

ଅନ୍ୟପକ୍ଷରେ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ. ତିରୁମୁର୍ତ୍ତି କହିଛନ୍ତି କି ୟୁକ୍ରେନରେ ଘଟିଥିବା ଯୁଦ୍ଧ ପରିସ୍ଥିତିରେ ଭାରତ ଗଭୀର ଭାବରେ ଚିନ୍ତିତ । ହିଂସା ଏବଂ ଶତ୍ରୁତାକୁ ତୁରନ୍ତ ବନ୍ଦ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉ ବୋଲି ଆମେ ଅନୁରୋଧ କରୁଛୁ । ନାଗରିକଙ୍କ ଜୀବନ ରକ୍ଷା କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ । ଆମେ ଭାରତୀୟ ସମ୍ପ୍ରାଦୟର କଲ୍ୟାଣ ଓ ନିରପତ୍ତା ପାଇଁ ଗଭୀର ଭାବର ଚିନ୍ତିତ । ଯେଉଁଥିରେ ୟୁକ୍ରେନର ବହୁ ସଂଖ୍ୟକ ଭାରତୀୟ ଛାତ୍ର ରହିଛନ୍ତି ।

ଟି.ଏସ. ତିରୁମୁର୍ତ୍ତି ଆହୁରି କହିଛନ୍ତି କି ଆଲୋଚନା ହିଁ ସମସ୍ତ ପ୍ରକାରର ବିବାଦ ଓ ତିକ୍ତତାକୁ ସମାଧାନ କରିପାରିବ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଏହା ସମ୍ଭବ ହୋଇପାରୁନି । ସାମାଧାନର ରାସ୍ତା ବାହାର କରିବା ପାଇଁ କୂଟନୀତିକ ଆଲୋଚନାରୁ ଦୂରେଇ ଯିବା ଦୁଃଖର ବିଷୟ । ଆମେ ପୁଣି କୂଟନୀତିକ ସ୍ତରକୁ ଫେରିବା ଦରକାର ବୋଲି ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ କହିଛନ୍ତି ଟି.ଏସ. ତିରୁମୁର୍ତ୍ତି ।

ପଞ୍ଚାୟତ ଫଳାଫଳ: ଜାଣନ୍ତୁ କିଏ କେଉଁଠି ଆଗରେ ?

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଯେଉଁ ସବୁ ଜୋନରେ ଭୋଟ ଗଣତି ଆରମ୍ଭ ହୋଇଛି ପ୍ରାୟ ସେ ସମସ୍ତ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୁଣୁପୁର ବ୍ଲକ ରାମନାଗୁଡ଼ା ’କ’ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛି । ସେହିପରି ଆନନ୍ଦପୁର ୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗୁଆ ରହିଛି । କଣାସ ବ୍ଲକର ୩ ନମ୍ବର ବ୍ଲକର ୩ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛି । ସେହିପରି ଭଞ୍ଜନଗର ସୋରଡ଼ା ୬୩ ନମ୍ବର ଜୋନ, ନୟାଗଡ଼ ନୂଆଗାଁ ୧୬ ନମ୍ବର ଜୋନ ଓ ନୟାଗଡ଼ ଓଡ଼ଗାଁ ୧ ନମ୍ବର ଜୋନରେ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛି ।

ସୂଚନା ଅନୁସାରେ ଆଜିଠାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ହେଉଛି । କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ଭୋଟ ଗଣତି । ଭୋଟ୍ ଗଣତି ସମୟରେ ପ୍ରତି ପଞ୍ଚାୟତରେ ଗଣତି ପାଇଁ ଗୋଟିଏ ଟେବୁଲ ରହିଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ୨ ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ଦାୟିତ୍ୱରେ ରହିଛନ୍ତି । ତେବେ ସହାୟତ ପାଇଁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ରହିଛନ୍ତି । ଭୋଟ ବାକ୍ସରୁ ବାଲାଟ ପେପରକୁ ରଙ୍ଗ ଅନୁସାରେ ସର୍ଟିଂ କରିବା ପରେ ଆରମ୍ଭ ହୋଇଛି ଗଣତି ।

ପୁଣି କମ୍ପିବ କଳିଙ୍ଗ, ଆଜିଠୁ ଆରମ୍ଭ FIH ପ୍ରୋ ଲିଗ୍ ହକି

ଭୁବନେଶ୍ୱର: ଆଜିଠୁ ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ । ରାଜଧାନୀକୁ ପୁଣି ଫେରିବ ହକି ଫିବର । ଆଜିଠାରୁ ଆରମ୍ଭ ହେବ ଏଫଆଇଏଚ୍ ପ୍ରୋ ଲିଗ ହକି ।  ପ୍ରଥମ ମ୍ୟାଚରୁ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।  ଆଜି ଓ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିବ । ପୂର୍ବ ମ୍ୟାଚଗୁଡ଼ିକର ଦୋଷ ଭୁଲି କଳିଙ୍ଗ ଷ୍ଟାଡିୟମରେ ସ୍ୱତନ୍ତ୍ର ରଣକୌଶଳ ସହ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ୍ । ଆଜି ସନ୍ଧ୍ୟା ୫ଟାରୁ ମହିଳା ଟିମର ମ୍ୟାଚ ଥିବାବେଳେ ୭ଟା ୩୦ରେ ପୁରୁଷ ଟିମର ଟକ୍କର ଦେଖିବାକୁ ମିଳିବ । ଭାରତୀୟ ମହିଳା ଟିମର ଖେଳାଳିମାନେ ପୂର୍ବରୁ ଚୀନ ବିପକ୍ଷରେ ଆକର୍ଷଣୀୟ ପ୍ରଦର୍ଶନ କରି ଫୁଲ୍ ଫର୍ମରେ ଥିବା ବେଳେ ପୁରୁଷ ଟିମ୍ ଫ୍ରାନ୍ସ ବିପକ୍ଷରେ ଶୋଚନୀୟ ପରାଜୟ ପରେ ଚିନ୍ତା ବଢିଛି । ତେବେ ଏହି ମ୍ୟାଚରେ ଭାରତ ଅଧିକରୁ ଅଧିକ ପେନାଲ୍ଟି କର୍ଣ୍ଣର କ୍ରିଏଟ କରିବା ସହ ଗୋଲରେ କନଭର୍ଟ କରିପାରିଲେ ଭାରତ ମ୍ୟାଚ ଜିତିପାରିବ ବୋଲି ବିଶେଷଜ୍ଞ କହିଛନ୍ତି ।

ଆଜି ଦ୍ୱିତୀୟ ଟି-୨୦, ସିରିଜ୍ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଧର୍ମଶାଳା: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ । ଦ୍ୱିତୀୟ ଟି-୨୦କୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଜି ସନ୍ଧ୍ୟା ୭ଟାରେ ହିମାଚଳ ପ୍ରଦେଶର ଧର୍ମଶାଳା କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଦଳ । ଭାରତ-ଶ୍ରୀଲଙ୍କା ମଧ୍ୟରେ କେଳାଯିବାକୁ ଥିବା ତିନିଟିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ବୃହତ ବିଜୟ ହାସଲ କରିଥିଲା । ପ୍ରଥମ ମ୍ୟାଚକୁ ଭାରତ ୬୨ ରନରେ ବିଜୟ ଲାଭ କରି ସିରିଜରେ ୧-୦ରେ ଆଗୁଆ ରହିଛି । ଅନ୍ୟପକ୍ଷରେ ଭାରତ ଲଗାତର ଭାବରେ ୧୦ଟି ମ୍ୟାଚରେ ବିଜୟ ଲାଭ କରିଛି । ଏହି ବିଜୟ ଧାରାକୁ ଜାରି ରଖିବାକୁ ପ୍ରୟାସ କରିବେ ରୋହତି ବ୍ରିଗେଡ ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଆଜି ଭାରତର ଲଗାତାର ୧୦ ମ୍ୟାଚ୍‌ ବିଜୟ ଧାରାକୁ ରୋକିବାକୁ ପ୍ରୟାସ କରିବ। ଏହି ମ୍ୟାଚକୁ ଶ୍ରୀଲଙ୍କାକୁ ଜିତିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲପ୍ରଦର୍ଶନ କରିବାକୁ ପଡ଼ିବ । ଯଦି ପ୍ରଥମ ମ୍ୟାଚରେ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମ ବ୍ୟାଟିଂ କରି ଭାରତ ୧୯୯ ରନର ବିଶାଳ ସ୍କୋର କରିଥିଲା । ୨୦୦ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ମାତ୍ର ୧୩୭ ରନ କରିପାରିଥିଲା । ତେବେ ଆଜି ଖେଳାଯିବାକୁ ଥିବା ମ୍ୟାଚରେ ବିଜୟ ଲାଭ କରି ସିରିଜ୍ ଜିତିବାକୁ ଚେଷ୍ଟା କରିବ ରୋହିତ ବାହିନୀ । ଅନ୍ୟପକ୍ଷରେ ଶ୍ରୀଲଙ୍କା ଆଜିର ମ୍ୟାଚକୁ ଜିତି ସିରିଜକୁ ୧-୧ରେ ବରାବର କରିବାକୁ ଚେଷ୍ଟା କରିବ ।

ତେବେ ଦ୍ୱିତୀୟ ଟି-୨୦ ପୂର୍ବରୁ ଭାରତକୁ ଲାଗିଛି ଏକ ବଡ଼ ଝଟକା । ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ବାଡ ଆହତ ହୋଇ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି । ଯାହା ଫଳରେ ଋତୁରାଜଙ୍କ ସ୍ଥାନରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ପାଇଁ ତାଙ୍କ ବଦଳ ଖେଳାଳି ଭାବେ ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସାମିଲ କରାଯାଇଛି।