spot_img
Home Blog Page 4565

ରକ୍ତମୁଖା ବିଜେପି, ଭଦ୍ରକ ପରେ ଗଜପତିରେ ହିଂସା

ଗଜପତି: ନଛୋଡବନ୍ଧା ବିଜେପି । ପରାଜୟ ଭୟରେ ବ୍ୟତିବ୍ରସ୍ତ ହେଉଛି ବିଜେପି । କେଉଁଠି ରିଗିଂ ତ ଆଉ କେଉଁଠି ବିଜେଡି ଉପରେ ଆକ୍ରମଣ କରୁଛନ୍ତି ବିଜେପି କର୍ମୀ । ଗଜପତି ଜିଲ୍ଲା କାଶୀନଗର ବ୍ଳକର ଧନୁସିରା ଗାଁର ବିଜେଡ଼ି କର୍ମୀ ଟି. ଦଶରଥଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଫଳରେ ଦଶରଥଙ୍କୁ ଗୁରୁତର ଭାବେ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଇଛି ।ମତଦାନ କେନ୍ଦ୍ରରେ ଅନିୟମିତତା ନେଇ ମିଥ୍ୟା ଅଭିଯୋଗ କରି ତାଙ୍କ ଉପରେ ଆକ୍ରମଣ କରିଛି ବିଜେପି।

ଏନେଇ କାଶୀନଗର ଥାନାରେ ମାମଲା ରୁଜୁ ହୋଇଛି । ସେପଟେ ୨୪ ତାରିଖ ପାଇଁ ଗୋଷାଣୀ ବ୍ଲକର ଖରସଣ୍ଡା ଗାଁରେ ବିଜେଡି ପକ୍ଷରୁ ଚାଲିଥିବା ଶେଷ ପ୍ରଚାର ବେଳେ ବିଜେପି କର୍ମୀ ଆକ୍ରମଣ କରିଛନ୍ତି । ଘଟଣାରେ ରାରେନ୍ଦ୍ର ଶବର ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପୋଲିସ ତାଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଉଭୟ ଘଟଣାର ପୋଲିସର ତଦନ୍ତ ଜାରି ରହିଛି ।

ଗୁଜବକୁ ନେଇ ପୋଲିଂ ପାର୍ଟି ଓ ବିଡ଼ିଓଙ୍କୁ ଆକ୍ରମଣ

 ଜଗତସିଂହପୁର: ଗୁଜବକୁ ନେଇ ଲଙ୍କାକାଣ୍ଡ । ଭୋଟ ଟ୍ୟାମ୍ପରିଂ ମିଥ୍ୟା ଖବର ପ୍ରଚାରକୁ ବିଶ୍ୱାସ କରି ପ୍ରିଜାଇଡିଂ ଅଫିସର, ପୋଲିଙ୍ଗ ପାର୍ଟି ଓ ବିଡ଼ିଓଙ୍କୁ ଆକ୍ରମଣ । ଜଗତସିଂହପୁର ଜିଲ୍ଲା ରାହମା କଲେଜ ଷ୍ଟ୍ରଙ୍ଗ ରୁମ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଣ୍ଡୁଆ ପଞ୍ଚାୟତର ୧୦ ନଂ ବୁଥରେ ଆଜି ଶେଷ ହୋଇଥିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ନିର୍ବାଚନ ପରେ ଦାଇତ୍ୱ ରେ ଥିବା ପ୍ରିଜାଇଡିଂ ଅଫିସର, ପୋଲିଂ ପାର୍ଟି ରାହମା କଲେଜ ଷ୍ଟ୍ରଙ୍ଗ ରୁମ ନିକଟକୁ ଫେରିଥିଲେ ।

ସେଠାରେ ଷ୍ଟ୍ରଙ୍ଗ ରୁମ ଦାଇତ୍ୱ ଥିବା ଅଧିକାରୀଙ୍କୁ ଭୋଟ ବାକ୍ସ ହସ୍ତାନ୍ତର ପାଇଁ ଏକ ଗଛ ମୂଳରେ ବସି ପ୍ରସ୍ତୁତି କରୁଥିଲେ । ସେତିକି ବେଳେ କିଛି ଯୁବକ ପାଚେରୀ ଡେଇଁ ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏପରି କି ପୋଲିଂ ପାର୍ଟି କର୍ମଚାରୀ ମାନଙ୍କୁ ଘୋଷାରି ଆଣି ମାଡ଼ ମାରିଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିବା କୁଜଙ୍ଗ ବିଡିଓଙ୍କୁ ମଧ୍ୟ ଛାଡି ନଥିଲେ ଦୁର୍ବୃତ୍ତ । ପରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପାଣ୍ଡୁଆ ପଞ୍ଚାୟତର ୧୦ ୱାର୍ଡର ୯ ଜଣଙ୍କୁ ଗିରଫ କରିଛି ପୋଲିସ ।

ଘନଉଛି ଯୁଦ୍ଧ ସଂକଟ: ବଢିଲାଣି ପେଟ୍ରୋଲ-ଡିଜେଲ-ସୁନା ଦର

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଓ ଋଷ ବିବାଦର ଦଶା ଭୋଗିବ ସାରା ବିଶ୍ୱ । ପେଟ୍ରୋଲ ଓ ଡିଜେଲ ସମେତ ସୁନା ଦର ଆକାଶଛୁଆଁ ହେବାକୁ ଯାଉଛି । ୟୁକ୍ରେନ ଅନେକ ରାଷ୍ଟ୍ରକୁ ତେଲ ଯୋଗାଉଥିବା ବେଳେ ଋଷ ଗ୍ୟାସ୍‌ ବିତରକ ରାଷ୍ଟ୍ର । ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଯୋଗୁ ଟଙ୍କା ମୂଲ୍ୟ ବି କମିଛି । ଯେଉଁଥି ପାଇଁ ସୁନା ଉପରେ ନିବେଶକଙ୍କ ନଜର । ଯାହା ମାର୍କେଟକୁ ଅସ୍ଥିର କରିଦେଇଛି । ହୁ ହୁ ହୋଇ ବଢ଼ିଚାଲିଛି ଅଶୋଧିତ ତୈଳଦର । ବ୍ୟାରେଲ ପିଛା ଦର ୯୮ ଡଲାରରେ ପହଞ୍ଚିଲାଣି । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହେବା ଦିନଠାରୁ ତୈଳ ବଜାରରରେ ନିଆଁ ଲାଗିଛି ।

ଏହି ଦୁଇ ପଡ଼ୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ବିବାଦ ଯୋଗୁ ତେଲ ଓ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଯାହା ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ଆଡ଼କୁ ସଙ୍କେତ ଦେଇଛି । ଭାରତରେ ବିଶ୍ୱ ବଜାରର ଦରକୁ ଦେଖି ପ୍ରାୟ ପ୍ରତିଦିନ ତେଲ ଦର ପରିବର୍ତ୍ତନ ହୁଏ । କିନ୍ତୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ପାଇଁ ନଭେମ୍ବର ୬ରୁ ଏଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଯାହା ଡିଲରଙ୍କୁ କ୍ଷତି ଦେବାରେ ଲାଗିଛି । ଯୁଦ୍ଧ ଆଶଙ୍କା ଯୋଗୁ ତେଲଦର ଲିଟର ପିଛା ୭ ଟଙ୍କା ବଢ଼ି ପାରେ।

ସେପଟେ ଟଙ୍କାର ମୂଲ୍ୟ ବ୍ୟାପକ ହ୍ରାସ ଯୋଗୁ ସେନସେକ୍ସ ଖସିବାରେ ଲାଗିଛି । ବିଶ୍ୱ ବଜାରରେ ୧୯୦୦ ଡଲାର ଟପିଲାଣି ସୁନା ଦର । ଫେବ୍ରୁଆରୀ ୪ ତାରିଖରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୪୯ ହଜାର ୬୫୦ ଟଙ୍କା ଥିଲା । ଆଜି ୪୧୦ ଟଙ୍କା ବଢି ୫୦ ହଜାରରେ ୪୬୦ରେ ପହଞ୍ଚିଛି । ଯୁଦ୍ଧ ଭୟରେ ପୁଞ୍ଜିପତି ମାନେ ସୁନାରେ ନିବେଶ କରୁଛନ୍ତି । ଯୁଦ୍ଧ ଆଶଙ୍କା ନଟଳିଲେ, ଏହା ୬୦ ହଜାର ଟପି ପାରେ ।

ଦେଶର ଅର୍ଥନୀତି ଓ ସରକାର ଚାଲିବାରେ ପେଟ୍ରୋଲ ଦରର ବଡ଼ ଭୂମିକା ଥାଏ । ସେହିପରି ସେୟାର ବଜାରରେ ନିବେଶ ବି ଆର୍ଥିକ କାରବାରକୁ ସ୍ୱାଭାବିକ ରଖିଥାଏ । କିନ୍ତୁ ଅନ୍ତର୍ଜାତୀୟ ବଜାରର ଏହି ଅସ୍ଥିରତା ଭାରତୀୟ ବଜାରକୁ ପ୍ରଭାବିତ କରୁଥିବାରୁ ଦେଶର ଆର୍ଥିକ ବୋଝ ବଢୁଛି ଓ ଋଣ କରିବାର କ୍ଷମତା ସଙ୍କୁଚିତ ହେବାରେ ଲାଗିଛି ।

ସୁରକ୍ଷା ବଳୟରେ ଭୋଟବାକ୍ସ, ଗଣତି ଦିନ ବୈଦ୍ୟୁତିକ ଯନ୍ତ୍ରପାତି ପ୍ରବେଶ ମନା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟଠାରେ ୨୬, ୨୭ ଓ ୨୮ ତାରିଖ ତିନିଦିନ ଧରି ଭୋଟଗଣତି କରାଯିବ । ଏଥି ନିମନ୍ତେ ସେଠାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଭୋଟବାକ୍ସ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି ଓ କଡ଼ା ସୁରକ୍ଷାବଳୟ ମଧ୍ୟରେ ଭୋଟବାକ୍ସ ଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ ମଧ୍ୟରେ ରଖାଯାଉଛି । କିନ୍ତୁ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ଦିଗରେ କେତେକ ଅଭିଯୋଗ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିଛି  । ଏହାକୁ ବିଚାରକୁ ନେଇ ନିର୍ବାଚନ କମିଶନ ଷ୍ଟ୍ରଙ୍ଗରୁମ୍‌ର କଡ଼ା ସୁରକ୍ଷା ନିମନ୍ତେ କେତେକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମତଦାନ ହୋଇଥିବା ଭୋଟବାକ୍ସ ଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ରେ ରଖିସାରି ସିଲ୍‌ କରିସାରିଲା ପରେ କୌଣସି ପରିସ୍ଥିତିରେ ଏହାକୁ ଖୋଲାଯାଇପାରିବ ନାହିଁ । ଯେଉଁ ମତଦାନ କେନ୍ଦ୍ରରେ ପୁନଃମତଗ୍ରହଣ କରାଯିବ, ସେସବୁ ଭୋଟବାକ୍ସଗୁଡ଼ିକୁ ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଅଧିକାରୀଙ୍କ ସହ ଅନ୍ୟ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ୍‌ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଷ୍ଟ୍ରଙ୍ଗରୁମ୍‌ ହୋଇଥିବା କୋଠାରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ସହ ଷ୍ଟ୍ରଙ୍ଗରୁମ୍‌ ହୋଇଥିବା ଅଞ୍ଚଳଟି ସିସିଟିଭି ନଜରରେ ରହିବ ।

ଭୋଟଗଣତି କେନ୍ଦ୍ରକୁ ପ୍ରବେଶ କଲାବେଳେ ପ୍ରାର୍ଥମାନଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା ପ୍ରାଧିକୃତ ପ୍ରତିନିଧିମାନଙ୍କୁ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯିବ, ଯେପରି କୌଣସି ବ୍ୟକ୍ତି ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ୍‌ ଫୋନ୍‌, ସ୍ପାଏପେନ୍‌ କିମ୍ବା କୌଣସି ପ୍ରକାରର ବୈଦ୍ୟୁତିକ ଯନ୍ତ୍ରପାତି ନେଇ ଯାଇପାରିବେ ନାହିଁ । ଭୋଟଗଣତି ପ୍ରକ୍ରିୟାରେ ବାଧାସୃଷ୍ଟି କଲା ଭଳି କୌଣସି ସାମଗ୍ରୀ ଭୋଟଗଣତି କେନ୍ଦ୍ର ମଧ୍ୟକୁ ଯାଇପାରିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଉପରୋକ୍ତ ସମସ୍ତ ନିଷୋଧାଦେଶ ଗୁଡ଼ିକ ମଧ୍ୟ ଭୋଟଗଣତି କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କ ପାଇଁ ମଧ୍ୟ ମଧ୍ୟ ଲାଗୁ କରାଯିବ । ଭୋଟଗଣତି କେନ୍ଦ୍ର ମଧ୍ୟକୁ ପାଣିବୋତଲ ନ ନେଇ କେନ୍ଦ୍ର ବାହାରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଚତୁର୍ଥ ଦିନରେ ୭୩ ପ୍ରତିଶତ ଭୋଟ, ନଗଡ଼ାରେ ବଢିଛି ମତଦାନ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି  । ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି  । ନିର୍ବାଚନ ଆୟୋଗ କହିଛନ୍ତି, ମୋଟ ରାଜ୍ୟରେ  ୭୩ ପ୍ରତିଶତ ମତଦାନ ହୋଇଛି ।  ୩୧୪ ଟି ବ୍ଲକ ମଧ୍ୟରୁ ୨୬୬ ବ୍ଳକରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏହି ସବୁ ପର୍ଯ୍ୟାୟରେ ନିର୍ବାଚନ ସରିବା ପରେ ଭୋଟ ବାକ୍ସ ଗୁଡିକୁ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଛି ।

ପୂର୍ବୁରୁ ନଗଡ଼ାରେ ନିର୍ବାଚନ ହେଉଥିଲେ ମଧ୍ୟ ଭୋଟ ପ୍ରତିଶତ କମ ରୁହେ  । ବର୍ତ୍ତମାନ ଗମନାଗମନ ସୁବିଧା କରାଯାଇପାରିଛି  । ସେଥିପାଇଁ ଚଳିତ ପଞ୍ଚାୟତ ନିର୍ବାଚନରେ ନଗଡ଼ାରେ ଭୋଟ ପ୍ରତିଶତ ଅଧିକ ରହିଛି । ମୋଟ ୮୩ ପ୍ରତିଶତ ମତଦାନ ହୋଇଥିବା ବେଳେ ନିୟମଗିରି ତ୍ରିଲୋଚନପୁର ଗାଁରେ ୮୦ ପ୍ରତିଶତ ମତଦାନ ହୋଇଛି । ୨୦ବର୍ଷ ଧରି ତ୍ରିଲୋଚନପୁରରେ ହୋଇପାରୁନଥିଲା ନିର୍ବାଚନ ।

ସେହିପରି ରି-ପୋଲିଂରେ ବ୍ୟବହୃତ ଭୋଟ୍ ବାକ୍ସ ଅନ୍ୟ ସ୍ଥାନରେ ରହିବ । ୪ରୁ ୫ସ୍ଥାନରେ ନିର୍ବାଚନ ବାଧାପ୍ରାପ୍ତ ପରେ ଏନେଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମଗାଯାଇଛି । ଭୋଟ ଗଣତି ଦିନ ସମସ୍ତ କାଉଣ୍ଟିଂ ଏଜେଣ୍ଟ ଏବଂ ଭୋଟ ଗଣନା ପାଇଁ ନିୟୋଜିତ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ପ୍ରବେଶ ପଥରେ କଡାକଡି ଯାଞ୍ଚ କରାଯିବ । ସେହିପରି ଷ୍ଟ୍ରଙ୍ଗ ରୁମକୁ କଡ଼ା ନଜରରେ ରଖାଯାଇଛି  । ପ୍ରାର୍ଥୀ ମାନେ ମଧ୍ୟ କୋଲପ ଉପରେ ନଜର ରଖିଥାନ୍ତୁ ବୋଲି କହିଛନ୍ତି ଆଦିତ୍ୟ ପ୍ରସାଦ ପାଢୀ  ।

ବିଜେଡି କର୍ମୀଙ୍କୁ ହତ୍ୟା, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଅଭିଯୋଗ କଲେ

ଭୁବନେଶ୍ୱର: ଭଦ୍ରକ ଧାମନଗରରେ ବିଜେଡି କର୍ମୀଙ୍କୁ ହତ୍ୟା ଅଭିଯୋଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡ଼ିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଚଳିତ ନିର୍ବାଚନରେ ଏହା ପ୍ରଥମ ହତ୍ୟା ଘଟଣା । ତୁରନ୍ତ ହତ୍ୟାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ବିଜେଡିର ପ୍ରତିନିଧି ଦଳ । ପଞ୍ଚାୟତ ନିର୍ବାଚନ ବେଳେ ଭଦ୍ରକ ଧାମନଗର ଠାରେ ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଛି ।

ଏହି ହତ୍ୟାକାଣ୍ଡ ବିଜେପିର ବରିଷ୍ଠ ନେତା ମନମୋହନ ସାମଲଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେଡି । ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି କର୍ମୀଙ୍କୁ ହତ୍ୟା କରାଯାଇଛି। ଖୁବ ଶୀଘ୍ର ମନମୋହନ ସାମଲ ଓ ହତ୍ୟାକାଣ୍ଡରେ ସମୃକ୍ତି ଥିବା ଅନ୍ୟ ବିଜେପି କର୍ମୀଙ୍କୁ ଗିରଫ ପାଇଁ ଦାବି କରିଛି ବିଜେଡି । କେବଳ ଏତିକି ନିହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁଭଳି ବିଜେପି ରକ୍ତମୁଖା ସାଜିଛି ଏବଂ ହିଂସାକାଣ୍ଡ ଘଟାଉଛି ତାହା ଉପରେ ମଧ୍ୟ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ବିଜେଡ଼ିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ସ୍ୱାସ୍ଥ୍ୟକେନ୍ଦ୍ରରେ ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତକାଣ୍ଡ, ଲୋକଙ୍କୁ କଲେ ଆକ୍ରମଣ

ବାଲେଶ୍ୱର: ମେଡିକାଲରେ ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତ କାଣ୍ତ । କୋଭିଡ ଟିକା ନେବାକୁ ଆସିଥିବା ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଫାର୍ମାସିଷ୍ଟ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଇଡଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାଷିଷ୍ଟ ଶିବାସିଷ ଟୁଡୁ ଆଜି ସକାଳେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଦାଣ୍ତି ଗ୍ରାମର ପ୍ରଶାନ୍ତ ଘଡାଇ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଟିକା ନେବାକୁ ଯାଇଥିଲେ । ନିଶାସକ୍ତ ଅବସ୍ଥାରେ ଥିବା ଫାର୍ମାଷିଷ୍ଟଙ୍କୁ ଭ୍ୟାକସିନ ନେବା ବିଷୟରେ ପଚାରିବାରୁ ସେ ପ୍ରଶାନ୍ତ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମଦ ବୋତଲ ରେ ଆକ୍ରମଣ କରିଥିଲେ ।

ଫାର୍ମାସିଷ୍ଟଙ୍କ ଆକ୍ରମଣରେ ପ୍ରଶାନ୍ତଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଶାସକ୍ତ ଫାର୍ମାଷିଷ୍ଟଙ୍କୁ ଥାନାକୁ ନେଇଥିଲେ , ତେବେ କିଛି ମାସ ପୂର୍ବରୁ ମଧ୍ୟ ଉକ୍ତ ଫାର୍ମାସିଷ୍ଟ ନିଶାସକ୍ତ ଅବସ୍ଥାରେ ଲୋକମାନଙ୍କୁ ଖଣ୍ତା ରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ , ତେବେ ଏଭଳି ନିଶାସକ୍ତ ଫାର୍ମାସିଷ୍ଟକୁ ଚାକିରୀ ରୁ ବହିଷ୍କାର କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଖୋଦ ମେଡିକାଲରେ ଲୋକଙ୍କୁ ସେବା ଯୋଗାଇବା ଲାଗି ଉପସ୍ଥିତ ରହିଥିବା କର୍ମଚାରୀ ସେହବା ବଦଳରେ ଆକ୍ରମଣ କରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସାଜିଛି  । ମେଡିକାଲ ଯିହାକୁ ଲୋକେ ଭୟଭୀତ ମନେ କରୁଛନ୍ତି  ।

ରିମାଣ୍ଡର ଚତୁର୍ଥ ଦିନରେ ନକଲି ଡାକ୍ତର, ସିଣ୍ଡିକେଟରେ ଭଉଣୀ-ଭିଣୋଇ

ଭୁବନେଶ୍ୱର: ରିମାଣ୍ଡରେ ଠକେଇର ଗୁମର ଖୋଲୁଛି ନକଲି ଡାକ୍ତର ରମେଶ ସ୍ୱାଇଁ । ବୁଧବାର ରିମାଣ୍ଡର ଚତୁର୍ଥ ଦିନରେ ଖୋଳତାଡ଼ କରୁଛି ପୋଲିସ । ରମେଶଙ୍କ ଠକେଇ ସିଣ୍ଡିକେଟରେ ସାମିଲ ଥିଲେ ତାଙ୍କ ଭଉଣୀ ଆଉ ଭିଣୋଇ । ଗତକାଲି କେନ୍ଦ୍ରାପଡ଼ାର ଅସୁରେଶ୍ୱରରେ ଚଢାଉ କରିଥିଲା ପୋଲିସ । ଏହି ସମୟରେ ରମେଶଙ୍କ ଭିଣୋଇ ଖସିଯାଇଥିବାବେଳେ ତାଙ୍କ ଭଉଣୀଙ୍କୁ ଆଣି ପଚରାଉଚରା କରୁଛି ପୋଲିସ । ସେପଟେ ଠକ ନକଲି ଡାକ୍ତରଙ୍କ ବିରୋଧରେ ଲମ୍ବୁଛି ଠକେଇ ତାଲିକା ।

ଚାରା ଦେବା ନାଁରେ ୪ଲକ୍ଷ ଟଙ୍କା ଠକେଇ ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶ ରାଜମାଣ୍ଡରିର ଜଣେ ବ୍ୟବସାୟୀଙ୍କୁ ରମେଶ ଠକିଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଚାରା ନେଇ ଟଙ୍କା ଦେଇନାହାନ୍ତି ରମେଶ । ଅନ୍ୟରପଟେ ରମେଶଙ୍କ ବିରୁଦ୍ଧରେ ଆଉ ଜଣେ ଡାକ୍ତର ମଧ୍ୟ ଅଭିଯୋଗ ଆଣିଛନ୍ତି । କ୍ଲିନିକ୍ ଖୋଲି ସେଠାରେ ଅଧିକ ଲାଭ ପାଇଁ ନନ ବ୍ରାଣ୍ଡେଡ୍ ଔଷଧ ଲେଖିବାକୁ ରମେଶ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ଆସିଛି ।

ବିରାଟଙ୍କୁ ସୁନା ଜୋତା ଉପହାର ଦେଲେ ଯୁବରାଜ, ଲେଖିଲେ ଏମିତି କିଛି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି । ବିରାଟଙ୍କୁ ଦେଇଥିବା ବାର୍ତ୍ତାରେ ଯୁବରାଜ ବିରାଟଙ୍କ କ୍ରିକେଟ କ୍ୟାରିୟରକୁ ବେଶ୍ ପ୍ରଶଂସା କରିଛନ୍ତି । ଏଥିସହ ବିରାଟ କୋହଲିଙ୍କୁ ଏକ ଗୋଲ୍ଡେନ ବୁଟ୍ ମଧ୍ୟ ଉପହାର ଭାବରେ ଦେଇଛନ୍ତି ଯୁବରାଜ । ତୁମର ଅବଦାନ ପାଇଁ ମୋ ପକ୍ଷରୁ ଏକ ସୁନା ବୁଟ ଉପହାର ଦେଇଛି ବୋଲି ଯୁବରାଜ ସିଂ ଲେଖିଛନ୍ତି ।

ଯୁବରାଜ ବିରାଟ କୋହଲିଙ୍କୁ ତାଙ୍କ ଅନୁଶାସନ ଏବଂ ଖେଳ ପ୍ରତି ଥିବା ସମର୍ପଣ ପାଇଁ ପ୍ରଶଂସା କରିଛନ୍ତି । ଯୁବରାଜ ତାଙ୍କ ଚିଠିରେ ଆହୁରି ଲେଖିଛନ୍ତି ଯେ ଦୁନିଆ ପାଇଁ ତୁ କିଙ୍ଗ୍ ହୋଇପାରୁ କିନ୍ତୁ ମୋ ପାଇଁ ସର୍ବଦା ଚିକୁ ହୋଇ ରହିବୁ । ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଆପଣ ଜଣେ ଛୋଟ ବାଳକରୁ ଖେଳ ଆରମ୍ଭ କରି ଏକଦା ମହାନ ଖେଳାଳିଙ୍କ ସହିତ କାନ୍ଧରେ କାନ୍ଧରେ ମିଶାଇ ଚାଲୁଥିଲ । କିନ୍ତୁ ବର୍ତ୍ତମାନ ଆପଣ ନିଜେ ମହାନ ଖେଳାଳିଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛ । ଏଥିସହ ନୂଆ ଖେଳାଳିଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଛ ।

ଟିମ୍ ଇଣ୍ଡିଆ ଦୁଇ ଦୁଇଟି ବିଶ୍ୱକପ୍ ବିଜେତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଯୁବରାଜ ସିଂହ ଆହୁରି ମଧ୍ୟ ଲେଖିଛନ୍ତି- ନେଟସରେ ଆପଣଙ୍କ ଅନୁଶାସନ, ଫିଲ୍ଡରେ ଆପଣଙ୍କ ଆଗ୍ରହ ଏବଂ ଖେଳ ପ୍ରତି ତୁମର ସମର୍ପଣ ଆମ ଦେଶର ଯୁବ ଖେଳାଳିଙ୍କୁ କ୍ରିକେଟ ଖେଳିବାକୁ ପ୍ରେରିତ କରିବ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜରେ ବିଜୟ ଲାଭ କରିଥିଲେ ।

ଭଦ୍ରକରେ ପୁଣି ହିଂସା ଆପଣାଇଲା ବିଜେପି, ବିଜେଡି କର୍ମୀଙ୍କୁ କଲା ଆକ୍ରମଣ

ଭଦ୍ରକ: ପରାଜୟ ଭୟରେ ରକ୍ତମୁଖା ହୋଇପଡ଼ିଛି ଭାରତୀୟ ଜନତା ପାର୍ଟି । ଭଦ୍ରକରେ ହିଂସା ଆଚରଣ ଛାଡ଼ିପାରୁନି ବିଜେପି । ପୁଣି ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହ ପଞ୍ଚାୟତରେ ନିର୍ବାଚନ ସରିବା ପରେ ମଧ୍ୟ ହିଂସା ଥମିବାର ନାଁ ଧରୁନି । ଗତକାଲି ବିଳମ୍ବିତ ରାତିରେ ତେନ୍ତୁଳିଡ଼ିହ ପଞ୍ଚାୟତର ବର୍ତ୍ତମାନର ସରପଞ୍ଚଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଆକ୍ରମଣରେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳଙ୍କ ଭାଇ ପରେଶ ବିଶ୍ବାଳ ଗୁରୁତର ଭାବରେ ଆହାତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏହି ଆକ୍ରମଣ ପରେ ଅଭିଯୋଗ ହେବା ପରରେ ତଦନ୍ତ ଜାରି ରଖିଛି ପୋଲିସ । ଚଳିତ ପଞ୍ଚାୟତ ନିର୍ବାଚନରେ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଭୋଟିଂ ସରିଥିବା ବେଳେ ପରାଜୟ ଆଶଙ୍କାରେ ବିଜେପି ରକ୍ତମୁଖା ହୋଇଥିବା ଅଭିଯୋଗ ହୋଇଛି ।