spot_img
Home Blog Page 457

ବିଷାକ୍ତ ଜଳବାୟୁ ଯୋଗୁ ବ୍ୟାପୁଛି ବିଭିନ୍ନ ପ୍ରକାର ରୋଗ

ପୁରୀ ଜିଲ୍ଲା ଚାରିଛକ ଥାନା ଅଧିନ ବିଲସାହି ଗ୍ରାମରେ ବିଷାକ୍ତ ଜଳବାୟୁ ଯୋଗୁ ବ୍ୟାପୁଛି ବିଭିନ୍ନ ପ୍ରକାର ରୋଗ।ଗାଁରେ ଛୋଟ ଠାରୁ ଆରମ୍ଭ କରି ବଡ଼ ପଯ୍ୟନ୍ତ ଏଥିରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ଗାଁ ମଝିରେ ଥିବା ପୋଖରୀ ପାଣି ବିଷାକ୍ତ ହେବାରୁ ଏହିଭଳି ଘଟଣା ଘଟୁଥିବା ଜଣାପଡିଛି।ଦୀର୍ଘ ଦିନ ହେବ ଏହି ଗାଁରେ କିଛି ମୁଷ୍ଟିମୟ ଲୋକ ଗାଁ ପୋଖରୀରେ ଗାଈ ଗୋରୁଙ୍କ ଗୋବର,ଗୋ ମୂତ୍ର ସହିତ ନିଜ ଘରର ଲାଟିନ ପାଣି ସିଧା ସଳଖ ପାଇପ ଯୋଗେ ପୋଖରୀକୁ ଛାଡ଼ୁଛନ୍ତି। ପୋଖରୀ ପାଣିକୁ ବିଷାକ୍ତ କରିବା ସହିତ ସଂପୂଣ୍ଣ ଗ୍ରାମର ଜଳବାୟୁ ବିଷାକ୍ତ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ତେବେ ଏନେଇ ପ୍ରଥମେ ଗ୍ରାମବାସୀ ଚାରିଛକ ଥାନା ଓ ଏଡିପିଓଙ୍କୁ ଅଭିଯୋଗ କରିଥିବା ବେଳେ ଅଭିଯୋଗ ଆଧାରରେ ମମଲା ରୁଜୁ ହେଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ପୁରୀ ଏସ୍ପି ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ।ହେଲେ ଏସପି ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଏପଟେ ପୋଖରୀକୁ ଲାଗି ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ସେଠାରେ ଗ୍ରାମର ଅନେକ କୋମଳ ମତି ଶିଶୁ ମାନେ ପଢୁଥିବା ବେଳେ ଅନେକ ଶିଶୁ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ଜଣାପଡ଼ିଛି।ତେବେ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ କରା ନଗଲେ ସମୂହ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଖଇରାକୁ ଏନଏସି ଦାବି ନେଇ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଲା ବିଜେଡି

ଆଜି ୬ ଘଣ୍ଟିଆ ଖଇରା ବନ୍ଦ। ଖଇରାକୁ ଏନଏସି ଦାବି ନେଇ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଇଛି ବିଜେଡି। ବିଜେଡି ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଆଜି ସକାଳ 6 ଘଟିକା ଠାରୁ ମଧ୍ୟାହ୍ନ 12 ଘଟିକା ପର୍ଯ୍ୟନ୍ତ ଖଇରା ବଜାର ବନ୍ଦ ଡାକରା ଦିଆଯାଇଛି  । ଏଥିରେ ବିଭିନ୍ନ ପଂଚାୟତର ଲୋକ ପ୍ରତିନିଧି ସମେତ ଅଂଚଳବାସି ମାନେ ଉପସ୍ଥିତ ଥିଲେ l ଆଗାମୀ ଦିନରେ ଯଦି ସରକାର ଦାବି ପୂରଣ ନକରନ୍ତି ବିଜେଡି ରାଜରାସ୍ତାକୁ ଓଲ୍ହାଇବା ନେଇ ଚେତାବନୀ ଦେଇଛି ବିଜେଡି l ଖଇରା ବଜାରରୁ ଆନ୍ଦୋଳନ କାରିଙ୍କ ସହିତ ଅଧିକ ଆଲୋଚନା କରୁଛନ୍ତି ଆମ ପ୍ରତିନିଧି ତପୋଧନ ବାରିକ॥

୬୦ କୋଟି ଟଙ୍କା ଠକେଇ ମାମଲାରେ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍

ନନ୍ଦିଘୋଷ ବ୍ୟୁରୋ:  ପୁଣି ଅଡ଼ୁଆରେ ପଡ଼ିଛନ୍ତି ବଲିଉଡ଼ ଅଭିନତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରା ।  ୬୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ନାମରେ ଲୁକ ଆଉଟ ସର୍କୁଲାର(ଏଲଓସି) ଜାରି କରାଯାଇଛି। ଏହି ଦମ୍ପତି ବାରମ୍ବାର ବିଦେଶ ଗସ୍ତ କରୁଥିବାରୁ ମୁମ୍ବଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ସେମାନଙ୍କ ନାମରେ ଏଲଓସି ଜାରି କରାଯାଇଛି।

ଅଭିଯୋଗ ଅନୁସାରେ, ଶିଳ୍ପା ଏବଂ ରାଜ ଜଣେ ବ୍ୟବସାୟୀ ଦୀପକ କୋଠାରୀ(୬୦)ଙ୍କ ସହିତ ଋଣ ଏବଂ ନିବେଶ ଡିଲ କରିଥିଲେ। ଯେଉଁଥିରେ ସେମାନେ ଉକ୍ତ ବ୍ୟବସାୟୀଙ୍କୁ ୬୦ କୋଟି ଟଙ୍କା ଠକିଥିବା ନେଇ ଗତ ଅଗଷ୍ଟ ୧୪ ତାରିଖରେ ଜୁହୁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଠକେଇ ପରିମାଣ ୧୦ କୋଟିରୁ ଅଧିକ ହୋଇଥିବାରୁ ମାମଲା ଇଓଡବ୍ଲ୍ୟୁକୁ ହସ୍ତାନ୍ତର କରାଯାଇଥିଲା । ଅଭିଯୋଗକାରୀ ଦୀପକଙ୍କର ଏକ ଆର୍ଥିକ ସଂସ୍ଥା ରହିଛି । ଦୀପକ ହେଉଛନ୍ତି ‘ଲୋଟସ କ୍ୟାପିଟାଲ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ’ର ମାଲିକ। ବେଷ୍ଟ ଡିଲ୍‌ ଟିଭି କମ୍ପାନୀରେ ପୁଞ୍ଜି ବିନିଯୋଗ କଲେ ଅଧିକ ସୁଧ ପ୍ରଦାନ କରାଯିବ ବୋଲି କୁନ୍ଦ୍ରା ସେତେବେଳେ ଦୀପକଙ୍କୁ ପ୍ରବର୍ତ୍ତାଇଥିଲେ।

ତଦନୁଯାୟୀ ଦୀପକ ଦୁଇଟି ଦଫାରେ ଯଥାକ୍ରମେ ୩୧.୯୫ ଏବଂ ୨୮.୫୩ କୋଟି ଟଙ୍କା କୁନ୍ଦ୍ରାଙ୍କ କମ୍ପାନୀରେ ବିନିଯୋଗ କରିଥିଲେ। ୨୦୧୬ରେ ବେଷ୍ଟ ଡିଲ୍‌ କମ୍ପାନୀ ଦେବାଳିଆ ଘୋଷିତ ହୋଇଥିବାବେଳେ ଶିଳ୍ପା ଏହି କମ୍ପାନୀର ନିର୍ଦେଶିକା ପଦରୁ ଇସ୍ତଫା ଦେଇଥିଲେ। ମୂଳଧନ ଫେରିପାଇବାକୁ ଦୀପକ ଏକାଧିକ ଥର ଉଦ୍ୟମ କରି ବିଫଳ ହେବାପରେ ଥାନାରେ ଏତଲା ଦେଇଥିଲେ। ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଧାରା ଅନୁଯାୟୀ ମୁମ୍ବାଇ ପୋଲିସ ଶିଳ୍ପା ଓ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଅପରପକ୍ଷରେ ଏହି ଠକେଇ ଅଭିଯୋଗକୁ  ଦମ୍ପତି ଖଣ୍ଡନ କରିଛନ୍ତି। କିନ୍ତୁ ଅଭିଯୋଗକାରୀଙ୍କ ଅଭିଯୋଗକ୍ରମେ ଏବେ ଚାଲିବ ତଦନ୍ତ ।

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପଡ଼ିଲା ମହଙ୍ଗା: ଗୋ ରକ୍ଷକ ନାମରେ ଗୁଣ୍ଡାଗିରି

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପଡ଼ିଲା ମହଙ୍ଗା। ଗୋ ରକ୍ଷକ ନାମରେ ଗୁଣ୍ଡାଗିରି। ଚାଷୀଙ୍କୁ ମାଡ଼ ମାରିଲେ ଗୋରକ୍ଷକ ବାହିନୀର ଗୁଣ୍ଡା। ଜୀବନ ହାରିଲା ନିଷ୍ପାପ କୁନି ବାଛୁରୀ। ଆନ୍ଧ୍ରରୁ ସିଠାଳ ଆସୁଥିବାବେଳେ ପଳାଶୁଣି ଛକ ନିକଟରେ ଘଟିଛି ଏହି ଘଟଣା। କାମଧେନୁ ଯୋଜନାରେ ଲୋନରେ ଦୁଇଟି ଗାଡ଼ିରେ ଚାରୋଟି ଗାଈ ସାଙ୍ଗକୁ ତିନୋଟି ବାଛୁରୀ ଆନ୍ଧ୍ରରୁ ଆଣିବା ବେଳେ ପଳାଶୁଣୀ ଛକ ନିକଟରେ ଅଟକାଇଥିଲେ ଦୁର୍ବୃତ୍ତ। ନିଜକୁ ଗୋରକ୍ଷକ ବାହିନୀର ଲୋକ କହି ପ୍ରମାଣପତ୍ର ମାଗିଥିଲେ। ଚାଷୀ ଜଣକ ପ୍ରମାଣ ପତ୍ର ଦେଵା ପରେ କାଗଜକୁ ଜାଲ ବୋଲି କହି ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଚାଷୀ। ଏ ନେଇ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତି କଟକ ଜିଲ୍ଲା ସିଠାଳର ଚାଷୀ। ଏହି ଗଣ୍ଡଗୋଳ ଭିତରେ ଗୋଟିଏ ବାଛୁରୀ ଜୀବନ ହାରିଛି।

ପ୍ରଧାନମନ୍ତ୍ରୀ ଆମେରିକା ନ ଯିବାର କାରଣ କ’ଣ ?

ନନ୍ଦିଘୋଷ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଶେଷରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭା (UNGA) ଅଧିବେଶନରେ ଯୋଗଦେବେ ନାହିଁ। ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୟୁଏନଜିଏରେ ଭାରତକୁ ପ୍ରତିନିଧିତ୍ୱ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ UNGAରେ ଯୋଗ ନ ଦେବା ନିଷ୍ପତ୍ତି ଏପରି ସମୟରେ ଆସିଛି। ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ଜରିମାନା ଲଗାଇଛନ୍ତି, ଯାହା ପରେ ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍‌କୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି।

ଜାତିସଂଘ ଦ୍ୱାରା ପ୍ରକାଶିତ ବକ୍ତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପ ଉଭୟଙ୍କ ନାମ ସାମିଲ କରାଯାଇଥିଲା। ୟୁଏନଜିଏର ୮୦ତମ ଅଧିବେଶନରେ ଉଚ୍ଚସ୍ତରୀୟ ସାଧାରଣ ବିତର୍କ ସେପ୍ଟେମ୍ବର ୨୩ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ପାରମ୍ପରିକ ଭାବରେ ବ୍ରାଜିଲ ଅଧିବେଶନ ଆରମ୍ଭ କରିବ, ତା’ପରେ ଆମେରିକା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ, ଏହି ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନାମ ମଧ୍ୟ ସାମିଲ ଥିଲା।

ଏହି ବର୍ଷ ଫେବୃଆରୀରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ବାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ବୈଠକ ପାଇଁ ଆମେରିକା ଗସ୍ତ କରିଥିଲେ। ମୋଦି ଏବଂ ଟ୍ରମ୍ପ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (BTA)ର ପ୍ରଥମ ଅଂଶ ଆଲୋଚନା ପାଇଁ ଯୋଜନା ଘୋଷଣା କରିଥିବା ବୈଠକ ପରେ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା। ତଥାପି, ଟ୍ରମ୍ପ ଗତ ମାସରେ ରୁଷିଆ ତେଲ କ୍ରୟ ପାଇଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍‌ ଲାଗୁ କରିଥିଲେ, ଯାହା ମୋଟ ଟାରିଫ୍‌ ୫୦ ପ୍ରତିଶତକୁ ନେଇଯାଇଥିଲା।

ଭାରତର ବୈଦେଶିକ ମନ୍ତ୍ରଣାଳୟ ଟ୍ରମ୍ପଙ୍କ ପଦକ୍ଷେପକୁ ଏକ ଭୁଲ ଏବଂ ଅବିଚାରିତ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି, ଯେକୌଣସି ପ୍ରମୁଖ ଅର୍ଥନୀତି ପରି, ଭାରତ ଏହାର ଜାତୀୟ ସ୍ବାର୍ଥ ଏବଂ ଆର୍ଥିକ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ।

ଆମେରିକାକୁ ନେପାଳର ଝଟକା । ଏହି କାରଣ ପାଇଁ ୨୬ଟି ଆପକୁ ବ୍ୟାନ କରିଛି ନେପାଳ…

ନନ୍ଦିଘୋଷ ବ୍ୟୁରୋ:  ଆମେରିକାକୁ ଝଟକା ଦେଇଛି ନେପାଳ। ଆଦେଶ ଅନୁପାଳନ କରିବାରେ ଖିଲାପ କରିବାରୁ ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ, ଏକ୍ସ’, ହ୍ବାଟ୍ସଆପ ସମେତ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେପାଳ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏସବୁ କମ୍ପାନୀ ମଧ୍ୟରୁ ଅଧିକାଂଶ ଆମେରିକୀୟ କମ୍ପାନୀ।

ସରକାରଙ୍କ ନିକଟରେ ପଞ୍ଜୀକରଣ କରିବା ଲାଗି ୭ ଦିନ ସମୟସୀମା ଦିଆଯାଇଥିବାବେଳେ ଏହି କମ୍ପାନୀଗୁଡ଼ିକ ତାହାକୁ ଅଣଦେଖା କରିଥିଲେ। ଯାହାଫଳରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଘରୋଇ ଏବଂ ବିଦେଶୀ ଅନଲାଇନ ପ୍ଲାଟଫର୍ମଗୁଡ଼ିକ ଦେଶରେ ସେବା ପ୍ରଦାନ କରିବା ପୂର୍ବରୁ ସରକାରଙ୍କ ନିକଟରେ  ପଞ୍ଜୀକରଣ କରିବେ ଏବଂ ସରକାର ସେମାନଙ୍କ ବିଷୟବସ୍ତୁଗୁଡ଼ିକ ଉପରେ ନଜର ରଖିବେ ବୋଲି ନେପାଳ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହାକୁ ଆଧାର କରି ନେପାଳ ସରକାର ସମ୍ପୃକ୍ତ କମ୍ପାନୀଗୁଡ଼ିକୁ ନୋଟିସ ଜାରି କରିଥିଲେ। କିନ୍ତୁ ଉକ୍ତ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଜୀକରଣ କରାଇ ନ ଥିଲେ। ଯାହା ଫଳରେ ଏହି ଆପ ଗୁଡ଼ିକୁ ବ୍ୟାନ କରାଯାଇଛି ।

ତ୍ରିଶୁଳିଆ ବ୍ରିଜ୍ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଫସି ରହିଛନ୍ତି ଗୋରୁ ପଲ

କଟକ ତ୍ରିଶୁଳିଆ ବ୍ରିଜ୍ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଫସି ରହିଛନ୍ତି ଗୋରୁ ପଲ। ପାଖାପାଖି ୨୦ରୁ ଉର୍ଦ୍ଧ ଗୋରୁ ଫସିରହିଥିବା ଅନୁମାନ କରାଯାଉଛି। ଗତକାଲି ପଠାକୁ ଗୋରୁ ଚରିବା ପାଇଁ ଯାଇଥିବା ବେଳେ ହଠାତ୍ ନଦୀ ଜଳସ୍ତର ବଢ଼ିଯାଇଥିଲା। ଚାରିପଟେ ପାଣି ହୋଇଯାଇଥିବାରୁ ଗୋରୁ ଫସି ରହିଛନ୍ତି। ତେବେ ହୀରାକୁଦ ଗେଟ୍ ଖୋଲା ରହିଥିବା ଯୋଗୁଁ ଜଳସ୍ତର ଆହୁରି ବଢିବା ଆଶଙ୍କା ରହିଛି। ଗୋରୁ ମାନଙ୍କ ତୁରନ୍ତ ଉଦ୍ଧାର କରାଯିବାର ଆବଶ୍ୟକତା ରହିଛି।.

ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ: କଳାହାଣ୍ଡି ଜିଲ୍ଲାରେ ସାର ସଙ୍କଟ

ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ। କଳାହାଣ୍ଡି ଜିଲ୍ଲାରେ ସାର ସଙ୍କଟ। ସକାଳୁ ସକାଳୁ କେସିଙ୍ଗା ବ୍ଳକ ପଷ୍ଟିଗୁଡ଼ି ସମବାୟ ସମିତି ସମ୍ମୁଖରେ ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ। ଆବଶ୍ୟକତା ଠାରୁ କମ ପରିମାଣର ସାର୍ ଆସିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି।

ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଲୁଟ୍

ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଲୁଟ୍। 100 କି 200 ଟଙ୍କା ନୁହେଁ ହଜାରହଜାର ଟଙ୍କା ଲୁଟ୍ କରି ଧରାପଡିଛନ୍ତି ଭିକ୍ଷାବୃତ୍ତି କରୁଥିବା ଜଣେ ମହିଳା ଓ ଜଣେ ପୁରୁଷ। ଦୁଇରୁ ତିନି ଜଣ ପର୍ଯ୍ୟଟକ ପୁରୀ ବେଳାଭୂମିକୁ ବୁଲିବାକୁ ଆସିଥିଲେ। ସେମାନେ ଜଣେ ମହିଳାଙ୍କୁ ମଦ ଆଣିବାକୁ ଟଙ୍କା ଦେଇଥିଲେ। ସମ୍ପୃକ୍ତ ମହିଳା ସେମାନଙ୍କ ପାଇଁ ମଦ ଆଣି ଦେଇଥିଲେ।ପର୍ଯ୍ୟଟକମାନେ ମଦ ପିଇ ସାରି ବେଳାଭୂମିରେ ଶୋଇପଡିଥିଲେ।ଏହାର ସୁଯୋଗ ନେଇ ସମ୍ପୃକ୍ତ ମହିଳା ଓ ଜଣେ ପୁରୁଷ ପର୍ଯ୍ୟଟକମାନଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟ୍ କରିଥିଲେ। କିନ୍ତୁ ବେଳାଭୂମିରେ ଥିବା କିଛି ଲାଇଫଗାର୍ଡ ଏ ସମ୍ପର୍କରେ ଜାଣି ସମ୍ପୃକ୍ତ ଲୁଟେରା ମହିଳା ଓ ପୁରୁଷଙ୍କୁ ଧରିଥିଲେ। ତାଙ୍କଠାରୁ ଲୁଟ୍ ଟଙ୍କା ଜବତ କରି ପର୍ଯ୍ୟଟକ ମାନଙ୍କୁ ଫେରାଇଥିଲେ। ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ବେଳାଭୂମିରେ ମୁତୟନ ହୋଇଥିବା ଲାଇଫଗାର୍ଡ କେବଳ ଯେ ଗଭୀର ସମୁଦ୍ରରୁ ସେମାନଙ୍କୁ ବଞ୍ଚାଇଥାନ୍ତି ତା ନୁହେଁ ବରଂ ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଲୁଟ୍ ହୋଇଥିବା ଟଙ୍କା ଲୁଟେରାଙ୍କଠାରୁ ଜବତ କରି ଫେରାଇଥିବାରୁ ସାଧାରଣରେ ଲାଇଫଗାର୍ଡଙ୍କୁ ବେଶ୍ ପ୍ରଶଂସା କରାଯାଇଛି।

ଲଘୁଚାପଜନିତ ବର୍ଷାରେ ଫୁଲିବାରେ ଲାଗିଛି ୪ ନଦୀ

ଲଘୁଚାପଜନିତ ବର୍ଷାରେ ଫୁଲିବାରେ ଲାଗିଛି ବୈତରଣୀ, ସାଳନ୍ଦୀ, ରେଵ ଓ କପାଳୀ ନଦୀ। ଭଦ୍ରକ ଜିଲ୍ଲା ଚାନ୍ଦବାଲିର ୪ପଞ୍ଚାୟତ, ଧାମନଗରର ୮ ପଞ୍ଚାୟତ ଓ ତିହିଡିର ୫ ପଞ୍ଚାୟତରେ ବନ୍ୟା ସ୍ଥିତି ଲାଗି ରହିଛି। ହଜାର ହଜାର ହେକ୍ଟର ଚାଷଜମିରେ ମାଡି ଚାଲିଛି ବନ୍ୟାପାଣି। ଗତ ବନ୍ୟାରେ ଯାହା କିଛି ଧାନତଳି ରହିଥିଲା ଚଳିତ ବନ୍ୟାରେ ପଚିସଢି ଯିବା ଆଶଙ୍କା ସୃଷ୍ଟି ହୋଇଛି। ଆଖଣ୍ଡଳମଣି -କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥର ବୋଡକ ଠାରେ ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।ବନ୍ୟା ପାଣି ରାସ୍ତା ପାର ହୋଇ ଚାଷ ଜମିକୁ ବୁଡାଇବା ସହ ତଳିଆ ଅଞ୍ଚଳକୁ ପ୍ରବେଶ କରିବାରେ ଲାଗିଛି। ଯାହାଫଳରେ ତଳିଆ ଅଞ୍ଚଳ ଲୋକମାନେ ଭୟଭିତ ହୋଇପଡିଛନ୍ତି। ବୈତରଣୀ ନଦୀରେ ଏହା ତୃତୀୟ ବନ୍ୟା ହୋଇଥିବାରୁ ଚାନ୍ଦବାଲି, ଧାମନଗର, ତିହିଡି ପଞ୍ଚାୟତର ଚାଷ ସମ୍ପୁର୍ଣ୍ଣ ଉଜୁଡିଯିଵାର ଆଶଙ୍କା ଦେଖାଦେଇଛି।