spot_img
Home Blog Page 4576

ଚର୍ଚ୍ଚାରେ ଗୁଜୁରାଟର ଗୃହମନ୍ତ୍ରୀଙ୍କ ବୟାନ୍‌, କହିଲେ ଦୁଷ୍ମର୍ମର କାରଣ ମୋବାଇଲ ଫୋନ୍‌

ଅହମଦାବାଦ:  ଚର୍ଚ୍ଚାରେ  ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଘବୀଙ୍କ ବୟାନ୍‌ । କହିଲେ ମୋବାଇଲ ଫୋନରେ ଉପଲବ୍ଧ ହେଉଥିବା ଅଶ୍ଳୀଳ ଭିଡ଼ିଓ ହିଁ  ଆଜିକାଲି ହେଉଥିବା ଦୁଷ୍ମର୍ମ ପଛର କାରଣ । କେବଳ ସେତିକି ନୁହେଁ ବରଂ ପଡ଼ୋଶୀ ଏବଂ ନିଜ ପରିବାର ସଦସ୍ୟଙ୍କ ସମ୍ପୃକ୍ତି ମଧ୍ୟ ଏକ ପ୍ରମୁଖ କାରଣ ବୋଲି କହିଛନ୍ତି ଗୁଜୁରାଟ ଗୃହମନ୍ତ୍ରୀ  ହର୍ଷ ସାଙ୍ଘବୀ ।

ହର୍ଷ ସାଙ୍ଘବୀ କହିଛନ୍ତିଯେ, ନିକଟରେ ଏହାକୁ ନେଇ ଏକ ସର୍ଭେ କରାଯାଇଥିଲା ।  ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛିଯେ, ମୋବାଇଲ ଫୋନ୍‌ କେଉଁଭଳି ଭାବରେ ଏଥିପାଇଁ ଦାୟୀ । କିଭଳି ଲୋକ ସମ୍ପୂର୍ଣ୍ଣ ଭାବରେ ଏହା ସହିତ ଜଡ଼ିତ ରହୁଛନ୍ତି ଏବଂ ଦୁଷ୍କର୍ମ କରୁଛନ୍ତି । ସେ କହିଛନ୍ତିଯେ, ଆମେ ସର୍ବଦା ଏଭଳି ଘଟଣା ପାଇଁ କେବଳ ପୋଲିସକୁ ଦାୟୀ କରୁ, କିନ୍ତୁ ବାସ୍ତବ କଥା ହେଉଛି ଆମେ କେବଳ ପୋଲିସକୁ ଏଥିପାଇଁ ଦାୟୀ କରିପାରିବା ନାହିଁ ।

କେବଳ ସେତିକି ନୁହେଁ ଯଦି ଏକ ବାପା ତା’ର କୁନି ଝିଅ ସହିତ ଦୁଷ୍କର୍ମ କରୁଛି ତାହା ପଛର କାରଣ ମଧ୍ୟ ମୋବାଇଲ ଫୋନ୍‌ ବୋଲି କହିଛନ୍ତି ଗୃହମନ୍ତ୍ରୀ   । କିନ୍ତୁ ଏହି ମାମଲାରେ ଗୁଜୁରାଟ ସବୁଠାରୁ ନିରାପଦ ସ୍ଥାନ ବୋଲି ସେ ମତ ରଖିଛନ୍ତି ।

 

ବିନା ବିଜୁଳି ଖର୍ଚ୍ଚରେ ଜମିକୁ ମାଡୁଛି ମହାନଦୀ ପାଣି

ସମ୍ବଲପୁର: ଜଳସେଚନ ପାଇଁ ନାହିଁ ଆଉ ବିଦ୍ୟୁତ ଚିନ୍ତା । ବିନା ବିଜୁଳିରେ ଜମିକୁ ମାଡୁଛି ମହାନଦୀ ପାଣି । ସୌର ଚାଳିତ ଉଠା ଜଳସେଚନ ପ୍ରକଳ୍ପରେ ଉପକୃତ ହେଉଛନ୍ତି ଚାଷୀ । ଧାନ ସାଙ୍ଗକୁ ଡାଲି ଜାତୀୟ ଫସଲ ଓ ପନିପରିବା ଚାଷ କରି ଲାଭବାନ ହେଉଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ସାହସପୁର ପଞ୍ଚାୟତର ଚାଷୀ । ଆଉ ପାଣି ପଞ୍ଚାୟତ ଗଠନ କରି ପ୍ରକଳ୍ପର ଦେଖାଶୁଣା କରୁଛନ୍ତି ।

ରେଢାଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କ ଉଦ୍ୟମରେ ଏହି ସୌର ଲିଫ୍ଟ ପଏଣ୍ଟ ତିଆରି ହୋଇଛି । ସହାରପୁର ପଞ୍ଚୟାତର ପ୍ରାୟ ୨୨ ଏକରରୁ ଅଧିକ ଜମି ଏହି ପ୍ରକଳ୍ପ ମାଧ୍ୟମରେ ଜଳସେଚିତ ହେଉଛି । ସକାଳ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପାଣି ଯୋଗାଇବାରେ ପ୍ରକଳ୍ପ ସକ୍ଷମ ହୋଉଛି । ଯାହାକୁ ନେଇ ସ୍ଥାନୀୟ ବିଧାୟକଙ୍କ ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାଷୀ ।

ବିଧାୟକଙ୍କ ଉଦ୍ୟମରେ ସରକାରୀ ଯୋଜନା ସାହାସପୁରରେ ଫଳପ୍ରଦ ହୋଇଛି । ଆଗକୁ ରେଢାଖୋଲରେ ସୌର ଚାଳିତ ଲିଫ୍ଟ ପଏଣ୍ଟ ବସିବ ବୋଲି ଇଂ ରୋହିତ ପୂଜାରୀ କହିଛନ୍ତି ।

ଘର ଲୋକ ବଏଫ୍ରେଣ୍ଡକୁ ନେଇଯିବାରୁ ଆତ୍ମହତ୍ୟା କଲେ ଛାତ୍ରୀ

କୋୟମ୍ବାଟୁର: ତାମିଲନାଡୁର କୋୟମ୍ବାଟୁରରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଚାଂଚଲ୍ୟ ସୃଷ୍ଟି ହୋଇଛି ।   ସୂଚନା ଅନୁସାରେ ନିଟ୍‌ କୋଚିଂ ସେଣ୍ଟରରେ ଉକ୍ତ ଛାତ୍ରୀ ଜଣକ ପାଠ ପଢ଼ୁଥିଲେ ଏବଂ ସେଠାରେ ହଷ୍ଟେଲରେ ମଧ୍ୟ ରହୁଥିଲେ ।  କିନ୍ତୁ ଶନିବାର ଉକ୍ତ ଛାତ୍ରୀଙ୍କ  ଝୁଲନ୍ତା ମୃତଦେହ ଫ୍ୟାନରୁ  ଉଦ୍ଧାର କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲାଯେ, ଛାତ୍ରୀଙ୍କ ପୁରଷ ବନ୍ଧୁ ସେହି ସମାନ କୋଚିଂ ସେଣ୍ଟରରେ ପଢ଼ୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ଉଭୟଙ୍କ ସମ୍ପର୍କକୁ ନେଇ ସେମାନଙ୍କ ପରିବାର ଲୋକ ରାଜି ନଥିଲେ ।

ପୋଲିସର କହିବା ଅନୁସାରେ ଉକ୍ତ ଯୁବକଙ୍କ ପରିବାର ତାଙ୍କୁ  ମଦୁରାଇ ସ୍ଥିତ ନିଜ ଘରକୁ ଫେରିଯିବାକୁ ବାରମ୍ବାର ଚାପ ପକାଉଥିଲେ । ଯେଉଁଥିପାଇଁ ଛାତ୍ରୀ ଜଣକ ଖୁବ୍‌ ଚିନ୍ତାରେ ଥିଲେ । ମାନସିକ ଚାପଗ୍ରସ୍ତ ହୋଇ  ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ଅନ୍ୟପଟେ ଏହି ସମାନ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛିନ୍ଦଓ୍ୱାଡ଼ାରେ । ୧୬ ବର୍ଷୀୟ ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।  ତେବେ ଦଶମ ଶ୍ରେଣୀର ଉକ୍ତ ଛାତ୍ରୀ ପରୀକ୍ଷାରେ ବିଫଳ ହୋଇ ଏଭଳି କରିଥିବା କୁହାଯାଉଛି ।

କେବଳ ସେତିକି ନୁହେଁ ନିକଟରେ ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଜଣେ ଯୁବକଙ୍କ ବାରମ୍ବାର ଫୋନ କଲ ମାଧ୍ୟମରେ ବ୍ଲାକମେଲ ହେତୁ ଜଣେ ଛାତ୍ରୀ ଆତ୍ମହତ୍ୟା କରି ଦେଇଥିଲେ । ଛାତ୍ରୀ ଜଣକ ପାଣିଟାଙ୍କିରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ମାନସ ହତ୍ୟା ମାମଲା: ମିଳିଲା ଶର୍ମିଷ୍ଠା ଛାଡ଼ି ଯାଇଥିବା ମୋବାଇଲ୍  

ଭୁବନେଶ୍ବର: କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚଳର ତନାଘନା ଜାରି । ସ୍କାଏ ଟାଓ୍ବାରରେ ତାଲା ଭାଙ୍ଗି ହତ୍ୟା ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କୁ ଧରି ପଶିଲେ ତଦନ୍ତକାରୀ ଟିମ । ଫ୍ଲାଟରେ ହେଲା ସିନ୍ ରିକ୍ରିଏସନ୍ । ମାନସଙ୍କୁ ହତ୍ୟା କରି ପୋତିବା ପରେ ଫେରାର ହେବା ପୂର୍ବରୁ ଏହି ଫ୍ଲାଟରେ ଶର୍ମିଷ୍ଠା ଛାଡି ଯାଇଥିଲେ ମୋବାଇଲ୍ । ଯାଞ୍ଚ ବେଳେ ଫ୍ଲାଟରୁ ତଦନ୍ତକାରୀ ଟିମ୍ ମୋବାଇଲଟି ଜବତ କରିଛନ୍ତି । କ୍ରାଇମ ସିନ୍ ରିକ୍ରିଏସନ ବେଳେ ଆଜି ବି କାନ୍ଦି ପକାଇଥିଲେ ଶର୍ମିଷ୍ଠା । ପରେ ମାନସ ରହୁଥିବା ଭଡା ଘରକୁ ଶର୍ମିଷ୍ଠାଙ୍କୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏଠାରୁ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବା ସମ୍ଭାବନା ରହିଛି ।

ପୂର୍ବରୁ ‘ସମ୍ପୂର୍ଣ୍ଣ’ ଅଫିସରେ କରାଯାଇଥିଲା ସିନ ରିକ୍ରିଏସନ । ଉଭୟ ଶର୍ମିଷ୍ଠା ଓ ନିରଞ୍ଜନ ଅଫିସରେ ଦେଖାଇଥିଲେ କ୍ରାଇମ ବେଳର ଡେମୋ । ସିନ୍ ରିକ୍ରିଏସନ୍ ପରେ  ନିରଞ୍ଜନଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳଳୟକୁ ପଠାଇଦିଆଯାଇଛି ।

ସେପଟେ ଜେରା ବେଳେ ମୁହଁ ଖୋଲିଛି ଅଭିଯୁକ୍ତ ନିରଞ୍ଜନ ସେଠୀ । ଶର୍ମିଷ୍ଠା ଫେରାର କରିବା ଲାଗି ୧୦ ହଜାର ଟଙ୍କା ଦେଇଥିଲା ନିରଞ୍ଜନ । ଖାଲି ଟଙ୍କା ଦେଇ ନଥିଲା, ଫେରାର ହେବାକୁ ଗାଡି ମଧ୍ୟ ଯୋଗାଡ କରିଦେଇଥିଲା । ସେହି ଗାଡିରେ ଶର୍ମିଷ୍ଠା ଯାଜପୁର ସ୍ଥିତ କକିଆପାଣି ନିଜ ଶାଶୂ ଘରକୁ ଯାଇଥିଲେ । ମାନସକୁ ଆପହରଣ କରିବା ପରେ ପ୍ରଥମେ ଦୟାଲ ଆଶ୍ରମକୁ ନିଆଯାଇଥିଲା । ତା’ପରେ ତାକୁ ସମ୍ପୂର୍ଣ୍ଣ ଅଫିସକୁ ବି ଅଣାଯାଇ ଥିବା କହିଛି ନିରଞ୍ଜନ ।

ଆଜି ସରୁଛି ଶର୍ମିଷ୍ଠା, ଝୁନା, ନିରଞ୍ଜନ ଓ ରଞ୍ଜନଙ୍କ 5 ଦିନିଆ ରିମାଣ୍ଡ । ତେବେ ରିମାଣ୍ଡର ଶେଷ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଫେବ୍ରୁଆରୀ ୭ରେ ଭଦ୍ରକରୁ ମାନସଙ୍କୁ ଅପହରଣ କରାଯାଇଥିଲା । ଅପହରଣ ପରେ ଦୟାଲ ଆଶ୍ରମରେ ଦିଆଯାଇଥିଲା ନିର୍ଯାତନା । ହତ୍ୟା ପରେ ନୟାଗଡ଼ ବଧିପାଟଣାରେ ପୋତିଥିଲେ ମାନସ ମୃତଦେହ ।

ଗିରଫଦାରୀ ଏଡାଇବାକୁ ମାର୍ଚ୍ଚ ୧୪ରେ ଝୁନା ଭୋଇଙ୍କୁ ସାଙ୍ଗରେ ଧରି ଫେରାର ହୋଇଥିଲେ ଶର୍ମିଷ୍ଠା । ମାର୍ଚ୍ଚ 28ରେ ବସରେ କୋଲକାତାରୁ ଫେରୁଥିବା ବେଳେ ଶର୍ମିଷ୍ଠା ଓ ଝୁନାଙ୍କୁ ଗିରଫ କରିଥିଲା ପୋଲିସ । ଶର୍ମିଷ୍ଠା ଗିରଫ ହେବା ପୂର୍ବରୁ ନିରଞ୍ଜନକୁ ବାନ୍ଧିଥିଲା ପୋଲିସ । ମାନସ ହତ୍ୟା ଘଟଣାରେ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ଇମ୍ରାନଙ୍କୁ ପାକ୍ ସେନାର ବିକଳ୍ପ: ଇସ୍ତଫା-ଇଲେକ୍ସନ-ଅନାସ୍ଥା…

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ପାଇଁ ରବିବାର ବେଶ ଗୁରୁତ୍ୱପୂର୍ଣ୍ଣ । ଜଣେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇ ପାରନ୍ତି । ସଂସଦରେ ଇମ୍ରାନ ଖାନଙ୍କ ବିରୋଧରେ ହେବ ଅନାସ୍ଥା ଭୋଟ  । ତେବେ ସଭିଙ୍କ ନଜର ଏବେ ଇମ୍ରାନଙ୍କ ଉପରେ  । ଅନାସ୍ଥା ଭୋଟର ସାମ୍ନା ହେବେ ନା  ସମ୍ମାନ ଯିବା ପୂର୍ବରୁ ଇସ୍ତଫା ଦେବେ ?

ପାକିସ୍ତାନର ଆସନ ଗଣିତ କହୁଛି, ପଦବୀ ବଞ୍ଚାଇବାକୁ ହେଲେ ଆବଶ୍ୟକ ୧୭୨ ସଦସ୍ୟଙ୍କ ସମର୍ଥନ । ଆଉ ଯାହା ଇମ୍ରାନଙ୍କ ପାଖରେ ନାହିଁ  । ସେପଟେ ଗୁରୁବାର ଦେଶକୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି, ଯାହାଙ୍କୁ ଇସ୍ତଫା ଦେବା ପାଇଁ ଷଡ଼ଯନ୍ତ୍ର କରାଯାଉଛି  । ମନେ ରଖିବା ଉଚିତ ସେ ଜଣେ କ୍ରିକେଟର, ତେଣୁ ଶେଷ ବଲରେ ମଧ୍ୟ ଖେଳ ଓଲଟପାଲଟ କରିଦେବାର କୌଶଳ ତାଙ୍କୁ ଜଣାଅଛି  । ଯଦି ବାସ୍ତବରେ ପାକିସ୍ତାନ ରାଜନୈତିକ ଅବସ୍ଥାକୁ ଅବଲୋକନ କରିବା, ତେବେ ଏହା ସ୍ପଷ୍ଟ ଯେ ଇସ୍ତଫା ଦେବାକୁ ଯାଉଛନ୍ତି ଇମ୍ରାନ ଖାନ  । ଏହି ସମସ୍ତ ଘଟଣାକ୍ରମର ପ୍ରଛଦପଟ୍ଟରେ ରହିଛି ସେନାର ଭୂମିକା  । ଜାତୀୟ ଖବର ସରାବରହ ସଂସ୍ଥା ANIର ରିପୋର୍ଟ ମୁତାବକ ପାକିସ୍ତାନର ଇସଲମାବାଦରୁ ଆରମ୍ଭ କରି କରାଚୀ ପର୍ଯ୍ୟନ୍ତ ଏକଥା ଚର୍ଚ୍ଚା ହେଉଛି ଯେ, ପାକିସ୍ତାନ ସେନା ଇମ୍ରାନ ଖାନଙ୍କୁ ଦେଇଛି ତିନୋଟି ବିକଳ୍ପ  । ସୁତ୍ର ଅନୁଯାୟୀ ଇମ୍ରାନଙ୍କ ଆଗରେ ରହିଥିବା ପ୍ରଥମ ବିକଳ୍ପ ହେଉଛି- ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅ  ।

ଦ୍ୱିତୀୟ ବିକଳ୍ପ- ଖୁବଶୀଘ୍ର ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାନେଇ ଘୋଷଣା କର  । ଏବଂ ସଂସଦକୁ ଭଙ୍ଗ କର  । ତୃତୀୟ ଅର୍ଥାତ ସେନାର ଶେଷ ବିକଳ୍ପରେ ରହିଛି- ସଂସଦରେ ଅବିଶ୍ୱାସ ପ୍ରସ୍ତାବର ସାମ୍ନା କର ଏବଂ ଭୋଟକୁ ଗ୍ରହଣ କର  ।

ବୁଧବାର ଆର୍ମୀ ଜେନେରାଲଙ୍କୁ ଭେଟିଥିଲେ ଇମ୍ରାନ

ସେନା ଅଧିକାରୀଙ୍କ କହିବାନୁସାରେ, ପାକିସ୍ତାନ ସରକାର ସାମରିକ ଅଧିକାରୀଙ୍କୁ ପୋନ କରିଥିଲେ  । ଏବଂ ଦେଶରେ ଜାରି ରହିଥିବା ଅସ୍ଥିର ରାଜନୈତିକ ଚିତ୍ରପଟକୁ ନେଇ ସେନା ସହ ଆଲୋଚନା କରିବାକୁ ଟାଇମ ମାଗିଥିଲେ  । ଏହି ଘଟମାକ୍ରମ ମଧ୍ୟରେ ଇମ୍ରାନ ଖାନ ପାକିସ୍ତାନ ଆର୍ମି ଚିଫ୍ କଂର ଜାବେଦ ବାଜୱା ଏବଂ ଆଇଏସଆଇ ଡିଜିଙ୍କୁ ଭେଟିଥିଲେ  । ଏବଂ ଏହି ବୈଠକ କେବଳ ସରକାରଙ୍କ ଅନୁରୋଧ କ୍ରମେ ଆହୁତ ହୋଇଥିଲା  ।

୩ଟି ବିକଳ୍ପକୁ ନେଇ ଚର୍ଚ୍ଚା

ସରକାର ଏବଂ ସେନା ଅଧିକାରୀଙ୍କ ମଧ୍ୟରେ ତିନୋଟି ବିକଳ୍ପ ନେଇ ଅଲୋଚନା ହୋଇଥିଲା  । ସେନା ଇମ୍ରାନହ୍କ ଆଗରେ ଯେଉଁ ତିନୋଟି ବିକଳ୍ପ ରଖିଥିଲା, ସେଥିରୁ ଗୋଟିଏ ବାଛିଛନ୍ତି ଇମ୍ରାନ  । ପାକିସ୍ତାନ ସଂସଦକୁ ଭଙ୍ଗ କରି ପୁନର୍ବାର ଦେଶରେ ନିର୍ବାଚନ କରିବା ନେଇ ଇମ୍ରାନ ରାଜି ହୋଇଥିବା କହିଛନ୍ତି ଜଣେ ବରିଷ୍ଠ ସେନା ଅଧିକାରୀ  । ଏବଂ ଏହା ସବୁଠାରୁ ଭଲ ବିକଳ୍ପ ବୋଲି ମଧ୍ୟ ଇମ୍ରାନ କହିଥିବା ଜଣାପଡ଼ିଛି  । ସେପଟେ ଇମ୍ରାନଙ୍କ ସହ ଆଲୋଚନା ପରେ ବିପକ୍ଷ ଦଳ ମାନଙ୍କ ସହ ବୈଠକ କରିଥିଲା ସେନା  । ସେନା ମଧ୍ୟ ତିନୋଟି ପ୍ରସ୍ତାବ ମଧ୍ୟରୁ ଇମ୍ରାନ ରାଜି ହୋଇଥିବା ପ୍ରସ୍ତାବକୁ ସର୍ବ ସମ୍ମୁଖରେ ରଖିଥିଲେ  । କିନ୍ତୁ ସଂସଦ ଭଙ୍ଗ ପ୍ରସ୍ତାବକୁ କାରଜ କରିଦେଇଛନ୍ତି ବିରୋଧି ଦଳ  ।

ରାଜନୀତିରେ ହସ୍ତକ୍ଷେପ କରିବାକୁ ଚାହୁଁନି ସେନା

ସେପଟେ ଏ ସମସ୍ତ ଚର୍ଚ୍ଚା ଭିତରେ ନିଜକୁ ସଫେଇ ଦେଇଛି ସେନା  । ରାଜନୀତିରେ ପ୍ରବେଶ କରିବାକୁ ଚାହୁଁନାହି ପାକିସ୍ତାନ ସେନା  । ସେନା କେବଳ ବିପକ୍ଷ ଦଳ ଆଗରେ ତିନୋଟି ବିକଳ୍ପ ପ୍ରସ୍ତାବ ପ୍ରକାଶ କରିଥିଲା  । ଇମ୍ରାନ ସରକାର ଏବଂ ବିରୋଧି ଦଳ ଏକତ୍ର ବସନ୍ତୁ  । ଏବଂ ଏକ ନିର୍ଣ୍ଣୟରେ ପହଁଛନ୍ତୁ ବୋଲି କହିଛନ୍ତି ସେନା ଅଧିକାରୀ  । ସେପଟେ କିନ୍ତୁ ପାକିସ୍ତାନର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଇମ୍ରାନ ପ୍ରକାଶ କରିଛନ୍ତି ସେନାର ତିନୋଟି ବିକଳ୍ପ ପ୍ରସ୍ତାବ ବିଷୟରେ  ।

 

ଆଇଆଇଏ ପକ୍ଷରୁ ଉତ୍କଳ ଦିବସ: ମହିଳା ଆର୍କିଟେକ୍ଟ ରତ୍ନମାଳା ମିଶ୍ରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ

ଭୁବନେଶ୍ୱର: ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ଓଡ଼ିଶା ଆର୍କିଟେକ୍ଟରସ ଓଡ଼ିଶା ଚାପ୍ଟର ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ହୋଟେଲ ଲେମନ ଟ୍ରି ପ୍ରିମିୟରରେ ଅନୁଷ୍ଠିତ ଉତ୍ସବରେ ବହୁ ବିଶିଷ୍ଟ ତଥା ପ୍ରସିଦ୍ଧ ସ୍ଥପତି ଓ ସିନେ ତାରକା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଓଡ଼ିଆ ଥିମ ବା ଓଡ଼ିଆ ବିଷୟବସ୍ତୁ ଭିତ୍ତିକ ଥିଲା ।

ଏହି ଅବସରରେ ପ୍ରତିଷ୍ଠିତ ମହିଳା ସ୍ଥପତି ରତ୍ନମାଳା ମିଶ୍ରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନରେ ସମ୍ମାନୀତ କରାଯାଇଛି । ରାଜ୍ୟର ମୁଖ୍ୟ ଆର୍କିଟେକ୍ଟ ତଥା ତଥା ବିଶିଷ୍ଟ ସ୍ଥପତି ଆର୍କିଟେକ୍ଟ ସୁଶାନ୍ତ ପାତ୍ରଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନୀତ କରାଯାଇଥିଲା । ଆଇଆଇଏ ଓଡ଼ିଶା ଚାପ୍ଟର ପକ୍ଷରୁ ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଶ୍ରେଷ୍ଠ ପ୍ରଦର୍ଶନକୁ ପୁରସ୍କୃତ କରାଯାଇଥିଲା । ପିଲୁ ମୋଦୀ କଲେଜ ଅଫ ଆର୍କିଟେକ୍ଚର ଛାତ୍ର ଅଭିଷେକ ରାଓ, କିଟ ବିଶ୍ୱ ବିଦ୍ୟାଳୟର ସ୍ନେହ ପ୍ରଧାନ ଏବଂ ଏନଆଇଟି ରାଉଲରେଲାର ପୁରୁଷୋତ୍ତମ ନନ୍ଦଙ୍କୁ ଶ୍ରେଷ୍ଠ ଶିକ୍ଷାର୍ଥୀ ଭାବେ ପୁରସ୍କୃତ କରାଯାଇଥିଲା ।  ଆଇଆଇଏର ଜାତୀୟ ପ୍ରତଯୋଗିତା ‘ବଣ୍ଡ ଅଫ ହୋପ୍ସ’ରେ ସେମାନଙ୍କ ପ୍ରକଳ୍ପ ଲାଗି ପୁରସ୍କୃତ ହୋଇଥିବା ଆର୍କିଟେକ୍ଟ ଶକ୍ତି ନନ୍ଦ ଓ ଆର୍କିଟେକ୍ଟ ଶୁଭରାଜ ମହାନ୍ତିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟର ସଭାପତି ସିଆର ରାଜୁ ମୁଖ୍ୟଅତିଥି, ଅଭିନେତା ତଥା ଓଡ଼ିଶା ଫିଲ୍ମ ଡେଭେଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଆର୍କିଟେକ୍ଟ ଯୋଗ ଦେଇଥିଲେ । ଯୁଗ୍ମ ସମ୍ପାଦକ କିର୍ତ୍ତୀ ୟୋଗଦର୍ଶିନୀ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।

ଆଇଆଇଏ ଓଡ଼ିଶା ଚାପ୍ଟର ଅକ୍ଷଧ୍ୟ ଆର୍କିଟେକ୍ଟ ରାଜ କୁମାର ନାୟକ ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟ ଓଡ଼ିଶା ଚାପ୍ଟରର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବତାରଣା କରିଥିଲେ । ନ୍ୟାସନାଲ କାଉନସିଲ ସଦସ୍ୟ ଅକ୍ଷୟ ବେଉରିଆ ଉତ୍କଳ ଦିବସ ଉପରେ ଆଲୋକପାତ କରିଥିଲେ । ଉପ ସଭାପତି ସ୍ୱପ୍ନଦତ୍ତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ‘ଓଡ଼ିଶୀ ନୃତ୍ୟ ଫ୍ୟାଶନ ପରେଡ’ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା ।

ଦୁଇ ନିରୀହ ଗ୍ରାମବାସୀଙ୍କୁ ଗୁଳି ମାରିଦେଲେ ଭାରତୀୟ ଯବାନ୍‌

ନୂଆଦିଲ୍ଲୀ:  ଅରୁଣାଚଳ ପ୍ରଦେଶରେ ଅଘଟଣ । ଅରୁଣାଚଳ ପ୍ରଦେଶର ତିରପ ଜିଲ୍ଲାରେ ଶୁକ୍ରବାର ସଂଧ୍ୟାରେ ଯବାନଙ୍କ ହାତରେ ଦୁଇ ନିରୀହ ଗ୍ରାମବାସୀଙ୍କ ଗୁଳି ବାଜିଥିଲା । ଉଭୟଙ୍କୁ ଆସାମର ଦିବୃଗଡ଼ର  ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲରେ  ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ଯବାନଙ୍କ କହିବା ହେଉଛି  ଚାସା ଗାଁ’ର ୨୮ ବର୍ଷୀୟ ନୋକଫ୍ୟା ଓ୍ୱାଙ୍ଗଡନ ଏବଂ ୨୩ ବର୍ଷୀୟ  ରାମଓ୍ୱାଙ୍ଗ୍‌ ଓ୍ୱାଙ୍ଗସୁ ସଂଧ୍ୟାରେ ମାଛଧରି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି । ଯବାନଙ୍କ ହାତରେ ଭୁଲବଶତଃ ଉଭୟଙ୍କୁ ଗୁଳି ବାଜିଛି ।   ଯାହାପରେ ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି ।

 

ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ହେଉଛି ଜଣଙ୍କର ହାତରେ ଗୁଳି ବାଜିଥିବାବେଳେ

 

 

ଅନ୍ୟ ଜଣଙ୍କର ପାଦ ଆଙ୍ଗୁଠିରେ ଗୁଳି ବାଜିଥିଲା । କିନ୍ତୁ ଉଭୟ ଏବେ ବିପଦମୁକ୍ତ ।

ଉଭୟଙ୍କ ସହିତ ହସ୍ପିଟାଲ ଯାଇଥିବା ଜଣେ ଗ୍ରାମବାସୀଙ୍କ କହିବା ହେଉଛି ଏହି ଗୁଳି ଯବାନଙ୍କ ଦ୍ୱାରା ବାଜିଥିଲା । ଦୁଃଖର ବିଷୟ ହେଉଛି ଉଭୟ ଅନାଥ । ତେବେ ସରକାର ଉଭୟଙ୍କ ପାଇଁ କିଛି କରିବା ଉଚିତ୍‌ ବୋଲି କହିଛନ୍ତି ଉକ୍ତ ଗ୍ରାମବାସୀ ।  

 

ତିରପ ଜିଲ୍ଲାର ସ୍ଥାନୀୟ ବିଜେପି ନେତା କମରାଙ୍ଗ ତେସିଆଙ୍କ କହିବା ହେଉଛି ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଯୋଗାଇବା ପରିବର୍ତ୍ତେ ବିନା ଉଚିତ୍‌ ସୂଚନାରେ ଭାରତୀୟ ଯବାନଙ୍କ ମୂର୍ଖତା ହେତୁ ସାଧାରଣ ଲୋକଙ୍କୁ  ଏକାଧିକ ସମୟରେ କ୍ଷତି ପହଞ୍ଚୁଛି ।

 

ଅନ୍ୟପଟେ କେନ୍ଦ୍ର ସରକାର ଏବେ ତିନୋଟି ରାଜ୍ୟ ଯଥାକ୍ରମେ ଆସାମ, ନାଗାଲାଣ୍ଡ ଏବଂ ମଣିପୁରରେ ସୈନ୍ୟଙ୍କ କ୍ଷମତା ପରିସରକୁ ସୀମିତ କରି ଦେଇଛନ୍ତି । ଏହା ବ୍ୟତୀତ ଏହି ସମାନ ନିୟମ ଅରୁଣାଚଳ ପ୍ରଦେଶର ତିନୋଟି ଜିଲ୍ଲାରେ ମଧ୍ୟ ଲାଗୁ ହୋଇଛି ।

୧୧ ବର୍ଷରେ ୧୧ ବିଶ୍ୱକପ, ପୁରଣ ହୋଇଥିଲା ସଚିନଙ୍କ ସ୍ୱପ୍ନ

ନନ୍ଦିଘୋଷ ବ୍ୟୁରୋ: ଏପ୍ରିଲ ୨ ।  କ୍ରୀଡ଼ା ଓ କ୍ରିକେଟ ଇତିହାସ ପାଇଁ ଏକ ଐତିହାସିକ ଦିନ । ପୁରଣ ହୋଇଥିଲା ସଚିନଙ୍କ ସ୍ୱପ୍ନ   । ଦ୍ୱିତୀୟ ବିଶ୍ୱକପ ହାସଲ କରିଥିଲା ଇଣ୍ଡିଆ  । ନିଜ ମାଟିରେ ବିଜୟ ଶିରପା ପିନ୍ଧିଥିଲା ଭାରତ  । ଏହି ସ୍ୱର୍ଣ୍ଣୀ ଦିନକୁ ପୁରିଛି  ୧୧ ବର୍ଷ  ।

କରିବାର  ୨୮ ବର୍ଷ ତଳେ ଭାରତ ହାତେଇଥିଲା ପ୍ରଥମ ବିଶ୍ୱକପ ଟ୍ରଫି  । ଅର୍ଥାତ ୧୯୮୩ ମସିହାରେ ବିଶ୍ୱକପ ପାଇଥିବା ଭାରତ  ୨୦୧୧ରେ ହାସଲ କରିଥିଲା ଦ୍ୱିତୀୟ ୱାର୍ଲକପ୍ । ଏପ୍ରିଲ ୨ରେ   ଆଜିର ଦିନରେ ଭାରତ ଇତିହାସର ପୁନରାବୃତ୍ତି କରିଥିଲା ।​ ଏହି ବିଜୟକୁ ଆଜି ୧୧ ବର୍ଷ ପୂରିଛି। ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ଠାରୁ ବିଜୟ ହାସଲ କରିଥିବା ଭାରତ ୨୦୧୧ରେ ଶ୍ରୀଲଙ୍କାକୁ ପରାସ୍ତ କରି ହାସଲ କରିଥିଲା ଟ୍ରଫି  ।

ଟିମ୍ ଇଣ୍ଡିଆ ଭାଙ୍ଗିଲା ରେକର୍ଡ଼

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିଲା ୨୦୧୧  ବିଶ୍ୱକପ ଫାଇନାଲ୍ । ଯେଉଁଠାରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରି ଅନେକ ରେକର୍ଡ଼ ଭାଙ୍ଗିବାରେ ସଫଳ ହୋଇଛି। ସେପଟେ ବିଶ୍ୱକପ ଜିତିବାରେ ପ୍ରଥମ ଆୟୋଜକ ଦଳର ରେକର୍ଡ ତିଆରି କଲା ଭାରତ । ଏହାପୂର୍ବରୁ କୌଣସି ଦଳ ନିଜ ମାଟିରେ ବିଶ୍ୱକପ ଜିତି ନଥିଲେ। ଟାର୍ଗେଟକୁ ପିଛା କରି ୱାର୍ଲ୍ଡକପ ହାତେଇବାରେ ଭାରତ ତୃତୀୟ ଦଳ ଭାବେ ଆବିର୍ଭାବ ହୋଇଥିଲା । ଏହି ହାଇଭୋଲଟେଜ ମ୍ୟାଚରେ ଲଗାତାର ଦ୍ୱିତୀୟଥର ପାଇଁ ଖେଳୁଥିବା ଶ୍ରାଲଙ୍କାଙ୍କୁ ଭାରତ ୧୦ଟି ବଲ ବାକି ଥାଇ ୬ ୱିକେଟରେ ବିଜୟ ହାସଲ କରିଥିଲା  ।

ଫାଇନାଲ ମ୍ୟାଚରେ ଯିଏ ଶତକ ମାରୁଥିଲା ସେ ଟ୍ରଫି ନେଉଥିଲା  । କିନ୍ତୁ ଏଥର ଓଲଟପାଲଟ ହୋଇପଡ଼ିଥିଲା ଗଣିତ  । ଟିପର ପ୍ଲେୟାର ହ୍ୟାଟ୍ରିକ ମାରିବା ସତ୍ତ୍ୱେ ମଧ୍ୟ ବିଫଳ ହୋଇଥିଲେ  । ଶ୍ରୀଲଙ୍କାର ଧୁଆଁଧାର ବ୍ୟାଟ୍ସମ୍ୟାନ ମହେଲା ଜୟବର୍ଦ୍ଧନେଙ୍କ ଏକାକୀ ୧୦୩ ରନ୍ ହାସଲ କରିଥିଲେ  । କିନ୍ତୁ ମ୍ୟାଚରେ ବିଫଳ ହୋଇଥିଲା ଶ୍ରୀଲଙ୍କା  ।
ଶ୍ରୀଲଙ୍କା ଭାରତ ଆଗରେ ରଖିଥିଲା ୨୭୫ ରନର ବିଜୟ ଲକ୍ଷ । ଏହାକୁ ପୂରା କରିବାବେଳେ ଭାରତକୁ ପ୍ରଥମେ ଝଟକା ଲାଗିଥିଲା, ଯେତେବେଳେ ମାତ୍ର ୩୧ ରନରେ ୨ଟି ୱିକେଟ୍ ହାସଲ କରିଥିଲା ଶ୍ରୀଲଙ୍କା  ।

କ୍ରିଜରେ ଥିଲେ ଓପନର୍ ଗୌତମ ଗମ୍ଭୀର ଏବଂ ତାଙ୍କୁ ସାଥ ଦେବାକୁ ଆସିଥିାନ୍ତେ ଯୁବରାଜ ସିଂ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଯୁବରାଜଙ୍କ ପୂର୍ବରୁ କ୍ରିଜକୁ ଆସିଥିଲେ ଅଧିନାୟକ ଧୋନି। ଏକ ଧମାକେଦାର୍ ଇନିଂସ ଖେଳି ଭାରତକୁ ବିଶ୍ୱବିଜେତା କରିଥିଲେ ଧୋନି, ଆଉ ଶେଷରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବି ହେଲେ। ଧୋନି ୭୯ ବଲରେ ୮ଟି ଛୌକା ଓ ୨ଟି ଛକା ସହ ୯୧ ରନର ସ୍କୋର କରିଥିଲେ । ଏବଂ ‘ଶ୍ରେଷ୍ଠ ଫିନିଶର’ର ଭାବେ ଏକ ଚମତ୍କାର ବିଜୟୀ ଛକା ମାରି ସମସ୍ତଙ୍କ ହୃଦୟ ଜିତିନେଇଥିଲେ। ଭାରତୀୟ କ୍ରିକେଟ୍ ଦଳ ୨୮ ବର୍ଷ ପରେ ODI ବିଶ୍ୱକପ୍ ବିଜେତା ହୋଇଥିଲା … ଏବଂ ସାରା ଷ୍ଟାଡିୟମ ଉତ୍ସବମୁଖର ହୋଇପଡ଼ିଥିଲା । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱ ଚାମ୍ପିୟନ ହେବାର ସ୍ୱପ୍ନ ପୂରଣ ହୋଇଯାଇଥିଲା। ବିଜୟ ଓ ଆନନ୍ଦର ମୂହୂର୍ତ୍ତରେ କିମ୍ୱଦନ୍ତୀ କ୍ରିକେଟରଙ୍କୁ କାନ୍ଧରେ ବସାଇ ସମଗ୍ର ଷ୍ଟାଡିୟମ  ବୁଲାଇଥିଲେ ସାଥି ଖେଳାଳୀ । ୧୧ ବର୍ଷ ତଳର ଏହି ଦୃଶ୍ୟ ଆଜି ବି ବିଜୟର ଉଲ୍ଲାସ ଆଣିଦିଏ  । କ୍ରିକେଟପ୍ରେମୀଙ୍କୁ ଭାବବିହ୍ୱଳ କରିପକାଏ  ।

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କେଉଁ ଲୁଣ କେତେ ପରିମାଣର ଖାଇବା ଉଚିତ୍‌ ?

ଖାଦ୍ୟରେ ଲୁଣର ରହିଛି ଏକ ପ୍ରମୁଖ ଭୂମିକା । ଲୁଣ ବିନା ଖାଦ୍ୟର ଅସ୍ଥିତ୍ୱ ମୂଲ୍ୟହୀନ । ଆମ ଶରୀରରେ ଚାଲିଥିବା ବିଭିନ୍ନ ପ୍ରକ୍ରିୟା ପାଇଁ ସୋଡିୟମର ଆବଶ୍ୟକତା ରହିଛି । କୋଷିକା ଠିକ ଭାବରେ କାମ କରିବା ଉଚିତ୍‌, ଶରୀରରେ ଥିବା ଫ୍ଲୁଇଡ୍ସ ବା ତରଳ ପଦାର୍ଥ ଏବଂ ଇଲୋକ୍ଟ୍ରୋକ୍ଲାଲୋଇଡ୍ସ  ସନ୍ତୁଳିତ, ରକ୍ତଚାପ ନିୟନ୍ତ୍ରଣ ଆଦି ସବୁକିଛି ସୋଡିୟମ ଉପରେ ନିର୍ଭର କରେ ।    ଏ ସବୁ ସୋଡିୟମ ପାଇଁ ସମ୍ଭବ ।

 

ଆମ ଶରୀର ଆବଶ୍ୟକତା କରୁଥିବା ସୋଡିୟମର ୯୦ ପ୍ରତିଶତ କେବଳ ଟେବଲ ଲୁଣ ବା ସାଧାରଣ ଲୁଣରୁ ମିଳିଥାଏ ।  ବୈଜ୍ଞାନିକଙ୍କ ଭାଷାରେ ଏହାକୁ ସୋଡିୟମ କ୍ଲୋରାଇଡ ବୋଲି କୁହାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଲୋକଙ୍କୁ ଦୈନିକ ୫ ଗ୍ରାମରୁ କମ୍‌ ଲୁଣ ଖାଇବାକୁ ପରାମର୍ଶ ଦେଇଥାଏ । ଯାହା ପ୍ରାୟ ୧ ଚାମଚ । କିନ୍ତୁ ଆକଳନ କହୁଛି ଭାରତରେ ଦୈନିକ ଲୋକମାନେ  ୧୧ ଗ୍ରାମ ଲୁଣ ଖାଇଥାନ୍ତି । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଇଥିବା ପରାମର୍ଶଠାରୁ ଯଥେଷ୍ଟ ଅଧିକ ।

କୌଣସି ମଧ୍ୟ ବୟସରେ ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପ ବଢ଼ିପାରେ । କେବଳ ସେତିକି ନୁହେଁ ବରଂ ଅଧିକ ଲୁଣ ଖାଇବା ଦ୍ୱାରା ହୃଦରୋଗ,ଗ୍ୟାସଟ୍ରିକ୍‌,ମସ୍ତିଷ୍କରେ ରକ୍ତପ୍ରବାହ ଉପରେ ପ୍ରଭାବ ପଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ । ଏହା ଖୁବ୍‌ କ୍ଷତିକାରକ ହୋଇପାରେ । ଯେପରିକି ମସ୍ତିଷ୍କର କୌଣସି ଶିରା ଫାଟିଯିବା ବା ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ।

 

ବଜାରରେ ବିଭିନ୍ନ ପ୍ରକାରର ଲୁଣ ମିଳିଥାଏ ।ଯେଉଁଥିରେ କମ୍‌ ମାତ୍ରାରେ ସୋଡିୟମ ରହିଥାଏ, ସେହି ଲୁଣ ଶରୀର ପାଇଁ ଉତ୍ତମ ।     

ରିଫାଇନ୍ଡ ବା ସାଧାରଣ ଲୁଣ ବହୁଳ ବ୍ୟବହାର ହୁଏ । ଏଥିରେ ୯୭ରୁ ୯୯ ପ୍ରତିଶତ  ସୋଡିୟମ କ୍ଲୋରାଇଡ୍‌ ରହିଥାଏ । ଏଥିରେ କୌଣସି ଅଶୁଦ୍ଧତା ନଥାଏ । କିନ୍ତୁ ପୋଷକ ତତ୍ତ୍ୱ ଦୃଷ୍ଟିରୁ ଏହାକୁ ଭଲ ବୋଲି କହିବା ଅନୁଚିତ୍‌ ।

Close up of caucasian woman adding salt in sunny side up eggs while standing in kitchen next to stove.

ସି-ସଲ୍ଟକୁ ଅଧିକ ରିଫାଇନ୍‌ କରାଯାଇନଥାଏ । ଏଥିରେ ଅଧିକ ମାତ୍ରାରେ ଖଣିଜ ଲବଣ ରହିଥାଏ । କିନ୍ତୁ ସାଧାରଣ ଲୁଣ ତୁଳନାରେ ସମୁଦ୍ର ଲୁଣରେ ୧୦ ପ୍ରତିଶତ କମ୍‌ ସୋଡିୟମ ଥାଏ ।

 

ଠିକ୍‌ ସେହିଭଳି ହିମାଳୟ ପାଦ ଦେଶରୁ ଆସୁଥିବା ପିଙ୍କ୍‌ ଲୁଣରେ କମ୍‌ ମାତ୍ରାରେ ସୋଡିୟମ ରହିଥାଏ । ଏହା ବ୍ୟତୀତ ଏଥିରେ ମ୍ୟାଗ୍ନେସିୟମ  ଏବଂ ପୋଟାସିୟମ ଭଳି ଖଣିଜ ଲବଣ ରହିଥାଏ  ।

ଏହାକୁ ବାଦ୍‌ ଦେଲେ  ସଲ୍ଟିକ୍‌ ସଲ୍ଟ ବା ଗ୍ରେ ସଲ୍ଟରେ ସୋଡିୟମର ମାତ୍ରା କମ୍‌ ଥାଏ  ଏବଂ ଅନ୍ୟ ଖଣିଜ ଲବଣ ପ୍ରଚୁର ମାତ୍ରାରେ ରହିଥାଏ ।  ଏହା ପ୍ରାକୃତିକ ଏବଂ ଏଥିରେ ବାହାରର କୌଣସି ଜିନିଷ ମିଶାଯାଇନଥାଏ ।

ବନ୍ଧା ହେଲେ ଯୌନ ପିପାସୁ ହେଡମାଷ୍ଟର, ଖୋଲିବ ଯୌନ ଶୋଷଣ ଡାଏରୀ

ସୁନ୍ଦରଗଡ଼: ଯୌନ ପିପାସୁ ପ୍ରଧାନଶିକ୍ଷକଙ୍କୁ ଗିରଫ କଲା ପୋଲିସ । ଯୌନ ନିର୍ଯାତନାରେ ଅତିଷ୍ଠା ହୋଇ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ବାନ୍ଧିଲା ପୋଲିସ । ଗତକାଲି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଅଞ୍ଚଳରେ ଏକ ସ୍କୁଲ ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ପଟେଲ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ପରିବାର ଲୋକେ କରିଥିଲେ ଅଭିଯୋଗ ।

ଅଭିଯୋଗ ଆସିବା ପରେ ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ତାଙ୍କ ବିରୋଧରେ ୩୦୨ ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।

ସେପଟେ ହଷ୍ଟେଲ କି ସ୍କୁଲର ଆଉ କୌଣସି ଛାତ୍ରୀ ପ୍ରଧାନଶିକ୍ଷକଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ନାହିଁ ତାହା ଏବେ ପ୍ରଶ୍ନବାଚୀ ଛିଡ଼ା କରିଛି । ପୋଲିସ ମଧ୍ୟ ଏହି ଦିଗରେ ତଦନ୍ତକୁ ଆଗକୁ ବଢାଇଛି । ଅନ୍ୟ ଛାତ୍ରୀ ନିର୍ଯାତିତ ହୋଇଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଥିବା ସୁନ୍ଦରଗଡ଼ ଏସପି ସାଗରିକା ନାଥ କହିଛନ୍ତି ।

ତେବେ କେବଳ ପ୍ରଧାନଶିକ୍ଷକ ଏହି କେଳେଙ୍କାରୀରେ ସମ୍ପୃକ୍ତ ନା ଏହା ପଛରେ ଆଉ କାହାର ହାତ ଅଛି ? ଏଭଳି ଜଘନ୍ୟ କାମର ପ୍ରଚ୍ଛଦପଟରେ ଆଉ କିଏ କିଏ ଅଛନ୍ତି କି, ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ଦେବି ହେଉଛି ।

https://www.youtube.com/watch?v=25AvAES0mbM