କନ୍ଧମାଳ: ସକାଳୁ ସକାଳୁ ଦୁର୍ଘଟଣା । ଆଖି ଖୋଲିବା ଆଗରୁ ଆଖି ମୁଜିଲେ ୪ ଯାତ୍ରୀ । ଫୁଲବାଣୀ ସଦର ଥାନା ଲାହାବାଡ଼ିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତାଳପଡ଼ାରୁ ବାଡି ସୁଗା ଫେରୁଥିବା ବେଳେ, ଓମିନିକୁ ପିଟିଛି ଏକ ଟ୍ରକ୍ । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ପଞ୍ଚାୟତ ନିର୍ବାଚନ: ମତଦାନ ପୂର୍ବରୁ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ, ଅନ୍ୟ ଜଣଙ୍କୁ ହତ୍ୟା ଧମକ
ଢେଙ୍କାନାଳ/ଜଗତସିଂହପୁର : ଆସନ୍ତା ୧୬ତାରିଖରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହାର ପୂର୍ବରୁ ରାଜ୍ୟର କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଓଡ଼ାପଡ଼ା ବ୍ଲକ ବଦାଳୁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନୃସିଂହ ବାରିକ ।

ମୋଟଙ୍ଗା ଥାନା ଅନ୍ତର୍ଗତ ଘୋଡାଡିଆଁ ଛକରେ ୫ଜଣ ଯୁବକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସନ୍ଧ୍ୟାରେ ସେ ଘୋଡାଡିଆଁ ଛକ ଦେଇ ଯାଉଥିବା ସମୟରେ ହଠାତ ଏହି ଯୁବକମାନେ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ନିସ୍ତୁକ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ମଧ୍ୟ ଆକ୍ରମଣ କରିଛନ୍ତି । ଏଣୁ ତାଙ୍କ ଗୋଡ଼ରେ ଓ ମୁଣ୍ଡରେ ଆଘାତ ଲାଗିଛି । ଚିକିତ୍ସା ନେଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ନିକଟରେ ଥିବା ୧ ଲକ୍ଷ ୫ ହଜାର ଟଙ୍କା ଛଡ଼ାଇ ନେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ନେଇ ଧମକ ଧମକ ଦିଆଯାଇଥିବା ବେଳେ ଆଜି ଆକ୍ରମଣ ହୋଇଥିବା କହିଛନ୍ତି ସରପଞ୍ଚ ପ୍ରାର୍ଥୀ ଶ୍ରୀ ବାରିକ୍ ।
ଅନ୍ୟପକ୍ଷରେ ଜଗତସିଂହପୁର ସରପଞ୍ଚ ପ୍ରାର୍ଥିନୀଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଭୋଟ ପ୍ରଚାର କଲେ ଗୁଳି ଖାଇବ ବୋଲି କହି, ଗାଁର ଜଣେ ଯୁବକ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି ପ୍ରାର୍ଥିନୀ ନିବେଦିତା ମଲିକ । ଯୁବକ ରବୀନ୍ଦ୍ର ରାଉଳଙ୍କ ନାମରେ ମାମଲା ରୁଜୁ ହୋଇଛି । ପ୍ରାର୍ଥିନୀଙ୍କୁ ଅଶାଳୀନ ଭାଷା ଓ ହତ୍ୟା ଧମକ ଦେବା ଦେଇଥିବାରୁ ତୁଳଙ୍ଗରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ନିଜର ଭୋଟ ପ୍ରଚାର ସମୟରେ ଧମକ ମିଳିଲା ।
ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ଦେବେନ୍ଦ୍ର କୁମାର ମିଶ୍ରଙ୍କ ପରଲୋକ
ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ତଥା ଅବସରପ୍ରାପ୍ତ ଆଇଏଏସ୍ ଦେବେନ୍ଦ୍ର କୁମାର ମିଶ୍ରଙ୍କ ପରଲୋକ । ଶନିବାର ଦିନ ୧୨ଘଣ୍ଟା ୩୦ମିନିଟରେ ପରଲୋକ ହୋଇଛି । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା ।
ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିବା ଶ୍ରୀ ମିଶ୍ର ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ଭାବେ ୧୯୯୪ରୁ ୧୯୯୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସ୍ୱତନ୍ତ୍ର ସହାୟକ, ଭବାନୀପାଟଣା ଉପଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ, ଓଡ଼ିଶା ହ୍ୟାଣ୍ଡଲୁମ୍ ନିଗମର ଜେନେରାଲ ମ୍ୟାନେଜର, ମ୍ୟୁନିସପାଲ ପ୍ରଶାସନର ନିର୍ଦ୍ଦେଶକ ଭଳି ପଦବୀରେ ସଫଳତାର ସହ କାର୍ଯ୍ୟ କରିଥିଲେ । ସେ ଭୁବନେଶ୍ୱର ଓ ସୋନପୁରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ସକ୍ରିୟ ଭାବେ ଜଡ଼ିତ ଥିଲେ ।
ଆସନ୍ତାକାଲି ସକାଳେ ଶ୍ରୀମିଶ୍ରଙ୍କ ଶହୀଦନଗରସ୍ଥିତ ବାସଭବନରେ ତାଙ୍କର ମରଶରୀରକୁ ସର୍ବସାଧାରଣଙ୍କ ଶେଷଦର୍ଶନ ପାଇଁ ରଖାଯିବ । ଆସନ୍ତାକାଲି ଫେବ୍ରୁଆରୀ ୧୩ତାରିଖରେ ଭୁବନେଶ୍ୱରର ସତ୍ୟନଗର ମଣାଣିରେ ଦିନ ୧୧ଟା ୩୦ମିନିଟରେ ତାଙ୍କର ଶେଷକୃତ୍ୟ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।
ଶ୍ରୀ ମିଶ୍ରଙ୍କ ମୃତ୍ୟୁବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ ସୁହାସିନୀ ମିଶ୍ର, ପୁଅ ଅସିତ୍ ମିଶ୍ର ଓ ବୋହୂ ବିଭୂଦତ୍ତ ପଟେଲ ଓ ସାନ ପୁଅ ବ୍ରଜେନ୍ଦ୍ର ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।
ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ପ୍ରଥମ ଥର ଆରମ୍ଭ ହେଲା ନାମଲେଖା
ଭୁବନେଶ୍ୱର: ନୂଆ ମେଡିକାଲ କଲେଜ ପାଇଁ ହୋଇଛି ନାମାଲେଖା । ଆଜି ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ପ୍ରଥମ ଥର ନାମଲେଖା ହୋଇଥିବାବେଳେ ଆସନ୍ତାକାଲି ହାଇଟେକ୍ କଲେଜ ପାଇଁ ହେବ ଆଡମିସନ୍ । ଏଥର ହାଇଟେକ୍ ମେଡିକାଲର ବର୍ଦ୍ଧିତ ୫୦ ସିଟରେ ନାମ ଲେଖାଇବେ ଛାତ୍ରଛାତ୍ରୀ । ମୋଟ ୧ ହଜାର ୪୬୬ ସିଟ୍ ପାଇଁ ଏଥର ହେବ ନାମାଲେଖା । ତେବେ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ନେଇ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ ।
ଚାଲିଛି ପ୍ରଥମ ପର୍ଯ୍ୟାୟ ମେଡିକାଲ କାଉନସେଲିଂ । ଫେବ୍ରୁଆରୀ ୮ତାରିଖରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ରବିବାର ପ୍ରଥମ ରାଉଣ୍ଡର ଶେଷ ନାମାଲେଖା । ନୂଆ କରି ହୋଇଥିବା ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ୧୦୦ ସିଟରେ ଆଡ଼ମିଶନକୁ ଅନୁମତି ମିଳିଥିବାବେଳେ ଓଜେଇଇ ୮୫ଟି ସିଟ୍ ପାଇଁ ଆଡମିଶନ କରିଛି । ବଳକା ୧୫ ସିଟରେ ନିଟ୍ ମାଧ୍ୟମରେ ଅଲ ଇଣ୍ଡିଆ କୋଟାରେ ହେବ ନାମାଲେଖା । ତେବେ ପୁରୀ ମେଡିକାଲ କଲେଜରେ ଆଡ଼ମିଶନ ନେଇଥିବା ଛାତ୍ରଛାତ୍ରୀ ପ୍ରଥମ ବ୍ୟାଚ ହୋଇଥିବାରୁ ଉତ୍ସାହ ପ୍ରକାଶ କରିଛନ୍ତି ।
ରାଜ୍ୟର ୯ଟି ସରକାରୀ ଓ ୩ଟି ଘରୋଇ ମେଡିକାଲ କଲେଜର ମୋଟ ୧ ହଜାର ୩୧୨ MBBS ଓ ୧୫୪ BDS ସିଟ ପାଇଁ ଆଡମିଶନ କରୁଛି OJEE । ଚଳିତବର୍ଷ ହାଇଟେକ ମେଡିକାଲ କଲେଜରେ ୫୦ ନୂଆ ସିଟ ପାଇଁ ଆଡମିଶନ କରାଯାଉଛି । ରବିବାର ଏଥିପାଇଁ ହେବ ନାମଲେଖା । ଏହାପରେ ୧୪ ତାରିଖ ଦିନ ପ୍ରକାଶ ପାଇବ ଭେକେଣ୍ଟ ସିଟ ମାଟ୍ରିକସ ବା ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡ଼ଥିବ ସିଟ ତାଲିକା । ଦ୍ଵିତୀୟ ପର୍ଯ୍ୟାୟ ଆଡ଼ମିଶନ ପାଇଁ ୧୫ ଓ ୧୬ ଦୁଇ ଦିନ ଛାତ୍ରଛାତ୍ରୀ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ । ପ୍ରଥମ ପର୍ଯ୍ୟାୟ କାଉନସିଲିଂ ପ୍ରକ୍ରିୟାରେ ମାତ୍ର ୮୦୭ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।
ଚଳିତବର୍ଷ ନଭେମ୍ବରରୁ ମେଡିକାଲ ପ୍ରବେଶିକା ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲେ ବି ଆଡମିଶନ ପ୍ରକ୍ରିୟାରେ ବିଳମ୍ବ ହୋଇଛି । ମାର୍ଚ୍ଚ ୩୧ ସୁଦ୍ଧା ପ୍ରକ୍ରିୟା ଶେଷ କରିବାକୁ ଏମ.ସି.ସି ନିର୍ଦ୍ଦେଶ ଦେଇଛି ।
IPL ନିଲାମ: ଇଶାନଙ୍କ ଦାମ ୧୫ କୋଟି ୨୫ ଲକ୍ଷ
ବେଙ୍ଗାଲୁର: ଟାଟା ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜନ-୧୫ ପାଇଁ ଚାଲିଛି ମେଗା ଅକ୍ସନ। ନିଲାମର ପ୍ରଥମ ଦିନରେ ପ୍ରଥମ ଖେଳାଳି ଭାବେ ବିକ୍ରି ହୋଇଛନ୍ତି ଶିଖର ଧାୱନ। ଆଜିର ନିଲମରେ ସବୁଠୁ ଦାମୀ ଖେଳାଳୀ ଥିବା ଶେୟସ ଆୟାରଙ୍କୁ ପଛରପେ ପକାଇଲେ ଇଶାନ କିଶାନ । ଆୟରଙ୍କୁ ୧୨ କୋଟି ୨୫ ଲକ୍ଷରେ କିଣିଛି କୋଲକାତା ନାଇଟ ରାଇଡର୍ସ । ସେହିପରି ଇଶାନ୍ଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିବା ବେଳେ ମୁମ୍ବାଇ ଇଣ୍ତିଆନ୍ସ ୭ ଗୁଣା ଅଧିକ ଅର୍ଥାତ ୧୫ କୋଟି ୨୫ ଲକ୍ଷରେ କିଣିଛି । କିଣିଥିବାର ଦେଖିବାକୁ ମିଳିଲା ।
ଆଜି କେଉଁ ଖେଳାଳୀ କେତେ ଟଙ୍କାରେ ନିଲାମ ହେଲେ, ଆସନ୍ତୁ ଦେଖିବା…
- ଇଶାନ କିସାନଙ୍କ ଦାମ ୧୫ କୋଟି ୨୫ ଲକ୍ଷ । ଇସାନଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ ।
- ଦ୍ୱିତୀୟରେ ରହିଛି ଦୀପକ ଚହରଙ୍କ ନାଁ । ୧୪ କୋଟିରେ କିଣିଛି ଚେନ୍ନାଇ ।
- ଭାରତର ଷ୍ଟାର୍ ବ୍ୟାଟର୍ ଶ୍ରେୟସ ଆୟର । ଶେୟାସଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଛି KKR
- ହର୍ଷଲ ପଟେଲ । ୧୦ କୋଟି ୭୫ ଲକ୍ଷରେ କିଣିଲା RCB
- ଦକ୍ଷିଣ ଆଫ୍ରିକାର ପେସ୍ ବୋଲର କାଗିସୋ ରବାଡାଙ୍କୁ ୯.୨୫ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗସ୍
- ଶିମରୋନ ହେଟମାୟାର, ୮ କୋଟି ୫୦ ଲକ୍ଷରେ କିଣିଛି ରାଜସ୍ଥାନ ରୟାଲ୍ସ ।
- ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର ଶିଖର ଧାୱନଙ୍କୁ ୮ କୋଟି ୨୫ ଲକ୍ଷ ଟଙ୍କାରେ ପଞ୍ଜାବ କିଙ୍ଗସ କିଣିଛି
- ନ୍ୟୁଜିଲ୍ୟାଣ୍ଡର ବାମହାତୀ ପେସର ଟ୍ରେଣ୍ଟ ବୋଲ୍ଟଙ୍କୁ ୮ କୋଟି ଟଙ୍କାରେ ନେଲା ରାଜସ୍ଥାନ ରୟାଲ୍ସ
- ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍ କ୍ୟାପଟେନ୍ ପ୍ୟାଟ୍ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ
- ଦକ୍ଷିଣ ଆଫ୍ରିକା ଭେଟେରାନ୍ ଓପ୍ନର ଫାଫ୍ ଡୁପ୍ଲେସିସଙ୍କୁ ୭ କୋଟି ଟଙ୍କାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଛି
- ଫାଫ୍ ଡୁ ପ୍ଲେସିସଙ୍କୁ ୭ କୋଟିରେ ନେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
- ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ୬.୭୫ କୋଟି ଟଙ୍କାରେ କିଣିଲା ନୂଆ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର୍ ଜାଏଣ୍ଟ
- ଷ୍ଟାର୍ ବୋଲର ମହମ୍ମଦ ଶାମିଙ୍କୁ ୬.୨୫ କୋଟି ଟଙ୍କାରେ କିଣିଲା ଗୁଜରାଟ ଟାଇଟନ୍ସ
- ଡେଭିଡ୍ ୱାର୍ଣ୍ଣରଙ୍କୁ ୬.୨୫ କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ ।
- ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୫ କୋଟି ରେ କିଣିଛି ରାଜସ୍ଥାନ ରୟାଲ୍ସ
- ସେହିପରି ଦୀପକ ହୁଡ୍ଡାଙ୍କୁ ୫ କୋଟି ୭୫ ଲକ୍ଷରେ କିଣିଛି ଲୌକ୍ଷ୍ନ ସୁପର ଜଏଣ୍ଟସ
- ଅମ୍ବାତି ରାଇଡୁଙ୍କ ଦାମ ୬ କୋଟି ୨୫ ଲକ୍ଷରେ କିଣିଛି ଚେନ୍ନାଇ ।
- ଦିନେଶ କାର୍ତ୍ତିକଙ୍କୁ ୫ କୋଟି ୫ ଲକ୍ଷରେ କିଣିଛି RCB ।
- ନିକୋଲସ ପୁରନଙ୍କୁ ୧୦ କୋଟି ୭୫ ଲକ୍ଷରେ କିଣିଛି ସନରାଇଜର୍, ହାଇଦ୍ରାବାଦ ।
- ଜନି ବେୟର୍ଷ୍ଟୋଙ୍କୁ ୬ କୋଟି ୭୫ ଲକ୍ଷରେ କିଣିଛି ପଞ୍ଜାବ କିଙ୍ଗସ୍ ।
ପ୍ରଥମ ଦିନର ନିଲାମ ପକ୍ରିୟା ସରିଥିବା ବେଳେ ରବିବାର ଜାରି ରହିବ ଦ୍ୱିତୀୟ ଦିନର ନିଲାମ ପକ୍ରିୟା ।



