spot_img
Home Blog Page 4595

ଟସ୍ ଜିତି ବ୍ୟାଟିଂ କରିବ ଭାରତ, ଦଳରେ ୪ ପରିବର୍ତ୍ତନ

ଅହମ୍ମଦାବାଦ: ଆଜି ଅହମ୍ମଦାବାଦରେ ଖେଳାଯାଉଛି ଭାରତ- ଓ୍ୱେଷ୍ଟଇଣ୍ଡିଜ୍ ତୃତୀୟ ତଥା ଅନ୍ତିମ ଦିନିକିଆ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ତୃତୀୟ ମ୍ୟାଚରେ ଭାରତ ପକ୍ଷରୁ ଚାରୋଟି ପରିବର୍ତ୍ତନ କରାଯାଇଛି । କରୋନା ପରେ ଭାରତୀୟ ଦଳର ଚୁଡାନ୍ତ ଏକାଦଶକୁ ଫେରିଛନ୍ତି ଓପନର ଶିଖର ଧାଓ୍ୱନ । ସେହିପରି ୟୁଜିବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବ, କେଏଲ ରାହୁଲଙ୍କ ସ୍ଥାନରେ ଶ୍ରେୟସ ଆୟର ଓ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଦିପକ ଚହର ଚୁଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ।

ଏହି ମ୍ୟାଚ ପୂର୍ବରୁ ଖେଳାଯାଇଥିବା ଦୁଇଟି ଦିନିକିଆରେ ଦମଦାର ବିଜୟ ହାସଲ କରି ସିରିଜ୍ ହାତେଇ ସାରିଛି ଟିମ୍ ଇଣ୍ଡିଆ । ଏହି ସିରିଜକୁ ୨-୦ରେ ବିଜୟ ଲାଭ କରିବା ପରେ ଏହି ମ୍ୟାଚକୁ ଜିତି ସିରିଜକୁ କ୍ଲିନ ସୁଇପ୍ କରିବା ଲକ୍ଷ୍ୟରେ ରୋହିତ ବ୍ରିଗେଡ । ଅନ୍ୟପକ୍ଷରେ ଅଧିନାୟକ ଭାବରେ ପ୍ରଥମ ଦିନିକିଆ ସିରିଜକୁ ୩-୦ରେ ନିଜ ନାମରେ କରିବାକୁ ଚେଷ୍ଟା କରିବେ ରୋହିତ ଶର୍ମା ।  ଅନ୍ୟପକ୍ଷରେ ଓ୍ୱେଷ୍ଟଇଣ୍ଡିଜ୍ କଥା ଯଦି କହିବା ତାହାଲେ ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ସିରିଜ୍ ହାତଛଡା କରି ସାରିଛି । ତେଣୁ ଆଜିର ଅନ୍ତିମ ଦିନିକିଆରେ ସମ୍ମାନ ରକ୍ଷା କରିବାକୁ ପଡ଼ିଆକୁ ଓହ୍ଲାଇବ ଓ୍ୱେଷ୍ଟଇଣ୍ଡିଜ୍ ।

୧୮ ଘଣ୍ଟା ପରେ ଜୀଅନ୍ତା ଉଦ୍ଧାର

ଗୁରୁଗାଓଁ: ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ସେଟ ଗୁରୁଗାଓଁରେ ବିଲ୍ଡିଂ ଭୁଶୁଡ଼ି ଫସିଥିବା ଭାରତୀୟ ରେଳବାଇର ଇଞ୍ଜିନିୟରିଂ ସର୍ଭିସର ଅଫସିର ଅରୁଣ ଶ୍ରୀବାସ୍ତଙ୍କଙ୍କୁ ଜୀବତ ଉଦ୍ଧାର କରାଯାଇଛି । ୧୮ ଘଣ୍ଟାର ଅପରେସନ ପରେ ତାଙ୍କୁ ଭୁଶୁଡ଼ି ପଡିଥିବା ବିଲ୍ଡିଂ ତଳୁ ଉଦ୍ଧାର କରାଯାଇଛି । ବିଲ୍ଡିଂ ଧସିବା ପରେ ତାଙ୍କ ଗୋଡ ଭଙ୍ଗା କଂକ୍ରିଟ ଭିତରେ ଫସି ରହିଥିଲା । ଉଦ୍ଧାର ପରେ ତାଙ୍କୁ ମେଡିକାଲ ଚେକଅପ କରାଯିବା ପରେ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଏବେ ଉଦ୍ଧାରକାରୀ ଦଳ ବିଲ୍ଡିଂର ପ୍ରଥମ ମହଲାରେ ଫସିଥିବା ଜଣେ ମହିଳାଙ୍କ ଉଦ୍ଧାରରେ ଲାଗିଛନ୍ତି । ଏପଟେ ଦୁର୍ଘଟଣା ତଦନ୍ତ ଆରମ୍ଭ ହୋଇଛି । ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟାରେ ଗୁରୁଗାଓଁ ସେକ୍ଟ ୧୦୯ ଚିନ୍ତଲ ପେରାଡାଇସ୍ ହାଇ ରାଇଜ ସୋସାଇଟର ଡି-ବ୍ଲକରେ ଘଟିଛି ।  ଷଷ୍ଠ ମହଲାରେ ମରାମତି କାମ ଚାଲିଥିବା ବେଳେ ଏକ ଫ୍ଲାଟର ଡ୍ରଇଙ୍ଗ ରୁମ୍ ଭାଙ୍ଗି ଯାଇଥିଲା । ଏହାପରେ ଉପରୁ ତଳ ପର୍ଯ୍ୟନ୍ତ ସବୁ ମହଲାର ଛାତ ଓ ଫ୍ଲୋର କ୍ଷତିଗ୍ରସ୍ତ ହୋଇଛି । ଗ୍ରାଉଣ୍ଡ ଫ୍ଲୋରରୁ ୬ଷ୍ଠ ମହଲା ପର୍ଯ୍ୟନ୍ତ କିଛି ଫ୍ଲାଟ ବନ୍ଦ ଥିବାରୁ ବଡ ଧରଣର ଜୀବନହାନୀ ହୋଇନାହିଁ । ତଥାପି ଯେଉଁ ଫ୍ଲାଟରେ ଲୋକ ରହୁଥିଲେ ସେମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଛାତ ଭୁଶୁଡ଼ିବା ପରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି । ଲନଡିଆରଏଫର ୩ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦୁର୍ଘଟଣାକୁ ନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିବା ସହ ନିଜେ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।

ଡେଲଟାକୁ ପଛରେ ପକାଇଲା ଓମିକ୍ରନ, ରାଜ୍ୟରେ ୯୮ ପ୍ରତିଶତ ନମୁନାରେ ଓମିକ୍ରନ

ଭୁବନେଶ୍ୱର: ରାଜ୍ୟରେ ୯୮ ପ୍ରତିଶତ ନମୁନାରେ ଓମିକ୍ରନ ଭୂତାଣୁ । ଡେଲଟା ଭୂତାଣୁଠୁ ବହୁ ଆଗରେ ରହିଛି ଓମିକ୍ରନ । ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସର ଜିନୋମ ସିକ୍ୱେନସିଂରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ପାଖାପାଖି ୯୮ ପ୍ରତିଶତ ନମୁନାରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି । ଜାନୁଆରୀ ୨୮ ତାରିଖରୁ ଫେବ୍ରୁଆରୀ ୪ ତାରିଖ ମଧ୍ୟରେ ୨୪୧ଟି ନମୁନାର ଜିନୋମ ସିକ୍ୱେନ୍ସିଂ କରାଯାଇଥିଲା । ସେଥିରେ ୨୩୫ ନମୁନାରେ ଓମିକ୍ରନ ଭୂତାଣୁ ରହିଥିବା ସ୍ପଷ୍ଟ ହୋଇଛି । ମାତ୍ର ୬ଟିରେ ଡେଲଟା ଭୂତାଣୁ ଚିହ୍ନଟ ହୋଇଛି । ଯେଉଁ ୨୩୫ ନମୁନାରେ ଓମିକ୍ରନ ଚିହ୍ନଟ ହୋଇଛି, ସେଥିରେ ୨୧୭ଟିରେ ବିଏ. ଟୁ ସବ୍ ଭ୍ୟାରିଆଂଟ ରହିଥିବା ବେଳେ ବିଏ. ଓ୍ବାନ. ଓ୍ବାନ ୧୨ଟି ଚିହ୍ନଟ ହୋଇଛି ।  ମାତ୍ର ୬ଟି ନମୁନାରେ ବିଏ. ଓ୍ବାନ ରହିଛି । ଖୋର୍ଦ୍ଧାରେ ୪ ଟି ନମୁନାରେ ଡେଲଟା ଭୂତାଣୁ ଥିବା ବେଳେ ୪୫ ନମୁନାରେ ଓମିକ୍ରନ ରହିଥିବା ଜଣାପଡିଛି । ଗଂଜାମରୁ ସଂଗ୍ରହ କରାଯାଇଥିବା ୪୭ଟି ନମୁନାରେ ରହିଛି ଓମିକ୍ରନ । ସେହିପରି କଟକରୁ ଆସିଥିବା ସମସ୍ତ ୩୦ଟି ନମୁନାରେ ଓମିକ୍ରନ ଚିହ୍ନଟ ହୋଇଛି ।

ବିଧାନ ପରିଷଦ ସଂକଳ୍ପ ପାରିତ ହୋଇଛି, କେନ୍ଦ୍ରକୁ ଯାଇଛି ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାରେ ବିଧାନ ପରିଷଦ ନେଇ ଧରାପଡ଼ିଲା କେନ୍ଦ୍ରମନ୍ତ୍ରୀଙ୍କ ମିଛ । ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ଏହା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ରାଜ୍ୟସଭା ଓ ଲୋକସଭା ସଚିବଙ୍କୁ ଏହା ପଠାଯାଇଥିଲା । ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ୨୦୧୫ରୁ ଉଦ୍ୟମ ହୋଇଆସୁଛି । ଏଥିପାଇଁ ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ୨୦୧୫ ଜାନୁଆରୀ ୧୯ରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା ।

୨୦୧୫ ଫେବ୍ରୁଆରୀ ୨ରେ କର୍ଣ୍ଣାଟକ, ମେ’ ୨୦ରେ ମହାରାଷ୍ଟ୍ର, ୨୦୧୮ ଜୁଲାଇ ୪ରେ ବିହାର, ଜୁଲାଇ ୧୬ରେ ତେଲେଙ୍ଗାନା ଗସ୍ତ କରିଥିଲା ଏହି କମିଟି । ବିଭିନ୍ନ ରାଜ୍ୟ ଗସ୍ତ କରିବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲା କମିଟି । ୨୦୧୮ ଅଗଷ୍ଟ ୨୯ତାରିଖରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଧାନ ପରିଷଦ ଗଠନ ନେଇ ନୋଟିସ୍ କରିଥିଲେ । ସେପ୍ଟେମ୍ବର ୫ରେ ସବୁ ବିଧାୟକଙ୍କୁ ନୋଟିସ୍ ଦିଆଯାଇ ୬ରେ ବିଧାନସଭାରେ ସରକାରୀ ଦଳ ଏନେଇ ପ୍ରସ୍ତାବ ଆଣିଥିଲେ । ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ ବିଧାନସଭାରେ ଅନୁମୋଦନ ଲାଭ କରିଥିଲା । ୨୦୧୮ ସେପ୍ଟେମ୍ବର ୧୮ରେ ଲୋକସଭା ଓ ରାଜ୍ୟସଭା ସଚିବ, ଆଇନ ମନ୍ତ୍ରାଳୟ ସଚିବ, କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବଙ୍କୁ ସଂକଳ୍ପ ପଠାଯାଇଥିଲା । ତେବେ ଏବେ କେନ୍ଦ୍ରର ଏଭଳି କହିବା ଦୁଃଖ ଲାଗୁଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ବିଧାନ ପରିଷଦ ସଂକଳ୍ପ ତଥ୍ୟ କେନ୍ଦ୍ର ପାଇନଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍ । ୨୦୧୮ରୁ ବିଧାନ ପରିଷଦ ସଂକଳ୍ପ କେନ୍ଦ୍ରକୁ ରାଜ୍ୟ ପଠାଇଛି । କେନ୍ଦ୍ର ସେତେବେଳେ ଏହି ପ୍ରସଙ୍ଗରେ ଚୁପ ରହିଥିଲା । ଏବେ ଏହି ପ୍ରସଙ୍ଗକୁ କାହିଁକି ମନା କରୁଛନ୍ତି ତାହା ବୁଝି ହେଉନି ବୋଲି କହିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍ ।

 

ବୋରିଭାଲିରୁ ଟିମ୍ ଇଣ୍ଡିଆ ଅଧିନାୟକ: The Journey Of Rohit Sharma

ମୁମ୍ବାଇ: ରୋହିତ ଶର୍ମା । ଭାରତୀୟ କ୍ରିକେଟର ଏମିତି ଏକ ନାଁ ଯାହାଙ୍କ ବ୍ୟାଟ୍ ଏକା ଏକା ଖେଳର ଦିଶା ବଦଳାଇବାକୁ ସକ୍ଷମ । ଶାନ୍ତ ଓ ଧିର ସ୍ଥିର ସ୍ବଭାବର ରୋହିତ । କିନ୍ତୁ ତାଙ୍କ ବ୍ୟାଟ୍ ଯେତେବେଳେ କଥା କହିଥାଏ ବିପକ୍ଷ ବୋଲରଙ୍କ ନିଦ ହଜି ଯାଇଥାଏ । ବୋଲିରଙ୍କ ପାଇଁ କଳା ସ୍ବପ୍ନ ହେଉଛନ୍ତି ରୋହିତ । ଏକାକୀ କ୍ରିଜର ଗୋଟିଏ ପଟରେ ଛିଡ଼ା ହୋଇ ଟିମ୍ ଇଣ୍ଡିଆକୁ ବିଜୟ ମୁକୁଟ ପିନ୍ଧାଇବାରେ ଦକ୍ଷ ଏହି ବ୍ୟାଟ୍ସମ୍ୟାନ । କୋହଲିଙ୍କ ପରେ ଏବେ ଅଧିନାୟକ ଦାୟିତ୍ବ ତାଙ୍କ କାନ୍ଧରେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଟିମ୍ ଇଣ୍ଡିଆର ମଉଡମଣୀ ହେବା ଯାତ୍ରା ରୋହିତଙ୍କ ପାଇଁ ନଥିଲା ଏତେ ସହଜ । ମୁମ୍ବାଇର ବୋରିଭାଲିରୁ ‘ମେନ ଇନ୍ ବ୍ଲୁ’ର ଡ୍ରେସିଂ ରୁମ୍ ଓ ଟିମ ଇଣ୍ଡିଆର ମହାରାଜା ହେବା ପର୍ଯ୍ୟନ୍ତ ରୋହିତଙ୍କ କଠିନ ଯାତ୍ରାକୁ ନେଇ ବିଶେଷ ଉପସ୍ଥାପନା ‘ରୋହିତ: ବୋରିଭାଲିରୁ ଟିମ୍ ଇଣ୍ଡିଆ ଅଧିନାୟକ’ ।

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଯାହାଙ୍କୁ ୨୦୧୧ ବିଶ୍ବକପ୍ ଟିମରେ ମିଳିନଥିଲା ସ୍ଥାନ । ଯାହା ରୋହିତଙ୍କୁ ପଞ୍ଚ ମାରିବା ପରି ଥିଲା । ଆଉ ଏବେ ଅସନ୍ତାବର୍ଷ ହେବାକୁ ଥିବା ଦୁଇ ଦୁଇଟି ବିଶ୍ବକପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ଦାୟିତ୍ବ ତାଙ୍କ କାନ୍ଧରେ । ରୋହିତଙ୍କ ଏହି ଯାତ୍ରା କେମିତି ଥିଲା ଆସନ୍ତୁ ଜାଣିବା ।

ବୋରିଭାଲିର ଡନ୍ ରୋହିତ ଶର୍ମା

ବର୍ଷ ୧୯୯୯ । ମୁମ୍ବାଇ ସ୍ପୋର୍ଟ୍ସ ଆଣ୍ଡ କଲଚର ଆସୋସିଏସନରେ ଏକ ପିଲା ଅଫ୍ ସ୍ପିନର ଭାବେ ଖେଳୁଥିଲା । ସେତେବେଳେ ସେଠାରେ ଅଲଗା ଅଲଗା କୋଚିଂ କ୍ୟାମ୍ପ ଚାଲୁଥିଲା । ମାଆ ବାପା ଦୂରରେ ରହୁଥିବାରୁ ରୋହିତ ତାଙ୍କ ଦାଦାଙ୍କ ପାଖରେ ରହି କ୍ରିକେଟ୍ ପ୍ରାକ୍ଟିସ୍ କରୁଥିଲେ । ଏହି ସମୟରେ ସେଠାକୁ ଦିନେଶ ଲାଡ ଆସିଥିଲେ, ଯିଏ ସେ ସମୟରେ ସ୍ବାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସ୍କୁଲ ପାଇଁ କ୍ରିକେଟ୍ ଟିମ ପ୍ରସ୍ତୁତ କରୁଥିଲେ । ଦିନେଶ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ପାଖରୁ ପ୍ରଶିକ୍ଷଣ ପାଇଥିବା କିଛି ଖେଳାଳି ଟିମ୍ ଇଣ୍ଡିଆରେ ତ ଆଉ କିଛି ଖେଳାଳି ଘରୋଇ କ୍ରିକେଟରେ ତାଙ୍କ ଜଲଓ୍ବା ଦେଖାଉଥିଲେ । ଡେଥ ଓଭରରେ ରୋହିତ ବୋଲିଂ କରୁଥିବା ଓ ଟିମ ପାଇଁ ରନ୍ ବି ବଞ୍ଚାଇବା ତାଙ୍କ ନଜରରେ ପଡିଥିଲା ।

୨୭୫ ଟଙ୍କା ସ୍କୁଲ ଫି’ ଦେବାକୁ ବି ଅସମର୍ଥ ଥିଲେ ରୋହିତ  

ଏହାପରେ ଦିନେଶ ରୋହିତଙ୍କ ଦାଦା ଓ ମାଆବାପାଙ୍କ ସହ କଥା ହୋଇ ତାଙ୍କୁ ସ୍ବାମୀ ବିକେକାନନ୍ଦ ସ୍କୁଲରେ ନାମ ଲେଖାଇବାକୁ କହିଥିଲେ । ହେଲେ ପରିବାର ପକ୍ଷେ ସେ ସମୟରେ ୨୭୫ ଟଙ୍କା ସ୍କୁଲ ଫି’ ଦେଇ ରୋହିତଙ୍କୁ ପାଠ ପଢ଼ାଇବା ସମ୍ଭବ ନଥିଲା । ପରେ ଦିନେଶଙ୍କ ଅନୁରୋଧରେ ରୋହିତଙ୍କ ସ୍କୁଲ ଫି’ ଛାଡ଼ ହୋଇଥିଲା ଓ ତାଙ୍କ ନାମ ଲେଖା ଯାଇଥିଲା । ରୋହିତ ଥିଲେ ସେ ସ୍କୁଲର ପ୍ରଥମ ଛାତ୍ର ଯାହାଙ୍କୁ କ୍ରିକେଟ୍ ଟିମରେ ନେବା ପାଇଁ ଫି’ ଛାଡ କରି ଆଡମିଶନ ଦିଆଯାଇଥିଲା ।

ଅଫ୍ ସ୍ପିନରରୁ ବ୍ୟାଟ୍ସମ୍ୟାନ ?

୧୨ ବର୍ଷର ରୋହିତ ଦିନେଶ ଲାଡଙ୍କ ପ୍ରଶିକ୍ଷଣରେ ନିଜକୁ ପରିପକ୍ବ କରିବା ଆରମ୍ଭ କରିଥିଲେ । ପ୍ରଥମ ବର୍ଷ ସେ କେବଳ ବୋଲିଂ ହିଁ କରିଥିଲେ । ହାରିସ ଶିଲ୍ଡ ସମେତେ ଅନ୍ୟ କିଛି ଟୁର୍ଣ୍ଣାମେଣ୍ଟରେ ସେ କେବଳ ଅଫ୍ ସ୍ପିନ୍ ବୋଲିଂ କରିଥିଲେ । ବର୍ଷେ ପରେ ଦିନେ ଦିନେଶ ସ୍କୁଲ ହତାରେ ପଶିବା ବେଳେ ଗୋଟିଏ ପିଲା ବ୍ୟାଟିଂ କରୁଥିବା ଦେଖିବାକୁ ପାଇଥିଲେ । ସେ ଆଉ କେହି ନୁହେଁ ରୋହିତ ଥିଲେ ।

ଦିନେଶ ପାଖକୁ ଯାଇ ପଚାରିଥିଲେ, ତୁମେ ବ୍ୟାଟିଂ କି କରିପାର । ଉତ୍ତରରେ ରୋହିତ କହିଥିଲେ ହିଁ ସାର୍ । ପୁଣି ଦିନେଶ ପଚାରିଲେ ବ୍ୟାଟିଂ କରିବ ? ରୋହିତଙ୍କ ତରଫରୁ ମିଳିଥିଲା ସମାନ ଉତ୍ତର ।

ସେହିଦିନଠାରୁ ନେଟରେ ରୋହିତଙ୍କ ବ୍ୟାଟିଂ ପ୍ରାକ୍ଟିସ୍ ଆରମ୍ଭ ହୋଇଥିଲା । ଦିନେଶ ଦେଖିଥିଲେ ଅଫ୍ ସ୍ପିନ୍ କରୁଥିବା ଏହି ପିଲା ବ୍ୟାଟ ବି ଧୂଆଁଧାର ଚଲାଇବାକୁ ସକ୍ଷମ । ଏହାପରେ ସମୟ ଥିଲା ଗାଇଲ୍ସ ଫିଲ୍ଡ ଟୁର୍ଣ୍ଣାମେଣ୍ଟର । ରୋହିତଙ୍କୁ ଓପନିଂ କରିବାକୁ ପଠାଯାଇଥିଲା । ଏହି ସୁଯୋଗକୁ ରୋହିତ ହାତଛଡ଼ା କରିନଥିଲେ ଓ ୧୪୦ ରନର ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରୋହିତ ।

ଦଶମ ଶ୍ରେଣୀରେ ପଡିବା ବେଳେ ଦିନେଶ ସାର୍ ରୋହିତଙ୍କ ଉପରେ ପୂରା ଫୋକସ୍ ଦେବା ଆରମ୍ଭ କରିଦେଇଥିଲେ । ସେ ରୋହିତଙ୍କୁ ବ୍ୟାଟ୍ ଓ କ୍ରିକେଟ୍ କିଟ୍ ଉପହାରରେ ଦେଇଥିଲେ । କାରଣ ସେ ଜାଣିଥିଲେ ରୋହିତଙ୍କ ପରିବାର ପକ୍ଷେ ଏହା କିଣିବା ସମ୍ଭବ ନଥିଲା । ଏହାପରେ ଦୁଇଟି ଟୁର୍ଣ୍ଣାମେଣ୍ଟରେ ରୋହିତଙ୍କୁ ସ୍ଥାନ ତ ମିଳିଥିଲା ହେଲେ ପ୍ଲେଇଂ-୧୧ରେ ସ୍ଥାନ ମିଳିନଥିଲା । ଏହି ସମୟରେ ଦିନେଶ ସାରଙ୍କ ପାଖକୁ ଆସି ରୋହିତ ବହୁତ କାନ୍ଦି ଥିଲେ । ଏହାପରେ ଅଣ୍ଡର-୧୪, ଅଣ୍ଡର-୧୫, ଅଣ୍ଡର-୧୬, ଅଣ୍ଡର-୧୭ ଓ ଅଣ୍ଡର- ୧୯ ଟିମରେ ମିଡିଲ ଅର୍ଡରରେ ତାଙ୍କୁ ବ୍ୟାଟିଂ ସୁଯୋଗ ମିଳିଥିଲା ଓ ଧିରେ ଧିରେ ସେ ବ୍ୟାଟିଂ ଅର୍ଡରର ପାହାଚ ଚଢ଼ିବାକୁ ଲାଗିଥିଲେ ।

ଟିମ୍ ଇଣ୍ଡିଆରେ ଏଣ୍ଟ୍ରି, ହେଲେ ବିଶ୍ବକପରୁ ଆଉଟ୍

୨୦୦୭ରେ ଆୟରଲ୍ୟାଣ୍ଡ ବିପକ୍ଷରେ ସେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିଲେ । ସେହିବର୍ଷ ଇଂଲଣ୍ଡ ଗସ୍ତରେ ଥିଲେ ବି ଖେଳିବାକୁ ସୁଯୋଗ ପାଇନଥିଲେ । ଏହାପରେ ଟି-୨୦ ବିଶ୍ବକପରେ ତାଙ୍କୁ ସୁଯୋଗ ମିଳିଥିଲା । ହେଲେ ଆରମ୍ଭର କିଛି ମ୍ୟାଚରେ ତାଙ୍କୁ ଟିମରେ ସ୍ଥାନ ମିଳିନଥିଲା । ଏହି ସମୟରେ ଦକ୍ଷିଣ ଆଫ୍ରିକାରୁ କୋଚ୍ ଦିନେଶ ସାରଙ୍କୁ ଫୋନ୍ କରି ଦୁଃଖ ଜଣାଇଥିଲେ ରୋହିତ । ଉତ୍ତରରେ ଦିନେଶ ସାର୍ ଧର୍ଯ୍ୟ ଧରିବାକୁ ପରାମର୍ଶ ଦେବା ସହ କହିଥିଲେ ଏହା କୌଣସି ଗାଁ କ୍ରିକେଟ୍ ନୁହେଁ, ଟିମ୍ ଇଣ୍ଡିଆ । ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା । ଏହି ମ୍ୟାଚରେ ୫୦ ରନ୍ କରି ରୋହିତ ସମସ୍ତଙ୍କୁ ତାଙ୍କ ପରିଚୟ ଦେଇ ଦେଇଥିଲେ ।

ହେଲେ ୨୦୦୯ ଓ ୨୦୧୦ ରୋହିତଙ୍କ ଭଲ ଯାଇ ନଥିଲା । ଅଭ୍ୟାସରୁ ଦୂରେଇବା, ସାଙ୍ଗଙ୍କ ସହ ବୁଲିବା ମୁଖ୍ୟ କାରଣ ଥିବା ଦିନେଶ ସାର କୁହନ୍ତି । ସ୍ଥିତି ଏମିତି ହୋଇଥିଲା ବିଶ୍ବକପ୍ ପୂର୍ବରୁ ରୋହିତଙ୍କ ବ୍ୟାଟିଂ ଆଭରେଜ ୨୦ରୁ ତଳକୁ ଖସି ଯାଇଥିଲା । ଏମିତି ସ୍ଥିତିରେ ସେ ବିଶ୍ବକପ ଦଳରେ ଚୟନ ହେବା ବି ଅସମ୍ଭବ ଲାଗୁଥିଲା । ତାହା ବି ହେଲା ଓ ୨୦୧୧ ବିଶ୍ବପକରେ ତାଙ୍କୁ ସୁଯୋଗ ମିଳି ନଥିଲା ।

ଏହାପରେ ସେ ଦିନେଶ ସାରଙ୍କ ପାଖକୁ ଯାଇ କ୍ଷମା ମାଗିବା ସହ ନିଜ ଭୁଲ ସ୍ବୀକାର କରିଥିଲେ । ବିଶ୍ବପକ୍ ପରେ ପୁଣି ଥରେ ରୋହିତ ଟିମ ଇଣ୍ଡିଆକୁ ଫେରିଥିଲେ । ସେବେଠାରୁ ଆଉ ପଛକୁ ଫେରି ଚାହିଁନାହାନ୍ତି ।

ରୋହିତରୁ ‘ଦି ହିଟ୍ ମ୍ୟାନ୍’

୨୦୧୩ରେ ଧ୍ବନିଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଇଂଲଣ୍ଡ ଯାଇଥିଲା । ସେଠାରେ ସମସ୍ତଙ୍କୁ ଚକିତ କରି ଧୋନି, ରୋହିତ ଓ ଧାଓ୍ବନଙ୍କୁ ମ୍ୟାଚ୍ ଓପନ କରିବାକୁ ପଠାଇଥିଲେ । ଧାଓ୍ବନଙ୍କ ସହ ମିଶି ରୋହିତ ଭାରତକୁ ଭଲ ଆରମ୍ଭ ଦେଲେ । ଓପନର ଭାବେ ରୋହିତ ଜୟପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଧମାକା କରିଥିଲେ । ୩୬୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ପାଇଁ ରୋହିତ ଏକାକୀ ୧୪୧ ରନ୍ କରିଥିଲେ ।

୨୦୧୩ ପରଠାରୁ ରୋହିତ ଓପନର ଭାବେ ୨୭ ଶତକ ମାରି ସାରିଛନ୍ତି । ଏଥିରେ ୩ଟି ଦ୍ବିଶତକ ମଧ୍ୟ ରହିଛି । ଆଉ ଏବେ ଟିମ୍ ଇଣ୍ଡିଆ ମଉଡମଣୀ ହେଉଛନ୍ତି ରୋହିତ ।

ପରଲୋକରେ କୋକସରା ପୂର୍ବତନ ବିଧାୟିକା ରୋଶନୀ ସିଂଦେଓ

ଭୁବନେଶ୍ୱର: ପୂର୍ବତନ କୋକସରା ବିଧାୟିକା ତଥା ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ ରୋଶନୀ ସିଂଦେଓଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । କିଛିଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ରୋଶନୀ ସିଂଦେଓ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ କୋକସରା ବିଧାୟିକା ଥିଲେ । ପୂର୍ବତନ ବିଧାୟିକା ରୋଶନୀ ସିଂଦେଓ ୧୯୪୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଜୟପାଟଣା ନିଆଯିବ । ପୂର୍ବତନ ବିଧାୟିକାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ

କୋରାପୁଟ: କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ ଡିଜିଙ୍କ ସହିତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିବା ସହ କୋଟିଆକୁ ନେଇ ଆନ୍ଧ୍ର ଓଡ଼ିଶା ମଧ୍ୟରେ ସୀମା ବିବାଦ ରହିଛି ଏଥିପାଇଁ ଆଗକୁ କିଭଳି ସୂଚାର ରୂପେ ପଞ୍ଚାୟତ ନିର୍ବାଚନ ସମ୍ପାଦନ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି କୋରାପୁଟ ଡିଆଇଜି ଏସପିଙ୍କ ସହ କୋବ୍ରା ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ସୁନୀଲ ବଂଶଲ ନିର୍ବାଚନ ସୁପରିଚାଳନା ସହ ଆଇନଶୃଙ୍ଖଳା ପରିସ୍ଥିତି ମାଓ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ସମୀକ୍ଷା କାର୍ଯ୍ୟକ୍ରମରେ ରାୟଗଡା ଏସପି, ନବରଙ୍ଗପୁର ଏସପି ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ସୁନାବେଡାରୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳ ଗସ୍ତ କରିବେ ଡିଜିପି

ଭିଜିଲାନ୍ସ ଜାଲରେ ଅତିରିକ୍ତ ଜିଲ୍ଲାପାଳ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ରେଡ୍‌ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ରେଡ୍‌ କରୁଛି ଭିଜିଲାନ୍ସ । ଏକକାଳୀନ ୭ଟି ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ପୈତୃକ ଘର ଜଗତସିଂହପୁର ଜିଲ୍ଲାର ରେଢୁଆ ସମେତ ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଜଗତସିଂହପୁର ଜିଲ୍ଲାର ଦୁଇଟି ସ୍ଥାନରେ ରେଡ୍‌ ହେଉଥିବାବେଳେ ଭୁବନେଶ୍ୱରର ବାଲିଅନ୍ତା, ନୟାପଲ୍ଲୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏଡିଏମଙ୍କ  ଅଫିସ ଓ ଅଫିସିଆଲ ଚାମ୍ବରରେ ରେଡ୍‌ ଜାରି ରହିଛି । ସେହିପରି ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ସମ୍ପର୍କୀୟଙ୍କ ଘର ରାଜଗାଙ୍ଗପୁରର ଓସିଏଲ୍‌ କ୍ୟାମ୍ପସରେ ମଧ୍ୟ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍ ।

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧ ହଜାର ୫୭୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧ ହଜାର ୫୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧୮ ଜଣ ଚିହ୍ନଟ ହୋଇଥିବାବେଳେ ୬୫୪ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ୩୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ସୁସ୍ଥ କଥା କହିବା ତାହାଲେ ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୨୭୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୦୯, ବାଲେଶ୍ୱରରୁ ୬୨, ବରଗଡ଼ରୁ ୨୫, ଭଦ୍ରକରୁ ୨୭, ବଲାଙ୍ଗୀରରୁ ୪୦, ବୌଦ୍ଧରୁ ୨୫, କଟକରୁ ୧୬୧, ଦେଓଗଡ଼ରୁ ୨୦, ଢେଙ୍କାନାଳରୁ ୩୫, ଗଜପତିରୁ ୪୭, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୪୮, ଯାଜପୁରରୁ ୫୨, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୨୨, କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୩୦, କେନ୍ଦୁଝରରୁ ୪୩, କୋରାପୁଟରୁ ୮୭, ମାଲକାନଗିରିରୁ ୦୬, ମୟୁରଭଞ୍ଜରୁ ୬୦, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୩୫, ନୂଆପଡ଼ାରୁ ୨୩, ପୁରୀରୁ ୩୯, ରାୟଗଡ଼ାରୁ ୭୪, ସମ୍ବଲପୁରରୁ ୭୩, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୧୧୩ ଓ ଷ୍ଟେଟ ପୁଲରୁ ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ସାହାରା ହେଲା BSKY, ବଞ୍ଚିଗଲା କୁନି ଝିଅର ଜୀବନ

ରାଉରକେଲା: କୁନି ଝିଅର ଜୀବନ ବଞ୍ଚାଇଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ରାଉରକେଲା ବାସିନ୍ଦା ତ୍ରିନାଥ ଓରାମଙ୍କ ୩ ବର୍ଷର ଝିଅ ଜାହ୍ନବୀ ପିଲାଟି ବେଳୁ ବିରଳ ରୋଗରେ ପୀଡିତ ଥିଲେ । ବାରମ୍ବାର ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଏହି ରୋଗର ଚିକତ୍ସା ପାଇଁ ବାପା ଓ ମା’ ଝିଅକୁ ସେପ୍ଟେମ୍ବର ମାସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ । ହେଲେ ଝିଅର ଚିକତ୍ସା ପାଇଁ ଅର୍ଥ ଯୋଗାଡ କରିପାରିନଥିଲେ ପରିବାର । ଫଳରେ ସହାୟତା ପାଇଁ ଓଡ଼ିଶା ମୋ ପରିବାରକୁ ନିବେଦନ କରିଥିଲେ ବାପା ଓ ମା’ । ଏହାର ସୂଚନା ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ବ୍ୟବସ୍ଥା କରାଇଥିଲା ଓଡ଼ିଶା ମୋ ପରିବାର ସଙ୍ଗଠନ । ଦୀର୍ଘ ୫ ମାସର ଚିକତ୍ସା ପରେ ଜାହ୍ନବୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସିବାରୁ ତାଙ୍କୁ ଗତକାଲି ମେଡିକାଲରୁ ଡିସଚାର୍ଜ କରାଯାଇଛି । ଏପରିକି ଜାହ୍ନବୀ ରାଉରକେଲା ଫେରିବା ପାଇଁ ମଧ୍ୟ ମୋ ପରିବାର ସଙ୍ଗଠନ ବ୍ୟବସ୍ଥା କରିଥିଲା ।