spot_img
Home Blog Page 4597

ଓଡ଼ିଶା ହାଇକୋର୍ଟ ପାଇଁ ୩ ବିଚାରପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

0

କଟକ: ଓଡ଼ିଶା ହାଇକୋର୍ଟ ପାଇଁ ୩ଜଣ ବିଚାରପତିଙ୍କୁ ନିଯୁକ୍ତି । ୩ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଜଷ୍ଟିସ ଭି. ନରସିଂହା, ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୂରାହାରି ଶ୍ରୀରମଣଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ଖୁବଶୀଘ୍ର ୩ବିଚାରପତି ଶପଥ ନେଇ କାର୍ଯ୍ୟ ଆରମ୍ଭ କରିବେ । ୩ ଜଣଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧ରେ ପହଞ୍ଚିଲା ।

ଏଥିସହିତ ପଢ଼ନ୍ତୁ: ବିଧାନ ପରିଷଦ ଗଠନ ନେଇ ଓଡ଼ିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ: କିରନ୍ ରିଜିଜୁ

ବିଧାନ ପରିଷଦ ଗଠନ ନେଇ ଓଡ଼ିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ: କିରନ୍ ରିଜିଜୁ

0

ନୂଆଦିଲ୍ଲୀ: ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ସରକାରଙ୍କଠାରୁ କେନ୍ଦ୍ର ସରକାରଙ୍କ ନିକଟକୁ କୌଣସି ସଂକଳ୍ପ ଆସିନାହିଁ । କିନ୍ତୁ,ଏ ସଂକ୍ରାନ୍ତରେ  ରାଜ୍ୟ ସରକାରଙ୍କଠାରୁ ସୂଚନା ସଂଗ୍ରହ ଚାଲିଛି ବୋଲି ଆଜି ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ୍ ରିଜିଜୁ । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସାଂସଦ ଆଚାର୍ଯ୍ୟଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ମନ୍ତ୍ରାଳୟରେ ସଂଗୃହୀତ ରେକର୍ଡ ଅନୁସାରେ ବିଧାନ ପରିଷଦ ଗଠନ ନେଇ ‌ଓଡ଼ିଶା ସରକାର ‌ଏଯାବତ୍ କୌଣସି ପ୍ରସ୍ତାବ ପଠାଇ ନାହାନ୍ତି।

କେଉଁ କେଉଁ ରାଜ୍ୟରେ ବିଧାନ ପରିଷଦ୍‌ ଅଛି? କେଉଁ‌ କେଉଁ ରାଜ୍ୟ ବିଧାନସଭା ସବୁ ସେମାନଙ୍କ ରାଜ୍ୟରେ ବିଧାନ ପରିଷଦ୍‌ ଗଠନ ପାଇଁ  ସର୍ବସମ୍ମତ ପ୍ରସ୍ତାବନା ଗୃହୀତ କରିଛନ୍ତି? ପରିଷଦ୍‌ ଗଠନ ପାଇଁ ଓଡ଼ିଶା ବିଧାନସଭା ସର୍ବସମ୍ମତିକ୍ରମେ ପ୍ରସ୍ତାବନା ଗୃହୀତ କରିଛି କି? ଅଥବା ସମ୍ବିଧାନର ଧାରା ୧୬୯ ଅନୁସ‌ାରେ, ବିଧାନ ପରିଷଦ୍‌ ଗଠନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବେ କି? ଯଦି କରିବେ, କେବେ କରିବେ? ଯଦି କରିବେ ନାହିଁ, ନ କରିବାର କାରଣ କ’ଣ? ବୋଲି ଲିଖିତ ପ୍ରଶ୍ନ କରିଥିଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ଏହାର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କିରନ୍ ରିଜିଜୁ କହିଛନ୍ତି, ସମ୍ପ୍ରତି ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତର ପ୍ରଦେଶ ଭଳି ୬ଟି ରାଜ୍ୟରେ ରାଜ୍ୟ ବିଧାନ ପରିଷଦ୍‌ ରହିଛି। ସେହିପରି, ଆସାମ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ବିଧାନ ପରିଷଦ୍‌ ଗଠନ ନିମନ୍ତେ ପ୍ରସ୍ତାବନା ଗୃହୀତ କରିଛନ୍ତି।

ମାଆକୁ ମୁଖାଗ୍ନି ଦେଲାନି ପୁଅ: ଝିଅମାନେ କଲେ ଶେଷକୃତ୍ୟ

ସମ୍ୱଲପୁର: ମାଆ ମୃତ୍ୟୁ ପରେ ପାଖମାଡ଼ିଲାନି ଏକମାତ୍ର ପୁଅ । ମାଆ ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି ୬ ବିବାହିତ ଝିଅ ।ସମ୍ବଲପୁରରୁ ଘଟିଛି ଜନମାନସକୁ ଦୋହଲାଇ ଦେଲା ଭଳି ଏହି ଘଟଣା । ସମ୍ବଲପୁରର ସ୍ୱର୍ଗତ ଭୁବନ ସାହୁଙ୍କ ସ୍ତ୍ରୀ ଶ୍ରୀମତି ସାହୁ ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ନ ପଚାରିବାରୁ ୧୫ ବର୍ଷ ହେବ ଗୁଜୁରାତି କଲୋନୀରେ ରହୁଥିଲେ ।

ତେବେ ଆଜି ତାଙ୍କର ମୃତ୍ୟୁ ପରେ ପୁଅ ଶେଷ ଦର୍ଶନ ତଥା ମୁଖାଗ୍ନି ଦେବା ପାଇଁ ମଧ୍ୟ ଆସିନଥିଲେ । ଫଳରେ ମାଆର ମୃତ୍ୟୁ ପରେ ଛଳ ଛଳ ଆଖିରେ କୋକୋଇକୁ କାନ୍ଧ ଦେଲେ ଛଅ ଝିଅ ସୁଶୀଲା, ନିର୍ମଳା, ଉର୍ମିଳା, ଶର୍ମିଳା, ପ୍ରମିଳା ଓ ସୁନୀଳା । କଥା ସେତିକିରେ ସରିନି ଛାତିରେ କୋହ ଓ ମନରେ ମାଆ ଚାଲିଯିବାର ଦୁଃଖକୁ ଜାବୁଡ଼ି ଧରି ଛଅ ଝିଅ ମୁଖାଗ୍ନି ଦେଇଛନ୍ତି । ଯାହା ସମାଜ ପାଇଁ ଭଲ ବାର୍ତ୍ତା ଦେଇଛି ।

ପୁତ୍ ନାମକ ନର୍କରୁ ଉଦ୍ଧାର କରିବ ପୁଅ । ବଂଶରକ୍ଷା କରିବା ସହ ମଲାବେଳେ ପୁଅ ମୁଖାଗ୍ନି ଦେଲେ ବାପାମା’ଙ୍କର ସ୍ୱର୍ଗପ୍ରାପ୍ତି ହେବ । ପ୍ରତିବର୍ଷ ପିଣ୍ଡଦାନ କରିବ ପୁଅ । ଏପରି ମନୋଭାବ ଯୋଗୁଁ ସମସ୍ତେ ପୁତ୍ର୍ରପ୍ରାପ୍ତି ଆଶା ରଖିଥାଆନ୍ତି । ହେଲେ ଏପରି ଚିନ୍ତାଧାରାକୁ ଭୁଲ ପ୍ରମାଣିତ କରିଦେଇଛି ସମ୍ୱଲପୁରର ଏହି ଘଟଣା । ପୁଅ ଯେ କେବଳ ମାଆଙ୍କୁ ମୁଖାଗ୍ନି ଦେବାର ଅଧିକାର ରହିଛି, ତା’ନୁହେଁ ସମୟ ଆସିଲେ ଝିଅ ମଧ୍ୟ ପୁଅର କର୍ତ୍ତବ୍ୟ କରିପାରେ ବୋଲି ପ୍ରମାଣ କରି ଦେଖାଇ ଦେଇଛନ୍ତି । ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ସହଯୋଗରେ ମିଳିଛି ରୋଜଗାର: ମହିଳା ଆରମ୍ଭ କରିଛନ୍ତି ଷ୍ଟ୍ରବେରୀ ଚାଷ

ବାରାଗଡ଼ିଆ ଗାଁ ନିକଟରେ ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ

0

ଯାଜପୁର: କଳିଙ୍ଗନଗର ଥାନା ବାରାଗଡିଆ ଗାଁ ନିକଟରେ ଭୟାବହ ଅଗ୍ନିକାଣ୍ଡ। ଗ୍ୟାସ ଟାଙ୍କି ଫାଟି ଜଳି ଗଲା ଦୋକାନ ଘର। ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନା ମୁତାବକ ଆଜି ସନ୍ଧ୍ୟାରେ ବାରାଗଡିଆ ଛକ ନିକଟରେ ଥିବା ଏକ ଖୁଚୁରା ଗ୍ୟାସ୍ ଫିଲିଙ୍ଗ୍ ଦୋକାନରେ ଦୋକାନୀ ଗ୍ୟାସ୍ ଭରୁଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ଦୋକାନୀ ଓ ଗ୍ରାହକ ଉଭୟେ ଏଥିରେ ଆହତ ହୋଇଥିଲେ। ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ସେଠାକୁ ଆସି ଆହତ ଦ୍ୱୟଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ପଠାଇବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ୪ଟି ଗ୍ୟାସ୍ ସିଲିଣ୍ଡର୍ ଫାଟିଥିଲା। ଗ୍ୟାସ ସିଲିଣ୍ଡର ଫାଟିବା ଫଳରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଖବର ପାଇ ଓଡ଼ିଶା ଅଗ୍ନିଶମ ବାହିନୀର ୩ ଟି ଓ ଟାଟା ଷ୍ଟିଲ କାରଖାନାର ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ।

ଓଡ଼ିଶା ଦ୍ରୁତ ପରିବର୍ତ୍ତନଶୀଳ ରାଜ୍ୟ: ନିତି ଆୟୋଗ

ଭୁବନେଶ୍ୱର: ୨୦୨୧-୨୨ ନିମନ୍ତେ ନିରନ୍ତର ବିକାଶ ଲକ୍ଷ୍ୟ ମାନକ-୪.୦ ବିଷୟରେ ଆଜି ଓଡ଼ିଶା ସରକାର ଏବଂ ନିତି ଆୟୋଗଙ୍କ ମଧ୍ୟରେ ଏକ ଦିନିକିଆ ମିଳିତ କର୍ମଶାଳା ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଖାରବେଳ ଭବନ ସଭାଗୃହଠାରେ ଅନୁଷ୍ଠିତ ଏହି କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଯେ ଲୋକମାନଙ୍କ ଜୀବନଧାରଣ ମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅଙ୍ଗୀକାରବଦ୍ଧ । ଏଥିପାଇଁ ରାଜ୍ୟ ମଧ୍ୟ କେତେକ ସ୍ୱତନ୍ତ୍ର ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନା, କେନ୍ଦ୍ର ରାଜ୍ୟ ମିଳିତ ଯୋଜନା ଓ ରାଜ୍ୟର ନିଜସ୍ୱ ପାଣ୍ଠିରୁ ସ୍ୱତନ୍ତ୍ର ଯୋଜନା ସବୁକୁ ୨୦୩୦ କାର୍ଯ୍ୟସୂଚୀ ଏବଂ ଏସଡିଜି ଅଭିମୁଖୀ କରାଯାଇଛି । ଏଣୁ ଏସ୍‌ଡିଜି ରାକିଂ କଲାବେଳେ ଏ ସମସ୍ତ ଯୋଜନାରୁ ଉପଲବ୍ଧ ଫଳାଫଳଗୁଡ଼ିକୁ ବିଚାର କରାଯିବା ଆବଶ୍ୟକ । ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ୨୦୩୦ ମଧ୍ୟରେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହେଉଛି ମୁଖ୍ୟ କଥା । ତେଣୁ କେବଳ ନିର୍ଦ୍ଦିଷ୍ଟ କେତୋଟି କେନ୍ଦ୍ରୀୟ ଯୋଜନାର ଫଳାଫଳକୁ ବିଚାର ନକରି ରାଜ୍ୟମାନଙ୍କରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର କ୍ଷେତ୍ରସ୍ତରୀୟ ସାମଗ୍ରିକ ଫଳକୁ ବିଚାର କରିବା ଦରକାର । ତାହାହେଲେ ଏସଡିଜି ରାକିଂ ବାସ୍ତବତା ଭିତ୍ତିକ ହେବ ।

କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ, ଏସଡିଜି ହାସଲରେ ଓଡ଼ିଶାର ରାକିଂ ୨୦୧୮ ମସିହାରେ ୫୮ରୁ ବୃଦ୍ଧି ପାଇ ୨୦୨୧ ମସିହାରେ ୬୧ରେ ପହଞ୍ଚିଛି । ରାଜ୍ୟରେ ସେବା ଯୋଗାଣ ବ୍ୟବସ୍ଥାର କ୍ରମାଗତ ଉନ୍ନତି ଏବଂ ଅନ୍ତର୍ଭୁକ୍ତିକରଣ ବିକାଶଧାରା ନିମନ୍ତେ ଅନେକ ଯୋଜନା ଏବଂ କାର୍ଯ୍ୟକ୍ରମ କରାଯାଉଛି ।

            ନିତି ଆୟୋଗ ଉପଦେଷ୍ଟା ସଂଯୁକ୍ତା ସମାଦ୍ଦାର, ଏସ୍‌ଡିଜି ଅଧିକାରୀ ସୌମ୍ୟ ଗୁହା ଏସ୍‌ଡିଜି-୪୦ ନିମନ୍ତେ ପ୍ରସ୍ତାବତ ମାନକ ବିଷୟରେ ଆଲୋଚନା କରିଥିଲେ  । ସମାଦ୍ଦାର କହିଥିଲେ ଯେ ଓଡ଼ିଶା ଏକ ଦୃତ ପରିବର୍ତ୍ତନଶୀଳ ରାଜ୍ୟ । ଏଠାରେ ଅନେକ ପ୍ରକ୍ରିୟାଗତ ସଂସ୍କାର ଏବଂ ଅଭିନବ କୌଶଳର ପ୍ରୟୋଗ କରାଯାଇଛି । ଏକ ପୂର୍ଣ୍ଣାଙ୍ଗ ଏସ୍‌ଡିଜି ଢାଞ୍ଚା ପ୍ରସ୍ତୁତିରେ ସର୍ବଦା ଓଡ଼ିଶାରୁ ସଠିକ୍ ପରାମର୍ଶ ମିଳିଛି । ମାର୍ଚ୍ଚ ଶେଷ ସୁଦ୍ଧା ଏସଡିଜି ୪.୦ମାନଙ୍କ ଚୁଡ଼ାନ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ବିଜେଡି ନେତାଙ୍କ ବିଜେପି ପ୍ରୀତି ଅଭିଯୋଗ: ପ୍ରବଳ ବିରୋଧର ସମ୍ମୁଖୀନ ହେଲେ ପୂର୍ବତନ ବିଧାୟକ ରଘୁନାଥ

ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ଯାଏ ଶିକ୍ଷାନୁଷ୍ଠାନରେ ଛାତ୍ରୀ ପିନ୍ଧିବେନି ଧାର୍ମିକ ପୋଷାକ

ବେଙ୍ଗଳୁରୁ: ହିଜାବ ବିବାଦରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି । ମାମଲାର ଚୂଡ଼ାନ୍ତ ରାୟ ଆସିବା ଯାଏ ଧାର୍ମିକ ପୋଷାକ ପିନ୍ଧିବେ ନାହିଁ ସ୍କୁଲ, କଲେଜ ଛାତ୍ରୀ । ଧାର୍ମିକ ପୋଷାକ ପିନ୍ଧିବା ଉପରେ ରୋକ୍ ଲଗାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପୂର୍ବରୁ ସ୍କୁଲ୍, କଲେଜ ଖୋଲା ଯାଇପାରିବ ବୋଲି କୋର୍ଟ କହିଛନ୍ତି । ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଋତୁରାଜ ଅବସ୍ଥିଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ କୃଷ୍ଣା ଏସ୍ ଦୀକ୍ଷିତ ଓ ଜଷ୍ଟିସ୍ ଜେଏମ୍ ଖାଜିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛି । ଶୁଣାଣି ବେଳେ ମୁଖ୍ୟ ବିଚାରପତି କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶକୁ ନଦେଖି କୋର୍ଟଙ୍କ କୌଣସି ଟିପ୍ପଣୀକୁ ରିପୋର୍ଟ କରନ୍ତୁ ନାହିଁ ।

ଏଥିସହ ପଢ଼ନ୍ତୁ: କର୍ଣ୍ଣାଟକରେ ‘ହିଜାବ’, ତେଲଙ୍ଗାନାରେ ‘ବୁର୍ଖା’ ବିବାଦ କାହିଁକି ?

ଏହା ପୂର୍ବରୁ ବୁଧବାର କର୍ଣ୍ଣାଟକ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିଲା । କର୍ଣ୍ଣାଟକ ସରକାର ଶିକ୍ଷା ଆଇନ୍ ୧୯୮୩ର ଧାରା ୧୩୩ ଲାଗୁ କରିଛନ୍ତି । ଫଳରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି । ଘରୋଇ ସ୍କୁଲ୍ ମଧ୍ୟ ନିଜର ୟୁନିଫର୍ମ ବାଛି ପାରିବେ । ଆଉ ଏହି ନିଷ୍ପତ୍ତିକୁ ନେଇ ଗତ ଜାନୁଆରୀରେ ଆରମ୍ଭ ହୋଇଥିଲା ବିବାଦ ।

ଉଡ୍ଡପିର ଏକ ସରକାରୀ କଲେଜକୁ ୬ ଜଣ ଛାତ୍ରୀ ହିଜାବ ପିନ୍ଧି ଆସିଥିଲେ । ସେତେବେଳେ କଲେଜ କର୍ତ୍ତୃପକ୍ଷଙ୍କ ବାରଣ ସତ୍ତ୍ୱେ ଛାତ୍ରୀମାନେ ହିଜାବ ପିନ୍ଧିଥିଲେ । ଏହାପରେ ଅନ୍ୟ କଲେଜକୁ ବି ହିଜାବ ନିଆଁ ବ୍ୟାପିଥିଲା । କର୍ଣ୍ଣାଟକରେ ହିଜାବ ନିଆଁ ପରେ ଦେଶର ଅନ୍ୟ ରାଜ୍ୟକୁ ଡେଉଁଛି ।

ବିଜେଡି ନେତାଙ୍କ ବିଜେପି ପ୍ରୀତି ଅଭିଯୋଗ: ପ୍ରବଳ ବିରୋଧର ସମ୍ମୁଖୀନ ହେଲେ ପୂର୍ବତନ ବିଧାୟକ ରଘୁନାଥ

ଚିଲିକା: ବିଜେଡିରେ ଥାଇ ବିଜେପି ପ୍ରୀତି ଅଭିଯୋଗ। ଚିଲିକାରେ ଘର ଢିଙ୍କି କୁମ୍ଭୀର ସାଜିଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ । ବିଜେଡିରେ ଥାଇ ମଧ୍ୟ ଦଳୀୟ ପ୍ରାର୍ଥୀ ଓ ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ କରୁଛନ୍ତି ପ୍ରଚାର । ଏହାକୁ ନେଇ ଚିଲିକା ନିର୍ବାଚନ ମଣ୍ଡଳୀର କୁମାରାଙ୍ଗ ପଞ୍ଚାୟତରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି ରଘୁ ସାହୁ ।

ବିଜେପି ସମର୍ଥିତ ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ସେ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଏପରିକି ପଞ୍ଚାୟତ ଗସ୍ତ ପୂର୍ବରୁ ରଘୁ ସାହୁ ବିଜେପି କର୍ମୀଙ୍କୁ ଆଗୁଆ ଖବର ଦେଇଥିବା ଅଭିଯୋଗ ହୋଇଛି । ରଘୁ ସାହୁ ବିଜେପି କର୍ମୀଙ୍କୁ ସହଯୋଗର ପ୍ରତିଶ୍ରୁତି ସହ ଆଗୁଆ ସୂଚନା ଦେଇ କୁମାରାଙ୍ଗ ପଞ୍ଚାୟତକୁ ଆସିଥିବା ବେଳେ ଗୋବିନ୍ଦପୁର ଗାଁରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ ।

ରଘୁ ସାହୁ ବିଜେପି ସହ ଭିତିରି ସାଲିସ କରିଥିବା ଅଭିଯୋଗ ହୋଇଛି । ଗତ ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହୋଇନଥିବାରୁ ପଞ୍ଚାୟତ ନିର୍ବାଚନରେ ରାଗ ଶୁଝାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବିଜେଡି ନେତା । ରଘୁ ସାହୁଙ୍କ ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ ଗୋବିନ୍ଦପୁର ଗାଁରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ବାଲୁଗାଁ ଏସଡିପିଓ ଏବଂ ବାଣପୁର ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଆୟତ୍ତ କରିଛନ୍ତି। ସେପଟେ ଏତେ ବିରୋଧ ପରେ ବି ରଘୁ ସାହୁ କହୁଛନ୍ତି, ତାଙ୍କୁ କାହିଁକି ବିରୋଧ କରାଗଲା ସେ ଜାଣିନାହାନ୍ତି ।

ଫେବ୍ରୁଆରୀ ୧୪ରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ, ୨୮ରୁ ଆସିବେ ପିଲା

ଭୁବନେଶ୍ୱର: ବଦଳିଲା ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି । ଆସନ୍ତା ୧୪ରୁ ଖୋଲିବନି ପ୍ରଥମରୁ ସପ୍ତମ ଶ୍ରେଣୀ ବିଦ୍ୟାଳୟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଫେବ୍ରୁଆରୀ ୨୮ ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବ । ୨ ବର୍ଷ ହେଲା କୋଭିଡ୍ ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ଆବର୍ଜନା ସଫା ପାଇଁ ସମୟ ଲାଗୁଛି । ତା’ଛଡ଼ା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।

Odisha To Reopen Primary Schools Offline Classes From 28th February

ଫେବ୍ରୁଆରୀ ୧୪ରୁ ପ୍ରଥମରୁ ସପ୍ତମ ଶ୍ରେଣୀଗୃହ ପାଠପଢ଼ା ନେଇ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ବିଦ୍ୟାଳୟ ପରିସରକୁ ସଫାସୁତୁରା କରିବା ସହ ଆବଶ୍ୟକ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଅନୁଷ୍ଠିତ ହେଉଥିବା ପଞ୍ଚାୟତ ନିର୍ବାଚନରେ ଅଧିକାଂଶ ଶିକ୍ଷକ ଓ ଅନ୍ୟ କର୍ମଚାରୀ ନିୟୋଜିତ ହେଉଛନ୍ତି । ନିର୍ବାଚନ ପ୍ରକ୍ରିୟା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଅଧିକାଂଶ ବିଦ୍ୟାଳୟରେ ମତଦାନ କେନ୍ଦ୍ର ହେଉଛି ।

ଏସବୁକୁ ନଜରରେ ରଖି ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ଆସନ୍ତା ୨୮ରୁ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପାଠପଢ଼ା ହେବ । ତେବେ ୧୪ ତାରିଖରୁ ସ୍କୁଲ ଖୋଲିବାକୁ ଥିବାବେଳେ କେବଳ ଶିକ୍ଷକ/ଶିକ୍ଷୟିତ୍ରୀ ଆସିବେ । ଶ୍ରେଣୀଗୃହ ପାଠପଢ଼ା ଫେବ୍ରୁଆରୀ ୨୮ ତାରିଖରୁ ଆରମ୍ଭ ହେବ । ସେ ପର୍ଯ୍ୟନ୍ତ ଅନଲାଇନ୍ ଶିକ୍ଷାଦାନ ଜାରି ରହିବ । ଏନେଇ ବିଭାଗୀୟ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ରାଜ୍ୟସଭାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପ୍ରସଂଗ ଉଠାଇଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ନୂଆଦିଲ୍ଲୀ: ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି । ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଓଡ଼ିଶାର ଦାବିକୁ ତୁରନ୍ତ କେନ୍ଦ୍ର ସରକାରଙ୍କୁ ପୂରଣ କରିବା ପାଇଁ ଗୃହରେ ଦାବି କରିଛନ୍ତି ସାଂସଦ । ଦ୍ୱିତୀୟ ଏମ୍ସ ପାଇଁ ଜମି ଅଧିଗ୍ରହଣ ସହ କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ କରି ତା’ର ରିପୋର୍ଟ ମଧ୍ୟ ଦେଇସାରିଛି । ହେଲେ ବାରମ୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କର୍ଣ୍ଣପାତ କରୁନାହିଁ କେନ୍ଦ୍ର ।

୫୦୦ ଶଯ୍ୟା ବିଶିଷ୍ଟ ବିଲ୍ଡିଂ ଓ ଭିତ୍ତିଭୂମି ରାଜ୍ୟ ସରକାର ଯୋଗାଇଦେଇଥିଲେ ମଧ୍ୟ ଏ ଯାଏ ସୁନ୍ଦରଗଡ଼ରେ ଦ୍ୱିତୀୟୟ ଏମ୍ସ ନେଇ କେନ୍ଦ୍ର ଦୃଷ୍ଟି ଆକର୍ଷଣ କରୁନାହିଁ । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଦ୍ୱିତୀୟ ଏମ୍ସ ନହେବାରୁ ସ୍ୱାସ୍ଥ୍ୟ ସେବା ପାଇବାରେ ବଞ୍ଚିତ ହେଉଛନ୍ତି ଜିଲ୍ଲାବାସୀ । କେନ୍ଦ୍ରର ଏପରି ଅବହେଳାକୁ ପୂରା ଜିଲ୍ଲାବାସୀ ବିରୋଧ କରିଛନ୍ତି ।

ରାଜ୍ୟର ଦ୍ୱିତୀୟ ସର୍ବବୃହତ ଜିଲ୍ଲା ହେଉଛି ସୁନ୍ଦରଗଡ଼ । ଏଠାକାର ମୋଟ ଜନସଂଖ୍ୟାର ୫୦ ପ୍ରତିଶତ ଲୋକେ ହେଉଛନ୍ତି ଅଦିବାସୀ ।  ଏବଂ ଏଠାରେ ଅର୍ଦ୍ଧାଧିକ ଚାଷୀ କ୍ଷୁଦ୍ର ଚାଷୀ । ଏଣୁ ଏଠାକାର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି ଏମ୍ସ ପ୍ରତିଷ୍ଠାର ଆବଶ୍ୟକତା ରହିଥିବା କହିଛନ୍ତି ସାଂସଦ ଶ୍ରୀ ପଟ୍ଟନାୟକ । ଏଥିସହିତ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଓ ଏନ୍‌ଟିପିସିର ସହାୟତାରେ ପ୍ରଜେକ୍ଟ କାର୍ଯ୍ୟ ସରିଯାଇଥିବା ବେଳେ ଆବଶ୍ୟକୀୟ ଚିକିତ୍ସା ଉପକରଣ କିଣାଯିବା ପ୍ରକ୍ରିୟା ଜାରି ରହିଛି । ଏହି ଭିତ୍ତିଭୂମିକୁ ଏମ୍ସ ପ୍ରତିଷ୍ଠା ନେଇ ବ୍ୟବହାର କରାଯାଇପାରିବ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ ।