spot_img
Home Blog Page 4630

ଆସିଲା ପୌରସଂସ୍ଥା ଅଧ୍ୟକ୍ଷ ସଂରକ୍ଷଣ ତାଲିକା, ୧୦୭ରୁ ୬୫ଟି ଅଧ୍ୟକ୍ଷ ପଦ ସଂରକ୍ଷିତ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଜୋରଦାର ହେଲା ପ୍ରକ୍ରିୟା । ପୌରସଂସ୍ଥା ଅଧ୍ୟକ୍ଷ ଆସନ ପାଇଁ ଆସିଲା ଚୂଡାନ୍ତ ସଂରକ୍ଷଣ ତାଲିକା । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଛି ବିଧିବଦ୍ଧ ବିଜ୍ଞପ୍ତି । ୧୦୭ ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶିତ ହୋଇଛି ।

୬୫ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ସଂରକ୍ଷିତ ହୋଇଥିବା ବେଳେ ୪୨ଟି ଆସନ ଅଣସଂରକ୍ଷିତ ରହିଛି । ୯ଟି ପୌରାଧ୍ୟକ୍ଷ ଆସନ ଅନୁସୂଚିତଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । ୮ଟି ପୌରାଧ୍ୟକ୍ଷ ଆସନ ଅନୁସୂଚିତଜାତି ପାଇଁ ସଂରକ୍ଷିତ ରହିଛି । ସେହିପରି ୫ଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ୩ଟି ଅନୁସୂଚିତ ଜନଜାତି, ୪୦ଟି ସାଧାରଣ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ସଂସଦରେ ପାଖାପାଖି ଦେଖିବାକୁ ମିଳିଲେ ରାହୁଲ-ସ୍ମୃତି, ରାଜନୈତିକ ମହଲରେ ଉଠିଲା ଏଭଳି ଚର୍ଚ୍ଚା

ନୂଆଦିଲ୍ଲୀ: ସୋମବାର ବଜେଟ ଅଧିବେଶନର ଆରମ୍ଭରେ କିଛି ରୋଚକ ଚିତ୍ର ଦେଖିବାକୁ ମିଳିଥିଲା । କିଛି ଏଭଳି ଫଟୋ ସାମ୍ନାକୁ ଆସିଛି ଯାହା ରାଜେନୖତିକ ମହଲରେ ଚର୍ଚ୍ଚାରେ ବିଷୟ ପାଲଟିଛି । ଏବଂ ଭିନ୍ନ ଭିନ୍ନ ଲୋକେ ଏହାକୁ ନେଇ ଭିନ୍ନ ଅର୍ଥ ବାହାର କରୁଛନ୍ତି । ଆଜିର ଅଧିବେଶନ ଆରମ୍ଭ ପୂର୍ବରୁ ୨ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପାଖାପାଖି ଦେଖିବାକୁ ମିଳିଥିଲା । ଅର୍ଥାତ ରାହୁଲ ଗାନ୍ଧୀ-ସ୍ମୃତି ଇରାନୀଙ୍କୁ ପାଖାପାଖି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ରାହୁଲ ଓ ସ୍ମୃତି ଇରାନୀ ଗତ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶର ଆମେଠି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ରାହୁଲ ପରାସ୍ତ ହେବ ସହ ତାଙ୍କୁ ସୁଦୂର କେରଳାର ଓ୍ୱାୟନଡ୍ ଯିବାକୁ ପଡ଼ିଥିଲା । ତେବେ ଆଜିର ଏହି ଚିତ୍ର ଲୋକେ କହୁଛନ୍ତି, ରାଜନୀତିରେ କେହିଁ କାହାର ଶତ୍ରୁ ନୁହଁନ୍ତି କି କେହିଁ କାହାର ମିତ୍ର ନୁହଁନ୍ତି ।

ଅନ୍ୟପକ୍ଷରେ ସ୍ମୃତି ଇରାନୀଙ୍କୁ ନେଇ ଅନ୍ୟ ଏକ ଫଟୋ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ଜାତୀୟ ମୁଖ୍ୟ ମୁଲାୟମ୍ ସିଂହ ଯାଦବ ସଂସଦ ପରିସରକୁ ପ୍ରବେଶ କରୁଥିବା ବେଳେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନ ସହ ମଧ୍ୟ ଯୋଡ଼ି ଦେଖାଯାଉଛି ।

ଏଥିସହିତ ପଢ଼ନ୍ତୁ: ନିର୍ବାଚନ ତ ଜାରି ରହିବ କିନ୍ତୁ ବଜେଟ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

ଜୁଏଲଙ୍କ ସପକ୍ଷରେ ବାହାରି ହଟହଟା ହେଲା ବିଜେପି ମହିଳା ମୋର୍ଚ୍ଚା

ରାଉରକେଲା: ଜୁଏଲଙ୍କ ସମର୍ଥନରେ ବାହାରି ହଟହଟା ହେଲା ବିଜେପି ମହିଳା ମୋର୍ଚ୍ଚା । ଯୁବତୀଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ଫସିଛନ୍ତି ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମ । ଆଉ ଜୁଏଲଙ୍କ ସପକ୍ଷରେ ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି ହଟହଟା ହୋଇଛନ୍ତି ବିଜେପି ନାରୀନେତ୍ରୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ବିଜିପି ସାଂସଦ ଜୁଏଲ ଓରାମଙ୍କୁ ସୁରକ୍ଷା ଦେବାକୁ ଆସି ସାମ୍ବାଦିକଙ୍କ ପ୍ରଶ୍ନବାଣରେ ବିଜେପି ନାରୀ ନେତ୍ରୀମାନେ ଘାଇଲା ହୋଇଛନ୍ତି ।

BJP Mahila Morcha Welcomes Trouble supporting Jual Oram

ଗତ ୨୪ ତାରିଖରେ ଘଟଣା ଘଟିଥିବା ବେଳେ ୩୧ ତାରିଖରେ ସାମ୍ବାଦିକ ସମ୍ମିଳନୀ କ’ଣ ପାଇଁ ବୋଲି ସାମ୍ବାଦିକ ପ୍ରଶ୍ନ କରିଥିଲେ । ସାଂସଦ ଜୁଏଲ ଓରାମ ମୋବାଇଲ୍ ସୁଇଚ ଅଫ ରଖିଛନ୍ତି କ’ଣ ପାଇଁ ବୋଲି ସାମ୍ବାଦିକ କରିଥିଲେ ପ୍ରଶ୍ନ । ନାରୀନେତ୍ରୀମାନଙ୍କ ଉତ୍ତର ସାମ୍ବାଦିକମାନଙ୍କୁ ସନ୍ତୁଷ୍ଟ କରି ପାରିନଥିଲା । ବିଜେପି ସାଂସଦ ଜୁଏଲ ଓରାମଙ୍କ ନାଁରେ ଅଶାଳୀନ ଅଭିଯୋଗ କରି ଝିରପାଣି ଥାନାରେ ବିଜେପି ଯୁବନେତ୍ରୀ ଗୌରୀ ମୁଣ୍ଡାରୀ ଅଭିଯୋଗ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀମାନେ ଜର୍ଜ ତିର୍କୀଙ୍କ ଉପରେ ମଧ୍ୟ ବର୍ଷିଥିଲେ ।

ନିର୍ବାଚନ ତ ଜାରି ରହିବ କିନ୍ତୁ ବଜେଟ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

0

 ନୂଆଦିଲ୍ଲୀ: ନିର୍ବାଚନ ଜାରି ରହିବ କିନ୍ତୁ ବଜେଟ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ । ଏଣୁ ସମସ୍ତ ସାଂସଦ ବଜେଟ ଅଧିବେଶନରେ ଉପସ୍ଥିତ ରହି ଏହାକୁ ଫଳପ୍ରଦ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାେଦି । ସୋମବାର ବଜେଟ ଅଧିବେଶନରେ ଯୋଗଦେବା ଅବସରରେ ଗଣମାଧ୍ୟମ ଜରିଆରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।

ବର୍ତ୍ତମାନର ବୈଶ୍ୱିକ ପରିସ୍ଥିତିରେ ଭାରତର ଅର୍ଥନୀତିକୁ ଆଗେଇ ନେବା ପାଇଁ ଅନେକ ସୁଯୋଗ ରହିଛି । ନିର୍ବାଚନ ପ୍ରଚାର କାର୍ଯ୍ୟ ବଜେଟ ଅଧିବେଶନକୁ ପ୍ରଭାବିତ କରିପାରେ । ଏହାକୁ ନଜରରେ ରଖି ସମସ୍ତ ସାଂସଦଙ୍କୁ ବଜେଟ ଅଧିବେଶନରେ ଉପସ୍ଥିତ ବିତର୍କରେ ଭାଗ ନେବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ସଫଳ ବଜେଟ ଅଧିବେଶନ ଦ୍ୱାରା ସାରା ଦେଶ ବର୍ଷକ ପାଇଁ ଏହାର ଫାଇଦା ପାଇବ । ଏଥିସହିତ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯାହା ଦ୍ୱାରା ଦେଶ ପ୍ରଗତି ଦିଗରେ ଆଗେଇ ପାରିବ । ସୂଚନା ଯୋଗ୍ୟ ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ଏଥିସହିତ ପଢ଼ନ୍ତୁ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ CEC, ଜାଣନ୍ତୁ କେବେ କେଉଁଠି ମତଦାନ

ଋଣ ନାଁରେ ବିଭିନ୍ନ ସଂସ୍ଥାଙ୍କୁ ୧୦୦ କୋଟିର ଚୂନ୍ ଲଗାଇଛନ୍ତି ଦମ୍ପତି, ବନ୍ଧାହେଲେ ପତ୍ନୀ

ଭୁବନେଶ୍ୱର: ଆଳୁ ଖୋଳୁ ଖୋଳୁ ମହାଦେବ । ୫ କୋଟି ଟଙ୍କା ଠକେଇର ତନାଘନା କରୁ କରୁ ଶହେ କୋଟି ଠକେଇର ପର୍ଦ୍ଦାଫାସ କଲା ଇଓଡବ୍ଲୁ । ରାଜଧାନୀରେ ଶହେ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହେଲେ ଦିୟା ଡାଏରୀ ଏଗ୍ରୋ ପ୍ରୋସେସରର ପରିଚାଳନା ନିର୍ଦ୍ଦେଶିକା ଅମ୍ରିତା କିଣ୍ଡୋ । ଅମ୍ରିତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଅର୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ ଲିମିଟେଡର ଅଭିଯୋଗ ଅନୁସାରେ ହୋଇଛି କାର୍ଯ୍ୟାନୁଷ୍ଠାନ । ତାଙ୍କୁ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର ପରେ ବିଚାବିଭାଗୀୟ ହାଜକୁ ପଠାଇ ଦିଆଯାଇଛି ।

EOW Arrested Amrita Kindo In 100 Crore Cheat Case

ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ୍ ଲିମିଟେଡ୍ ଏମଡି ତଥା ଅମ୍ରିତାଙ୍କ ସ୍ୱାମୀ ଅର୍ଣ୍ଣପୂର୍ଣ୍ଣା ପ୍ରାଇଭେଟ୍ ଲିମିଟେଡରେ ଜାଲ୍ ଡକ୍ୟୁମେଣ୍ଟ ଦେଇ ୫ କୋଟି ଋଣ ଆଣି ଫେରାଇ ନଥିଲେ । ଏସଏଚଜି ଗ୍ରୁପକୁ ଋଣ ଦେବା ପାଇଁ ଏହି ଲୋନ୍ ଅପ୍ଲାଏ କରିଥିଲେ । ଅମ୍ରିତାଙ୍କ ସ୍ୱାମୀ ତଥା ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ୍ ଲିଟିଡେର ଏମଡି ଥିବା ଦୀପକ କୁଣ୍ଡୁଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।

EOW Arrested Amrita Kindo In 100 Crore Cheat Case

ମାମଲାର ତନାଘନା କରୁ କରୁ ବିଭିନ୍ନ କମ୍ପାନୀଠୁ ୧୦୦ କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ସୂଚନା ମିଳିଛି । ଦିଆ ଡାଏରୀ ଆଗ୍ରୋ ପ୍ରୋସେସର ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ସିଷ୍ଟର କମ୍ପାନୀ । ୨୦୧୭ରୁ ୨୦୨୦ ମଧ୍ୟରେ ଉଭୟ କମ୍ପାନୀ ମଧ୍ୟରେ ଟଙ୍କା ନେଣଦେଣର ପ୍ରମାଣ ପାଇଛି ଅର୍ଥନୈତିକ ଅପରାଧ ଶାଖା ।

ଲୋକସଭାରେ ଆଗତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ୨୦୨୨-୨୩ ଆର୍ଥିକ ବର୍ଷରେ ଜିଡିପି ୮-୮.୫% ରହିବା ଅନୁମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ଅଭିଭାଷଣ ପରେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହାପରେ ଲୋକସଭାକୁ ଆସନ୍ତାକାଲି ଯାଏ ମୁଲତବି ରଖାଯାଇଛି । ବଜେଟର ଦିନକ ପୂର୍ବରୁ ଉପସ୍ଥାପିତ ଆର୍ଥିକ ସର୍ଭେ ରିପୋର୍ଟରେ ଚଳିତ ରାଜସ୍ୱ ବର୍ଷରେ ଜିଡିପି ୯.୨ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି ।

ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଜିଡିପି ୮ରୁ ୮.୫ ପ୍ରତିଶତ ରହିବା ଆକଳନ କରାଯାଇଛି । ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ବିକାଶ ହାର ୩.୯ ପ୍ରତିଶତ ଅନୁମାନ କରାଯାଇଥିବା ବେଳେ ଶିଳ୍ପ କ୍ଷେତ୍ରରେ ୧୧.୮ ପ୍ରତିଶତ ରହିବା ଆକଳନ କରାଯାଇଛି । ସେହିଭଳି ସର୍ଭିସ୍ ସେକ୍ଟରରେ ଅଭିବୃଦ୍ଧି ୮.୨ ପ୍ରତିଶତ ରହିବା ଅନୁମାନ କରାଯାଇଛି ।

ଖବର ପ୍ରସାରଣ ପରେ ସରପଞ୍ଚ ପ୍ରାର୍ଥୀଙ୍କ ସଫେଇ, ଭିଡିଓ ଏବେର ନୁହଁ…

ବଲାଙ୍ଗିର: ଭୋଟ୍ ପାଇଁ ମତଦାତାଙ୍କୁ ଲାଞ୍ଚ । ହାତ ଯୋଡ଼ୁଛନ୍ତି, ଫୁଲମାଳ ପିନ୍ଧୁଛନ୍ତି, ଟଙ୍କା ବଢ଼ାଇ ଦେଉଛନ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଠେମେରା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ ପ୍ରଚାର ବେଳେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଖବର ରବିବାର ନନ୍ଦିଘୋଷ ଟିଭିରେ ପ୍ରସାରଣ ହୋଇଥିଲା । ଟଙ୍କା ବାଣ୍ଟିବାର ଭିଡିଓ ପ୍ରସାରଣ ପରେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

Investigation Sarpanch Candidate Distributing Money During Campaign Balangir

ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ ଟଙ୍କା ବାଣ୍ଟୁଥିବା ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା । ପ୍ରଚାର ବେଳେ ଭୋଟରଙ୍କ ହାତରେ ଧରାଇ ଦେଉଥିଲେ ୫ ଶହ ଟଙ୍କିଆ ନୋଟ୍‌ । ଏପରକି ନିଜ ଷ୍ଟାଟସରେ ପ୍ରଚାର ଓ ଟଙ୍କା ବାଣ୍ଟିବାର ଭିଜୁଆଲ ସେୟାର କରିଥିଲେ ଲକ୍ଷ୍ମୀକାନ୍ତ । ଅଡ଼ୁଆରେ ପଡ଼ିବା ପରେ ଦୋଷ ଛଡ଼ାଇବା ପାଇଁ ସଫେଇ ଦେଇଛନ୍ତି ସରପଞ୍ଚ ପ୍ରାର୍ଥୀ । ଭିଡିଓ ଗତ ଲକ୍ଷ୍ମୀ ପୂଜା ସମୟର । ତାଙ୍କ ବିରୋଧରେ ବିରୋଧୀ ଷଡ଼ଯନ୍ତ୍ର ରଚିଥିବା ସେ କହିଛନ୍ତି ।

ଆଗ୍ରାରୁ ଫେରିଲେ ଉତ୍ତମ, କହିଲେ କାହିଁକି ପଳାଇଥିଲେ…

ସୋର: ଫେରିଲେ ବାଲେଶ୍ୱର ଜଳେଶ୍ୱର ସରିସା ଗାଁର ଉତ୍ତମ ପଣ୍ଡା । ଗଳା ରୋଗରୁ କାଳେ କ୍ୟାନସର ହୋଇଥାଇ ପାରେ ବୋଲି ଡାକ୍ତର କହିବା ପରେ ମାନସିକ ଭାରସାମ୍ୟ ହରାଇଥିଲେ ଉତ୍ତମ ପଣ୍ଡା । ଏକ କୋହଭରା ଚିଠି ଲେଖି ଗତ ୨୩ ତାରିଖରେ ଘରଛାଡ଼ି ଚାଲି ଯାଇଥିଲେ ଉତ୍ତମ । ପ୍ରଥମେ ବୃନ୍ଦାବନରେ ଠାକୁରଙ୍କ ଦର୍ଶନ ପରେ ଘରକୁ ଫେରିଯିବାକୁ ଭାବିଥିଲେ ।

Uttam Panda Returns To Home Soro

ପରେ ରେଲୱେ ପୋଲିସ ୟୁପିର ଆଗ୍ରାରୁ ଉଦ୍ଧାର କରି ଶ୍ୱଶୁର ଓ ସମ୍ପର୍କୀୟ ଭାଇଙ୍କ ସହ ଘରକୁ ପଠାଇଥିଲା । ଗତକାଲି ରାତିରେ ବାଲେଶ୍ୱର ଖଇରା ବ୍ଲକ୍ ରାଇକୁଲାରେ ଥିବା ତାଙ୍କ ଶ୍ୱଶୁର ଘରେ ପହଞ୍ଚିବା ପରେ ସ୍ତ୍ରୀ ପିଲାଙ୍କ ସହ ହସ ଖୁସିରେ ଥିବା ଦେଖିବାକୁ ମିଳିଛ । ଗତ ୨୩ ତାରିଖରେ ଉତ୍ତମଙ୍କ ଚିଠି ପଢ଼ି ପରିବାର ଲୋକେ ଜଳେଶ୍ୱର ନାମ୍ପୋ ଫାଣ୍ଡିରେ ନିଖୋଜ ନେଇ ଅଭିଯୋଗ କରିଥିଲେ ।

୪ ବରିଷ୍ଠ ଆଇନଜୀବୀ ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟରେ ବଢ଼ିବ ବିଚାରପତିଙ୍କ ସଂଖ୍ୟା । ଗତ ୨୯ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍ ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୪ ଜଣ ବରିଷ୍ଠ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ମିଳିବ ।

Supreme Court Collegium elevates four advocates as judges of Orissa High Court

ବରିଷ୍ଠ ଆଇନଜୀବୀ ଭି ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ସତପଥୀ ଓ ଶ୍ରୀ ରମଣ ମୁରାହରି (ଏମ୍.ଏସ୍. ରମଣ)ଙ୍କୁ ବିଚାରପତି ଭାବେ ନିଯୁକ୍ତି ଦିଆଯିବ । ଓଡ଼ିଶା ହାଇକୋର୍ଟରେ ୨୭ ଜଣ ବିଚାରପତି ପଦ ରହିଥିବା ବେଳେ ବିଚାରପତି ଅଭାବରୁ ଅନେକ ମାମଲା ଦୀର୍ଘ ଦିନ ଧରି ପଡ଼ି ରହୁଛି ।

ଅନୁଗୁଳ ଓ ଢେଙ୍କାନାଳର ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ରେଡ୍

ଅନୁଗୁଳ: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳେଚର ବ୍ଲକ କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ରେଡର ନେତୃତ୍ୱ ୪ ଜଣ ଡିଏସପି ନେଉଥିବା ବେଳେ ଟିମରେ ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ସଦ୍ୟସ ରହିଛନ୍ତି ।

ବିରଞ୍ଚିଙ୍କ ତାଳଚେର ଅଫିସ୍ ସହ ଅନୁଗୁଳ କୁମୁଡ଼ା ଘର, ଅନୁଗୁଳ ଅମ୍ବାଲାରେ ଥିବା ଘର ଏବଂ ଢେଙ୍କାନାଳ ମେରାମୁଣ୍ଡଳିରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏବେ ଚଢ଼ାଉ ଜାରି ରହିଥିବା ବେଳେ ଜବତ ସମ୍ପତ୍ତି ନେଇ ସୂଚନା ମିଳିପାରିନାହିଁ ।