spot_img
Home Blog Page 4629

ବିତ୍ତୀୟ ନିଅଣ୍ଟ ହାର କରୋନା ପୂର୍ବ ସମୟ ଠାରୁ କମ୍ ରହିଛି: ଆର୍ଥିକ ପରାମର୍ଶଦାତା

0

ନୂଆଦିଲ୍ଲୀ: ମୁଖ୍ୟ ଆର୍ଥିକ ପରାମର୍ଶଦାତା ସଞ୍ଜୀବ ସନ୍ୟାଲ ଅର୍ଥନୈତିକ ସର୍ଭେକୁ ନେଇ ଗଣମାଧ୍ୟମରେ ବିବୃତି ରଖିଛନ୍ତି । ବର୍ତ୍ତମାନ ଦେଶର ଆର୍ଥିକ ଗତିବିଧି କୋଭିଡ ପୂର୍ବର ଆର୍ଥିକ ସ୍ଥିତିକୁ ଅତିକ୍ରମ କଲାଣି । ସେ କହିଛନ୍ତି ଯେ, ସବୁ ସେକ୍ଟର ଭଲ ପ୍ରଦର୍ଶନ କରିଛନ୍ତି । ଯାହାକୁ ସେ ୧୦ ବର୍ଷ ପୂର୍ବର ସ୍ଥିତି ସହ ତୁଳନା କରିଛନ୍ତି । ସେ କହିଛନ୍ତି, ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୧-୨୨ରେ ୯.୨ପ୍ରତିଶତ ବଢ଼ିଛି । ଯାହା ୨୦୨୦-୨୧ରେ ପାଖାପାଖି ୭.୩ ପ୍ରତିଶତକୁ ହ୍ରାସ ଖସିଆସିଥିଲା । ସରକାରଙ୍କ ବିତ୍ତୀୟ ନିଅଣ୍ଟ କରୋନା ପୂର୍ବର ସ୍ତରଠାରୁ କମ୍ ରହିଛି । ଯାହା ଭଲ ଆର୍ଥିକ ସ୍ଥିତିର ସଂକେତ ।

କରୋନାର ପ୍ରଥମ ପ୍ରବାହ ଅପେକ୍ଷା ଅନ୍ୟ ପ୍ରବାହର ପ୍ରଭାବ କମ୍ ରହିଛି । ଏଣୁ ଅର୍ଥ ବ୍ୟବସ୍ଥା ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ ।  ପ୍ରତିବର୍ଷ ଆଳୁ, ପିଆଜ ଓ ଟମାଟ ଦର ବୃଦ୍ଧି ଚର୍ଚ୍ଚାର ବିଷୟ । ଏଣୁ ଶୀତଳ ଭଣ୍ଡାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ଶିଳ୍ପ ଅଭିବୃଦ୍ଧି ହାର ୪.୧ ପ୍ରତିଶତ ରହିଛି । ଯାହା କରୋନା ପୂର୍ବ ସମୟର ସ୍ତରଠାରୁ ଅଧିକ । ବର୍ତ୍ତମାନ କୃଷି କ୍ଷେତ୍ରର ଅଭିବୃଦ୍ଧି ୮ ପ୍ରତିଶତ ରହିଛି । ଯାହା କରୋନା କାଳ ପୂର୍ବର ସ୍ଥିତି ଠାରୁ ଅଧିକ । ୨୦୧୬-୧୭ ବେଳକୁ ଦେଶର ଅଧିକାଂଶ ଅଞ୍ଚଳରେ ଷ୍ଟାର୍ଟଅପ୍ କଲଚର ନଥିଲା, କିନ୍ତୁ ଆଗାମୀ ୫ବର୍ଷ ପରେ  ଏବେ ୫୫୫ ଜିଲ୍ଲାରେ ଅତି କମ୍‌ରେ ଗୋଟିଏ ଷ୍ଟାର୍ଟଅପ୍ ରହିଛି ।

‘ଓଡିଶାକୁ ମିଳୁନି ଆବାସ, ଶୋଇଛନ୍ତି ବିଜେପି ସାଂସଦ’

ଭୁବନେଶ୍ୱର: କେନ୍ଦ୍ର ବିରୋଧରେ ବିଜେଡିର ସାମ୍ବାଦିକ ସମ୍ମିଳନୀ । ଗ୍ରାମୀଣ ଆବାସ ଯୋଜନାରେ କେନ୍ଦ୍ରୀୟ ଅବହେଳା ନେଇ ବିଜେଡିର ପ୍ରେସମିଟରେ ଗର୍ଜିଛି ବିଜେଡ଼ି  । କେନ୍ଦ୍ରର ବୈମାତୃକ ମନୋଭାବର ପୋଲ୍ ଖୋଲିବା ସହ ରାଜ୍ୟ ବିଜେପି ସାଂସଦଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଗ୍ରାମୀଣ ଆବାସ ଯୋଜନାକୁ ସଫଳ ରୂପାୟନ କରିବା ଦିଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ବାରମ୍ବାର ପୁରସ୍କୃତ କରିଛନ୍ତି । ହେଲେ ବିଡମ୍ବନାର କଥା ଯେ, ରାଜ୍ୟବାସୀ ନିଜର ମୌଳିକ ଅଧିକାର ପାଇବାରେ ବିଫଳ ହୋଇଛନ୍ତି ।

୬ଲକ୍ଷ ୬୫ହଜାର ଆବାସ ପାଇଁ ରାଜ୍ୟ ସରକାର ଦାବି କରିଆସୁଛନ୍ତି । ଯେଉଁଥିରେ କେବିକେ ଜିଲ୍ଲାର ସିଂହଭାଗ ହିତାଧିକାରୀ ଅଛନ୍ତି । ବାତ୍ୟା ଫନି ପ୍ରଭାବରେ କ୍ଷତିଗ୍ରସ୍ତ ୧ ଲକ୍ଷ ୮୪ ହଜାର ଘର ମଧ୍ୟ ତାଲିକାରେ ରହିଛି । ମାତ୍ର ରାଜ୍ୟର ଦାବିକୁ ଅଣଦେଖା କରିଚାଲିଛି କେନ୍ଦ୍ର । ୨ବର୍ଷ ହେଲା ରାଜ୍ୟକୁ ମିଳୁନି ଆବାସ ଯୋଜନା ଘର । ବିଜେପି ସାଂସଦ ମାନେ ମଧ୍ୟ ରାଜ୍ୟ ସ୍ବାର୍ଥ ପାଇଁ ମୁହଁ ଖୋଲୁନାହାନ୍ତି । ଏପରକି ନିର୍ବାଚନୀ ଇସ୍ତାହାରରେ ସମସ୍ତୁଙ୍କୁ ପକ୍କାଘର ଦେବାକୁ ପ୍ରତିଶ୍ରୁତି ଦେଇଥିଲା ଦଳ । ମାତ୍ର ତାହା ଏବେ ଧୂଆଁବାଣ ହୋଇଛି ।

ଗତ ୧୩ ତାରିଖରେ ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକ ପାଇଁ ଆବାସ ୱିଣ୍ଡୋ ଆରମ୍ଭ କରାଗଲା । କିନ୍ତୁ ପରିତାପର ବିଷୟ ଯେ ଓଡିଶା ଦାବିକୁ ଜାଣି ମଧ୍ୟ ଶୁଣିଲା ମାହିଁ କେନ୍ଦ୍ର । ଆଜି ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ । ରାଜ୍ୟବାସୀଙ୍କ ହିତ ପାଇଁ କେନ୍ଦ୍ର ଆବାସ ୱିଣ୍ଡୋ ଖୋଲୁ ବୋଲି ବିଜେଡି ଅନୁରୋଧ କରିଛି । ରାଜ୍ୟ ସ୍ବାର୍ଥ ପାଇଁ ବିଜେପି ସାଂସଦ କୁମ୍ଭକର୍ଣ୍ଣ ନିଦରୁ ଉଠିବାକୁ ପରାମର୍ଶ ଦେଇଛି ବିଜେଡି । ନଚେତ ଓଡ଼ିଶାବାସୀ କେବେ କ୍ଷମା ଦେବେନି ବୋଲି କହିଛି ଦଳ ।

ମଡେଲ ଆତ୍ମହତ୍ୟା ପଛରେ ସିଙ୍ଗର , ସୁଇସାଇଡ ନୋଟରେ ଲେଖିଲେ କାରଣ

ଭୁବନେଶ୍ୱର: ସୁଇସାଇଡ ନୋଟରେ ଲେଖିଲେ ଆତ୍ମହତ୍ୟାର କାରଣ  । ରାଜଧାନୀରେ ଘଟିଲା ଛାତିଥରା ଘଟଣା । ପ୍ରେମିକା ଧୋକ୍କା ଦେବାରୁ ଆତ୍ମହତ୍ୟା କଲେ ଯୁବକ । ମୃତ ଯୁବକ ହେଲେ କଟକ ବଡମ୍ବା ଅଞ୍ଚଳର ସୌମ୍ୟ ରଞ୍ଜନ ପାଣିଗ୍ରାହୀ । ସେ ଭୁବନେଶ୍ବରର ନନ୍ଦନବିହାରରେ ରହୁଥିଲେ । ପ୍ରେମିକା ପାଇଁ ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି  । ସେପଟେ ଘଟଣାସ୍ଥଳରେ ପୋଲିସ ପହଁଚି ସୁଇସାଇଡ ନୋଟ୍ ଜବତ କରିଛି ।

ପ୍ରେମିକା ଧୋକା ଦେବାରୁ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି । ସୁଇସାଇଡ ନୋଟରେ ପ୍ରେମିକାକୁ ଦାୟୀ କରି ବାପାଙ୍କ ପାଇଁ କୋହଭରା ଚିଠି ଲେଖିଛନ୍ତି ସୌମ୍ୟ । ମୃତ୍ୟୁ ପରେ ତାଙ୍କର ଅଙ୍ଗଦାନ କରିବାକୁ ମଧ୍ୟ ସୁଇସାଇଡ ନୋଟରେ ଲେଖିଛନ୍ତି । ପୁଅର ମୃତ୍ୟୁ ପାଇଁ ଯୁବତୀଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ । ଯୁବତୀଙ୍କୁ ତଦନ୍ତ ପରିସରକୁ ନେଇ ଜେରା କରିବାକୁ ଦାବି ହୋଇଛି ।

ଶ୍ରୀଦେବୀଙ୍କ ସହ ଥ୍ରୋ ବ୍ୟାକ୍ ପିକ୍ ସେୟାର କରି ଏମିତି କହିଲେ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ : ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନିକଟରେ ଇନଷ୍ଟାଗ୍ରାମ ପୋଷ୍ଟ କରି ପ୍ରଶଂସକଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ବିଗ୍ ବି ଯେଉଁ ଫଟୋ ସେୟାର କରିଥିଲେ ସେଥିରେ ଜଣେ ଝିଅ ତାଙ୍କ ପୋଷାକର ଲେସ୍ ଧରିଥିବାର ନଜର ଆସିଥିଲେ। ଫଟୋ ସେୟାର କରି ଅମିତାଭ ପଚାରିଥିଲେ, ‘ଏହା କାହାର ହାତ?’ କମେଣ୍ଟ ସେକ୍ସନରେ ଅନେକ ଲୋକ କଳ୍ପନା କରିଥିଲେ। ବର୍ତ୍ତମାନ ପୁରା ଫଟୋ ସେୟାର କରି ଅମିତାଭ ପ୍ରଶଂସକଙ୍କୁ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଇଛନ୍ତି। ପୁରା ଫଟୋ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

 

View this post on Instagram

 

A post shared by Amitabh Bachchan (@amitabhbachchan)

ବିଗ୍ ବି ଯେଉଁ ସମ୍ପୂର୍ଣ୍ଣ ଫଟୋ ସେୟାର କରିଛନ୍ତି ସେଥିରେ ଶ୍ରୀଦେବୀ ଅମିତାଭ ବଚ୍ଚନଙ୍କ ପୋଷାକର ଲେସ୍ ଧରିଥିବାର ନଜର ଆସିଛନ୍ତି। ଫଟୋ ସେୟାର କରି ଅମିତାଭ ଲେଖିଛନ୍ତି – ତାଙ୍କର ହାତ ଥିଲା। ଶ୍ରୀଦେବୀ। କେବଳ ଅଳ୍ପ ଲୋକ ସଠିକ୍ ଉତ୍ତର ଦେଇଥିଲେ। ଅଭିନେତାଙ୍କ ଏହି ପୋଷ୍ଟରେ ଲକ୍ଷ ଲକ୍ଷ ଲାଇକ୍ ଆସିଛି।

 

View this post on Instagram

 

A post shared by Amitabh Bachchan (@amitabhbachchan)

ଅମିତାଭ ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ‘ଇନକିଲାବ’, ‘ଆଖରି ରାସ୍ତା’ ଏବଂ ‘ଖୁଦା ଗବ୍ୱା’ ଭଳି ଫିଲ୍ମରେ କାମ କରିଥିଲେ। ପରଦାରେ ଉଭୟଙ୍କ ଯୋଡିକୁ ଖୁବ୍ ପ୍ରଶଂସା କରାଯାଉଥିଲା। ଆଜି ବି ଦର୍ଶକ ସେମାନଙ୍କ ଫିଲ୍ମକୁ ବହୁତ ଭଲ ପାଆନ୍ତି ।

ପ୍ରଚାର କଟକଣାକୁ ସାମାନ୍ୟ କୋହଳ କଲେ EC : ୧ହଜାର ଲୋକଙ୍କୁ ନେଇ ହୋଇପାରିବ ବୈଠକ

0

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମ୍ପର୍କିତ କରୋନା କଟକଣା ଅବଧିକୁ ବଢ଼ାଇଲେ ନିର୍ବାଚନ କମିଶନ । ପଦଯାତ୍ରା, ରୋଡ ସୋ’ ନେଇ ଜାରି କଟକଣାକୁ ଫେବ୍ରୁଆରୀ ୧୧କୁ ବୃଦ୍ଧି କରାଯାଇଛି । ତେବେ ମିଟିଂ ନେଇ ଲାଗୁ ହୋଇଥିବା କଟକଣାରେ କିଛି କୋହଳ କରିଛନ୍ତି  ନିର୍ବାଚନ କମିଶନ ।

ସର୍ବାଧିକ ୧୦୦୦ ଲୋକଙ୍କୁ ନେଇ ଖୋଲା ସ୍ଥାନରେ ଜନ ସମାବେଶ କରିପାରିବେ ରାଜନୈତିକ ଦଳ ।  ଏଥିସହିତ ଡୋର ଟୁ ଡୋର କ୍ୟାମ୍ପେନକୁ ନେଇ ଧାର୍ଯ୍ୟ ସଂଖ୍ୟାକୁ ୨୦କୁ ବୃଦ୍ଧି କରାଯାଇଛି । ସୁରକ୍ଷାକର୍ମୀ ମଧ୍ୟ ଡୋର ଟୁ ଡୋର କ୍ୟାମ୍ପେନ୍‌ରେ ସାମିଲ ହୋଇପାରିବେ । ତେବେ ଆଭ୍ୟନ୍ତରୀଣ ବୈଠକରେ ସର୍ବାଧିକ ୫ଶହ ଲୋକ ଯୋଗଦେଇପାରିବ । ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୫ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସଂସଦରେ ପାଖାପାଖି ଦେଖିବାକୁ ମିଳିଲେ ରାହୁଲ-ସ୍ମୃତି, ରାଜନୈତିକ ମହଲରେ ଉଠିଲା ଏଭଳି ଚର୍ଚ୍ଚା

ଆଲୋଚନାରେ ଟିକାକରଣର ସ୍ଥିତି, ପୋଲିଂ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ଟିକାକରଣ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ରାଜ୍ୟମାନେ ଅବଗତ କରାଇଥିଲେ । ପ୍ରାପ୍ତ ସୂଚନା ମୁତାବକ ସଂକ୍ରମଣ ହାର କମିବା ସହ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା ମଧ୍ୟ କମିଥିବା କହିଛନ୍ତି ନିର୍ବାଚନ କମିଶନ ।

ସାମାନ୍ୟ କୋହଳ କଟକଣା, ରାତି ୧୦ରୁ ସକାଳ ୫ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଫେବୃଆରୀ ପାଇଁ ଗାଇଡଲାଇନ ଜାରି । ସାମାନ୍ୟ କୋହଳ ହେଲା କୋଭିଡ୍‌ କଟକଣା । ଏଣିକି ସମସ୍ତ ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ସେହିଭଳି କୋଭିଡ୍ କଟକଣା ଭିତରେ ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜା ପାଳନ ହେବ । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ପୂଜା ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

ତେବେ ଶିକ୍ଷାନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ପୂଜା ହୋଇପାରିବ ନାହିଁ ବୋଲି ନୂଆ ଗାଇଡଲାଇନରେ ନିର୍ଦ୍ଦେଶାନାମା ଜାରି କରିଛନ୍ତି SRC । ସେହିପରି ବିନା ଶ୍ରଦ୍ଧାଳୁରେ ହେବ ମାଘ ସପ୍ତମୀ ପୂଜା । ମନ୍ଦିର ଭିତରେ ରୀତିନୀତିରେ ପୂଜା ହୋଇପାରିବ । ହେଲେ ପୂଜାରେ କୌଣସି ଶ୍ରଦ୍ଧାଳୁ ସାମିଲ ହୋଇପାରିବେ ନାହିଁ । ଅନ୍ୟପଟେ ଶତ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ ବୋଲି ନୂଆ ଗାଇଡ୍‌ ଲାଇନରେ ଉଲ୍ଲେଖ ରହିଛି । କୋଭିଡ୍ କଟକଣା ଭିତରେ ସମ୍ପୂର୍ଣ୍ଣ କ୍ଷମତାରେ ସରକାରୀ କାର୍ଯ୍ୟ ପରିଚାଳନା କରାଯିବ  ।

 

ଯୁକ୍ତ ଦୁଇ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପରୀକ୍ଷା କରିବା ଦାବିରେ  ଛାତ୍ରଛାତ୍ରୀ । ସଠିକ ସମୟରେ ପରୀକ୍ଷା ପରିଚାଲନା କରିବା ନେଇ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ  ।  ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ କରିଛନ୍ତି ରାଜ୍ୟର ବିଭିନ୍ନ କଲେଜର ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ର ଛାତ୍ରୀ। ପରୀକ୍ଷା ନ କଲେ ଏହା ଭବିଷ୍ୟତ ଉପରେ ପ୍ରଭାବ ପକାଇବ। ଏଣୁ ଗାଇଡଲାଇନ୍ ଭିତରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

କିଛି ଛାତ୍ରଛାତ୍ରୀ ପରୀକ୍ଷା ବନ୍ଦ ନେଇ ମଧ୍ୟ ଦାବି କରିଆସୁଥିଲେ । କଲେଜରେ ସଠିକ ସମୟରେ ବିଷୟବସ୍ତୁ ଶେଷ ହୋଇନଥିବା ଅଭିଯୋଗ କରିଥିଲେ  । ତେଣୁ ପରୀକ୍ଷା ପଦ୍ଧତିକୁ ପୂର୍ବ ବର୍ଷ କରିବାକୁ ନେଇ ଦାବି କରିଥିଲେ କିଛି ଛାତ୍ରଛାତ୍ରୀ  । କିନ୍ତୁ ଆଜି ତାହାର ବିପରୀତ ପରିସ୍ଥିତି ଦେଖିବାକୁ ମିଳିଥିଲା  । ପରୀକ୍ଷା କରିବା ଦାବିରେ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ  ।  ସିଲାବସ ଅନୁଯାଇ ପରୀକ୍ଷା ପାଇଁ ପାଠପଢା ଶେଷ ହୋଇଛି। ବୋର୍ଡ଼ ପରୀକ୍ଷା ପାଇଁ ସେମାନେ ପ୍ରସ୍ତୁତ ଥିବା କହିଛନ୍ତି ।

୪୦ କୋଟିର ସୁନା ଓ ହୀରା ମିଶ୍ରିତ ଗାଉନ ପିନ୍ଧି ଜଲୱା ଦେଖାଇଲେ ଉର୍ବସୀ

ବଲିଉଡ୍‌ର ସୁନ୍ଦରୀ ତଥା ଷ୍ଟାଇଲିସ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା । ଇଣ୍ଡଷ୍ଟ୍ରୀରେ ତାଙ୍କ ବୋଲ୍ଡନେସ୍‌ କୁ ନେଇ ସବୁବେଳେ ଚର୍ଚ୍ଚା । ତାଙ୍କ ଡ୍ରେସ୍‌ ତାଙ୍କ ଷ୍ଟାଇଲ୍‌କୁ ନେଇ ସବୁ ବେଳେ ସେ ଆଗରେ ରୁହନ୍ତି । ନିକଟରେ ସେ ମିସ୍ ୟୁନିଭର୍ସ ୨୦୨୨ରେ ବିଚାରପତି ଭାବରେ ଯୋଗ ଦେଇ ଭାରତର ନାମକୁ ଖ୍ୟାତି ଅର୍ଜନ କରିଥିଲେ । ପୂର୍ବରୁ ମିସ୍‌ ୟୁନିଭର୍ସ ହୋଇଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ବିଶ୍ୱରେ ପୁଣି ଜଲ୍‌ଓ୍ବା ଦେଖାଇଛନ୍ତି। ତାହା ପୁଣି ଏଭଳି ଏକ ଡ୍ରେସ୍‌ ପିନ୍ଧିଛନ୍ତି ଯାହା ଲକ୍ଷ ଲକ୍ଷ ଟଙ୍କା ନୁହେଁ ବରଂ କୋଟି କୋଟି ମୂଲ୍ୟ ରହିଛି ।

ଉର୍ବଶୀ ରୌତେଲା ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଉର୍ବଶୀ ଏକ ଦାମୀ ଗାଉନ୍‌ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଫ୍ୟାଶନରେ ଉର୍ବଶୀ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ଫ୍ୟାଶନ ଉଇକ୍‌ରେ ସେ ସବୁଠୁ ଦାମୀ ଗାଉନ୍‌ ପିନ୍ଧିଥିଲେ। ଯାହାର ଦାମ୍‌ ୪୦ କୋଟିରୁ ଅଧିକ। ଏହି ଗାଉନ୍‌ ପିନ୍ଧି ଉର୍ବଶୀ କୌଣସି ମହାରାଣୀଙ୍କଠୁ କମ୍‌ ଲାଗୁ ନ ଥିଲେ ।

ଏହି ୪୦ କୋଟିର ଗାଉନ୍‌ କ୍ଲିୟୋପେଟ୍ରା ରିୟଲ ଗୋଲ୍ଡ ଆଣ୍ଡ୍‌ ଡାଏମଣ୍ଡ ଆଉଟ୍‌ଫିଟ୍‌ରେ ପ୍ରସ୍ତୁତ । ଉର୍ବଶୀଙ୍କ ଏହି ଲୁକ୍‌ ଦେଖିବାକୁ ବେଶ୍‌ ଆକର୍ଷଣୀୟା ଲାଗୁଛି । ଏହି ଗାଉନ୍‌କୁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ଫେର୍‌ନେ ଓ୍ବାନ୍‌ ଆମଣ୍ଟୋ ଡିଜାଇନ କରିଛନ୍ତି। ଆମଣ୍ଟୋ ଅନ୍ତର୍ଜାତୀୟ ଷ୍ଟାରମାନଙ୍କ ଡ୍ରେସ୍‌ର ମଧ୍ୟ ଡିଜାଇନ କରିଥାନ୍ତି।

ନିଳାଚଳ ଇସ୍ପାତକୁ ନେଲା TATA, ୧୨ ହଜାର ୧୦୦ କୋଟିରେ କିଣିଲା ବିଡିଂ

ଭୁବନେଶ୍ୱର: ନିଳାଚଳ ଇସ୍ପାତ ନିଗମ ଲିମିଟେଡକୁ କିଣିବ ଟାଟା । ୧୨ ହଜାର ୧୦୦ କୋଟି ଟଙ୍କାରେ କିଣିବ ଟାଟା କମ୍ପାନୀ। ଏବେ ଯାଜପୁର ସ୍ଥିତ ନିଳାଚଳ ଇସ୍ତାତ ଟାଟା ଅଧିନକୁ ଯିବା ପକ୍କା ହୋଇସାରିଛି । ଟାଟାର ସର୍ବାଧିକ ବିଡିଂକୁ ଗ୍ରହଣ କରିଛି କ୍ୟାବିନେଟ କମିଟି । କ୍ୟାବିନେଟର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କମିଟି ନେଇଛି ଏହି ନିଷ୍ପତ୍ତି। ପ୍ରବଳ କ୍ଷତି ଯୋଗୁଁ ୨୦୨୦ ମାର୍ଚ ୩୦ରୁ ନିଳାଚଳ ଇସ୍ପାତ ନିଗମ ବନ୍ଦ ପଡିଛି । ଫଳରେ ନିଳାଚଳ ଇସ୍ପାତ କାର୍ଯ୍ୟକ୍ଷମ ହେବା ଅନିଶ୍ଚିତତା ଭିତରେ ରହିଥିଲା  ।

ବିଡିଂ ପକ୍ରିୟାରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ବାର, ନଲଓ୍ବା ଷ୍ଟିଲ ଆଣ୍ଡ ପାଓ୍ବାର ଏବଂ ଟିଏସଏଲପି ବିଡିଂ ପ୍ରକ୍ରିୟାରେ ଭାଗ ନେଇଥିଲେ । ନିଳାଚଳ ଇସ୍ପାତ ନିଗମ ଲିମିଟେଡ ଉପରେ ୬ ହଜାର ୬ ଶହ କୋଟିରୁ ଅଧିକ ଟଙ୍କାର ରହିଛି ଆର୍ଥିକ ବୋଝ । ଏହି ବିଡଂ ପକ୍ରିୟାରେ ଟାଟା ୧୨ ହଜାର ୧୦୦ କୋଟି ଟଙ୍କାରେ ନିଳାଚଳ ଇସ୍ପାତ ଲିମିଟେଡକୁ କିଣିବା ନେଇ ସ୍ପଷ୍ଟ ହୋଇଛି  ।

କଶ୍ମୀରକୁ ଭାରତ ହାତକୁ ଟେକିଦେଇଛି ପାକିସ୍ତାନ: ଫଜଲୁର୍ ରହମାନ

ନୂଆଦିଲ୍ଲୀ: ପାକିସ୍ତାନର ମୁଖ୍ୟ ବିରୋଧୀ ଦଳ ପାକିସ୍ତାନ ଡେମୋକ୍ରେଟିକ୍ ମୁମେଣ୍ଟର ( ପିଡିଏମ୍) ପ୍ରମୁଖ ଏବଂ ଜମିୟତ୍ ଉଲେମାର ପ୍ରମୁଖ ମୌଲାନା ଫଜଲୁର ରହମାନ୍ ରବିବାର କହିଛନ୍ତି ଯେ, ନିୟନ୍ତ୍ରଣ ରେଖା ନିକଟରେ କଶ୍ମୀର ଉଭୟ ପକ୍ଷ ଲୋକେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କୁ ଠାରୁ କୌଣସି ଆଶା ନରଖନ୍ତୁ । କଶ୍ମୀର ପ୍ରସଂଗରେ ସେ ଡିଲ୍ କରିଥିବା ଅଭିଯୋଗ କରିଛନ୍ତି ।

ଫଜଲୁଣ ରେହମାନ କହିଛନ୍ତି ଯେ, ଇମ୍ରାନ୍ ଖାନ୍ କଶ୍ମୀରବାସୀଙ୍କ ପାଇଁ କିଛି କରିବେ ନାହିଁ । ଅନ୍ତର୍ଜାତୀୟ ସବୁଦାୟ ଏହା ଉପରେ ଧ୍ୟାନ ଦେବାକୁ କହିଛନ୍ତି । କଶ୍ମୀରରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ଉଠାଇବା ନେଇ ଅପିଲ୍ କରିଛନ୍ତି । ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି ଯେ, ପାକିସ୍ତାନ ନିଜେ କଶ୍ମୀରକୁ ଭାରତକୁ ଦେଇଦେଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ମୁଁ କଶ୍ମୀର ଲୋକଙ୍କୁ ପରାମର୍ଶ ଦେଉଛି ଯେ, ସେମାନେ ପାକିସ୍ତାନ ସରକାରଙ୍କ ଠାରୁ କୌଣସି ଆଶା ନରଖନ୍ତୁ । ଏ ସରକାର କଶ୍ମୀରକୁ ନେଇ ଏକ ଡିଲ୍ କରିଛନ୍ତି । କିନ୍ତୁ ଆମେ ଆପଣଙ୍କୁ ଟାର୍ଗେଟ କରିବୁନାହିଁ । ଆସନ୍ତା ଫେବ୍ରୁଆରୀ ୫ ଅର୍ଥାତ କଶ୍ମୀର ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ । ଏବଂ ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଇବ ।

ସେ ଆହୁରି କହିଛନ୍ତି ଯେ, ଆମେ ମିଳିତ ଜାତିସଂଘ ମାମଲାରେ ହସ୍ତକ୍ଷେପ କରିବାକୁ କହିବୁ । ଆମେ ସାରା ବିଶ୍ୱକୁ ମଧ୍ୟ ଏହି ପ୍ରସଂଗରେ ଧ୍ୟାନ ଦେବାକୁ ଅପିଲ କରୁଛୁ । ଦୁନିଆର ଅନ୍ୟ ଅଞ୍ଚଳର ଲୋକଙ୍କ ଭଳି କଶ୍ମୀରର ଲୋକେ ମଧ୍ୟ ମଣିଷ । ଏଣୁ ସେମାନଙ୍କ ସମସ୍ୟ ପ୍ରତି ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।