spot_img
Home Blog Page 464

ମାଫିଆଙ୍କ କବଜାରେ ମହାଭାରତର ‘ରାଜା ଶାନ୍ତନୁ’ ଜମି…

ନନ୍ଦିଘୋଷ ବ୍ୟୁରୋ :  ମହାଭାରତରେ ରାଜା ଶାନ୍ତନୁ ଭୂମିକାରେ ଅଭିନୟ କରୁଥିବା ପବନ ଶୁକ୍ଲାଙ୍କ ଜମି ମାଫିଆଙ୍କ କବଜାରେ ରହିଛି । କାନପୁରେ ଥିବା ତାଙ୍କ ଜମିକୁ ମାଫିଆ କବଜା କରି ନେଇଛନ୍ତି । ଅଭିଯୋଗ କରିବା ପାଇଁ ପବନ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ପହଞ୍ଚିଛନ୍ତି । ଡିଏମ୍ ମଧ୍ୟ ତାଙ୍କ ଅଭିଯୋଗ ଶୁଣି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପବନ ଶୁକ୍ଲା କାନପୁର ନିବାସୀ ଅଟନ୍ତି ।

ଲୋକପ୍ରିୟ ଧାର୍ମିକ ଧାରାବାହିକ ମହାଭାରତରେ ମହାରାଜା ଶାନ୍ତନୁଙ୍କ ଭୂମିକାରେ ଅଭିନୟ କରି ସେ ବହୁତ ପ୍ରସିଦ୍ଧ ହୋଇଥିଲେ। ଗୁରୁବାର ଦିନ, ଅଭିନେତା ପବନ ଶୁକ୍ଲା ତାଙ୍କ ଭାଇ ସଞ୍ଜୟ ଶୁକ୍ଲାଙ୍କ ସହିତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟର ଜନତା ଦରବାରରେ ପହଞ୍ଚିଥିଲେ। ଏଥର ପବନ କୌଣସି ଭୂମିକା ପାଇଁ ନୁହେଁ, ବରଂ ତାଙ୍କ ପୈତୃକ ଜମିର ଅବୈଧ ଦଖଲ ବିଷୟରେ ଅଭିଯୋଗ ନେଇ ଡିଏମଙ୍କ ନିକଟକୁ ଯାଇଥିଲେ ।

ମହାଭାରତରେ ରାଜା ଶାନ୍ତନୁ ଭୂମିକାରେ ଅଭିନୟ କରିଥିବା ପବନ ଡିଏମ୍ ଜିତେନ୍ଦ୍ର ପ୍ରତାପ ସିଂହଙ୍କୁ କହିଥିଲେ ଯେ ତାଙ୍କ ପିତା ସ୍ୱର୍ଗତ ଶ୍ୟାମ ନାରାୟଣ ଶୁକ୍ଳା ଉର୍ସୁଲା ହସ୍ପିଟାଲରେ ଜଣେ ସର୍ଜନ ଥିଲେ। ସେ ୧୯୬୯ ମସିହାରେ ଦହେଲି ସୁଜାନପୁର ଅଞ୍ଚଳରେ ଏକ ଜମି କିଣିଥିଲେ। ସେ ଏଥିରେ ଗରିବ ଲୋକଙ୍କ ପାଇଁ ଏକ ହସ୍ପିଟାଲ ନିର୍ମାଣ କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କର ଅକାଳ ମୃତ୍ୟୁ ଯୋଗୁଁ ଏହି ସ୍ୱପ୍ନ ଅଧୁରା ରହିଗଲା। ଏବେ ସେ ଏବଂ ତାଙ୍କ ଭାଇ ସଞ୍ଜୟ କୁମାର ସମାନ ଉଦ୍ଦେଶ୍ୟ ପୂରଣ କରିବାକୁ ଚାହୁଁଛନ୍ତି।

ପବନ କହିଛନ୍ତି ଯେ ଦୀର୍ଘ ସମୟ ଧରି ମୁମ୍ବାଇରେ ରହିବା ଯୋଗୁଁ ସେ କେବଳ ସମୟ ସମୟରେ ଏହି ଭୂମିକୁ ଦେଖିବା ପାଇଁ ଆସୁଥିଲେ । ଏବେ ଯେତେବେଳେ ସେ ଏଠାକୁ ଆସିଥିଲେ, କିଛି ଲୋକ ତାଙ୍କୁ ନିର୍ମାଣ କାର୍ଯ୍ୟ କରିବାର ଦେଖି ସେମାନଙ୍କୁ ବାରଣ କରିଥିଲେ। ପବନ କହିଛନ୍ତି ଏହା ତାଙ୍କ ପାଇଁ ବହୁତ ଯନ୍ତ୍ରଣାଦାୟକ । କାରଣ ସେ ତାଙ୍କ ପିତାଙ୍କ ସ୍ମୃତିରେ ଗରିବଙ୍କ ପାଇଁ କିଛି କରିବାକୁ ଚାହାଁନ୍ତି । କିଛି ଲୋକ ଏହାକୁ ମଧ୍ୟ ବିରୋଧ କରୁଛନ୍ତି।

ପରଦାରେ ରାଜକୀୟ ଚରିତ୍ରରେ ଅଭିନୟ କରୁଥିବା ପବନ ଶୁକ୍ଳାଙ୍କୁ ଜଣେ ସାଧାରଣ ନାଗରିକ ପରି ନିବେଦନ କରୁଥିବାର ଦେଖାଯାଇଥିଲା। ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କ କଥା ଶୁଣିବା ପରେ ଉପଜିଲ୍ଲାପାଳଙ୍କୁ ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍ ଜିତେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ଏସଡିଏମଙ୍କୁ ମାମଲାର ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସରେ ଚାଞ୍ଚଲ୍ୟ, କନ୍ୟା ସନ୍ତାନ ଜନ୍ମ ଦେଲେ ଯୁକ୍ତତିନି ଛାତ୍ରୀ

ବଲାଙ୍ଗୀର : ରାଜ୍ୟରେ ଛାତ୍ରୀ ସୁରକ୍ଷା ନେଇ ସରକାର ଚିନ୍ତାରେ ଥିବାବେଳେ ପୁଣି ଅଭାବନୀୟ ଘଟଣା ବଲାଙ୍ଗୀରରେ ଘଟିଛି । ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସର ଅନ୍ତେବାସୀ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ମାଆ ହୋଇଛନ୍ତି ଯୁକ୍ତ ତିନି ବର୍ଷର ଛାତ୍ରୀ । ଗତକାଲି ରାତିରେ ଜନନୀ ଯନ୍ତ୍ର୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ବଲାଙ୍ଗୀର ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି କରିଥିଲେ । ମେଡିକାଲରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଛାତ୍ରୀ ଜଣଙ୍କ । ଏହାକୁ ନେଇ ବଲାଙ୍ଗୀରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୁରୁଷ ବନ୍ଧୁ ଗର୍ଭବତୀ କରିଥିବା ନେଇ ଛାତ୍ରୀ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିବା ଜଣାପଡିଛି । ଘଟଣାର ଖବର ପାଇ ଛାତ୍ରୀର ପରିବାର ଲୋକେ ବଲାଙ୍ଗୀର ମେଡିକାଲରେ ପହଂଚିଛନ୍ତି ।  ଗର୍ଭବତୀ ଅବସ୍ଥାରେ ଛାତ୍ରୀ ନିବାସରେ ରହୁଥିଲେ ଛାତ୍ରୀ । କେମିତି ହଷ୍ଟେଲ ୱାର୍ଡେନ ଜାଣି ପାରିଲେ ନାହିଁ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୋଟିଏ ଟିମ ଗଠନ କରି ତଦନ୍ତ ଚଳାଇଥିବା ନେଇ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି । ଏହି ଘଟଣା ପରେ ହଷ୍ଟେଲରେ ଛାତ୍ରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜୁ ଛାତ୍ର ଜନତାଦଳର ସଭାପତି ସୁମନ ନନ୍ଦ । ହଷ୍ଟେଲରେ ଛାତ୍ରୀ ୯ ମାସର ଗର୍ଭବତୀ ଥିଲେ କିନ୍ତୁ କେମିତି କେହି ଜାଣିପାରିଲେ ନାହିଁ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି ।

୮ଟି ମାମଲାରେ ଇମ୍ରାନ ଖାନଙ୍କୁ ମିଳିଲା ଜାମିନ୍

ନନ୍ଦିଘୋଷ ବ୍ୟୁରୋ ; ପାକିସ୍ତାନ ସୁପ୍ରିମକୋର୍ଟରୁ ଇମ୍ରାନ ଖାନଙ୍କୁ ଜାମିନ ମିଳିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ୮ଟି ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଗୁରୁବାର ଦିନ କୋର୍ଟ ଶୁଣାଣି କରି କହିଛନ୍ତି ଇମ୍ରାନଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ । ତାଙ୍କ ବିରୋଧରେ ପୂର୍ବରୁ ମାମଲା ରହିଛି । ତେଣୁ ତାଙ୍କୁ ଜାମିନ ମିଳିବା ଉଚିତ  ।

ଇମ୍ରାନଙ୍କ ଏହି ଜାମିନ ୯ ମଇ ମାମଲାରେ ମିଳିଛି । ୯ ମଇ ୨୦୨୩ ମସିହାରେ ଇମ୍ରାନଙ୍କ ସମର୍ଥକ କିଛି ଅଞ୍ଚଳରେ ସେନା ବିରୋଧରେ ମୋର୍ଚ୍ଚା କରିଥିଲେ । ଏହି ମୋର୍ଚ୍ଚା ଯୋଗୁଁ ପାକିସ୍ତାନ ସେନାର ବହୁ କ୍ଷତି ହୋଇଥିଲା । ପ୍ରଥମ ଥର ପାଇଁ ପାକିସ୍ତାନ ସେନା ବିରୁଦ୍ଧରେ ଏପରି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ପାକିସ୍ତାନ ସୁପ୍ରିମକୋର୍ଟ ଜାମିନ ପ୍ରଦାନ ସମୟରେ ସରକାର ଓ ସେନା ଉପରେ ବ୍ୟଙ୍ଗାତ୍ମକ ଟିପ୍ପଣୀ ଦେଇଛନ୍ତି । କାରଣ ସରକାରୀ ଓକିଲ ଜାମିନକୁ ବିରୁଦ୍ଧ କରୁଥିଲେ । ଏହି ସମୟରେ କୋର୍ଟ ଯୋଗ୍ୟତା ଊପରେ କିଛି ଟିପ୍ପଣୀ ଦେବେ ନାହିଁ ବୋଲି କହିଛନ୍ତି । ଇମ୍ରାନଙ୍କୁ ଜାମିନ ମିଳିବା ଦରକାର । ସେ ଏହାର ହକଦାର ଅଟନ୍ତି ।

ଇମ୍ରାନଙ୍କୁ ୯ ମଇ ମାମଲରେ ଜାମିନ ମିଳିଥିବା ବେଳେ ଅନ୍ୟ ମାମଲାରେ ତାଙ୍କୁ ସଜା ବି ମିଳିଛି । ଯାହାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟ ଯାଇଛନ୍ତି । ୯ ମଇ ମାମଲାକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା । କାରଣ ଏହା ପାକିସ୍ତାନ ସେନା ସହିତ ଯୋଡି ହୋଇ ରହିଥିଲା । ଆଜି ଯେମିତି ସୁପ୍ରିମେକାର୍ଟ ଇମ୍ରାନଙ୍କୁ ଜାମିନ ଦେଇଛନ୍ତି । କୁହାଯାଉଛି ବହୁତ ଶୀଘ୍ର ଇମ୍ରାନ ଜେଲରୁ ମୁକୁଳିବେ । ଇମ୍ରାନ ଖାନ ଦୁଇ ବର୍ଷ ହେଲା ଜେଲରେ ଅଛନ୍ତି ।

ବିଭିନ୍ନ ସମସ୍ୟା ନେଇ ଆସନ୍ତାକାଲି ରେଢାଖୋଲ ବନ୍ଦ ଡାକରା ଦେଇଛି ବିଜେଡି

ରେଢାଖୋଲ : ଆସନ୍ତାକାଲି ରେଢାଖୋଲ ବନ୍ଦ ଡାକରା। ରେଢାଖୋଲର ବିଭିନ୍ନ ସମସ୍ଯା ନେଇ ବନ୍ଦ ଡାକରା ଦେଇଛି ରେଢାଖୋଲ ବିଜେଡି। ସମ୍ବଲପୁର-କଟକ ୫୫ ନମ୍ବର ଏନଏଚ ୨୦୧୭ରୁ ଆରମ୍ଭ ହୋଇଥିବାବେଳେ ସରିବାର ନାଁ ଧରୁନାହିଁ।ରେଢ଼ାଖୋଲ ସହର ଦେଇ ଯାଇଥିବା NH-55ର ୬ କିଲୋମିଟର ରାସ୍ତା ସମ୍ପ୍ରସାରଣ ହେବ ନା  ବାଇପାସ୍ ହେବ ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସହର ଭିତରେ ପ୍ରତ୍ୟେକ ଦିନ ଶହ ଶହ ପାଉଁଶ ବୋଝେଇ ଟ୍ରକ ଯାଆସ କରୁଛି। ଧୂଆଁ ଧୂଳିରେ ପରିବେଶ ପ୍ରଦୂଷଣ ହୋଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଯେଉଁ  ସ୍ଥାନରେ କାମ ଚାଲିଛି ସେ ସ୍ଥାନରେ ପାଣି ପକାଉ ନଥିବାରୁ ଧୂଳିଧୁଆଁରେ ରାସ୍ତା ପରିପୂର୍ଣ ହୋଇ ଯିବା ଆସିବା ବହୁତ କଷ୍ଟକର ହେଉଛି।ରେଢ଼ାଖୋଲରୁ ୨୦କିମି ଭିତରେ ଟୋଲଗେଟ ସମ୍ପୂର୍ଣ୍ଣ ଟିକସ ମୁକ୍ତ କରିବାକୁ ଦାବି ହୋଇଛି।  ହାତୀ କରିଡର ଗୁଡିକରେ ଗ୍ରାମ ଗୁଡିକୁ ରାସ୍ତା  ନିର୍ମାଣ କରାଯିବା ସହିତ ବିଭିନ୍ନ ଦାବି ନେଇ ନେଇ ଆଗାମୀ ଅଗଷ୍ଟ ୨୨ ତାରିଖରେ ରେଢ଼ାଖୋଲ ବନ୍ଦ ଡାକରା ଦେଇଛି ରେଢ଼ାଖୋଲ ବିଜେଡି।ଏହି ବନ୍ଦ ଡାକରାରେ ଜରୁରୀକାଳୀନ ସେବାକୁ ଛାଡି ଦେଲେ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ରେଢ଼ାଖୋଲ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ଯ ପ୍ରେସମିଟ କରି ସୂଚନା ଦେଇଛନ୍ତି।

OTET ପ୍ରଶ୍ନପତ୍ର ଲିକ୍ ଘଟଣା, ୨ ଅଭିଯୁକଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

କଟକ : ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ରାମଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଷୋୟୀଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ପୂରା ଘଟଣା କେମିତି ଘଟାଇଥିଲେ, କାହାଠାରୁ ପ୍ରଶ୍ନପତ୍ର ଆସିଥିଲା ଏବଂ ଅନ୍ୟ କାହାକୁ ସବୁ ଏହି ପ୍ରଶ୍ନପତ୍ର ଦେଇଥିଲେ। ଏ ସଂପର୍କରେ ପଚରାଉଚରା କରିପାରେ କ୍ରାଇମବ୍ରାଞ୍ଚ। ପୂର୍ବରୁ ଅଗଷ୍ଟ ୧୧ ଓ ୧୨ ତାରିଖ ଦୁଇଦିନ ଧରି ବୋର୍ଡ ଡାଟା ଏଣ୍ଟ୍ରି ଅପରେଟର ଜୀତନ ମହାରଣା ଓ ବିଜୟ ମିଶ୍ରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିସାରିଛି କ୍ରାଇମବ୍ରାଞ୍ଚ। ଘଟଣାରେ ମୋଟ ୮ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି। ନିର୍ଦ୍ଧାରିତ ସମୟ ସୀମାରେ ଶେଷ ହୋଇଛି ଅଧିବେଶନ। ଗତ ଜୁଲାଇ ୨୧ରୁ ଆରମ୍ଭ ହୋଇଥିଲା ଅଧିବେଶନ। ଏହା ସହ ଆଜି ରାଜ୍ୟସଭାରେ ଗୃ଼ହିତ ହୋଇଛି ଅନଲାଇନ ଗେମିଂ ବିଲ। ଗତକାଲି ଲୋକସଭାରେ ଗୃହିତ ହୋଇଥିଲା ବିଲ୍। ଚଳିତ ଅଧିବେଶନରେ ବିହାର ଏସଆଇଆର ପ୍ରସଙ୍ଗରେ ଗୃହ ହୋଇଥିଲା ବାରମ୍ବାର ମୁଲତବି। ଏହି ଅଧିବେଶନ କାଳରେ ଲୋକସଭାରେ ଗୃହିତ ହୋଇଥିଲା ୧୨ଟି ବିଲ୍। ଏହା ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହୋଇଥିଲା ଆଲୋଚନା। ଅଧିବେଶନ କାଳରେ ଅପରେସନ ସିନ୍ଦୂର ପ୍ରସଙ୍ଗରେ ହୋଇଥିଲା ଘମାଘୋଟ ଆଲୋଚନା। ସେହିପରି ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ନେଇ ବି ଗୃହରେ ଦେଖାଦେଇଥିଲା ଅଚଳାବସ୍ଥା। ବିହାର ଏସଆଇଆର ପ୍ରସଙ୍ଗରେ ଲଗାତାର ଗୃହରେ ସୃଷ୍ଟି ହୋଇଥିଲା ଝଡ଼। ଏସଆଇଆର ପ୍ରସଙ୍ଗରେ ଗୃହ ବାରମ୍ବାର ହୋଇଥିଲା ମୁଲତବି। ଗତ ଜୁଲାଇ ୨୧ରୁ ଆରମ୍ଭ ହୋଇଥିଲା ଅଧିବେଶନ। ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗୃହରେ ଆଗତ କରିଥିଲେ କେତେକ ଗୁରୁତ୍ବପୂର୍ଣ୍ଣ ବିଲ୍। ସେଥିରେ ଥିଲା ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ୨୦୨୫, କେନ୍ଦ୍ର ଶାସିତ ଅଞ୍ଚଳ ସରକାର ବିଲ୍ ୨୦୨୫ ଓ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ।

ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର :  ଆସନ୍ତା ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୨୫ ତାରିଖ ଯାଏ ଚାଲିବ ଅଧିବେଶନ। ମୌସୁମୀ ଅଧିବେଶନ ନେଇ  ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଧାରଣତଃ ଜୁଲାଇ ଦ୍ବିତୀୟ ସପ୍ତାହରୁ ଅଗଷ୍ଟ ଦ୍ବିତୀୟ ସପ୍ତାହ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ବସି ଶେଷ ହୋଇଥାଏ । ହେଲେ ଏଥର ବିଳମ୍ବରେ ମୌସୁମୀ ଅଧିବେଶନ ବସିବାକୁ ଯାଉଛି । ଏଥର ଏହା ସ୍ବଳ୍ପ ସମୟ ପାଇଁ ବସିବାକୁ ଯାଉଥିବାବେଳେ ଗୃହ ବେଶ ସରଗରମ ରହିବ ।

ଭାରତକୁ ଆସିବା ପରେ ଅଭିଜ୍ଞତା ବଖାଣିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା

ନନ୍ଦିଘୋଷ ବ୍ୟୁରୋ: ଭାରତକୁ ଆସିବା ପରେ ଅଭିଜ୍ଞତା ବଖାଣିଛନ୍ତି ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଆଇଏସଏସ ଯାଇ ଭାରତ ଲାଗି ଗୌରବ ସାଉଁଟିଥିଲେ ଶୁଭାଂଶୁ। ସେ କହିଛନ୍ତି ଆଜି ବି ମହାକାଶରୁ ଭାରତ ଅତି ସୁନ୍ଦର ଦେଖାଯାଉଛି। ଭାରତର ଗଗନଯାନ ମିଶନ ଲାଗି ସେ ସହାୟକ ହେବେ ବୋଲି କହିଛନ୍ତି। ଆଜି ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ନିଜ ଅନୁଭୂତି ବଖାଣିଥିଲେ। ଗତ ଜୁନ ୨୫ରେ ସେ ମହାକାଶକୁ ଯାଇଥିବାବେଳେ ଗତ ଜୁଲାଇ ୧୫ ତାରିଖରେ କାଲିଫର୍ଣ୍ଣିଆରେ ଅବତରଣ କରିଥିଲେ। ଆଇଏସଏସରେ ୧୮ ଦିନ ରହିବା ପରେ ସେ ଗତ ଜୁଲାଇରେ ପୃଥିବୀକୁ ଫେରିଥିଲେ। ଭାରତ ଲାଗି ଉଦ୍ଦିଷ୍ଟ ୭ଟି ଗବେଷଣା ସହ ସେ ଅନ୍ୟାନ୍ୟ ଗବେଷା କରିଥିଲେ। ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଦ୍ଵିତୀୟ ଭାରତୀୟ ଭାବେ ସୃଷ୍ଟି କରିଛନ୍ତି ଇତିହାସ।

ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ନାମାଙ୍କନ

ନନ୍ଦିଘୋଷ ବ୍ୟୁରୋ: ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ନାମାଙ୍କନ। ଉପରାଷ୍ଟ୍ରପତି ପଦ ଲାଗି ନାମାଙ୍କନ ଭରିଲେ ବି. ସୁଦର୍ଶନ ରେଡ୍ଡୀ। ନାମାଙ୍କନ ବେଳେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସୋନିଆ ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ବାଲକ୍ରିଷ୍ଣ ସୁଦର୍ଶନ ରେଡ୍ଡୀଙ୍କ ଜନ୍ମ ୮ ଜୁଲାଇ ୧୯୪୬ରେ । ଆନ୍ଧ୍ରପ୍ରଦେଶର ରଙ୍ଗାରେଡ୍ଡୀ ଜିଲ୍ଲା ଅକୁଲା ମିଲାରାମ ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା। ଓସମାନିଆ ୟୁନିଭର୍ସିଟିରୁ ଆଇନ ଶିକ୍ଷା ଲାଭ କରିଛନ୍ତି ସୁଦର୍ଶନ। ଆନ୍ଧ୍ରପ୍ରଦେଶ ହାଇକୋର୍ଟ ବାର୍ ଆସୋସିଏସନର ସଭାପତି। ୨ ମେ ୧୯୯୨ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ। ୨୦୦୫ରେ ଗୁଆହାଟି ହାଇକୋର୍ଟର ମୁଖ୍ୟବିଚାରପତି ହୋଇଥିଲେ। ପରେ ୨୦୦୭ରୁ ୨୦୧୧ ଥିଲେ ସୁପ୍ରିମକୋର୍ଟ ବିଚାରପତି। ସାମାଜିକ ଓ ରାଜନୈତିକ ନ୍ୟାୟ କ୍ଷେତ୍ରରେ ସମ୍ମାନ ସାଉଁଟିଛନ୍ତି ସୁଦର୍ଶନ।.

ସାନଖେମୁଣ୍ଡିରେ ଲଜ୍ଜା, ଜଣେ ଯୁବତୀଙ୍କୁ ୨ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଲଜ୍ଜା । ଜଣେ ଯୁବତୀଙ୍କୁ ୨ ଜଣ ଯୁବକ ଦୁଷ୍କର୍ମ କରି କୋର୍ଟ ଚାଲାଣ ହୋଇଛନ୍ତି । ଯୁବତୀଙ୍କୁ ଦୁଇ ସାଙ୍ଗ ବିବାହ ଏବଂ ଚାକିରି କରାଇ ଦେବା କହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ୨ ଯୁବକଙ୍କୁ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦ୍ବୟ ହେଲେ ଶେରଗଡ଼ ଥାନା ଅଞ୍ଚଳର ବସନ୍ତ ଦାସ ଓ ଶଙ୍କର ପ୍ରଧାନ ।