spot_img
Home Blog Page 4646

ସଇତାନ୍ ସାଜିଲା ପୁଅ, ସମ୍ପତ୍ତି ପାଇଁ ମାଆକୁ କଟୁରୀରେ ହାଣିଲା

କଟକ: ସମ୍ପତ୍ତି ପାଇଁ ପୁଅ ସାଜିଲା ସଇତାନ୍ । ଜମିବାଡ଼ି ବିବାଦରୁ ବୃଦ୍ଧା ମାଆକୁ କଟୁରୀରେ ହାଣି ମାରିଦେଲା ପୁଅ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଶ୍ରୀବିହାର କଲୋନୀରେ । ମୃତକ ହେଲେ ଶ୍ରୀବିହାର କଲୋନୀର ପରେଶ କୁମାରୀ ଦେବୀ । ସେ କନିକା ରାଜାଙ୍କ ନାତୁଣି ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ପୁଅ ଗୋପାଳ ସିଂହଦେଓକୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୂର୍ବରୁ ଅନେକଥର ମାଆକୁ ମାରିଦେବାକୁ ଧମକ ଦେଉଥିଲା ପୁଅ । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ଗୋପାଳଙ୍କୁ ତାଗିଦ କରି ଛାଡ଼ିଦେଇଥିଲା ପୋଲିସ ।

ଅନ୍ୟପକ୍ଷରେ ମାଆଙ୍କ ହତ୍ୟା ପରେ ପ୍ରତିକ୍ରିୟା ରଖିଛନ୍ତି ଝିଅ । ଭାଇ ଗୋପାଳ ପାରିବାରିକ ଜୀବନକୁ ନେଇ ଅସ୍ଥିର ଥିଲା । ସେ ଅନେକ ସମୟରେ ମାନସିକ ଚାପରେ ରହୁଥିଲା । ଏହାଦ୍ବାରା ମାଆକୁ ମାଡ ମାରିଥିବା ଝିଅ କହିଛନ୍ତି । ଏଣୁ ମାଆ ଅନେକ ସମୟରେ ଝିଅକୁ ପାଖରେ ରହିବାକୁ ବାଧ୍ୟ କରୁଥିଲେ । କିନ୍ତୁ ଆଜି ସକାଳେ ଗୋପାଳ ମାଆଙ୍କୁ ଆକ୍ରମଣ କରିବାବେଳେ ମଧ୍ୟ ଝିଅ ସେହି ଘରେ ରହିଥିଲେ । ମାଆଙ୍କୁ ହତ୍ୟା ପରେ ପୋଲିସକୁ ସୂଚନା ଦେଇଥିଲେ ଝିଅ ।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ୭୩ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଆଜି ସାରା ଦେଶରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ପାଳିତ ହୋଇଛି ୭୩ତମ ସାଧାରଣତନ୍ତ୍ର ଦିବସ । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ପତାକା ଉତ୍ତୋଳନ କରିଥିଲେ । ଏହି ସମୟରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ଏହା ସହିତ ଦଳର ବିଧାୟକ, ବରିଷ୍ଠ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ ।

https://youtu.be/flKNyhTtByk

ନନ୍ଦିଘୋଷ ଟିଭି କାର୍ଯ୍ୟାଳୟରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର: ନନ୍ଦିଘୋଷ ଟିଭି କାର୍ଯ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ନନ୍ଦିଘୋଷ ଟିଭିର  ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର ପତାକା ଉତ୍ତୋଳନ କରିଥିଲେ । ନନ୍ଦିଘୋଷ ଟିଭିର ସିଇଓ ଜବର ସିଂ ପନଓ୍ୱାର, ଦୈନିକ ଖବରକାଗଜ ସକାଳର ପ୍ରକାଶକ ଅମିତ ମଲ୍ଲିକଙ୍କ ସମେତ ଅନେକ ବ୍ୟକ୍ତିବିଶେଷ ଓ ନନ୍ଦିଘୋଷ ଟିଭିର କର୍ମଚାରୀ ଉତ୍ସବରେ ସାମିଲ ହୋଇଥିଲେ । ଏହି ଅବସରରେ ସମ୍ବିଧାନର ସୁରକ୍ଷା ପାଇଁ ମତ ରଖିଥିଲେ ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର । ଆମକୁ ସମ୍ବିଧାନ ମୌଳିକ ଅଧିକାର ଦେଇଛି । ଏହା ସହିତ ଆମ ସମସ୍ତଙ୍କର ମୌଳିକ କର୍ତ୍ତବ୍ୟ ମଧ୍ୟ ରହିଛି । ଏ ଦୁଇଟିକୁ ଯେପରି ପାଳନ କରାଯିବ ସେନେଇ ଗୁରୁତ୍ୱ ଦେବାକୁ ସେ ମତ ରଖିଥିଲେ ।

କଟକରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

କଟକ: ଆଜି ସାରା ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । କଟକ ବାରବାଟୀ ଷ୍ଟାଡିୟମ ପରିସରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ସମ୍ବିଧାନ ପ୍ରଣେତାଙ୍କୁ ସ୍ମରଣ କରିବା ସହିତ ସମ୍ବିଧାନକୁ ସମ୍ମାନ ଜଣାଇବାକୁ ମତ ରଖିଥିଲେ ମନ୍ତ୍ରୀ । ବିଗତ ୨ ବର୍ଷ ହେବ କରୋନା ସହିତ ସମସ୍ତେ ଲଢେଇ କରୁଛୁ । ଜନସାଧାରଣଙ୍କ ସହଯୋଗରେ ରାଜ୍ୟରେ କରୋନାର ସ୍ଥିତି ଏବେ ଭଲରେ ରହିଛି । ସାଧାରଣତନ୍ତ୍ର ଦିବସ ଅବସରରେ ୩୨ ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ସମେତ ଡିସିପି ପ୍ରତୀକ ସିଂହ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଦିଲ୍ଲୀରେ ପାଳନ ହେଲା ୭୩ତମ ସାଧାରଣତନ୍ତ୍ର ଦିବସ, ରାଷ୍ଟ୍ରପତି କଲେ ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ସାରା ଦେଶରେ ପାଳିତ ହେଉଛି ସାଧାରଣତନ୍ତ୍ର ଦିବସ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଧୁମଧାମରେ ପାଳନ ହୋଇଛି ୭୩ତମ ଜନରାଜ୍ୟ ଦିବସ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହୋଇଛି ଦେଶର ସୌର୍ଯ୍ୟ । ପ୍ରଥମ ଥର ଫ୍ଲାଇ ପାଷ୍ଟ କରିଛନ୍ତି ବାୟୁସେନାର ୭୫ଟି ବିମାନ । ଏତେ ସଂଖ୍ୟକ ଯୁଦ୍ଧବିମାନ ରାଜଧାନୀ ଆକାଶରେ ଫ୍ଲାଇ ପାଷ୍ଟ କରିବାର ଦୃଶ୍ୟ ଦେଖିଛନ୍ତି ଦେଶବାସୀ । ଏଥିସହ ରାଜପଥରେ ପ୍ରଦର୍ଶିତ ହୋଇଛି ୭୫ ମିଟର ଦୀର୍ଘ ୧୦ ସ୍କ୍ରଲ ।

ଏହି କାର୍ଯ୍ୟକ୍ରମରେ ଆଜାଦୀ କା ଅମୃତ ମହୋତ୍ସବ ଅଂଶ ଭାବେ ୭୫ଟି ବାୟୁସେନା ବିମାନ ଫ୍ଲାଇପାଷ୍ଟ କରିଛନ୍ତି । ଫ୍ଲାଇପାଷ୍ଟରେ ରାଫେଲ, ସୁଖୋଇ, ଜାଗୁଆର, ଏମଆଇ-୧୭, ସାରଙ୍ଗ, ଆପାଚି, ଡାକୋଟା ଭଳି ପୁରୁଣା ଓ ଅତ୍ୟାଧୁନିକ ବିମାନ ସେମାନଙ୍କ ଦମ୍ ଦେଖାଇଛନ୍ତି । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା । ଏହାସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଯାହାକୁ ଭାରତବର୍ଷ ସାଧାରଣତନ୍ତ୍ର ଦିବସ ଭାବେ ଏହି ଦିନକୁ ପାଳନ କରିଆସୁଛି ।

କରୋନାର କେବେ ବି ଅନ୍ତ ହେବ ନାହିଁ, ଭାଇରସର ଗୋଟିଏ ପରେ ଗୋଟି ଭାରିଆଣ୍ଟ ଆସିବ: ବିଜୟ ମହାପାତ୍ର

ଭୁବନେଶ୍ୱର: ସାରା ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । କିଛି ଦିନ ଧରି ୧୦ ହଜାର ଉପରେ ସଂକ୍ରମଣ ରହିବା ପରେ ଏବେ ୧୦ ହଜାର ତଳେ ଦୈନିକ ସଂକ୍ରମଣ । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବିଜୟ ମହାପାତ୍ର କହିଛନ୍ତି କି କୋଭିଡ-୧୯ର କେବେ ବି ଅନ୍ତ ହେବ ନାହିଁ । ଭାଇରସର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଆସିବ । କାରଣ ଭାଇରସ ତା’ର ଚରିତ୍ର ବଦଳାଇ ଥାଏ । ଆଲଫା ପରେ ଡେଲଟା ଓ ତା’ର ସବ-ଭ୍ୟାରିଏଣ୍ଟ ଆସିଲା । ଏହା ପରେ ଏବେ ଓମିକ୍ରନ ଏବଂ ତା’ର ସବ ଭ୍ୟାରିଏଣ୍ଟ ଆସିଛି । ଏମିତି ବି ଏବେ ହୋଇଥିବ ଅନେକ ନୂଆ ଭ୍ୟାରିଆଣ୍ଟ ଆସିଥିବ ଆମେ ଜାଣି ନଥିବା । ଓମିକ୍ରନର ପ୍ରଭାବ କମିଗଲେ ହୁଏତ ନୂଆ ଭ୍ୟାରିଏଣ୍ଟ ଆସିପାରେ । ବର୍ତ୍ତମାନ ବି କୋଭିଡ ଉପରେ ଗବେଷଣା ଚାଲିଛି । ଯେବେ ପାଣ୍ଡେମିକ ବା କୌଣସି ଭ୍ୟାରିଆଣ୍ଟ ଖସେ ତାହା ତଳ ଉପର ହୋଇଥାଏ । ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ତଳ ଉପର ହେବାରେ ଲାଗିଛି । ମାତ୍ର ଏଥିପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର ।

 

ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆଜି ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୫ ହଜାର ୯୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୬୬୫ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୬.୧୬ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୯୯ ହଜାର ୦୭୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ ମଙ୍ଗଳବାର ୨ ଲକ୍ଷ ୫୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ବୃଦ୍ଧି ପାଇଛି । ଆଜି ଦେଶରେ ୨ ଲକ୍ଷ ୮୫ ହଜାର ୯୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୨୨ ଲକ୍ଷ ୨୩ ହଜାର ୧୦୮ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୭ ହଜାର ୭୫୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ସାଧାରଣତନ୍ତ୍ର ଦିବସ ଅବସରରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ସମ୍ବିଧାନ ହେଉଛି ଗଣତନ୍ତ୍ରର ଆତ୍ମା

ଭୁବନେଶ୍ୱର: ସାରା ଦେଶ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ମା ରମାଦେବୀ, ସହିଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦମାନଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କରୋନା ମହାମାରୀ ସମୟରେ ସହିଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ନବୀନ ପଟ୍ଟନାୟକ ।

ଚଳିତ ବର୍ଷ ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ମଧ୍ୟ ଚଳିତ ବର୍ଷର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ଆମର ସ୍ୱାଧିନତା ସଂଗ୍ରାମ କେବଳ ଏକ ରାଜନୈତିକ ସଂଗ୍ରାମ ନ ଥିଲା । ଏହା ଥିଲା ସମତା ଓ ନ୍ୟାୟ ପାଇଁ ସଂଗ୍ରାମ । ହିଂସା ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ । ଆମର ସଂଗ୍ରାମ କେବଳ ଆମ ପାଇଁ ସ୍ବାଧୀନତା ଆଣି ନଥିଲା । ଏହା ଥିଲା ସାରା ବିଶ୍ବ ପାଇଁ ମାନବତାର ସବୁଠାରୁ ବଡ ବିଜୟ । ଆମର ସ୍ବାଧୀନ ମୂଲ୍ୟବୋଧ ହିଁ ସମସ୍ତ ବିବିଧତା ସତ୍ତ୍ବେ ଭାରତକୁ ମଜବୁତ କରି ରଖିଛି । ବିବିଧତା ହିଁ ଆମର ଶକ୍ତି । ଆମ ଜୀବନଧାରାର ଗୁରୁତ୍ବପୂର୍ଣ୍ଣ ଦିଗ । ଏହାକୁ ଆମେ କେବେ ବି ନଷ୍ଟ ହେବାକୁ ଦେବା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ । ଆମ ଗଣତନ୍ତ୍ରର ଆତ୍ମା । ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ । ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇଆସିଛି । ଆମ କଥା ଓ କାର୍ଯ୍ୟରେ ସମ୍ବିଧାନର ମୂଲ୍ୟବୋଧ ପ୍ରତିଫଳିତ ହୋଇପାରିଲେ, ଭାରତ ବିଶ୍ବର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି କରୋନାର ତୃତୀୟ ଲହରୀ ଏବେ ସାରା ବିଶ୍ବରେ ବ୍ୟାପିଛି । ଆମେ ମଧ୍ୟ ଏହାର ମୁକାବିଲା କରୁଛୁ । ମୋର ଅନୁରୋଧ ଆମେ ଭୟଭୀତ ହେବା ନାହିଁ । କରୋନାର ସବୁ ଗାଇଡଲାଇନସକୁ ଠିକ୍‌ ଭାବରେ ପାଳନ କରିବା ଏବଂ କରୋନାକୁ ହରାଇବା । ମୋର ବିଶ୍ବାସ, ସମସ୍ତଙ୍କ ସହଯୋଗରେ କରୋନା ଶୀଘ୍ର ଦୂର ହେବ ଏବଂ ଜୀବନ ଜୀବିକା ଆଗଭଳି ପୁଣି ସ୍ବାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୭ ହଜାର ୪୨୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ । ଗତକାଲି ୫ ହଜାର ୮୯୧ କରୋନା ଚିହ୍ନଟ ହୋଇଥିବାବେଳେ ୨୪ ଘଣ୍ଟାରେ ରାଜ୍ୟରେ ୭ ହଜାର ୪୨୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୩୦୬ ଜଣ ଚିହ୍ନଟ ହୋଇଥିବାବେଳେ ୩ ହଜାର ୧୨୦ ଲୋକାଲ କେସ୍ ଚିହ୍ନଟ ହୋଇଛି । ୦ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୮୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭାବରେ ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୨୪୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧ ହଜାର ୯୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୦୯, ବାଲେଶ୍ୱରରୁ ୪୯୬, ବରଗଡ଼ରୁ ୧୩୪, ଭଦ୍ରକରୁ ୧୦୦, ବଲାଙ୍ଗୀରରୁ ୨୦୭, ବୌଦ୍ଧରୁ ୯୮, କଟକରୁ ୫୪୮, ଦେଓଗଡ଼ରୁ ୨୫, ଢେଙ୍କାନାଳରୁ ୩୭, ଗଜପତିରୁ ୯୯, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୧୨୯, ଯାଜପୁରରୁ ୧୫୨, ଝାରସୁଗୁଡ଼ାରୁ ୪୫, କଳାହାଣ୍ଡିରୁ ୧୮୮, କନ୍ଧମାଳରୁ ୧୨୩, କେନ୍ଦ୍ରାପଡ଼ାରୁ ୮୪, କେନ୍ଦୁଝରରୁ ୧୩୬, କୋରାପୁଟରୁ ୧୫୯, ମାଲକାନଗିରିରୁ ୬୭, ମୟୁରଭଞ୍ଜରୁ ୧୬୬, ନବରଙ୍ଗପୁରରୁ ୧୧୭, ନୟାଗଡ଼ରୁ ୨୪୫, ନୂଆପଡ଼ାରୁ ୧୯୧, ପୁରୀରୁ ୧୦୬, ରାୟଗଡ଼ାରୁ ୧୩୧, ସମ୍ବଲପୁରରୁ ୧୬୦, ସୋନପୁରରୁ ୨୧୨, ସୁନ୍ଦରଗଡ଼ରୁ ୭୭୮ ଓ ଷ୍ଟେଟ ପୁଲରୁ ୩୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ବିଯୁକ୍ତ ୪୦ ଡିଗ୍ରୀ, ୧୫ ହଜାର ଫୁଟ୍ ଉଚ୍ଚରେ ଗଣତନ୍ତ୍ର ଦିବସ ପାଳନ କଲେ ହିମବୀର

ନୂଆଦିଲ୍ଲୀ: ସାରା ଦେଶ ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ୧୯୫୦ ମସିହା ଆଜିର ଦିନରେ ଭାରତରେ ସମ୍ବିଧାନ ଲାଗୁ ହୋଇଥିଲା । ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଗୁଞ୍ଜରିତ ହେଉଛି ଜାତୀୟ ସଂଗୀତର ଗାନ । ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ପରେଡରେ ଭାରତୀୟ ସେନାରେ ସାହାସିକତା ଦେଖାଇବା ସହ ରାଜପଥରେ ଦେଖିବାକୁ ମିଳିବ ଭାରତୀୟ ସଂସ୍କୃତିର ଝଲକ । ଅନ୍ୟପକ୍ଷରେ ଗଣତନ୍ତ୍ର ଦିବସରେ ଉତ୍ତରାଖଣ୍ଡ, ହିମାଚଳ ଓ ଲଦାଖର ୧୫ ହଜାର ଫୁଟ ଉଚ୍ଚରେ ମୁତୟନ ହୋଇଥିବା ଯବାନଙ୍କ ମଧ୍ୟରେ ବେଶ୍ ଜୋଶ ଦେଖିବାକୁ ମିଳିଛି । ITBPର ଏହି ହିମବୀର ବିଯୁକ୍ତ ୪୦ ଡିଗ୍ରୀ ତାପମାତ୍ରା ଓ ୧୫ ହଜାର ଫୁଟ୍ ଉଚ୍ଚରେ ତ୍ରିରଙ୍ଗା ଉଡାଇଛନ୍ତି ।

ଭାରତ-ତିବ୍ଦତ ସୀମା ପୋଲିସର ଯବାନମାନେ ଲଦାଖର ୧୫ ହଜାର ଫୁଟ୍ ଉଚ୍ଚରେ ମାଇନସ ୪୦ ଡିଗ୍ରୀ ତାପମାତ୍ରରେ ତ୍ରିରଙ୍ଗା ଉଡାଇ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି । ସେହିପରି ଭାବରେ ଉତ୍ତରାଖଣ୍ଡରେ ITBP ଯବାନମାନେ ମାଇନସ୍ ୩୦ ଡିଗ୍ରୀ ତାପମାତ୍ରାରେ ୧୪ ହଜାର ଫୁଟ୍ ଉଚ୍ଚରେ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି ।