spot_img
Home Blog Page 4698

ମାର୍କେଟ ବିଲ୍ଡିଂ ଉଠା ଦୋକାନୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂ ଉଠା ଦୋକାନୀଙ୍କ ଆତ୍ମହତ୍ୟା । ମୃତକ ହେଲେ ଅଜିତ ସାହାଣୀ । ସେ ବିହାରର ବାସିନ୍ଦା । ଗତ ୨୦ ବର୍ଷ ହେବ ସେ ମାର୍କେଟ ବିଲ୍ଡିଂ ବୟନିକା ସାମ୍ନାରେ ବେଡସିଟ୍ ଦୋକାନ କରିଥିଲେ । ସେ ୩ ରୁ ୪ ଲକ୍ଷ ଟଙ୍କା ଧାର କରି ବ୍ୟବସାୟ ଆରମ୍ଭ କରିଥିଲେ । ହେଲେ ଦୁଇ ଦିନ ତଳେ ଅଜିତଙ୍କୁ ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂରୁ ହଟା ଯାଇଥିଲା । ଦୋକାନ ଉଠା ଯିବା ପରେ ମାନସିକ ଚାପ ଗ୍ରସ୍ତ ହୋଇ ଅଜିତ ସାହାଣୀ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ପରିବାର ।

ସୂଚନା ଯୋଗ୍ୟ ଯେ,ଗତ କିଛି ଦିନ ତଳେ ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ମାର୍କେଟ ବିଲ୍ଡିଂ ବନ୍ଦ ହୋଇଥିଲା । ଜଣେ ଉଠାଦୋକାନୀ ମାର୍କେଟ୍ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ । ଯାହା ଫଳରେ ମାର୍କେଟ ବିଲ୍ଡିଂ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଏହି ଘଟଣାର ପ୍ରତିବାଦରେ ମାର୍କେଟ ବିଲ୍ଡିଂ ପରିସରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ଯେ ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରୁ ହଟା ନଯିବ ସେପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବାକୁ ଚେତାବନୀ ଦେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ପରେ ଏ ନେଇ ବିଏମ୍‌ସି ଅତିରିକ୍ତ କମିଶନରଙ୍କ ସହ ବ୍ୟବସାୟୀ ସଂଘର ଆଲୋଚନା ହୋଇଥଲା । ଏବଂ ଉଠା ଦୋକାନୀଙ୍କୁ ହଟାଇବା ନେଇ ପ୍ରଶାସନର ପ୍ରତିଶ୍ରୁତି ପରେ ଖୋଲିଥିଲା ମାର୍କେଟ ବିଲ୍ଡିଂ ।

ଏଥିସହିତ ପଢ଼ନ୍ତୁ: ଲୁଟେରା ଦେଲା ଅଫର୍‌: ପୁରୀ ବୁଲି ଆସିଲେ ଫେରାଇ ଦେବ ଫୋନ୍

ଲୁଟେରା ଦେଲା ଅଫର୍‌: ପୁରୀ ବୁଲି ଆସିଲେ ଫେରାଇ ଦେବ ଫୋନ୍

ଭୁବନେଶ୍ୱର: ନକଲି ପୋଲିସ ଲୁଟିନେଲା ମୋବାଇଲ୍ ଫୋନ୍ । ପଳାଶୁଣି ଛକରେ ଜନୈକ ଯୁବତୀଙ୍କ ଠାରୁ ଲଟିନେଲେ ଫୋନ୍ । ଘଟଣାନୁଯାୟୀ ଶୁଭଲକ୍ଷ୍ମୀ ନାୟକ(୨୧) ପଳାଶୁଣି ଅଞ୍ଚଳରେ ସନ୍ଧ୍ୟା ସାଢ଼େ ୭ଟା ସମୟରେ ପରିବା କିଣିବାକୁ ଯାଉଥିଲେ । ହାତରେ ମୋବାଇଲ୍ ଫୋନ୍ ଧରି ଚାଲିଚାଲି ଯାଉଥିବା ସମୟରେ ହଠାତ୍ କେହିଁ ଜଣେ ପଛପଟୁ ଗାଡ଼ିରେ ଆସି ସେ ଧରିଥିବା ମୋବାଇଲ ଫୋନ୍‌ଟିକୁ ଛଡ଼ାଇ ନେଇଥିଲେ । ସେ ସେମାନଙ୍କୁ ଚିହ୍ନି ପାରିନଥିବା ବେଳେ ଗାଡ଼ିଟି ନୀଳ ରଙ୍ଗର ଥିବା ଜାଣିପାରିଥିଲେ ।

ତେବେ ଘଟଣା ପର ଦିନ ଅର୍ଥାତ ଆଜି ସକାଳେ ଯୁବତୀ ଜଣଙ୍କ ସେ ବ୍ୟବହାର କରୁଥିବା ମୋବାଇଲ୍ ନମ୍ୱରଟିକୁ କଲ୍ କରିଥିଲେ । ଫୋନ୍‌ କଲ୍‌ଟିକୁ ଜଣେ ଯୁବକ ଉଠାଇଥିଲେ । ଆଉ କହିଥିଲେ, ମୁଁ ଜିତୁ ଦାଶ ଓଡ଼ିଶା ପୋଲିସରୁ କହୁଛି ।  ଏବଂ ସେ ମୋବାଇଲ୍‌ଟିକୁ ଲୁଟି ନେଇଥିବା ସ୍ୱୀକାର କରିଥିଲେ , ମୋବାଇଲ୍ ଫେରାଇବା  ପାଇଁ ଏକ ସର୍ତ୍ତ ରଖିଥିଲେ । ସେ କହିଥିଲେ ନୀଳ ରଙ୍ଗର ଗାଡ଼ିଟି ଆଣିଛି ଗାଡ଼ି ଭିତରକୁ ଆସ, ମିଶିକି ପୁରୀ ବୁଲିବାକୁ ଯିବା । ସେଠାରେ ମୁଁ ତୋ ଫୋନ୍ ଫେରାଇଦେବି । ଯୁବତୀ ଜଣଙ୍କ ଘଟଣା ସମ୍ପର୍କରେ ଜଣେ ସମ୍ପର୍କୀୟ ଭାଇଙ୍କୁ ଜଣାଇଥିଲେ । ସେ ଗାଡ଼ିଟିକୁ ଅଟକାଇଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ଧକ୍କା ଦେଇ ପଳାଇଥିଲା । ପରେ ଯୁବତୀ ଜଣଙ୍କ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଲୁଟ୍‌ର କିଛି ଦିନ ପୂର୍ବରୁ ଯୁବକ ଜଣଙ୍କ ଯୁବତୀଙ୍କ ନିକଟକୁ ଫେସବୁକ୍ ଜରିଆରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ । ସେଥିରେ ଯୁବକ ଜଣଙ୍କ ଓଡ଼ିଶା ପୋଲିସ ପୋଷକ ପିନ୍ଧିଥିଲେ । ତାହା ଯୁବତୀ ଜଣଙ୍କ ବନ୍ଧୁତ୍ୱ ନିବେଦନକୁ ଗ୍ରହଣ କରିଥିଲେ । ଏବଂ ବେଳେ ଚାଟ୍ ମାଧ୍ୟମରେ କଥାବାର୍ତ୍ତା ମଧ୍ୟ ହେଉଥିଲା । ତେବେ ଗତକାଲି ସେହି ଯୁବକ ଜଣଙ୍କ ମୋବାଇଲ ଛଡ଼ାଇ ନେଇଥିବା ଘଟଣାରୁ ଜଣାପଡ଼ିଛି ।

ଏବେ ହ୍ୱାଟସଆପରେ କିଏ ଆପଣଙ୍କ ବାବଦରେ କଥା ହେଉଛି ଜାଣି ପାରିବେ !

ନୂଆଦିଲ୍ଲୀ: ସାରା ବିଶ୍ୱର ଏବେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ । ଦିନକୁ ଦିନ ସୋସିଆଲ ମିଡିଆ କମ୍ପାନୀ ନୂଆ ନୂଆ ଫିଚର ଉପଭୋକ୍ତାଙ୍କୁ ପାଇଁ ଆଣୁଛି । ତୁମ ସାଙ୍ଗ ଏବଂ ସମ୍ପର୍କୀୟ କେତେବେଳେ ତୁମ ବିଷୟରେ ଆଲୋଚନା କରୁଛନ୍ତି, ଏ କଥା କିଏ ନଜାଣିବାକୁ ଚାହିଁବ । ଯେଉଁ ସମୟରେ ଆପଣଙ୍କ ସାଙ୍ଗ ଓ ସମ୍ପର୍କୀୟ ଆପଣଙ୍କ ବିଷୟରେ କଥା ହେଉଛନ୍ତି ଏହାର ନୋଟିଫିକସନ୍ ଯଦି ହ୍ୱାଟ୍ସଆପରେ ଆସିବ ତେବେ ଏହା କେତେ ଭଲ ହେବ । ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ ଏହିପରି ଏକ ନୂଆ ଫିଚର ଉପରେ କାମ କରୁଛି । ଏହି ମେସେଜିଂ ଆପ୍ ଏକ ନୂତନ ଫିଚର ଉପରେ କାମ କରୁଛି ଯାହା ଫଳରେ ତୁମର ବନ୍ଧୁ କିମ୍ବା ପରିବାର ଯେତେବେଳେ ତୁମ ବିଷୟରେ ଆଲୋଚନା କରିବେ ସେ ସମୟରେ ହ୍ୱାଟ୍ସଆପ୍ ଆପଣଙ୍କୁ ନୋଟିଫକେସନ ଦେବ ।

ବାସ୍ତବରେ ହ୍ୱାଟ୍ସଆପର ଏହି ନୂଆ ଫିଚର ସାହାଯ୍ୟରେ ଯେତେବେଳ ବି ତୁମ ବିଷୟରେ କୌଣସି ଗ୍ରୁପରେ ଆଳୋଚନା କରିବେ ସେ ସମୟରେ ହ୍ୱାଟ୍ସଆପ ଆପଣଙ୍କୁ ନୋଟିଫିକେସନ ଦେବ । ହ୍ୱାଟ୍ସଆପ୍ ଆପଣଙ୍କୁ ଏହି ନୋଟିଫିକେସନ ଦେବ କି କୌଣସି ଏକ ଗ୍ରୁପ୍ ଚାଟରେ ଆପଣଙ୍କ ବିଷୟରେ ଆଲୋଚନା ହେଉଛି । ଏଥିସହ ଏହି ନୋଟିଫିକେସନରେ ଯେଉଁ ବ୍ୟକ୍ତି ଆପଣଙ୍କ ବିଷୟରେ ଆଲୋଚନା କରୁଥିବେ ତାଙ୍କ ପ୍ରୋଫାଇଲ ଫଟୋ ମଧ୍ୟ ଆପଣଙ୍କୁ ଦେଖାଇବ । ତେବେ ଏହି ଫିଚର କେବଳ ios ବିଟା ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେବ ।

୨୦୨୨ରେ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପରେ ଏହା ପ୍ରଥମ ନୂଆ ଫିଚର ଅଟେ । ବର୍ତ୍ତମାନ ଯଦି କେହି ଆପଣଙ୍କୁ ଚାଟରେ ଉଲ୍ଲେଖ କରନ୍ତି ତେବେ ଏଥିପାଇଁ ଆପଣଙ୍କୁ କେବଳ ଟେକ୍ସଟ ଆଲର୍ଟ ମିଳୁଛି । ହ୍ୱାଟ୍ସଆପର ଏହି ନୂଆ ଫିଚର ବର୍ତ୍ତମାନ ଟେଷ୍ଟିଂ ମୋଡରେ ରହିଛି । ଏହା ବ୍ୟତୀତ କମ୍ପାନୀ ଆଉ ଏକ ଫିଚର ଉପରେ ମଧ୍ୟ କାମ କରୁଛି । ହ୍ୱାଟ୍ସଆପରେ ବର୍ତ୍ତମାନ ଲାଷ୍ଟ ସିନ ଷ୍ଟାଟସ ସମସ୍ତ ୟୁଜର୍ସଙ୍କ ପାଇଁ ହାଇଡ ହୋଇଛି । ବର୍ତ୍ତମାନ କମ୍ପାନୀ ଏହାକୁ ଏକ ଅପଡେଟ୍ ମାଧ୍ୟମରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛି | ନୂଆ ଅପଡେଟ୍ ଆସିବା ପରେ, ଉପଭୋକ୍ତାମାନେ ସେହି କଣ୍ଟାକ୍ଟଙ୍କୁ ହାଇଡ କରି ପାରିପାରିବେ ଯେଉଁମାନଙ୍କୁ ସେମାନେ ହାଇଡ କରିବାକୁ ଚାହିଁବେ ।

 

 

ବର୍ଷା ପାଇଁ ବଢ଼ିବ ତାପମାତ୍ରା, କମିବ ଶୀତ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଗୁରୁଚାପ ବଳୟ ରହିଛି । ଏହା ପ୍ରଭାବରେ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ । ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

୧୧ ତାରିଖରେ ଘଡ଼ଘଡ଼ି ସହ ବର୍ଷା ନେଇ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବରଗଡ଼, ବଲାଙ୍ଗିର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାକୁ ସତର୍କ ସୂଚନା ରହିଛି । ସେହିଭଳି ୧୨ ତାରିଖରେ ଘଡ଼ଘଡ଼ି ବର୍ଷା ଓ କୁଆପଥର ବୃଷ୍ଟି ନେଇ କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, କଟକ, ନୟାଗଡ଼, ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

୧୩ ତାରିଖରେ ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ଆସନ୍ତା ୨ ଦିନ ମଧ୍ୟରେ ବୃଦ୍ଧି ପାଇବ । ଫଳରେ ତାପମାତ୍ରା ବୃଦ୍ଧି ପାଇ କମ୍ ଶୀତ ରାଜ୍ୟରେ ଅନୁଭୂତ ହେବ ।

ଇନ୍ଦୋର ସେକ୍ସ ରାକେଟ ମାମଲା, ଗିରଫ ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ୩ ବିଜେପି କର୍ମୀ: କଂଗ୍ରେସ

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରେ ହାଇପ୍ରୋଫାଇଲ ସେକ୍ସ ରାକେଟ । ବିଜେପି ଯୁବମୋର୍ଚ୍ଚା ନେତାଙ୍କ ସମ୍ପୃକ୍ତି ନେଇ ରାଜନୀତି ଜୋର ଧରିଛି । ଏହି ହାଇପ୍ରୋଫାଇଲ ସେକ୍ସ ରାକେଟରେ ମଧ୍ୟପ୍ରଦେଶ ଜଙ୍ଗଲମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ଉଠିଲା ଗୁରୁତର ଅଭିଯୋଗ । ସ୍ପା ସେଣ୍ଟର ନାଁରେ ଥାଇଲାଣ୍ଡରୁ ଯୁବତୀଙ୍କୁ ଆଣି ଚାଲିଥିଲା ସେକ୍ସ ରାକେଟ । କ୍ରାଇମବ୍ରାଞ୍ଚ, ମହିଳା ଥାନା ମିଳିତ ଚଢ଼ାଉରେ ଏହି ରାକେଟର ପର୍ଦ୍ଦାଫାଶ ହୋଇଛି । ତେବେ ଏହି ଚଢ଼ାଉ ବେଳେ ଧରାପଡ଼ିଥିବା ୧୮ ଯୁବକଙ୍କ ମଧ୍ୟରୁ ୩ଜଣ ବିଜେପି ଯୁବମୋର୍ଚ୍ଚା ସଦସ୍ୟ ବୋଲି ଦାବି କରିଛି କଂଗ୍ରେସ ।

କେବଳ ସେତିକି ନୁହେଁ ଗିରଫ ୩ ଅଭିଯୁକ୍ତ ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କ ଅତି ନିକଟତର ବୋଲି କହିଛି କଂଗ୍ରେସ । ଗିରଫ ୩ ଜଣ ହେଲେ ଖଲଓ୍ୱା ବିଜେପି ମଣ୍ଡଳ ଉପସଭାପତି ବରୁଣ ଯାଦବ, ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ମଣ୍ଡଳ ସମ୍ପାଦକ ବିବେକ ନାମଦେବ ଓ ବିଜେପି କର୍ମୀ ଅଶୋକ ସିଙ୍ଗଲା । ତେବେ ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କ ସହ ଗିରଫ ଅଭିଯୁକ୍ତଙ୍କ ଫଟୋ ସେୟାର କରି ଏହି ହାଇପ୍ରୋଫାଇଲ ସେକ୍ସ ରାକେଟରେ ବିଜେପିର ନେତାଙ୍କ ସମ୍ପୃକ୍ତି ଥିବା ଦାବି କରିଛନ୍ତି କଂଗ୍ରେସ । ଯାହାକୁ ନେଇ ରାଜନୀତି ସରଗରମ ହୋଇଥିବାବେଳେ ଏହାକୁ ନେଇ ମୁଁହ ଖୋଲିଛି ଭାରତୀୟ ଜନତା ପାର୍ଟି । ଏହି ଘଟଣାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ବିଜେପି ପ୍ରବକ୍ତା ଉମେଶ ଶର୍ମା କହିଛନ୍ତି ।  ସେପଟେ ଏହି ଘଟଣାରେ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ରାଜ୍ୟ କଂଗ୍ରେସ ।

ଗିରଫ ହେବେ ୧୧ ଥର କୋଭିଡ ଟିକା ନେଇଥିବା ବୃଦ୍ଧ

ପାଟନା: କରୋନାରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଜୋରସୋର ଜାରି ରହିଛି ଟିକାକରଣ । ତେବେ ଏହି ଟିକାକରଣ ମଧ୍ୟରେ ବିହାରରୁ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟକର ଘଟଣା । ବିହାରର ମାଧେପୁର ଅଞ୍ଚଳରେ ଜଣେ ୮୪ ବର୍ଷିୟ ବୃଦ୍ଧା ୧୧ ଥର କୋଭିଡ ଟିକା ନେଇଥିବା ଖବର ସାମ୍ନାକୁ ଆସିଥିଲା । ଏହି ମାମଲାରେ ବର୍ତ୍ତମାନ ମାଧେପୁର ପୋଲିସ ଉକ୍ତ ବୃଦ୍ଧାଙ୍କ ନାଁରେ ମାମଲା ରୁଜୁ କରିଛି ।

ବିହାର ପୁରେଇନିସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଭିଯୋଗ କ୍ରମେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦ ଓ ୧୮୮ରେ ମାମଲା ରୁଜୁ  ହୋଇଛି । ମାଧେପୁର ଜିଲ୍ଲା ଚୌସାର ବ୍ରହ୍ମାନନ୍ଦ ମଣ୍ଡଳ ନାମକ ଉକ୍ତ ବ୍ୟକ୍ତି ଦାବି କରିଥିଲେ ଯେ, ସେ ବିଭିନ୍ନ ଟିକାଦାନ କେନ୍ଦ୍ରରେ ୧୧ ଥର ଟିକା ନେଲେଣି । ପ୍ରତ୍ୟେକ ଥର ଟିକା ନେବା ପରେ ସେ ବେଶ୍ ସ୍ଫୂର୍ତ୍ତି ଅନୁଭବ କରୁଛନ୍ତି । ଏହି ଟିକା ନେବା ଦ୍ୱାରା ତାଙ୍କ ଅଣ୍ଟା ଯନ୍ତ୍ରଣା  ଭଲ ହୋଇଯିବା ସହ କଫ ଓ ଥଣ୍ଡା ଆଦି ଭଲ ହୋଇଛି ବୋଲି ସେ ଦାବି କରିଥିଲେ ।  ବ୍ରହ୍ମାନନ୍ଦ ନିଜର ଗୋଟିଏ ଫୋନ ନମ୍ବର ଓ ଆଧାର କାର୍ଡକୁ ଏହି ୧୧ ଥର ବ୍ୟବହାର କରିଥିଲେ । ସରକାରୀ ବ୍ୟବସ୍ଥାରେ ଅନେକ ତ୍ରୁଟି ଯୋଗୁ ଏହା ସମ୍ଭବ ହୋଇଛି ବୋଲି ସେ କହିଥିଲେ ।

ସୁଲ୍ଲି ଡିଲ୍ସ ଆପର ମାଷ୍ଟରମାଇଣ୍ଡକୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ସୁଲ୍ଲି ଡିଲ୍ସ ଆପକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହି ମାମଲାରେ ଦିଲ୍ଲୀ ପୋଲିସକୁ ବଡ଼ ସଫଳତା ମିଳିଛି । ସୁଲ୍ଲିଡିଲ୍ସ ଆପ୍ ତିଆରି କରିଥିବା ଅଭିଯୁକ୍ତ ଓଁଙ୍କରେଶ୍ୱର ଠାକୁରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମଧ୍ୟପ୍ରଦେଶରୁ ଓଁଙ୍କରେଶ୍ୱରକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମଧ୍ୟପ୍ରଦେଶର ଇନ୍ଦୋରରୁ ଓଁଙ୍କରେଶ୍ବରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନ ବିଭାଗ । ସୁଲ୍ଲି ଡିଲ୍ସ ଘଟଣାରେ ଏହା ହେଉଛି ପ୍ରଥମ ଗିରଫଦାରୀ । ଗତବର୍ଷ ଲଞ୍ଚ ହୋଇଥିବା ଏହି ଆପ୍ ଜରିଆରେ ଶହ ଶହ ମୁସଲିମ ମହିଳାଙ୍କୁ ଫଟୋ ଅପଲୋଡ କରାଯିବା ସହ ସେମାନଙ୍କୁ ନିଲାମ କରାଯିବ ବୋଲି ସୂଚନା ଦିଆଯାଉଥିଲା ।

କେବଳ ସୁଲ୍ଲି ଡିଲ୍ସ ନୁହେଁ ବୁଲ୍ଲିବାଇ ଆପ୍ ଜରିଆରେ ମଧ୍ୟ ମହିଳାଙ୍କ ଫଟୋ ଅପଲୋଡ କରାଯିବା ପରେ ଦେଶବ୍ୟାପୀ ପ୍ରତିବାଦ ହୋଇଥିଲା । ତେବେ ସୁଲ୍ଲି ଡିଲ୍ ଆପ କ୍ରିଏଟର୍ସକୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସ ଡେପୁଟି କମିଶନର କେ.ପି.ଏସ. ମାଲହୋତ୍ରା କହିଛନ୍ତି କି ସୁଲ୍ଲି ଡିଲ୍ସ ଆପ୍‌ର ମାଷ୍ଟରମାଇଣ୍ଟ ଓଁଙ୍କରେଶ୍ୱରକୁ ଗିରଫ କରାଯିବା ପରେ ତାକୁ ଜେରା କରାଯିବ । ଓଁଙ୍କରେଶ୍ୱରର ବୟସ ୨୬ ବର୍ଷ ଓ ସେ ଇନ୍ଦୋରର ନ୍ୟୁୟର୍କ ସିଟି ଟାଉନସିପର ବାସିନ୍ଦା । ସେପଟେ ବୁଲ୍ଲିବାଇ ଆପ୍‌ର ମୁଖ୍ୟ ଅଭିଯୁକ୍ତ ନୀରଜ ବିଷ୍ଣୋଇ ଆତ୍ମହତ୍ୟା କରିବାକୁ ଧମକ ଦେଇଛି । ଏପରିକି ସେ ଇତିମଧ୍ୟରେ ଦୁଇ ଥର ନିଜକୁ କ୍ଷତାକ୍ତ କରିବା ଲାଗି ଉଦ୍ୟମ କରିଛି ବୋଲି ଦିଲ୍ଲୀ ପୋଲିସ କହିଛି । ବୁଲ୍ଲିବାଇ ଆପକୁ ନେଇ ଅଭିଯୋଗ ଆସିବା ପରେ ତାକୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ୨୧ ବର୍ଷ ଅଭିଯୁକ୍ତ ନୀରଜକୁ ଆସାମର ଜୋରହାଟରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ବୁଲ୍ଲିବାଇ ଆପ୍ ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରାଯାଇଛି ।

‘ସଂକ୍ରମଣ ପ୍ଲାଟୋ ଷ୍ଟେଜକୁ ନ ଆସିବା ଯାଏ କେବେ କମିବ କହି ହେବନି’

ଭୁବନେଶ୍ୱର: ଜାନୁଆରୀ ୧ରେ ୨୯୮, ଜାନୁଆରୀ ୯ରେ ୪ ହଜାର ୭୧୪ ସଂକ୍ରମିତ ଚିହ୍ନଟ । ମାତ୍ର ୮ ଦିନ ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୪ ହଜାର ୪୧୬ ବୃଦ୍ଧି ପାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ସଂକ୍ରମଣ ପ୍ଲାଟୋ ଷ୍ଟେଜକୁ ନ ଆସିବା ଯାଏ କେବେ କମିବ କହି ହେବନି । ସଂକ୍ରମଣ ରୋକିବାକୁ କଟକଣା ଜାରି କରାଯାଇଛି । ବର୍ତ୍ତମାନ ସଂକ୍ରମଣ ଆକଳନ କରିବା କଷ୍ଟକର ।

Can't Say When Corona Cases Go Down in Odisha

କେବଳ ଜାନୁଆରୀ ମାସର ୮ ଦିନରେ ୧୫ ହଜାର ୬୧୧ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ଗତକାଲି ତୁଳନାରେ ଆଜି ୧୦୩୫ ମାମଲା ବୃଦ୍ଧି ପାଇଛି । ଅନ୍ୟପଟେ ପ୍ରଥମ ପ୍ରବାହର ପିକ୍ ଅତିକ୍ରମ କରିଛି ଆଜିର ସଂକ୍ରମଣ । ପ୍ରଥମ ପ୍ରବାହରେ ୨୦୨୦ ସେପ୍ଟେମ୍ବର ୨୫ରେ ୪ ହଜାର ୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪ ହଜାର ୭୧୪ ସଂକ୍ରମିତ ।

ଅନ୍ୟପଟେ ରାଜ୍ୟରେ ଜାନୁଆରୀ ଶେଷ ସୁଦ୍ଧା କରୋନା ପିକ୍ ଛୁଇଁବ ବୋଲି ସେ କରିଛନ୍ତି । ଯଦିଓ ଏବେ ସଂକ୍ରମଣ ବଢୁଛି, ଗୁରୁତର କରୁନି । ଅଧିକ ହସ୍ପିଟାଲ ବେଡ୍ ଆବଶ୍ୟକତା ପଡୁନାହିଁ । ରାଜ୍ୟରେ କେସ୍ ଲୋଡ୍ ଏବଂ ହସ୍ପିଟାଲିଟି ଉପରେ କମ୍ ପ୍ରଭାବ ପଡୁଛି । ଗୁରୁତର ସଂଖ୍ୟା ବହୁତ କମ୍ ରହୁଛି । ଆମେ ଯଦି ସତର୍କ ରହିବା ଫେବ୍ରୁଆରୀ ଶେଷ ସୁଦ୍ଧା ଏହି ସଂକ୍ରମଣକୁ ପାର କରିଯିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

କରୋନାକୁ ନେଇ କେଜ୍ରିଓ୍ୱାଲଙ୍କ ପ୍ରେସମିଟ୍, କହିଲେ କଟକଣା ମାନିଲେ ହେବନି ଲକଡାଉନ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଦେଢ଼ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶର ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ସଂଖ୍ୟା ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇରୁ ଚିହ୍ନଟ ହେଉଛନ୍ତି । ଦିଲ୍ଲୀରେ ଆକ୍ରାନ୍ତ ବଢ଼ିବା ପରେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ପ୍ରେସ କନଫରମେନ୍ସ କରିଥିଲେ । ଏହି ପ୍ରେସ୍ କନଫରମେନ୍ସରେ ସେ କହିଥିଲେ କି ଯଦି ଦିଲ୍ଲୀବାସୀ କଟକଣା ମାନିବେ, ମାସ୍କ ପିନ୍ଧିବେ ତେବେ ଦିଲ୍ଲୀରେ ଲକଡାଉନ କିମ୍ବା ସଟଡାଉନ ହେବ ନାହିଁ ।

ଅରବିନ୍ଦ କେଜ୍ରିଓ୍ୱାଲ ଆହୁରି କହିଛନ୍ତି କି ଭୟ କରିବାର କୌଣସି କାରଣ ନାହିଁ । କାରଣ ଦ୍ୱିତୀୟ ଲହର ତୁଳନାରେ ଦିଲ୍ଲୀରେ ମୃତ୍ୟୁ ହାର ଯଥେଷ୍ଟ କମ ରହିଛି  । ଆବଶ୍ୟକ ଅନୁସାରେ ବେଡ ଓ ମେଡିସିନ୍ ମହଜୁଦ ରହିଛି  । ଲୋକେ ସଚେତନ ରହିଲେ କରୋନାର ଭୟ ରହିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  । ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ ୨୦ ହଜାର ପାର କରିଛି  । ଏହାର ମୁକାବିଲା ପାଇଁ ଦିଲ୍ଲୀ ସରକାର ତୟାର ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ଜାରି ରହିଛି ସାପ୍ତାହିକ କର୍ଫ୍ୟୁ । ଶୂନଶାନ ଲାଗୁଛି ରାଜଧାନୀ ଦିଲ୍ଲୀ  । ଶୁକ୍ରବାର ରାତି ୧୦ଟାରୁ ଦିଲ୍ଲୀରେ କର୍ଫ୍ୟୁ ଲାଗୁ ହୋଇଛି ।

ଦିଲ୍ଲୀରେ ଲକଡାଉନ୍ ନେଇ ଏମିତି ବୟାନ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣ ମାମଲା ମଧ୍ୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗତ ସପ୍ତାହରେ କୋଭିଡ୍ ସଂକ୍ରମିତ ହୋଇଥିବା କେଜ୍ରିୱାଲ୍ କୋଭିଡରୁ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ବଢ଼ୁଥିବା ବେଳେ ଦିଲ୍ଲୀରେ ଲକଡାଉନ୍ ହେବ ନା ନାହିଁ ସେ ନେଇ ସୂଚନା ଦେଇଛନ୍ତି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ସ୍ଥିତି ସଙ୍ଗୀ ଅଛି କିନ୍ତୁ ଡରିବାର ନାହିଁ ।

କିଛି ଲୋକ ପଚାରୁଛନ୍ତି ଲକଡାଉନ୍ ହେବ କି ? ମୁଁ କହିବାକୁ ଚାହୁଁଛି ଯଦି ଆପଣମାନେ ମାସ୍କ ପିନ୍ଧିବେ ତ ଲକଡାଉନର ଆବଶ୍ୟକତା ପଡ଼ିବ ନାହିଁ । ଯେତେବେଳେ ବି ଘରୁ ବାହାରକୁ ବାହାରୁଛନ୍ତି ମାସ୍କ ନିଶ୍ଚିତ ପିନ୍ଧନ୍ତୁ । ଅତ୍ୟନ୍ତ ଜରୁରୀ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଚେଷ୍ଟା କରୁଛୁ ଯଥା ସମ୍ଭବ କମରୁ କମ୍ ପ୍ରତିବନ୍ଧକ ଲଗାଇବୁ ।

ଦିଲ୍ଲୀ ସହ ପୂରା ଦେଶରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ୁଛି । ଦିଲ୍ଲୀରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ଗତକାଲି ୨୦ ହଜାର ମାମଲା ଆସିଥିବା ବେଳେ ଆଜି ପ୍ରାୟ ୨୨ ହଜାର କେସ୍ ଆସିବ । ପ୍ରତିଦିନ ବଢ଼ୁଥିବା ସଂକ୍ରମଣ ମାମଲା ଚିନ୍ତାର ବିଷୟ। କିନ୍ତୁ ଏଥିପାଇଁ ଡରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାସଲ୍ ।

ଗତ ସପ୍ତାହରେ କେଜ୍ରିୱାଲ କୋଭିଡ୍ ସଂକ୍ରମିତ ହେବା ପରେ ଆଇସୋଲେସନରେ ଥିଲେ । ଏନେଇ ସେ କହିଛନ୍ତି, ମୋତେ ପ୍ରାୟ ୨ ଦିନ ଜର ଲାଗି ରହିଲା । ଏହା ପରେ ମୁଁ ଠିକ୍ ହୋଇଯାଇଛି ।