spot_img
Home Blog Page 4697

ପଞ୍ଜାବ ନିର୍ବାଚନରେ ରାଜନୀତିରେ ଏଣ୍ଟ୍ରି କରିବେ କି ହରଭଜନ? ଉତ୍ତରରେ କ’ଣ କହିଲେ ହରଭଜନ ଜାଣନ୍ତୁ…

ଚଣ୍ଡିଗଡ଼: ଭାରତୀୟ ଦଳର କିମ୍ବଦନ୍ତି ସ୍ପିନ୍ନର ହରଭଜନ ସିଂ ଗତ ଡିସେମ୍ବରରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଥିଲେ । ହରଭଜନ କ୍ରିକେଟରୁ ସନ୍ୟାସ ନେବା ପରେ କ’ଣ କରିବେ ତାହାକୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି । ଏପରି ସ୍ଥିତିରେ ବିଗତ କିଛି ଦିନ ହେବ ହରଭଜନ ରାଜନୀତିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । କ୍ରିକେଟରୁ ସନ୍ୟାସ ନେବାର କିଛି ଦିନ ପୂର୍ବରୁ ହରଭଜନଙ୍କ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ଏକ ଫଟୋ ପୋଷ୍ଟ କରିଥିଲେ ଏବଂ କ୍ୟାପସନରେ ସିଦ୍ଧୁ ଲେଖିଥିଲେ କି ’ ସମ୍ଭାବ୍ୟତାରେ ପରିପୂର୍ଣ୍ଣ ଏକ ଫଟୋ’ । ଏହି ଫଟୋ ଭାଇରାଲ ହେବା ପରେ ହରଭଜନ ରାଜନୀତିରେ ଯୋଗ ଦେବ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇ ଥିଲା ।

ହରଭଜନ ଏକ ନ୍ୟୁଜ ଏଜେନ୍ସିକୁ କହିଛନ୍ତି କି ମୁଁ ଏବେ କ’ଣ କରିବି ତାହା ଉପରେ କୌଣସି ନିଷ୍ପତ୍ତି ନେଇନି । ମୁଁ ପରବର୍ତ୍ତୀ ସମୟରେ କ’ଣ କରିବା ଆବଶ୍ୟକ ତାହା ଉପରେ ଚିନ୍ତା କରିବାକୁ ପଡ଼ିବ । ମୁଁ ଆଜି ଯାହା ବି ଅଛି କେବଳ ଖେଳ ପାଇଁ । ମୁଁ ସବୁବେଳେ ଖେଳ ସହ ଜଡିତ ରହିବାକୁ ଚାହେଁ । ମୁଁ ଖେଳ ସହ ଜଡିତ ରହିବା ପାଇଁ କିଛି ନା କିଛି କରିବି । ସେ ଆଇପିଏଲ ହେଉ କି କିମ୍ବା କମେଣ୍ଟେଟର କିଛି ନା କିଛି କରିବି ବୋଲି କହିଛନ୍ତି ହରଭଜନ ସିଂ ।

ତେବେ ରାଜନୀତିକୁ ଏଣ୍ଟ୍ରି କରିବେ କି ନାହିଁ ସେହି ପ୍ରଶ୍ନରେ ହରଭଜନ କହିଛନ୍ତି କି ଠିକ୍ ସମୟ ଆସିଲା ମୁଁ ଏହା ଉପରେ ନିଷ୍ପତ୍ତି ନେବି । ତେଣୁ ରାଜନୀତିରେ ଏଣ୍ଟ୍ରି କରିବି ନା ନାହିଁ ତାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କିଛି ସ୍ଥିର କରିନାହିଁ ବୋଲି କହିଛନ୍ତି ହରଭଜନ ସିଂ ।

ବୋଟିଂ ବେଳେ ପାହାଡରୁ ଖସିଲା ପଥର, ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ

ରିଓ ଡି’ ଜେନେରିଓ: ଶନିବାର ବ୍ରାଜିଲର ମିନାସ୍ ଗେରୋସ ଜିଲ୍ଲାରେ ଏକ ବଡ଼ ଧରଣର ଦୁର୍ଘଟଣା ହୋଇଛି । ବ୍ରାଜିଲର ଏକ ଜଳପ୍ରପାତରେ ଘଟିଛି ଏହି ଅଭାବନୀୟ ଘଟଣା । ଜଳପ୍ରପାତରେ ମୋଟର ବୋଟରେ ବସି ପର୍ଯ୍ୟଟକ ମଜ୍ଜା ନେଉଥିଲେ । କିନ୍ତୁ ଏହି ସମୟରେ ପାହାଡରୁ ଖସିଥିଲା ମୃତ୍ୟୁ । ହଠାତ୍ ପାହାଡରୁ ଏକ ବଡ଼ ପଥର ଖଣ୍ଡ ଖସିଥିଲା । ଏହି ପଥର ଖଣ୍ଡ ଦୁଇଟି ବୋଟ ଉପରେ ପଡ଼ିଥିଲା । ଯାହା ଫଳରେ ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଏବେବି ନିଖୋଜ ଅଛନ୍ତି ।

ପାହାଡ଼ରୁ ଖସି ଥିବା ଏହି ବିରାଟ ପଥର ଖଣ୍ଡ ବୋଟ୍ ଉପରେ ପଡ଼ିବାର ଦୃଶ୍ୟକୁ ସେଠାରେ ଥିବା ପର୍ଯ୍ୟଟକ ମୋବାଇଲରେ ଶୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆଉ ଏବେ ଏହି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ମିନାସ୍ ଗେରୋସର ରାଜ୍ୟପାଳ ରୋମୁ ଜେମାଙ୍କ ଅନୁଯାୟୀ, ପ୍ରବଳ ବର୍ଷା ହେତୁ କ୍ୟାପିଟାଲିଓର ଫର୍ନାସ୍ ହ୍ରଦରେ ଥିବା ପଥରର କିଛି ଅଂଶ ଭୁଶୁଡି ପଡିଛି । ଯାହା ଫଳରେ ୭ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି ଏବଂ ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ଯେଉଁମାନେ ନିଖୋଜ ଅଛନ୍ତି ସେମାନଙ୍କ ସନ୍ଧାନ ଜାରି ରହିଛି ବୋଲି କହିଛନ୍ତି ରୋମୁ ଜେମା ।

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେ ବୁଷ୍ଟର ଡୋଜ୍ ପ୍ରଦାନ ନେଇ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମୁକାବିଲା ନେଇ ଜିଲ୍ଲାସ୍ତରରେ ପ୍ରସ୍ତୁତି ଶେଷ ହୋଇଛି । କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନେଇ ଜିଲ୍ଲାସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ରବିବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରୋନା ସମ୍ପର୍କିତ ସମୀକ୍ଷା ବୈଠକରୁ ପ୍ରକାଶ ।

କରୋନା ମୁକାବିଲା ନେଇ ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ଡାକ୍ତର, ନର୍ସମାନଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିସହିତ କରୋନା ସଂକ୍ରମିତଙ୍କ ପରିବାର ଲୋକଙ୍କ ପାଇଁ ସହାୟତା କେନ୍ଦ୍ର ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଯାହା ଫଳରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସେମାନେ ଯୋଗାଯୋଗ କରିପାରିବେ ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମୁଖ୍ୟ ସଚିବ ରାଜ କୁମାର ଶର୍ମା ବଜାରେ ଉପଲବ୍ଧ କରୋନା ଟିକାକୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବା କହିଛନ୍ତି । ଜିଲ୍ଲାପାଳମାନଙ୍କୁ ମୁଖ୍ୟ ସଚିବଙ୍କ ଆବଶ୍ୟକୀୟ ସହାୟତା ସମ୍ପର୍କରେ ପଚାରି ବୁଝିବା ସହ ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ରାଜ୍ୟରେ ଏଯାବତ୍ ମୋଟ୍ ୭ହଜାର ୧୮୧ ଅକ୍ସିଜେନ୍ ବେଡ୍, ଶିଶୁ ରୋଗୀଙ୍କ ପାଇଁ ୧ହଜାର ବେଡ୍, ୨୦୨୪ ଆଇସିୟୁ ଏବଂ ଏଚଡିୟୁ , ୮୭୪ ଭେଣ୍ଟିଲେଟର ଉପଲବ୍ଧ ରହିଛି । ରାଜ୍ୟରେ ମୋଟ ୧୬ ହଜାର୧୧୭ ସକ୍ରିୟ ମାମଲା ରହିଥିବା ବେଳେ ୧୫ହଜାର ୬୪୦ଜଣ ସଂକ୍ରମିତ ହୋମ୍ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି ।

ପ୍ରତିବର୍ଷ ଡିସେମ୍ବର ୨୬ରେ ପାଳନ ହେବ ’ବୀର ବାଲ୍ ଦିବସ’: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରକାଶ ପର୍ବରେ ଏକ ବଡ଼ ଘୋଷଣା କରିଛନ୍ତି । ଶିଖ ସଂପ୍ରଦାୟର କୋଟି କୋଟି ଲୋକଙ୍କ ଆଶା ପୂରଣ କରିଛନ୍ତି ନରେନ୍ଦ୍ର ମୋଦି । ପ୍ରତିବର୍ଷ ଡିସେମ୍ବର ୨୬ରେ ‘ବୀର ବାଲ୍ ଦିବସ’ ରୂପେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି ଆଜି ଗୁରୁ ଗୋବିନ୍ଦ ସିଂ ଜୀଙ୍କର ପ୍ରକାଶ ପର୍ବ ଶୁଭ ଅବସରରେ ମୁଁ ଗର୍ବିତ ଯେ ଏହି ବର୍ଷ ଡିସେମ୍ବର ୨୬କୁ ’ବୀର ବାଲ୍ ଦିବସ’ ଭାବରେ ପାଳନ କରାଯିବ। ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ସାହିବଜାଦୌଙ୍କ ସାହାସ ଏବଂ ନ୍ୟାୟ ପ୍ରତିଷ୍ଠା ଦିଗରେ ସେମାନଙ୍କ ଉଦ୍ୟମ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି, ମାତା ଗୁଜରୀ, ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀ ଏବଂ ୪ ସାହିବଜାଦଙ୍କ ବୀରତ୍ୱ ଏବଂ ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରିଥାଏ । ମୋଦୀ ଟ୍ୱିଟ୍ କରି ଆହୁରି କହିଛନ୍ତି କି, ‘ବୀର ବାଲ୍ ଦିବସ’ ସେହି ଦିନ ପାଳନ କରାଯିବ, ଯେଉଁଦିନ ସାହିବଜାଦା ଜୋରାୱର ସିଂ ଜୀ ଏବଂ ସାହିବଜାଦା ଫତେହ ସିଂ ଜୀଙ୍କୁ ଜୀବନ୍ତ କାନ୍ଥରେ ପୋତି ଦିଆଯିବା ପରେ ଦୁହେଁ ବୀରଗତି ପ୍ରାପ୍ତ କରିଥିଲେ । ଏହି ଦୁଇ ମହାନ ବ୍ୟକ୍ତି ଧର୍ମର ମହାନ ସିଦ୍ଧାନ୍ତରୁ ବିଚ୍ୟୁତ ହେବା ପରିବର୍ତ୍ତେ ମୃତ୍ୟୁକୁ ପସନ୍ଦ କରିଥିଲେ । ମାତା ଗୁଜରୀ, ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀ ଏବଂ ଚାରି ସାହିବଜାଦାଙ୍କ ସାହାସିକତା ଏବଂ ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରିଥିଲା ବୋଲି ଟ୍ୱିଟ କରି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭଣ୍ଡ ବାବାଙ୍କ ଭାଣ୍ଡାମି: ପାରିବାରିକ ସମସ୍ୟା ଦୂର କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ପିପିଲି: ଭଣ୍ଡ ବାବାଙ୍କ କଳା କାରନାମା । ପାରିବାରିକ ସମସ୍ୟା ଦୂର କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଶିଵ ପ୍ରସାଦ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ବାବା ଜଣଙ୍କ ହେଲେ ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଅଞ୍ଚଳର ।

ଅଭିଯୋଗ ଅନୁସାରେ ଖୋର୍ଦ୍ଧା ଅଞ୍ଚଳର ଜଣେ ମହିଳା ପାରିବାରିକ ସମସ୍ୟାର ସମାଧାନ ପାଇଁ ଶିଵ ପ୍ରସାଦ ଭୋଇ ନାମକ ଜଣେ ଭଣ୍ଡ ବାବାଙ୍କ ତନ୍ତ୍ରପୀଠରେ ଶରଣ ନେଇଥିଲେ । କିନ୍ତୁ ସମସ୍ୟା ଦୂର କରିବା ବାହାନାରେ ମନ୍ଦିର ପଛପଟେ ବାବା ଜଣଙ୍କ ମହିଳାଙ୍କୁ ଦୁଷ୍କର୍ମ କରିଥିବା ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ ମହିଳା । ଗତକାଲି ସନ୍ଧ୍ୟାରେ ମହିଳା ଓ ତାଙ୍କ ସ୍ୱାମୀ ବାବାଙ୍କ ପାଖକୁ ଯାଇଥିବା ବେଳେ ବାବା ମହିଳାଙ୍କ ସ୍ୱାମୀଙ୍କୁ ପୂଜା ସାମଗ୍ରୀ ଆଣିବାକୁ ଯିବାକୁ କହି ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି

ଏଥିସହିତ ପଢ଼ନ୍ତୁ: ୧୬ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର ଗିରଫ

 

 

୧୬ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର ଗିରଫ

କଟକ: ଠକେଇ ଅଭିଯୋଗରେ ଗରିଫ ହେଲେ ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର ଚନ୍ଦ୍ରଭାନୁ ରାଉତ । କଟକ ଚଣ୍ଡୀ ଛକ ଏସବିଆଇ ଶାଖାରୁ ଜଣେ ଗ୍ରାହକଙ୍କ  ୭ ଲକ୍ଷ ଟଙ୍କାର ଦୁଇଟି ସ୍ଥାୟୀ ଜମା ଓ ସେଭିଂ ଆକାଉଣ୍ଟ ଜମା ମିଶାଇ ମୋଟ ୧୬ ଲକ୍ଷରୁ ଅଧକ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଚନ୍ଦ୍ର ଭାନୁ ।

ଗିରଫ ଚନ୍ଦ୍ର ଭାନୁଙ୍କ ଠାରୁ ଗୋଟିଏ କାର ଓ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । ଠକେଇର ଶିକାର ହୋଇଥିବା ଗ୍ରାହକ ଗୀତାଞ୍ଜଳି ଦାସ ପ୍ରଥମେ ଏ ସମ୍ପର୍କରେ ବ୍ୟାଙ୍କକୁ ଜଣାଇଥିଲେ । ପରେ ବ୍ୟାଙ୍କର ଶାଖା ପରିଚାଳକ ପୋଲିସରେ ଏତଲା ଦେଇଥିଲେ । ଅଭିଯୁକ୍ତ ଚନ୍ଦ୍ର ଭାନୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ବିଳମ୍ବିତ ରାତିରେ କଂଗ୍ରେସ ଭବନରେ ବୋମାମାଡ଼

ନୂଆ ସ୍ପାଇଡର-ମ୍ୟାନକୁ ଦେଖିବାକୁ ଥିଏଟରକୁ ଗଲେ ଦୁଇ ପୁରୁଣା ସ୍ପାଇଡର-ମ୍ୟାନ୍, ତା’ପରେ ଯାହା ହେଲା ଜାଣନ୍ତୁ…

ନୂଆଦିଲ୍ଲୀ: ୨୦୨୧ ମସିହାରେ ରିଲିଜ୍ ହୋଇଥିବା ସବୁଠାରୁ ସଫଳ ଫିଲ୍ମ ମଧ୍ୟରୁ ଅନ୍ୟତମ ’ସ୍ପାଇଡର-ମ୍ୟାନ: ନୋ ଓ୍ୱେ ହୋମ୍ । ଏହି ଫିଲ୍ମର ରୋଜଗାର ଦେଖି ସାଧାରଣ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାରତରେ ମଧ୍ୟ ଏହି ଫିଲ୍ମ ଭଲ ବ୍ୟବସାୟ କରିଛି । ଏମିତି କି ଏହି ଫିଲ୍ମ ଆଗରେ ବଲିଉଡ ଫିଲ୍ମ ମଧ୍ୟ ପଛରେ ପଡିଯାଇଛି । ଏହି ଫିଲ୍ମରେ ସ୍ପାଇଡର୍-ମ୍ୟାନ୍ ଭୂମିକାରେ ଅଭିନୟ କରୁଥିବା ଟମ୍ ହୋଲାଣ୍ଡଙ୍କୁ ମଧ୍ୟ ପ୍ରଶଂସା କରାଯାଉଛି ।

ଟମ୍ ହୋଲାଣ୍ଡଙ୍କ ପୂର୍ବରୁ ସ୍ପାଇଡର୍-ମ୍ୟାନ ଚରିତ୍ରରେ ଆଣ୍ଡ୍ରିୟୁ ଗାରଫିଲ୍ଡ ଏବଂ ଟୋବି ମ୍ୟାକଗୁଏର୍ ଅଭିନୟ କରିଥିଲେ । ଏହି ଦୁଇ କଳାକାରଙ୍କୁ ମଧ୍ୟ ଦର୍ଶକ ଢ଼େର ଭଲ ପାଇବା ଦେଇଥିଲେ । ଟମ୍ ହୋଲାଣ୍ଡଙ୍କ ସ୍ପାଇଡର-ମ୍ୟାନ: ନୋ ଓ୍ୱେ ହୋମ ଦେଖିବାକୁ ଏହି ଦୁଇ କଳାକାର ମଧ୍ୟ କାହାକୁ ନ ଜଣାଇ ଲୁଚି କରି ଥିଏଟରକୁ ଯାଇଥିଲେ । କିନ୍ତୁ ଥିଏଟରରେ ଦୁହେଁ ଭିଡ଼ ମଧ୍ୟରେ ଫସି ଯାଇଥିଲେ |

ଆଣ୍ଡ୍ରିୟୁ କହିଛନ୍ତି, ‘ମୁଁ ବିଶ୍ୱାସ କରି ପାରୁନାହିଁ କି ଏହି ଫିଲ୍ମ ଏପରି ହୋଇଛି । ମୁଁ ଥିଏଟରର ଓପନିଂ ନାଇଟରେ ଫସି ଯାଇଥିଲି । ମୁଁ ମୋର ବେସବଲ୍ କ୍ୟାପ୍ ଏବଂ ମାସ୍କ ପିନ୍ଧି ଭିତରକୁ ଯାଇଥିଲି । ସେହି ସମୟରେ ଟୋବି ମ୍ୟାକଗୁଏର୍ ମଧ୍ୟ ମୋ ସହି ଥିଲେ ଏବଂ ସେ ମଧ୍ୟ ଲୁଚି କରି ସେଠାକୁ ଯାଇଥିଲେ । ଆମେ ସେଠାରେ ଥିବାର କେହି ବି ଜାଣି ନଥିଲେ । ଆମେ ଦୁହେଁ ସେଠାରେ ବହୁତ ମଜା କରିଥିଲୁ ବୋଲି ଆଣ୍ଡ୍ରିୟୁ କହିଛନ୍ତି । ସୂଚନା ଅନୁସାରେ ବ୍ୟବସାୟ ଦୃଷ୍ଟିରୁ ବର୍ତ୍ତମାନ ମାର୍ଭେଲ ସିନେମାଟିକ୍ ୟୁନିଭର୍ସ ଫିଲ୍ମ ‘ଆଭେଞ୍ଜର୍ସ: ଏଣ୍ଡଗେମ୍’ ହିଁ କେବଳ ‘ସ୍ପାଇଡର୍-ମ୍ୟାନ୍: ନୋ ୱେ ହୋମ୍’ ଠାରୁ ଆଗରେ ରହିଛି ।

ଗାଧୋଉଥିବା ବେଳେ ମାଆ ସାମ୍ନାରେ ଭାସିଗଲେ ପୁଅ

ସମ୍ୱଲପୁର: ବୁର୍ଲା ପାଓ୍ୱାର ଚ୍ୟାନେଲରେ ଅଘଟଣ । ମାଆ ସହ ଗାଧୋଉ ଥିବାବେଳେ ଭାସିଗଲେ ନାବାଳକ । ନାବାଳକ ଜଣକ ହେଲେ ଓ୍ୱାନ. ଆର କଲୋନୀର ରୋନକ ପଞ୍ଚବିହାର । ଓ୍ୱାନ୍. ଆର୍ ସ୍ଥିତ ଶିବ ମନ୍ଦିର ଘାଟରେ ଗାଧୋଉ ଥିବାବେଳେ ନାବାଳକ ଜଣକ ଭାସି ଯାଇଛନ୍ତି । ଅସାବଧାନତା କାରଣରୁ ୮ ବର୍ଷୀୟ ରୋନକ ପାଣିରେ ଭାସି ଯାଇଛନ୍ତି । ରୋନକଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ ।

ଏଥିସହିତ ପଢ଼ନ୍ତୁ: ଲୁଟେରା ଦେଲା ଅଫର୍‌: ପୁରୀ ବୁଲି ଆସିଲେ ଫେରାଇ ଦେବ ଫୋନ୍

 

 

ଆଉ ଜଣେ ଡିମ୍ପଲ: ବ୍ରହ୍ମଗିରିରେ ସ୍ୱାମୀ ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ,ଜାଣନ୍ତୁ କାହିଁକି

ବ୍ରହ୍ମଗିରି: ବ୍ରହ୍ମପୁର ପରେ ବ୍ରହ୍ମଗିରି । ସ୍ୱାମୀ ଘର ଆଗରେ ଧାରଣା ବସିଲେ ସ୍ତ୍ରୀ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ହରିଦାସ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଦୀର୍ଘ ୬ ବର୍ଷ ପରେ ସ୍ୱାମୀ ସହ ଶ୍ୱଶୁର ଘର ନାମରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀପ୍ରିୟା ଦଳାଇ । ବିବାହ ପରେ ଅଧିକ ଯୌତୁକ ଦାବିକରି ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ଲକ୍ଷ୍ମୀପ୍ରିୟା ।

ଅତ୍ୟାଚାର ସହିନପାରିବାରୁ ଲକ୍ଷ୍ମୀପ୍ରିୟା ନିଜ ବାପ ଘରକୁ ପଳାଇଥିଲେ । ପରେ ଉଭୟ ଗ୍ରାମବାସୀ ବସି ବୁଝାସୁଝା ପରେ ଲକ୍ଷ୍ମୀପ୍ରିୟା  ସ୍ୱାମୀ ଘରକୁ ଯାଇଥିଲେ । ଲକ୍ଷ୍ମୀପ୍ରିୟା ଶାଶୂ ଘରେ ଥିବା ବେଳେ ତାଙ୍କ ସ୍ୱାମୀ ଦିବାକର ଛାଡ଼ପତ୍ର ମାମଲା ଦାୟର କରିଥିଲେ । ପରେ ଲକ୍ଷ୍ମୀପ୍ରିୟାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିଲେ । ଦୀର୍ଘ ପାଞ୍ଚ ବର୍ଷ ପରେ ଛାଡପତ୍ର ମାମଲା ରଦ୍ଦ ହୋଇଥିଲା । ପରେ ଗତ କାଲି ରାତିରେ ଲକ୍ଷ୍ମୀପ୍ରିୟା ନିଜ ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ନ୍ୟାୟ ନମିଳିବା ଯାଏ ଧାରଣାରେ ବସିବେ କହିଛନ୍ତି ଲକ୍ଷ୍ମିପ୍ରିୟା ।

ଏଥିସହିତ ପଢ଼ନ୍ତୁ: ଲୁଟେରା ଦେଲା ଅଫର୍‌: ପୁରୀ ବୁଲି ଆସିଲେ ଫେରାଇ ଦେବ ଫୋନ୍

ଜାନୁଆରୀ ୧୨ରୁ ହେବ ନିଟ୍ ପିଜି କାଉନସେଲିଂ, ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୨ରୁ ଆରମ୍ଭ ହେବ ନିଟ୍ ପିଜି କାଉନସିଲିଂ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ । ଟ୍ୱିଟ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ୧୨ ତାରିଖରୁ ମେଡିକାଲ କାଉନସେଲିଂ କମିଟି ନିଟ୍-ପିଜି କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବ । ଏହା ଯୋଗୁ ଦେଶରେ କୋଭିଡ ବିରୋଧରେ ସଂଗ୍ରାମ ଶକ୍ତିଶାଳୀ ହୋଇପାରିବ ।

ନିଟ୍ ପିଜି କାଉନସେଲିଂ ମାମଲାରେ ଗତ ଶୁକ୍ରବାର ସୁପ୍ରିମକୋର୍ଟ କହିଥିଲା କି ଚଳିତ ବର୍ଷ ୨୭ ପ୍ରତିଶତ ଓବିସି ଓ ୧୦ ପ୍ରତିଶତ ଅର୍ଥନୈତିକ ପଛୁଆ ବର୍ଗ କୋଟା ଭିତ୍ତିରେ ଏହି କାଉନସେଲିଂ ପ୍ରକ୍ରିୟା ଚାଲିବ । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଡ.ଓ୍ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଏ.ଏସ. ବୋପାନ୍ନା ଆଡମିଶନ ପ୍ରକ୍ରିୟା ଜରୁରୀ ବୋଲି ଦର୍ଶାଇଥିଲେ । ପୂର୍ବରୁ ତୁରନ୍ତ କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବା ଲାଗି ଆବାସିକ ଡାକ୍ତର ମହାସଂଘ ଦାବି କରିଥିଲା । ଦେଶବ୍ୟାପୀ ଆନ୍ଦୋଳନ ପରେ ଗତ ୩୧ ତାରିଖରେ ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।