spot_img
Home Blog Page 4703

ଟିକାକରଣରେ ରେକର୍ଡ, ୩ କୋଟି ଟପିଲା ପ୍ରଥମ ଡୋଜ୍

ଭୁବନେଶ୍ୱର: କରୋନା ବିରୋଧୀ ଲଢେଇରେ ଓଡ଼ିଶାର ସଫଳତା । ରାଜ୍ୟରେ ଟିକାକରଣରେ ରେକର୍ଡ । ୩ କୋଟି ଟପିଲା ପ୍ରଥମ ଡୋଜ୍ ଟିକାକରଣ । ଏନେଇ ଟ୍ୱିଟ୍ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ରାଜ୍ୟବାସୀଙ୍କୁ ଡବଲ ଡୋଜ୍ ଟିକା ନେବାକୁ ନିବେଦନ କରିଛି ବିଭାଗ ।
ଟିକାକରଣରେ ରାଜ୍ୟର ରେକର୍ଡ ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ୩କୋଟି ଟପିଥିବାରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ ଲଗାତର ଉଦ୍ୟମ ଓ ଉତ୍ସର୍ଗୀକୃତ ସେବା ପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।

ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର ପ୍ରୟାସ ଯୋଗୁ ରାଜ୍ୟ ଆଜି ଏହି ସପଳତା ହାସଲ କରିପାରିଛି  । ସ୍ୱାସ୍ଥ୍ୟକର୍ମୀଙ୍କ ଏହି କାର୍ଯ୍ୟ ପାଇଁ ରାଜ୍ୟବାସୀଙ୍କ ଜୀବନ ବଞ୍ଚିପାରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ଆସିବ ୫ ରାଜ୍ୟର ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଆଜି ଘୋଷଣା ହେବ ୫ ରାଜ୍ୟର ନିର୍ବାଚନ ତାରିଖ  । ଅପରାହ୍ଣ ୩ଟି ୩୦ ମିନଟରେ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିଶନ  । ୫ ରାଜ୍ୟରେ ନିର୍ବାଚନ ହେବା ନେଇ ପ୍ରକାଶ ପାଇବ ତାରିଖ  । ଏହି ରାଜ୍ୟ ଗୁଡିକ ହେଉଛନ୍ତି ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡ  ।

ଏହି ସମସ୍ତ ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ  । କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ଘଟୁଥିବାବେଳେ ଏହି ସମୟରେ କିପରି ନିର୍ବାଚନ ପରିଚାଳନା କରାଯିବ ତାହାକୁ ମଧ୍ୟ ଦୃଷ୍ଟିରେ ରଖିଛନ୍ତି ନିର୍ବାଚନ କମିଶନ  ।

୩ ଦିନ ହେବ ନିଖୋଜ ପୋଷ୍ଟ ମାଷ୍ଟର

ରାୟଗଡ଼ା: ମୁନିଗୁଡ଼ା ଥାନା ପିସ୍କାପଙ୍ଗା ପୋଷ୍ଟମାଷ୍ଟର ମାନସ ହିକକାଙ୍କୁ ଅପହରଣ ଅଭିଯୋଗ । କେହି ଦୁର୍ବୃତ୍ତ ଅପହରଣ କରି ନେଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତ ୫ ତାରିଖରୁ ସେ ନିଖୋଜ ଅଛନ୍ତି । ରାଶିକଲା ପଞ୍ଚାୟତରୁ ଡୁକୁମ ଯିବା ପାଇଁ ବାହାରିଥିଲେ ମାନସ । ତା’ପରଠୁ ତାଙ୍କର ଆଉ ପତ୍ତା ନାହିଁ ।

ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ବିଷମକଟକ ଥାନାକୁ ଜଣାଇଥିଲେ । ରାସ୍ତାକଡ଼ରୁ ମାନସଙ୍କ ବାଇକ୍ ପୋଲିସ ଉଦ୍ଧାର କରିଥିବା ବେଳେ ତାଙ୍କର କୌଣସି ସୂଚନା ମିଳିନାହିଁ । ଆଜି ପରିବାର ତରଫରୁ ମୁନିଗୁଡା ଥାନାରେ ଏତଲା ଦିଆଯାଇଛି । ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଅଣାୟତ ସଂକ୍ରମଣ: ଦିନକରେ ୧,୪୧, ୯୮୬ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଅଣାୟତ କରୋନା । ୨୪ ଘଣ୍ଟାରେ ଲକ୍ଷେ ୪୧ହଜାର ୯୮୬ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮୫ ଆକ୍ରାନ୍ତଙ୍କ ଜୀବନ ନେଇ  କରୋନା । ଦିନକରେ ୪୦ହଜାର ୮୯୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଦୈନିକ ପଜିଟିଭିଟି ୯.୨୮ ପ୍ରତିଶତ ।  ଆକ୍ଟିଭ କେସ୍ ୪ଲକ୍ଷ ୭୨ହଜାର ୧୬୯ ଥିବା ବେଳେ ମୋଟ୍ କେରାନା ମୃତ୍ୟୁସଂଖ୍ୟା ୪ଲକ୍ଷ ୮୩ହଜାର ୧୭୮ ।

ଦେଶରେ ମୋଟ୍ ଭ୍ୟାକ୍ସିନେସନ ୧୫୦.୬ କୋଟି ଟପିଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ସେପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ୭୧ । ୧୨ଶହ ୩ସଂକ୍ରମିତ ଓମିକ୍ରନରୁ ସୁସ୍ଥ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୁସ୍ଥ ହେଲେଣି ୫୮୧ ।

ଜିଲ୍ଲା ପରିଷଦ ସଭାପତିଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର: ଆସିଲା ଜିଲ୍ଲା ପରିଷଦ ସଭାପତିଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା । କେବଳ ମହିଳାଙ୍କ ପାଇଁ ୮ଟି ଜିଲ୍ଲା ସଂରକ୍ଷିତ ଥିବା ବେଳେ ୫୦ ପ୍ରତିଶତ ଅର୍ଥାତ ୧୫ଟି ଜିଲ୍ଲାରେ ମହିଳାମାନେ ସଭାପତି ପଦରେ ବସିବେ । ୧୦ଟି ଜିଲ୍ଲାରେ ଅଣସଂରକ୍ଷିତ ରହିଛି ଆସନ । ୭ଟି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷିତ ରହିଛି ।

ପୂର୍ବରୁ ସଂରକ୍ଷଣ ତାଲିକାରୁ ପଛୁଆ ଜାତି ସଂରକ୍ଷଣ ହଟିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ  । ଏହା ପରେ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ସଂରକ୍ଷଣ ତାଲିକା ବାଦ ଦିଆଯାଉଥିଲା। ଏହାପରେ ପଞ୍ଚାୟତି ନିର୍ବାଚନ ତାଲିକାରୁ ଓବିସି ସଂରକ୍ଷଣ ତାଲିକାକୁ ବାଦ ଦିଆଯାଇଥିଲା  । ଜାନୁଆରୀ ୭ ତାରିଖରେ ପଞ୍ଚାୟତ ନିର୍ବାଚନର ଚୂଡାନ୍ତ ତାଲିକା ପ୍ରକାଶ ପାଇଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ଆସନକୁ ନେଇ ମଧ୍ୟ ଚୂଡ଼ାନ୍ତ ନିଷତ୍ତି ପ୍ରକାଶ ପାଇଛି  ।

କେନ୍ଦ୍ରାପଡ଼ା, ବୌଦ୍ଧ ଓ ଯାଜପୁରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ଥିବା ବେଳେ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼, ନୟାଗଡ଼, ବରଗଡ଼, ବାଲେଶ୍ବର ଓ ସୋନପୁର ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରହିଛି ।

୨୪ ଘଣ୍ଟାରେ ୩୬୭୯ କୋଭିଡ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଆଜି ସଂକ୍ରମଣ ମାମଲା ତିନି ହଜାର ପାର  । ରାଜ୍ୟରେ ୩୬୭୯ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୧୪୮, ଲୋକାଲ କେସ୍ ୧୫୩୧ । ସେପଟେ ଖୋର୍ଦ୍ଧାରେ ହଜାରେ ଟପିଛି ଦୈନିକ ସଂକ୍ରମଣ ସଂଖ୍ୟା ।

ଖୋର୍ଦ୍ଧାରୁ ସର୍ବାଧିକ ୧୨୨୩ ସଂକ୍ରମିତ ଚିହ୍ନଟ । ସୁନ୍ଦରଗଡ଼ରୁ ୫୮୨ ସଂକ୍ରମିତ ଚିହ୍ନଟ । ସମ୍ବଲପୁରରେ ୩୭୨, କଟକରୁ ୩୧୦, ଝାରସୁଗୁଡ଼ା ୧୩୪ ଏବଂ ମୟୁରଭଞ୍ଜରୁ ୮୦ ଜଣ ପଜିଟିଭ ଟିହ୍ନଟ ହୋଇଛନ୍ତି  । ତେବେ ଗତକାଲି ୨୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ଆଜି  ଯଥେଷ୍ଟ ବୃଦ୍ଧି ଘଟିଛି ସଂଖ୍ୟା  ।

ପଞ୍ଚାୟତ ନିର୍ବାଚନ ସମୟରେ ବେକାବୁ ହୋଇପାରେ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ବେଳେ ନିର୍ବାଚନ ହେବା ନେଇ ଚିନ୍ତା ବଢିଛି । ହୁହୁ ହୋଇ ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ କୋଭିଡ କଟକଣା କଡ଼ାକଡ଼ି କରାଯାଇଛି । ଏହାରି ଭିତରେ ପଞ୍ଚାୟତନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଚିନ୍ତା ବଢିଛି । ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେ, ହୋଇଛି । ଦିନ ୧୧ଟାରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିଲା ।

ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନ ପ୍ରଦୀପ ଜେନା ଏବଂ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ରାଜ କୁମାର ଶର୍ମା ବୈଠକରେ ଯୋଗଦେଇଥିଲେ । ୧୦ ତାରିଖରେ ସର୍ବଦଳୀୟ ବୈଠକ ଓ ୧୨ ତାରିଖରେ ପ୍ରଶାସନିକ ବୈଠକ ଥିବାରୁ ଏହା ପୂର୍ବରୁ ଆଜିର ଆଲୋଚନାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି ।

ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ବୃଦ୍ଧି ଘଟୁବାରେ ଲାଗିଛି  । ସପ୍ତାହକ ତଳେ ସଂକ୍ରମଣ ମାମଲା ଯାହା ଥିଲା ବର୍ତ୍ତମାନ ୪ ଗୁଣା ବୃଦ୍ଧି ଘଟିଛି ରାଜ୍ୟରେ ସଂକ୍ରମିତ ସଂଖ୍ୟା  । ସେପଟେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଥିବାରୁ ସଂକ୍ରମଣ ସଂଖ୍ୟା ଆହୁରି ଘାତକ ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି ନିର୍ବାଚନ ଆୟୋଗ  ।

ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କୁ ମର୍ଯ୍ୟାଦାଜନକ ‘ନାଲକୋ କାଳିଦାସ’ ସମ୍ମାନ

ଭୁବନେଶ୍ୱର : ବିଶ୍ୱ ଦରବାରରେ ସଂସ୍କୃତ ଭାଷା ଓ ଆଧ୍ୟାତ୍ମିକତାର ପରିଭାଷାକୁ ପହଞ୍ଚାଇବା ସହ ଏହାର ପ୍ରଚାର ଓ ପ୍ରସାର ଦିଗରେ ଉଲ୍ଲେଖନୀୟଅବଦାନ ନିମନ୍ତେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ମର୍ଯ୍ୟାଦାଜନକ ‘ନାଲକୋ କାଳିଦାସ’ ସମ୍ମାନ ପ୍ରଦାନ କରାଯାଇଛି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂସ୍ଥା ନାଲ୍‍କୋର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଏହି ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା ।

କୋଭିଡ଼ ପରିସ୍ଥିତି ଯୋଗୁ ଗୁରୁଜୀ ଡଃ ଶତପଥୀ ନିଜେ ଉପସ୍ଥିତ ହୋଇପାରିନଥିବାରୁ ତାଙ୍କ ତରଫରୁ ତାଙ୍କର ଭଗିନୀ ଶ୍ରୀମତୀ ନିୟତି ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ସ୍ୱରୂପ ମାନପତ୍ର, ଉତ୍ତରୀୟ ଓ ନଗଦ ଏକଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଏହି ପୁରସ୍କାର ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଯେ ସୃଷ୍ଟି ତତ୍ତ୍ୱ ଉପରେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ରଚିତ କାବ୍ୟଗ୍ରନ୍ଥ ‘ଗୋପ୍ୟରୁ ଅଗୋପ୍ୟ’ ସଂସ୍କୃତ ଭାଷାରେ ଅନୂଦିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିବାବେଳେ ପୂର୍ବରୁ ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ ପକ୍ଷରୁ ତାଙ୍କୁ ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ‘ବାଚସ୍ପତି’ ଉପାଧିରେ ସମ୍ମାନିତ କରାଯାଇଥିଲା ।

ରାଜଧାନୀରେ ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ୱର: ରାଜଧାନୀରେ ବଢୁଛି ସଂକ୍ରମଣ । ୩ ଦିନରେ ବିଏମସିରେ ୨୫ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲାଣି । ପୁଣି ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ବିଏମସିର ନର୍ଥ ଜୋନରେ ୪ଟି ଓ ଦକ୍ଷିଣପୂର୍ବ ଜୋନରେ ୭ଟି ସ୍ଥାନ ସାମିଲ । ବୁଦ୍ଧ ପାର୍କ ନିକଟ ୧୪ ନମ୍ବର ୱାର୍ଡର J-208 ପ୍ଲଟ୍ ଓ ନିଳାଦ୍ରୀବିହାର ପ୍ଲଟ ନମ୍ବର S5/166 କଣ୍ଟେନମେଣ୍ଟ ଜୋନ୍ । ସେହିପରି ସତ୍ୟ ବିହାର ୧୮ ନମ୍ବର ୱାର୍ଡର ପ୍ଲଟ 1094 ଓ ଗଜପତି ନଗର ଶିବ ପ୍ଲାଜା ଫ୍ଲାଟ 103କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ସୂଚନା ଦେଇଛନ୍ତି ନର୍ଥ ଯୋନ ଡେ଼ପୁଟି କମିଶନର ପୁରନ୍ଦର ନନ୍ଦ ।

ସେହିପରି ବିଏମସି ଦକ୍ଷିଣ ପୂର୍ବ ଯୋନର ୭ଟି ସ୍ଥାନ ହୋଇଛି କଣ୍ଟେନମେଣ୍ଟ । ବମୀଖାଲ ପ୍ଲଟ ନମ୍ବର 223/1752, ସହୀଦ ନଗର ପ୍ଲଟ ନମ୍ବର 20 ଓ 21, ଖାରବେଳ ନଗର ପ୍ଲଟ ନମ୍ବର 09, ବଡଗଡ଼ ପତିତପାବନ ନଗର ଲେନ-1, କେନାଲ ରୋଡ ପ୍ଲଟ ନମ୍ବର 1164/8588, ଟଙ୍କପାଣି ରୋଡ ରତ୍ନ ନିବାସ 19-B, ଓଲଡ଼ ଟାଉନ ଅଖରପୁରୀ ହାଉସିଂ ବୋର୍ଡ଼ ପ୍ଲଟ ନମ୍ବର 14, ଓଲଡ଼ ଟାଉନ ଗଙ୍ଗା ଯମୁନା ରୋଡ ପ୍ଲଟ ନମ୍ବର 3314/4736କୁ କଣ୍ଟେନମେଣ୍ଟ ହୋଇଥିବା ସୂଚନା ଦେଇଛନ୍ତି ବିଏମସି ଦକ୍ଷିଣ ପୂର୍ବ ଯୋନ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ।

ପ୍ରତି ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ପରେ ସଂକ୍ରମଣକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତ୍ୟେକ କଣ୍ଟେନମେଣ୍ଟ କଟକଣା ୭ଦିନ ପାଇଁ ବଳବତ୍ତର ରହିବ । ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ବିଏମସି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବ । ପୂର୍ବରୁ ଅର୍ଥାତ ବୁଧବାର ୧୦ଟି ଓ ଗୁରୁବାର ୪ଟି ଅଞ୍ଚଳରେ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା ।

ଡିମ୍ପଲଙ୍କ ପରେ ଡଲି: ସ୍ୱାମୀ ଦୋକାନ ଆଗରେ ଦେଲେ ଧାରଣା

ଯାଜପୁର: ବ୍ରହ୍ମପୁର ପରେ ଯାଜପୁରରେ ସ୍ୱାମୀ ଘର ଆଗରେ ସ୍ତ୍ରୀ ର ଧାରଣା  । ହକ୍ ପାଇଁ ସ୍ୱାମୀଙ୍କ ଦୋକାନ ଆଗରେ ଧାରଣା ଦେଲେ ମହିଳା । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ବଜାରରେ । ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ ମାଳଦା ଗ୍ରାମର ରାହାସ ବିହାରୀ ସାହୁଙ୍କ ଝିଅ ଡଲିସ୍ମିତା ସାହୁ ୨୦୨୦ ମାର୍ଚ୍ଚ ୧୨ ତାରିଖରେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅରବିନ୍ଦ ସାହୁଙ୍କୁ ଜାରକା ସ୍ଥିତ ଗୋକର୍ଣ୍ଣେଶ୍ବର ମନ୍ଦିରରେ ବିବାହ କରିଥିଲେ ।

ତେବେ ବିବାହର ୪ ମାସ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ ଡଲି ନିଜ ବାପ ଘରେ ବିଧବା ମା’ଙ୍କ ସହିତ ରହୁଛନ୍ତି । ଡଲି ଭରଣପୋଷଣ ଦାବି କରୁଥିଲେ ମଧ୍ୟ ଅରବିନ୍ଦ ଦେବାକୁ ମନା କରୁଛନ୍ତି । ଅରବିନ୍ଦ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିବା ଖବର ପାଇ ଡଲିସ୍ମିତା ଆଜି ଜାରକା ବଜାରରେ ପହଁଚିଥିଲେ । ଅରବିନ୍ଦଙ୍କ ଲୁଗା ଦୋକାନ ଆଗରେ ମାଆଙ୍କ ସହିତ ଧାରଣା ଦେଇଥିଲେ ।

ଅନ୍ୟପଟେ ବିବାହ ବିଛେଦ ନେଇ କୋର୍ଟରେ କେସ୍ ଚାଲିଥିବା ବେଳେ ସେ ଆସି ଦୋକନରେ ବସି ଗାଳିଗୁଲଜ କରୁଥିବା ଅରବିନ୍ଦଙ୍କ ବଡଭାଇ ଅଭିଯାଗ କହିଛନ୍ତି । ଏନେଇ ସେ ଥାନାରେ ଜଣାଇବା ପରେ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଁଚି ଦୋକାନକୁ ବନ୍ଦ କରିବା ସହ ମହିଳା ଓ ତାଙ୍କ ମାଆଙ୍କୁ ଥାନାକୁ ନେଇ ତଦନ୍ତ ଚଳାଇଛି ।