spot_img
Home Blog Page 4702

ଅନଲାଇନ ଲୁଡୁ ଖେଳି ପାକିସ୍ତାନ ଯୁବକଙ୍କ ପ୍ରେମରେ ପଡ଼ିଲେ ବିବାହିତ ମହିଳା

ଢ଼ୋଲପୁର: ରାଜସ୍ଥାନ ଢ଼ୋଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଢ଼ୋଲପୁର ଜିଲ୍ଲାର ଜଣେ ବିବାହିତ ମହିଳା ଅନଲାଇନରେ ଲୁଡୁ ଖେଳି ପାକିସ୍ତାନର ଅଲ୍ଲୀ ନାମକ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଯାଇଛନ୍ତି । ପ୍ରଥମେ ଅନଲାଇନରେ ଲୁଡୁ ଖେଳି ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା ଏବଂ କିଛି ଦିନ ପରେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଯାଇଥିଲେ । ଏହା ପରେ ଉକ୍ତ ମହିଳାଜଣଙ୍କ ତାଙ୍କ ସ୍ୱାମୀ ଓ ପିଲାଙ୍କୁ ଛାଡି ତାଙ୍କ ପ୍ରେମିକଙ୍କୁ ଦେଖାକରିବା ପାଇଁ ପାକିସ୍ତାନ ଯିବା ପାଇଁ ସ୍ଥିର କରିଥିଲେ । କିନ୍ତୁ ପୋଲିସ ତାଙ୍କୁ ଅମୃତସରର ଜାଲିଓ୍ୱାନାଓ୍ୱାଲବାଗ ଅଞ୍ଚଳରୁ ଧରିଥିଲେ । ଉକ୍ତ ମହିଳା ଜଣଙ୍କ ଜାଲିଆନାଓ୍ୱାଲାବାଗ ଅଞ୍ଚଳରୁ ଅଟାରୀ ଯିବା ପାଇଁ ଅଟୋ ପାଇଁ ପଚାରୁଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କର ସନ୍ଦେହ ହୋଇଥିଲା । ଯାହା ଫଳରେ ସେ ସେହି ମହିଳାଜଣଙ୍କୁ ପଚରା ଉଚରା କରିଥିଲେ । ପୋଲିସ ପଚରା ଉଚରା ପରେ ପୂରା ମାମଲା ସାମ୍ନାକୁ ଆସିଥିଲା ।

ପୋଲିସ ମହିଳାଙ୍କୁ ଅଟକ ରଖିବା ପରେ ତାଙ୍କ ପରିବାରଙ୍କୁ ଅମୃତସର ଡାକିଥିଲେ ଏବଂ ମହିଳା ଜଣଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ । ମହିଳାଜଣଙ୍କ ପୋଲିସକୁ କହିଥିଲେ କି ସେ ୬ ମାସ ପୂର୍ବରୁ ଅନଲାଇନରେ ଲୁଡୁ ଖେଳିବା ସମୟରେ ପାକିସ୍ତାନର ଅଲ୍ଲୀ ନାମକ ଜଣେ ଯୁବକଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ଏହାପରେ ଉଭୟ ହ୍ୱାଟ୍ସଆପରେ କିଛି ଦିନ ଚାଟିଂ ମଧ୍ୟ କରିଥିଲେ । ଏହାପରେ ପାକିସ୍ତାନ ଯୁବକ ବିବାହିତା ମହିଳାଙ୍କୁ ଭେଟିବା ପାଇଁ ଅଟାରୀ ବର୍ଡରକୁ ଡାକିଥିଲେ । ପାକିସ୍ତାନୀ ଯୁବକ ଅଲ୍ଲୀ ତାଙ୍କୁ କହିଥିଲା କି ସେ ଅଟାରୀ ବର୍ଡରରେ ପହଞ୍ଚିବା ପରେ ସେ ତାଙ୍କୁ ତାଙ୍କ ସହ ପାକିସ୍ତାନ ନେଇଯିବେ।

ପ୍ରେମରେ ପାଗଳ ଥିବା ମହିଳା ଜଣଙ୍କ ବୁଧବାର ତାଙ୍କ ସ୍ୱାମୀ ଓ ଦୁଇ ବର୍ଷର ଛୋଟ ଛୁଆଙ୍କୁ ଛାଡି ପାକିସ୍ତାନ ତାଙ୍କ ପ୍ରେମିକଙ୍କୁ ଦେଖାକରିବା ପାଇଁ ବାହାରିଥିଲେ । ବୁଧବାର ଘରୁ ବାହାରି ଯିବା ପରେ ଶଶୂର ଘର ପକ୍ଷରୁ ତାଙ୍କୁ ଖୋଜି ଖୋଜି କରିଥିଲେ । ଏହାରି ମଧ୍ୟରେ ଗୁରୁବାର ଅମୃତସର ପୋଲିସ ମହିଳାଜଣଙ୍କୁ ଜାଲିଆନାଓ୍ୱାଲବାଗ ଅଞ୍ଚଳରୁ ଧରି ଥିଲେ । ତେବେ ଏହି ମାମଲାରେ ପରିବାର ପକ୍ଷରୁ ପୋଲିସ ପାଖରେ କୌଣସି ମାମଲା ରୁଜୁ କରିନାହାନ୍ତି ।

ଗଜପତିରେ ଅଜଣା ହେଲିକପ୍ଟରକୁ ନେଇ ଆଲୋଡ଼ନ: ଲ୍ୟାଣ୍ଡ କରିବାରେ ବିଫଳ ହେବାରୁ ଫେରିଗଲା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ଠାରେ ଅଜଣା ହେଲିକପ୍ଟର ଲ୍ୟାଣ୍ଡ ପାଇଁ କରିଥିଲା ଉଦ୍ୟମ । ପଡ଼ିଆରେ ପିଲାଙ୍କ ଭିଡ଼ ଦେଖି ଅବତରଣ ନକରି ପୁଣି ଫେରିଯାଇଛି ହେଲିକପ୍ଟଟ । ସୂଚନା ଅନୁଯାୟୀ ଦୁଇ ଥର ଲ୍ୟାଣ୍ଡ ପାଇଁ ଉଦ୍ୟମ କରିଥିଲା ହେଲିକପ୍ଟର । ହେଲେ ସଫଳ ହୋଇନଥିଲା। ଭିଡଦେଖି ଫେରିଯାଇଥିଲା । ଏହି ହେଲିକପ୍ଟରଟି ଭାରତୀୟ ବାୟୁସେନାର ବୋଲି ଅନୁମାନ କରାଯାଉଛି ।

ଅପରାହ୍ନରେ ସମୟ ପ୍ରାୟ ୪ଟା ୩୦ ସମୟରେ ହେଲିକପ୍ଟରଟି ପ୍ରଥମେ କଲେଜ ପଡ଼ିଆ ଉପରେ ଚକର ମାରିଥିଲା। ପରବର୍ତ୍ତୀ ସମୟରେ ଗଜପତି ଷ୍ଟାଡିୟମକୁ ଆସି ପ୍ରଥମେ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ପଡ଼ିଆରେ ପିଲାଙ୍କ ଭିଡ଼ ଦେଖି ଫେରିଥଲା । କିଛି ସମୟ ପରେ ପୁଣି ଷ୍ଡାଡିଅମ ଉପରକୁ ଆସି ଭୂମି ଠାରୁ ମାତ୍ର କିଛି ଫୁଟ ତଳକୁ ଆସିଥିଲା । ତେବେ ଏହି ଘଟଣା ନେଇ ସ୍ଥାନୀୟ ପୋଲିସ ନିକଟରେ କୌଣସି ସୂଚନା ନଥିବା କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ CEC, ଜାଣନ୍ତୁ କେବେ କେଉଁଠି ମତଦାନ

ପଞ୍ଜାବ ସରକାରଙ୍କ ବଡ଼ ନିଷ୍ପତ୍ତି, ନିର୍ବାଚନ ପୂର୍ବରୁ ବଦଳାଇଲେ ଡିଜିପି

ଚଣ୍ଡିଗଡ଼: ବଦଳିଲେ ପଞ୍ଜାବ ଡିଜିପି । ପଞ୍ଜାବ ବିଧାନସଭା ନିର୍ବାଚନ ଆଚରଣବିଧି ଲାଗୁ ହେବା କିଛି ଘଣ୍ଟା ପୂର୍ବରୁ ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ ସରକାର ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟୟଙ୍କୁ ବଦଳାଇ ବିକେ ଭାବରାଙ୍କୁ ନୂଆ ଡିଜିପି ଭାବରେ ନିଯୁକ୍ତି ଦେଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ପଞ୍ଜାବ ଡିଜିପିଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ପଞ୍ଜାବରେ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ପଞ୍ଜାବ ସରକାର UPSC ପ୍ୟାନେଲକୁ କିଛି ଆଇପିଏସ ଅଫିସରଙ୍କ ନାମ ପଠାଇଥିଲା । ଯେଉଁ ଆଇପିଏସଙ୍କ ମଧ୍ୟରୁ ବିକେ ଭାବରାଙ୍କୁ ନୂଆ ଡିଜିପି ଭାବରେ ନିଯୁକ୍ତି ଦିଆଯାଇଛି । ବିକେ ଭାବରା ୧୯୮୭ ବ୍ୟାଚର ଆଇପିଏସ ଅଫିସର ଅଟନ୍ତି । ସେ ପଞ୍ଜାବ ଭିଜିଲାନ୍ସ ଚିଫ୍ ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।

ସୂଚନା ଅନୁସାରେ ପଞ୍ଜାବରେ ସରକାର ବଦଳିବା ସହ କ୍ୟାପଟେନ ଅମିରନ୍ଦର ସିଂଙ୍କ ନିକଟତର ଦିନକର ଗୁପ୍ତା ଜାଣିଥିଲେ କି ତାଙ୍କୁ ଡିଜିପି ପଦରୁ ହଟାଇ ଦିଆଯିବ । ସେଥିପାଇଁ ସେ ଛୁଟିରେ ଚାଲିଯାଇଥିଲେ । ଏହାପରେ ଆଇପିଏସ ସହୋତାଙ୍କ କାର୍ଯ୍ୟକାରୀ ଡିଜିପି ପଦରେ ଅତିରିକ୍ତ ଚାର୍ଜ ଦିଆଯାଇଥିଲା । କିନ୍ତୁ ନବଜୋତ ସିଂ ସିଦ୍ଧୁଙ୍କ ଆପତ୍ତି ପରେ ସିଦ୍ଧୁଙ୍କ ନିକଟତର ଆଇପିଏସ ସିଦ୍ଧାର୍ଥ ଚଟ୍ଟୋପାଧ୍ୟୟଙ୍କୁ ନୂଆ ଡିଜିପି ଭାବରେ ଅତିରିକ୍ତ ଚାର୍ଜ ଦିଆଯାଇଥିଲା ।

ତେବେ UPSC ପ୍ୟାନେଲକୁ  ଯେଉଁ ୧୦ ଆଇପିଏସ ଅଫିସରଙ୍କ ନାଁ ପଞ୍ଜାବ ସରକାର ପଠାଇଥିଲା ସେମାନଙ୍କ ମଧ୍ୟରୁ ଯେଉଁ ତିନିଜଣଙ୍କ ନାଁ ଅନୁମୋଦିତ ହୋଇଥିଲା ସେମାନଙ୍କ ମଧ୍ୟରେ ସିଦ୍ଧାର୍ଥ ଚଟ୍ଟୋପାଧ୍ୟୟଙ୍କ ନାଁ ନଥିଲା । ସେଥିପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବାର କିଛି ଘଣ୍ଟା ପୂର୍ବରୁ ପଞ୍ଜାବ ସରକାର ବିକେ ଭାବରାଙ୍କୁ ନୂଆ ଡିଜିପି ଭାବରେ ନିଯୁକ୍ତି କରିଛନ୍ତି ।

୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ CEC, ଜାଣନ୍ତୁ କେବେ କେଉଁଠି ମତଦାନ

ନୂଆଦିଲ୍ଲୀ: ୫ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ । ୫ଟି ରାଜ୍ୟରେ ୭ଟି ପର୍ଯ୍ୟାୟରେ ହେବ ମତଦାନ । ଗୋଆ,ପଂଜାବ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ ।

ୟୁପିରେ ଫେବ୍ରୁଆରୀ ୧୦ରେ ପ୍ରଥମ ପର୍ଯ୍ୟାୟ ଭୋଟ । ୟୁପିରେ ଫେବ୍ରୁଆରୀ ୧୦ରେ ପ୍ରଥମ, ୧୪ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ । ଫେବ୍ରୁଆରୀ ୧୪ରେ ଦ୍ୱିତୀୟ, ୨୦ରେ ତୃତୀୟ ପର୍ଯ୍ୟାୟ ଭୋଟିଂ । ଫେବ୍ରୁଆରୀ ୨୩ରେ ଚତୁର୍ଥ, ୨୭ରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୟୁପିରେ ମାର୍ଚ୍ଚ ୩ରେ ଷଷ୍ଠ ପର୍ଯ୍ୟାୟ ମତଦାନ । ପଂଜାବ, ଗୋଆ, ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ମତଦାନ । ପଂଜାବ, ଗୋଆ, ଉତ୍ତରାଖଣ୍ଡରେ ଫେବ୍ରୁଆରୀ ୧୪ରେ ନିର୍ବାଚନ ।ମଣିପୁରରେ ଦୁଇଟି ପର୍ଯ୍ୟାୟରେ ହେବ ଭୋଟିଂ । ମଣିପୁରରେ ଫେବ୍ରୁଆରୀ ୨୭ ଓ ମାର୍ଚ୍ଚ ୩ରେ ମତଦାନ । ମାର୍ଚ୍ଚ ୭ରେ ମତଦାନ ଶେଷ, ୧୦ରେ ଭୋଟ୍ ଗଣତି ।

ଏ ନେଇ ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନ ସାମ୍ୱାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି । ୫ରାଜ୍ୟର ୬୯୦ଆସନରେ ହେବ ମତଦାନ । ୨୯.୪ଲକ୍ଷ ନୂଆ ମତଦାତା ଦେବେ ଭୋଟ୍ ଦେବାକୁ ଥିବା ବେଳେ ୧୮.୩କୋଟି ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିବେ । ୨ଲକ୍ଷ ୧୫ହଜାରରୁ ଅଧିକ ପୋଲିଂ ବୁଥରେ ହେବ ମତଦାନ । ପୂର୍ବାପେକ୍ଷା ମତଦାନ କେନ୍ଦ୍ରରେ ୧୬% ବୃଦ୍ଧି । ସବୁ ପୋଲିଂ ବୁଥରେ ହ୍ୱିଲ୍ ଚେୟାର ରହିବ ।

ଗୋଆ, ମଣିପୁରର ପ୍ରାର୍ଥୀ ପ୍ରଚାରରେ ସର୍ବାଧିକ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ୟୁପି, ଉତ୍ତରାଖଣ୍ଡ ଓ ପଞ୍ଜାବର ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ‘ସୁବିଧା’ ଆପ୍ ଦ୍ୱାରା ରାଜନୈତିକ ଦଳ ସଭା ପାଇଁ ଆବେଦନ କରିପାରିବେ । CIVIGIL ଆପ୍ ଦ୍ୱାରା ସାଧାରଣ ନାଗରିକ ନିର୍ବାଚନରେ ହେଉଥିବା ଅନୈତିକ କାର୍ଯ୍ୟକଳାପ ବାବଦରେ ଅଭିଯୋଗ କରିପାରିବେ । ସି-ଭିଜିଲ୍ ଆପରେ କୌଣସି ଦଳ ଲାଞ୍ଚ ବାଣ୍ଟୁଥିବାର ଭିଡିଓ ମଧ୍ୟ ନାଗରିକ ଅପଲୋଡ୍ କରିପାରିବେ । ‘ସୁବିଧା’ ଆପ୍ ଦ୍ୱାରା ରାଜନୈତିକ ଦଳ ସଭା ପାଇଁ ଆବେଦନ କରିପାରିବେ ।

ଘୁଞ୍ଚିବନି K.G.F: Chapter 2ର ରିଲିଜ୍ ତାରିଖ, ୟଶଙ୍କ ଜନ୍ମଦିନରେ ଶେୟାର କଲେ ନୂଆ ପୋଷ୍ଟର

ମୁମ୍ବାଇ: ଆଜି କନ୍ନଡ ସୁପରଷ୍ଟାର ୟଶଙ୍କ ୩୬ତମ ଜନ୍ମଦିନ । ୟଶ ତାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନମାନଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ୟଶ ତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର K.G.F: Chapter 2ର ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି । ଏହି ଫିଲ୍ମକୁ ବହୁ ଦିନ ହେବ ଫ୍ୟାନମାନେ ଅପେକ୍ଷା କରିଛନ୍ତି । ଚଳଚ୍ଚିତ୍ରର ନୂଆ ପୋଷ୍ଟର ରିଲିଜ୍ କରି ପ୍ରତିଶୃତି ଦେଇଛନ୍ତି କି ଏହି ଫିଲ୍ମ ୨୦୨୨ ଏପ୍ରିଲରେ ରିଲିଜ୍ ହେବ । ଅର୍ଥାତ ଏହି ଫିଲ୍ମର ରିଲିଜ୍ ତାରିଖ ଆଉ ଘୁଞ୍ଚିବନି ।

 

ଗତ ବର୍ଷ ସୁପରଷ୍ଟାର ୟଶଙ୍କ ଜନ୍ମଦିନରେ ’K.G.F: Chapter 2’ର ନିର୍ମାତା ଏହି ଫିଲ୍ମର ଟିଜର ରିଲିଜ୍ କରିଥିଲେ । ୟଶଙ୍କ ପ୍ରଶଂସକଙ୍କ ଅନୁରୋଧ ପରେ ଏହି ଟିଜର ରିଲିଜ୍ ହୋଇଥିଲା । ’K.G.F: Chapter 2’ର ୨୦୧୮ରେ ରିଲିଜ୍ ହୋଇଥିବା K.G.F ସିକ୍ୱେଲ ଅଟେ । K.G.Fରେ ୟଶ ରକି ଭାଇ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ୟଶଙ୍କ ସହ ସଞ୍ଜୟ ଦତ୍ତ, ରବିନା ଟଣ୍ଡନ, ପ୍ରକାଶ ରାଜଙ୍କ ସହ ଅନ୍ୟ ଏକଟର୍ସ ଅଛନ୍ତି । ଏହି ଫିଲ୍ମକୁ ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଇଛନ୍ତି ।

ଧରାପଡିଲା ମିଛ ଦୁଷ୍କର୍ମ, ମୃତ ଯୁବତୀଙ୍କ ଭାଇ ଗିରଫ

କୋରାପୁଟ: ଜୟପୁର ଚିଲିଗୁଡା ଗାଁରେ ଦୁଷ୍କର୍ମ ପରେ ହତ୍ୟା ନେଇ ମିଥ୍ୟା ଅଭିଯୋଗର ପର୍ଦ୍ଦାଫାସ । ଯୁବତୀଙ୍କ ପ୍ରେମିକଙ୍କୁ ଫସାଇବାକୁ ବିଦ୍ୟୁତ ଆଘାତଜନିତ ମୃତ୍ୟୁକୁ ଦୁଷ୍କର୍ମ ପରେ ହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଥିଲା । ଯୁବତୀଙ୍କ ଭାଇ ଓ ଗ୍ରାମବାସୀ ଏଭଳି ଉଦ୍ୟମ କରିଥିଲେ । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ତଦନ୍ତ କରି ସତ ସାମ୍ନାକୁ ଆଣିଛି । ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକଙ୍କ ମଧ୍ୟରେ ଯୁବତୀଙ୍କର ନିଜ ଭାଇ ଓ ସମ୍ପର୍କୀୟ ଭାଇ ଅଛନ୍ତି ।

ଏଥିରେ ଜଣେ ନାବାଳିକା ମଧ୍ୟ ସାମିଲ ଅଛି । ଚିଲିଗୁଡ଼ା ଗାଁର ଜଣେ ଯୁବତୀ ଜଙ୍ଗଲକୁ ନିଜ ପ୍ରେମିକଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ସେଠାରେ ଗ୍ରାମବାସୀମାନେ ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଗ୍ରାମବାସୀ ଓ ଯୁବତୀଙ୍କ ପରିବାର ଲୋକ ମିଶି ଉକ୍ତ ଘଟଣାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ କରିଥିଲେ । ଯୁବତୀଙ୍କ ପ୍ରେମିକ ଉପରେ ଦୋଷ ଲଦିଥିଲେ । ଶେଷରେ ସତ ସାମ୍ନାକୁ ଆସିଛି ।

ରାଉରକେଲା ଡେଲି ମାର୍କେଟରେ ଫାଙ୍କା ଗୁଳି ଚାଳନା, ଦୁର୍ବୃତ୍ତ ଫେରାର

ରାଉରକେଲା: ଦିନ ଦ୍ୱିପ୍ରହରରେ ରାଉରକେଲାରେ ଗୁଳି ଚାଳନା । ରାଉରକେଲା ଡେଲି ମାର୍କେଟରେ ଫାଙ୍କା ଗୁଳି ଚାଳନା ହୋଇଛି । ଡେଲି ମାର୍କେଟ ଅଞ୍ଚଳରେ ଦୁଇ ଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ଫଳରେ ଡେଲି ମାର୍କେଟରେ ଫାଙ୍କା ଗୁଳିଚାଳନା ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ଲାଣ୍ଟ ସାଇଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍ୟପକ୍ଷରେ ଫାଙ୍କା ଗୁଳି ଚାଳନା କରିଥିବା ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଫେରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

 

ଚୀନର ଏକ କାଫେଟେରିଆରେ ବଡ଼ ଧରଣର ବିସ୍ଫୋରଣ, ୧୬ ମୃତ

ବେଜିଂ: ଦକ୍ଷିଣ-ପଶ୍ଚିମ ଚୀନର ଏକ ଅଫିସ୍ କ୍ୟାଫେଟେରିଆରେ ଶୁକ୍ରବାର ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଯାହା ଫଳରେ ଏହି ବିସ୍ଫୋରଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହି ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ବିସ୍ଫୋରଣ ଗ୍ୟାସ ଲିକ୍ କାରଣରୁ ହୋଇଛି ବୋଲି ସନ୍ଦେହ କରାଯାଉଛି । ବିସ୍ଫୋରଣ ଫଳରେ ଏହି କାଫେଟେରିଆ ଭୁଶୁଡି ଯାଇଥିଲା ।

ସୂଚନା ଅନୁଯାୟୀ, ୱାଲଙ୍ଗ ଜିଲ୍ଲାର ଏକ ସରକାରୀ କାର୍ଯ୍ୟାଳୟରେ ପ୍ରାୟ ରାତି ୧୨.୧୦ରେ ବିସ୍ଫୋରଣ ଘଟିଥିଲା ​ । ଏହି ଜିଲ୍ଲା ଚୋଙ୍ଗକିଙ୍ଗ ସହର କେନ୍ଦ୍ରଠାରୁ ପ୍ରାୟ ୭୫ କିଲୋମିଟର ଦୂରରେ ଅବସ୍ଥିତ । ବିସ୍ଫୋରଣ ଫଳରେ ଏହି କାଫେଟେରିଆ ଭିତରେ ଥିବା ଅନେକ ଲୋକ ଚାପି ହୋଇଯାଇଥିଲେ । ସୂଚନା ମିଳିବା ପରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ଘଟଣାରର ତଦନ୍ତ ଚାଲିଛି  । ତଦନ୍ତ ପରେ ପ୍ରକୃତ କାରଣ ପଦାକୁ ଆସିବ ବୋଲି କହିଛନ୍ତି ସ୍ଥାନୀୟ ପ୍ରଶାସନ ।

 

ଜାଭିୟରରେ ୩୦ ସଂକ୍ରମିତ, ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ୱର: ଜାଭିଅର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟରେ ପଶିଲା କରୋନା । ଅନୁଷ୍ଠାନର ୩୦ରୁ ଅଧିକ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । ଜାଭିଅର ଇନଷ୍ଟିଚ୍ୟୁଟର ଗୋଟିଏ ହଷ୍ଟେଲକୁ ସମ୍ପୂର୍ଣ କଣ୍ଟେନମେଣ୍ଟ ଯୋନ କରାଯାଇଛି। ବାକି ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀଙ୍କର ହେବ ଆରଟିପିସିଆର ଟେଷ୍ଟ ।

ସେପଟେ ୩ ଦିନରେ ବିଏମସିରେ ୨୫ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲାଣି । ପୁଣି ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ବିଏମସିର ନର୍ଥ ଜୋନରେ ୪ଟି ଓ ଦକ୍ଷିଣପୂର୍ବ ଜୋନରେ ୭ଟି ସ୍ଥାନ ସାମିଲ । ବୁଦ୍ଧ ପାର୍କ ନିକଟ ୧୪ ନମ୍ବର ୱାର୍ଡର J-208 ପ୍ଲଟ୍ ଓ ନିଳାଦ୍ରୀବିହାର ପ୍ଲଟ ନମ୍ବର S5/166 କଣ୍ଟେନମେଣ୍ଟ ଜୋନ୍ ।

ସେହିପରି ସତ୍ୟ ବିହାର ୧୮ ନମ୍ବର ୱାର୍ଡର ପ୍ଲଟ 1094 ଓ ଗଜପତି ନଗର ଶିବ ପ୍ଲାଜା ଫ୍ଲାଟ 103କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ସୂଚନା ଦେଇଛନ୍ତି ନର୍ଥ ଯୋନ ଡେ଼ପୁଟି କମିଶନର ପୁରନ୍ଦର ନନ୍ଦ ।

ମଞ୍ଚରେ ବିଜେପି ବିଧାୟକଙ୍କୁ ଚାପୁଡା ମାରିଲେ କୃଷକ ନେତା

ଲକ୍ଷ୍ନୌ: ସଭା ମଞ୍ଚରେ ବିଧାୟକଙ୍କୁ ଚାପୁଡା ମାରିଲେ କୃଷକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଉତ୍ତରପ୍ରଦେଶ ଉନ୍ନାଓର ବିଜେପି ବିଧାୟକ ପଙ୍କଜ ଗୁପ୍ତା ମଞ୍ଚରେ ବସିଥିବାବେଳେ ତାଙ୍କ ସମ୍ମୁଖକୁ ଜଣେ କୃଷକ ଚାଲିଆସି ଚାପୁଡା ମାରିଥିଲେ । ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ କୁଶାସନ, ଚାଷୀମାରଣ ନୀତି ବିରୋଧରେ ବିଧାୟକଙ୍କୁ ଚାଷୀ ନେତା ମାଡ ମାରିଥିବା କୁହାଯାଇଛି । ତେବେ ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାବେଳେ ଏହି ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି ।

ସଭା ମଞ୍ଚ ଉପରେ ବିଧାୟକଙ୍କୁ ଚାଷୀ ମାଡ ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୃଷକ ଜଣଙ୍କ ବିଧାୟକଙ୍କୁ ଚାପୁଡା ମାରିବା ପରେ କିଛି ଲୋକ ମଞ୍ଚକୁ ଉଠିଯାଇ ଉକ୍ତ କୃଷକଙ୍କୁ କାବୁ କରିଥିଲେ । ତେବେ ଏହି ଘଟଣାକୁ ପ୍ରସଙ୍ଗ କରିଛି ସମାଜବାଦୀ ପାର୍ଟି । ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି କି ଖୋଦ୍ ବିଧାୟକଙ୍କୁ ଜଣେ ଚାଷୀ ନେତା ଚାପୁଡା ମାରିଛନ୍ତି । ଏହି ଚାପୁଡା ବିଧାୟକଙ୍କ ପ୍ରତି ଉଦ୍ଦିଷ୍ଟ ନୁହେଁ ବରଂ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପ୍ରତି ଏକ ଚାପୁଡା । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି, ଦୁର୍ବଳ ପ୍ରଶାସନ ଓ ଏକଛତ୍ରବାଦ ନୀତି ବିରୋଧରେ ଏହାକ ଏକ ପ୍ରତିଫଳନ ବୋଲି ସମାଜବାଦୀ ପାର୍ଟି କହିଛି । ଅନ୍ୟପଟେ ଏହି ମାଡ ଘଟଣା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ବିଧାୟକ ଓ ଚାଷୀ ନେତା ଏକାଠି ବସିଥିବା ଦେଖାଯାଇଥିଲା । ସେ ଚାପୁଡା ମାରି ନଥିଲେ ବରଂ ଆନନ୍ଦରେ ବିଧାୟକଙ୍କୁ ଥାପୁଡାଇଥିଲେ ବୋଲି ଉକ୍ତ ଚାଷୀ ନେତା କହିଛନ୍ତି ।