spot_img
Home Blog Page 4714

ଜାନୁଆରୀରେ ବିବାହ କରୁଛନ୍ତି କି, ପାଳନ କରିବେ ଏହି ଗାଇଡଲାଇନ୍..

ନନ୍ଦିଘୋଷ ବ୍ୟୁରୋ: ବର୍ଷ ଆରମ୍ଭରୁ ଆରମ୍ଭ ହୋଇଥାନ୍ତା ବାହାଘର  । କେବଳ ତିଥିକୁ ଥିଲା ଅପେକ୍ଷା । ଧୁମଧାମରେ ପଡିଥାନ୍ତା ହାତଗଣ୍ଠି । କନିଆଁ ଘରକୁ ଛୁଟିଥାନ୍ତା ବରଙ୍କ ରୋସଣୀ  । ଗୋଟେପଟେ ନିମନ୍ତ୍ରଣ ପତ୍ର ଛଫା ସରିଛି, କେତେକାଂଶରେ ବଣ୍ଟା ବି ସରିଛି  । କିନ୍ତୁ ସବୁ କିଛି ବିଗିଡାଇ ଦେଲା ଭୂତାଣୁ  । ଓଡ଼ିଶାରେ ମାଡି ଗଲାଣି ଓମିକ୍ରନ  । ଏପରି ସ୍ଥିତିରେ ବିବାହ ହେବାକୁ ଯାଉଥିବା ବର-ବଧୂଙ୍କ ଉପରେ ଦାଉ ସାଧିଲେ ଗାଇଡଲାଇନ  । ଏନେଇ ସରକାର କରିଛନ୍ତି  ବଡ ଘୋଷଣା  ।

ପୂର୍ବରୁ ବିବାହ-ବ୍ରତ ଘର ଆଦି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ସଂଖ୍ୟା ୨୫୦ ଧାର୍ଯ୍ୟ କରିଥିଲେ  ।  ଆଜି ଏସଆରସି ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛନ୍ତି  ।  ଅର୍ଥାତ ଏବେ କେବଳ ୧୦୦ ଲୋକରେ ବିବାହ ଘର ହେବ  । ଏହା ସହିତ ବରଯାତ୍ରୀ ସଂଖ୍ୟା କମାଇ ସର୍ବାଧିକ ୩୦ ରଖାଯାଇଛି  । ଏହି ୩୦ ଜଣଙ୍କ ମଧ୍ୟରେ ରହିଛନ୍ତି ବରଯାତ୍ରୀ, ବାଜା, ଲାଇଟ, ଶଙ୍ଖୁଆ, ବାରିକ ଆଦି ସମସ୍ତେ  । ସେପଟେ ଯଦି ବାହାଘର କୈଣସି ଆହଦ୍ଧ ଗୃହ ମଧ୍ୟରେ ହେଉଛି ତେବେ ଏହି ୧୦୦ ଲୋକର ୫୦ ପ୍ରତିଶତ ଲୋକେ ସାମିଲ ରହିବେ  । ଅଧିକ ରହିଲେ ଅର୍ଥାତ କଟକଣା ଉଲ୍ଲଂଘନ କଲେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବେ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି ଏସଆରସି  ।

ସେପଟେ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୫୦ ଲୋକ ସାମିଲ ରହିବେ  । ସିମୀତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ସାରିବାକୁ କୁହାଯାଇଛି  । ବିବାହ ଘର ପୂର୍ବରୁ ଏବେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଛି  । ଯେମିତିକି ହଲଦୀ, ମେହନ୍ଦୀ ଆଦି କାର୍ଯ୍ୟକ୍ରମ ହେଉଥିବାବେଳେ ଏବେ ଏ ସମସ୍ତ କାର୍ଯ୍ୟକ୍ରମ ପୁରାପୁରି ବନ୍ଦ କରିଛନ୍ତି ସରକାର  । ତେବେ ସରକାରଙ୍କ ଏହି ଗାଇଡଲାଇନ ବିବାହ ହେବାକୁ ଯାଉଥିବା ନବବିବାହିତଙ୍କୁ ନିରାଶ କରିଛି  । ଅନ୍ୟପଟେ ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ  । ଦୀର୍ଧ ଦିନ ପରେ ଛାତ୍ରଛାତ୍ରୀ ପାଠ ପଢା ଆରମ୍ଭ କରିଥିବାବେଳେ ଏବେ ପୁଣି ଥରେ ପାଠ ଉପରେ ପଡିଛି ଚଡକ  ।

ଗତ ୨୪ ଘଣ୍ଟାରେ ୧୦ ହଜାର ସଂକ୍ରମିତ, ୮ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ଦେଶର ରାଜଧାନୀ ପାଲଟିଛି କରୋନାର ହଟସ୍ପଟ୍ । ବର୍ଷ ଆରମ୍ଭରୁ ବଢ଼ିଛି ସଂକ୍ରମଣ । ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଗୁକରାଯାଉଛି କଟକଣା । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୦ ହଜାର ୬ ଶହ ୬୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସଂକ୍ରମଣ ସ୍ତର ୧୧.୮୮ ପ୍ରତିଶତ ବଢ଼ୁଥିବା ଜଣାପଡ଼ିଛି । ଭାରତରେ ୨୩ ହଜାର ୩ ଶହ ୭ ଜଣ କୋଭିଡ ସଂକ୍ରମିତ ସକ୍ରିୟ ଥିବା ରିପୋର୍ଟରୁ ପ୍ରକାଶ ।

ଜାନୁଆରୀ ୧ରେ ୨ ହଜାର ୭ ଶହ ୯୬ଟି କୋଭିଡ ମାମଲା ଚିହ୍ନଟ ହୋଇଥିବା ବେଳେ ୨ ଜାନୁଆରୀରେ ୩ ହଜାର ଶହେ ୯୪, ଜାନୁଆରୀ ୩ ରେ ୪ ହଜାର ୯୯ ଏବଂ ୪ ଜାନୁଆରୀରେ ୫ ହଜାର ୪ ଶହ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦ ହଜାର ୬ ଶହ ୬୫ ମାମଲା ଦେଖାଯାଇଛି । ଗତକାଲି ୫ ହଜାର ୪ ଶହ ୮୧ ମାମଲା ଦେଖାଯାଇଥିବା ବେଳେ ୨୦୨୧ ମେ ୧୨ରେ ସବୁଠୁ ଅଧିକ ମାମଲା ଦେଖାଯାଇଥିଲା । ଗତ ୨୪ ଘଣ୍ଟାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ପୂର୍ବରୁ ଜୁନ୍ ୨୬ରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ

ଫିରୋଜପୁର: ଓଭରବ୍ରିଜରେ ୧୫ ମିନିଟ୍ ଅଟକିଲେ ପ୍ରଧାନମନ୍ତ୍ରୀ । ପିଏମ୍ ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ରିପୋର୍ଟ ମାଗିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଫିରୋଜପୁରର ଏସଏସପି ହରମନ ସିଂହଙ୍କୁ ନିଲମ୍ବିତ କରାଯାଇଛି । ଆଜି ଫିରୋଜପୁର ଜିଲ୍ଲାର ହୁସେନାଓ୍ୱାଲା ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁରକ୍ଷା ଭଙ୍ଗ ହୋଇଥିଲା । ଏହା ପରେ ପିଏମ ମୋଦିଙ୍କ କାରକେଡ ଫ୍ଲାଏ ଓଭରରେ ୧୫ରୁ ୨୦ ମିନିଟ ଧରି ଅଟକି ରହିଥିଲା । ଆନ୍ଦୋଳନକାରୀ ମୋଦିଙ୍କ ରାସ୍ତାକୁ ଅବରୋଧ କରିଥିଲେ ।

ମୋଦିଙ୍କ କାରକେଡ ଅବରୋଧ ପରେ ମୋଦିଙ୍କ ସୁରକ୍ଷାରେ ଥିବା ସ୍ପେଶାଲ ପ୍ରୋଟେକସନ ଗ୍ରୁପ(ଏସପିଜି) ସୁରକ୍ଷା ସମ୍ଭାଳିଥିଲେ ଏବଂ ମୋଦିଙ୍କ ଗାଡିକୁ ଚାରି ପାର୍ଶ୍ୱରୁ ଜଗି ରହିଥିଲେ । ସୁରକ୍ଷା ଭଙ୍ଗ ହେବା କାରଣରୁ ଫରୋଜପୁରରେ ହେବାକୁ ଥିବା ରାଲିକୁ ରଦ୍ଧ କରି ଏୟାରପୋର୍ଟ ଫେରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏୟାରପୋର୍ଟ ପହଞ୍ଚି ଅସନ୍ତୋଷ ବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଅସନ୍ତୋଷ ବ୍ୟକ୍ତ କରି ଅଧିକାରୀମାନଙ୍କୁ କହିଥିଲେ କି ମୁଁ ଜୀବନ୍ତ ଆସିଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଏତେ ବଡ ଅବହେଳା କିଭଳି ହେଲା ସେ ନେଇ ପଞ୍ଜାବ ସରକାରଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ତଲବ କରାଯାଇଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ‘ପିଏମ୍‌ ବୁଧବାର ସକାଳେ ବଠିଣ୍ଡାରେ ପହଞ୍ଚିଥିଲେ । ସେଠାରେ ସେ ହେଲିକପ୍ଟରରେ ହୁସେନାଓ୍ବାଲାକୁ ରାଷ୍ଟ୍ରୀୟ ସହିଦ ସ୍ମାରକ ଯିବାର ଥିଲା । କିନ୍ତୁ ବର୍ଷା ଏବଂ ପାଗ ଖରାପ ଯୋଗୁଁ ମୋଦିଙ୍କୁ ୨୦ ମିନିଟ୍‌ ଧରି ଅପେକ୍ଷା କରିବାକୁ ପଡିଥିଲା । ତଥାପି ଆକାଶ ମେଘାଚ୍ଛନ ରହିବାରୁ ସେ ସଡକ ମାର୍ଗରେ ହିଁ ସେଠାରେ ପହଞ୍ଚିବା ପାଇଁ ନିଷ୍ପତ୍ତି ନେଇଥିଲେ ଯାହାକି ୨ ଘଣ୍ଟା ଲାଗିଥାନ୍ତା । ପଞ୍ଜାବ ଡିଜିପି ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପରେ ପ୍ରଧାନମନ୍ତ୍ରୀ ସଡକ ପଥରେ ଯାଇଥିଲେ ।

କିନ୍ତୁ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫ୍ଲାଏ ଓଭରରେ ପହଞ୍ଚିଥିଲା ସେହି ସମୟରେ ଆନ୍ଦୋଳନକାରୀ ମୋଦିଙ୍କ ରାସ୍ତାକୁ ଅବରୋଧ କରିଥିଲେ । ଯାହା ଫଳରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫ୍ଲାଏ ଓଭର ଉପରେ ଅଟକି ରହିଥିଲା । ତେବେ ଏହି ଘଟଣା ପରେ ଏସପିଜି ପକ୍ଷରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଚରଣଜିତ୍ ସିଂହ ଚନ୍ନିଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କୁହାଯାଉଛି କି ପଞ୍ଜାବ ମୁଖ୍ୟମନ୍ତ୍ରୀ କଥା ହୋଇନଥିଲେ ।

ବଡ଼ ଘୋଷଣା: ଫେରିଲା ନାଇଟ କର୍ଫ୍ୟୁ, ବନ୍ଦ ହେଲା ସ୍କୁଲ

ଭୁବନେଶ୍ୱର: ନୂଆ କୋଭିଡ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର  । ଆସନ୍ତା ୭ ତାରିଖରୁ ଜାରି ହେବ ଗାଇଡଲାଇନ  ।  ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ  । ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରେ ଲାଗୁ କରାଯିବ ରାତ୍ରି କାଳୀନ କର୍ଫ୍ୟୁ  । କଟକଣା ସମୟରେ ଅତ୍ୟାବଶକୀୟ ସୁବିଧା ପୂର୍ବପରି ଉପଲବ୍ଧ ରହିବ  ।  ଜାନୁଆରୀ ମାସରେ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ଜାରି ରହିବ  । ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଅଫଲାଇନ କ୍ଲାସ ବନ୍ଦ ରହିବ  । ଏହି ସମୟରେ କେବଳ ଡାଉଟ କ୍ଲିଅର କ୍ଲାସ ମଧ୍ୟ ଜାରି ରହିବ । ଅଭିଭାବକ ମାନଙ୍କ ପରାମର୍ଶ କ୍ରମେ ଡାଉଟକ୍ଲିଅର କ୍ଲାସ କାର୍ଯ୍ୟକ୍ରମ କରାଯିବ  । ସେପଟେ ସକାଳ ୫ଟା ରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଦୋକାନ, ବଜାର, ହାଟ ଆଦି ଖୋଲା ରହିବ । କିନ୍ତୁ ୫୦ ପ୍ରତିଶତ ଲୋକରେ ସଂଖ୍ୟା ସିମୀତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର  ।

କିନ୍ତୁ ଦୋକାନ-ମଲ ଆଦି ମାଲିକ ମାନେ ଏହି ସମୟରେ କୋଭିଡ ଗାଇଡଲାଇନ ପାଳନ କରିବେ  । ଯଦି ଏଥିରେ ଖିଲାପ ସୃଷ୍ଟି ହୁଏ ତେବେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ  । ଅର୍ଥାତ ପ୍ରଶାସନ ପକ୍ଷରୁ ଖିଲାପକାରୀଙ୍କ ଦୋକାନ-ମଲ ଆଦି ସାତ ଦିନ ପାଇଁ ବନ୍ଦ କରିବେ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର  । ହୋଟେଲ-ବାର- ଢାବା ପାଇଁ କଟକଣା ଜାରି କଲେ ସରକାର  । ରାତି ୯ ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଥିବାବେଳେ ୫୦ ପ୍ରତିଶତ ସିଟରେ ବସି ପାରିବେ ଗ୍ରାହକ  । ସେପଟେ କୋଭିଡର ସମସ୍ତ ଗାଇଡଲାଇନ ଅନୁପାଳନ କରିବାକୁ ନିର୍ଦ୍ଦେଶ ରହିଛି  ।

ସେହିପରି ରାସ୍ତା କଡ଼ରେ ବସୁଥିବା ଉଠା ଦୋକାନୀ ମଧ୍ୟ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ବ୍ୟବସାୟ କରିବେ  । ଏବଂ ଅତିକମରେ ଏହି ସମୟରେ ସଭିଙ୍କ ମଧ୍ୟରେ ଦୂରତା ୬ ଫୁଟ ରହିବାକୁ କହିଛନ୍ତି ପ୍ରଦୀପ ଜେନା  । ପୂର୍ବରୁ ଯାତ୍ରା ପାଇଁ ସରକାର ଦୁଇ ହଜାର ଦର୍ଶକ ଅନୁମତି ଦେଇଥିବାବେଳେ ବର୍ତ୍ତମାନ ତାହାକୁ ହ୍ରାସ ଘଟାଇ ଏକ ହଜାର ଲୋକରେ ରଖିଛନ୍ତି  । ଥିଏଟର ଓ ଫିଲ୍ମ ହଲ ମାନଙ୍କରେ ଏଥର ଦର୍ଶକ ଶତ ପ୍ରତିଶତ ବସି ପାରିବେ ନାହିଁ । ଅର୍ଥାତ ୫୦ ପ୍ରତିଶତ ଦର୍ଶକରେ ଖୋଲାଯିବ । ସେପଟେ ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ କାର୍ଯ୍ୟକ୍ରମ ଓ ସଭା ସମିତି ଉପରେ ମଧ୍ୟ କଟକଣା ଜାରି କରାଯାଇଛି  ।

ବିବାହ ଉତ୍ସବରେ ମାତ୍ର ୧୦୦ ଜଣଙ୍କୁ ଅନୁମତି ରହିଛି । ୩୦ ଜଣ ବରଯାତ୍ରୀଙ୍କୁ ମଧ୍ୟ ମିଳିଛି ଅନୁମତି । ଅନ୍ତେଷ୍ଟି କାର୍ଯ୍ୟରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ଦିଆଯାଇଛି । ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି । କୌଣସି ଶିକ୍ଷାନୁଷ୍ଠାନ ପିକ୍‌ନିକ୍‌ ଆୟୋଜନ କରିପାରିବେ ନାହିଁ । ମକର ସଂକ୍ରାନ୍ତି କେବଳ ନୀତି ହେବ, ଗହଳି ହେବ ନାହିଁ । ସ୍ଥାନୀୟ ମୁରବୀ ମାନେ ପରିସ୍ଥିତି ଉପରେ ନଜର ରଖି ନିଷ୍ପତି ନେବେ  ।  କୌଣସି ଶିକ୍ଷାନୁଷ୍ଠାନ ପିକ୍‌ନିକ୍‌ ଆୟୋଜନ କରିପାରିବେ ନାହିଁ । ନନ୍ଦନକାନନ ଯିବା ପାଇଁ ହେଲେ ଅନ୍‌ଲାଇନ୍‌ ଟିକେଟ କାଟିବେ ପର୍ଯ୍ୟଟକ । ତେବେ କଟକଣାରେ ଇନଡୋର ଏବଂ ଆଉଟଡୋର ଫିଲ୍ମ ସୁଟିଂ ହୋଇପାରିବ । ୫୦ ଜଣ ଲୋକଙ୍କୁ ନେଇ ସୁଟିଂ କରିପାରିବେ ।

ଅନ୍ୟପଟେ ଆସନ୍ତା ସପ୍ତାହରୁ ସରକାରୀ ଅଫିସ୍‌ ପାଇଁ ଗାଇଡଲାଇନ୍‌ ଆସିବ । କେନ୍ଦ୍ରୀୟ କାର୍ଯ୍ୟାଳୟକୁ ମଧ୍ୟ ଅନୁରୋଧ କରାଯିବ ବୋଲି ଏସଆରସି କହିଛନ୍ତି । ତେବେ କଟକଣାରେ ଜାରି ରହିବ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ।  ଓମିକ୍ରନ ଭୂତାଣୁ ଅଧିକାଂଶ ଦେଶରେ ବ୍ୟାପିଛି  । ଅନେକ ଲୋକେ ଏଥିରେ ସଂକ୍ରମିତ ହୋଇଛନ୍ତି  । ତେବେ ଏପରିସ୍ଥଳେ ସଭିଙ୍କ ଉଦ୍ୟମ ଏକାନ୍ତ ଆବଶ୍ୟକତା ରହିଛି  । ତେଣୁ ରାଜ୍ୟ ବାସୀଙ୍କୁ ସରକାରଙ୍କ ନିୟମକୁ ଅନୁପାଳନ କରିବାକୁ ଅନୁରୋଧ କରିଛନ୍ତି   ଏସଆରସି ପ୍ରଦୀପ ଜେନା  ।

ଦ୍ୱିତୀୟ ଇନିଂସରେ ଭାରତ ୨୬୬ ରନରେ ଅଲଆଉଟ, ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ

ଜୋହାନ୍ସବର୍ଗ: ଜୋହାନ୍ସବର୍ଗରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଜାରି ରହିଛି । ଏହି ମ୍ୟାଚରେ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ଆଗରେ ଭାରତ ୨୪୦ ରନର ବିଜୟ ଲକ୍ଷ୍ୟ ରଖିଛି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୨୬୬ ରନ କରିଥିଲା । ଯାହା ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୪୦ ରନର ବିଜୟ ଲକ୍ଷ୍ୟ ଦେଇଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଆଜିଙ୍କେ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ଫଳରେ ଭାରତ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଛି । ଦ୍ୱିତୀୟ ଇନିଂସରେ ରାହାଣେ ୫୮ ରନ କରିଥିବାବେଳେ ପୂଜାରା ୫୩ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ କଗିସୋ ରାବଡା, ମାର୍କୋ ଜନସନ ଓ ଲୁଙ୍ଗି ଏଙ୍ଗିଡି ତିନୋଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିବାବେଳେ ଓଲିଭର ଗୋଟିଏ ଓ୍ୱିକେଟ ଅକ୍ତିଆର କରିଥିଲେ ।

ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । କେଏଲ ରାହୁଲ ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ବ୍ୟତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ପାରିନଥିଲେ । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସନ ୪ଟି ଓ୍ୱିକେଟ ନେଇଥିବାବେଳେ କଗିସୋ ରାବାଡା ଓ ଓଲିଭର ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଇନିସଂରେ ବଡ଼ ସ୍କୋର କରି ପାରିନଥିଲା । ଭାରତୀୟ ବୋଲିଂ ଆଟାକ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲା ଦକ୍ଷିଣ ଆଫ୍ରିକା । ଯାହା ଫଳରେ ପ୍ରଥମ ଇନିଂସରେ ମାତ୍ର ୨୦୨ ରନରେ ଅଲଆଉଟ ହୋଇଥିଲା ଦକ୍ଷିଣ ଆଫ୍ରିକା । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସାତଟି ଓ୍ୱିକେଟ ନେଇଥିବାବେଳେ ମହମ୍ମଦ ଶାମି ଦୁଇଟି ଓ ଜଶପ୍ରୀତ ବୁମ୍ରା ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ ।

 

ରାଜ୍ୟରେ ବଢ଼ୁଛି ସଂକ୍ରମଣ, କିଛି ସମୟ ପରେ ଆସିବ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ବର୍ଷ ଆରମ୍ଭରୁ ୩ ଶହ ଭିତରେ ଥିବା ଦୈନିକ ସଂକ୍ରମଣ ମାତ୍ର ୫ ଦିନ ମଧ୍ୟରେ ହଜାରେ ଡେଇଁଛି । ସଂକ୍ରମଣ ମାମଲା ବଢ଼ୁଥିବା ବେଳେ କିଛି ସମୟ ପରେ ସନ୍ଧ୍ୟା ୬ଟା ୩୦ରେ ନୂଆ କରୋନା ଗାଇଡଲାଇନ୍ ଘୋଷଣା କରିବେ ଏସଆରସି । ତେବେ ଏସଆରସି କଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସରକାର ସାରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ସହ ସହରାଞ୍ଚଳରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିପାରନ୍ତି । ଜିମ୍, ସ୍ୱିମିଂ ପୁଲ୍, ହଲ୍ ଉପରେ କଟକଣା ଜାରି କରାଯାଇପାରେ । ୫୦ ପ୍ରତିଶତ କ୍ଷମତାରେ ହୋଟେଲ ଖୋଲିବାକୁ ଜାରି ହୋଇପାରେ ଗାଇଡଲାଇନ୍ । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ଆଜି ୧୦ଟି ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଛି । ଭୁବନେଶ୍ୱରରେ ବଢ଼ୁଥିବା ସଂକ୍ରମଣକୁ ଦେଖି କଟକଣା କଡ଼ାକଡ଼ି କରାଯାଇପାରେ ।

Odisha SRC To Issue New Corona Guidelines Shortly
FILE

ରାଜ୍ୟରେ ଜାନୁଆରୀ ୧ ତାରିଖରେ ୨୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଓ ୩ ତାରିଖରେ ୪୨୪ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୪ ତାରିଖରେ ଦୈନିକ ସଂକ୍ରମଣ ୬୮୦କୁ ବୃଦ୍ଧି ପାଇଥିଲା । ସେହିଭଳି ଗତ ୨୪ ଘଣ୍ଟାରେ ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜାନୁଆରୀ ଆରମ୍ଭରୁ ମାତ୍ର ୫ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ମାମଲା ୬ ଗୁଣ ବଢ଼ିଛି । ସଂକ୍ରମଣ ସହ ତାଳ ଦେଇ ରାଜ୍ୟରେ ମାଡ଼ି ଚାଲିଛି ଓମିକ୍ରନ୍ । ଆଜି ୨୪ ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୬୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ହାର ୧.୭୭ ପ୍ରତିଶତ ରହିଛି । ଦୈନିକ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ବାହାରୁଥିବା ବେଳେ ସଂକ୍ରମଣ ହାର ୫.୪୧ ପ୍ରତିଶତ ରହିଛି ।

ହାଇକୋର୍ଟ ବାରରୁ ଓକିଲଙ୍କ ହେଲମେଟ୍ ଚୋରି ନେଇ କୋର୍ଟରେ ମାମଲା

କଟକ: ଓଡ଼ିଶା ହାଇକୋର୍ଟ ବାର ଭିତରୁ ହେଲମେଟ ଚୋରି । ସବୁଦିନ ଭଳି ଗତ ଡିସମ୍ବେର ୧୫ରେ ଯୁବ ଆଇନଜୀବୀ ସୌମେନ୍ଦ୍ର ରଥ ବାରରେ ହେଲମେଟ୍ ରଖି କୋର୍ଟ କାର୍ଯ୍ୟରେ ବ୍ୟସ୍ତ ଥିଲେ । କାମ ସାରି ଆସି ଦିନ ୨ଟା ୩୦ରେ ଦେଖନ୍ତି ତ ହେଲମେଟ୍ ନାହିଁ । ସିସିଟିଭି ଦେଖିବାରୁ ଜଣାପଡ଼ିଲା ଦିନ ୨ଟା ବେଳେ ଜଣେ ଲୋକେ ଆସି ହେଲମେଟ୍ ନେଇ ଯାଇଛି ।

ଏନେଇ ସୌମେନ୍ଦ୍ର ସେହିଦିନ ଲାଲବାଗ ଥାନାରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏତଲା ନରଖିବାରୁ ଆଇଆଇସିଙ୍କୁ ୧୨ ତାରିଖରେ ପୋଷ୍ଟ ମାଧ୍ୟମରେ ଅଭିଯୋଗ କରିଥିଲେ । ପରେ ୨୨ ତାରିଖରେ ଡିସିପିଙ୍କୁ ମଧ୍ୟ ଜଣାଇଥିଲେ । ସମସ୍ତେ ଘଟଣାକୁ ହାଲକା ଭାବରେ ନେଇଥିଲେ । କୌଣସି  ଜାଗାରୁ ନ୍ୟାୟ ନ ମିଳିବାରୁ ବ୍ୟୋମକେଶ ତ୍ରିପାଠୀ ଆଇନୀଜୀବୀଙ୍କ ମାଧ୍ୟମରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୌମେନ୍ଦ୍ର ।

ଉକ୍ତ ମାମଲାର ବିଚାର କାରି ଆଜି ଖଣ୍ଡପୀଠ କଟକ ଡିସିପିଙ୍କୁ ଜବାବ ତଲବ କରିଛନ୍ତି । ଆଇନ୍ ଅନୁଯାୟୀ ୨ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ’ଣ କାର୍ଯ୍ୟାନୁଷ୍ଠାନ ନେଲେ ଆବେଦନକାରୀଙ୍କୁ ଜଣାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବକ୍ସ ଅଫିସରେ ଧମାଲ କରିବା ପରେ OTTରେ ରିଲିଜ୍ ହେବ ପୁଷ୍ପା

ନୂଆଦିଲ୍ଲୀ: ବକ୍ସ ଅଫିସରେ ଦମଦାର ବ୍ୟବସାୟ କରିବା ପରେ ଏବେ OTT ମୁହାଁ ଅଲ୍ଲୁ ଅର୍ଜୁନ ଷ୍ଟାରର ପୁଷ୍ପା । ବଡ଼ ସ୍କ୍ରିନରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପରେ ଏବେ OTTରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଯାଉଛି ପୁଷ୍ପା । ଏହି ଫିଲ୍ମ ପ୍ରେକ୍ଷାଳୟରେ ଭଲ ବ୍ୟବସାୟ କରିଛି । ଏହି ଫିଲ୍ମର ମୋଟ ବକ୍ସ ଅଫିସ କଲେକସନ ପ୍ରାୟ ୩୦୦ କୋଟିରେ ପହଞ୍ଚିଛି । ଖାସ୍ କରି ହିନ୍ଦୀ ଭାଷାରେ ଏହି ଫିଲ୍ମ ଭଲ ବ୍ୟବସାୟ କରିଛି । ସୁକୁମାରଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା ଲିଡ୍ ରୋଲରେ ରହିଥିଲେ ।

 

 

View this post on Instagram

 

A post shared by amazon prime video IN (@primevideoin)

ଡିସେମ୍ବର ୧୭ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ପ୍ରାୟ ଏକ ମାସ ପରେ ଅର୍ଥାତ ଜାନୁଆରୀ ୭ରେ OTT ପ୍ଲାଟର୍ଫମରେ ରିଲିଜ୍ ହେବାକୁ ଯାଉଛି । ଆସନ୍ତା ଜାନୁଆରୀ ୭ରେ ଏହି ଫିଲ୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ। ତେବେ ଆମାଜନରେ ଏହି ଫିଲ୍ମ ହିନ୍ଦୀ ଭାଷାରେ ରିଲିଜ୍ ହେବ ନାହିଁ । ଏହି ଫିଲ୍ମ କେବଳ ତେଲୁଗୁ, ତାମିଲ, ମଲୟାଲମ, କନ୍ନଡ ଭାଷାରେ ଉପଲବ୍ଧ ହେବ ।

ଶଙ୍ଖ ଫୁଙ୍କିଲେ JMM ଉପ ସଭାପତି ଶିବିୟାନ ଆଇଣ୍ଡ

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ବୀରମିତ୍ରପୁରର ଜେଏମ୍‌ଏମ୍‌ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ । ରାଜ୍ୟ ବିଜୁ ଯୁବ କାର୍ଯ୍ୟାଳୟରେ ଶହ ଶହ ସମର୍ଥକଙ୍କ ଶହ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଶିବିୟାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।

ବିଜେଡିର ଏହି ମହାମିଶ୍ରଣ ପର୍ବରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି । କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡ଼ାଇ, ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାୟକ, ଖଦି ବୋର୍ଡ଼ ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ସହ ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ । ଜେଏମଏମର ଜଣେ ଆଗ ଧାଡିର ନେତା ଥିବା ଶିବିୟାନ ଆଇଣ୍ଡ ବିଜେଡ଼ିରେ ମିଶିବା ଦ୍ୱାରା ଦଳ ସୁଦୃଢ ହେବା ନେଇ ମତପ୍ରକାଶ କରିଛନ୍ତି ଉପସ୍ଥିତ ବିଜେଡ଼ି ନେତା  ।

ସେଞ୍ଚୁରିଆନରେ ଶତକ ଫଳରେ ଟେଷ୍ଟ ରାଙ୍କିଂରେ ୧୮ଟି ସ୍ଥାନ ଉପରକୁ ଉଠିଲେ ରାହୁଲ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡିସେମ୍ବର ୨୬ରେ ସେଞ୍ଚୁରିଆନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୧୧୩ ରନରେ ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଦମଦାର ଶତକ ହାସଲ କରିଥିଲେ ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲ । ଏହି ଶତକ ଫଳରେ ରାହୁଲ ICC ତରଫରୁ ଜାରି ହୋଇଥିବା ଟେଷ୍ଟ ପ୍ଲେଆର ରାଙ୍କିଂରେ ୧୮ଟି ସ୍ଥାନ ଉପରକୁ ଉଠିଛନ୍ତି । ବର୍ତ୍ତମାନ ଟେଷ୍ଟରେ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ କେଏଲ ରାହୁଲ ୩୧ତମ ସ୍ଥାନରେ ରହିଛନ୍ତି । ICC ରାଙ୍କିଂରେ ରାହୁଲଙ୍କ ସର୍ବଶ୍ରେଷ୍ଠ ସ୍ଥାନ ୮ ରହିଛି । ୨୦୧୭ ମସିହାରେ ରାହୁଲ ICC ରାଙ୍କିଂରେ ୮ ନମ୍ବରରେ ରହିଥିଲେ ।

ସେଞ୍ଚୁରିୟନ ଟେଷ୍ଟରେ ଦମଦାର ବ୍ୟାଟିଂ ଫଳରେ ମୟଙ୍କ ଅଗ୍ରଓ୍ୱାଲ ବି ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ମୟଙ୍କ ବ୍ୟତୀତ ଆଜିଙ୍କେ ରାହାଣେ ବି ଦୁଇଟି ସ୍ଥାନ ଉପରକୁ ଉଠି ବର୍ତ୍ତମାନ ୨୫ତମ ସ୍ଥାନରେ ରହିଛନ୍ତି । କିନ୍ତୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏହି ତାଲିକାରେ ତଳକୁ ଖସିଛନ୍ତି । ଦୁଇଟି ସ୍ଥାନ ତଳକୁ ଖସି ସେ ବର୍ତ୍ତମାନ ନବମ ସ୍ଥାନରେ ରହିଛନ୍ତି । ଏହି ଲିଷ୍ଟରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସାନେ ଶୀର୍ଷ ସ୍ଥାନରେ ରହିଛନ୍ତି ।

ବୋଲିଂ କଥା ଯଦି କହିବା ତାହାଲେ ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ଏହି ରାଙ୍କିଂରେ ଉପରକୁ ଉଠିଛନ୍ତି । ସେଞ୍ଚୁରିୟନ ଟେଷ୍ଟରେ ୫ ଓ୍ୱିକେଟ ହାସଲ କରି ତିନୋଟି ସ୍ଥାନ ଉପରକୁ ଉଠିଛନ୍ତି ବୁମ୍ରା । ବର୍ତ୍ତମାନ ବୁମ୍ରା ବୋଲିଂ ଲିଷ୍ଟରେ ନବମ ସ୍ଥାନରେ ରହିଛନ୍ତି । ସେହିପରି ଭାବରେ ସେଞ୍ଚୁରିୟନ ଟେଷ୍ଟରେ ୮ ଓ୍ୱିକେଟ ଫଳରେ ମହମ୍ମଦ ଶାମି ୧୭ତମ ସ୍ଥାନରେ ରହିଛନ୍ତି । ଏହି ଲିଷ୍ଟରେ ଶୀର୍ଷ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ ପ୍ୟାଟ କମିନ୍ସ ।