spot_img
Home Blog Page 4713

ପୁଣି ବଢ଼ିଲା କୋଭିଡ୍ ସଂକ୍ରମଣ, ରାଜ୍ୟରୁ ଆଉ ୧୮୯୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କୋଭିଡ୍ ସଂକ୍ରମଣ ମାମଲା । ବୁଧବାର ରାଜ୍ୟରେ ୧୨୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ୧୮୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୨୫୮ ଜଣ ରହିଛନ୍ତି । କ୍ୱାରେଣ୍ଟାଇନରୁ ୧୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯୧ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧା, ବାଲେଶ୍ୱର, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ୩ ଅଙ୍କ ଉପରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ଶହେ ଜଣ, ବରଗଡ଼ରୁ ୧୬ ଜଣ, ଭଦ୍ରକରୁ ୭, ବଲାଙ୍ଗିରରୁ ୬, ବୌଦ୍ଧରୁ ୩, କଟକରୁ ୧୪୮, ଦେବଗଡ଼ରୁ ୧୬, ଢେଙ୍କାନାଳରୁ ୪, ଗଜପତିରୁ ୨, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୧୯, ଯାଜପୁରରୁ ୩୦, ଝାରସୁଗୁଡ଼ାରୁ ୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କଳାହାଣ୍ଡିରୁ ୧୪, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୩୧, କୋରାପୁଟରୁ ୧୫, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୨୫, ନୟାଗଡ଼ରୁ ୧୪, ନୂଆପଡ଼ାରୁ ୧୨, ପୁରୀରୁ ୫୪, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୨୫, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୨୬୨ ଓ ଷ୍ଟେଟପୁଲରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୯ ହଜାର ୭୭୩କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୫ ହଜାର ୭୩୯ଟି କୋଭିଡ୍ ମାମଲା ସକ୍ରିୟ ରହିଛି । କରୋନାରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୫ ହଜାର ୫୧୪ ଜଣ ।

ରାତି ହେଲେ ଗାଁ ମୁହାଁ ହେଉଛନ୍ତି ହାତୀ, ନଷ୍ଟ କରୁଛନ୍ତି ଫସଲ

ଟାଙ୍ଗୀ: ରାତି ହେଲେ ହାତୀ ମାତୁଛନ୍ତି । ଦଳି ଚକଟି ଫସଲକୁ ନଷ୍ଟ କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାହ୍ଗୀ ରେଞ୍ଜରେ ଆତଙ୍କ ଖେଳାଇଛନ୍ତି ହାତୀ । ଗତରାତିରେ ୧୬ ଟିକିଆ ହାତୀପଲ ଉଦୟଗିରିର ଜଙ୍ଗଲରୁ ବାହାରି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଟାଙ୍ଗୀ ରେଞ୍ଜର ଭଜାଗଡ଼, ତାରିମୀ, ବାଲିନାସୀ ଆଦି ଗହୀରରେ ହାତୀ ଧାନ ଫସଲ ଉଜାଡ଼ି ଦେଇଛନ୍ତି ।

Elephants Destroying Crops In Tangi

ହାତୀପଲ ଉପରେ ବନ ବିଭାଗର ୨ଟି ଟିମ୍ ନଜର ରଖିଥିଲେ । ଭୋର୍ ହେବା ପୂର୍ବରୁ ହାତୀପଲଙ୍କୁ ବନ ବିଭାଗ ଉଦୁଗିରି ଜଙ୍ଗଲକୁ ଘଉଡ଼ାଇ ଦେଇଛି । ହାତୀପଲରେ ୫ଟି ଦନ୍ତା, ୫ ଛୁଆ ହାତୀ ସହ ୬ଟି ମାଈ ହାତୀ ଥିବା ଜଣାପଡ଼ିଛି । ହାତୀପଲ ଫସଲ ଉଜାଡ଼ି ଦେଇଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ ।

ଜେଲରେ ନିଜକୁ ଧାରୁଆ ଅସ୍ତ୍ରରେ ଆଘାତ କଲେ, ପୁଣି ଫାଶୀରେ ଝୁଲିଲେ ୫ କଏଦୀ

ନୂଆଦିଲ୍ଲୀ: ତିହାଡ଼ ଜେଲରେ ସାମୁହିକ ଆତ୍ମହତ୍ୟା ଉଦ୍ୟମ । ଜଣେ କିଏ ଦୁଇ ଜଣ ନୁହେଁ, ପୂରା ପାଞ୍ଚ ପାଞ୍ଚ ଜଣ କଏଦୀ ଜେଲରେ କରିଛନ୍ତି ସାମୁହିକ ଆତ୍ମହତ୍ୟା ଉଦ୍ୟମ । ସମୟ ପୂର୍ବରୁ ଜେଲ୍ ଷ୍ଟାଫଙ୍କୁ ଏନେଇ ଜଣାପଡ଼ିବା ପରେ ବଞ୍ଚି ଯାଇଛି ୫ କଏଦୀଙ୍କ ଜୀବନ । ଜଣେ କଏଦୀକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ୫ ଜଣ କଏଦୀ କାହିଁକି କଲେ ସାମୁହିକ ଆତ୍ମହତ୍ୟା ଉଦ୍ୟମ । ଏହାର ଯାଞ୍ଚ ଆରମ୍ଭ କରିଛନ୍ତି ତିହାଡ଼ ଜେଲ୍ କର୍ତ୍ତୃପକ୍ଷ ।

Five Prisoners Attempt To Suicide In Delhi Tihar Jail

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତିହାଡ଼ର ୩ ନମ୍ବରେ ଜେଲରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜେଲରେ ବନ୍ଦୀ ଥିବା ୫ ଜଣ କଏଦୀ ମଙ୍ଗଳବାର ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ୫ କଏଦୀ ନିଜକୁ ପ୍ରଥମେ ଧାରୁଆ ଅସ୍ତ୍ରରେ ଆଘାତ କରିଥିଲେ । ଏହାପରେ ନିଜ ନିଜ ୱାର୍ଡରେ ଫାଶୀ ଫାନ୍ଦରେ ଝୁଲି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ । ଏହା ଜଣାପଡ଼ିବା ପରେ ଜେଲ କର୍ମଚାରୀ ଚିତ୍କାର କରିବା ସହ ତୁରନ୍ତ କଏଦୀଙ୍କୁ ୱାର୍ଡରୁ ବାହାର କରି ଜୀବନ ବଞ୍ଚାଇଥିଲେ ।

ଏନେଇ ଜେଲର ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି । ସମସ୍ତ ଆହାତଙ୍କୁ ପ୍ରଥମେ ଜେଲ୍ ଭିତରେ ଥିବା ହସ୍ପିଟାଲକୁ ନିଆଯାଇଥିଲା । ଜଣେ କଏଦୀଙ୍କ ଅବସ୍ଥା ବିଗିଡ଼ିବାରୁ ତାକୁ ଡିଡିୟୁ ହସ୍ପିଟାଲ୍ ସ୍ଥାନାନ୍ତିରତ କରାଯାଇଛି । ତେବେ ଜେଲରେ ଏକାଥରକେ ପାଞ୍ଚ ପାଞ୍ଚ ଜଣ କଏଦୀ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରଥମ ଘଟଣା ।

ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ପ୍ରିଣ୍ଟିଂ ମିଲର ୪ କର୍ମଚାରୀଙ୍କ ମୃତ୍ୟୁ

ସୁରଟ: ଗୁରୁବାର ସକାଳୁ ବଡ଼ ଅଘଟଣ । ଗୁଜରାଟର ସୁରଟ ସଚିନରେ ପ୍ରାଣ ହରାଇଛନ୍ତି ୪ ଜଣ । ବିଷାକ୍ତ ଗ୍ୟାସ୍ ଲିକ ପରେ ବଡ଼ ଅଘଟଣ ଘଟିଛି । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସଚିନର ବିଶ୍ୱ ଫ୍ରେମ୍ ଟାଇଙ୍ଗ ଏଣ୍ଡ ପ୍ରିଣ୍ଟିଂ ମିଲ୍ ନିକଟରେ ଟ୍ୟାଙ୍କରରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ଲୋକଙ୍କ ଜୀବନ ଯାଇଛି ।

ସୂଚନା ଅନୁସାରେ, ଆଜି ଭୋରରୁ ପ୍ରିଣ୍ଟିଂ ମିଲ୍ ନିକଟ ନାଳରେ ଏକ ଅଜଣା ଟ୍ୟାଙ୍କର ବିଷାକ୍ତ କେମିକାଲ୍ ଢାଳୁଥିଲେ । ସେହି ସମୟରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ନିକଟରେ ଥିବା ପ୍ରିଣ୍ଟିଂ ମିଲର କର୍ମଚାରୀ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ନିଶ୍ୱାସ ନେଇ ପାରିନଥିଲେ । ଏନେଇ ସୂଚନା ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିଛି । ଆହାତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହା ପୂର୍ବରୁ ଗୁଜାରଟର ଅହମଦାବାଦରେ ଏକ କପଡ଼ା ଫ୍ୟାକ୍ଟ୍ରିରେ କେମିକାଲ ବର୍ଜ୍ୟ ଟ୍ୟାଙ୍କ ସଫା କରାଯାଉଥିବା ବେଳେ ୪ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣା ଅହମଦାବାଦର ଢୋଲକା ସ୍ଥିତ ଚିରିପାଲ ବିଶାଲ ଫେବ୍ରିକ ୟୁନିଟରେ ଘଟିଥିଲା ।

କଟକ ସହରରେ ବହୁ ପ୍ରତୀକ୍ଷିତ ଡ୍ରିଙ୍କ୍ ଫ୍ରମ ଟ୍ୟାପ ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କଟକ: କଟକବାସୀ ପାଇବେ ବିଶୁଦ୍ଧ ପାଣି । ଆଜି କଟକ ସହରର ବହୁ ପ୍ରତୀକ୍ଷିତ ଡ୍ରିଙ୍କ୍ ଫ୍ରମ ଟ୍ୟାପ ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲରେ ଉପସ୍ଥିତ ରହି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

CM To Inaugurate Drink From Tap Mission In Cuttack City

ସୁଜଳ ଯୋଜନାରେ ମହାନଦୀରୁ ପାଣି ଅଣାଯାଇ ସିଡିଏ, ଜଗତପୁର ଓ ପ୍ରତାପନଗରୀ ସ୍ଥାପିତ ୩ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ପାଣି ବିଶୁଦ୍ଧ କରାଯାଇ ନୂତନ ପାଇପ ଲାଇନରେ ଘରକୁ ଘର ପାଣି ଯୋଗାଇ ଦିଆଯିବ ।  ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟରେ ୨ଟି ଅଞ୍ଚଳ କ୍ୟାନଟନମେଣ୍ଟ ଓ ଜଗତପୁର ୪୮ ନମ୍ବର ୱାର୍ଡକୁ ୨୪ ଘଣ୍ଟା ବିଶୁଦ୍ଧ ପାନୀୟଜଳ ଯୋଗାଣ କରାଯିବ ।

CM To Inaugurate Drink From Tap Mission In Cuttack City

୨୦୨୩ ସୁଦ୍ଧା ସମଗ୍ର ସହରବାସୀ ଓ ଉପକଣ୍ଠରେ ରହୁଥିବା ଲୋକେ ବିଶୁଦ୍ଧ ପାଣିର ସୁବିଧା ପାଇବେ । ସହର ଓ ଏହାର ଉପକଣ୍ଠ ଅଞ୍ଚଳରେ ରହୁଥିବା ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ପିଇବା ପାଣି ପାଇଁ ଭୂତଳ ଜଳ ଉପରେ ନିର୍ଭରଶୀଳ । ତେବେ ଭୂତଳ ଜଳ ପ୍ରଦୂଷିତ ହେବାରେ ଲାଗିଛି । ଲୌହ, ରାସାୟନିକ ପଦାର୍ଥ ମିଶା ପାଣି ପିଇ ସହରବାସୀ ଅନେକ ରୋଗରେ ପଡୁଛନ୍ତି । ଏ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସୁଜଳ ଯୋଜନାରେ ସହରବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ ।

ଗେଲ୍-ଇପିକଲ୍ ମଧ୍ୟରେ ଡିଶାରେ MOU

ଭୁବନେଶ୍ୱର: ଗେଲ୍ ଏବଂ ଇପିକଲ୍ ମଧ୍ୟରେ ରାଜ୍ୟରେ ଗ୍ରୀନ୍ ଏନର୍ଜିର ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହାଦ୍ବାରା ଗ୍ରୀନ୍ ହ୍ରାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ଓଡିଶାରେ ଇକୋ-ଫ୍ରେଣ୍ଡଲି ଇନ୍ଧନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏମଓୟୁରେ ଗୁରୁତ୍ବାରୋପ କରାଯାଇଛି । ଗ୍ରୀନ୍ ହାଇଡ୍ରୋଜେନ୍ ଶିଳ୍ପଗୁଡିକ ଗ୍ରୀନ୍ ହାଉସ୍ ଗ୍ୟାସର ନିର୍ଗମନ ହ୍ରାସ କରିବାରେ ସାହାଯ୍ୟ କରିବ ।

ଯାହା ଦ୍ୱାରା ଭାରତ ସରକାରଙ୍କ ସାମଗ୍ରିକ ଉଦ୍ଦେଶ୍ୟରେ ସହାୟକ ହେବ | ବିଦ୍ୟୁତ୍ ବଳକା ରାଜ୍ୟ ହୋଇଥିବାରୁ ଓଡିଶା ଶକ୍ତିରେ ନିଜର ସ୍ଥିତିକୁ ଆହୁରି ଦୃଢ କରିବାକୁ ଚେଷ୍ଟା କରୁଛି । ଏହା ରାଜ୍ୟ ଅବସ୍ଥାପିତ କାରଖାନାଗୁଡ଼ିକର ଶକ୍ତି ଆବଶ୍ୟକତାକୁ ପୂରଣ କରିବାରେ ମଧ୍ୟ ସହାୟକ ହେବ । ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ GAILର ଆଗ୍ରହକୁ ପ୍ରଶଂସା କରିଛନ୍ତି | ଏହି କାର୍ଯ୍ୟକ୍ରମରେ FICCI, ICC, CII ଏବଂ UCCI ଭଳି ଅଗ୍ରଣୀ ଶିଳ୍ପ ସଂସ୍ଥା ସହିତ ଅଗ୍ରଣୀ ଇସ୍ପାତ, ଆଲୁମିନିୟମ୍ ଏବଂ ରାସାୟନିକ ଉତ୍ପାଦକମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ |

ଆସନ୍ତା ସପ୍ତାହରେ ବର୍ଷା, ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର: ପୁଣି ରାଜ୍ୟକୁ ଭିଜାଇପାରେ ବର୍ଷା । ଆସନ୍ତା ୯ ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ବିଭିନ୍ନ ମଡେଲରେ ଆକଳନ କରିଛନ୍ତି । ବିଶେଷ କରି ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୧୩ ଏବଂ ୧୪ ତାରିଖରେ କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ ।

୧୧ ତାରିଖରୁ ୧୪ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପ ଧରଣର ବର୍ଷା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ଆଜିଠାରୁ ଓ୍ବେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବ ଆରମ୍ଭ ହେବ । ଫଳରେ ଆସନ୍ତା ୭ ରୁ ୮ ତାରିଖ ମଧ୍ୟରେ ପାଗ ପରିବର୍ତ୍ତନ ହେବ । ୯ ତାରିଖରୁ ବିଭିନ୍ନ ଜିଲ୍ଲାରେ କୋହଲିଆ ପାଗ ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ, କଟକ ଜିଲ୍ଲା ପ୍ରଶାସନ ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ।

ସେପଟେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡି ପାଇଁ ବିଭିନ୍ନ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୭ ତାରିଖ ଦିନ ୧୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ସିଷ୍ଟମ ନଥିବାରୁ ରାଜ୍ୟର ପାଗ ମୁଖତଃ ଶୁଖିଲା ରହିବା ସହ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ କହିଛି ।

ମୁମ୍ବାଇରେ ୨୪ ଘଣ୍ଟାରେ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩ ମୃତ

ମୁମ୍ବାଇ: ସାରା ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା । ବୁଧବାର ସାରା ଦେଶରେ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ମୁମ୍ବାଇରେ ଆଜି କରୋନା ମାମଲା ଦ୍ୱିତୀୟ ଲହରଠାରୁ ସୀମା ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ଭାରତର ଆର୍ଥିକ ରାଜଧାନୀରେ ୧୫ ହଜାର ୧୬୬ କୋଭିଡ-୧୯ କେସ୍ ଚିହ୍ନଟ ହୋଇଥିବାବେଳେ ୩ଜଣଙ୍କର ମୃତ୍ୟୁ ହୋଇଛି । ଏପ୍ରିଲ ୨୦୨୧ ଦ୍ୱିତୀୟ ଲହରରେ ମାୟାନଗରୀ ମୁମ୍ବାଇରେ ଗୋଟିଏ ଦିନରେ ୧୧ ହଜାର ୨୦୬ ମାମଲା ଚିହ୍ନଟ ହୋଇଥିଲା । ସେହିପରି ଓମିକ୍ରନ କଥା ଯଦି କହିବା ତାହାଲେ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୬୫୩ ଜଣ ଚିହ୍ନଟ ହୋଇଛନ୍ତି ।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମହାରାଷ୍ଟ୍ରରେ ସମସ୍ତ ସିନିୟର କଲେଜକୁ ୧୫ ଫେବୃଆରୀ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଗତ ସପ୍ତାହରେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ରାଜ୍ୟର ସମସ୍ତ ଘରୋଇ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ । ତେବେ ଏହି ସମୟ ମଧ୍ୟରେ ସମସ୍ତ ପରୀକ୍ଷା ଅନଲାଇନ ମୋଡରେ ହେବ । ସେହିପରି ସମସ୍ତ ଛାତ୍ରବାସ ମଧ୍ୟ ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ବନ୍ଦ ରହିବ ।

ବିଗତ କିଛି ଦିନ ମଧ୍ୟରେ ଲଗାତର ଭାବରେ କରୋନା କେସ୍ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ମୁମ୍ବାଇରେ ଓମିକ୍ରନ ଭାରିଆଣ୍ଟର କମ୍ୟୁନିଟି ସ୍ପ୍ରେଡ ଆରମ୍ଭ ହୋଇଯାଇଛି । ତେବେ ଏପରି ସ୍ଥିତିରେ ବମ୍ବେ ମୁନିସିପାଲିଟି କର୍ପୋରେସନ କହିଛି କି ଯଦି ମୁମ୍ବାଇରେ ଗୋଟିଏ ଦିନରେ ୨୦ ହଜାରରୁ ଅଧିକ କେସ୍ ଚିହ୍ନଟ ହେବ ତାହାଲେ ଲକଡାଉନ କରିବା ନେଇ ନିଷ୍ପତ୍ତି ନିଆଯାଇପାରେ ।

 

ସଂଶୋଧନ ପରେ ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା

ଭୂବନେଶ୍ୱର: ସମଗ୍ର ରାଜ୍ୟରେ ୨୦୨୨ ମସିହା ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଗତ ନଭେମ୍ବର ୧ ତାରିଖ ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା ଓ ଭୋଟର ମାନଙ୍କର ଦାବୀ ଆପତ୍ତି ଶୁଣିବା ନିମନ୍ତେ ଗତ ନଭେମ୍ବର ୧ ତାରିଖ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଥିଲା । ଏହି ସମୟ ମଧ୍ୟରେ ଦାବି ଆପତ୍ତି ନିମନ୍ତେ ସମୁଦାୟ ୧୮,୬୫,୫୭୦ ଗୋଟି ଦାବି-ଆପତ୍ତି ଫର୍ମ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୧୨,୦୨,୧୦୧ ଅର୍ଥାତ୍ ୬୪.୪୪% ଦାବୀ ଓ ଆପତ୍ତି ଅନଲାଇନ୍ ମାଧ୍ୟମରେ ଆସିଥିବା ବେଳେ 6,63,469 ଅର୍ଥାତ୍ 35.56% ଦାବୀ ଓ ଆପତ୍ତି ଅଫଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଇଥିଲା । ଆଜି ଅର୍ଥାତ୍ ତା ୦୫/୦୧/୨୦୨୨ ରିଖରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ୫୮ ଗୋଟି ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ୩୭,୬୦୬ ଗୋଟି ବୁଥରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଲା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ସୁଶୀଲ୍ କୁମାର ଲୋହାନୀ ଜଣାଇଛନ୍ତି ।

ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୯,୫୦,୭୮୯ ଜଣ ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୩,୪୪,୯୪୪ଜଣ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି ଓ ଭୋଟର ତାଲିକାରେ ଥିବା ୩,୮୨,୬୦୧ ଜଣ ଭୋଟରଙ୍କର ତ୍ରୁଟି ସଂଶୋଧନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ୨୦୨୧ ମସିହାରେ ପ୍ରକାଶ ପାଇଥିବା ଚୂଡାନ୍ତ ଭୋଟର ତାଲିକାରେ ୧୮-୧୯ ବର୍ଷ ବୟସ ବର୍ଗରେ ସମୁଦାୟ ୪,୧୦,୦୭୬ ଜଣ ଭୋଟର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ୫,୨୩,୭୪୪ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକାରେ ରାଜ୍ୟର ସମୁଦାୟ ୩,୨୯,୮୩,୬୪୩ ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ ୧,୬୭,୯୬,୬୦୩ ଜଣ ପୁରୁଷ  ଭୋଟର ଓ ୧,୬୧,୮୩,୮୩୫  ଜଣ ମହିଳା ଭୋଟର ଏବଂ ୩୦୨୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।

୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩,୨୫,୫୨,୨୦୨ ଜଣ ଭୋଟର ଥିବା ବେଳେ ଚଳିତ ବର୍ଷ ଚୂଡାନ୍ତ ଭୋଟର ତାଲିକା ରେ ସମୁଦାୟ ୩,୨୯,୮୩,୬୪୩ ଜଣ ଭୋଟର ଅଛନ୍ତି ପୂର୍ବବର୍ଷ ଭୋଟର ତାଲିକା ଅନୁସାରେ ୯୯.୧୪% ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ ନିମନ୍ତେ ଅନ୍ତର୍ଭୁକ୍ତ କରାଯାଇଥବା ବେଳେ ଚଳିତ ବର୍ଷ ତାହା ବୃଦ୍ଧି ପାଇ ୯୯.୭୭ % ରେ ପହଞ୍ଚିଛି । ୨୦୨୧ ମସିହାରଚୂଡାନ୍ତ ଭୋଟର ତାଲିକା ରେ ୯୮.୬୬% ଭୋଟରଙ୍କ ଫଟୋ ଥିବା ବେଳେ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଚୂଡାନ୍ତ ଭୋଟର ତାଲିକା ରେ ଫଟୋ ଥିବା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇ ୯୯.୭୪% ହୋଇଛି ।

୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରୁ ପୁରୁଷ ମହିଳା ଭୋଟର ଅନୁପାତ ୯୫୮ ଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ତାହା ୯୬୪ ହୋଇଛି ସେହି ୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ୩,୩୮,୪୫୮ ଜଣ ଭୋଟରଙ୍କ ଫଟୋ ତାଲିକାରେ ନଥିବା ବେଳେ ତାହା ଚଳିତ ବର୍ଷ ଭୋଟର ତାଲିକାରେ ହ୍ରାସ ପାଇ ୮୪,୬୯୪ ହୋଇଛି । ଭୋଟର ତାଲିକା ପ୍ରସ୍ତୁତିର ଶୁଦ୍ଧିକରଣରେ ଆଶାନୁରୂପ ଗୁଣାତ୍ମକ ଅଭିବୃଦ୍ଧି ଘଟିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

୨୦୨୧ ମସିହାର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକ ସଂଶୋଧନ ନିମନ୍ତେ ମାତ୍ର ୭% ଭୋଟର ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିବା ବେଳେ ବ୍ୟାପକ ପ୍ରଚାର ପ୍ରସାର ଓ ସମସ୍ତ ହିତାଧିକାରୀଙ୍କ ଅଂଶ ଗ୍ରହଣ ଯୋଗୁଁ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ଅନଲାଇନ୍ ମାଧ୍ୟମରେ ୬୪% ରୁ ଅଧିକ ଭୋଟର ଆବେଦନ କରିଛନ୍ତି । ଚଳିତ ବର୍ଷ ଭାରତ ନିର୍ବାଚନ ଆୟୋଗ ସମସ୍ତ ଭୋଟରଙ୍କୁ ସଂପୂର୍ଣ୍ଣ ମାଗଣାରେ ସ୍ପୀଡ୍ ପୋଷ୍ଟ୍ ମାଧ୍ୟମରେ ଫଟୋ ପରିଚୟ ପତ୍ର ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ / ରାଜ୍ୟ ସ୍ତରର ସମସ୍ତ ରାଜନୈତିକ ଦଳ ମାନଙ୍କୁ ବିନା ମୂଲ୍ୟରେ ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକାର ନକଲ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଚଳିତ ବର୍ଷର ଭୋଟର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ୍ୱେବସାଇଟ୍ ରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ମଧ୍ୟ ଆଜି ଠାରୁ ଉପଲବ୍ଧ ହୋଇପାରିବ । ସମସ୍ତ ଭୋଟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ୍ୱେବସାଇଟ୍ www.ceoorissa.nic.in ରେ ତନଖି କରି ପାରିବେ । ଏହା ବ୍ୟତୀତ ଚଳିତ ଚୂଡାନ୍ତ ଭୋଟର ତାଲିକାରେ ଯଦି କୌଣସି ଭୋଟରଙ୍କ ତୃଟି ବିଚ୍ୟୁତି ଥାଏ ତାହେଲେ ସେମାନେ ତ୍ରୁଟି ସଂଶୋଧନ ନିମନ୍ତେ ପୂର୍ବଭଳି ଉଭୟ ଅନଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଯାହାକି ଧାରାବାହିକ ସଂଶୋଧନ ପ୍ରକ୍ରିୟାରେ କରାଯାଇପାରିବ । ଭୋଟର ମାନେ ଚାହିଁଲେ www.nvsp.inକୁ ଯାଇ ଏକକ ମୋବାଇଲ୍ ମାଧ୍ୟମରେ ସେମାନଙ୍କର e-EPIC ମଧ୍ୟ ଡାଉନଲୋଡ୍ କରି ନିଜ ମୋବାଇଲରେ ରଖି ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ହୋଇନି, ଅଧାରୁ ଫେରିଯିବାରୁ ମୁଁ ଦୁଃଖିତ: ଚରଣଜିତ୍ ସିଂହ ଚନ୍ନି

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷାରେ ହୋଇନି ତ୍ରୁଟି । ପିଏମ୍ ମୋଦିଙ୍କ ସୁରକ୍ଷେରା ତ୍ରୁଟି ହୋଇନଥିବା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି । ପ୍ରଧାନମନ୍ତ୍ରୀ ମୋଦି ଫିରୋଜପୁର ଗସ୍ତ ବେଳେ ଅଧାରୁ ଫେରି ଯାଇଥିବାରୁ ମୁଁ ଦୁଃଖିତ । ଆମେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରୁ । ଯଦି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି ଥାଏ ତ ତାର ତଦନ୍ତ ହେବ ।

ମୁଖ୍ୟମନ୍ତ୍ରୀ ଚନ୍ନି ସଫେଇ ଦେଇ ଆହୁରି କହିଛନ୍ତି, ଆମ ଦେଶରେ ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି । ମୁଁ ବି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥାନ୍ତି । କିନ୍ତୁ ମୁଁ ମିଶିଥିବା ଲୋକଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବାରୁ ଯାଇପାରିଲି ନାହିଁ । ସେଥିପାଇଁ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ ଓ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଦାୟିତ୍ୱ ଦେଇଥିଲି ।

କୌଣସି ବିପଦ ନଥିଲା

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରତି ମିନିଟ୍ ସୂଚୀ ଆମ ପାଖରେ ଥିଲା । ରାସ୍ତାରୋକ୍ କରିଥିବା ପ୍ରଦର୍ଶନକାରୀ ହଠାତ୍ ଆସି ରାସ୍ତା ଉପରେ ବସି ପଡ଼ିଥିଲେ । ତେବେ ଶାନ୍ତିପୂର୍ବକ ପ୍ରଦର୍ଶନ କରୁଥିବା କୃଷକଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରତି କୌଣସି ବିପଦ ନଥିଲା । ଆମେ ଖରାପ ପାଣିପାଗ ନେଇ ଓ ବିରୋଧ ପାଇଁ ଗସ୍ତ ରୋକିବାକୁ ପିଏମଓକୁ ଜଣାଇଥିଲୁ । ତେବେ ପ୍ରଧାନମନ୍ତ୍ରୀ ହଠାତ୍ ରାସ୍ତା ପରିବର୍ତ୍ତନ କରିବା ନେଇ କୌଣସି ସୂଚନା ନଥିଲା ।

ଏପରିକି ଗତକାଲି ରାତ୍ରୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ପ୍ରଧାନମନ୍ତ୍ରୀ ସଡ଼କ ପଥ ନୁହେଁ ବରଂ ହେଲିକପ୍ଟରରେ ଯିବାର ଥିଲା । ପିଏମ୍ ସଡ଼କ ମାର୍ଗରେ ଯିବା ଯୋଜନା ଶେଷ ସମୟରେ ନିଆ ଯାଇଥିଲା ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।