spot_img
Home Blog Page 4728

ନୂଆବର୍ଷରେ କରୋନା ବିସ୍ଫୋରଣ, ତିନି ଗୁଣ ବଢ଼ିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାର ନୂଆ ଭାରିଆଣ୍ଟ ସଂଖ୍ୟା ୧୫୨୫ରେ ପହଞ୍ଚିଛି । ବିଶେଷ କରି ମହାରାଷ୍ଟ୍ର ଓ ଦିଲ୍ଲୀରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ବିଗତ ୨୪ ଘଣ୍ଟାରେ ୨୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି । ଯାହା ପୂରା ଦେଶ ପାଇଁ ଚିନ୍ତାର କାରଣ ।

ଯଦି ଦିଲ୍ଲୀ କଥା କହିବା ତାହାଲେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୨୯ ଡିସେମ୍ବରରେ ୯୨୩ କେସ୍ ଚିହ୍ନଟ ହୋଇଥିଲା । ଏହା ପରେ ୩୦ ଡିସେମ୍ବରରେ ୧୩୧୩ ଓ ୩୧ ଡିସେମ୍ବରରେ ୧୭୯୬ କେସ୍ ଚିହ୍ନଟ ହୋଇଥିଲା । କିନ୍ତୁ ନୂଆବର୍ଷ ଆସିବା ସହ ଦିଲ୍ଲୀରେ ହୋଇଥିଲା କରୋନା ବିସ୍ଫୋରଣ । ନୂଆବର୍ଷରୁ ଦିଲ୍ଲୀରେ ଅଚାନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ନଜର ଆସିଛି । ଦିଲ୍ଲୀରେ ୧ ଜାନୁଆରୀରେ ୨୭୯୬ କେସ୍ ଚିହ୍ନଟ ହୋଇଥିବାବେଳେ ୨ ଜାନୁଆରୀ ଅର୍ଥାତ ଆଜି ଚିହ୍ନଟ ହୋଇଛି ୩୧୦୦ କେସ୍ । ଅର୍ଥାତ ବର୍ଷ ଶେଷ ଦିନ କରୋନା କେସ୍ ଦୁଇ ହଜାରରୁ ତଳେ ରହୁଥିଲା କିନ୍ତୁ ନୂଆବର୍ଷ ପରଠାରୁ ଏହା ତିନି ହଜାର ଉପରେ ରହୁଛି ।

ତେବେ କରୋନା ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି କି ଦିଲ୍ଲୀରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୬ ହଜାର ୩୬୦ ରହିଛି । ତିନି ଦିନ ପୂର୍ବରୁ ଦିଲ୍ଲୀରେ ଆକ୍ଟିଭ୍ କେସ୍ ୨୨୯୧ ରହିଥିଲା । ଯାହା ତିନି ଦିନରେ ତିନି ଗୁଣା ବୃଦ୍ଧି ପାଇଛି । କେଜ୍ରିଓ୍ୱାଲ ଆହୁରି କହିଛନ୍ତି କି ଯେଉଁମାନେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ସେମାନେ ହସ୍ପିଟାଲ ଆସିବା ଆବଶ୍ୟକ ପଡ଼ୁନାହିଁ । ଅର୍ଥାତ ସେମାନଙ୍କ ମଧ୍ୟରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି । ସେହିପରି ଅକ୍ସିଜେନରେ ବର୍ତ୍ତମାନ ସୁଦ୍ଧା କେବଳ ୮୨ ଜଣ ଚିକିତ୍ସିତ ହେଉଛନ୍ତି । ଏମିତି କୌଣସି କୋଭିଡ ରୋଗୀ ନାହାନ୍ତି ଯାହାଙ୍କୁ ଅକ୍ସିଜେନ ଆବଶ୍ୟକ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

ବୁଲ୍ଲି ବାଈ’ ଆପ୍ କ’ଣ? ଜାଣନ୍ତୁ କାହିଁକି ଏହାକୁ ନେଇ ଜାରି ରହିଛି ବିବାଦ…

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କୁ ଆପ୍ ଜରିଆରେ ଟାର୍ଗେଟ । ଆପ୍ ମାଧ୍ୟମରେ ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରାଯାଉଛି, ଯାହାକୁ ନେଇ ବିବାଦ ବଢ଼ିଛି । ବୁଲ୍ଲି ବାଈ ନାମକ ଏକ ଆପ୍ ଜରିଆରେ ଶହ ଶହ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ କରାଯିବାକୁ ନେଇ ପ୍ରତିବାଦର ଝଡ ସୃଷ୍ଟି ହୋଇଛି । Github ପ୍ଲାଟଫର୍ମରେ ସୁଲ୍ଲି ଡିଲ୍ସ ନାମକ ଆପ୍ ତିଆରି କରାଯାଇ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ କରିବାର ୬ମାସ ପରେ ବୁଲ୍ଲି ବାଈରେ ଫଟୋ ଅପଲୋଡ ହେବା ଘଟଣା ଦେଶବ୍ୟାପୀ ଚର୍ଚ୍ଚାର କାରଣ ପାଲଟିଛି । ବୁଲ୍ଲି ବାଈ ଆପ୍ ସେହିପରି ଭାବରେ କାମ କରେ ଯେପରି ସୁଲ୍ଲି ଡିଲ୍ ଆପ୍ କାର୍ଯ୍ୟ କରୁଥିଲା । ସୁଲ୍ଲି ଡିଲ୍ ଆପକୁ Github ଲଞ୍ଚ କରିଥିଲା ଏବଂ ଏବେ ବୁଲ୍ଲି ବାଈ ଆପକୁ ମଧ୍ୟ Githubରେ ଲଞ୍ଚ କରିଛି ।

 

ବୁଲ୍ଲି ବାଈ ଆପରେ ମୁସଲମାନ ମହିଳାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ମହିଳା ସାମ୍ବାଦିକା ଟ୍ୱିଟରରେ ଏନେଇ ଅଭିଯୋଗ କରିଥିଲେ । ଏହି ଆପକୁ ଡେଭଲପ କରିଥିବା ଅଜ୍ଞାତ ବ୍ୟକ୍ତି ମହିଳା ସାମ୍ବାଦିକଙ୍କ ଫଟୋକୁ ବୁଲ୍ଲି ବାଈ ଆପରେ ସେୟାର କରିଥିଲେ । ମହିଳା ସାମ୍ବାଦିକଙ୍କ ଫଟୋ ଏହି ଆପରେ ସେୟାର ହେବା ପରେ ତାଙ୍କ ଫଟୋରେ ବହୁ ଅଶୀଳ କମେଣ୍ଟ ଆସିଥିଲା । ତେବେ ବୁଲ୍ଲି ବାଇ ଆପକୁ କିଏ ତିଆରି କରିଛି ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। କିନ୍ତୁ ଅଭିଯୋଗକାରୀ ମହିଳା ସାମ୍ବାଦିକ ଜଣଙ୍କ ଯେଉଁ ସ୍କ୍ରିନ୍ ସଟ୍ ସେଆର କରିଛନ୍ତି, ତା’ର URL bullibai.github.io ରହିଛି। ତେବେ ମହିଳା ସାମ୍ବାଦିକ ଅଭିଯୋଗ କରିବା ପରେ ଏହି URLକୁ ଏବେ ଡିଆକ୍ଟିଭ କରାଯାଇଛି ।

ସୂଚନା ଅନୁସାରେ, ପ୍ରାୟ ୬ ମାସ ପୂର୍ବେ ଠିକ୍ ଏଭଳି ଏକ ବିବାଦୀୟ ଆପ୍ ଲଞ୍ଚ ହୋଇଥିଲା। ଯାହାର ନାଁ ଥିଲା ‘ସୁଲ୍ଲି ଡିଲ୍’ ଆପ୍। ଏହି ସୁଲ୍ଲି ଡିଲ୍ ଆପ୍ ମାଧ୍ୟମରେ କିଛି ପ୍ରତିଷ୍ଠିତ ଓ ଜଣାଶୁଣା ମୁସଲିମ୍ ମହିଳାଙ୍କ ଫଟୋକୁ ଏହି ଆପରେ ସେୟାର କରାଯାଇଥିଲା । ଏହି ଆପ୍ ମାଧ୍ୟମରେ କେବଳ ଫଟୋ ସେୟାର ହେଉନଥିଲା ନିଲାମ କରିବାକୁ ମଧ୍ୟ ଘୋଷଣା ହୋଇଥିଲା । ଏହି ଆପ ଉପରେ ‘ find your sulli’ ଲେଖା ହୋଇଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ FIR ରୁଜୁ କରାଯାଇଥିଲା । FIR ରୁଜୁ ପରେ ଏହି ଆପକୁ GitHubରୁ ହଟାଇ ଦିଆଯାଇଥିଲା ।

 

ତେବେ ବର୍ତ୍ତମାନ ବୁଲ୍ଲି ବାଈ ଘଟଣା ସାମ୍ନାକୁ ଆସିବା ପରେ ଏହାର ତଦନ୍ତ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ ବା ସିଇଆରଟି କରୁଛି । ଏହା ସହ Github ଜରିଆରେ ଆକାଉଣ୍ଟକୁ ବ୍ଲକ କରାଯାଇଛି ବୋଲି କହିଛନ୍ତି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶିବସେନା ଏମପି ପ୍ରିୟଙ୍କା ଚତୁର୍ବେଦୀ ଓ ଏଆଇଏମଆଇଏମ ନେତା ଅସଉଦ୍ଦିନ ଓଓ୍ବେସି । ସାମ୍ପ୍ରଦାୟିକ ଦୃଷ୍ଟିଭଙ୍ଗୀ ନେଇ ମହିଳାମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ପ୍ରିୟଙ୍କାଙ୍କ ଅଭିଯୋଗ ପରେ ମୁମ୍ବାଇ ସାଇବର ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଉଛି ।

ଯାଜପୁରରୁ ବିଶାଖାପାଟ୍ଟଣମ୍ ଲମ୍ବିଛି ଜାଲ୍ ନୋଟ୍ କାରବାର

ଯାଜପୁର: ଭଡ଼ାଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ମାମଲାରେ ପୋଲିସର ବଡ଼ ଖୁଲାସା । ରାଜ୍ୟ ବାହାରକୁ ଲମ୍ବିଛି ଜାଲ୍ ନୋଟ୍ କାରବାର ଚେର୍ । ୫ ବର୍ଷ ମଧ୍ୟରେ ତିନି ତିନଥର ଜାଲ୍ ନୋଟ ମାମଲାରେ ଗିରଫ ହେଲାଣି ଅଭିଯୁକ୍ତ । ବିଳମ୍ବିତ ରାତିରେ ଯାଜପୁର ପୋଲିସ ରେଡ୍ କରି ସନ୍ଥ ମହାଦେବ ନିକଟ ଏକ ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଥିଲା । ମାମଲାରେ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

Jajpur Fake Note Case, Accused Chandramani Arrested For Third Time With In 5 Tears

ଗିରଫ ଅଭିଯୁକ୍ତ ଜଣଙ୍କ ମଙ୍ଗଳପୁର ଥାନା ଛଞ୍ଚଣା ଗାଁର ଚନ୍ଦ୍ରମଣି ବଳ । ସେ ସନ୍ଥ ମହାଦେବ ନିକଟରେ ଏକ ଘରେ ଭଡ଼ାରେ ରହି ଜାଲ୍ ନୋଟ୍ ଛାପୁଥିଲା । ପରେ କୌଶଳକ୍ରମେ ଏହି ଜାଲ୍ ନୋଟକୁ ରାଜ୍ୟ ବାହାରକୁ ପଠାଉଥିଲା ବୋଲି ପୋଲିସ କହିଛି । ବିଶେଷକରି ବିଜୟନଗରମ୍ ଓ ବିଶାଖାପାଟ୍ଟଣମକୁ ଲମ୍ବିଛି ଜାଲ୍ ନୋଟ୍ କାରବାରର ଚେର୍ । ତେବେ ଚନ୍ଦ୍ରମଣି ସହ ଜାଲ୍ ନୋଟ୍ କାରବାରରେ ଆଉ କିଏ ସମ୍ପୃକ୍ତ ପୋଲିସ ସେନେଇ ତଦନ୍ତ ଚାଲିଥିବା କହିଛି ।

ଏଥିସହ ପଢ଼ନ୍ତୁ: ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ, ଜଣେ ଗିରଫ

ଅଭିଯୁକ୍ତ ଚନ୍ଦ୍ରମଣି ବଳ ପୂର୍ବରୁ ଜାଲ୍ ନୋଟ୍ କାରବାର ପାଇଁ ୨ ଥର ଜେଲ୍ ମଧ୍ୟ ଯାଇଛି । ୨୦୧୭ରେ କାଳିଆପାଣି ଥାନା ଓ ୨୦୨୦ରେ ଯାଜପୁର ରୋଡ୍ ଦାନଗଦୀ ଥାନାରେ ଅଭିଯୁକ୍ତ ଚନ୍ଦ୍ରମଣି ନାଁରେ ମାମଲା ରହିଛି । ତା’ଠାରୁ ପୋଲିସ ୪୨ଟି ୱାନ୍ ସାଇଡ୍ ପ୍ରିଣ୍ଟେଡ୍ ଶହେ ଟଙ୍କିଆ ସହ ପ୍ରିଣ୍ଟର, କାଗଜ, ଷ୍ଟାମ୍ପ ଆଦି ଜବତ କରିଛି । ୨୫ ହଜାର ୧୭ ଟଙ୍କା ଦେଲେ ଅଭିଯୁକ୍ତ ଲକ୍ଷେ ଟଙ୍କାର ଜାଲ୍ ନୋଟ୍ ଦେଉଥିବା ଜଣାପଡ଼ିଛି । ଆବଶ୍ୟକ ହେଲେ ଚନ୍ଦ୍ରମଣିକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସଡିପିଓ ।

ଏ ବର୍ଷ ଶେଷ ହେବ କରୋନା, ଏଭଳି ସର୍ତ୍ତ ରଖିଲା WHO

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶ୍ୱର ଅନେକ ସ୍ଥାନର କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଥିବା ଦେଖିବାକୁ ମିଳିଛି । ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ହୁ ହୁ ହୋଇ ବଢ଼ି ଚାଲିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୧୫୨୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏମିତି କି ଭାରତରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଲାଣି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିସାରିଛନ୍ତି । ତେବେ ଏପରି ସ୍ଥିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଏହି ମହାମାରୀର ଅନ୍ତ ହେବ । ତେବେ ଏସବୁ ମଧ୍ୟରେ ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି  ।

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଏକ ବଡ଼ ବୟାନ ଦେଇଛନ୍ତି । WHO ମୁଖ୍ୟ ଟେଡ୍ରୋସ୍ ଆଡନୋମ୍ ଗେବ୍ରେସିସ୍ କହିଛନ୍ତି କି ୨୦୨୨ରେ କରୋନା ମହାମାରୀର ଶେଷ ବର୍ଷ ହେବ । ଅର୍ଥାତ ୨୦୨୨ରେ କରୋନାର ଅନ୍ତ ହେବ । ଯଦି ବିକଶିତ ଦେଶ ଭ୍ୟାକସିନକୁ ଅନ୍ୟ ଦେଶକୁ ଯୋଗାଇ ଦିଅନ୍ତି ତେବେ ୨୦୨୨ରେ କରୋନାର ଅନ୍ତ ହେବ ।

WHO ନିର୍ଦ୍ଦେଶକ ଦୃଢ଼କ୍ତି ସହ କହିଛନ୍ତି କି ୨୦୨୨ରେ କରୋନା ମହାମାରୀ ଅନ୍ତ ହେବ । କିନ୍ତୁ ଯଦି ବିକଶିତ ଦେଶ କରୋନା ଟିକାକୁ ଗଚ୍ଛିତ ରଖନ୍ତ ତେବେ ଚଳିତ ବର୍ଷ କରୋନାର ଅନ୍ତ ହେବା ନାହିଁ । ଭ୍ୟାକସିନ ଅସମାନତା ଓମିକ୍ରନ ପରି ଭାରିଆଣ୍ଟକୁ ଦ୍ରୁତ ଗତିରେ ସଂକ୍ରମିତ କରିବାକୁ ସୁହାଉଛି । ସେ ଆହୁରି କହିଛନ୍ତି କି କରୋନା ଟିକା ମଧ୍ୟରେ ଅସମାନତା ଯେତେ ବୃଦ୍ଧି ପାଇବ ସେତେ ଦିନ ପର୍ଯ୍ୟନ୍ତ କରୋନାର ଅନ୍ତ ହେବ ନାହିଁ । ଅର୍ଥାତ ବିକଶିତ ଦେଶ ଅନ୍ୟ ଦେଶକୁ ଟିକା ଦେବାକୁ ପଡ଼ିବ । ଯାହା ଦ୍ୱାରା କରୋନା ସଂକ୍ରମିତଙ୍କ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଆଡନୋମ୍ ଗେବ୍ରେସିସ୍ କହିଛନ୍ତ କି ଯଦି ଆମେ ଏହି ଅସମାନତାକୁ ସମାପ୍ତି କରିବା ତେବେ ୨୦୨୨ ମସିହାରେ କରୋନା ମହାମାରୀକୁ ଅନ୍ତ କରିହେବ ।

ପୋଖରୀରୁ ମିଳିଲା ୨ ଯୁବକଙ୍କ ମୃତଦେହ, ପୋଲିସର ତଦନ୍ତ

କେନ୍ଦ୍ରାପଡ଼ା: ପୋଖରୀ ଭିତରୁ ୨ ଯୁବକଙ୍କ ମୃତଦେହ ମିଳିଛି । ସଦରଥାନା ନିକଟ ଶ୍ୟାମସୁନ୍ଦର ଗାଁ ରାସ୍ତାକଡ଼ ପୋଖରୀରୁ ମୃତଦେହ ଠାବ ହୋଇଛି । ମୃତଦେହ ସହ ପୋଖରୀ ଭିତରୁ ମିଳିଛି ଏକ ବାଇକ୍ । ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ବିଦ୍ୟାଳୟ, ସଂକ୍ରମଣ ବୃଦ୍ଧି ପରେ ବଦଳିଲା ନିଷ୍ପତ୍ତି

ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ମଦ ପିଇ ଗାଡ଼ି ଚଳାଇବା ବେଳେ ଭାରସାମ୍ୟ ହରାଇ ପୋଖରୀରେ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି । ମୃତକ ସୁବ୍ରତ ଯେନ, ସନାତନ ପଟ୍ଟନାୟକ । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।

ଦେଶରେ ଉପରମୁହାଁ କରୋନା, ୨୪ ଘଣ୍ଟାରେ ୨୭ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ପୁଣି ଥରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୭ ହଜାର ୫୫୩ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୨୮୪ ଜଣଙ୍କ କରୋନରେ ମୃତ୍ୟୁ ଘଟିଛି । ଏହା ସହିତ ବର୍ତ୍ତମାନ ସାରା ଦେଶରେ କରୋନାର ଆକ୍ଟିଭ କେସ୍ ୧ ଲକ୍ଷ ୨୨ ହଜାର ୮୦୧ ରହିଛି ।

https://twitter.com/ANI/status/1477490650299858945/photo/1

ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା ତାହାଲେ ଭାରତରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨୫ରେ ପହଞ୍ଚିଛି ।  ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ମୋଟ ୪୬୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ୩୫୧ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୁଜୁରାଟରେ ୧୩୬, ତାମିଲନାଡୁରେ ୧୧୭, କେରଳରେ ୧୦୯, ରାଜସ୍ଥାନରେ ୬୯, ତେଲେଙ୍ଗାନାରେ ୬୭, କର୍ଣ୍ଣାଟକରେ ୬୪, ହରିଆଣାରେ ୬୩, ପଶ୍ଚିମବଙ୍ଗରେ ୨୦, ଆନ୍ଧ୍ର ପ୍ରଦେଶରେ ୧୭, ଓଡ଼ିଶାରେ ୧୪, ମଧ୍ୟପ୍ରଦେଶରେ ୯, ଉତ୍ତରପ୍ରଦେଶରେ ୮,  ଉତ୍ତରାଖଣ୍ଡରୁ ୮, ଚଣ୍ଡିଗଡ଼ରୁ ୩, ଜମ୍ମୁ-କଶ୍ମୀରରୁ ୩, ଆଣ୍ଡାମାନ ଓ ନିକୋବର ଦ୍ୱୀପରୁ ୨, ଗୋଆ, ହିମାଚଳ ପ୍ରଦେଶ, ଲଦାଖ, ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମାନସିକ ବିକାରଗ୍ରସ୍ତଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ କାଟିଲେ ଗଳା । ଜଣେ ଗ୍ରାମବାସୀଙ୍କ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ହିଂସାକାଣ୍ଡ ଘଟାଇଛନ୍ତି ଲାଲବାହିନୀ । ବାସାଗୁଡ଼ା ଥାନା ତିମାପୁର ଗାଁରେ ବିଳମ୍ବିତ ରାତିରେ ୫ରୁ ୬ ଜଣ ଶସସ୍ତ୍ର ମାଓବାଦୀ ଜଣଙ୍କୁ ହତ୍ୟା କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ବିଦ୍ୟାଳୟ, ସଂକ୍ରମଣ ବୃଦ୍ଧି ପରେ ବଦଳିଲା ନିଷ୍ପତ୍ତି

ଗାଁର ହେମନ୍ତ ବଡ଼ି ନାମକ ଜଣେ ମାନସିକ ବିକାରଗ୍ରସ୍ତଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରାଯାଇଛି । ହତ୍ୟା ପରେ ମୃତଦେହ ନିକଟରେ ଏକ ଚିଠି ମଧ୍ୟ ଛାଡ଼ିଛନ୍ତି ମାଓବାଦୀ । ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇଥିବା ବିଜାପୁର ଏସପି କମଳ ଲୋଚନ କଶ୍ୟପ ସୂଚନା ଦେଇଛନ୍ତି ।

ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ , ସଂକ୍ରମଣ ବୃଦ୍ଧି ପରେ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ବଦଳିଲା ନିଷ୍ପତ୍ତି । କାଲିଠୁ ଖୋଲିବନି ପ୍ରାଥମିକ ବିଦ୍ୟାଳୟ । ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ରାଜ୍ୟରେ ୨ ଦିନ ଧରି କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ପିଲାଙ୍କ ବୃହତ୍ତର ସ୍ୱାସ୍ଥ୍ୟଗତ ହିତକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏଥିସହ ପଢ଼ନ୍ତୁ: ଦୀର୍ଘ ଦିନ ପରେ କୋଭିଡର ଲମ୍ବ ଡିଆଁ, ୪୦୦ ଟପିଲା ଦୈନିକ ସଂକ୍ରମଣ

ଆସନ୍ତାକାଲି ଠାରୁ ରାଜ୍ୟର ପ୍ରାୟ ୨୩ ହଜାର ପ୍ରାଥମିକ ବିଦ୍ୟାଳୟ ଖୋଲିଥାନ୍ତା । ବାକି ୩ ହଜାର ୯୩ ବିଦ୍ୟାଳୟ ୧୦ ତାରିଖରୁ ଖୋଲିଥାନ୍ତା । ତେବେ ପୂର୍ବଭଳି ବିଦ୍ୟାଳୟ ଶ୍ରେଣୀଗୃହରେ ଷଷ୍ଠରୁ ଦଶମ ଶ୍ରେଣୀ ପାଠପଢ଼ା ଜାରି ରହିବ ବୋଲି ସୂଚନା ଦିଆଯାଇଛି । ଜାନୁଆରୀ ୫ରୁ ୮ ତାରିଖ ଯାଏ ଦଶମ ଶ୍ରେଣୀ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସମେଟିଭ-୦୧ ପରୀକ୍ଷା ହେବ । କରୋନା ନିୟମ ମାନି ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ, ଜଣେ ଗିରଫ

ଯାଜପୁର: ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ । ଯାଜପୁର ସହରର ଯାଜପୁର ସନ୍ଥ ମହାଦେବ ନିକଟ ଏକ ଭଡ଼ା ଘରୁ ବିପୁଳ ଜାଲ୍ ନୋଟ୍ ଜବତ କରିଛି ପୋଲିସ । ଜବତ ଟଙ୍କା ମଧ୍ୟରେ ଏକାଧିକ ୨ ଶହ ଟଙ୍କିଆ ନୋଟ୍ ଓ ଶହେ ଟଙ୍କିଆ ଜାଲ୍ ନୋଟ୍ ରହିଥିବା ଜଣାପଡ଼ିଛି । ମାମଲାରେ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ ।

Jajpur Police Seized Fake Notes Worth 13 Lakhs, One Arrested

ଗିରଫ ଅଭିଯୁକ୍ତ ଜଣଙ୍କ ମଙ୍ଗଳପୁର ଥାନା କାଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି । ଗିରଫଙ୍କ ନିକଟରୁ ଜାଲ୍ ନୋଟ୍ ସହ ଜାଲ୍ ନୋଟ ପ୍ରସ୍ତୁତ ପାଇଁ ବ୍ୟବହୃତ ପ୍ରିଣ୍ଟର, କମ୍ପ୍ୟୁଟର, ପେପର୍ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଏନେଇ ମଧ୍ୟାହ୍ନରେ ପ୍ରେସମିଟରେ ବିସ୍ତୃତ ସୂଚନା ଦେବ ପୋଲିସ । ଜାଲ୍ ନୋଟ କାରବାରର ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ପୋଲିସ ତଦନ୍ତ କରୁଛି ।

ଗୁଡ଼ି ଉଡ଼ାକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ବାଲେଶ୍ୱର: ଗୁଡ଼ି ଉଡ଼ାକୁ କେନ୍ଦ୍ର କରି ବଟେଶ୍ୱର ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଦୁଇ ପରିବାର ଭିତରେ ହୋଇଥିବା ଗଣ୍ଡଗୋଳରେ ବାପ, ପୁଅ ସହିତ ୩ ଜଣ ଗୁରୁତର ଆହାତ ହୋଇଛନ୍ତି । ବିଳମ୍ବିତ ରାତିରେ ସମସ୍ତ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Group Clash For Kite Flying 3 Injured In Balasore

ସୂଚନା ଅନୁସାରେ, ବଟେଶ୍ୱର ଗାଁର ଅନୀଲ ସାହାଙ୍କ ଦୁଇ ପୁଅ ଗୁଡ଼ି ଉଡ଼ାଉଥିଲେ । ପଡ଼ୋଶୀଙ୍କ ଗୁଡ଼ିକୁ କାଟି ଦେବାରୁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଫଳରେ ପଡ଼ୋଶୀଙ୍କ ଆକ୍ରମଣରେ ଅନୀଲ ସାହାଙ୍କ ସମେତ ୨ ପୁଅ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।