spot_img
Home Blog Page 4729

ଦୀର୍ଘ ଦିନ ପରେ କୋଭିଡର ଲମ୍ବ ଡିଆଁ, ୪୦୦ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଦୀର୍ଘ ଦିନ ପରେ ରାଜ୍ୟରେ ଲମ୍ବ ଡିଆଁ ମାରିଛି କରୋନା ସଂକ୍ରମଣ । ଗତକାଲି ଦୈନିକ ସଂକ୍ରମଣ ମାମଲା ୩ ଶହ ପାଖାପାଖି ଥିବାବେଳେ ଆଜି ୪୦୦ ଟପିଛି । ରାଜ୍ୟରେ ୨୧ ଜିଲ୍ଲାରୁ ଆଉ ୪୨୪ ଜଣ କୋଭିଡ୍ ସଂକ୍ରମିତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୬୭ ଜଣ ଆକ୍ରାନ୍ତ ରହିଥିବା ବେଳେ କ୍ୱାରେଣ୍ଟାଇନରୁ ୨୪୯ ଜଣ ଓ ୧୭୫ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଛି ।

ହଟସ୍ପଟରେ ରହିଛି ଖୋର୍ଦ୍ଧା ଜିଲ୍ଲା । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧାରୁ ୧୭୭ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮ ଜଣ, ବରଗଡ଼ରୁ ୧୦ ଜଣ, ବରଗଡ଼ରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୪୫ ଜଣ, ଢେଙ୍କାନାଳରୁ ୩ ଜଣ, ଗଞ୍ଜାମରୁ ୪ ଜଣ, ଗଜତସିଂହପୁରରୁ ୮ ଜଣ, ଯାଜପୁରରୁ ୯ ଜଣ, ଝାରସୁଗୁଡ଼ାରୁ ୧୫ ଜଣ, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମୟୂରଭଞ୍ଜରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରୁ ୭ ଜଣ, ପୁରୀରୁ ୧୪ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୧୫ ଜଣ, ସୁନ୍ଦରଗଡ଼ରୁ ୩୮ ଜଣ, ଷ୍ଟେଟପୁଲରୁ ୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ କନ୍ଧମାଳ କୋଭିଡ୍ ମୁକ୍ତ ରହିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୫୫୬କୁ ବୃଦ୍ଧି ପାଇଛି । ଏବେ ୨୦୭୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୧୦ ଲକ୍ଷ ୪୪ ହଜାର ୯୬୨ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି ।

‘ମୋ କ୍ୟାରିଅରରେ ବହୁତ ଭିଲେନ୍’, ଧୋନିଙ୍କ ପରେ BCCIକୁ ଭଜିଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କରିଥିବା ହରଭଜନ ସିଂହ ମୁହଁ ଖୋଲିବାରେ ଲାଗିଛନ୍ତି । ଭଜି ପ୍ରଥମେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଟାର୍ଗେଟ୍ କରିଛନ୍ତି । ଅଭିଯୋଗ କରିଛନ୍ତି, ତାଙ୍କୁ କାହିଁକି ଦଳରୁ ବାହାର କରାଗଲା ସେନେଇ କିଛି କାରଣ କୁହାଯାଇ ନାହିଁ ।

ଏବେ ପୁଣି ଥରେ ଭଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI)ର ଅଧିକାରୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ସେ ସମୟରେ ବିସିସିଆଇର କିଛି ଅଧିକାରୀ ଚାହୁଁନଥିଲେ ମୁଁ ଦଳକୁ ଫେରେ । ସେତେବେଳେ ଧୋନି ଦଳର ଅଧିନାୟକ ଥିଲେ । ସେ ମଧ୍ୟ ବିସିସିଆଇ ଅଧିକାରୀଙ୍କୁ ସମର୍ଥନ କରିଥିଲେ । ଯଦି କେବେ ମୋ ବାୟୋପିକ୍ ଫିଲ୍ମ କିମ୍ବା ୱେବ୍ ସିରିଜ୍ ନିର୍ମାଣ ହୁଏ ତ ସେଥିରେ ଜଣେ କେହି ନୁହେଁ ଅନେକ ଭିଲେନ୍ ରହିବେ ।

Harbhajan Singh Blames On BCCI Officials And MS Dhoni

ହରଭଜନ ଏକ ସାକ୍ଷାତକାରରେ କହିଛନ୍ତି, ଭାଗ୍ୟ ସବୁବେଳେ ମୋ ସାଥ୍ ଦେଇଥିଲା । କେବଳ କିଛି ବାହାର ଶକ୍ତି ଯିଏ ମୋ ସହିତ ନଥିଲେ । କହିବାକୁ ଗଲେ ସେମାନେ ମୋ ବିରୋଧରେ ଥିଲେ । ଏହାର କାରଣ ଥିଲା ମୋ ବୋଲିଂକୁ ନେଇ ମୁଁ ଆଗକୁ ବଢ଼ୁଥିଲି । ମୁଁ ୩୧ ବର୍ଷର ହୋଇଥିବା ବେଳେ ୪୦୦ ୱିକେଟ୍ ନେଇଥିଲି । ସେତେବେଳେ ଆଉ ୪ରୁ ୫ ବର୍ଷ ଖେଳିବି ବୋଲି ଭାବୁଥିଲି । ଯଦି ସମ୍ଭବ ହୋଇଥାନ୍ତା ତ ମୁଁ ଆଉ ୧୦୦ରୁ ୧୫୦ ୱିକେଟ୍ ନେଇ ପାରିଥାନ୍ତି ।

ଭଜି କହିଛନ୍ତି, ସେତେବେଳେ ଧୋନି ଦଳର ନେତୃତ୍ୱ ନେଉଥିଲେ । ମୋ ଅନୁସାରେ, ସବୁକିଛି ଧୋନିଙ୍କ ହାତରେ ଥିଲା । ବିସିସିଆଇର କିଛି ଅଧିକାରୀ ଚାହୁଁନଥିଲେ ମୁଁ ଆଗକୁ ଖେଳେ । ସେତେବେଳେ ଧୋନି ବି ଏହାର ସମର୍ଥନ କରିଥିଲେ । ତେବେ ଅଧିନାୟକ, କୋଚ୍ ଅବା ଟିମ୍ ବିସିସିଆଇ ଠାରୁ ବଡ଼ ନୁହଁନ୍ତି ।

ବଉଳା କୁମ୍ଭୀର ଗଣନା ଲାଗି ଆଜିଠୁ ବନ୍ଦ ରହିବ ଭିତରକନିକା

ପଟ୍ଟାମୁଣ୍ଡାଇ: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଆଜିଠୁ ୧୧ ତାରିଖ ପର୍ଯ୍ୟନ୍ତି ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ବଉଳା କୁମ୍ଭୀର ଗଣନା ପାଇଁ ୧୦ ଦିନ ବନ୍ଦ ରହିବ ଭିତରକନିକା ।

Bhitarkanika National Park

ମୋଟ ୨୨ଟି ଟିମ୍, ୫୨ଟି ସେଗେମେଣ୍ଟ ସାହାଯ୍ୟରେ ବଉଳା କୁମ୍ଭୀର ଗଣନା କରିବେ । ଏ ବର୍ଷ ପ୍ରଥମଥର ପାଇଁ ପଲିଗନ୍ ସର୍ଚ୍ଚ ମୋବାଇଲ ଆପରେ କରାଯିବ କୁମ୍ଭୀର ଗଣନା । ଡକ୍ଟର ସୁଧାକର କରଙ୍କ ନେତୃତ୍ଵରେ ଗଣନା କରାଯିବ ।

BCCI ଅଧ୍ୟକ୍ଷ ଡେଲଟା ପ୍ଲସ ଭ୍ୟାରିଆଣ୍ଟରେ ସଂକ୍ରମିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଗାଙ୍ଗୁଲିଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ କୋଲକାତାର ବୁଡଲେଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୩ ଜଣିଆ ଡାକ୍ତରୀ ଟିମ ତାଙ୍କ ଉପରେ ନଜର ରଖିଥିଲେ । ତାଙ୍କ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ହେଲେ ଏଥିରେ ଓମିକ୍ରନ ନଥିବା ସ୍ପଷ୍ଟ ହୋଇଥିଲା । ବର୍ତ୍ତମାନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଡେଲଟା ପ୍ଲସ ଭ୍ୟାରିଆଣ୍ଟରେ ସଂକ୍ରମିତ ଥିବା ସୂଚନା ମିଳିଛି  ।

ଗୃହବନ୍ଦୀ ଘଟଣା: ପ୍ରିୟଦର୍ଶିନୀ ମାର୍କେଟ ଅଞ୍ଚଳରେ ଲାଗିଲା ୧୪୪ ଧାରା

ଭୁବନେଶ୍ୱର: ଜମିବାଡ଼ି ବିବାଦକୁ ନେଇ ରାଜଧାନୀରେ ଜଣେ ପରିବାରକୁ ଗୃହବନ୍ଦୀ ଘଟଣା । ସିଆରପି ପ୍ରିୟଦର୍ଶିନୀ ମାର୍କେଟ ଅଞ୍ଚଳରେ ଲାଗିଲା ୧୪୪ ଧାରା । ଘଟଣା ସ୍ଥଳରେ ଏସିପି ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ଜମି ବାଡି ବିବାଦକୁ ନେଇ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି ମାଆପୁଅ । ୭ଦିନ ହେଲା ୭୬ବର୍ଷୀୟା ବୃଦ୍ଧା ଓ ତାଙ୍କ ପୁଅଙ୍କୁ ବନ୍ଦୀ କରିଛନ୍ତି ଦୁର୍ବୃତ୍ତ । ମାଆପୁଅଙ୍କୁ ବାହାରପଟୁ ତାଲା ପକାଇଦିଆଯାଇଛି । ବନ୍ଦୀ ବୃଦ୍ଧା ହେଲେ ୭୬ ବର୍ଷୀୟ ଅନସୂୟା ମହାନ୍ତି ।

ସେମାନେ ରହୁଥିବା ଏକ ୩ ମହଲା କୋଠାରେ ଜମିବାଡ଼ି ବିବାଦକୁ ନେଇ ଆଉ ଜଣେ ବ୍ୟକ୍ତି ଘରେ ତାଲା ପକାଇଦେଇଥିବା ଅଭିଯୋଗ ହୋଇଛି । ଘରର ପଟ୍ଟା ଅନସୂୟା ମହାନ୍ତି ଓ ତାଙ୍କ ସ୍ବାମୀଙ୍କ ନାଁରେ ଥିବା ବେଳେ ୪ଜଣ ବ୍ୟକ୍ତି ସମ୍ପତ୍ତି ହଡ଼ପ କରିବାକୁ ଯୋଜନା କରୁଥିବା ବୃଦ୍ଧାଙ୍କ ପୁଅ ଅଭିଯୋଗ କରିଛନ୍ତି । ଏନେଇ କୋର୍ଟରେ ମାମଲା ମଧ୍ୟ ଚାଲିଛି । କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ପୋଲିସ ଘର ସମ୍ମୁଖରେ ନିୟୋଜିତ ହୋଇଛନ୍ତି ।

ହେଲେ ପୋଲିସକୁ ଖାତିର ନକରି କିଛି ଲୋକ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି । ପୂର୍ବରୁ ପୋଲିସ ଆସି ତାଲା ଭାଙ୍ଗିଥିଲେ ମଧ୍ୟ ଆଉ ଥରେ ତାଲା ପକାଇଦିଆଯାଇଛି । ଫଳରେ ୭ଦିନ ହେଲା ବନ୍ଦ ଘରେ ରହିଆସୁଛନ୍ତି ମାଆ ପୁଅ । ଏଭଳି ପରିସ୍ଥିତିରେ ଉଦ୍ଧାର କରିବାକୁ ପୋଲିସକୁ ବୃଦ୍ଧା ମାଆ ଓ ତାଙ୍କ ପୁଅ ନିବେଦନ କରିଛନ୍ତି । ସେପଟେ ବ୍ୟାକଗ୍ରାଉଣ୍ଡରେ କେହି ବାବା ଥିବା ନେଇ ଚର୍ଚ୍ଚା ହେଉଛି ।

ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ସେନାକୁ ଘଉଡ଼ାଇଲେ ଭାରତୀୟ ଯବାନ

ଇଟାନଗର: ସୀମାରେ ବଢ଼ୁଛି ଚୀନର ଗତିବିଧି । ଦାବି ଅନୁସାରେ, ନିକଟରେ ବୁମ ଲା (ଦର୍ରା)ରେ ଚୀନ ସେନା ସହ ଭାରତୀୟ ଯବାନ ମୁହାଁମୁହିଁ ହୋଇଛନ୍ତି । ଭାରତୀୟ ସେନାର କଡ଼ ଜବାବ ପରେ ଚୀନ ସେନା ପଛକୁ ହଟିଛି । ଏବେ ସେହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ, ଭାରତୀୟ ସେନା ପକ୍ଷରୁ ଏନେଇ ଅଧିକାରୀକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।

ଦାବି ଅନୁସାରେ, ଏହି ଭିଡିଓଟି ଅରୁଣାଚଳ ପ୍ରଦେଶ ବୁମ୍ ଲା ନିକଟରେ ଉଠାଯାଇଛି । ୧୯୬୨ ଯୁଦ୍ଧ ସମୟରେ ଏହି ଅଞ୍ଚଳରେ ଭାରତୀୟ ଓ ଚୀନ ଯବାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା । ଏବେ ଏହି ଅଞ୍ଚଳର ସୁରକ୍ଷା ପାଇଁ ୨୪ ଘଣ୍ଟା ଭାରତୀୟ ଯବାନ ଓ ଆଇଟିବିପି ଯବାନ ନିୟୋଜିତ ଅଛନ୍ତି । ଭିଡିଓରେ ଏକ ଛୋଟ ନଦୀର ଏପଟେ ଭାରତୀୟ ଯବାନ ଅନ୍ୟପଟେ ଚୀନ ସୈନିକ କଥା ହେଉଥିବା ଦେଖାଯାଉଛି ।

ଭିଡିଓରେ ଭାରତୀୟ ସେନାର ଜଣେ ଯବାନ ଚୀନ ସେନାକୁ ଇଂରାଜୀରେ କହୁଛନ୍ତି, ‘ଆମେ ଯଥାସ୍ଥିତି ରଖିବାରେ ବିଶ୍ୱାସ କରୁ । ଆପଣ ମଧ୍ୟ ସେହିଭଳି କରନ୍ତୁ । ବୁଝନ୍ତୁ… ? ଚୀନ ଯବାନ କହୁଛନ୍ତି, ‘ହଁ… ହଁ… ମୁଁ ବୁଝୁଛି ।’

ତେବେ ଏହି ଭିଡିଓଟି କେବେର ଜଣାପଡ଼ିନାହିଁ । ତେବେ ଦାବି କରାଯାଉଛି, ଏହି ଭିଡିଓଟି ନିକଟରେ ଉତ୍ତୋଳନ କରାଯାଇଛି । କିଛିଦିନ ତଳେ ଚୀନ ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନରେ ଚୀନ ଅକ୍ଷର, ତିବ୍ବତୀ ଓ ରୋମନ ବର୍ଣ୍ଣମାଳାରେ ନାଁକୁ ବଦଳାଇ ଦିଆଯାଇଛି । ଏହିସବୁ ନାମ ଚୀନ ଅଧିକାରୀ ନକ୍ସା ବା ମାନଚିତ୍ରରେ କରୁଛନ୍ତି ।

ଫେବ୍ରୁଆରୀ ୧ରୁ ନୂଆ ନିୟମ ! କୋଭିଡ୍ ଟିକା ନେଇ ନଥିଲେ ଘରୁ ବାହାରିବା ମନା

ଜୟପୁର: ଦେଶରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ସଂକଟ କାଳରେ କବଚ ସାଜିଛି କରୋନା ଟିକା । ହେଲେ କିଛି ଲୋକ ଟିକା ନେବାକୁ ନାକ ଟେକୁଛନ୍ତି । ଯେଉଁଥିପାଇଁ ଅସୁବିଧାରେ ପଡ଼ୁଛନ୍ତି ସମସ୍ତେ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ କାୟା ବିସ୍ତାର କରି ଚାଲିଥିବା ବେଳେ ତଥ୍ୟ କହୁଛି ଟିକା ନେଇଥିବା ଲୋକ ବେଶି ସୁରକ୍ଷିତ । ତଥାପି ଲୋକେ ଶୁଣୁ ନାହାନ୍ତି କି ଟିକା ନେଉ ନାହାନ୍ତି । କୋଭିଡ୍ ଟିକା ନେଉ ନଥିବା ଲୋକଙ୍କୁ ବାଟକୁ ଆଣିବା ଲାଗି ନୂଆ ନିୟମ ଆଣୁଛନ୍ତି ସରକାର । କୋଭିଡ୍ ମାମଲା ବଢ଼ୁଥିବା ବେଳେ ଟିକା ନେଇ ନଥିବା ଲୋକଙ୍କ ପାଇଁ ଲାଗୁ ହେବ କଡ଼ା ନିୟମ ।

ରାଜସ୍ଥାନରେ ବଢ଼ୁଥିବା କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରାଜସ୍ଥାନରେ ଚଳିତମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଜନସଂଖ୍ୟାକୁ ୨ ଡୋଜ୍ ଟିକା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଯେଉଁମାନେ ଟିକା ନେବେନି ସେମାନେ ଘରେ ବନ୍ଦ ହୋଇ ରହିବେ । ଏନେଇ ସରକାର ପ୍ରସ୍ତୁତ କରୁଛନ୍ତି ନିୟମ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଫେବ୍ରୁଆରୀ ୧ରୁ ଟିକା ନେଇ ନଥିବା ଲୋକ ଘରୁ ପଦାକୁ ବାହାରି ପାରିବେ ନାହିଁ ।

People Without Vaccine Will Be Banned From Leaving House From 1st February

ନୂଆବର୍ଷ ପାଳନ ଉପରେ ରାଜସ୍ଥାନ ସରକାର କୌଣସି କଟକଣା ଲଗାଇ ନଥିଲେ । ଯେଉଁଥିପାଇଁ ରାଜ୍ୟସାରା ଲୋକେ ପାର୍ଟି ସହ ଭୋଜିଭାତରେ ଝୁମିଥିଲେ । କୋଭିଡ୍ କଟକଣାର ପୂରା ଧଜିଆ ଉଡ଼ିଥିଲା । ନୂଆବର୍ଷରେ କୋଭିଡ୍ କଟକଣାକୁ ବାଏଁ ବାଏଁ ଉଡ଼ାଇ ଦେଇଥିବା ରାଜସ୍ଥାନ ସଂକ୍ରମଣ ମାମଲା ବଢ଼ିବା ପରେ ପୁଣି ଆକ୍ସନକୁ ଆସିଛି । ଶନିବାର ଗୋଟିଏ ଦିନରେ ରାଜ୍ୟରେ ଡେଲ୍ଟା ଓ ଓମିକ୍ରନର ପ୍ରାୟ ୨୦୦ ମାମଲା ସାମ୍ନାକୁ ଆସିଛି ।

ରାଜସ୍ଥାନରେ ଶନିବାର ୫୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୨ ଜଣଙ୍କ ମଧ୍ୟରୁ ୯ ଜଣ ବିଦେଶ ଫେରନ୍ତା ଅଛନ୍ତି । ଏଥିସହ ରାଜ୍ୟରେ ମୋଟ ଓମିକ୍ରନ୍ ମାମଲା ୧୨୧କୁ ବୃଦ୍ଧି ପାଇଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ସରକାର ସଜାଗ ହେବା ସହ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

‘ସଭିଙ୍କ ସୁରକ୍ଷା ଆମର ପ୍ରତିବଦ୍ଧତା ଓ ପ୍ରତିଶ୍ରୁତି’

ଭୁବନେଶ୍ୱର: ନୂଆ ବର୍ଷରେ ନୂଆ ଡିଜିପିଙ୍କ ଅଭିନନ୍ଦନ  । ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ନୂଆ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ନବବର୍ଷର ଅଭିନନ୍ଦନ ଓ ପୋଲିସ ବିଭାଗର ଆଗାମୀ କାର୍ଯ୍ୟପନ୍ଥା ବିଷୟରପେ ଉଲ୍ଲେଖ କରିଛନ୍ତି ନବ ନିଯୁକ୍ତ ଡିଜିପି  ।  ବିଗତ ଦିନରେ ପୋଲିସ ବିଭାଗ ନିସ୍ୱାର୍ଥପର ଭାବେ ରାଜ୍ୟବାସୀଙ୍କୁ ସେବା ଯୋଗାଇ ଆସିଛି । ଆଗାମୀ ଦିନରେ ମଧ୍ୟ ସେହିଭଳି ଭାବେ କାର୍ଯ୍ୟ ଆଗକୁ ନେବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିବ ।

ଡିଜିପି କହିଛନ୍ତି ନିଃସହାୟ ପାଇଁ ସବୁବେଳେ ସାହା ହେବ ପୋଲିସ । ସମସ୍ତଙ୍କ ସୁରକ୍ଷା ଆମର ପ୍ରତିବଦ୍ଧତା ଓ ପ୍ରତିଶ୍ରୁତି । ଜନତାଙ୍କ ନିକଟରେ ଆମେ ପୂରା ସମର୍ପିତ ହେବୁ । ଏହି ନୂଆ ବର୍ଷରେ ଅପରାଧ ଦୁନିଆ ପାଇଁ କଡା ଚେତାବନୀ ଦେଇଛନ୍ତି ଡିଜିପି । ଅପରାଧୀ ମାନଙ୍କୁ କୌଣସି ସମୟରେ କ୍ଷମା ଦିଆଯିବ ନାହିଁ, ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କରୋନା ମହାମାରୀ ସମୟରେ ବି ସମସ୍ତଙ୍କୁ ସର୍ବଶ୍ରେଷ୍ଟ ସେବା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ସୁନିଲ ବଂଶଲ ।

ଜାନୁଆରୀରେ ସୂର୍ଯ୍ୟଙ୍କ ଭଳି ଚମକିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ…

ଭୁବନେଶ୍ୱର:  ପୁରୁଣା ବର୍ଷକୁ ବିଦାୟ ଦେଇ ଆରମ୍ଭ ହୋଇଛି ୨୦୨୨ର ନବବର୍ଷ। ଏହି ନୂଆବର୍ଷକୁ ଆନନ୍ଦ ଉଲ୍ଲାସର ସହ ସ୍ୱାଗତ କରିଛନ୍ତି ଜନ ସାଧାରଣ। ଏଥିସହ ନୂତନ ବର୍ଷ ଜୀବନରେ ଖୁସି ଓ ଉନ୍ନତି ଆଣିଦେବ ବୋଲି କାମନା କରିଛନ୍ତି ସଭିଁଏ । ତେବେ ସମସ୍ତଙ୍କ ଜୀବନରେ ଗ୍ରହ ନକ୍ଷତ୍ର ତଥା ଜ୍ୟୋତିଷ ଶାସ୍ତ୍ରର ଅନେକ ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ଜାନୁଆରୀ ମାସର ପ୍ରଥମ ସପ୍ତାହ ଆପଣଙ୍କ ଜୀବନରେ କିଭଳି ପ୍ରଭାବ ପକାଇବ…

ବୃଷ ରାଶି-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଜାନୁଆରୀର ପ୍ରଥମ ସପ୍ତାହ ବହୁତ ଶୁଭ ରହିବ । ଏମାନଙ୍କର କାର୍ଯ୍ୟ ପ୍ରତି ଉତ୍ସାହ ରହିବା ସଙ୍ଗେସଙ୍ଗେ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ। ଜୀବନରେ ମା‘ଙ୍କ ସମର୍ଥନ ପାଇବେ| ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି |

କନ୍ୟା ରାଶି-

ବ୍ୟବସାୟ ବିସ୍ତାରର ଯୋଜନା କରିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି। ଚାକିରିର ପରିବର୍ତ୍ତନ ସହିତ ଅନ୍ୟ  ସ୍ଥାନକୁ ଯିବାକୁ ପଡିପାରେ। ଯାନବାହାନ କିଣାକିଣି କରିପାରନ୍ତି ।

ତୁଳା ରାଶି-

ଏହି ରାଶିର ବ୍ୟକ୍ତିବିଶେଷ ଚଳିତ ବର୍ଷ ଆତ୍ମ ବିଶ୍ୱାସରେ ଭରପୂର ରହିବେ। କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନର ସମ୍ଭାବନା ରହିଥିବା ବେଳେ ଜୀବନ ସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ପରିଶ୍ରମ ଅନୁଯାୟୀ କର୍ମକ୍ଷେତ୍ରରେ ଫଳ ମିଳିବ ।

ମୀନ ରାଶି-

ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ବଳ ରହିଛି । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ପରିବାରର ଭରପୂର ସହଯୋଗ ମିଳିବ। କିନ୍ତୁ ବସ୍ତ୍ର କିଣାକିଣିରେ ଅଧିକ ଖର୍ଚ୍ଚ ହେବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ସମ୍ଭାବନା ରହିଛି ।

୭ଦିନ ହେଲା ମାଆ-ପୁଅଙ୍କୁ ଗୃହବନ୍ଦୀ ରଖିଛନ୍ତି ଦୁର୍ବୃତ୍ତ

ଭୁବନେଶ୍ୱରେ: ଜମିବାଡ଼ି ବିବାଦକୁ ନେଇ ରାଜଧାନୀରେ ଅଭାବନୀୟ ଘଟଣା । ନିଜ ଘରେ ବନ୍ଦୀ ହୋଇରହିଛନ୍ତି ମାଆ ପୁଅ । ୭ଦିନ ହେଲା ୭୬ବର୍ଷୀୟା ବୃଦ୍ଧା ଓ ତାଙ୍କ ପୁଅଙ୍କୁ ବନ୍ଦୀ କରିଛନ୍ତି ଦୁର୍ବୃତ୍ତ । ଭୁବନେଶ୍ୱର ସିଆରପି ଛକ ସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ ପଛପଟର ଏକ ଘରେ ମାଆ ପୁଅଙ୍କୁ ବାହାରପଟୁ ତାଲା ପକାଇଦିଆଯାଇଛି । ବନ୍ଦୀ ବୃଦ୍ଧା ହେଲେ ୭୬ବର୍ଷୀୟ ଅନୁସୂୟା ମହାନ୍ତି । ସେମାନେ ରହୁଥିବା ଏକ ୩ ମହଲା କୋଠାରେ ଜମିବାଡ଼ି ବିବାଦକୁ ନେଇ ଆଉ ଜଣେ ବ୍ୟକ୍ତି ଘର ଫାଟକରେ ତାଲା ପକାଇଦେଇଥିବା ଅଭିଯୋଗ ହୋଇଛି ।

ଘରର ପଟ୍ଟା ଅନୁସୂୟା ମହାନ୍ତି ଓ ତାଙ୍କ ସ୍ବାମୀଙ୍କ ନାଁରେ ଥିବା ବେଳେ ୪ଜଣ ବ୍ୟକ୍ତି ସମ୍ପତ୍ତି ହଡ଼ପ କରିବାକୁ ଯୋଜନା କରୁଥିବା ବୃଦ୍ଧାଙ୍କ ପୁଅ ଅଭିଯୋଗ କରିଛନ୍ତି । ଏନେଇ କୋର୍ଟ ମାମଲା ମଧ୍ୟ ଚାଲିଛି । କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ପୋଲିସ ଘର ସମ୍ମୁଖରେ ନିୟୋଜିତ ହୋଇଛନ୍ତି । ହେଲେ ପୋଲିସକୁ ଖାତିର ନକରି କିଛି ଲୋକ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି । ପୂର୍ବରୁ ପୋଲିସ ଆସି ତାଲା ଭାଙ୍ଗିଥିଲେ ମଧ୍ୟ ଆଉ ଥରେ ତାଲା ପକାଇଦିଆଯାଇଛି । ଫଳରେ ୭ଦିନ ହେଲା ବନ୍ଦ ଘରେ ରହିଆସୁଛନ୍ତି ମାଆ ପୁଅ । ଏଭଳି ପରିସ୍ଥିତିରେ ଉଦ୍ଧାର କରିବାକୁ ପୋଲିସକୁ ନିବେଦନ କରିଛନ୍ତି ବୃଦ୍ଧା ମାଆ ।