spot_img
Home Blog Page 4748

ରାଜ୍ୟରେ ୨କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି ଦ୍ୱିତୀୟ ଡୋଜ୍ ଟିକା: ୧୫ଶହ ତଳେ ରହିଛି ସକ୍ରିୟ ମାମଲା

ଭୁବନେଶ୍ୱର: ରାଜ୍ୟରେ ୨କୋଟିରୁ ଅଧିକ ଲୋକଙ୍କୁ ଦିଆଯାଇଛି କରୋନା ଟିକାର ଦ୍ୱିତୀୟ ଡୋଜ । ୨ କୋଟି ୩୪ ହଜାର ୫୦୮ ଜଣ ଦ୍ୱିତୀୟ ଡୋଜ ନେଇଥିବା ବେଳେ, ୨ କୋଟି ୮୯ ଲକ୍ଷ ୯୬ ହଜାର ୯୪୪ ଜଣ ପ୍ରଥମ ଡୋଜ ନେଇଛନ୍ତି  । ବର୍ତ୍ତମାନ ସୁଦ୍ଧା ୪କୋଟି ୯୦ ଲକ୍ଷ ୩୧ ହଜାର ୪୫୨ ଡୋଜ ଟିକା ଦିଆଯାଇଛି  । ପ୍ରାୟ ୬୦ ଲକ୍ଷ ଲୋକ ପ୍ରଥମ ଓ ଦ୍ୱିତୀୟ ଡୋଜ ନେବାର ବାକି ରହିଛି  ।

ସ୍ୱାସ୍ଥ୍ୟକର୍ମୀଙ୍କୁ ଶତ ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଥିବା ବେଳେ, ୯୨ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ସେହିପରି ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରୁ ୮୪ ପ୍ରତିଶତ ପ୍ରଥମ ଓ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି  । ୧୮ ବର୍ଷରୁ ୪୪ ବର୍ଷ ବର୍ଗର ଲୋକେ ୮୪ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି  । ଅନ୍ୟପଟେ ୪୫ ବର୍ଷରୁ ଅଧିକ ବୟସର ଲୋକେ ୯୨ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୮୯ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି  । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୩ ହଜାର ୫୭୫ ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ୨୪ ଘଣ୍ଟାରେ ୧୫୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୨୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୬୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୪୧୬୦ ଜଣ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

୧୦ ଦିନ ପାଇଁ ବନ୍ଦ ହେବ ଭିତରକନିକା

ପଟ୍ଟାମୁଣ୍ଡାଇ: କୁମ୍ଭୀର ଗଣନା ପାଇଁ ୧୦ ଦିନ ଭିତରକନିକା ବନ୍ଦ । ଜାନୁୟାରୀ ୨ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ ବଉଳା କୁମ୍ଭୀର ଗଣନା । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ସେପଟେ ଇକୋଟୁରିଜିମ୍‌ ମାଧ୍ୟମରେ ହେଉଥିବା ବୁକିଙ୍ଗ ମଧ୍ୟ ବନ୍ଦ ରହିବ । ଜାନୁୟାରୀ ୨ତାରିଖରୁ ୧୧ ତାରିଖ ଯାଏଁ ୧୦ ଦିନ ଧରି ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ ।

୨ତାରିଖରୁ ୫ତାରିଖ ଯାଏଁ ନଦୀ ଶାନ୍ତ ପଡ଼ିପାରେ । ୬ତାରିଖ ଠାରୁ ଭିତରକନିକାରେ ଥିବା ନଦୀ ଓ ନାଳମାନଙ୍କରେ ହୁଲିଡଙ୍ଗା ସାହାର୍ଯ୍ୟରେ କୁମ୍ଭୀର ଗଣନା କରାଯିବ । ଏହି ଗଣନା ୧୦ଦିନ ଧରି କରାଯିବ ଏବଂ ଏହି ସମୟରେ ଭିତରକନିକାକୁ କୌଣସି ପର୍ଯ୍ୟଟକ ପ୍ରବେଶ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଡା. ଯଜ୍ଞଦତ୍ତ ପତି ।

ଏଥିସହିତ ପଢ଼ନ୍ତୁ: ଉପକୂଳ ଜିଲ୍ଲାରେ ଆଜିଠୁ ବଢ଼ିବ ବର୍ଷା

ଏକାମ୍ର-ଭୁବନେଶ୍ୱର ବିକାଶ ପାଇଁ ୧୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିକାଶ ପଥେ ଏକାମ୍ର । ଏକାମ୍ର-ଭୁବନେଶ୍ୱର ପାଇଁ ୧୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ଦ୍ୱାରା ପୁରୁଣା ଭୁବନେଶ୍ୱର ଓ ଲିଙ୍ଗରାଜ ପ୍ରକଳ୍ପ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ ।

ବରମୁଣ୍ଡା ହାଉସିଂ ବୋର୍ଡ, ଏଚଆଇଜି ଓ ଜଗନ୍ନାଥ ବିହାରକୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ । ଗଙ୍ଗୁଆ ପାଖ ଜାତୀୟ ରାଜପଥ ୨୦୩ରୁ କପିଳେଶ୍ୱର  ମନ୍ଦିର ଯାଏଁ ନୂଆ ରାସ୍ତା ନିର୍ମାଣ ହେବ । ଭୁବନେଶ୍ୱର-ପୁରୀ ରୋଡରେ କେଦାରଗୌରୀ ପୁଷ୍କରିଣୀର ଜଳ ନିଷ୍କାସନ ପାଇଁ ବକ୍ସ କଲଭର୍ଟ ନିର୍ମାଣ ହେବ । ଲିଙ୍ଗିପୁର ପଞ୍ଚାୟତ ଇନ୍ଦିରା କଲୋନୀରେ ଭୂତଳ ଓ ସୁଉଚ୍ଚ ଜଳ ଭଣ୍ଡାର ଲୋକାର୍ପିତ ହେବ । ବିଏମସି ୫୩ ଓ ୭୬ ନମ୍ବର ୱାର୍ଡବାସୀଙ୍କ ପାଇଁ ନୂଆ ଗୃହ ନିର୍ମାଣ ହେବ । ସମ୍ ହସ୍ପିଟାଲ ସମ୍ମୁଖ ରାସ୍ତା ଆଲୋକୀକରଣ ହେବ ।

ଧଉଳୀ ଶାନ୍ତିସ୍ତୁପର ନବୀକରଣ, ଦୟା ପଶ୍ଚିମପାଖ ନଦୀକୂଳର ଉନ୍ନତିକରଣ ହେବ । ଶାଖା କେନାଲରେ ଭି.ଆର ବ୍ରିଜ୍ ନିର୍ମାଣ ହେବ । ଦୟା ଦକ୍ଷିଣପାର୍ଶ୍ୱ ନଦୀବନ୍ଧଠାରୁ ଜାଡୁମଲ୍ଲୀ ମନ୍ଦିର ଯାଏ ବନ୍ଧର ପୁନରୁଦ୍ଧାର ହେବ । ଦୟା ଦକ୍ଷିଣପାର୍ଶ୍ୱ ଆଶ୍ରମ ନିକଟରେ ନଦୀବନ୍ଧର ସୁଦୃଢ଼ୀକରଣ ହେବ । କୁଆଖାଇ ଦକ୍ଷିଣପାର୍ଶ୍ୱ ବନ୍ଧର ସୁଦୃଢ଼ୀକରଣ ଯୋଜନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଦିଗପହଣ୍ଡି: ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସେକ୍ସନ ୱାନ୍ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢାଉ ଚାଲିଛି । ବ୍ରହ୍ମପୁର ଶକ୍ତିନଗର ଦ୍ୱିତୀୟ ଲେନ୍‌ରେ ଥିବା ୩ ମହଲା କୋଠା, ପୋଲସରାର ଚିରିକିପଡା ଶାସନରେ ଥିବା ପୈତୃକ ଘର, ଲୋଚାପଡା ସ୍ଥିତ ସମ୍ପର୍କୀୟଙ୍କ ଘର ଓ ଡିଗପହଣ୍ଡି ସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ ହୋଇଛି । ବ୍ରହ୍ମପୁର ଭିଜିଲାନ୍ସର ଚଢ଼ାଉରେ ୨ ଜଣ ଡିଏସପି ଓ ୬ ଜଣ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।

https://www.youtube.com/watch?v=C-8j8pSFeVk

ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ଏସ୍ଓପି ଜାରି

ଆରଡ଼ି: ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ଏସଓପି ଜାରି କଲା ଜିଲ୍ଲା ପ୍ରଶାସନ । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ସକାଳ ୬ଟାରୁ ଜାନୁଆରୀ ୨ ତାରିଖ ସଂଧ୍ୟା ୮ଟା ଯାଏଁ ଭକ୍ତଙ୍କ ଦର୍ଶନକୁ ବାରଣ କରିଛି ପ୍ରଶାସନ । ତା’ସହ କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହେବ ଦୈନଦିନ ନୀତିକାନ୍ତି । ସୀମିତ ସେବାୟତ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି । ଏପରିକି ମନ୍ଦିର ଓ ପୀଠରେ ଯେପରି ଗହଳି ନହେବ ସେଥିପାଇଁ କଟକଣାକୁ କଡାକଡି କରାଯାଇଛି ।

ଅନ୍ୟପକ୍ଷରେ ପୁରୁଣା ବର୍ଷକୁ ବିଦାୟ ଦେବା ସହ ଓ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଶ୍ରୀକ୍ଷେତ୍ରରେ ଜମିବନି ବିଶେଷ ଭିଡ଼ । ହୋଟେଲମାନଙ୍କରେ ହେବନି ଥାର୍ଟି ଫାର୍ଷ୍ଟ ସେଲିବ୍ରେସନ । ସେହିପରି ଡିସେମ୍ବର ୩୧ ଓ ଜାନୁଆରୀ ୨୦୨୨ ବର୍ଷ ଆରମ୍ଭର ପ୍ରଥମ ଦିନରେ ମହାପ୍ରଭୁ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ଓ ଭକ୍ତଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନର‌ ଏଭଳି ପଦକ୍ଷେପକୁ ହୋଟେଲିୟର୍ସ, ସେବାୟତ ଓ ଭକ୍ତ ସ୍ବାଗତ କରିଛନ୍ତି । ସେପଟେ ବର୍ଷ ଆରମ୍ଭରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ।

ଏଥିସହିତ ପଢ଼ନ୍ତୁ: ଦୋକାନ କାନ୍ଥ ଭାଙ୍ଗି ଲୁଟିନେଲା ୩୬ଟି ମୋବାଇଲ: ସିସିଟିଭରେ କଏଦ ହେଲା ଦୃଶ୍ୟ

 

ଉପକୂଳ ଜିଲ୍ଲାରେ ଆଜିଠୁ ବଢ଼ିବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଘନ କୁହୁଡ଼ି ସାଙ୍ଗକୁ କୋହଲା ପାଗ । ସ୍ଥାନେ ସ୍ଥାନେ ହେଉଛି ଝିପି ଝିପି ବର୍ଷା । ଆଜିଠାରୁ ବର୍ଷାର ପରିମାଣ ବଢ଼ିବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ଅନେକ ଜିଲ୍ଲାରେ ପାଗ ମେଘୁଆ ରହିବ । ଆସନ୍ତାକାଲି ଉତ୍ତର ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ସମୁଦ୍ର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟ ବାଷ୍ପପୂର୍ଣ୍ଣ ଉତ୍ସ ବାୟୁ ପ୍ରଭାବରୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ରାତିରେ ତାପମାତ୍ରା ବୃଦ୍ଧି ଘଟିଛି ଏବଂ କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୋରାପୁଟ, ବଲାଙ୍ଗିରରେ ସର୍ବାଧିକ ଘନ କୁହୁଡି ହେଉଥିବାବେଳେ ବାଲେଶ୍ୱର, ଅନୁଗୁଳ, ବାରିପଦା, କେନ୍ଦୁଝର, ଫୁଲବାଣୀ, ମାଲକାନାଗିରି ଆଦି ସ୍ଥାନରେ ଘନ କୁହୁଡ଼ି ଜାରି ରହିଛି । ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଓଡ଼ିଶାରେ କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ସୁନ୍ଦରଗଡ, ଝାରସୁଗୁଡା ଏବଂ କେନ୍ଦୁଝରରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ଅଭିନବ ଉପାୟରେ ଚୋରି: ଚୁଟି କାଟୁ କାଟୁ ଗ୍ରାହକଙ୍କ ସୁନା ଚେନ୍ କାଟିନେଉଥିଲେ

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ NGTର ପ୍ରଶଂସା

0

ନୂଆଦିଲ୍ଲୀ:  ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ପ୍ରଶଂସା । NGT ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଓଏସପିସିବିର ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ସରକାର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନେଇଥିବା ପଦକ୍ଷେପ ପ୍ରଶଂସନୀୟ ଅଟେ । ଗ୍ରାମାଞ୍ଚଳ ଓ ଶିଳ୍ପାନୁଷ୍ଠାନରେ ପ୍ରଦୂଷଣର ପ୍ରଭାବକୁ ନିୟନ୍ତ୍ରଣ କରିବା, ସହରାଞ୍ଚଳରେ ପ୍ରଦୂଷଣ କମାଇବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ NGT ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଥିଲା । ଏହାକୁ ପ୍ରଶଂସା କରିବା ସହ ଆଗକୁ ଏଭଳି କାର୍ଯ୍ୟ ଜାରି ରଖିବା ପାଇଁ କହିଛି NGT ।

ଏଥିସହିତ ପଢ଼ନ୍ତୁ: କୋଭିଡ ଚିକିତ୍ସା ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କୋଭିଡ ଚିକିତ୍ସା ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟରେ କୋଭିଡ ମହାମାରୀ ତଥା ଏହାର ନୂଆ ଭାରିଆଣ୍ଟ ଓମିକ୍ରନ ସମ୍ପର୍କରେ ପ୍ରସ୍ତୁତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ସମ୍ପର୍କରେ ସମୀକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ପୃଥିବୀରେ ଓମିକ୍ରନ ତା’ର ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ୮ଟି କେସ୍‌ ଦେଖାଦେଇଛି । ଆଗାମୀ ସପ୍ତାହ ଗୁଡିକରେ ଏହାର ପ୍ରଭାବ ଆହୁରି ବଢିପାରେ । ତେଣୁ ଆମକୁ ଅଧିକ ସତର୍କ ରହିବା ସହିତ ଆଗୁଆ ପଦକ୍ଷେପ ନେଇ ଏହାକୁ ରୋକିବା ପାଇଁ କାର୍ଯ୍ୟକ୍ରମ କରିବାକୁ ହେବ ।

ମୁଖ୍ୟମନ୍ତ୍ରୀ ସମସ୍ତ ସଂପୃକ୍ତ ବିଭାଗ ଗୁଡିକୁ ପରାମର୍ଶ ଦେଇ କହିଛନ୍ତି ଯେ,  ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ବତନ୍ତ୍ର ଅଭିଯାନ କରାଯାଉ  । ଦ୍ବିତୀୟ ଲହରୀ ସମୟରେ କୋଭିଡ ଚିକିତ୍ସା ପାଇଁ ଯେଉଁସବୁ ବ୍ୟବସ୍ଥା ଓ ସୁବିଧା କରାଯାଇଥିଲା, ସେ ସବୁକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ କରି ରଖାଯାଉ । ଏହାଦ୍ବାରା ହସ୍‌ପିଟାଲ ଗୁଡିକରେ ରୋଗୀଙ୍କର ତୁରନ୍ତ ଚିକିତ୍ସା ହୋଇପାରିବ । ପିଲାମାନଙ୍କ ମଧ୍ୟରେ ଅଧିକ ହସ୍‌ପିଟାଲ ଚିକିତ୍ସା ଆବଶ୍ୟକ ହେଉଥିବା ଜଣାଯାଉଛି । ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଶିଶୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ । ପୋଲିସ ବିଭାଗ କୋଭିଡ ନିୟମ ଗୁଡିକର ଦୃଢ ଅନୁପାଳନ ସୁନିଶ୍ଚିତ କରୁ । ଏ କ୍ଷେତ୍ରରେ କୌଣସି ଆତ୍ମସନ୍ତୋଷ ରହିବା ଉଚିତ ନୁହେଁ । ପ୍ରଥମ ଓ ଦ୍ବିତୀୟ ଲହରୀରେ ଯେଉଁଭଳି ଭଲ କାମ ହୋଇଥିଲା, ସେହିପରି ଭାବରେ ଏଥର ମଧ୍ୟ ଦୃଢ ପଦକ୍ଷେପ ନିଆଯାଉ । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ନୂଆ ସଚେତନତା ଅଭିଯାନ କରାଯାଇ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଓ ହାତ ଧୋଇବା ଆଦି ସଂପର୍କରେ ସଚେତନ କରାଯାଉ । ଜିଲ୍ଲାପାଳ ମାନେ ଲୋକଙ୍କୁ ସଚେତନ କରିବା ପାଇଁ ସମାଜର ସବୁ ବର୍ଗର ଲୋକ ବିଶେଷକରି ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ଗୋଷ୍ଠୀ ଓ ଅନ୍ୟ ମାନଙ୍କୁ ସାମିଲ କରି କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ । ହସ୍‌ପିଟାଲ ଗୁଡିକରେ ଅକ୍‌ସିଜେନ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉ ।

ନୂଆ ଭାରିଆଣ୍ଟ ଖୁବ ଜୋରରେ ବ୍ୟାପୁଥିବାର ଜଣାଯାଇଛି । ତେଣୁ ଆଉ ଗୋଟିଏ ନୂଆ ଲହରୀ ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ନିୟମିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି ଏବଂ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାଯୀ ଜିଲ୍ଲାପାଳ ଓ ଏସ୍‌.ପି ମାନେ ବେସରକାରୀ ହସ୍‌ପିଟାଲ ଗୁଡିକ ସହିତ BSKY ଯୋଜନା ସଂପର୍କରେ ନିୟମିତ ବୈଠକ କରିବା ଆବଶ୍ୟକ । ଏହାଦ୍ବାରା ଯୋଜନାର ସଫଳ ରୂପାୟନ ହୋଇପାରିବ । ଯେଉଁ ଜିଲ୍ଲା ଗୁଡିକରେ କମ୍‌ ହିତାଧିକାରୀ କାର୍ଡ ପାଇଛନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ ତ୍ବରାନ୍ବତ କରି ସମସ୍ତଙ୍କୁ କାର୍ଡ ଦେବା ପାଇଁ ସେ କହିଥିଲେ । ବୈଠକରେ ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ, ଜିଲ୍ଲାପାଳ ଓ ଏସ୍‌.ପି ମାନେ ଯୋଗ ଦେଇଥିଲେ ।

‘ନିର୍ବାଚନ ଘୁଞ୍ଚାଇବା ନେଇ କୌଣସି ଯୋଜନା ନାହିଁ’

ନୂଆଦିଲ୍ଲୀ: କରୋନା ସଙ୍କଟରେ ବି ଟଳିବନି ବିଧାନସଭା ନିର୍ବାଚନ । ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ବୈଠକ ପରେ ନିର୍ବାଚଳ ଘୁଞ୍ଚାଇବାକୁ କୌଣସି ଯୋଜନା ନଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଆଜି ଦିଲ୍ଲୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ଆଲୋଚନା କରିଥିଲେ ନିର୍ବାଚନ ଆୟୋଗ । ୫ରାଜ୍ୟରେ କରୋନା ସ୍ଥିତିକୁ ନେଇ ମାନସ ମନ୍ଥନ କରାଯିବା ପରେ ଟିକାକରଣ ଓ ସଂକ୍ରମଣ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ECI କହିଛନ୍ତି ।

ଆଜି ବୈଠକରେ ଟିକାକରଣକୁ ନେଇ ଆୟୋଗଙ୍କ ନିକଟରେ ରିପୋର୍ଟ ରଖିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ନିର୍ବାଚନୀ ରାଜ୍ୟ ମଧ୍ୟରୁ ଉତ୍ତରାଖଣ୍ଡ ଓ ଗୋଆରେ ପାଖାପାଖି ଶହେ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆସରିଛି । ଉତ୍ତରପ୍ରଦେଶରେ ୮୫ ପ୍ରତିଶତ, ମଣିପୁର ଓ ପଞ୍ଜାବରେ ୮୦ପ୍ରତିଶତଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ରିପୋର୍ଟ ଦିଆଯାଇଥିଲା । ତେବେ ନିର୍ବାଚନୀ ରାଜ୍ୟରେ ଟିକାକରଣ ଜୋରଦାର କରିବାକୁ କେନ୍ଦ୍ରକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜାନୁୟାରୀ ୨୨ ତାରିଖରେ ସ୍ବାସ୍ଥ୍ୟ ସଚିବଙ୍କ ସହ ନିର୍ବାଚନ ଆୟୋଗଙ୍କ ଆଉ ଏକ ବୈଠକ ବସିବ । ୨୦୨୨ରେ ଉତ୍ତରପ୍ରଦେଶ, ମଣିପୁର, ଇତ୍ତରାଖଣ୍ଡ, ଗୋଆ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ । କରୋନା ନୂଆ ଭାରିଆଣ୍ଟକୁ ନେଇ ସ୍ଥିତି ଚିନ୍ତାଜନକ ହୋଇଥିବା ବେଳେ ରାଜେନୖତିକ ରାଲି, ସଭାସମିତି ଯୋଗୁ ଭୟାନକ ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି ।

୬ ପଜିଟିଭ୍ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: ପୁଣି ଫେରିଲା କଣ୍ଟେନମେଣ୍ଟ କଟକଣା । ରାଉସାପାଟଣା ଗୋପବନ୍ଧୁ ବିହାରର ଗୋଟିଏ ପରିବାରରେ ୬ ପଜିଟିଭ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି ପ୍ରଶାସନ । ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ପରେ ବିଲ୍ଡିଂକୁ ନଯିବାକୁ ପରାମର୍ଶ ଦେଇଛି ପ୍ରଶାସନ । କଣ୍ଟେନମେଣ୍ଟ ଅଞ୍ଚଳରେ ବାହାର ଲୋକଙ୍କ ଯାଆସ ଉପରେ କଟକଣା ଲଗାଯାଇଛି । ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରିବାକୁ ବ୍ୟବସ୍ଥା ହୋଇଛି ।

ସିଏମସିର ୱାର୍ଡ ଅଧିକାରୀ ରଶ୍ମିତା ପ୍ରିୟଦର୍ଶିନୀ ଯୋଗାଣ ଦାୟିତ୍ୱରେ ରହିବେ। ସେହିପରି ବିପ୍ଳବ କୁମାର ସ୍ୱାଇଁ କଣ୍ଟେନମେଣ୍ଟ ଜୋନ୍ ଭିତରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବେ । କିଛି ଦିନ ତଳେ ମେରିଆ ବଜାର ଅଞ୍ଚଳର ଗୋଟିଏ ପରିବାରର ୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ଆଜି ମେରିଆ ବଜାର ନିକଟରେ ଥିବା ନୂଆ ରାଉସାପାଟଣାରୁ ମଧ୍ୟ ଗୋଟିଏ ପରିବାରର ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କଟକ ଭଳି ଜନଗହଳି ପୂର୍ଣ୍ଣ ସହଜରେ କରୋନା ସଂକ୍ରମଣ ବ୍ୟାପିବା ନିଶ୍ଚିତ ଭାବେ ସିଏମସି ପାଇଁ ଚିନ୍ତାର ବିଷୟ। ଏପରି ସ୍ଥିତିରେ ସିଏମସି ଏଭଳି ଘଟଣାକୁ ହାଲୁକା ଭାବେ ନନେଇ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି।

ଏଥିସହିତ ପଢ଼ନ୍ତୁ: ସୁସ୍ଥ ହେଲେ ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ