spot_img
Home Blog Page 4756

ସାଙ୍ଗ ସହ ଜଙ୍ଗଲରେ ସ୍ତ୍ରୀକୁ ଛାଡ଼ି ଦେଇଥିଲେ, ଏବେ ବନ୍ଧା ହେଲେ

ନବରଙ୍ଗପୁର: ସ୍ତ୍ରୀକୁ ଜବରଦସ୍ତି ସାଙ୍ଗମାନଙ୍କ ସହ ପଠାଇବା ଘଟଣାରେ ସ୍ୱାମୀ ଗିରଫ । କୁନ୍ଦେଇ ଥାନା ପୋଲିସ ଉକ୍ତ ସ୍ବାମୀ ଓ ଜଣେ ସାଙ୍ଗଙ୍କୁ ଗିରଫ କରିଛି । । ଗତ ୨୦ ତାରିଖରେ ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳରେ ସ୍ତ୍ରୀକୁ ହାଇଦ୍ରାବାଦକୁ ନେବାକୁ କହି ଜଙ୍ଗଲରେ ସାଙ୍ଗ ସହ ପଠାଇ ଦେଇଥିଲେ ପିଶାଚ ସ୍ବାମୀ । କାହାକୁ କହିଲେ ହତ୍ୟା ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ପରେ କୌଶଳ କ୍ରମେ ଖସିଯାଇ ପୋଲିସରେ ଅଭିଯୋଗ କରିଥିଲେ ସ୍ତ୍ରୀ ।

ଅଭିଯୋଗ ଅନୁସାରେ ବିବାହର କିଛିଦିନ ପରେ ଅଭିଯୁକ୍ତ ସ୍ବାମୀ ଓ ତାଙ୍କ ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା । ସେବେଠୁ ବାପ ଘରେ ରହୁଥିଲେ ସ୍ତ୍ରୀ । ପରେ ହାଇଦ୍ରାବାଦକୁ ନେଇ ଯିବାକୁ କହି ଷଡ଼ଯନ୍ତ୍ର ରଚିଥିଲା ସ୍ବାମୀ । ଅଧା ବାଟରେ ସାଙ୍ଗ ସହ ସ୍ତ୍ରୀଙ୍କୁ ଜଙ୍ଗଲକୁ ପଠାଇ ଦେଇଥିଲା । ସ୍ବାମୀର ସାଙ୍ଗ ଦ୍ବାରା ସ୍ତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗ ପରେ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସ୍ବାମୀ ଓ ତା’ର ଜଣେ ସାଙ୍ଗ ଈଶ୍ବର ଗଣ୍ଡକୁ ପୋଲିସ ଗିରଫ କରିଛି । ଆଉ ଜଣେ ସାଙ୍ଗ କୁନା ଗଣ୍ଡ ବର୍ତ୍ତମାନ ଫେରାର ଅଛି ।

ପଛୁଆବର୍ଗ ସହ ବିଜେଡ଼ି, କେନ୍ଦ୍ର ନେଉ ବୈଧାନିକ ନିଷ୍ପତ୍ତି

ଭୁବନେଶ୍ୱର: ଓବିସିଙ୍କୁ ମିଳୁ ହକ୍  ।  ନିକଟରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପଞ୍ଚାୟତିରାଜ ଏବଂ ପୌରପାଳିକା ନିର୍ବାଚନରୁ ଉଠାଇ ଦିଆଯାଇଛି । ଏହି ରାୟ ସାରା ଦେଶରେ ଲାଗୁ କରାଯାଇଛି । ଏହା ଏକ ଜାତୀୟ ସ୍ତରର ପ୍ରସଙ୍ଗ ହୋଇଥିବା ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି । ଏ ଦିଗରେ କେନ୍ଦ୍ର ସରକାର ଯାହା ଆଇନଗତ ଏବଂ ବୈଧାନିକ ନିଷ୍ପତ୍ତି ଗ୍ରହଣ କରିବେ, ବିଜୁ ଜନତା ଦଳ ଏବଂ ସରକାର ତାକୁ ଆନ୍ତରିକତାର ସହିତ ସମର୍ଥନ କରିବେ ।

ବିଜୁ ଜନତା ଦଳ ସବୁବେଳେ ଆର୍ଥିକ ଅନଗ୍ରସର ବର୍ଗର ଜନସାଧାରଣଙ୍କୁ ସଶକ୍ତ କରିବାରେ ଦୃଢ଼ ଭାବରେ ବିଶ୍ଵାସ କରି ଆସିଛି । ସମାଜରେ ସେମାନଙ୍କ ଉନ୍ନତି ଏବଂ ସମାନ ଅଧିକାର ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରି ଆସୁଛି । ନିକଟରେ ମହିଳାଙ୍କ ପାଇଁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପାଇଁ ଆହ୍ବାନ ଦେଇ ସମଗ୍ର ଭାରତ ବର୍ଷରେ ଆଲୋଡ଼ନ ସୃଷ୍ଟି କରିଥିବା ବିଜୁ ଜନତା ଦଳ ପ୍ରଥମେ ନିଜ ଆଡୁ ୨୦୧୯ ପାର୍ଲାମେଣ୍ଟ ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରିଥିଲା, ଯାହା ପରେ ଅନ୍ୟ ରାଜ୍ୟମାନେ ଅନୁସରଣ କରିଥିଲେ ।

ଏବେ ଯେହେତୁ ତ୍ରି-ସ୍ତରୀୟ ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନ ଅନୁଷ୍ଠିତ ହେବାକୁ  ଯାଉଛି  ।  ବିଜୁ ଜନତା ଦଳ ରାଜ୍ୟର ଆର୍ଥିକ ଅନଗ୍ରସର ବର୍ଗଙ୍କ ପ୍ରତି ନିଜର ପ୍ରତିବଦ୍ଧତା ପୁନଶ୍ଚ ଦୋହରାଇ ଏହି ଐତିହାସିକ ନିର୍ଣ୍ଣୟ ଗ୍ରହଣ କରୁଛି ଯେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନରେ ଦଳ ଅନୁନ୍ୟ ୪୦% ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ପ୍ରତିଦ୍ବନ୍ଦିତା କରିବା ନିମନ୍ତେ ମନୋନୟନ କରିବ  ।  ସେମାନଙ୍କୁ ତାଙ୍କର ନ୍ୟାଯ୍ୟ ରାଜନୈତିକ ଅଧୂକାର ପ୍ରଦାନ କରିବ ବିଜେଡ଼ି

ବିଜୁ ଜନତା ଦଳର ଶନିବାର  ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିବାବେଳେ ଦଳର ସାଙ୍ଗଠନିକ ସଂପାଦକ  ପ୍ରଣବ ପ୍ରକାଶ ଦାସ ଏହି ପ୍ରସ୍ତାବ ଦେଇଥିଲେ  ।  ସର୍ବସମ୍ମତ୍ତ ନିଷ୍ପତ୍ତି କ୍ରମେ ଆଗତ କରାଯାଇଥିବା ଉପରୋକ୍ତ ପ୍ରସ୍ତାବକୁ ଅନୁମୋଦନ କରିବା ନିମନ୍ତେ ଦଳର ରାଜ୍ୟ ସଭାପତିଙ୍କୁ ଅନୁକୋ,ଧ କରିଛନ୍ତି ପ୍ରଣବ ପ୍ରକାଶ ଦାସ  ।

ଚିତ୍ତ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ରିମାଣ୍ଡରେ ୨ ଅଭିଯୁକ୍ତ

ପୁରୀ:  ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ମାମଲା ।  ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ।  ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ ରିମାଣ୍ଡରେ ଯାଇଛନ୍ତି  । ସେପଟେ ଅଭିଯୁକ୍ତ ଦ୍ୱୟଙ୍କୁ ୭ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ହେଲେ ଉଭୟଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ ।

ଗତକାଲି ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା କ୍ରାଇମବ୍ରାଞ୍ଚ । ଘଟଣାକୁ ନେଇ ତଦନ୍ତ ସମୟରେ ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ  । ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା  । ଚିତ୍ତରଞ୍ଜନ ପଲେଇ ହତ୍ୟା ମାମାଲାକୁ ସ୍ପଷ୍ଟ କରିଥିଲେ ମଧ୍ୟ ଏହାର କାରଣ କହିନଥିଲେ କ୍ରାଇମବ୍ରାଞ୍ଚ ଡ଼ିଏସପି ଶିଶିର ମିଶ୍ର  ।

ଚିତ୍ତରଞ୍ଜନ  ଘଟଣା ଏକ ହତ୍ୟା ବୋଲି ସ୍ପଷ୍ଟ କରିବା ସହ ଏଥିରେ କେବଳ ଦୁଇ ନୁହଁନ୍ତି  । ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ଉଲ୍ଲେଖ କରିଥିଲେ ଶିଶିର ମିଶ୍ର  । ସେପଟେ ନିଖୋଜ ଦିନ ରାତିରେ ଭୋଜିଭାତ ହୋଇଥିଲା । ଏବଂ ସେହିଦିନ ହିଁ ହତ୍ୟା ହୋଇଥିବା କ୍ରାଇମବ୍ରାଞ୍ଚ କହିଛି  । ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ମୋଟ ୫ ଜଣକ ପଲିଗ୍ରାଫ ଟେଷ୍ଟ କରାଯାଇଛି । ଆଜି ଦୁଇ ଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ନେଇଛି  ।

କଏଦୀଙ୍କ କବରସ୍ଥାନ, ତିହାର ଜେଲ

ଦିଲ୍ଲୀ: ଦିଲ୍ଲୀ ତିହାର ଜେଲରେ ଶୁକ୍ରବାର ଆଉ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ବିଗତ ୮ ଦିନରେ ତିହାର ଜେଲରେ ୫ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ମୃତ୍ୟୁ ହୋଇଥିବା କଏଦୀଙ୍କ ନାମ ହେଉଛି ଭିକି । ତେବେ ଅସୁସ୍ଥତା କାରଣରୁ ଭିକିଙ୍କ ମୃତ୍ୟୁ ହୋଇଥିବା ଜେଲ ତରଫରୁ ସୂଚନା ଦିଆଯାଇଛି  । ତାଙ୍କ ମୃତ୍ୟୁ ପରେ ଧାରା ୧୭୬ ଅନୁସାରେ ତଦନ୍ତ ଚାଲିଛି । ତିହାର ଜେଲ ଦେଶର ସବୁଠୁ ସୁରକ୍ଷିତ ଜେଲ । କିନ୍ତୁ  ବିଗତ ୮ ଦିନରେ ୫ ଜଣ କଏଦୀଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି  । ତେବେ ସବୁ କଏଦୀଙ୍କ ମୃତ୍ୟୁ ପ୍ରାକୃତିକ ଭାବରେ ହୋଇଛି ବୋଲି କୁହାଯାଇଛି  । ଅନ୍ୟପକ୍ଷରେ ଥଣ୍ଡା କାରଣରୁ କଏଦୀଙ୍କ ମୃତ୍ୟୁ ହେଉଥିବା ସୂଚନା ରହିଛି  । ଥଣ୍ଡାରୁ କଏଦୀଙ୍କୁ ରକ୍ଷା କରିବା ପାଇଁ କଏଦୀଙ୍କ ବାରାକର ପ୍ରତିଟି ଦ୍ୱାରରେ ପ୍ଲାଷ୍ଟିକ ଚଦରରେ ଆଚ୍ଛାଦିତ କରାଯାଇଛି ।

ଦିଲ୍ଲୀ ପୋଲିସ ସୂଚନା ଅନୁସାରେ ତିହାର ଜେଲ ନମ୍ବର-୩ରେ ଶୁକ୍ରବାର ଜଣେ କଏଦୀ ଚେତାଶୂନ୍ୟ ଭାବରେ ପଡ଼ିରହିଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ଶରୀରରେ କୌଣସି ପ୍ରକାର କ୍ଷତର ଚିହ୍ନ ନଥିଲା । ତେବେ କେଉଁ କାରଣ ଜେଲରେ ଭିକିଙ୍କ ମୃତ୍ୟୁ ହୋଇଛି ତାହା ପୋଷ୍ଟ ମର୍ଟନ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ।

ସନ୍ନି ଲିଓନଙ୍କ ନୂଆ ଆଲବମକୁ ନେଇ ବିବାଦ, ଭିଡିଓକୁ ବ୍ୟାନ କରିବାକୁ ଦାବି କଲେ ମଥୁରାର ପୂଜକ

ନୂଆଦିଲ୍ଲୀ: ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନ । ତାଙ୍କ ନୂଆ ଆଲବମ୍ ’ମଧୁବନ ମେ ରାଧିକା ନାଚେ’ ଗୀତକୁ ନେଇ ଏବେ ବିବାଦରେ ସନ୍ନି । ୨୨ ଡିସେମ୍ବରରେ ରିଲିଜ୍ ହୋଇଥିବା ଏହି ଗୀତକୁ ନେଇ ଏବେ ବିବାଦ ଦେଖା ଦେଇଛି । ତେବେ ଏହି ଗୀତକୁ ବ୍ୟାନ କରିବାକୁ ଦାବି କରାଯାଉଛି । ସନ୍ନି ଲିଓନଙ୍କ ବିରୋଧରେ ଅଭିଯୋଗ ହେଉଛି କି ସେ ଏହି ଗୀତ ମାଧ୍ୟମରେ ହିନ୍ଦୁଙ୍କ ଭାବନା ଉପରେ କୁଠାରଘାତ କରିଛନ୍ତି ।

ଏହି ଭିଡିଓକୁ ବ୍ୟାନ କରିବା ଲାଗି ଦାବି କରିଛନ୍ତି ମଥୁରାର ପୂଜକମାନେ । ସନ୍ନିଙ୍କ ଏହି ଭିଡିଓରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରାଯାଇଛି । ଏହା ସେମାନଙ୍କ ଧାର୍ମିକ ଭାବନା ଉପରେ କୁଠାରାଘାତ ସୃଷ୍ଟି କରିଛି ବୋଲି ପୂଜକ ସମ୍ପ୍ରଦାୟ କହିଛନ୍ତି । ବୃନ୍ଦାବନର ସନ୍ଥ ନବଳ ଗିରି ମହାରାଜ କହିଛନ୍ତି, ସରକାର ଯଦି ଏହି ଭିଡିଓକୁ ବ୍ୟାନ କରିବେ ନାହିଁ ତେବେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରିଥିବା ସନ୍ନିଙ୍କ ବିରୋଧରେ ସେମାନେ କୋର୍ଟର ଦ୍ୱାରସ୍ଥ ହେବେ । ଏହାସହ ଏହି ଭିଡିଓ ଲାଗି ସନ୍ନି ଯଦି କ୍ଷମା ନ ମାଗନ୍ତି କିମ୍ବା ଆଲବମରୁ ଅଶ୍ଳୀଳ ସିନକୁ ବାଦ୍ ନ ଦିଅନ୍ତି, ତେବେ ତାଙ୍କୁ ଭାରତରେ ରହିବାକୁ ଦିଆଯିବ ନାହିଁ ବୋଲି ସେ ଧମକ ଦେଇଛନ୍ତି ।

ପବିତ୍ର ଭାବନା ସମ୍ପନ୍ନ ଏକ ଗୀତକୁ କଦର୍ଯ୍ୟ ଢଙ୍ଗରେ ଉପସ୍ଥାପିତ କରି ସନ୍ନି ମାନସିକ ଆଘାତ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭାର ଜାତୀୟ ସଭାପତି ମହେଶ ପାଠକ । ୧୯୬୦ ମସିହାରେ କୋହେନୂର ଫିଲ୍ମରେ ବିଶିଷ୍ଟ କଣ୍ଠଶିଳ୍ପୀ ମହମ୍ମଦ ରଫି ଏହି ଗୀତ ବୋଲିଥିଲେ । ବର୍ତ୍ତମାନ ସାରେଗାମା ମ୍ୟୁଜିକ ପକ୍ଷରୁ ମଧୁବନ ନାଁରେ ଏକ ମ୍ୟୁଜିକ ଭିଡିଓ ରିଲିଜ କରାଯାଇଛି ଯେଉଁଥିରେ ସନ୍ନି ଅଭିନୟ କରିଛନ୍ତି ଏବଂ କନିକା କପୁର ଓ ଅରିନ୍ଦମ ଚକ୍ରବର୍ତ୍ତୀ ଏହି ଗୀତ ବୋଲିଛନ୍ତି । ରାଧା ଓ କୃଷ୍ଣଙ୍କ ମଧ୍ୟରେ ନୈସର୍ଗିକ ପ୍ରେମକୁ କୁତ୍ସିତ ଭାବେ ଉକ୍ତ ଭିଡିଓରେ ଦର୍ଶାଯାଇଥିବାରୁ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।

ସ୍ମୃତିରେ ୨୦୨୧: କ୍ରିକେଟ ଜଗତର ୭ ହାଇଲାଇଟେଡ୍ ବ୍ୟକ୍ତିତ୍ୱ

ଭୁବନେଶ୍ୱର: ୨୦୧୯ରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ପ୍ରଭାବ ୨୦୨୧ରେ ବି ପଡ଼ିଥିଲା। ହେଲେ ଖେଳ ଜଗତରେ ପଡ଼ିନଥିଲା କରୋନା ଶିକୁଳି। ଏହି କଠିନ ସମୟ, ଆହ୍ୱାନଭରା ପରିବେଶ ଏବଂ ବାୟୋ ବବଲ ଭିତରେ ସାଙ୍ଗସାଥୀ ଓ ପରିବାରଠାରୁ ଦୂରେଇ ରହିବାର ମାନସିକ ଚାପ ଭିତରେ କିନ୍ତୁ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଉ ନିଜର ପ୍ରଦର୍ଶନରେ ସାରା ବିଶ୍ୱର ଖେଳପ୍ରେମୀ ମାନଙ୍କର ହୃଦୟ ଜିତିବାରେ ସମର୍ଥ ହୋଇଥିଲେ। ମହମ୍ମଦ ରିଜୱାନ ଓ ଏଜାଜ ପଟେଲ ଭଳି ଖେଳାଳି  ନିଜ ଚମତ୍କାର ପ୍ରଦର୍ଶନରେ ଅନେକ ରେକର୍ଡ଼ ବି ନିଜ ନାଁରେ କରିଛନ୍ତି । ଆଜି ଆମେ ଏହି ଭଳି ୭ ଜଣ କ୍ରିକେଟରଙ୍କ ବିଷୟରେ କହିବୁ  ଯେଉଁମାନଙ୍କ ପାଇଁ ଅନେକ ଖାସ୍ ଥିଲା ୨୦୨୧।

୧) ମହମ୍ମଦ ରିଜୱାନ: ପାକିସ୍ତାନର ୱିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କ ପାଇଁ ୨୦୨୧ ଥିଲା ବହୁତ ଖାସ। ଚଳିତ ବର୍ଷ ସେ ଫଟାଫଟ୍ କ୍ରିକେଟ ଟି-୨୦ରେ ୨ ହଜାରରୁ ଅଧିକ ରନ୍ କରିଥିଲେ। ଏଥିସହ ସେ କ୍ରିକେଟ ଇତିହାସରେ ବିଶ୍ୱର ପ୍ରଥମ ଖେଳାଳୀ ଭାବେ ଏହି ସଫଳତା ହାସଲ କରିଥିଲେ। ତାଙ୍କ ପୂର୍ବରୁ ଗୋଟିଏ ବର୍ଷରେ କୌଣସି ଖେଳାଳି ଏପରି ରେକର୍ଡ କରିପାରି ନଥିଲେ। କେବଳ ଏତିକି ନୁହେଁ ସେ ୨୦୨୧ରେ ସେ ଦଳର ଅଧିନାୟକ ବାବର ଆଜମଙ୍କ ସହ ମିଶି ଆହୁରି ଅନେକ ରେକର୍ଡ଼ ମଧ୍ୟ କରିଛନ୍ତି। ଏବଂ ନିଜ ଦଳକୁ ସେ ଟି-୨୦ ୱାର୍ଲ୍ଡକପର ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚାଇବାରେ ଯୋଗଦାନ ଦେଇଛନ୍ତି।

୨) ଜୋ ରୁଟ୍: ଇଂଲଣ୍ଡର ଟେଷ୍ଟ ଦଳର ଅଧିନାୟକ ଜୋ ରୁଟଙ୍କ ପାଇଁ ମଧ୍ୟ ଏହି ବର୍ଷ ଥିଲା ବେଶ୍ ସ୍ୱତନ୍ତ୍ର । ରୁଟ୍ ଚଳିତ ବର୍ଷ ଟେଷ୍ଟରେ ୬୨.୬୯ ଆଭରେଜରେ ୧୬୩୦ ରନ୍ କରିଛନ୍ତି। ଏହା ତାଙ୍କର ସର୍ବାଧିକ ସ୍କୋର ଥିଲା। ଏଥିରେ ସେ ୬ଟି ଶତକ ୩ଟି ଅର୍ଦ୍ଧଶତକ ବି କରଥିଲେ। ଏହି ବର୍ଷ ରୁଟ୍ ଏସୀୟ ପିଚ୍ରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ଅନେକ ଦ୍ୱିଶତକ ହାସଲ ବି କରିଥିଲେ। ତେବେ ଅଧିନାୟକ ଭାବରେ ତାଙ୍କର ପ୍ରଦର୍ଶନ ବିଶେଷ କିଛି ନଥିଲା। ଶ୍ରୀଲଙ୍କାରେ ଟେଷ୍ଟ ସିରିଜ ଜିତିବା ବ୍ୟତୀତ ସେ ଅଧିକ କିଛି କରିନାହାଁନ୍ତି ।

୩) ଏଜାଜ ପଟେଲ୍: ନ୍ୟୁଜିଲ୍ୟାଣ୍ଡର ବାମହାତୀ ସ୍ପିନର ଏଜାଜ ପଟେଲ ଚଳିତ ବର୍ଷ ଏକ ବଡ଼ ସଫଳତା ହାସଲ କରିଥିଲେ। ସେ ବିଶ୍ୱର ତୃତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ପରଫେକ୍ଟ ଟେନ୍‌ ଅର୍ଥାତ ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଥିଲେ। ତାଙ୍କ ପୂର୍ବରୁ କେବଳ ଇଂଲଣ୍ଡର ଜିମ ଲେକର ଏବଂ ଭାରତର ଅନିଲ କୁମ୍ବଲେ ଏହି କୀର୍ତ୍ତିମାନ ହାସଲ କରିଥିଲେ। ଏଜାଜ ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟରେ ଏହି ସଫଳତା ହାସଲ କରିଛନ୍ତି। ସେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସମସ୍ତ ୧୦ଟି ୱିକେଟ୍ ନେଇଥିଲେ । ଆଉ ସବୁଠୁ ଭଲ କଥା ହେଉଛି ଏହି ମୁମ୍ବାଇରେ ହିଁ ସେ ଜନ୍ମଗ୍ରହଣ କରିଥିଲେ। ୧୯୯୬ରୁ ତାଙ୍କ ବାପା ମା’ ଭାରତ ଛାଡ଼ି ନ୍ୟୁଜିଲ୍ୟାଣ୍ଡ ଚାଲି ଯାଇଥିଲେ। ସେବେଠାରୁ ଏଜାଜ ସେହିଠାରେ ହିଁ କ୍ରିକେଟ ଖେଳୁଛନ୍ତି ।

୪) ବାବାର ଆଜମ: ୨୦୨୧ ବର୍ଷ ମଧ୍ୟ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ପାଇଁ ବହୁତ ଭଲ ହୋଇଛି। ସେ ଚଳିତ ବର୍ଷ ଆନ୍ତର୍ଜାତୀୟ ଟି -20 କ୍ରିକେଟ୍ ରେ ୯୩୯ ରନ୍ କରିଥିଲେ ଏବଂ ରିଜୱାନଙ୍କ ସହ ଅନେକ ରେକର୍ଡ଼ ବ୍ରେକର ଭାଗିଦାରୀ କରିଥିଲେ। ବାବର ଏବଂ ରିଜୱାନଙ୍କ ଯୋଡି ପାକିସ୍ତାନ ପାଇଁ ସୁପର ହିଟ୍ ହୋଇଥିଲା। ଏହି ଦୁଇଟି ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ତାଙ୍କ ଦଳ ସେମିଫାଇନାଲକୁ ନେଇଥିଲେ। ବାବର ଚଳିତ ବର୍ଷ ପ୍ରଥମ ପାକିସ୍ତାନୀ ଅଧିନାୟକ ହୋଇଥିଲେ, ଯାହାଙ୍କ ଅଧୀନରେ ପାକିସ୍ତାନ ବିଶ୍ୱକପରେ ଭାରତକୁ ପରାସ୍ତ କରିଥିଲା। ଏଥି ସହିତ, ସେ ଗୋଟିଏ ବର୍ଷରେ ଅଧିକାଂଶ ଟି -20 ମ୍ୟାଚ୍ ଜିତିବାର ରେକର୍ଡ ମଧ୍ୟ କରିଥିଲେ।

୫) ଋତୁରାଜ ଗାଏକ୍ୱାଡ: ଭାରତୀୟ କ୍ରିକେଟର ଉଦୀୟମାନ ଯୁବ ତାରକା ଋତୁରାଜ ଗାଏକୱାର୍ଡ ଚଳିତ ବର୍ଷ ଜବରଦସ୍ତ ଭାବେ ବ୍ୟାଟିଂ କରି ଟିମ୍ ଇଣ୍ଡିଆରେ ନିଜ ସ୍ଥାନ ପାଇବାର ହକ୍ ଜାହିର କରିଛନ୍ତି। ଯଦିଓ ସେ ଏପର୍ଯ୍ୟନ୍ତ ଭାରତୀୟ ଦଳରେ ଅଧିକ ସୁଯୋଗ ପାଇନାହାଁନ୍ତି, କିନ୍ତୁ ଆଗାମୀ ଦିନରେ ସେ ନିଶ୍ଚିତ ସୁଯୋଗ ପାଇବେ। ଚଳିତ ବର୍ଷର ଆଇପିଏଲରେ ସେ ସର୍ବାଧିକ ୬୩୫ ରନ୍ ସ୍କୋର କରି କମଳା କ୍ୟାପ୍ ଜିତିଥିଲେ। ଏହା ପରେ ସେ ସୈୟଦ ମୁସ୍ତାକ ଅଲି ଟ୍ରଫି ଏବଂ ବିଜୟ ହାଜାରେ ଟ୍ରଫିରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ବିଜୟ ହଜାରେ ଟ୍ରଫିରେ ଗୋଟିଏ ସିଜନରେ ଚାରି ଶତକ ହାସଲ କରିଥିବା ରିତୁରାଜ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ହୋଇଥିଲେ।

୬) ଭେଙ୍କଟେଶ ଆୟର୍: କୋଲକାତା ନାଇଟ୍ ରାଇଡର୍ସର ଅଲରାଉଣ୍ଡର ଭେଙ୍କଟେଶ ଆୟର୍ ମଧ୍ୟ ୨୦୨୧ରେ ତାଙ୍କ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ  ଏବଂ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ଆଫ୍ରିକା ବିପକ୍ଷ ODI ସିରିଜରେ ମଧ୍ୟ ଆୟର୍ଙ୍କୁ ସୁଯୋଗ ଦିଆଯାଇପାରେ। ସେ ପ୍ରଥମ ୧୦ଟି ଆଇପିଏଲ୍ ମ୍ୟାଚରେ ହିଁ ନିଜର ଚମତ୍କାର ପ୍ରଦର୍ଶନରେ ସହିତ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ ଏବଂ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ। ଯଦି ଭେଙ୍କଟେଶ ଏହିଭଳି ଭଲ ପ୍ରଦର୍ଶନ ଜାରି ରଖନ୍ତି, ତେବେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି -20 ବିଶ୍ୱକପରେ  ଭାରତୀୟ ଦଳରୁ ଖେଳିବାର ସୁଯୋଗ ନିଶ୍ଚିତ ପାଇବେ।

୭) ହର୍ଷଲ ପଟେଲ: ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର୍ ପେସ୍ ବୋଲର ହର୍ଷଲ୍ ପଟେଲଙ୍କ ପାଇଁ ମଧ୍ୟ ଏହି ବର୍ଷ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଛି। ଚଳିତବର୍ଷ ଆଇପିଏଲରେ ନୂଆ ରେକର୍ଡ଼ କରିଛନ୍ତି। ସେ ଲିଗର ଗୋଟିଏ ସିଜନରେ ୩୨ଟି ସର୍ବାଧିକ ୱିକେଟ୍ ହାସଲକାରୀ ଭାରତୀୟ ବୋଲର ହୋଇଛନ୍ତି। ଏଥିସହ ସେ ଟିମ୍ ଇଣ୍ଡିଆର ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ପଛରେ ପକାଇ ଦେଇଛନ୍ତି। ତାଙ୍କ ପୂର୍ବରୁ ଚେନ୍ନାଇର ଡୱେନ ବ୍ରାଭୋ ମଧ୍ୟ ଗୋଟିଏ ସିଜନରେ ୩୨ ୱିକେଟ୍ ନେଇଥିଲେ। ତେବେ ଭାରତୀୟଙ୍କ ମଧ୍ୟରେ ଆଇପିଏଲରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ବୁମ୍ରାଙ୍କ ନାଁରେ ଥିଲା। ବୁମ୍ରା ୨୦୨୦ ସିଜନରେ ମୋଟ ୨୭ଟି ୱିକେଟ୍ ନେଇଥିଲେ।

୨୦୨୧ର ଟପ୍ ୫ ଭାଇରାଲ ଖବର

 ନୂଆଦିଲ୍ଲୀ: ୨୦୨୦ ଭଳି ୨୦୨୧ ମଧ୍ୟ ଥିଲା ଏକ ଭୟଙ୍କର ବର୍ଷ । ମହାମାରୀ କରୋନା କାହାଠାରୁ ଆତ୍ମୀୟଙ୍କୁ ଛଡ଼ାଇ ନେଇଛି ତ କାହାକୁ ରାସ୍ତାକଡ଼କୁ ନେଇ ଆସିଛି । କିନ୍ତୁ ଅରାଜକତା ଏବଂ ଯନ୍ତ୍ରଣା ମଧ୍ୟରେ ଆମେ ଆପଣଙ୍କୁ କ୍ରାଇମ୍ ହେଉ ବା ଏଣ୍ଟରଟେନମେଣ୍ଟ ବା ପଲିଟିକାଲ ଟିକ୍ନିକ୍ ଖବର ଦେଖାଇବାକୁ ଚେଷ୍ଟା କରିଛୁ । କିନ୍ତୁ ଏହା ବ୍ୟତୀତ ଏଭଳି କିଛି ଘଟଣା ଘଟିଛି ଯାହା ଖୁବ୍ ବିଚିତ୍ର ଥିଲା । ତେବେ ୨୦୨୧ ସରି ସରି ଯାଉଥିବା ବେଳେ ଚାଲନ୍ତୁ ୨୦୨୧ ଟପ୍ ୫ ଭାଇରାଲ ଷ୍ଟୋରୀ ଉପରେ ନଜର ପକାଇବା ଯାହା ସୋସିଅଲ ମିଡିଆ ପ୍ଲାଟଫର୍ମରେ ଚଳିତ ବର୍ଷ ଖୁବ୍ ଟ୍ରେଣ୍ଡ୍ କରିଛି ।

ଟ୍ରମ୍ପଙ୍କୁ ଅଫିସିଆଲି ଟ୍ୱିଟର ବ୍ୟାନ୍ କରିବା ଘଟଣା:
ଜାନୁୟାରୀ ମାସରେ ସୋସିଅଲ ମିଡିଆ ଜ୍ୟାଣ୍ଟ୍ ଟ୍ୱିଟର ଡୋନାଲ୍ଡ ଟ୍ରମ୍ପଙ୍କୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍ କରିଦେଲା । ଏହାର ଏକମାତ୍ର କାରଣ ଥିଲା ଟ୍ରମ୍ପ୍ ଯେପରି ତାଙ୍କ ଫଲୋର୍ସଙ୍କ ସହିତ ଯୋଗାଯୋଗ କରିପାରିବେ ନାହିଁ । ତେବେ ଜାନୁୟାରୀ ୬ରେ ଟ୍ରମ୍ପଙ୍କ ପାଇଁ ହୋଇଥିବା ଦଙ୍ଗା ଆମେରିକା ଗଣତାନ୍ତ୍ରିକ ଇତିହାସରେ ଏକ ଦାଗ ସୃଷ୍ଟି କରିଥିଲା । ଆଉ ଶେଷରେ ଟ୍ୱିଟରରୁ ବ୍ୟାନ୍ ହୋଇଥିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।

ସୁଏଜ କେନାଲରେ ଟ୍ରାଫିକ୍ ଜାମ୍:
ମାର୍ଚ୍ଚ ମାସ ୨୦୨୧ । ଏକ ଜ୍ୟାଣ୍ଟ୍ କାର୍ଗୋ ଭେସେଲ ଏଭର ଗିଭେନ୍ ଇଜିପ୍ଟରେ ପ୍ରସିଦ୍ଧ ସୁଏଜ କେନାଲକୁ ବ୍ଲକ୍ କରିବା ପରେ ଜଳ ମଧ୍ୟରେ ଟ୍ରାଫିକ୍ ଜାମ୍ ଘଟଣା ଏକ ଟ୍ରେଣ୍ଡିଂ ଖବର ଥିଲା । ଆଉ ଏହି ଖବର ଉପରେ ଥିଲା ପୂରା ବିଶ୍ୱର ନଜର । ଏହି ଖବର ପରେ ପରେ ଅନେକ କଥା ଶୁଣିବାକୁ ମିଳିଥିଲା । ଏହାକୁ ନେଇ ଭୂତପ୍ରେତର କାହାଣୀ ଆସିଲା । କେହି କେହି କହିବାକୁ ଲାଗିଲେ ଏହା ଥିଲା ମମିର ଅଭିଶାପ । ଶେଷରେ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଲା ୪୦୦ ମିଟର ଲମ୍ବ ବିଶିଷ୍ଟ ଏଭର ଗିଭେନ୍ ।

https://fb.watch/a6Fp4V0SZA/

ଆଫଗାନର ଟି ସର୍ଟ କମ୍ପାନୀ:
ସବୁଠାରୁ ଅଜବ ଭାଇରାଲ ଖବର ଥିଲା ଟି ସର୍ଟ କମ୍ପାନୀର କାରନାମା । ଆଫଗାନିସ୍ତାନ ଏୟାରପୋର୍ଟରେ ଦୁଇ ଜଣ ଜୀବନ ବଞ୍ଚାଇବା ପାଇଁ ଫ୍ଲାଇଟରେ ଚଢ଼ିଯିବା ଏବଂ ସେଥିରୁ ଖସିପଡ଼ିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ସେହି ସମୟର ଦୃଶ୍ୟକୁ ଟି ସର୍ଟରେ ଆଙ୍କି ଯଥେଷ୍ଟ ଟଙ୍କା ରୋଜଗାର କରିଥିଲା ଏକ ଗାର୍ମେଣ୍ଟ କମ୍ପାନୀ । ଏଥିରେ ଲେଖା ଥିଲା କାବୁଲ ସ୍କାଏଡାଇଭିଂ କ୍ଲବ୍, ଇଷ୍ଟ ୨୦୨୧ । କିନ୍ତୁ ଏହି କମ୍ପାନୀକୁ ଏଥିପାଇଁ ଖୁବ୍ ନିନ୍ଦା ଶୁଣିବାକୁ ପଡ଼ିଥିଲା । କିନ୍ତୁ ଶେଷରେ ଏହା ମଧ୍ୟ ଦେଖିବାକୁ ମିଳିଥିଲା କମ୍ପାନୀର ଆଉ ଏକ ରୂପ । ଯେଉଁଥିରେ କମ୍ପାନୀ ନେଇଥିଲା ୟୁ ଟର୍ଣ୍ଣ । ପରେ ଏକ ଟି ସର୍ଟ ବାହାର କରି ସେଥିରେ ଲେଖିଥିଲା ପ୍ରେ ଫର ଆଫଗାନିସ୍ତାନ୍ ।

କୋଭିଡ ୧୯ ପାଇଁ ନର୍ସଙ୍କ ସାଲାଇନ୍ ପ୍ରଚାର:
କରୋନାର କରାଳ ରୂପ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରିଥିବା ସମୟରେ ଗୋଟିଏ ପଟେ କୋଭିଡ ୧୯ ଭ୍ୟାକ୍ସିନ୍ ନେବାକୁ ଜର୍ମାନ୍ ଅଥୋରିଟି ଲୋକଙ୍କୁ ଅନୁରୋଧ କରୁଥିବାବେଳେ ଅନ୍ୟପଟେ ଦେଖିବାକୁ ମିଳିଥିଲା ଜଣେ ନର୍ସଙ୍କ ଅଜବ କାରନାମା । ଜଣେ ନର୍ସ ଭ୍ୟାକ୍ସିନ୍ ସେଣ୍ଟରରେ ଭ୍ୟାକ୍ସିନ୍ ପରିବର୍ତ୍ତେ ପ୍ରାୟ ୮ ହଜାର ୫ ଶହ ଲୋକଙ୍କୁ ସାଲାଇନ୍ ନେବାକୁ କହିଥିଲେ । ପରେ ପୋଲିସ୍ ଜାଣିବାକୁ ପାଇଥିଲାଯେ, ସେହି ନର୍ସ ଜଣକ ଭ୍ୟାକ୍ସିନକୁ ବିରୋଧ କରୁଥିଲେ ।

ବହୁ ଚର୍ଚ୍ଚିତ ସୁମିତ୍- ଡିମ୍ପଲ ଖବର:
ପ୍ରାୟ ଏକ ମାସ ହେବ ଓଡ଼ିଶାର ବ୍ରହ୍ମପୁରର ବ୍ରହ୍ମାନଗରର ବହୁ ଚର୍ଚ୍ଚିତ ଖବର ସୁମିତ ଏବଂ ଡିମ୍ପଲଙ୍କ ବିବାହ-ବିଛେଦର କାହାଣୀ । ଏହି ଖବର ବିଷୟରେ କାହାକୁ ମଧ୍ୟ ଅଛପା ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ଓଡ଼ିଶାରେ ନୁହେଁ ବରଂ ଓଡ଼ିଶା ବାହାରେ ଏବଂ ବିଶେଷ କରି ବିଦେଶରେ ମଧ୍ୟ ଏହି ଖବର ଛାଇ ଗଲାଣି । ଆନ୍ତର୍ଜାତୀୟ ଖବର ପାଲଟି ଯାଇଥିବା ଡାକ୍ତର-ସୁମିତ ଓ ଡିମ୍ପଲଙ୍କ କାହାଣୀ କୌଣସି ଭାଇରାଲ ଖବରଠାରୁ କମ୍ ନୁହେଁ ।

କାହିଁକି ବଢ଼ିଲା ଝିଅଙ୍କ ବିବାହ ବୟସ ?

ନୂଆଦିଲ୍ଲୀ:  ଭାରତରେ ପୁଅଙ୍କ ବିବାହ ବୟସ ୨୧ ବର୍ଷ ଥିବାବେଳେ ଝିଅଙ୍କ ବିବାହ ବୟସ ଥିଲା ୧୮ ବର୍ଷ । ବୁଧବାର ଝିଅଙ୍କ ନିମ୍ନତମ ବିବାହ ବୟସ ୧୮ରୁ ବୃଦ୍ଧି କରି ୨୧ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ୨୦୨୧ର ଅନ୍ତିମ ଦିନରେ କେନ୍ଦ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।
ତେବେ କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତିକୁ ଉଭୟ ବିରୋଧ ଓ ସମର୍ଥନ କରୁଛନ୍ତି । ସଂଖ୍ୟାଧିକ ଏହା ସମର୍ଥନରେ ଥିବାବେଳେ କିଛି ଏହାକୁ ବିରୋଧ କରୁଛନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ପାଇଁ ଝିଅଙ୍କ ବିବାହ ବୟସ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଗୋଟିଏ ବଡ଼ ପଦକ୍ଷେପ…ତେବେ ତା’ ପୂର୍ବରୁ ଆସନ୍ତୁ ଜାଣିବା କେମିତି ଏହି ନିଷ୍ପତ୍ତିରେ ପହଂଚିଥିଲା କେନ୍ଦ୍ର ।

ବିବାହ ବୟସ ବଢାଇବା ଉପରେ ବିଚାର କରିବା ଲାଗି ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିଲେ । ନୀତି ଆୟୋଗର ସଦସ୍ୟ ଭି.କେ ପଲ ଏହି ଟାସ୍କ ଫୋର୍ସର ସଦସ୍ୟ ରହିଥିଲେ । ଏହି ଟାସ୍କ ଫୋର୍ସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ରହିଥିଲେ । ଏହି ଟାସ୍କ ଫୋର୍ସ ଗତ ବର୍ଷ ଜୁନ ମାସରେ ଗଠନ ହୋଇଥିଲା ଏବଂ ଗତ ବର୍ଷ ଡିସେମ୍ବର ମାସରେ ଏହି ଟାସ୍କ ଫୋର୍ସ ତା’ର ରିପୋର୍ଟ ଦାଖଲ କରିଥିଲା ।

 

ସମିତି ବିବାହର ବୟସ ୨୧ ବର୍ଷ କରିବା ପାଇଁ ୧୬ଟି ବିଶ୍ୱ ବିଦ୍ୟାଳୟର ଯୁବପୀଢ଼ିଙ୍କ ଫିଡବ୍ୟାକ୍ ନେଇଥିଲେ । ୧୫ଟି NGO ସାରା ଦେଶର କୋଣ ଅନୁକୋଣରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚିଥିଲେ । ରିପୋର୍ଟରୁ ଜଣାପଡ଼ିଲାଯେ, ବିବାହରେ ବିଳମ୍ବ କରିବା ଦ୍ୱାରା ପରିବାର, ମହିଳା, ଶିଶୁ ଏବଂ ସମାଜ ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ । ଏହା ସହିତ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପଡ଼ିଥାଏ ।

https://fb.watch/a6ENAMQICx/

 

ମୋଦି ସରକାର ଏକାଧିକ କାରଣକୁ ନଜରରେ ରଖି ଝିଅଙ୍କ ବିବାହ ବୟସ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଶୀଘ୍ର ବିବାହ ହେତୁ ଗର୍ଭଧାରଣ ଦ୍ୱାରା ମହିଳା ଏବଂ ଶିଶୁ ଉଭୟଙ୍କ ପୋଷଣ, ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ । ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାର ଏବଂ ମହିଳା ସଶକ୍ତିକରଣ ଉପରେ ପ୍ରଭାବ ପଡ଼ିଥାଏ । ଶୀଘ୍ର ବିବାହ ଦ୍ୱାରା ମହିଳାଙ୍କ ଶିକ୍ଷା ଏବଂ ଜୀବିକା ପାଇଁ ଅବସର ମିଳିନଥାଏ । ଏହି ନିଷ୍ପତ୍ତି ଦ୍ୱାରା ବାଲ୍ୟ ବିବାହ ଉପରେ ଅଧିକ କଟକଣା ଜାରି କରାଯାଇପାରିବ । ରିପୋର୍ଟ କହୁଛି ୨୦୧୫-୧୬ରେ ବାଲ୍ୟ ବିବାହ ହାର ୨୭ ପ୍ରତିଶତ ଥିଲା, ଯାହା ୨୦୧୯-୨୦ରେ ୨୩ ପ୍ରତିଶତରେ ପହଞ୍ଚିଛି । ବାସ୍ତବରେ ସରକାର ଦେଶରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

 

ଅନ୍ୟ ଏକ କାରଣ ହୋଇପାରେ ଜନସଂଖ୍ୟା ନିୟନ୍ତ୍ରଣ । କାରଣ ବିବାହ ବୟସ ବଢ଼ିବା ଦ୍ୱାରା ଉଚ୍ଚ ଶିକ୍ଷା ପାଇବାକୁ ସମୟ ମିଳିବ ଏବଂ ଚାକିରି କରିବାକୁ ମଧ୍ୟ । ଏହାଦ୍ୱାରା ମହିଳାଟି ବିଳମ୍ବରେ ମା’ ହେବ । ଯାହା ଜନସଂଖ୍ୟା ନିୟନ୍ତ୍ରଣରେ ସାହାଯ୍ୟ କରିବ । କିନ୍ତୁ ସରକାରଙ୍କ କହିବା ହେଉଛି ଏହା ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନୁହେଁ ମହିଳା ସଶକ୍ତିକରଣ ପାଇଁ ଏକ ପଦକ୍ଷେପ ।

 

ତେବେ କିଛି ଲୋକ ଏହି ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ କିଛି ଏହାକୁ ନେଇ ଆଲୋଚନା କରୁଛନ୍ତି । ମହିଳା ବା ଶିଶୁ ଆୟୋଗ, ପରିବାର ନିୟୋଜନର ବିଶେଷଜ୍ଞଙ୍କ ସମେତ କିଛି ଲୋକଙ୍କ କହିବା ହେଉଛି ଏହି କାନୁନ୍ ଦ୍ୱାରା ଦେଶର ଏକ ବୃହତ୍ ଅଂଶ ନିୟମ ଉଲଙ୍ଘନ ବା ବେଆଇନ୍ ଭାବରେ ବିବାହ କରିବାକୁ ବାଧ୍ୟ ହେବେ । ସେମାନଙ୍କ କହିବା ହେଉଛି ମହିଳାଙ୍କ ନ୍ୟୁନତମ ବୟସ ୧୮ ଥାଇ ମଧ୍ୟ ନିୟମ ଉଲଙ୍ଘନ ହେଉଛି, ଏବେ ୨୧ ହୋଇଗଲେ ଅଧିକ ନିୟମ ଉଲଙ୍ଘନ ହେବ । କିଛି ଲୋକଙ୍କ କହିବା ହେଉଛି ଯଦି ବିବାହ ବୟସ ୨୧ ତେବେ ଭୋଟ୍ ଦେବା ବୟସ ମଧ୍ୟ ୨୧ କରାଯାଉ । ଆଇପିଏସ୍ ଏମ୍ ନାଗେଶ୍ୱର ରାଓଙ୍କ କହିବା ହେଉଛି ଯଦି ଜଣେ ୧୮ ବର୍ଷରେ ସରକାର ଚୟନ କରିପାରିବ ତେବେ ବିବାହ ପାଇଁ କାହିଁକି ନିଷ୍ପତ୍ତି ନେଇପାରିବ ନାହିଁ ।

 

ଆଉ କେହି କହୁଛନ୍ତିଯେ, ଏୟି ନିୟମ କେବଳ ପେପର ହିଁ ରହିଯିବ, ବେଆଇନ୍ ଭାବରେ ବିବାହ ଜାରି ରହିବ । ବାଲ୍ୟ ବିବାହକୁ ନିୟନ୍ତ୍ରଣ କରିବା ପାଇଁ ଭିନ୍ନ କିଛି ଉପାୟ ଆପଣାଇବାକୁ ହେବ ।
ଅନ୍ୟପଟେ ସେଣ୍ଟର ଫର ଲ ଆଣ୍ଡ୍ ପଲିସି ରିସର୍ଚ୍ଚ ଏବଂ ସୁପ୍ରିମକୋର୍ଟର ସିନିୟର ଆଡଭୋକେଟ୍ ଜାଏନା କୋଠାରୀଙ୍କ କହିବା ହେଉଛି ଝିଅ ଏବଂ ପୁଅଙ୍କ ବିବାହରେ କୌଣସି ତାରତମ୍ୟ ରହିବା ଅନୁଚିତ୍ ।

Year Ending 2021: ନଜର ପକାନ୍ତୁ ୨୦୨୧ ମସିହାର ଟପ୍ ୧୦ ୱେବ ସିରିଜ ଉପରେ

୨୦୨୧ ମସିହା Entertainment Industry ପାଇଁ ଖୁବ Eventfull ଥିଲା । Fresh Stories ଏବଂ Innovative Content ସହ ଚଳିତ ବର୍ଷ ଏମିତି କିଛି Contentକୁ Present କରାଯାଇଛି ଯାହା ପୂର୍ବରୁ କେବେ ଦର୍ଶକ ଦେଖିନଥିଲେ ।  ଆହୁରି ମଧ୍ୟ, COVID-19- ପରେ ଲକଡାଉନ୍ ହେବାରୁ Film Hall ବନ୍ଦ ହୋଇଗଲା ଏବଂ Entertainment ପାଇଁ ସମସ୍ତେ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ଉପରେ ହିଁ depend କଲେ । ଏହି କାରଣରୁ OTT Platform ରେ Quality Content ପାଇଁ ହଠାତ ଚାହିଦା ବୃଦ୍ଧି ପାଇଲା । ଯେହେତୁ ବର୍ଷ ଶେଷ ହେବାକୁ ଯାଉଛି, ଆସନ୍ତୁ ନଜର ପକାଇବା Top 10 ଭାରତୀୟ ୱେବ୍ ସିରିଜ୍ ତାଲିକାରେ ଉପରେ ଯାହା ଦର୍ଶକଙ୍କୁ Mesmerise କରିଥିଲା…

୧. ଆର୍ୟା ୨

ରାମ ମାଧବାନୀଙ୍କ ଦ୍ୱାରା ନିର୍ମିତ ଆର୍ୟା ସିଜିନ ୨ Disney+ Hotstar ରେ ଷ୍ଟ୍ରିମ କରୁଛି । ଆର୍ୟା ନାମକ ଚରିତ୍ରରେ ସୁସ୍ମିତା ସେନ୍ ଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଛି । ୱେବ୍ ସିରିଜର Second Seasonରେ ଆର୍ୟା ନିଜ ତିନି ସନ୍ତାନଙ୍କୁ  ରାଜସ୍ଥାନର ଡ୍ରଗ ମାଫିଆଙ୍କ କବଳରୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି, ଯେଉଁମାନେ କି ସୁସ୍ମିତାଙ୍କ ନିଜ ପରିବାରର ଲୋକ । ଏହି ସିରିଜଟି Action ଏବଂ Dramaର Perfect Balanceକୁ ନେଇ ପ୍ରସ୍ତୁତ କରାଯାଇଛି. ସୁସ୍ମତା ସେନ ଏହି ସିଜିନରେ ବି ନିଜ Power Pack Performanceରେ Audience କୁ ବାନ୍ଧି ରଖିଥିଲେ ।

୨. ଦ ଫ୍ୟାମିଲି ମ୍ୟାନ ୨

ମନୋଜ ବାଜପେୟୀଙ୍କ ଶୋ ’ ଦ ଫ୍ୟାମିଲି ମ୍ୟାନ୍’ ହେଉଛି ଏମିତି ଏକ ୱେବ ସିରିଜ ଯାହାକୁ ଦେଖିବା ପରେ ଦର୍ଶକ ଏହାର ସିକ୍ୱେଲ୍ Demand କରିଥିଲେ ଏବଂ ସିକ୍ୱେଲ ‘ଦ ଫ୍ୟାମିଲି୍ ମ୍ୟାନ ୨’ ଆସିବା ପରେ ଏହା ଦର୍ଶକଙ୍କ Expectationକୁ Fullfill କରିଥିଲା ।  ସିଜିନ ୨ରେ ସାମନ୍ଥା ଆକ୍କିନେନିଙ୍କ Entry, South Indian Audience ମାନଙ୍କ ପାଇଁ ସୋନେ ପେ ସୁହାଗା ଥିଲା । ସିରିଜରେ ରାଜ୍ ଏବଂ ଡିକେ ଙ୍କ ଚରିତ୍ର କମେଡି, ଆକ୍ସନ ଏବଂ ଡ୍ରାମାର Perdect Blend ଥିଲା ଯାହା ଗୋଟେ Great Spy Franchise କୁ ଦରକାର ।

୩. ଢିଣ୍ଡୋରା

YouTube Personality ଭୁବନ ବମ୍ ଙ୍କ ଢିଣ୍ଡୋରା Youtubeରେ ସିଲିଜ ହୋଇସାରିଛି । କାହାଣୀଟି ଭୁବନ ଏବଂ ତାଙ୍କ ପରିବାରର ଦୈନନ୍ଦିନ ଜୀବନ ଉପରେ ଆଧାରିତ । କିନ୍ତୁ ଭୁବନଙ୍କ ମିଡିଲ କ୍ଲାସ ଫ୍ୟାମିଲିରେ ଏକ Unexpected Event କେମିତି ତାଙ୍କ ଲାଇଫକୁ ବଦଳାଇ ଦେଉଛି ତାହା ଏଥିରେ ଦର୍ଶାଯାଇଛି । ଭୁବନ ବମଙ୍କ କମେଡ Timing ତ ସେମିତିରେ ବି ଜବରଦସ୍ତ, ଆଉ ଏହି ସିରିଜରେ ତାଙ୍କ Acting ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହି ସିରିଜଟି ୨୦୨୧ ମସିହାର Top Search Web Series In Youtubeର ଟାଇଟଲ ବି ହାସଲ କରିଛି ।

୪. ଆସପିରାଣ୍ଟ

TVF ଦ୍ୱାରା ନିର୍ମିତ ୱେବ ସିରିଜ ଆସପିରାଣ୍ଟରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ନବୀନ କସ୍ତୁରିଆ, ଅଭିଳାଷ ଥାପଲିୟାଲ. ଶିଭଙ୍କିତ ସିଂହ ପରିହାର, ସନ୍ନି ହିନ୍ଦୁଜା ଏବଂ ନମିତା ଦୁବେ । ୱେବ୍ ସିରିଜଟି ଏହାର ଦର୍ଶକଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିବାରେ ସଫଳ ହୋଇଥିଲା । ଏହା ତିନିଜଣ UPSC ପ୍ରାର୍ଥୀ ଏବଂ ତାଙ୍କ Friendship ଭିତରେ ଆସିଥିବା ବିଭିନ୍ନ Challenges କୁ ସେମାନେ କିପରି Tackle କରୁଛନ୍ତି ତାହା ଏହି ୱେବ ସିରିଜର ବିଷୟବସ୍ତୁ ।

୫. ଦ ଲାଷ୍ଟ ଆୱାର

ସଞ୍ଜୟ କପୁର-ଷ୍ଟାରର୍ ଏହି ୱେବ ସିରିଜ ହିମାଳୟର ଏକ ସୁନ୍ଦର ସହରରେ ସୁଟ କରାଯାଇଛି ଏବଂ ଏହା ଆମାଜନ୍ ପ୍ରାଇମ୍ ଭିଡିଓର First-Ever Supernatural Crime Adventure ଅଟେ । ଶୋ’ ଟି ନୂଆକରି ଟ୍ରାନ୍ସଭର ହୋଇଆସିଥିବା ପୁଲିସ ଅଫିସର ଅରୁପ ସିଂଙ୍କ ଚରିତ୍ର ଉପରେ ଆଧାରିତ ଯାହାକୁ ସଞ୍ଜୟ କପୁର ଅଭିନୟ କରୁଛନ୍ତି । ସଞ୍ଜୟ କପୁର ଦେବ ନାମକ ଏକ ଜାଦୁଗର ସହ ମିଶି କିପରି Case Solve କରୁଛନ୍ତି ତାହା ଏହି ଶୋରେ ଦର୍ଶାଯାଇଛି ।

୬. ସ୍ପେଶାଲ ଓପିଏସ ୧.୫

ସ୍ପେଶଲ ଓପିଏସ ୧.୫ ଶୋ’ରେ ମୁଖ୍ୟ ଭୂମିକାରେ ସନଜର ଆସିଛନ୍ତି ଅଭନେତା କେକେ ମେନନ । ଏହା ହେଉଛି ସ୍ପେଶାଲ ଓପିଏସର Second season ଯେଉଁଥିରେ Flash Backକୁ ଯାଇ ହିମତ ସିଂହଙ୍କ କାହାଣୀ ଚିତ୍ରଣ କରାଯାଇଛ । ଏହି ଶୋ’ ରେ ୨୦୦୧ ମସିହାରେ ସଂସଦ ଉପରେ ହୋଇଥିବା ଆକ୍ରମଣ, ଏବଂ ଘଟଣାରେ ହିମାତ୍ ସିଂହଙ୍କ ଥିଓରୀ କଣ ଥିଲା ତାହା ଚିତ୍ରଣ କରାଯାଇଛି ।

୭. ଟବର

ସୋନି ଲିଭ୍ ୱେବ୍ ସିରିଜ୍ ଟବରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପୱନ୍ ମଲହୋତ୍ରା । ଶୋ ଟି ଏକ ଥ୍ରୀଲର ଷ୍ଟୋରୀ ଉପରେ ଆଧାରିତ ଯାହା ଏକ Middle Class Familyର ବାସ୍ତବ ଚିତ୍ରକୁ ଦର୍ଶାଇଛି ।

୮. ଆରଣ୍ୟକ

ନେଟଫ୍ଲିକ୍ସର ଏହି ୱେବ ସିରିଜ ଦର୍ଶକଙ୍କ ପାଇଁ ଏକ Fresh Content ଅଟେ । ଶୋ’ ର କ୍ରିଏଟରମାନେ ଏକ Unique Contentକୁ Explored କରିଛନ୍ତି  । କ୍ରାଇମ ଥ୍ରିଲର ଉପରେ ଆଧାରିତ ଏହି ଶୋ’ରେ ରବୀନା ଟଣ୍ଡନ ଏବଂ ପରମବ୍ରତ ଚାଟାର୍ଜୀଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।

୯. ଇନସାଇଡ ଏଜ୍ଡ ୩

ନିକଟରେ ଆମାଜନ୍ ପ୍ରାଇମ୍ ଭିଡିଓ ଇନସାଇଡ୍ ଏଜ୍ ର Latest Season ଲଞ୍ଚ କରିଛି । ଫରହାନ୍ ଅଖତର-ରିତେଶ ସିଦ୍ଧୱାନୀଙ୍କ ଦ୍ୱାରା ନିର୍ମିତ ଏହି ୱେବ ସିରିଜ ପ୍ରଥମେ ଭାରତୀୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଯାହାକି କ୍ରିକେଟ୍ ଜଗତର ବାସ୍ତବ କାହାଣୀକୁ ଦର୍ଶାଇଛି । ଖେଳର ମ୍ୟାଚ୍ ଫିକ୍ସିଂ ଏବଂ Politics ଠାରୁ ଆରମ୍ଭ କରି କ୍ରିକେଟରଙ୍କ ଇଗୋ ପର୍ଯ୍ୟନ୍ତ, ଏହି ସିରିଜରେ କ୍ରିକେଟର Dirty Sideକୁ ଚିତ୍ରଣ କରାଯାଇଛି ।

୧୦. କୋଟା ଫ୍ୟାକ୍ଟରୀ

କୋଟା ଫ୍ୟାକ୍ଟରୀ ସିଜିନ ୧ ୟୁଟ୍ୟୁବରେ ରିଲିଜ ହୋଇଥିଲା, ଯାହାକୁ Audience ଖୁବ ପସନ୍ଦ କରିଥିଲେ । କାହାଣୀଟି IIT Aspirant ମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଛି । ଫାଷ୍ଟ ସିଜିନ ସହ ଜିତୁ ଭଇୟାଙ୍କ Characterକୁ Audience ଖୁବ ପସନ୍ଦ କରିଥିଲେ । ଦର୍ଶକ ଏହାର season 2କୁ ମଧ୍ୟ ପସନ୍ଦ କରିଛନ୍ତି ।

‘ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ନ ହେଲେ ଆସେସମେଣ୍ଟ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟାନ’

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଜାନୁଆରୀ ୫ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ ପରୀକ୍ଷା ହେବ । ଯଦି ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ନହୁଏ, ଏହି ଆସେସମେଣ୍ଟ ମାର୍କ ଆଧାରରେ ମାର୍କିଂ କରାଯିବ । କୋଭିଡ୍‌ ନିୟମ ମାନି କରାଯିବ ପରୀକ୍ଷା । ଯେଉଁ ପର୍ଯ୍ୟନ୍ତ କୋର୍ସ ପଢ଼ାଯାଇଛି, ସେତିକି ଯାଏ ପରୀକ୍ଷା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ରାଜ୍ୟରେ ସ୍କୁଲଗୁଡ଼ିକ ପାଇଁ ଆଲର୍ଟ ଜାରି ଅଛି । ସର୍ଭେଲାନ୍ସ ଚାଲିଛି । ନୋଡାଲ ଅଫିସର ଦୈନିକ ରିପୋର୍ଟ ଦେଉଛନ୍ତି । DEOମାନଙ୍କ ସହ ନିୟମିତ ବୈଠକ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ସ୍କୁଲରେ କରୋନା ନିୟମ କଡ଼ାକଡ଼ି ପାଳନ କରାଯାଉଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସରକାରୀ ବିଦ୍ୟାଳୟରେ କୋଭିଡ୍‌ ସମସ୍ୟା ସେତେ ଆସିନି । ସ୍ୱାସ୍ଥ୍ୟ ବିଭାଗର ନିୟମାବଳୀ ଅନୁସାରେ କାର୍ଯ୍ୟକ୍ରମ ହେଉଛି । ଗତକାଲି SRC ଯେଉଁ ଗାଇଡଲାଇନ ଜାରି କରିଛନ୍ତି, ତାକୁ ସମସ୍ତେ ମାନିବେ । ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଖୋଲିବା ନେଇ ଏଯାଏ ନିଷ୍ପତ୍ତି ହୋଇନି ।

ଏଥିସହିତ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଭୁଲ ତଥ୍ୟ ଦେଲେ ୬ମାସ ଜେଲ୍