spot_img
Home Blog Page 4757

ଜାମ୍ମୁ କାଶ୍ମୀରର ସୋପିଆନାରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ସୋପିଆନରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ପ୍ରାଣ ହରାଇଛନ୍ତି ଦୁଇ ଲସ୍କର-ଇ-ତୋଏବା ଆତଙ୍କବାଦୀ । ଗତକାଲିଠାରୁ କିଛି ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳରେ ଲୁଚିଥିବା ସୂଚନା ପାଇ ସର୍ଚ୍ଚ ଅପରେସନ ଜାରି ରଖିଥିଲା ସେନା । ଦକ୍ଷିଣ ସୋପିଆନର ଚୌଗାମରେ ଆତଙ୍କବାଦୀମାନେ ଲୁଚିଥିବା ସୂଚନା ପାଇ ସୁରକ୍ଷାକର୍ମୀ ସେଠାରେ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ଯବାନଙ୍କ ଉପରୁ ଗୁଳି ଚଳାଇବା ପରେ ଯବାନମାନେ ପାଲଟା ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।

ଶୁକ୍ରବାର ମଧ୍ୟ ଜାମ୍ମୁ କାଶ୍ମୀରରେ ଏକ ଏନକାଉଣ୍ଟର ହୋଇଥିଲା । ସୁରକ୍ଷାକର୍ମୀ ଓ ଆତଙ୍କବାଦଙ୍କ ମଧ୍ୟରେ ଅନନ୍ତନାଗରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଯେଉଁ ଆତଙ୍କବାଦୀଙ୍କୁ ମୃତ୍ୟୁବରଣ କରିଥିଲା ସେ କୁଲଗାମ ସହାପୁର ଅଞ୍ଚଳର ଶେହଜାଦ ଅହମ୍ମଦ ଅଟେ । ସେ ୨୦ ସେପ୍ଟେମ୍ବର ୨୦୨୦ରେ ହିଜବୁଲ ନିଜାହୁଦିନରେ ସାମିଲ ହୋଇଥିଲେ ।

 

ଭାରତରେ ୪୦୦ ପାର କଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା, ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୧୭ଟି ରାଜ୍ୟରେ ୪୧୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୦୮ରେ ପହଞ୍ଚିଛି । ସେହିପରି ଦିଲ୍ଲୀରୁ ୭୯, ଗୁଜରାଟରୁ ୪୩, ତେଲେଙ୍ଗାନାରୁ ୩୮ ଜଣ ଓମିକ୍ରନ୍ ପଜିଟିଭ୍ ବାହାରିଛନ୍ତି । କେରଳରେ ନୂଆ ଭାରିଆଣ୍ଟରେ ୩୭ ଓ ତାମିଲନାଡୁରେ ୩୪ ଜଣ ସଂକ୍ରମିତ ହୋଇଛନ୍ତି । ୪୧୫ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ ଜଣ ସୁସ୍ଥ ହେଲେଣି । ସଂକ୍ରମିତଙ୍କ ମଧ୍ୟରୁ ୭୦ପ୍ରତିଶତଙ୍କ ନିକଟରେ କୌଣସି ଲକ୍ଷଣ ନଥିବାବେଳେ ୯୧ଜଣ ସମ୍ପୂର୍ଣ୍ଣ ଡୋଜ ଟିକା ନେଇଥିଲେ । ଓମିକ୍ରନ କେସ୍ ବଢ଼ୁଥିବାରୁ ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ମଧ୍ୟ କଟକଣା ଲଗାଯାଇଛି । ଏଥିସହ କିଛି ରାଜ୍ୟ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ।

ତେବେ ଓମିକ୍ରନରେ ଅଧିକ ପ୍ରଭାବିତ ହୋଇଥିବା ୧୦ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ । ଏହି ସବୁ ରାଜ୍ୟରେ ଚାଲିଥିବା ଟିକାକରଣ ପ୍ରକ୍ରିୟା ସମେତ ଅନ୍ୟାନ୍ୟ ନିରାକରଣ ପଦକ୍ଷେପ ସମ୍ପର୍କରେ ଏହି ଟିମ୍ ସମୀକ୍ଷା କରିବେ । ଯେଉଁ ୧୦ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ଗସ୍ତ କରିବେ ସେହି ରାଜ୍ୟଗୁଡିକ ହେଉଛି କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ ଓ ପଞ୍ଜାବ । ସର୍ଭେଲାନ୍ସ, କଣ୍ଟେନମେଣ୍ଟ ଜୋନ ପରିଚାଳନା, ଟେଷ୍ଟିଂ, ଟିକାକରଣ, ଜିନୋମ ସିକ୍ୱେନ୍ସିଂ, ହସ୍ପିଟାଲ ପରିଚାଳନା, ଶଯ୍ୟା ସଂଖ୍ୟା, ଭେଣ୍ଟିଲେଟର, ଆମ୍ବୁଲାନ୍ସ, ଅକ୍ସିଜେନ ପ୍ରସଙ୍ଗରେ ଏହି ଟିମ୍ ସମୀକ୍ଷା କରିବେ ।

 

 

 

ଲୁଧିଆନା ଅଦାଲତ ବିସ୍ଫୋରଣ ପଛରେ ଖଲିସ୍ତାନୀ ଆତଙ୍କବାଦୀ,ପାକିସ୍ତାନ ଦେଇଛି ସହଯୋଗ

ଚଣ୍ଡିଗଡ଼: ଲୁଧିଆନା ଜିଲ୍ଲା ଅଦାଲତ ପରିସରରେ ଗୁରୁବାର ଦିନ ହୋଇଥିବା ବିସ୍ଫୋରଣ ପଛରେ ଖଲିସ୍ତାନୀ ଆତଙ୍କବାଦୀ ଓ ପାକିସ୍ତାନର ହାତ ଥିବା ଜଣା ପଡିଛି । ପଂଜାବକୁ ଅସ୍ଥିର କରିବା ପାଇଁ ଏହି ବିସ୍ଫୋରଣ କରାଯାଇଥିଲା । ଏହି ବିସ୍ଫୋରଣ ପଛରେ ଜର୍ମାନୀ ଓ ପାକିସ୍ତାନରେ ଲୁଚିଥିବା ଆତଙ୍କବାଦୀଙ୍କ ହାତ ଥିବା ଜଣା ପଡିଛି । ଜର୍ମାନୀରେ ରହୁଥିବା ଜସବିନ୍ଦିର ସିଂହ ମୁଲତାନୀର ବିସ୍ଫୋରଣରେ ସକ୍ରିୟ ଭୂମିକା ଥିବା ପୋଲିସ ତଦନ୍ତରୁ ଜଣା ପଡିଛି ।


ପଂଜାବର ହୋସିଆରପୁର ଜିଲ୍ଲାର ମଂସୁରପୁର ଗାଁର ମୁଳ ନିବାସୀ ମୁଲତାନୀ ବିସ୍ଫୋରଣ ପାଇଁ ପାକିସ୍ତାନରେ ଥିବା ହରବିନ୍ଦର ସିଂହର ସାହାଯ୍ୟ ନେଇ ବିସ୍ଫୋରଣ କରିଥିବା ଜଣା ପଡିଛି । ହରବିନ୍ଦର ଓରଫ ରିନ୍ଦା ସାନ୍ଧୁ ସାହାଯ୍ୟରେ ଆଇଏସଆଇ ପଂଜାବକୁ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ପଠାଇ ଥାଏ । ସାନ୍ଧୁଙ୍କୁ ପଂଜାବ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି ପାଇଁ ଆଇଏସଆଇ କଣ୍ଟ୍ରାକ୍ଟ ଦେଇଥିବା ସୁରକ୍ଷା ଏଜନେସି କହୁଛନ୍ତି ।


ମୁଲତାନୀର ପ୍ରତିବନ୍ଧିତ ସଂଗଠନ ସିଖ୍ ଫର ଜଷ୍ଟିସ୍ ସହ ସମ୍ପର୍କ ରହିଛି । ସେ ଆମେରିକାରେ ରହୁଥିବା ସିଖ୍ ଫର୍ ଜଷ୍ଟିସ୍ ମୁଖ୍ୟ ଅବତାର ସିଂହ ପାନୁର ସମ୍ପର୍କରେ ଅଛି । ସିଖ୍ ଜନମତ ସଂଗ୍ରହ ୨୦୨୦ ଜରିଆରେ ଖଲିସ୍ତାନୀ ଏଜେଣ୍ଡାକୁ ମୁଲତାନୀ ଆଗକୁ ବଢାଉଛି । ନିକଟରେ ମୁଲତାନୀ ପାକିସ୍ତାନରେ ଥିବା ନିଜ ସମ୍ପର୍କ ଜରିଆରେ ପଂଜାବକୁ ଅସ୍ତ୍ରଶସ୍ତ୍ର ପଠାଇଥିବା ରିପୋର୍ଟ ସୁରକ୍ଷା ଏଜେନ୍ସିଙ୍କୁ ମିଳିଛି ।

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଭୁଲ ତଥ୍ୟ ଦେଲେ ୬ମାସ ଜେଲ୍

0

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରାର୍ଥୀ ସତ୍ୟପାଠ ଦେବେ । ଏଣିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଭୁଲ୍ ତଥ୍ୟ ଦେଲେ ୬ମାସ ଜେଲ୍ ଦଣ୍ଡ ଭୋଗିବା ସହ ଜରିମାନା ଦେବାକୁ ପଡ଼ିବ । ପ୍ରାର୍ଥୀଙ୍କ ଅପରାଧିକ ମାମଲା, ସମ୍ପତ୍ତି ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ସତ୍ୟପାଠରେ ରହିବ । ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ଏସବୁ ତଥ୍ୟ ଦେବେ । ଯଦି କୌଣସି ପ୍ରାର୍ଥୀ ସତ୍ୟପାଠରେ ମିଥ୍ୟା ତଥ୍ୟ ପ୍ରଦାନ କରିବେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

୬ ମାସ ଜେଲ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବେ ପ୍ରାର୍ଥୀ । ପୂର୍ବରୁ ସତ୍ୟପାଠ ଦାଖଲର ବ୍ୟବସ୍ଥା ଥିଲେ ମଧ୍ୟ ଦଣ୍ଡ ବ୍ୟବସ୍ଥା ନଥିଲା । ପଞ୍ଚାୟତ ନିର୍ବାଚନରେ ସ୍ୱଚ୍ଛତା  ଆଣିବାକୁ ରାଜ୍ୟ ସରକାର ପଞ୍ଚାୟତ ଆଇନର ସଂଶୋଧନ ନେଇ ଅଧ୍ୟାଦେଶ ଜାରି କରିଛନ୍ତି । ଏନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ- ୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଆଇନ- ୧୯୫୯, ଜିଲ୍ଲା ପରିଷଦ ଆଇନ- ୧୯୯୧ ସଂଶୋଧନ କରାଯିବ । ଏହାସହ ଏଣିକି ବିପର୍ଯ୍ୟୟ ପରିଚାଳନାରେ ପଞ୍ଚାୟତିରାଜ ପ୍ରତିନିଧିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ବିପର୍ଯ୍ୟୟ ପରିଚାଳନା ସମୟରେ ତାଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଏହି ଅଧ୍ୟାଦେଶରେ ଉଲ୍ଲେଖ ରହିଛି ।

ଏଥିସହିତ ପଢ଼ନ୍ତୁ: ଭିମସାରରେ ପୁଣି ୨ଜଣ ଡେଲ୍ଟା ପ୍ଳସ୍ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ

 

ଭିମସାରରେ ପୁଣି ୨ଜଣ ଡେଲ୍ଟା ପ୍ଳସ୍ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ

ସମ୍ବଲପୁର: ଭିମସାରେ ପୁଣି ୨ଜଣଙ୍କ ଠାରେ ଚିହ୍ନଟ ହେଲା ଡେଲଟା ପ୍ଲସ୍ ଭାରିଆଣ୍ଟ । ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ବେନ୍ସିଂ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭିମସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା । ମୋଟ ୩୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨ ଜଣଙ୍କ ଠାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଆଉ ଏବେ ଆଉ ୨ ଜଣଙ୍କ ଠାରେ ଚିହ୍ନଟ ହୋଇଛି ଡେଲଟା ପ୍ଲସ ଭାରିଏଣ୍ଟ ।

ଅନ୍ୟପକ୍ଷରେ ଓମିକ୍ରନ୍‌କୁ ନେଇ ଡର ବଢୁଥିବା ବେଳେ କରୋନା ସଂକ୍ରମଣ କମିବା ଆଶ୍ୱସ୍ତି ଦେଇଛି । ଆକ୍ଟିଭ କେସ୍ ମଧ୍ୟ ୨ ହଜାର ତଳକୁ ଖସିଥିବା ବେଳେ ସଂକ୍ରମଣ ସାମାନ୍ୟ କମିଲା। ରାଜ୍ୟରେ ୨୪ ଘଣ୍ଟାରେ ୧୨୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୭୫ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୩୭୬୯ ଜଣକୁ ବୃଦ୍ଧି ପାଇଛି।

୩୬ ଘଣ୍ଟା ପରେ ସରିଲା ଅତର ବ୍ୟବସାୟୀଙ୍କ ଟଙ୍କା ଗଣତି

0

ଲକ୍ଷ୍ଣୌ: ୩୬ ଘଣ୍ଟା ପରେ ସରିଲା କାଉଣ୍ଟିଂ । ଉତ୍ତରପ୍ରଦେଶ କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଜମା ଟଙ୍କାକୁ ଗଣିବା ଲାଗି ଚାଲିଥିବା ପ୍ରକ୍ରିୟା ଶେଷ ହୋଇଛି । ଟଙ୍କା ଗଣତି ଲାଗି ବ୍ୟବହୃତ ହୋଇଥିଲା ୫ଟି କାଉଣ୍ଟିଂ ମେସିନ । ଆୟକର ବିଭାଗ ଓ ଜିଏସଟି ଗୁଇନ୍ଦା ବିଭାଗ ପକ୍ଷରୁ ହୋଇଥିବା ରେଡରେ ୧୫୧ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ପୀୟୂଷଙ୍କ ଘରର କେତେକ ସେଲଫରେ ଏହି ଟଙ୍କା ଜରି ପ୍ୟାକିଂ କରାଯାଇ ରଖାଯାଇଥିଲା ।

କାନପୁରର ତ୍ରିମୂର୍ତ୍ତି ଫ୍ରାଗ୍ରାନ୍ସ ପ୍ରାଇଭେଟ ଲିମିଟେଡ ଓ ଗଣପତି ରୋଡ କ୍ୟାରିୟର୍ସର ଗୋଦାମରେ ଜିଏସଟି ଗୁଇନ୍ଦା ବିଭାଗର ଅହମ୍ମଦାବାଦ ୟୁନିଟ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ତ୍ରିମୂର୍ତ୍ତି ଫ୍ରାଗ୍ରାନ୍ସ ପକ୍ଷରୁ ଶିକାର ବ୍ରାଣ୍ଡ ପାନ ମସଲା ତିଆରି ହେଉଥିଲା । ଏହି ସବୁ ସାମଗ୍ରୀକୁ ଗଣପତି ରୋଡ କ୍ୟାରିୟର୍ସ ଜରିଆରେ ପରିବହନ କରାଯାଉଥିବା ଟିମ୍ ଜାଣିବାକୁ ପାଇଛି । ଭୂତ କମ୍ପାନୀ ନାଁରେ ଜାଲ୍ ଇନଭଏସ ଓ ଓ୍ୱେବିଲ୍ ପ୍ରସ୍ତୁତ କରି କୋଟି କୋଟି ଟଙ୍କାର ସାମଗ୍ରୀ ପରିବହନ ହେଉଥିଲା । ଠକେଇ ଘଟଣାରେ ୪ଟି ଟ୍ରକ ଜବତ କରାଯାଇଛି । ଜାଲିଆତି ଘଟଣାରେ ୨୦୦ରୁ ଅଧିକ ଫେକ୍ ଇନଭଏସ ମଧ୍ୟ ଜବତ ହୋଇଛି । ସେହିପରି ପରିବହନ ସଂସ୍ଥା ନିକଟରୁ ୧ କୋଟି ୧ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି । ଜବତ ଟଙ୍କାକୁ ନେବା ଲାଗି ଏକ କଣ୍ଟେନର ଅଣାଯାଇଥିଲା ଏବଂ ୨୧ଟି ଟିଣ ପେଡ଼ିରେ ସେ ସବୁକୁ ପ୍ୟାକିଂ କରି ନିଆଯାଇଥିଲା । କାନପୁରର ଆନନ୍ଦପୁରୀ ଅଞ୍ଚଳରେ ଥିବା ପୀୟୂଷଙ୍କ ଘରେ ଗତକାଲି ହୋଇଥିଲା ରେଡ୍ ।

ଏଥିସହିତ ପଢ଼ନ୍ତୁ: କ୍ରିକେଟରୁ ସନ୍ୟାସ ପରେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ ହରଭଜନ!

 

 

ସାମାନ୍ୟ କମିଲା ଶୀତ: ଆଉ ୨ରୁ୩ ଡିଗ୍ରୀ ତାପମାତ୍ରା ବଢ଼ିପାରେ

0

ଭୁବନେଶ୍ୱର: ମିଳିଲା ଆଶ୍ୱସ୍ତି ସାମାନ୍ୟ କମିଲା ଶୀତ । ଗତକାଲି ଅସହ୍ୟଜାଡରେ ସାମାନ୍ୟ ସୁଧାର ଆସିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବଢିବା ସହିତ ଶୀତ କମିଛି । ଆସନ୍ତାକାଲି ମଧ୍ୟରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଏହା ପରେ ଭିଜିବ ଓଡ଼ିଶା । କାରଣ ପ୍ରବଳ ଜାଡ଼ ପରେ ଆସୁଛି ବର୍ଷା । ଆଗକୁ ତାପମାତ୍ରା ବଢିବା ସହିତ କିଛି ଜିଲ୍ଲାରେ କୋହଳା ପାଗ ଜାରି ରହିବ ।

କେତେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ପରେ ପାଗ ବଦଳିବା ସହିତ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୮ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବରଗଡ ଏବଂ ସୁନ୍ଦରଗଡର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ।

ମଧ୍ୟରାତ୍ରିରେ ଧରାବତରଣ କଲେ ପ୍ରଭୁ ଯୀଶୁ

0

ଭୁବନେଶ୍ୱର: ଆଜି ପବିତ୍ର ବଡ଼ଦିନ । ସଜେଇ ହୋଇଛି ସମସ୍ତ ଚର୍ଚ୍ଚ । ଗତକାଲି ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି ପ୍ରଭୂ ଯୀଶୁ । ବିଭିନ୍ନ ରଙ୍ଗର ଆଲୋକ ମାଳାରେ ଝଲସୁଛି ଚର୍ଚ୍ଚ । କଟକଣାକୁ ଦୃଷ୍ଟିରେ ରଖି ଏଥର ନିରାଡମ୍ବର ଭାବେ ବଡ଼ଦିନ ପାଳିତ ହେଉଛି । ଚର୍ଚ୍ଚ ମଧ୍ୟରେ ମାତ୍ର ୫୦ଜଣ ଲୋକରେ ଉତ୍ସବ ପାଳିବାକୁ ଅନୁମତି ମିଳିଛି । ବିଭିନ୍ନ ଚର୍ଚ୍ଚରେ କେକ୍ କାଟି ପ୍ରଭୂ ଯୀଶୁଙ୍କ ଧରାବତରଣ ଖୁସିକୁ ମନାଇଛନ୍ତି ଧର୍ମାବଲମ୍ବି । ଶୋଭାଯାତ୍ରାରେ ସାନ୍ତାକ୍ରୁଜ ବେଶରେ ଶ୍ରଦ୍ଧାଳୁ ମାନେ ଉତ୍ସବ ମନାଉଛନ୍ତି । କେତେକ ଚର୍ଚ୍ଚରେ ଭର୍ଚୁଆଲ ପ୍ରାର୍ଥନାରେ ଯୋଗଦେଇ ପୂଜାର୍ଚ୍ଚନା କରାଯାଇଛି । ବାଇବେଲ ଅନୁସାରେ ଯୀଶୁ ଭଗବାନଙ୍କ ସନ୍ତାନ । ଯିଏ ପୃଥିବୀରେ ପ୍ରେମ ଓ ସଦ୍‌ଭାବନାର ବାର୍ତ୍ତା ଦେଇଥିଲେ । ସେଥିପାଇଁ ଡିସେମ୍ବର ୨୫ରେ ଦିବ୍ୟଯଜ୍ଞ ମାଧ୍ୟମରେ ଭଗବାନଙ୍କୁ ସିଧାସଳଖ ଧନ୍ୟବାଦ ଦିଆଯାଇଥାଏ ।

ଅନ୍ୟପକ୍ଷରେ ପବିତ୍ର ବଡ଼ଦିନ ଅବସରରେ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ନୀଳାଦ୍ରି ବିଚରେ ଗଢିଛନ୍ତି ବିଶାଳ ବାଲୁକାକୃତି । ୫୦ ଫୁଟ ଲମ୍ବ ଓ ୨୮ ଫୁଟ ଚଉଡାର ବାଲୁକା କଳାର ଉଚ୍ଚତା ରହିଛି ୧୫ଫୁଟ । ଏହି କଳା ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା ରହିଛି ।

ଯୀଶୁ ଆସିଛନ୍ତି..

ଭୁବନେଶ୍ୱର: ଧରାବତଣ କରିଛନ୍ତି ପ୍ରଭୁ ଯୀଶୁ । ନିଜ ପ୍ରଭୁଙ୍କୁ ପାଇବାକୁ ସବୁଠି ଉତ୍ସବର ମାହୋଲ ।  ସେ ଖ୍ରୀଷ୍ଟ ଧର୍ମର ପ୍ରବର୍ତକ ଓ ମୂଳ ବ୍ୟକ୍ତିତ୍ୟ | ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ଅନୁସାରେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର  । ଯୀଶୁଙ୍କ ଜୀବନ ଏବଂ ଉପଦେଶ ବାଇବେଲର ନୁତନ ନିୟମରେ ବର୍ଣ୍ଣନା କରାଯାଇଛି। କାରଣ ସେ ହିଁ ଈଶ୍ୱରଙ୍କ ଅଦ୍ୱିତୀୟ ପୂତ୍ର ଅଟନ୍ତି ।

ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନୋଷ୍ଟ ନୋ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ।ଯୀୀଶୁ କହିଲେ ,ମୁଁ ପଥ, ସତ୍ୟ ଓ ଜୀବନ ;ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇ ପାରେ ନାହିଁ। ସେଥିପାଇଁ ଯୀଶୁଙ୍କ ସାନିଧ୍ୟ ପାଇବା ପାଇଁ ସଭିଏଁ ବ୍ୟାକୁଳ  । କଟକଣାରେ ପର୍ବ ପାଳିବାକୁ ସବୁଠି ହୋଇଛି ପ୍ରସ୍ତୁତି । ଚର୍ଚ୍ଚ ଗୁଡିକରେ ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ ପ୍ରାର୍ଥନା ଆରମ୍ଭ ହୋଇଯାଇଥିବା ବେଳେ, ଘରେ ରହି କଟକଣାରେ ପର୍ବ ପାଳୁଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ସାଜସଜ୍ଜା କରାଯାଇଛି । 25 ଡିସେମ୍ବରରେ ବେଥଲହାମର ଏକ ମେଣ୍ଢାଶାଳରେ ମାଆ ମେରୀ ଓ ପିତା ଯୋଶେଫଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ ଯୀଶୁ । ସେପଟେ ବାଲେଶ୍ଵର କ୍ୟାଥୋଲିକ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବି ମାନେ ପ୍ରଭୁ ଯୀଶୁଙ୍କ ଧରାବତରଣ ଉପଲକ୍ଷେ କେକ୍ କାଟି ଖୁସି ମନାଇଛନ୍ତି । ଏକ ଶୋଭାଯାତ୍ରାରେ ସାନ୍ତାକ୍ରୁଜ ବେଶରେ ଶ୍ରଦ୍ଧାଳୁ ମାନେ ଚର୍ଚ୍ଚ ପରିସରରୁ ବାହାରି ସହର ପରିକ୍ରମା କରିଥିଲେ ।

 

ଶ୍ରୀଜିଉଙ୍କୁ ୧୦ ଲକ୍ଷ ଟଙ୍କା ଦାନ ଦେଲେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀମନ୍ଦିର ପ୍ରଶାସନକୁ ୧୦ ଲକ୍ଷ ଟଙ୍କା ଦାନ କଲେ ଜଗନ୍ନାଥ ପ୍ରେମୀ  । ଡ. ସୌମେନ୍ଦ୍ର ମହାନ୍ତି ଏସ ଏମ କନସଲଟାଣ୍ଟ ପ୍ରଶାସନକୁ ଏହି ଦାନ ରାଶି ପ୍ରଦାନ କରିଛନ୍ତି  । ଚେକ ଆକାରରେ ସୌମେନ୍ଦ୍ର ଅର୍ଥରାଶିକୁ ଶ୍ରୀମନ୍ଦିର ପ୍ରଶାସନକୁ ଏହି ଅର୍ଥରାଶି ଦେଇଛନ୍ତି  । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଅଜୟ କୁମାର ଜେନାଙ୍କୁ ସେ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି  ।