spot_img
Home Blog Page 4770

ଆମେରିକାରେ ପ୍ରଥମ ମୁଣ୍ତ ନେଲା ଓମିକ୍ରନ୍

ଟେକ୍ସାସ: ସାରା ବିଶ୍ୱରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏହି ମଧ୍ୟରେ ଆମେରିକାର ଟେକ୍ସାସରେ ପ୍ରଥମ ଥର ଲାଗି ଓମିକ୍ରନରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ଉକ୍ତ ବ୍ୟକ୍ତି କୋଭିଡର କୌଣସି ଟିକା ନେଇ ନଥିବା ଜଣାପଡ଼ିଛି । ଓମିକ୍ରନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବୟସ ପ୍ରାୟ ୬୦ ବର୍ଷ ଥିଲା । ସେ କୋଭିଡରେ ସଂକ୍ରମିତ ଥିବାବେଳେ ଜଟିଳ ସ୍ଥିତିରେ ଥିଲେ । ଏନେଇ ସୂଚନା ଦେଇଛନ୍ତି ଟେକ୍ସାସ କର୍ତ୍ତୃପକ୍ଷ ଲୀନା ହିଡାଲଗୋ । ଆମେରିକାରେ ପ୍ରଥମ ଓମିକ୍ରନ ମୃତ୍ୟୁ ପରେ ସମସ୍ତଙ୍କୁ ଟିକା ନେବା ଲାଗି ପରାମର୍ଶ ଦେଇଛନ୍ତି ଲୀନା ହିଡାଲଗୋ । ଆମେରିକାରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ ୭୩ ପ୍ରତିଶତ ହେଉଛନ୍ତି ଓମିକ୍ରନ୍ ସଂକ୍ରମିତ ।

ଗତ କିଛି ଦିନ ତଳେ ବ୍ରିଟେନରେ ପ୍ରଥମ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା । ବ୍ରିଟେନରେ ମଧ୍ୟ ପ୍ରତିଦିନ ଓମିକ୍ରନ୍ ମାମଲା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥିଲା । ବ୍ରିଟେନରେ ବଢ଼ୁଥିବା ଆକ୍ରାନ୍ତଙ୍କ ଦୃଷ୍ଟିରେ ରଖି ବ୍ରିଟେନରେ ଖୁବ୍ ଶୀଘ୍ର ଜାରି ହୋଇପାରେ ଲକଡାଉନ । ତୁରନ୍ତ ଲକଡାଉନ କରିବା ଲାଗି ସୁପାରିସ କରିଛି ବୈଜ୍ଞାନିକଙ୍କୁ ନେଇ ଗଠିତ ପ୍ୟାନେଲ । ଏହା ସହ କ୍ୟାବିନେଟ ବୈଠକରେ ମଧ୍ୟ ଲକଡାଉନ ନେଇ ସହମତି ହୋଇଛି । ବ୍ରିଟେନରେ ଓମିକ୍ରନ୍ ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୧୨ ହଜାର ୧୩୩ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶର ମୋଟ ୩୭ ହଜାର ୧୦୦ରେ ପହଞ୍ଚିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଦେଶରେ କଡା ଲକଡାଉନ ଜାରି ନ ହେଲେ ଆଗକୁ ସ୍ଥିତି ସଂଗୀନ ହେବ ବୋଲି ଚେତାବନୀ ଦିଆଯାଇଛି ।

More 7 Omicron Variant Detected In Maharastra

ଅନ୍ୟପକ୍ଷରେ ଆମେରିକାରେ ବି ଚିନ୍ତା ବଢାଇଛି ଓମିକ୍ରନ୍ । କୋଭିଡରେ ଯେତେ ଲୋକ ସଂକ୍ରମିତ ହେଉଛନ୍ତି ତାହାର ୭୩ ପ୍ରତିଶତ ହେଉଛନ୍ତି ଓମିକ୍ରନ୍  ଆକ୍ରାନ୍ତ । କରୋନାର ଉଭୟ ଡୋଜ ଟିକା ନେଇଥିବା ବ୍ୟକ୍ତି ବା କୋଭିଡରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି ବି ଓମିକ୍ରନ୍ ସଂକ୍ରମିତ ହେଉଛନ୍ତି । ଆଗକୁ ଅଧିକ ଦେଶରେ ଏହା ପ୍ରଭାବ ବିସ୍ତାର କରିବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡରସ ଅଧନମ ଘେବ୍ରେସିୟସ । ବିଶ୍ୱର ଯେଉଁ ସବୁ ଦେଶରେ ଓମିକ୍ରନ୍ ସଂକ୍ରମିତ ଠାବ ହେଉଛନ୍ତି ସେମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଡୋଜ ନେଇଥିବା ଓ ଆରୋଗ୍ୟ ହୋଇଥିବା ବ୍ୟକ୍ତି ରହିଛନ୍ତି ବୋଲି ସେ କହିଛନ୍ତି । ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫଉସି କହିଛନ୍ତି ଶୀତ ଋତୁରେ ଓମିକ୍ରନ ଅଧିକ ବେଗରେ ସଂକ୍ରମଣ କରିବ ଏବଂ କଡା କଟକଣା ସହ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।

 

 

ତେଲେଙ୍ଗାନାରେ ପ୍ରଥମ ସମଲିଙ୍ଗୀ ବିବାହ

ହାଇଦ୍ରାବାଦ: ହାଇଦ୍ରାବାଦରେ ଜାକଜକମରେ ସମ୍ପନ୍ନ ହେଲା ଏକ ଚର୍ଚ୍ଚିତ ସମଲିଙ୍ଗୀ ବିବାହ । ପରିବାର ସଦସ୍ୟଙ୍କ ଗହଣରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । ତେଲଙ୍ଗାନାରେ ପ୍ରଥମ ଥର ଲାଗି ଏହି ସମଲିଙ୍ଗୀ ବିବାହ ସମ୍ପନ୍ନ  ହୋଇଛି । ୩୪ ବର୍ଷ ବୟସ୍କ ଅଭୟ ଡାଙ୍ଗେ ଓ ୩୧ ବର୍ଷ ବୟସ୍କ ସୁପ୍ରିୟୋ ଚକ୍ରବର୍ତ୍ତୀଙ୍କ ମଧ୍ୟରେ ଏହି ବିବାହ ସମ୍ପନ୍ନ ହୋଇଛି । ସେମାନଙ୍କ ମଧ୍ୟରେ ୮ ବର୍ଷ ଧରି ସମ୍ପର୍କ ଥିଲା ।

ଯଦିଓ ଭାରତରେ ସମଲିଙ୍ଗୀ ବିବାହକୁ ଅପରାଧ ବୋଲି ବିବେଚନା କରାଯାଏ ନାହିଁ ତଥାପି ଆଇନ ଅନୁସାରେ ସମଲିଙ୍ଗୀ ବିବାହକୁ ପଞ୍ଜିକରଣ କରାଯିବାର ବ୍ୟବସ୍ଥା ମଧ୍ୟ ନାହିଁ । ଏହି ବିବାହ ଉତ୍ସବରେ ୬୦ ଜଣ ପରିବାର ସଦସ୍ୟ ଓ କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ରହିଥିଲେ । ଉଭୟ ପଞ୍ଜାବୀ ଓ ବଙ୍ଗଳା ପରମ୍ପରାରେ ଏହି ବିବାହ ସମ୍ପନ୍ନ ହୋଇଥିଲା । ଉଭୟ ପରିବାର ପକ୍ଷରୁ ମଧ୍ୟ ଏହି ବିବାହକୁ ସ୍ୱୀକୃତି ଦିଆଯାଇଥିଲା ।

ମାଲକାନଗିରି ସାମ୍ବାଦିକଙ୍କ ସହ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କ ଆଲୋଚନା

ମାଲକାନଗିରି: ମାଲକାନଗିରି ସାମ୍ବାଦିକଙ୍କ ଦାବି ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ମାଲକାନଗିରି ସାମ୍ବାଦିକଙ୍କ ସହ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ସୋମବାର ସନ୍ଧ୍ୟାରେ ଆଲୋଚନା କରିଛନ୍ତି । ଗତ ୧୭ତାରିଖରେ ୫ସାମ୍ବାଦିକଙ୍କ ଗିରଫକୁ ନେଇ ମାଲକାନଗିରି ଜିଲା ସଦର ମହକୁମାରେ ସାମ୍ବାଦିକଙ୍କ ଦ୍ୱାରା ଚାଲୁ ରହିଥିବା ଆନ୍ଦୋଳନ ସକାଶେ ଗଠିତ ସମନ୍ୱୟ କମିଟିର କୋର ଗ୍ରୁପର ସଦସ୍ୟଙ୍କ ସହ ଟେଲିଫୋନ ଯୋଗେ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜ ଆଲୋଚନା କରିଛନ୍ତି ।

ମୁଖ୍ୟତଃ ଗିରଫ ସାମ୍ବାଦିକଙ୍କ ପ୍ରତି ଅବିଚାର ହୋଇଥିବା, ସାମ୍ବାଦିକଙ୍କ ସମର୍ଥନରେ ସେ ସର୍ବଦା ରହିଥିବା ଏବଂ ସେମାନଙ୍କ ଦାବି ଓ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ମଙ୍ଗରାଜ ସାମ୍ବାଦିକଙ୍କୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ସମନ୍ୱୟ କମିଟି କୋର ଗ୍ରୁପର ସଦସ୍ୟ ତଥା ଇଣ୍ଡିଆନ ଏକ୍ସପ୍ରେସର ଦେବ ପ୍ରସାଦ ଦାସ, କନକ ନ୍ୟୁଜର ଦେବବ୍ରତ ସାନା, ଓଟିଭିର ଜିତେନ୍ଦ୍ର ବେଉରିଆ, ସମ୍ବାଦର ପ୍ରେମେନ୍ଦ୍ର ପରିଚ୍ଛା, ‘ସକାଳ’ର ଅଶୋକ ମିଶ୍ର, ନନ୍ଦିଘୋଷର ଇଶ୍ୱର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କୋର ଗ୍ରୁପର ସଦସ୍ୟମାନେ ପୋଲିସର ଅମାନୁଷିକ ଅତ୍ୟାଚାର, ସାମ୍ବାଦିକଙ୍କ ଦାବି ଏବଂ ସମସ୍ୟା ବିଷୟରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜଙ୍କୁ ବିସ୍ତୃତ ଭାବେ ଅବଗତ କରାଇଛନ୍ତି ।

ଦୁଇ ଛାତ୍ରୀଙ୍କୁ ନେଇ ଟ୍ୟୁସନ୍ ସାର ଫେରାର୍

ଭୁବନେଶ୍ୱର: ପ୍ରେମରେ ପାଗଳ ଟ୍ୟୁସନ ମାଷ୍ଟରଙ୍କ ସାଂଘାତିକ କାରନାମା । ଦଶମ ଓ ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ନେଇ ଚମ୍ପଟ ମାରିଲେ ଟ୍ୟୁସନ୍ ସାର । ଗତ ରବିବାର ୧୯ ତାରିଖରେ ଘରେ ଏକ ଚିଠି ଲେଖି ୨ନାବାଳିକା ଛାତ୍ରୀ ଫେରାର ହୋଇଯାଇଛନ୍ତି । ଟ୍ୟୁସନ ମାଷ୍ଟର ଗୋପାଳକୃଷ୍ଣ ବାଡାତିୟା ଛାତ୍ରୀ ଦୁଇଜଣଙ୍କୁ ନେଇ ଯାଇଥିବା ବଡଗଡ଼ ଥାନାରେ ଅଭିଯୋଗ । ଭୁବନେଶ୍ୱର ବଡଗଡର ଭାରତୀ ପରିଡାଙ୍କ ୨ ନାବାଳିକା ଝିଅ ରବିବାର ଘରୁ ଫେରାର ହୋଇଯାଇଛନ୍ତି।

ଏନେଇ ବଡଗଡ ଥାନାରେ ଅଭିଯୋଗ ହୋଇଥିବାବେଳେ ଏପର୍ଯ୍ୟନ୍ତ ନାବାଳିକାଙ୍କ ପତ୍ତା ମିଳିପାରିନାହିଁ। ଅନ୍ୟପକ୍ଷରେ ଟ୍ୟୁସନ୍ ସାରଙ୍କ ସ୍ତ୍ରୀ ଓ ପିଲାଛୁଆଁକୁ ପୂର୍ବରୁ ପଚରାଉଚରା କରୁନଥିବାରୁ ଏହାକୁ ବିରୋଧ କରିଛନ୍ତି ଛାତ୍ରୀଙ୍କ ପରିବାର ଲୋକେ । କିଛି ଦିନ ଧରି ନାବାଳିକଙ୍କ ପରିବାର ଟ୍ୟୁସନ ସାରଙ୍କୁ କ୍ଳାସ ବନ୍ଦ କରିବାକୁ କହିବାରୁ ପିଲାଙ୍କୁ ନେଇଯିବା ପାଇଁ ଧମକ ଦେଇଥିଲେ। ରବିବାର ଏଭଳି ଘଟଣା ଅଭିଭାବକ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ପୂର୍ବରୁ ମଧ୍ୟ ଦୁଇ ପିଲାଙ୍କୁ ଟ୍ୟୁସନ ମାଷ୍ଟର ଜଣଙ୍କ ଅଶ୍ଳୀଳ ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନର ଅଭିଯୋଗ ଆଧାରରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ଏଥିସହିତ ପଢ଼ନ୍ତୁ: ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲେ ସୁମିତଙ୍କ ଜେଜେ ମାଆ

ବଢ଼ୁଛି ଓମିକ୍ରନ ଭୟ: ଲକ୍‌ଡାଉନ୍ ଲାଗୁ ନେଇ ସୁପାରିସ୍ କଲେ ବୈଜ୍ଞାନିକଙ୍କ ପ୍ୟାନେଲ୍

ଇଂଲଣ୍ଡ: ବ୍ରିଟେନରେ ଖୁବ୍ ଶୀଘ୍ର ଜାରି ହୋଇପାରେ ଲକଡାଉନ । ତୁରନ୍ତ ଲକଡାଉନ କରିବା ଲାଗି ସୁପାରିସ କରିଛି ବୈଜ୍ଞାନିକଙ୍କୁ ନେଇ ଗଠିତ ପ୍ୟାନେଲ । ଏହାସହ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଧ୍ୟ ଲକଡାଉନ ନେଇ ସହମତି ହୋଇଛି । ଦେଶରେ ଓମିକ୍ରନ ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୧୨ ହଜାର ୧୩୩ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶର ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୭ ହଜାର ୧୦୦ରେ । ଦେଶରେ କଡ଼ା ଲକଡାଉନ ଜାରି କରାନଗଲେ ଆଗକୁ ସ୍ଥିତି ସଂଗୀନ ହେବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ଆମେରିକାରେ ବି ଚିନ୍ତା ବଢାଇଲା ଓମିକ୍ରନ । କୋଭିଡରେ ଯେତେ ଲୋକ ସଂକ୍ରମିତ ହେଉଛନ୍ତି ତାହାର ୭୩ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି । ତେଣେ ଡେଲଟା ତୁଳନାରେ ଅଧିକ ସଂକ୍ରମଣ ସୃଷ୍ଟି କରୁଛି ଓମିକ୍ରନ ।

ସମ୍ପୂର୍ଣ୍ଣ ଡୋଜ ନେଇଥିବା ବ୍ୟକ୍ତି ବା କୋଭିଡରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି ଓମିକ୍ରନ ସଂକ୍ରମିତ ହେଉଛନ୍ତି । ଆଗକୁ ଅଧିକ ଦେଶରେ ଏହା ପ୍ରଭାବ ବିସ୍ତାର ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡରସ ଅଧନମ ଘେବ୍ରେସିୟସ । ବିଶ୍ୱର ଯେଉଁ ସବୁ ଦେଶରେ ଓମିକ୍ରନ ସଂକ୍ରମିତ ଠାବ ହେଉଛନ୍ତି ସେମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଡୋଜ ନେଇଥିବା ଓ ଆରୋଗ୍ୟ ହୋଇଥିବା ବ୍ୟକ୍ତି ରହିଛନ୍ତି ବୋଲି ସେ କହିଛନ୍ତି । ଡେନମାର୍କ ଷ୍ଟେଟ ସେରମ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଟାଏକା ଗ୍ରୋବ କହିଛନ୍ତି ଜାନୁଆରୀରୁ ବିଶ୍ୱରେ ଦୈନିକ ୫୦୦ରୁ ଅଧିକ ଲୋକ ଓମିକ୍ରନ ଆକ୍ରାନ୍ତ ହେବେ ।

ତେଣେ ଓମିକ୍ରନର ମୁକାବିଲା ଲାଗି ଅନେକ ଦେଶ ସେମାନଙ୍କର ବୁଷ୍ଟର ଡୋଜର ସମୟସୀମା ହ୍ରାସ କରିଛନ୍ତି । ସାଉଥକୋରିଆ, ବ୍ରିଟେନ ଓ ଥାଇଲାଣ୍ଡ ସେମାନଙ୍କର ବୁଷ୍ଟର ଡୋଜ ଦେବା ସମୟକୁ ୬ ମାସରୁ ୩ ମାସକୁ ହ୍ରାସ କରିଛନ୍ତି । ଫ୍ରାନ୍ସ, ସିଙ୍ଗାପୋର, ତାଇଓ୍ୱାନ, ଇଟାଲି ଓ ଅଷ୍ଟ୍ରେଲିଆ ଏହାର ସମୟସୀମାକୁ ୫ ମାସକୁ ହ୍ରାସ କରିଛନ୍ତି ।

ତେବେ ଆମେରିକା, ସାଉଥ ଆଫ୍ରିକା ଓ ଜର୍ମାନୀ ବୁଷ୍ଟର ଡୋଜ ବ୍ୟବଧାନକୁ ସେହି ୬ ମାସ ହିଁ ରଖିଛନ୍ତି । ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫଉସି କହିଛନ୍ତି ଶୀତ ଋତୁରେ ଓମିକ୍ରନ ଅଧିକ ବେଗରେ ସଂକ୍ରମଣ କରିବ ଏବଂ କଡା କଟକଣା ସହ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।

ଓଡ଼ିଶାରେ ଚିହ୍ନଟ ହେଲେ ୨ଜଣ ଓମିକ୍ରନ ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ ଓମିକ୍ରନ । ରାଜ୍ୟରୁ ଚିହ୍ନଟ ହେଲେ ୨ଜଣ ଓମିକ୍ରନ ଆକ୍ରାନ୍ତ । ୨ ସଂକ୍ରମିତ ହେଲେ ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର । ଏମାନେ ନାଇଜେରିଆ ଓ କତାରରୁ ଫେରିଥିଲେ । ଜିନମ ସିକ୍ୱେନ୍ସିଂରୁ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ପକ୍ଷରୁ ସୂଚନା ।

ଅନ୍ୟପକ୍ଷରେ ସଂକ୍ରମିତ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଓମିକ୍ରନ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକରେ ଆଲୋଚନା ହୋଇଛି । ୨ ଓମିକ୍ରନ ଆକ୍ରାନ୍ତ ଖୋର୍ଦ୍ଧା ଓ ଜଗତସିଂହପୁରର । ଜଣଙ୍କର ବୟସ ୪୧ ଓ ଅନ୍ୟଜଣଙ୍କର ବୟସ ୪୩ । ଜଣେ ନାଇଜେରିଆ ଓ ଅନ୍ୟଜଣେ କତାର ଫେରନ୍ତା । ଜିନମ ସିକ୍ବେନ୍ସିଂରୁ ଉଭୟ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିବା ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଜଗତସିଂହପୁରର ଚିହ୍ନଟ ବ୍ୟକ୍ତି କଟକର ଏକ ହୋଟେଲରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ।

ସେ ରହୁଥିବା ହୋଟେଲର ୬ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଇଛି । କର୍ମଚାରୀଙ୍କ ନେଗେଟିଭ୍ ରିପୋର୍ଟ ଆସିଥିବା କଟକ ଏଡିଏମଓ ସୂଚନା ଦେଇଛନ୍ତି । ତେବେ ୨ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକର ଲକ୍ଷଣ ନାହିଁ । ଜଣକର ସ୍ୱଳ୍ପ ଲକ୍ଷଣ ରହିଛି । ଉଭୟ ଭଲ ଅଛନ୍ତି । ଉଭୟଙ୍କ ସଂସ୍ପର୍ଶରେ ୨୧ଜଣ ଆସିଛନ୍ତି । ସେମାନଙ୍କ ଉପରେ ନଜର ରଖାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ପୂର୍ବରୁ ଆଟ୍‌ ରିସ୍କ ଦେଶରୁ କଟକ ଆସିଥିବା ୭ଜଣ କୋଭିଡ ପଜିଟିଭଙ୍କ ଜିନ୍ ଅନୁଶୀଳନ ରିପୋର୍ଟରୁ ୪ ଜଣଙ୍କର ଓମିକ୍ରନ୍ ନେଗେଟିଭ ଆସିଥିଲା । ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଛି । ଆମେରିକାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ବିଶ୍ୱରେ ଓମିକ୍ରନ୍‌ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି । ପୂର୍ବରୁ ବ୍ରିଟେନରେ ଜଣଙ୍କ ଜୀବନ ନେଇଥିଲା ଓମିକ୍ରନ୍‌ ।

ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲେ ସୁମିତଙ୍କ ଜେଜେ ମାଆ

ଭୁବନେଶ୍ୱର: ଡିମ୍ପଲ-ଡା. ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଲା ମାମଲା । ଡା.ସୁମିତଙ୍କ ୭୮ବର୍ଷୀୟ ଜେଜେ ମାଆ ବିବାସିନୀ ସାହୁ ଉଭୟ କମିଶନଙ୍କ ନିକଟରେ ହୋଇଛନ୍ତି ଫେରାଦ । ଘର ସମ୍ମୁଖରେ ଡିମ୍ପଲଙ୍କ ଧାରଣା ଯୋଗୁଁ ଗୃହବନ୍ଦୀ ଭାବେ ଜୀବନ କାଟୁଥିବା କହିଛନ୍ତି । ନିଜେ ଓ ତାଙ୍କ ବୋହୂଙ୍କ ସମେତ ଅନ୍ୟ ସଦସ୍ୟଙ୍କ ଜୀବନ ଅସୁରକ୍ଷିତ ଥିବା ଦର୍ଶାଇ ସୁରକ୍ଷା ଓ ନ୍ୟାୟ ମାଗିଛନ୍ତି ।

ଅନ୍ୟପକ୍ଷରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  ମହିଳା କମିଶନ ଅଧ୍ୟକ୍ଷା । ଏହା ଏକ ସମ୍ବେଦନଶୀଳ ଘଟଣା । ମାମଲା କୋର୍ଟରେ ବିଚାରାଧୀନ ରହିଛି, ରାୟ ପାଇଁ ଧର୍ଯ୍ୟ ରଖିବା ଆବଶ୍ୟକ, ଆଇନକୁ ହାତକୁ ନେବା ଉଚିତ ନୁହେଁ । ସୁମିତଙ୍କ ଜେଜେ ମାଆ ବିବାସିନୀଙ୍କ ଅଭିଯୋଗ କମିଶନ ପାଇଛନ୍ତି । ସେମାନଙ୍କୁ ସୁରକ୍ଷା ଦେବାକୁ କମିଶନ ବ୍ରହ୍ମପୁର ଏସ ପି ଓ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେବେ ବୋଲି କହିଛନ୍ତି । ଆଜି ରାଜ୍ୟ ମହିଳା କମିଶନ ୫ଦିନିଆ ଗସ୍ତରେ ବାହାରିଥିବା ବେଳେ ରାସ୍ତାରେ ଏହି ଘଟଣାରେ ବ୍ରହ୍ମପୁର ଏସ ପିଙ୍କୁ ଭେଟିବା ସମ୍ଭାବନା ରହିଛି ।

ଏଥିସହିତ ପଢ଼ନ୍ତୁ: ବ୍ରହ୍ମପୁର ବ୍ରହ୍ମାନଗରରେ ହାଇଡ୍ରାମା: ଗ୍ରୀଲ ଭାଙ୍ଗି ସୁମିତଙ୍କ ଘରେ ପଶିଲେ ମହିଳା

 

ଭର୍ତ୍ତୃହରି ମହତାବ ଅସୁସ୍ଥ: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ: କଟକ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଅସୁସ୍ଥ । ଏହାପରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଘଟଣା ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ତ୍ତୃହରିଙ୍କ ପୁଅଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ତାଙ୍କ ସ୍ଵାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି।

ଭର୍ତ୍ତୁହରିଙ୍କ ପୁଅଙ୍କ ସହିତ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସାଂସଦଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣିବା ପରେ ପୁଅଙ୍କ ସହ ଫୋନରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।

ସେହିପରି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଭର୍ତ୍ତୃହରି ମହତାବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଭର୍ତ୍ତୃହରି ଏବେ ସଂସଦର ଶୀତକାଳୀନ ଅଧିବେଶନ ଚାଲୁଥିବାରୁ ଦିଲ୍ଲୀରେ ରହିଥିଲେ। ଏହାପରେ ତାଙ୍କ ଶରୀର ଅସୁସ୍ଥ ହେବାର ଖବର ଆସିଛି। ଚଳିତ ଅଧିବେଶନରେ ଭର୍ତ୍ତୃହରି ପ୍ରତ୍ୟେକ ଦିନ ସଂସଦରେ ଉପସ୍ଥିତ ରହୁଥିଲେ।

ଚାଷୀମାନଙ୍କ ସୁବିଧାପାଇଁ ଅଧିକ ସଂଖ୍ୟକ ସଂସ୍ଥାଙ୍କ ମାଧ୍ୟମରେ ଧାନ କିଣିବାକୁ ପରାମର୍ଶ

0

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ସୁବିଧା ନିମନ୍ତେ ଅଧିକରୁ ଅଧିକ ସଂଖ୍ୟକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଆର୍.ଏମ୍.ସି. ଏବଂ କୃଷିବିପଣୀ ସଂସ୍ଥାମାନଙ୍କୁ ନିୟୋଜିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ, ଜିଲ୍ଲାଯୋଗାଣ ଅଧିକାରୀ, ଏବଂ ସମବାୟ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାମାନଙ୍କରେ ଧାନକିଣା ସ୍ଥିତି ସମୀକ୍ଷାକରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଧାନବିକ୍ରି କରିବା ପାଇଁ ଚାଷୀ ଯେମିତି ଅସୁବିଧାର ସମ୍ମୁଖୀନ ନହୁଏ ତା’ଉପରେ ଦୃଷ୍ଟି ରଖିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ଲୋକସେବା ଭବନରୁ ଓସ୍ୱାନ ପ୍ଳାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ଏହି ଭିଡିଓ କନ୍‌ଫରେନ୍ସରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ବିଭିନ୍ନ ଜିଲ୍ଲାରେ ଧାନସଂଗ୍ରହ ସମ୍ବନ୍ଧିତ ବୈଷୟିକ ଏବଂ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ସାଧାରଣତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ନଭେମ୍ବର-ଡିସେମ୍ବରରୁ ଜାନୁଆରୀ-ଫେବ୍ରୁଆରୀ ପର୍ଯ୍ୟନ୍ତ, ଏବଂ ଉପକୂଳ ଜିଲ୍ଲାମାନଙ୍କରେ ଡିସେମ୍ବର-ଜାନୁଆରୀରୁ ମାର୍ଚ୍ଚ-ଏପ୍ରିଲ୍ ପର୍ଯ୍ୟନ୍ତ ଧାନକିଣା ହୋଇଥାଏ । ସେହି ଅନୁସାରେ ବର୍ତ୍ତମାନ ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା ଆଦି ଜିଲ୍ଲାରେ ଧାନକିଣା ଅବ୍ୟାହତ ରହିଛି । ଅନ୍ୟାନ୍ୟ ଜିଲ୍ଲାରେ ଧାନକିଣା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୋରାପୁଟ, ମାଲକାନାଗିରି, ବାଲେଶ୍ୱର, ବୌଦ୍ଧ ଆଦି ଜିଲ୍ଲାରେ ମଧ୍ୟ ବିଭିନ୍ନ ମଣ୍ଡିରେ ଧାନକିଣା ଚାଲିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୮ ହଜାର ଚାଷୀଙ୍କଠାରୁ ୫.୧୩ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ ସରିଛି ।
ବିଭିନ୍ନ ମଣ୍ଡିମାନଙ୍କରେ ଅଧିକ ସଂଖ୍ୟାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଆର୍.ଏମ୍.ସି. କର୍ମଚାରୀ, ଯୋଗାଣ ସହାୟକ, କୃଷି ବିଭାଗ ଅଧିକାରୀ, ସମବାୟ ବିଭାଗ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗରୁ ଡାଟା ଏଣ୍ଟ୍ରି ଅପରେଟର ଆଦିଙ୍କୁ ମୁତୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ୟବସ୍ଥାକୁ ଚାଷୀମାନଙ୍କ ନିମନ୍ତେ ଅଧିକ ସୁଗମ କରିବା ପାଇଁ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ କାର୍ଯ୍ୟକରୁଥିବା ସଂସ୍ଥା ଓ ବିଭାଗମାନଙ୍କୁ ମଧ୍ୟ ମୁତୟନ କରିପାରିବେ ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ରାଜେନ୍ଦ୍ର ମିଶ୍ର ବୈଠକରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ଧାନକିଣା ପ୍ରସ୍ତୁତି ଓ ଅଗ୍ରଗତି ବିଷୟ ଜଣାଇଥିଲେ । ଆବଶ୍ୟକତା ଅନୁସାରେ ଜିଲ୍ଲାମାନଙ୍କୁ ସମସ୍ତ ପ୍ରକାର ବୈଷୟିକ ଓ ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଯାଦବ ଜଣାଇଥିଲେ ।

ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା: କାଲି ଯାଏଁ ନିସ୍ତାର ନାହିଁ

ଭୁବନେଶ୍ୱର: ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା । ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହେଉଛି ଉପାନ୍ତରୁ ଉପକୂଳ । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଗତକାଲି ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ ହୋଇଥିଲା । ଆଜି ବି ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।

ପ୍ରବଳ ଜାଡ଼ରୁ ଟିକେ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ପୁଇଁବାର ଦେଖିବାକୁ ମିଳୁଛି । ସଞ୍ଜ ବେଳରୁ ଥଣ୍ଡା ଅନୁଭୂତ ହେବା ସହିତ ରାତିରେ କୁହୁଡ଼ି ପଡ଼ିବା ଆରମ୍ଭ ହେଉଛି । ଆସନ୍ତାକାଲି ପର୍ଯ୍ୟନ୍ତ ଶୀତରୁ ନିସ୍ତାର ନାହିଁ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାତିର ତାପମାତ୍ରାରେ ସ୍ୱାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଓଡ଼ିଶାକୁ ବହୁଥିବା ଥଣ୍ଡା ଏବଂ ଶୁଷ୍କ ପବନ ପାଇଁ ଶୀତର ପରିମାଣ ଅଧିକ ରହୁଛି ।

ଶୀତ ଲହରିକୁ ଦୃଷ୍ଟିରେ ରଖି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତିରେ ବାଇକ ଏବଂ ଖୋଲା କାରରେ ନ ବୁଲିବାକୁ ପରାମର୍ଶ ଦିଆଯାଇଛି । ଶିଶୁ ଏବଂ ବୟସ୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୀତରେ ନ ବୁଲିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ବିନା ଶୀତ ବସ୍ତ୍ରରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । କାଲି ପରେ ପବନର ଦିଗ ପରିବର୍ତ୍ତନ ହେବା ସହ ସାମାନ୍ୟ ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।