spot_img
Home Blog Page 4777

ଶ୍ରୀନଗରରେ ସେନାର ଏନକାଉଣ୍ଟର, ଲସ୍କର ଆତଙ୍କବାଦୀ ସଫା

ଶ୍ରୀନଗର: ଜାମ୍ମୁକାଶ୍ମୀରର ହରୱାନ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ଦେଇଛି ପୋଲିସ । ରବିବାର ସକାଳୁ ହରୱାନ ଅଞ୍ଚଳରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ ଲସ୍କର ଏ ତୋଏବାର ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି ।

ବିଗତ ତିନିଦିନ ଭିତରେ ଜାମ୍ମୁ-କାଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ସେନା ମୁହଁତୋଡ଼ ଜବାବ ଦେଇଛି । ଗୁରୁବାର କୁଲଗାମରେ ହୋଇଥିବା ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ବିଳମ୍ବିତ ରାତିରେ ଯୁବକଙ୍କୁ ବିଭତ୍ସ ହତ୍ୟା, ମାରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ବିଳମ୍ବିତ ରାତିରେ ବ୍ୟବସାୟୀଙ୍କୁ ବିଭତ୍ସ ହତ୍ୟା, ମାରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ବାଲେଶ୍ୱର: ସହର ଶୋଉଛି ହେଲେ ଅପରାଧ ଥମୁନି । ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଗୋଲାପଲ ନିକଟରୁ ମିଳିଛି ମାଛ ବ୍ୟବସାୟୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ଏକାଧିକବାର ଛୁରିରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

Miscreants Killed Youth In Balasore, One Detained

ହତ୍ୟା ପରେ ରକ୍ତ ଜୁଡୁବୁଡ଼ୁ ମୃତଦେହକୁ ରାସ୍ତାରେ ଫିଙ୍ଗି ଦୁର୍ବୃତ୍ତ ଫେରାର୍ ହୋଇ ଯାଇଛନ୍ତି । ମୃତକ ଜଣଙ୍କ ଗୋଲାପଲ ଅଞ୍ଚଳର ରବି ସିଂ ବୋଲି ସୂଚନା ଦେଇଛି ପୋଲିସ । ଘଟଣାସ୍ଥଳରେ କ୍ରାଇମ୍ ଡିଏସପିଙ୍କ ସହ ପୋଲିସ ଟିମ୍ ପହଞ୍ଚି ତଦନ୍ତ କରୁଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହରେ ପୋଲିସ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଏଥିସହ ପଢ଼ନ୍ତୁ: ସ୍ୱର୍ଣ୍ଣ ମନ୍ଦିରରେ ପଶି ପୂଜା ସ୍ଥଳରୁ ଖଣ୍ଡ ଉଠାଇବାକୁ ଉଦ୍ୟମ, ପିଟିପିଟି ମାରିଦେଲେ ଲୋକ

ସ୍ୱର୍ଣ୍ଣ ମନ୍ଦିରରେ ପଶି ପୂଜା ସ୍ଥଳରୁ ଖଣ୍ଡା ଉଠାଇବାକୁ ଉଦ୍ୟମ, ପିଟିପିଟି ମାରିଦେଲେ ଲୋକ

ଅମ୍ରିତସର: ପଞ୍ଜାବର ଅମ୍ରିତସର ସ୍ୱର୍ଣ୍ଣ ମନ୍ଦିରର ପବିତ୍ର ସ୍ଥଳରେ ପଶିଥିବା ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଦରବାର ସାହିବର ପବିତ୍ର ଶ୍ରୀ ଗୁରୁଗ୍ରନ୍ଥ ସାହିବ ସ୍ଥଳରେ ଯୁବକ ଜଣଙ୍କ ପଶିଥିଲେ । ଏହାପରେ ସେଠାରେ ଉତ୍ତ୍ୟକ୍ତ ଲୋକ ଉକ୍ତ ଯୁବକଙ୍କୁ ପିଟିପିଟି ମାରି ଦେଇଥିଲେ ।

Shocking Incident At Darbar Sahib Amritsar Golden Temple Man Accused Lynching Death

ପୋଲିସ ସୂଚନା ଅନୁସାରେ, ଉକ୍ତ ଯୁବକ ଜଣଙ୍କ ଘର ଉତ୍ତରପ୍ରଦେଶର । ତାଙ୍କ ବୟସ ୩୦ ବର୍ଷ ହେବ । ମନ୍ଦିରରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାର ଯାଞ୍ଚ କରୁଛି ପୋଲିସ । ଯୁବକ ଜଣଙ୍କ କେତେବେଳେ ମନ୍ଦିରରେ ପ୍ରବେଶ କରିଥିଲେ । ତାକୁ କେତେଜଣ ପିଟିଥିଲେ ପୋଲିସ ତଦନ୍ତ କରୁଛି ।

ଏଣିକି ସ୍ବତନ୍ତ୍ର ବଗିରେ ଟ୍ରେନ୍ ଯାତ୍ରା କରିବେ ମହିଳା

ନୂଆଦିଲ୍ଲୀ: ଦୂରଗାମୀ ଟ୍ରେନରେ ଏଣିକି ମହିଳାଙ୍କ ଲାଗି ରହିବ ସ୍ବତନ୍ତ୍ର ବର୍ଥ । ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଦୂରଗାମୀ ଟ୍ରେନରେ ଏହି ବ୍ୟବସ୍ଥା କରାଯିବା ସହ ଅନ୍ୟାନ୍ୟ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ । ଦୂରଗାମୀ ମେଲ ଓ ଏକ୍ସପ୍ରେସ ଟ୍ରେନ, ଗରିବ ରଥ, ରାଜଧାନୀ ଏକ୍ସପ୍ରେସର ସ୍ଲିପର କୋଚରେ ୬ଟି ବର୍ଥ ମହିଳାଙ୍କ ଲାଗି ସଂରକ୍ଷିତ ରହିବ ।

ଏହା ସହ ପ୍ରତି ସ୍ଲିପର କୋଚର ୬-୭ଟି ଲୋୟର ବର୍ଥ, ଥ୍ରୀ ଟାୟର ଏସି କୋଚର ୪-୫ଟି ଲୋୟର ବର୍ଥ ଏବଂ ୨ ଟାୟର ଏସି କୋଚର ୩-୪ଟି ଲୋୟର ବର୍ଥ ବରିଷ୍ଠ ନାଗରିକ, ୪୫ ବର୍ଷରୁ ଅଧିକ ବୟସର ମହିଳା ଓ ଗର୍ଭବତୀଙ୍କ ଲାଗି ସଂରକ୍ଷିତ ରହିବ । ଟ୍ରେନରେ ମହିଳା ଯାତ୍ରୀଙ୍କ ସୁରକ୍ଷା ଲାଗି ଅନେକ ପଦକ୍ଷେପ ନିଆଯାଇଛି ।

ଆରପିଏଫ, ଜିଆରପି ଓ ଡିଷ୍ଟ୍ରିକ୍ଟ ପୋଲିସ ଯେପରି ମହିଳା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ବ ଦେବେ ସେଥିଲାଗି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ରେଳମନ୍ତ୍ରୀ । ରେଳବାଇ ରେଳଯାତ୍ରାରେ ନୂତନ୍ୱ,ତ ଆଣିବା ପାଇଁ ଆରମ୍ଭ କରିଛି ପ୍ଲାନ ଓ ପ୍ରସ୍ତୁତି  । ଟ୍ରେନରେ ଅନେକ ସମୟରେ ଅସୁବିଧାର ଶିକାର ହେବା ସହ ବିଭିନ୍ନ ବ୍ୟକ୍ତିଗତ ସମସ୍ୟାରେ ପଡ଼ିଥାନ୍ତି  । କିନ୍ତୁ ସ୍ୱତନ୍ତ୍ର ବଗିରେ ଏଣିକି ମହିଳା ଯାତ୍ରା କରିପାରିବେ ବୋଲି ଘୋଷଣା କରିଛନ୍ତି ରେଳମନ୍ତ୍ରୀ  ।

ଚାଷୀ ଆନ୍ଦୋଳନରୁ ରାଜନୀତି, ଗୁରନାମ ଗଢିଲେ ପାର୍ଟି

ଅମୃତସର: ନିର୍ବାଚନ ମୈଦାନକୁ ଓହ୍ଲାଇଲେ ଚାଷୀ ନେତା । ନୂଆ ଦଳ ଗଠନ କରିଛନ୍ତି ଚାଷୀ ନେତା ଗୁରନାମ ସିଂ ଚରୁନୀ । ସଂଯୁକ୍ତ ସଂଘର୍ଷ ପାର୍ଟି ନାମରେ ନୂଆ ଦଳ ଘୋଷଣା କରିଛନ୍ତି ଗୁରନାମ । ବିଧାନସଭା ନିର୍ବାଚନରେ ପଞ୍ଜାବର ସମସ୍ତ ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଗୁରନାମ । ରାଜନୀତି ଏବେ ପ୍ରଦୂଷିତ ହେବାରେ ଲାଗିଛି । ଏହାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ପୁଞ୍ଜିପତିଙ୍କ ପାଇଁ ଏବେ ସମସ୍ତ ରାଜନୈତିକ ଦଳ କାମ କରୁଛନ୍ତି ।

ସାଧାରଣ ଲୋକ, ଗରିବ ଶ୍ରେଣୀର ଲୋକ, ଚାଷୀ ମାନେ ଏବେ ଅନେକ ସମସ୍ୟାରେ ଦିନ କାଟୁଛନ୍ତି । ସେମାନଙ୍କ ପାଇଁ କୌଣସି ସରକାରଙ୍କ ପାଖରେ କିଛି ଭିଜନ୍ ନାହିଁ । ଏଣୁ ସଂଯୁକ୍ତ ସଂଘର୍ଷ ପାର୍ଟି ସାଧାରଣ ଲୋକଙ୍କ ସ୍ବର ହେବ ବୋଲି କହିଛନ୍ତି ଗୁରନାମ । ଭାରତୀୟ କିଷାନ ସଂଘର ହରିଆଣା ମୁଖ୍ୟ ଅଛନ୍ତି ଗୁରନାମ । ଚାଷୀ ଆନ୍ଦୋଳନରେ ଭାଗ ନେଇ ବେଶ ଚର୍ଚ୍ଚାରେ ଥିଲେ ଗୁରନାମ ସିଂ ଚରୁନୀ ।

ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ: ଅଟୋରୁ ସ୍ତ୍ରୀ ଓ ନବଜାତକକୁ ଠେଲିଦେଲା

ସୋର: ମଦୁଆ ସ୍ୱାମୀର ଉନ୍ମକ୍ତ କାଣ୍ଡ । ଚଳନ୍ତା ଅଟୋରୁ ସ୍ତ୍ରୀ ଓ ନବଜାତ ଶିଶୁକୁ ଠେଲି ଦେଇ ଫେରାର ସ୍ୱାମୀ । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନବଜାତ ଶିଶୁ ଓ ମାକୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାକୁ ଆଣିଥିଲେ, ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଔପଦା ବ୍ଲକ୍ କମାରପାଳ ଗରୁଡହତା ଅଞ୍ଚଳର ପ୍ରଦୀପ ଗିରି କେନ୍ଦ୍ରାପଡା ରାଜ କନିକା ଅଞ୍ଚଳର ସଙ୍ଗୀତାଙ୍କୁ ପ୍ରେମ ବିବାହ କରିଥିଲେ । ଗତ ୪ ଦିନ ତଳେ ସୋରସ୍ଥିତ ଏକ ଘରୋଇ ନର୍ସିଂହୋମରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ସଙ୍ଗୀତା । ଆଜି ନର୍ସିଂହୋମରୁ ଡିସଚାର୍ଜ ହୋଇ ଘରକୁ ଫେରୁଥିବା ବେଳେ ସଙ୍ଗୀତାଙ୍କ ବାପ ଘର ଲୋକ ସଙ୍ଗୀତାକୁ କାହିଁକି ଦେଖାକରିବାକୁ ଆସିନଥିଲେ ତାକୁ ନେଇ ସ୍ୱାମୀ ଗାଳିଗୁଲଜ କରିବା ସହ ପ୍ରଦୀପ ଉଭୟ ନବଜାତ ଶିଶୁ ଓ ସ୍ତ୍ରୀକୁ ଚଳନ୍ତା ଅଟୋରୁ ତଳକୁ ଠେଲି ଦେଇଥିଲେ ।

ଯୌତୁକ ଆଣିନଥିଲେ ନାର୍କୋଟିକ୍ସ ଇନସ୍ପେକ୍ଟର , ଲାଞ୍ଚ ନେଇ ବନ୍ଧାହେଲେ..

ଜୟପୁର: ବିବାହରେ ଯୌତୁକ ନେଇନଥିବା ନାର୍କୋଟିକ୍ସ ଇନସ୍ପେକ୍ଟର ଶେଷରେ ଲାଞ୍ଚ ନେଇ ଫସିଗଲେ  । ଏମିତିକି ଜଣେ ନବବିବାହିତ ଦମ୍ପତ୍ତିଙ୍କୁ ଦେଇଥିବା ଗିଫ୍ଟ ବା ଉପହାର ସେତେବେଳେ ବହୁ ଚର୍ଚ୍ଚା ପାଲଟିଥିଲା  । ରାଜସ୍ଥାନର ଝୁନଝୁନ ଜିଲ୍ଲାର ସୁରଜଗଡ଼ ବାସୀନ୍ଦା ହେଉଛନ୍ତି ଅମନ ଫୋଗଟ  । ନିକଟରେ ନବ ଦମ୍ପତ୍ତିକୁ ସେ ଉପହାର ରୂପରେ ଏକ କ୍ରିଟା କାର ପ୍ରଦାନ କରିଥିଲେ  । ଜଣେ ସଚ୍ଚୋଟ କେନ୍ଦ୍ରୀୟ ନିଶା ନିବାରଣ ସଂସ୍ଥାର ଅଧିକାରୀ ଭାବେ ବେଶ ପରିଚିତ ରହିଥିଲେ  । କିନ୍ତୁ ଏକ ମେଡିକାଲ ଷ୍ଟୋର ଅଧିକାରୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ଏବେ ତାଙ୍କ ବ୍ୟକ୍ତିତ୍ୱରେ ଲଗାଇଛି କଳା ଦାଗ  ।

ACB ତଥା ଦୁର୍ନୀତି  ନିବାରଣ ଆୟୋଗର ରିପୋର୍ଟ ମୁତାବକ ତାଙ୍କ ପାଖରେ ଡ଼ିସେମ୍ବର ୬ ତାରିଖରେ ଏକ ମାମଲା ପହଁଚିଥିଲା  । ଯେଉଁଥିରେ ଉଲ୍ଲେଖ ରହିଥିଲା କି ନିଶା ନିବାରଣ ଆୟୋଗର ଇନସ୍ପେକ୍ଟର ଅମନ ଫୋଗଟ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାର ଧମକ ଦେଇଛନ୍ତି  । ଏବଂ ଏହା  ବଦଳରେ ପାଞ୍ଚ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ  । ପରେ ତାଙ୍କ ମୁଲଚାଲ ୨ ଲକ୍ଷରେ ଛିଡ଼ିଛି  । ଏହି ମାମଲା ପାଇବା ପରେ ରାଜସ୍ଥାନ ଦୁର୍ନୀତି ନିବାରଣ ଆୟୋଗ ଅପରେସନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ  ।   ଏହି ଅଭିଯୋଗ ପରେ ଏସିପି କାଲୁରାମ ରାୱତଙ୍କ ନେତୃତ୍ୱରେ ଏସିବି ଏକ ଟିମ ଗଢିଥିଲା ଏବଂ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆରମ୍ଭ କରିଥିଲା ଅପରେସନ  ।

ଅଭିଯୋଗକାରୀ ଉକ୍ତ ଅଧିକାରୀଙ୍କ ଘର ବାହାରେ ରହିଥିବା ବେଳେ ପାଖରେ ଜଗି ରହିଥିଲେ ଦୁନୀର୍ତି ନିବାରଣର ଅଧିକାରୀ  । ଏହି ସମୟରେ ଏକ ମୋଟରସାଇକେଲ ଯୋଗେ ଘରୁ ବାହାରିଥିଲେ ଅମନ ଫୋଗଟ  । ପରେ ଯେଉଁ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ ତାଙ୍କୁ ଗାଡ଼ିରେ ବସାଇ ୧୦ରୁ ୧୫ ମିନିଟ ଏଣେ ତେଣେ ବୁଲିଥିଲେ  । ପରବର୍ତ୍ତୀ ସମୟରେ ତାଙ୍କୁ ଘରକୁ ନେଇ ଯାଇଥିଲେ  । ଏବଂ ଅଭିଯୋଗକାରୀଙ୍କୁ ସାଥିରେ ନେଇ ଏକ ଘରେ ଭିତରେ ପ୍ରବେଶ କରିଥିଲେ ଅମନ । ଏହି ସମୟରେ ବାହାରେ ଜଗିରହିଥିବା ACB ଅଧିକାରୀ କବାଟ ଖୋଲିବା ପାଇଁ କହିଥିଲେ କିନ୍ତୁ ସେ ଖୋଲି ନଥିଲେ  । ବାଧ୍ୟ ହୋଇ ଚଢାଉରେ ଆସିଥିବା ଅଧିକାରୀ ଘରର କବାଟ ଭାଙ୍ଗି ପଶିଥିଲେ  ।

ନାର୍କୋଟିକ୍ସ ଇନସ୍ପେକ୍ଟର ଅମନ ଫୋଗଟଙ୍କ ଠାରୁ ନଗଦ ଦୁଇ ଲକ୍ଷର ନଦଗ ଅର୍ଥ ରାଶି ରେଡ଼ କରିବାରେ ସଫଳ ହୋଇଥିଲେ  । ଏହା ସହିତ ଅଭିଯୁକ୍ତ ଅମନ ଫୋଗଟଙ୍କୁ ଗିରଫ କରିଛି ରାଜସ୍ଥାନ ଦୁନୀର୍ତି ନିବାରଣ ଆୟୋଗ  । ସୂଚନା ମୁତାବକ ଅମନ ଫୋଗଟଙ୍କ ପିତା ସେନାର ଜଣେ ଅବସର ପ୍ରାପ୍ତ ଅଧିକାରୀ  । ଅମନ ଏପରି କାରବାରରେ ସଂଶ୍ଲିଷ୍ଟ ରହିଥିବା କେହି ମଧ୍ୟ ଗ୍ରହଣ କରିପାରୁନାହାଁନ୍ତି  । ତାଙ୍କ ପୁଅ ଲାଞ୍ଚ କାରାବାରରେ ଜଡ଼ିତ ନଥିବା ପ୍ରତିକ୍ରିୟାରେ କହିଛନ୍ତି  । ଞ୍ଚ

ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଯୋଜନା ଅଧିନରେ ୩୧ଲକ୍ଷ ୮ହଜାର ୪୭୧ଗୃହ ନିର୍ମିତ

0

ଭୁବନେଶ୍ୱର: ଗତ ୬ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଅଧିନରେ ମୋଟ  ୩୧.୦୮ ଲକ୍ଷ ଗୃହ ନିର୍ମାଣ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଯୋଜନା ସମ୍ପର୍କିତ ସମୀକ୍ଷା ବୈଠକରୁ ପ୍ରକାଶ ।

ମୁଖ୍ୟ ଶାସନ ସଚିବ ବିଜୁ ପକ୍କା ଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଏବଂ ମତ୍ସ୍ୟଜୀବୀ ବାସଗୃହ ଯୋଜନାର ସମୀକ୍ଷା କରିଛନ୍ତି । ଏଥିସହିତ ପିଭିଟିଜିଏସ୍ ବର୍ଗର ୮ହଜାର ୫୭୫ ପରିବାରଙ୍କୁ ବାସଗୃହ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ବିଭିନ୍ନ ଯୋଜନା ଅଧିନରେ ମୋଟ ୩୧ ଲକ୍ଷ ୦୮ ହଜାର ୪୭୧ ଶହ ଗୃହ ନିର୍ମାଣ କରି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏବଂ ୧ଲକ୍ଷ ୭୫ହଜାର ୯୬୦ ନିର୍ମାଣାଧିନ ରହିଛି । ତେବେ ଏହି ଗୃହ ଗୁଡ଼ିକର ନିର୍ମାଣରେ କୌଣସି ପ୍ରକାର ଅସୁବିଧା ଥିଲେ ତାହାକୁ ଯଥାଶୀଘ୍ର ଦୂର କରିବା ସହ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଗ୍ରାମୀଣ ଆବାସ ଯୋଜନାରେ ୩୯ ହଜାର ୧୯୮ ଜଣ ହିତାଧିକାରୀ ଭୂମିହୀନ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ହଜାର ୩୨୬ପରିବାରଙ୍କୁ ଭୂମି ବଣ୍ଟନ କରାଯାଇଛି । ଅନ୍ୟ କିଛି ଜଣଙ୍କ ମାମଲା ବିଚରାଧିନ ରହିଥିଲା କହିଁକି ନା ସେମାନେ ବିବାଦୀୟ ଜମିରେ ରହୁଥିଲେ । ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ରାଜସ୍ୱ ଅଧିକାରୀଙ୍କୁ କାର୍ଯ୍ୟରେ ତ୍ୱରାନ୍ୱିତ କରିବା ସହ ଉପଲବ୍ଧ ସରକାରୀ ଜମି ଆବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଐତିହାସିକ ତଥ୍ୟ ସମ୍ୱଳିତ ପୁସ୍ତକ ‘ଗଜପତି’ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସରପ୍ରାପ୍ତ ଆଇଆରଏସ୍ ଅଧିକାରୀ ଅଶୋକ ବଳଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଗଜପତି’ ଏ କିଙ୍ଗ ଓ୍ୱିଥ୍ ଆଉଟ କିଙ୍ଗଡମ୍ (ରାଜ୍ୟ ବିହୀନ ରାଜା) ପୁସ୍ତକର ଉନ୍ମୋଚନ କରିଛନ୍ତି । ଯେଉଁଥିରେ ସୂର୍ଯ୍ୟବଂଶୀ ଗଜପତି ମହାରାଜ କପିଳେନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ ଏବେକାର ଗଜପତିଙ୍କ ଇତିହାସ ସମ୍ପର୍କରେ ବର୍ଣ୍ଣିତ । ଗଙ୍ଗ ବଂଶର ରାଜାଙ୍କ ପରେ ମହାରାଜ କପିଳେନ୍ଦ୍ର ଦେବ ପ୍ରଥମ ମହାରାଜ ଭାବେ ଗଜପତି ଉପାଧିରେ ଭୂଷିତ ହୋଇଥିଲେ । ଏବଂ ତାଙ୍କ ଉତ୍ତରାଧିକାରୀମାନେ ଗଜପତି ଭାବେ ସମ୍ୱୋଧିତ ହେଉଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇଆସୁଛି । ଏହି ପୁସ୍ତକରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ବିବେଚିତ ଗଜପତି ମହାରାଜ  ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ସହ ସମ୍ପର୍କ ବାବଦରେ ଉଲ୍ଲେଖ ରହିଛି ।

କପିଳେନ୍ଦ୍ର ଦେବଙ୍କ ସମୟରେ ଓଡ଼ିଶା ଗଙ୍ଗା ଠାରୁ କାବେରୀ ନଦୀ ଯାଏଁ ଲମ୍ୱିଥିଲା । ଏଣୁ ଗଜପତିଙ୍କ ଏହି ପୂର୍ବ ଇତିହାସ ସମ୍ପର୍କରେ ଲୋକେ ଜାଣିବା ଆବଶ୍ୟକ ଏବଂ ଏହା ଲାେକଲଲୋଚନକୁ ଆସିବା ଦରକାର ।  ରାଜ୍ୟର ଏହି ସମ୍ପୃଦ୍ଧ ଇତିହାସ ସମ୍ପର୍କରେ ଛାତ୍ର ଏବଂ ଶିକ୍ଷକ ଓ ସାଧାରଣ ଜନତା ମଧ୍ୟ ଜାଣିବା ଆବଶ୍ୟକ । ଶ୍ରୀ ବଳ ନିଜ ପୁସ୍ତକ ମାଧ୍ୟମରେ ପୂର୍ବ ସୁରୀମାନଙ୍କ ଏହି ଗୌରବମୟ ଗାଥାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଶାନ୍ତିପୂର୍ଣ୍ଣ ରହିଛି ଆଇନ ଶୃଙ୍ଖଳା ପରିସ୍ଥିତି: ମୁଖ୍ୟମନ୍ତ୍ରୀ

ଅନ୍ତିମ ସତ୍କାରକୁ ବିତିଲାଣି ୧୦ ବର୍ଷ, ଏବେ ଜାଣିବାକୁ ପାଇଲେ ପୁଅ ବଞ୍ଚିଛି…

ପାଟନା: ଘରର ବଢିଲା ପୁଅ  । ରୋଜଗାର କଲେ ଘର ଚଲୁଥିଲା  । ସବୁଦିନ ଭଳି ଘରୁ ବାହାରିଯାଇଥିଲେ  ।  ସଂନ୍ଧ୍ୟାରେ ଫେରି ଆସେ  । କିନ୍ତୁ ସେଦିନ ଆଉ ଫେରି ନଥିଲେ  । ଘରେ ଭାବି ନେଇଥିଲୋ ବୋଧେ ହୁଏ ସାଙ୍ଗ ସାଥି ଘରେ ରହିଯାଇଥିବ, କାଲି ଫେରି ଆସିବ  । ତଥାପି ତା ପରଦିନ ମଧ୍ଯ ଫେରି ନଥିଲେ  । ଏମିତି ବି ଯୁବକ ଜଣଙ୍କ ମଝିରେ ମଝିରେ କେଉଁ ଆଡ଼େ ଚାଲିଯାଆନ୍ତି  ଏବଂ ପରେ ଫେରି ଆସନ୍ତି  । କିନ୍ତୁ ଦୀର୍ଘ ଦିନ ବିତିଯିବା ପରେ ମଧ୍ୟ ଘରକୁ ଫେରିନଥିଲେ  । ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ  । ତଥାପି ନିଖୋଜ । ଏମିତିକି ନିଖୋଜ ଘଟଣାକୁ ବର୍ଷେ ବିତିଯାଇଥିଲା  ।

ଜାତୀୟ ଖବରର ରିପୋର୍ଟ ମୁତାବକ ବିବାହରର ବକ୍ସର ଜିଲ୍ଲାର ଚଉସାଖିଲାପୁର ଗାଁର ଛବି  । ସେତେବେଳକୁ ଛବିକୁ ୨୦ ବର୍ଷ   । ଛବି ବିବାହ କରିବା ସହ ଘରେ ତାଙ୍କର ସନ୍ତାନ ମଧ୍ୟ ରହିଥିଲେ  । ଠିକ୍ ସେହି ସମୟରେ ନିଖୋଜ ହୋଇଯାଇଥିଲେ ଛବି  । ପରିବାର ଲୋକେ ଭାବି ନେଇଥିଲେ କି ତାଙ୍କ ପୁତ୍ରର କେଉଁଠି ନା କେଉଁଠି ମୃତ୍ୟୁ ହୋଇଯାଇଛି  । କାରଣ ଯଦି ବା ସେ ଜୀବିତ ରହିଥାନ୍ତା, ତେବେ ଫେରି ଆସିଥାନ୍ତା  । ତେବେ ନିଖୋଜ ଘଟଣାର ବର୍ଷକ ପରେ ପରିବାର ଲୋକେ ତାଙ୍କର ଅନ୍ତିମ ସତ୍କାର କରିଦେଇଥିଲେ  ।  ପରେ ସମୟରେ ଅନ୍ୟ ଜଣେ ପୁରୁଷ ସହ ତାଙ୍କ ପତ୍ନୀଙ୍କର ବିବାହ ହୋଇସାରିଥିଲା  ।

୨୦୧୧ ମସିହାରେ ଘଟିଥିବା ଏହି ଘଟଣାରେ ହଠାତ ଆସିଥିଲା ଟୁଇଷ୍ଟ  ।  ୨୦୨୧ ମସିହାରେ ସ୍ଥାନୀୟ ପୋଲିସ ଏକ ଫଟୋ ଧରି ମୃତ ଛବିଙ୍କ ଘରେ ପହଁଚିଥିଲା  । ଏବଂ ପରିବାର ଲୋକଙ୍କୁ ଫଟୋ ଦେଖାଇଥିଲା, ଏହି ବ୍ୟକ୍ତିଙ୍କୁ ଚିହ୍ନିଛନ୍ତି କି ନାହିଁ ପଚାରିଥିଲା  । ଏହାରି ଭିତରେ ମୃତ ଛବିଙ୍କ ବାପାଙ୍କର ମଧ୍ୟ ମୃତ୍ୟୁ ଘଟିସାରିଥାଏ  । ମାଆ ଏକଦମ୍ ବୃଦ୍ଧ ଅବସ୍ଥାରେ ପହଁଚିସାରିଥାନ୍ତି  । କିନ୍ତୁ ଏହି ୧୦ ବର୍ଷ ପୂର୍ବେ ପୁଅର କ୍ରିୟାକ୍ରମ କରିସାରିଥିବା ପରିବାର ଘଟଣାକୁ ବିଶ୍ୱାସ କରିବାକୁ ସମୟ ନେଇଥିଲେ  । ଥାନାକୁ ଯାଇ ଛବିର ସମସ୍ତ ପ୍ରମାଣପତ୍ର ଦେଖାଇଥିଲେ  । ପୋଲିସ ମଧ୍ୟ ସ୍ପଷ୍ଟ କରିଥିଲା କି, ଏହି ବ୍ୟକ୍ତିଙ୍କ ନାଁ ଛବି, ଏବେ ସେ ଜୀବିତ ଅଛନ୍ତି  । କିନ୍ତୁ ପାକିସ୍ତାନର ଏକ ଜେଲରେ ଅଛନ୍ତି  ।

ଛବିଙ୍କ ମାଆ ଗତି ଦେବୀ କୁହନ୍ତି, ମୋ ପୁଅ ଏବେ ବି ବଞ୍ଚିଛି ବୋଲି ମୁଁ କେବେ ମଧ୍ୟ ଭାବିନଥିଲି  । କାରଣ ଏତେ ଦୀନ ଧରି ସେ ଝଦି ଜୀବିତ ରହିଥାନ୍ତା, ତେବେ ସେ ନିଶ୍ଚେ ଘରକୁ ଫେରିଥାନ୍ତା ବୋଲି ମୋର ଆଶା ବୋଲି କହିଛନ୍ତି ନିଖୋଜ ଛବିଙ୍କ ମାଆ  । ସେପଟେ ବକ୍ସର ପୋଲିସ ତୁରନ୍ତୁ ଛବିଙ୍କୁ ପାକିସ୍ତାନରୁ ଫେରାଇ ଆଣିବା ଲାଗି ପ୍ରଶାସନିକ ସ୍ତରରେ ପ୍ରୟାସ ଆରମ୍ଭ କରିବ ବୋଲି ସୂଚନା ଦେଇଛି  । ପରିବାର ଠାରୁ