spot_img
Home Blog Page 4779

ବର୍ଷକରେ ସାଇବର ଠକ ଲୁଟିଲେଣି ସାଢ଼େ ୬କୋଟିରୁ ଊର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ୱର: ବର୍ଷକରେ ସାଇବର ଲୁଟେରା ଲୁଟିଛନ୍ତି  ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା । ଗୋଲଡେନ ପିରିୟଡ଼ରେ ବ୍ଲକ ହୋଇ ଫେରି ପାରିଛି ୧ କୋଟି ୪୮ ଲକ୍ଷ ୧୧ ହଜାର୮୭୦ ଟଙ୍କା  । ଭୁବନେଶ୍ୱର ସାଇବର ସେଲରେ ମୋଟ ୬୭ଟି  ମାମଲା ରୁଜୁ ହୋଇଛି  । ୧୩ଅଭିଯୁକ୍ତ ଗିରଫ ହୋଇଥିବା ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ବାର୍ଷିକ ରିପୋର୍ଟରେ ପ୍ରକାଶ କରାଯାଇଛି । ଗୃହ ମନ୍ତ୍ରାଳୟର ସାଇବର ସେଫକୁ ସମସ୍ତ ଫ୍ରଡ଼ କଲ ନମ୍ବର ପଠାଇଛି ପୋଲିସ  । ତେବେ ସାଇବର ଫ୍ରଡ ନେଇ ଟୋଲ ଫ୍ରି ନମ୍ବରକୁ ଭୁବନେଶ୍ୱରରୁ ଆସିଛି ୨୮୭୨ କଲ ।

ଭୁବନେଶ୍ୱର ବାହାରୁ ଆସିଛି ସାଢ଼େ ୩ ହଜାର କଲ  । ପଞ୍ଜାବ , ରାଜସ୍ଥାନ , ଗୁଡ଼ଗାଓ ଓ ବ୍ୟାଙ୍ଗଲୋରରୁ ବି ଆସିଛି  ଅଧିକାଂଶ ଫ୍ରଡ଼ କଲ  । ଏନେଇ ଗୁଗୁଲ ମ୍ୟାପିଂରୁ ସାଇବର ଠକଙ୍କ ଲୋକେସନ ଟ୍ରାକ କରିଛି କମିଶନରେଟ ପୋଲିସ ।  ଭୁବନେଶ୍ୱରରେ ଜମତାରା ଗ୍ୟାଙ୍ଗ ସକ୍ରିୟ ରହିଥିବା ସୂଚନା ଦେଇଛି ପୋଲିସ  । any ଡେସ୍କ ଆପ୍ଲିକେସନ ଡାଉନଲୋଡ଼ କଲେ ଅଧିକ ଠକେଇ ହେଉଥିବା ଜଣାପଡ଼ିଛି । ଏନେଇ କୌଣସି ମେସେଜ ଆସିଲେ ଏହି ଆପ ଡାଉନଲୋଡ଼ ନକରିବାକୁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଦୈନିକ ଓମିକ୍ରନ୍ ସଂକ୍ରମଣ ୫୦ ହଜାର ଛୁଇଁପାରେ

ଓକିଲଙ୍କୁ ହତ୍ୟା ପାଇଁ କୋର୍ଟରେ ବିସ୍ଫୋରଣ ଘଟାଇଥିଲେ DRDO ବୈଜ୍ଞାନିକ

ନୂଆଦିଲ୍ଲୀ: ଦିଲ୍ଲୀ ରୋହିଣୀ କୋର୍ଟରେ ଘଟିଥିବା ବିସ୍ଫୋରଣର ପର୍ଦ୍ଦାଫାସ୍ । ଜଣେ ଓକିଲଙ୍କୁ ହତ୍ୟା କରିବା ଲାଗି ଏହି ବିସ୍ଫୋରଣ ଘଟାଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଡିଆରଡିଓର ଜଣେ ବୈଜ୍ଞାନିକ । ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ । ଗତ ୯ ତାରିଖରେ ଦିଲ୍ଲୀ ରୋହିଣୀ ଡିଷ୍ଟ୍ରିକ୍ଟ କୋର୍ଟରେ ଏହି ବିସ୍ଫୋରଣ ଘଟିଥିଲା । ଜଣେ ଓକିଲ ତାଙ୍କ ମାମଲାର ଶୁଣାଣି କରିବା ଲାଗି ଆସିବା ପୂର୍ବରୁ ଏହି ବିସ୍ଫୋରଣ ଘଟିଥିଲା । ତେବେ ସୌଭାଗ୍ୟବଶତଃ ସେ ରକ୍ଷା ପାଇଯାଇଥିଲେ କିନ୍ତୁ ଏହି ବିସ୍ଫୋରଣରେ ଜଣେ ପୋଲିସ ଆହତ ହୋଇଥିଲେ ।

ତଦନ୍ତରୁ ଜଣା ପଡିଛି କି ଅଭିଯୁକ୍ତ ବୈଜ୍ଞାନିକଙ୍କ ବିରୋଧରେ ଉକ୍ତ ଓକିଲ ୧୦ରୁ ଅଧିକ ମାମଲା ରୁଜୁ କରିଥିବାରୁ ଉତ୍ତ୍ୟକ୍ତ ହୋଇ ବୈଜ୍ଞାନିକ ଏହି ପଦକ୍ଷେପ ନେଇଥିଲେ । ଓକିଲଙ୍କୁ ମାରିବା ଲାଗି DRDO ବୈଜ୍ଞାନିକ ଯୋଜନା କରିଥିଲେ ଏବଂ ନିଜେ ତିଆରି କରିଥିବା ଏକ ଟିଫିନ୍ ବୋମାକୁ ୧୦୨ ନମ୍ବର କୋର୍ଟ ରୁମରେ ରଖିଥିଲେ । ସେ ଏକ ବ୍ୟାଗରେ ବିସ୍ଫୋରକ ଆଣିଥିବାର ଫୁଟେଜ ସିସିଟିଭିରେ କଏଦ ହୋଇଥିଲା । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ ବିଭିନ୍ନ ତଥ୍ୟ ପ୍ରମାଣକୁ ଆଧାର କରି ଉକ୍ତ ବୈଜ୍ଞାନିକଙ୍କୁ ଗିରଫ କରିଥିଲେ । ପୂର୍ବରୁ ଗତ ସେପ୍ଟେମ୍ବର ୨୪ରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଯୋଗୀଙ୍କୁ ରୋହିଣୀ କୋର୍ଟରୁମରେ ଗୁଳି କରିଥିଲେ ଦୁଇ ଜଣ ଦୁର୍ବୃତ୍ତ ।

ମାତୃଗର୍ଭରେ ୬ ମାସ ରହିଥିଲେ ବରୁୁଣ ସିଂ, ଜନ୍ମ ପରେ ମୃତ୍ୟୁ ସହ ଲଢୁଥିଲେ

ନନ୍ଦିଘୋଷ ବ୍ୟୁରୋ: ଗ୍ରୁପ କ୍ୟାପଟେନ ବରୁଣ ସିଂ  । ଗର୍ଭରେ ଥିବାବେଳେ ମଧ୍ୟ ମୃତ୍ୟୁ ସହ ଲଢୁଥିଲେ ।  ମାତୃ ଗର୍ଭରେ ମାତ୍ର ୬ ମାସ ରହିବା ପରେ ଜନ୍ମ ନେଇଥିଲେ । ବଞ୍ଚିବାର ଆଶା କ୍ଷୀଣ । କେବଳ ଭଗବାନ ହିଁ ଶାହା ବୋଲି କହିସାରିଥିଲେ ଡାକ୍ତର  । ବରୁଣ ମୃତ୍ୟୁ ସହ ସଂଗ୍ରାମ ଆରମ୍ଭ କରିଥିଲେ  । ଶେଷରେ ସେ ସିକନ୍ଦର ବନିଥିଲେ  । କିନ୍ତୁ ଜୀବନର ୪୨ ବର୍ଷ ପରେ ପୁଣି ହାରିଗଲେ  । ଏକଥା ଜଣେ ମାଆର.. ଯେଉଁ ମାଆ ପୁଅର ଜନ୍ମବେଳେ ଆଶା ତୁଟାଇ ସାରିଥିଲା  । ଆଜି ସେଇ ମାଆ ପୁଅର କୋକେଇ ପାଖରେ ଅତୀତକୁ ଆଖିର ଲୁହରେ ଭିଜାଉଛି  ।

କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା  । କିନ୍ତୁ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା  । ଘଟଣାର ୮ ଦିନ ପରେ ଚିକିତ୍ସାଦିନ ଅବସ୍ଥାରେ ଆଖି ବୁଜିଥିଲେ  । ଗୁରୁବାର ବରୁଣଙ୍କ ପାର୍ଥୀବ ଶରୀର ଭୋପାଳସ୍ଥିତ ବାସଭବନରେ ପହଁଚିଥିଲା । ପୁରା ସହରର ଲୋକ ବରୁଣଙ୍କ ଶେଷ ଦର୍ଶନ ପାଇଁ ପାଗଳପ୍ରାୟ  । ମୁଖ୍ୟମନ୍ତ୍ରୀ ମଧ୍ୟ ବରୁଣଙ୍କ ଶବ ଶୋଭାଯାତ୍ରାରେ ଚାଲିଥିଲେ । ଯବାନ ପୁଅର ମୁହ୍ଁ ଦେଖିବା ପାଇଁ ବୁଢୀ ମାଆ ମଧ୍ୟ ଆଖିର ଲୁହକୁ ପଣତରେ ପୋଛି ବାହାରିଥିଲା  । ବରୁଣଙ୍କ ମାଆ ଉମା ସିଂ ବୋହୂର କାନ୍ଧରେ ହାତ ଥୋଇ କହିଥିଲେ, ତୁ ତ ବୀରଙ୍ଗନା  ।

ଏକ ଗଣମାଧ୍ୟରେ ପ୍ରତିକ୍ରିୟା ରଖି ମା ଉମା ସିଂ କହିଥିଲେ, ପିଲାଦିନେ ପାଠ ପଢିବା ନେଇ ବରୁଣ ଉପରେ କୌଣସି ଚାପ ରଖାଯାଉନଥିଲା  । ସେ ଦିନେ କହିଥିଲା ମାଆ ମୁଁ ହେଲିକପ୍ଟର ଚଳାଇବି  । ପରେ ବରୁଣ ଆରମ୍ଭ କରିଥିଲେ ଉଡ଼ିବାର ପ୍ରୟାସ  । ଭାରତୀୟ ବାୟୁସେନାରେ ସାଜିଥିଲେ ବାୟୁବୀର  । ବରୁଣଙ୍କ ସାହାସ ଏବଂ ସାମ୍ୟର୍ଥ ହିଁ ତାଙ୍କୁ ପ୍ରଦାନ କରିଥିଲା ଶୌର୍ଯ୍ୟ ଚକ୍ର  । ଏମିତିକି ତାଙ୍କର ଜଣେ ସାଥି ଯବାନ କହିଛନ୍ତି, ବରୁଣ ଯେତେବେଳେ ତେଜସ ଉଡ଼ାଉଥିଲା  । ସେତେବେଳେ ତା ଫାଇଟର ଜେଟର ଇଞ୍ଜିନରେ ଖରାପ ହୋଇଯାଇଥିଲା  । କିଛି ଅପଗ୍ରେଡସନ ଯୋଗୁଁ ତେଜସରେ ବିଭ୍ରାଟ ସୃଷ୍ଟି ହୋଇଥିଲା  । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଫ୍ଲାଇଟ୍ କଣ୍ଟ୍ରୋଲ୍ ସିଷ୍ଟମ୍ ଏବଂ ପ୍ରେସରାଇଜେସନ୍ ସିଷ୍ଟମରେ ଏକ ବଡ଼ ଉନ୍ନତି ପରେ ସେମାନେ ଏଲସିଏ ତେଜସ୍ ଉଡାଉଛନ୍ତି । ଏହି ସମୟରେ ଉଚ୍ଚତର କକ୍ପିଟ୍ ଚାପ ବିଫଳ ହୋଇଥିଲା।

୧୧ ହଜାର ଫୁଟ ଉପରେ ଉଡ଼ାଣ ଭିରିଥାନ୍ତି କ୍ୟାପଟେନ ବରୁଣ । ଯୋଗାଯୋଗରେ ଥିବା ଅଧିକାରୀ ସଂକେତ ଦେଇଥିଲେ ଯେ, ବରୁଣ ତୁମେ ପାରାସୁଟ ଯୋଗେଁ ଜେଟରୁ ବାହାରିଯାଅ   । କିନ୍ତୁ ଦେଶର ସମ୍ପତିକୁ ଓ ସେନାର ତେଜସକୁ ଛାଡ଼ିନଥିଲେ ବରୁଣ  । ଖରାପ ଇଞ୍ଜିନ ସ୍ୱତେ ସୁରକ୍ଷିତ ଅବତରଣ କରିବାରେ ସଫଳ ହୋଇଥିଲେ  । ଆଖି ଖୋଲିବାର ପ୍ରଥମ ଦିନରେ ମୃତ୍ୟୁକୁ ଦେଖିଥିବା ବରୁଣ, ଡିସେମ୍ବର ୧୫ ତାରିଖରେ ଆଖିବୁଜିଛନ୍ତି  । ଶୁକ୍ରବାର ଭୋପାଳରେ ବିଶ୍ରାମ ଘାଟରେ ତାଙ୍କର ଅନ୍ତିମ ସତ୍କାର ହୋଇଛି  । ହେଲେ ବାୟୁବୀର ବରୁଣଙ୍କ ବୀରତ୍ୱ ସମଗ୍ର ଦେଶବାସୀଙ୍କୁ ସାଲ୍ୟୁଟ କରିବା ପାଇଁ ବାଧ୍ୟ କରୁଛି…

ରାଜ୍ୟରେ ଦୈନିକ ଓମିକ୍ରନ୍ ସଂକ୍ରମଣ ୫୦ ହଜାର ଛୁଇଁପାରେ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ଓମିକ୍ରନ ସଂକ୍ରମଣ ୫୦ହଜାର ଛୁଇଁବା ଆଶଙ୍କା । ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପହିଲା ବେଳକୁ ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଦେଶରେ ଦୈନିକ ୨୦ ଲକ୍ଷରୁ ୨୪ଲକ୍ଷ ଲୋକ ସଂକ୍ରମିତ ହେବା ଆଶଙ୍କା ରହିଛି । ଓମିକ୍ରନ ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଛି ।

ଓମିକ୍ରନ ଚିହ୍ନଟ ବ୍ୟକ୍ତିଙ୍କ ଶରୀରରେ ୪ଟି ନୂଆ ଲକ୍ଷଣ ଦେଖାଦେଉଛି । ସ୍ୱାଦ ଓ ଘ୍ରାଣ ଶକ୍ତି ଯାଉନି, ଅଧିକ ଜ୍ୱର, ଥଣ୍ଡା ବି ହେଉନି । ଗଳା କୁଣ୍ଡେଇ ହେବା, ହାଲିଆ ଲାଗିବା, ମୁଣ୍ଡବିନ୍ଧା ହେବା ଓ ଥଣ୍ଡାକାଶ ଲାଗି ରହିବା । ଟିକା ନେଇ ନଥିବା ବ୍ୟକ୍ତି ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଭିଡ଼ ଜମାଇବା ନାହିଁ, ଗହଳିକୁ ଗଲେ କୋଭିଡ ଅନୁରୂପ ନିୟମ କଡ଼ାକଡ଼ି ମାନନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଅନ୍ୟପକ୍ଷରେ କଟକରେ ସନ୍ଦିଗ୍ଧ ଓମିକ୍ରନ ରୋଗୀ ସାମ୍ନାକୁ ଆସିବା ପ୍ରସଙ୍ଗରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ଦେଇଛନ୍ତି । ଜଣେ ନାଇଜେରିଆ ଫେରନ୍ତାଙ୍କ ପିଜିଟିଭ ନେଇ ଖବର ଆସିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃର୍କ୍ତ ବ୍ୟକ୍ତି ଜଗତସିଂହପୁର ଆସି କଟକ ଆସିଥିଲେ। ଏପର୍ଯ୍ୟନ୍ତ ବିଦେଶରୁ ଫେରିଥିବା ୧୦୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପରୀକ୍ଷା କରାଯାଇଛି। କଟକ ମେରିଆ ବଜ଼ାରର ଏକ ପରିବାରରେ ୭ଜଣ ପଜିଟିଭ ଆସିଥିବା ସିଡ଼ିଏମଓଙ୍କ ସୂଚନା। ତେବେ ପୁରା ଦେଶରେ ଏବେ ଓମିକ୍ରନ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କଟକରେ ଓମିକ୍ରନ୍‌ ସନ୍ଦିଗ୍ଧ ମନରେ ଛନକା ଆଣିଛି। । ତେବେ ଏଯାବତ୍ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତ ରାଜ୍ୟରେ ଚିହ୍ନଟ ହୋଇନଥିଲେ ସୁଦ୍ଧା ଓଡ଼ିଶାରେ ଓମିକ୍ରନ ସଂକ୍ରମଣ ବଢ଼ିବା ସୁନିଶ୍ଚିତ ବୋଲି ବିଶେଷଜ୍ଞ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଖଣ୍ଡଗିରି ଏମ୍ସ ରୋଡ୍‌ରେ ସିରିଜି ଚୋରି, ୪ଟି ଔଷଧ ଦୋକାନରୁ ୧୦ ଲକ୍ଷ ଟଙ୍କା ଲୁଟ

ଆହତ ରୋହିତଙ୍କ ସ୍ଥାନ ନେଲେ ରାହୁଲ, ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ହେଲେ ଉପ-ଅଧିନାୟକ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ଏହି ସିରିଜ ପାଇଁ ଭାରତୀୟ ଟେଷ୍ଟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇସାରିଛି । ଏହି ଗସ୍ତରେ ଉପ-ଅଧିନାୟକ ଭାବରେ ଆଜିଙ୍କେ ରାହାଣେଙ୍କ ପରିବର୍ତ୍ତେ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦ ମିଳିଥିଲା । କିନ୍ତୁ ରୋହିତ ଶର୍ମା ଆହତ କାରଣରୁ ଏହି ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି । ରୋହିତଙ୍କ ଅନୁପସ୍ଥିତିରେ ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କୁ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଭାବରେ ଦାୟିତ୍ୱ ଦିଆଯାଇଛି ।

ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ କେଏଲ ରାହୁଲଙ୍କୁ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଟେଷ୍ଟ ସିରିଜରେ ଉପଅଧିନାୟକ ପଦରେ ନିଯୁକ୍ତି କରିଛି । ଏହା ସହିତ ରୋହିତଙ୍କ ଅନୁପସ୍ଥିତିରେ ରାହୁଲ ଓ ମୟଙ୍କ ଡିସେମ୍ବର ୨୬ରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚରେ ଓପନିଂ କରିବେ । ରୋହିତଙ୍କ ଅନୁପସ୍ଥିତିରେ ଚୟନ କର୍ତ୍ତା ପ୍ରିୟଙ୍କ ପଞ୍ଛଲଙ୍କୁ ଦଳରେ ସ୍ଥାନ ଦେଇଛନ୍ତି । ଟେଷ୍ଟ ଦଳରେ ଆଜିଙ୍କେ ରାହାଣେଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳରେ ଉପ ଅଧିନାୟକ ପଦରେ ନିଯୁକ୍ତି ଦିଆଯାଇଥିଲା । ସେହିପରି ଭାବରେ ଦିନିକିଆ ଓ ଟି-୨୦ରେ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରେ ନିଯୁକ୍ତି ଦିଆଯାଇଛି । ଆହତ କାରଣରୁ ଯଦି ରୋହିତ ଦିନିକିଆ ସିରିଜରୁ ବାଦ୍ ପଡ଼ନ୍ତି ତେବେ ଦିନିକିଆ ସିରିଜରେ କେଏଲ ରାହୁଲ ଅଧିନାୟକତ୍ୱ କରିପାରନ୍ତି ।

 

‘ଅଗ୍ନି ପ୍ରାଇମ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ; ଲକ୍ଷ୍ୟଭେଦ କ୍ଷମତା ୨ ହଜାର କିଲୋମିଟର

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦ ଆଗେଇଲା ଭାରତ । ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରି ପ୍ରତିଦିନ ଭାରତ ଆଣବିକ କ୍ଷେତ୍ରରେ ତା’ର ଶକ୍ତି ବୃଦ୍ଧି କରୁଛି । ଓଡ଼ିଶାର ଭଦ୍ରକସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଣବିକ କ୍ଷମତା ସମ୍ପନ୍ନ ‘ଅଗ୍ନି ପ୍ରାଇମ’ ମିସାଇଲର ସଫଳ ପରୀକ୍ଷଣ  କରାଯାଇଛି ।

ଅଗ୍ନି ପ୍ରାଇମ ମିସାଇଲ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହୋଇଛି । ଏହି ମିସାଇଲକୁ ଡିଆରଡିଓ ପକ୍ଷରୁ ନିର୍ମାଣ କରାଯାଇଛି । ଏହି ମିସାଇଲରେ ଅନେକ ପ୍ରକାର ନୂଆ ଫିଚର ଯୋଡା ଯାଇଥିବା ଡିଆରଡିଓ ପକ୍ଷରୁ ସୂଚନା ମିଳିଛି  । ଅଗ୍ନି ପ୍ରାଇମ ମିସାଇଲର ଲକ୍ଷ୍ୟ ଭେଦ କ୍ଷମତା ୧୦୦୦ରୁ ୨୦୦୦ କିଲୋମିଟରର କ୍ଷମତା ରହିଛି  ।

ଡିଆରଡିଓ ଏହି ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଗ୍ନି ପ୍ରାଇମରେ ଅନେକ ଅତ୍ୟାଧୁନିକ ଫିଚର ରହିଥିବା ନେଇ ଡିଆରଡିଓ ସୂଚନା ଦେଇଛି । ୪ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୪ ମିସାଇଲ ଓ ୫ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୫ର ପ୍ରଯୁକ୍ତି ସହ ଏହାର ନିର୍ମାଣ କରାଯାଇଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଯୁଦ୍ଧ ଜାହଜଗୁଡିକୁ ଅଗ୍ନି-ପ୍ରାଇମ ଜରିଆରେ ଟାର୍ଗେଟ କରାଯାଇପାରିବ ।

କଟକରେ ଓମିକ୍ରନ୍‌ ସନ୍ଦିଗ୍ଧ, ପଜିଟିଭ ହୋଇଥିବା ବ୍ୟକ୍ତି ନାଇଜେରିଆରୁ ଫେରିଥିଲେ

କଟକ: କଟକରେ ସନ୍ଦିଗ୍ଧ ଓମିକ୍ରନ ରୋଗୀ ସାମ୍ନାକୁ ଆସିବା ପ୍ରସଙ୍ଗ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା। ଜଣେ ନାଇଜେରିଆ ଫେରନ୍ତାଙ୍କ ପିଜିଟିଭ ନେଇ ଖବର ଆସିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃର୍କ୍ତ ବ୍ୟକ୍ତି ଜଗତସିଂହପୁର ଆସି କଟକ ଆସିଥିଲେ। ଏପର୍ଯ୍ୟନ୍ତ ବିଦେଶରୁ ଫେରିଥିବା ୧୦୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପରୀକ୍ଷା କରାଯାଇଛି। କଟକ ମେରିଆ ବଜ଼ାରର ଏକ ପରିବାରରେ ୭ଜଣ ପଜିଟିଭ ଆସିଥିବା ସିଡ଼ିଏମଓଙ୍କ ସୂଚନା। ତେବେ ପୁରା ଦେଶରେ ଏବେ ଓମିକ୍ରନ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କଟକରେ ଓମିକ୍ରନ୍‌ ସନ୍ଦିଗ୍ଧ ମନରେ ଛନକା ଆଣିଛି।

ଅଗ୍ନି ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ, ୨ ହଜାର କିଲୋମିଟର ଯାଏ ଲକ୍ଷ୍ୟଭେଦ କ୍ଷମତା

ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ସଶକ୍ତ ହେଉଛି ଭାରତ । ଆଜି ଧାମରା ଅବଦୁଲ୍ କାଲାମ ଦ୍ୱୀପରୁ ଭାରତ ଆଣବିକ କ୍ଷମତାସମ୍ପନ୍ନ ଅଗ୍ନି ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ନୂଆ ଜେନେରେସନ ଆଡଭାନ୍ସଡ ମିସାଇଲ୍ ୧ ହଜାରରୁ ୨ ହଜାର କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରହିଛି ।

ଏଥିରେ ଅନେକ ପ୍ରକାର ନୂଆ ଫିଚର ଯୋଡ଼ା ଯାଇଥିବା ଡିଆରଡିଓ ପକ୍ଷରୁ ସୂଚନା ରହିଛି । ଡିଆରଡିଓର ଏହି ସଫଳ ପରୀକ୍ଷଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅଗ୍ନି ପ୍ରାଇମରେ ଅନେକ ଅତ୍ୟାଧୁନିକ ଫିଚର ରହିଥିବା ନେଇ ଡିଆରଡିଓ ସୂଚନା ଦେଇଛି ।

୪ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୪ ଓ ୫ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୫ର ପ୍ରଯୁକ୍ତି ସହ ଏହାର କାରିଗରୀ ରହିଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଯୁଦ୍ଧ ଜାହଜ ଗୁଡ଼ିକୁ ଅଗ୍ନି-ପି ଜରିଆରେ ଟାର୍ଗେଟ କରାଯାଇପାରିବ ।

ନିର୍ବାଚନ ପୂର୍ବରୁ ରେଡ, SP ନେତାଙ୍କ ଘରେ ଆୟକର ବିଭାଗର ଛାନଭିନ୍

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ୟୁପି ନିର୍ବାଚନ ପୂର୍ବରୁ ହୋଇଛି ଆୟକର ବିଭାଗର ରେଡ । ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟିର ରାଷ୍ଟ୍ରିୟ ସମ୍ପାଦକ ତଥା ମୁଖପାତ୍ର ରାଜୀବ ରାୟଙ୍କ ଘରେ ଆୟକର ରେଡ । ଉତ୍ତରପ୍ରଦେଶ ମାଉ ଜିଲ୍ଲାରେ ଥିବା ରାଜୀବଙ୍କ ବାସଭବନରେ ଏହି ରେଡ ହୋଇଛି । ରାଜୀବ ହେଉଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହଯୋଗୀ ଏବଂ ସମାଜବାଦୀ ପାର୍ଟିର ରାଷ୍ଟ୍ରିୟ ସମ୍ପାଦକ ।

ରାଜୀବ ରାୟଙ୍କ ବ୍ୟତୀତ ମଇନପୁରୀରେ ଥିବା ଅନ୍ୟ ଜଣେ ସମାଜବାଦୀ ପାର୍ଟି ନେତାଙ୍କ ଘରେ ଆଇଟି ରେଡ ହୋଇଛି । କର୍ଣ୍ଣାଟକରେ ରାଜୀବଙ୍କ କେତେକ ଶିକ୍ଷାନୁଷ୍ଠାନ ରହିଛି । ପ୍ରତିକ୍ରିୟାରେ ରାଜୀବ କହିଛନ୍ତି କି କର୍ଣ୍ଣାଟକରେ ତାଙ୍କର କିଛି ଶିକ୍ଷାନୁଷ୍ଠାନ ରହିଛି । ତାଙ୍କର କୌଣସି କଳା ଧନ ନାହିଁ କିମ୍ବା ଅପରାଧିକ ପୃଷ୍ଠଭୂମି ନାହିଁ । ରାଜନୈତିକ ଅସୂୟାଭାବ ରଖି ଏହି ରେଡ୍ କରାଯାଇଛି । ଗତ ୨୦୧୪ରେ ରାଜୀବ ରାୟ ଘୋସୀ ଲୋକସଭା ଆସନରୁ ପ୍ରାର୍ଥି ହୋଇଥିଲେ । ସେ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ଥିବା ସହ ପାର୍ଟିର ମୁଖପାତ୍ର ଅଛନ୍ତି । ୨୦୧୨ରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଆସିବା ମୂଳରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେପଟେ ଅଖିଳେଶଙ୍କ ଅନ୍ୟତମ ସହଯୋଗୀ ତଥା ଯାଦବ ପରିବାରର ସମ୍ପର୍କୀୟ ମନୋଜ ଯାଦବଙ୍କ ଘରେ ମଧ୍ୟ ଆଇଟି ରେଡ ହୋଇଛି । ତାଙ୍କର ଆରସିଏଲ ଗ୍ରୁପ ଅଫ କମ୍ପାନୀ ରହିଛି । ଉତ୍ତରପ୍ରଦେଶରେ ଆରମ୍ଭ ହୋଇଥିବା କେତେକ ପ୍ରକଳ୍ପକୁ ନେଇ ସେ ସମାଲୋଚନା କରିଥିଲେ । ଯେଉଁଥି ପାଇଁ ତାଙ୍କ ଘରେ ଆଇଟି ରେଡ ହୋଇଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ଖଣ୍ଡଗିରି ଏମ୍ସ ରୋଡ୍‌ରେ ସିରିଜି ଚୋରି, ୪ଟି ଔଷଧ ଦୋକାନରୁ ୧୦ ଲକ୍ଷ ଟଙ୍କା ଲୁଟ

ଭୁବନେଶ୍ୱର: ଖଣ୍ଡଗିରି ଏମ୍ସ ରୋଡ୍‌ରେ ସିରିଜି ଚୋରି। ୪ଟି ମେଡ଼ିସିନ ଦୋକାନରୁ ନଗଦ ୩ ଲକ୍ଷ ଓ ଔଷଧ ଚୋରି ହୋଇଛି। ନଗଦ ଟଙ୍କା ଓ ଔଷଦ ମିସାଇଲେ ୧୦ ଲକ୍ଷ ଟଙ୍କା ହେବ। ଗତକାଲି ବିଳମ୍ବିତ ରାତିରେ ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ସଟର ଭାଙ୍ଗି ଲୁଟ କରିଛନ୍ତି ଲୁଟେରା। ଏଲଇସିଡି ଏବଂ ସିସିଟିଭି କ୍ୟାମେରା ମଧ୍ୟ ଏକ ଦୋକାନରୁ ଲୁଟ କରିଛନ୍ତି। ପୋଲିସ୍‌କୁ ବାରମ୍ବାର ଚ୍ୟାଲେଞ୍ଚ ଦେଉଛନ୍ତି ଲୁଟେରା। ଯଦି ଦେଖିବା କିଛିଦିନ ତଳେ ସିଆର୍‌ପି ଛକର କିଛି ସୁନା ଦୋକାନରୁ ଲୁଟ ହୋଇଥିଲା ସୁନା। ଯେଉଁ ଲୁଟେରା ମାନଙ୍କୁ ଏପର୍ଯ୍ୟନ୍ତ ଧରିନାହିଁ ପୋଲିସ୍‌। ଆଉ ତାହାର କିଛି ଦିନ ପରେ ପୁଣି ସିରିଜ ଲୁଟ। ପୋଲିସ୍‌ର ପେଟ୍ରୋଲିଂ କମ୍‌ ଥିବାରୁ ଏଭଳି ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକେ। ତେବେ ଟଙ୍କା ସହ ବେବି ଫୁଡ ହର୍ଲିକ୍ସ ମଧ୍ୟ ଚୋରୀ କରିଛନ୍ତି।