spot_img
Home Blog Page 4784

ଗେଷ୍ଟ ହାଉସ୍ ଛାଡ଼ିଲେ ଡିମ୍ପଲ

ବ୍ରହ୍ମପୁର: ନା ନା କହି ଶେଷରେ ଆସିକା ଚିନିକଳ ଗେଷ୍ଟ ହାଉସ୍ ଛାଡ଼ିଲେ ବ୍ରହ୍ମପୁର ବୋହୂ ଡିମ୍ପଲ । ପିଟିସନର ଶୁଣାଣି ପାଇଁ ଗଲେ ବ୍ରହ୍ମପୁର କୋର୍ଟ । ସ୍ବାମୀଙ୍କ ସହିତ ଶାଶୂଘରେ ରହିବାକୁ ପିଟିସନ ଦାଖଲ କରିଛନ୍ତି ଡିମ୍ପଲ। ଏନେଇ କିଛି ସମୟ ପରେ ଶୁଣାଣି ହେବ। ସୁମିତଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ପକ୍ଷ ରଖିବେ।

ଗେଷ୍ଟ ହାଉସ ଛାଡ଼ିବା ନେଇ ଡିମ୍ପଲ କହିଛନ୍ତି, ‘ବାହାଘର ପରେ ବାପଘର ପର ହୋଇଯାଇଛି। ଏବେ ଶାଶୂଘର ହିଁ ମୋ ପରିଚୟ। ଶାଶୂଘରେ ସ୍ବାମୀଙ୍କ ସହିତ ରହିବା ହିଁ ମୋ ନିଷ୍ପତ୍ତି। ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି । କୋର୍ଟଙ୍କ ନିର୍ଦ୍ଦେଶ ମାନି ଚଳୁଛି ମୋ ସପକ୍ଷରେ ରାୟ ଆସିବାକୁ ଆଶା ରଖିଛି ।’

ବ୍ରହ୍ମପୁରର ଏହି ହାଇ ପ୍ରୋଫାଇଲ ଶାଶୁଘର କଳି କିଛିଦିନ ହେବ ରାଜ୍ୟରେ ଚର୍ଚ୍ଚାରେ ରହି ଆସିଛି । ପ୍ରତିଦିନ କିଛି ନା କିଛି ନୂଆ ଟୁଇଷ୍ଟ ଡିମ୍ପଲ-ସୁମିତ କଳିରେ ଯୋଡ଼ି ହେବାରେ ଲାଗିଛି ।

ଶାଶୁଘରେ ରହିବା ଦାବିରେ ଡିମ୍ପଲଙ୍କ ସୁମିତଙ୍କ ଘର ଆଗରେ ଧାରଣାରେ ବସିବାରୁ ଆରମ୍ଭ ହୋଇଥିବା ଏହି ହାଇ ପ୍ରୋଫାଇଲ ଝଗଡ଼ାର ଚର୍ଚ୍ଚା । ସୁମିତଙ୍କ ଘର ଆଗରେ ଧାରଣାରେ ବସିବା ସହ ସେଠାରେ ମାଣ ବସାଇଥିଲେ ଡିମ୍ପଲ । ଘଟଣା ଥାନାକୁ ଯାଇଥିଲା । ସେଠାରେ ସୁମିତଙ୍କ ସହ ରହିବାକୁ ଡିମ୍ପଲ ଦାବି କରିଥିଲେ । ଏହାପରେ ମାମଲା କୋର୍ଟକୁ ଯାଇଥିଲା । କୋର୍ଟ ଦୁଇ ପକ୍ଷଙ୍କୁ ଶୁଣିବା ପରେ ସ୍ବାମୀ-ସ୍ତ୍ରୀଙ୍କୁ ୭ ଦିନ ଏକାଠି ରହିବାକୁ କହିଥିଲେ । ଏହାସହ ଡିମ୍ପଲଙ୍କ ସମସ୍ତ ଖର୍ଚ୍ଚ ବହନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସୁମିତ ଏକ ଭଡ଼ା ଘର ନେଇ ଡିମ୍ପଲଙ୍କ ସହ ରହିଥିଲେ । ୭ ଦିନ ରହିବା ପରେ ପୁଣି କୋର୍ଟରେ ହାଜର ହୋଇଥିଲେ । ଆଉ ୭ ଦିନ ଏକାଠି ରହିବାକୁ କୋର୍ଟ ପୁଣି ନିର୍ଦ୍ଦେଶ ଦେଇଥିଲେ । ଏହି ସମୟ ସୀମା ମଧ୍ୟରେ ସୁମିତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ତାଙ୍କୁ ଛାଡ଼ି କେଉଁଆଡେ ଚାଲି ଯାଇଥିବା ଡିମ୍ପଲ ଅଭିଯୋଗ କରିଥିଲେ । ଏମିତି କି ତାଙ୍କ ଦେହ ଖରାପ ଥିଲେ ବି ତାଙ୍କ ପାଖରେ ରହି ନଥିବା ଡିମ୍ପଲ କହିଥିଲେ । ଯାହାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଗତକାଲି ସୁମିତ ଏକ ଅଡ଼ିଓ ରିଲିଜ କରିଥିଲେ । ଡିମ୍ପଲ ତାଙ୍କୁ ବରବାଦ କରି ଦେଲେ ବୋଲି ଏଥିରେ ସୁମିତି କହୁଥିବା ଶୁଣିବାକୁ ମିଳୁଛି । ସେ ଫେରାର ହୋଇ ନଥିବା କହିବା ସହ ମାନସିକ ଓ ଶାରୀରିକ ଭାବେ ଅସୁସ୍ଥ ଥିବା କହିଛନ୍ତି । ଏହାସହ ଡିମ୍ପଲ ମତେ ବରବାଦ କରିଦେଲାଣି । ୭ ଦିନ ରହିବା ପରେ ମଧ୍ୟ ସମ୍ପର୍କ କିଛି ବଢିନି ବୋଲି କହିଥିଲେ ।

ଆଇପିଏସ ଅଫିସରଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କା ଚୂନ ଲଗାଇଲା ସାଇବର ଠକ

ଭୁବନେଶ୍ବର: ସାଇବର ଠକଙ୍କ ଜାଲରେ ପୁଣି ଜଣେ ବଡ଼ ଅଫିସର । ଆଇପିଏଓ ଅଫିସରଙ୍କ ପତ୍ନୀଙ୍କୁ ଚୂନ ଲଗାଇଲେ ସାଇବର ଅପରାଧୀ । ଆକାଉଣ୍ଟରୁ ଉଡ଼ାଇ ନେଲେ ୧୦ ଲକ୍ଷ ଟଙ୍କା । ଆଇପିଏସ ଅଫିସର ସୁଶାନ୍ତ ନାଥଙ୍କ ପତ୍ନୀ ଡାକ୍ତର ଅନୁଜା ତ୍ରିପାଠୀ ହୋଇଛନ୍ତି ଲୁଟର ଶିକାର ।

ଅନୁଜାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ସାଇବର ଠକ ଟଙ୍କା ଲୁଟିଥିବା ସନ୍ଦେହ କରାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଦୁଇ ବର୍ଷ ହେଲା ବିଭିନ୍ନ ପର୍ଯ୍ୟାୟରେ ଠକ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଏନେଇ କ୍ରାଇବ୍ରାଞ୍ଚରେ ଅଭିଯୋଗ କରିଛନ୍ତି ଡାକ୍ତର ଅନୁଜା ତ୍ରିପାଠୀ । କ୍ରାଇମବ୍ରାଞ୍ଚ ସାଇବର ଥାନା ଘଟଣାର ତଦନ୍ତ ଆରମ୍ଭ କରିଛି ।

ଦୂର ହେବ କଟକର ଜଳବନ୍ଦୀ ସମସ୍ୟା

0

ଆଠଗଡ଼: ଆଉ କଟକରେ ଜଳବନ୍ଦୀ ଭଳି ସମସ୍ୟା ସୃଷ୍ଟି ହେବନି । ଶୀଘ୍ର ଦୂର ହେବ କଟକବାସୀଙ୍କ ଏହି ସମସ୍ୟା । ପଟ୍ଟାନାଳଠାରୁ ମାତୃଭବନ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟରରୁ ଊର୍ଦ୍ଧ୍ବ ମୁଖ୍ୟନାଳକୁ ବକ୍ସ ଡ୍ରେନରେ ପରିଣତ କରାଯିବ । ଏଥିପାଇଁ ରାଜ୍ୟ ସରକାର ୪୫୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ।

ଡ୍ରେନ୍‌ ଉପରେ ଦୁଇ ଲେନର ରାସ୍ତା ମଧ୍ୟ ନିର୍ମାଣ କରାଯିବ । ଯାହା ଫଳରେ କଟକ ସହରରେ ଭିଡ଼ କମିବ  । ପଟ୍ଟାପୋଲଠାରୁ ବଜ୍ରକବାଟି ପର୍ଯ୍ୟନ୍ତ ୧୮ ଶହ ୫୦ ମିଟର କାର୍ଯ୍ୟ ସାରିଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ ୧୫ ଶହ ୫୦ ମିଟର କାର୍ଯ୍ୟ ଆରମ୍ଭ କରାଯାଇଛି । ଏହା ଏକ ବର୍ଷ ମଧ୍ୟରେ ସରିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଦୀର୍ଘଦିନ ସମସ୍ୟାର ସମାଧାନ ହେବାକୁ ଯାଉଥିବାରୁ ପ୍ରକଳ୍ପକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ

ଢାକା: ଜାଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଯୁଦ୍ଧ କ୍ଷେତ୍ରରେ ନୁହେଁ ହକି ପଡ଼ିଆରେ । ଏସିଆନ ହକି ଚାମ୍ପିୟନ୍ସ ଟ୍ରଫିର ହାଇ ଭୋଲଟେଜ୍‌ ଲଢ଼େଇ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ । ଅପରାହ୍ନ ୩ ଟାରେ ଖେଳାଯିବ ମ୍ୟାଚ ।

ମ୍ୟାଚ୍ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ କୋରିଆ ବିପକ୍ଷରେ ମ୍ୟାଚ ଡ୍ର ରଖିଥିବା ବେଳେ, ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ୯-୦ ଗୋଲରେ ପରାସ୍ତ କରି ଦୃଢ ସ୍ଥିତିରେ ଅଛି ଭାରତ । ଆସନ୍ତା ୨୧ରେ ସେମିଫାଇନାଲ୍ ଓ ୨୨ତାରିଖରେ ଫାଇନାଲ ଖେଳାଯିବ । ପୂର୍ବରୁ ୩ ଥର ଏସିଆନ ଚାମ୍ପିୟନ୍ସ ଟ୍ରଫି ହାତେଇଛି ଭାରତ ।

ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାମ ଘରେ ଘରେ ପହଞ୍ଚାଇବାକୁ ଶପଥ ନେଲେ ବିଜେଡି ଯୁବ କର୍ମୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଘରେ ଘରେ ପହଞ୍ଚିବ । ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡି ଯୁବ ଓ ଛାତ୍ର ସଂଗଠନ କର୍ମକର୍ତ୍ତା । ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ବ ସମ୍ମିଳନୀରେ ନେଲେ ଶପଥ । ରାଜ୍ୟସ୍ତରୀୟ ନେତା କରାଇଲେ ଶପଥ ପାଠ ।

ବରମୁଣ୍ଡା ପଡ଼ିଆରେ ଚାଲିଥିବା କାର୍ଯ୍ୟକ୍ରମରେ ବିଜେଡିର ଆଗ ଧାଡିର ନେତା ସାମିଲ ହୋଇଛନ୍ତି । ଏଥିରେ ଯୁବ ଓ ଛାତ୍ରଙ୍କୁ ଗୁରୁମନ୍ତ୍ର ଦିଆଯାଉଛି । ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଗାଁ ଗାଁ ବୁଲି ବିଜେଡି ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଯୁବ ଓ ଛାତ୍ରଙ୍କୁ ଦାୟିତ୍ବ ବଣ୍ଟନ କରାଯିବ । ସେହିପରି ନେତୃତ୍ବ ସମ୍ମିଳନୀ ଜରିଆରେ ପୌର ନିର୍ବାଚନ ପାଇଁ ବି ଛାତ୍ର ଓ ଯୁବକଙ୍କୁ ପ୍ରସ୍ତୁତ କରିବ ଦଳ । ଓ୍ବାର୍ଡ ଗୁଡ଼ିକରେ ସଂଗଠନ ଅଧିକ ମଜବୁତ କରିବାରେ ପ୍ରମୁଖ ଭୂମିକା ନେବେ ଛାତ୍ର ଓ ଯୁବ ନେତା ।

କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ବିଜେଡି ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ, ବରିଷ୍ଠ ନେତା ଅରୂପ ପଟ୍ଟନାୟକ, ବିଧାୟକ ଅନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ । କାର୍ଯ୍ୟକ୍ରମରେ ଭୁବନେଶ୍ବର ଶତାଧିକ ଯୁବ ଓ ଛାତ୍ର କର୍ମୀ ଯୋଗ ଦେଇ ଶପଥ ପାଠ କରିଛନ୍ତି ।

ଦେଶର ପ୍ରଥମ ସୋଲାର୍ ସିଷ୍ଟମ୍ ଗାଁ: ସମ୍ବଲପୁରର ଚାରପାଲି, ଗଲା ବୁଣାକାରଙ୍କ ଦୁଃଖ

ସମ୍ବଲପୁର: ସୌରଶକ୍ତିରେ ଜଳୁଛି ବଲ୍ । ବୁଲୁଛି ଫୋନ ଓ ଚାର୍ଜ ହେଉଛି ମୋବାଇଲ । ସମସ୍ତ ବୈଦ୍ୟୁତିକ ବ୍ୟବହାର ହେଉଛି ସୋଲାର ସିଷ୍ଟମରୁ । ଘରେ ଘରେ ଜଳୁଛି ବିଜୁଳି ଆଲୁଅ । ଏ ଦେଉଛି ସମ୍ବଲପୁରର ଚାରପାଲି ଗାଁ । ଦେଶର ପ୍ରଥମ ସୋଲାର ସିଷ୍ଟମ ଗାଁ ଭାବେ ହେଉଛି ପରିଗଣିତ । ଦୂର ହୋଇଛି ଗାଁର ବୁଣାକାରଙ୍କ ଦୀର୍ଘଦିନର ବିଦ୍ୟୁତ୍ ସମସ୍ୟା ।

ଘରେ ଘରେ ବିଜୁଳି ଆଲୋକ । ସୌରଶକ୍ତିରେ ଜଳୁଛି ବଲ୍ବ । ସୋଲାର ପ୍ୟାନେଲ ସିଷ୍ଟମ ଯୋଗୁଁ ଲୋକଙ୍କ ସମସ୍ୟା ଦୂର ହୋଇଛି । ୪୦ରୁ ଅଧିକ ବୁଣାକାର ବିନା ବିଜୁଳି ସମସ୍ୟାରେ କାମ କରିପାରୁଛନ୍ତି । ବୁଣାକାରମାନଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ସହାୟକ ହୋଇଛି ସେଲକୋ ଫାଉଣ୍ଡେସନ । ସ୍ଥାନୀୟ ବିଧାୟକ ଇଂ ରୋହିତ ପୂଜାରୀଙ୍କ ଅନୁରୋଧ କ୍ରମେ ଏହି ସଂସ୍ଥା ପୂରା ଗାଁକୁ ସୋଲାର ପ୍ୟାନେଲ ସିଷ୍ଟମ କରିଛି । ଯାହା ଦେଶର ପ୍ରଥମ ସୌର ଶକ୍ତିରେ ପରିଚାଳିତ ଗାଁ ରୂପେ ପରିଗଣିତ ହୋଇଛି ।

ସୋଲାର ସିଷ୍ଟମରେ ବୁଣାକାରଙ୍କୁ ସହାୟକ ହୋଇଥିବା ବେଳେ ରାତ୍ରି ସମୟରେ ଜଙ୍ଗଲୀ ଜନ୍ତୁଙ୍କ ଭୟ ମଧ୍ୟ କମିଛି । ଯାହାକୁ ନେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି ଲୋକେ ।

ଦୂର ହେବ ଦୁଃଖ, ମୁଖ୍ୟମନ୍ତ୍ରୀ ଦେବେ ଭେଟି

ଲମତାପୁଟ/ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟର ବ୍ଲକର ୫ ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତବାସୀଙ୍କୁ କୋଲାବ ନଦୀ ବ୍ରିଜ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘଦିନର ସମସ୍ୟା ଦୂର ହେବାକୁ ଯାଉଥିବାରୁ ଅଞ୍ଚଳବାସୀଙ୍କୁ ଖୁସି କହିଲେ ନସରେ । ପଞ୍ଚାୟତବାସୀଙ୍କ ପାଇଁ ବାଧକ ଥିଲା କୋଲାବ ନଦୀ । ଜୀବନ ଜୀବିକା ପାଇଁ ପ୍ରତିଦିନ ଏମାନଙ୍କୁ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେବାକୁ ପଡୁଥିଲା । ନଦୀ ଉପରେ ଏବେ ହାଇ ଲେବଲ ବ୍ରିଜ୍ ନିର୍ଣାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୁଃଖ ବୁଝିଛନ୍ତି ନବୀନ । ତିଆରି ହେବ ଲମତାପୁଟ କୋଲାବ ନଦୀ ବ୍ରିଜ । ୫ ପଞ୍ଚାୟତବାସୀଙ୍କ ପାଇଁ ରାସ୍ତ ପାଲଟିବ ଲାଇଫ ଲାଇନ୍ । ଲମତାପୁର ବ୍ଲକର ମୁଖ୍ୟତଃ କୁମାରଗଞ୍ଜନା, ବନମାଳିପୁଟ, ଓମବେଲ ଓ ଟିକରପଡା ପଞ୍ଚାୟତର ଲୋକଙ୍କ ଦୁଖଃ ଥିଲା କୋଲାବ ନଦୀ । ଏହି ସମସ୍ତ ପଞ୍ଚାୟତରେ ପ୍ରାୟ ୨୦ ହଜାର ଲୋକେ ବସବାସ କରନ୍ତି । ହେଲେ  ଜୀବନକୁ ପାଣି ଛଡାଇ ପ୍ରତିଦିନ ଏହି ନଦୀ ଦେଇ ଦେଶୀ ଡଙ୍ଗାରେ ଯାତାୟତ କରନ୍ତି ଅଞ୍ଚଳବାସୀ । ବର୍ଷା ଦିନେ ଏହି ଦୁଃଖ ଦ୍ବିଗୁଣିତ ହୋଇଯାଏ । ସାପ୍ତହିକ ହାଟ ପାଇଁ ନଦୀ ପାର ନକଲେ ନଚଳେ । ଫଳରେ ନଦୀ ଉପରେ ଏକ ପୋଲ ନିର୍ଣାଣ ପାଇଁ ବହୁବାର ଦାବି କରିଆସୁଥିଲେ ଲୋକେ । ମୁଖ୍ୟମନ୍ତ୍ରୀ ଏହି ବ୍ରିଜ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି । ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ ।

ଗତ ନଭେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା କହିଛନ୍ତି କୋରାପୁଟ ବିଧାୟକ ରଘୁରାମ ପଡାଲ । ସେପଟେ ବ୍ରିଜ୍ ନିର୍ମାଣ ପାଇଁ ୫୬ କୋଟି ୯୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ୯୦୦ ମିଟର ଦୀର୍ଘ ବ୍ରିଜ୍ ସାଙ୍ଗକୁ ଆପ୍ରୋଚ ରୋଡ ଆଉ ୯୦୦ ମିଟର କରାଯିବା ନେଇ ସୂଚନା ଦେଇଛନ୍ତି ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ।

ବ୍ରିଜ୍ ନିର୍ମାଣ ହେଲେ ଏହି ବିଛିନ୍ନାଞ୍ଚଳର ଜଳବନ୍ଦୀ ଗ୍ରାମଗୁଡିକୁ ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ପାଇଁ ବେଶ ସୁବିଧା ହୋଇପାରିବ ।

ଚାଷୀଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ

ଉଦଳା: ପୁଣି ହାତୀ-ମଣିଷ ଲଢ଼େଇ । ଗଲା ମଣିଷ ଜୀବନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ କରଞ୍ଜନାଳ ନିକଟରେ ଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ । ଜଣେ ଗରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ମଧୁସୂଦନ ହୋ ।

ଧାନବିଲରେ କାମ ସାରି ଫେରିବା ବେଳେ ମଧୁସୂଦନ ଓ ସାଲକାଙ୍କୁ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ମଧୁସୂଦନଙ୍କୁ କଚାଡି ମାରି ଦେଇଥିଲା ହାତୀ । ବନ ବିଭାଗ ତରଫରୁ ମୃତକଙ୍କ ପରିବାରକୁ ପ୍ରାଥମିକ ଭାବେ ୪୦ ହଜାର ଓ ପରେ ୩ ଲକ୍ଷ ୬୦ ହଜାର ଟଙ୍କା ଦିଆଯିବ ବୋଲି ବନ ବିଭାଗ ସୂଚନା ଦିଆଯାଇଛି ।

ପାଇକ ବିଦ୍ରୋହକୁ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ପାଇକ ସମାବେଶ

ଖୋର୍ଦ୍ଧା: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦିଅ । ଏମିତି ଦାବିରେ ଖୋର୍ଦ୍ଧା ବରୁଣେଇ ପୀଠରେ ବିରାଟ ପାଇକ ସମାବେଶ । କେନ୍ଦ୍ର ସରକାର ନିଷ୍ପତ୍ତି ବିରୋଧରେ ପାଇକ ପୁଅଙ୍କ ରଣ ହୁଙ୍କାର । ଓଡ଼ିଶା ବୀର ମହାସଂଘ ଆନୁକୂଲ୍ୟରେ ଖୋର୍ଦ୍ଧାର ବରୁଣେଇ ପୀଠରେ ଆରମ୍ଭ ହୋଇଛି ବିରାଟ ପାଇକ ସମାବେଶ ।

ଗଂଜାମ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୁଳ ଓ ତାଳଚେର ସମେତ ବିଭିନ୍ନ ପ୍ରାନ୍ତରୁ ପାଇକଙ୍କ ମେଳି । ବରୁଣେଇଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ସମାବେଶକୁ ପାଇକ ଶୋଭାଯାତ୍ରା । ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ଏବଂ ପାଇକ ସ୍ମାରକୀ ନିର୍ମାଣ ପ୍ରସ୍ତାବିତ ସ୍ଥାନକୁ ବିନା ମୂଲ୍ୟରେ ଯୋଗାଇ ଦେବାକୁ ଦାବି କରାଯାଇଛି । ବରୁଣେଇ ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ । ପଞ୍ଚ ପାଇକ, ଖୋର୍ଦ୍ଧା ସହର, ଜାତୀୟ ରାଜପଥ ଦେଇ ଭୁବନେଶ୍ବରରେ ପହଞ୍ଚିବ। ଶୋଭାଯାତ୍ରାରେ ପାଇକଙ୍କ ଦାୟଦ, ବୁଦ୍ଧିଜୀବୀ ଓ ସ୍ଥାନୀୟ ନେତୃତ୍ବ ସାମିଲ ହୋଇଛନ୍ତି।

ଏନଡିଏ ପରୀକ୍ଷାରେ ୧,୦୦୨ ମହିଳାଙ୍କ ସଫଳତା

ନୂଆଦିଲ୍ଲୀ: ଭାରତୀୟ ସେନାରେ ନାରୀ ଶକ୍ତିଙ୍କୁ ସାମିଲ କରାଯିବା ପରେ ଏଥିପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି । ପୁରୁଷଙ୍କ ପରି ମହିଳା ମଧ୍ୟ ଦେଶ ସୁରକ୍ଷା ପାଇଁ ବହୁ ସଂଖ୍ୟାରେ ଆଗେଇ ଆସୁଛନ୍ତି । ପ୍ରଥମ ଥର ଲାଗି ନ୍ୟାସନାଲ ଡିଫେନସ ଏକାଡେମି ବା ଏନଡିଏରେ ସଫଳତା ଲାଭ କରିଛନ୍ତି ୧ ହଜାର ୨ ଜଣ ମହିଳା ପ୍ରାର୍ଥୀ । ଗତ ନଭେମ୍ବର ୧୪ରେ ଅନୁଷ୍ଠିତ କେନ୍ଦ୍ର ଲୋକସେବା ଆୟୋଗ ବା ୟୁପିଏସସି ପରୀକ୍ଷାରେ ମହିଳା ପ୍ରାର୍ଥୀ ଏହି ସଫଳତା ହାସଲ କରିଛନ୍ତି ।

ବର୍ତ୍ତମାନ ସର୍ଭିସ ସିଲେକ୍ସନ ବୋର୍ଡ ପରୀକ୍ଷାର ସମ୍ମୁଖୀନ ହେବା ସହ ସେମାନଙ୍କର ମେଡିକାଲ ଟେଷ୍ଟ କରାଯିବ । ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ ଆସନ୍ତାବର୍ଷର ଏନଡିଏ କୋର୍ସ ପାଇଁ ମନୋନୀତ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ସେନା, ନୌସେନା ଓ ଭାରତୀୟ ବାୟୁସେନାରେ ଅଫିସର ଭାବେ ନିଯୁକ୍ତି ଦିଆଯିବ । ସେଥିରୁ ସର୍ବାଧିକ ୧୦ ଜଣଙ୍କୁ ସେନାରେ ସାମିଲ କରାଯିବ । ଆସନ୍ତାବର୍ଷ ଏନଡିଏ ମୋଟ ୪୦୦ କ୍ୟାଡେଟଙ୍କୁ ଗ୍ରହଣ କରିବ ଏବଂ ସେମାନଙ୍କ ମଧ୍ୟରୁ କେବଳ ସେନାରେ ୨୦୮ କ୍ୟାଡେଟଙ୍କୁ ସାମିଲ କରାଯିବ । ଏହି ୨୦୮ କ୍ୟାଡେଟଙ୍କ ଭିତରେ ୧୦ ଜଣ ମହିଳାଙ୍କୁ ସୁଯୋଗ ଦିଆଯିବ । ସେହିପରି ନୌସେନାରେ ୪୨ କ୍ୟାଡେଟଙ୍କୁ ଗ୍ରହଣ କରାଯିବ । ଯେଉଁଥିରେ ୩ ଜଣ ରହିବେ ମହିଳା କ୍ୟାଡେଟ । ବାୟୁସେନାରେ ୧୨୦ କ୍ୟାଡେଟଙ୍କୁ ସାମିଲ କରାଯିବ, ଯେଉଁଥିରେ ମହିଳା କ୍ୟାଡେଟ ରହିବେ ୬ ଜଣ ।

ଏନଡିଏରେ ସାମିଲ ହେବାଲାଗି ମୋଟ ୫ ଲକ୍ଷ ୭୫ ହଜାର ୮୫୬ ପ୍ରାର୍ଥୀ ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୧ ଲକ୍ଷ ୭୭ ହଜାର ୬୫୪ । ପରିବର୍ତ୍ତିତ ନିୟମ ଅନୁସାରେ ମହିଳା ଇନଷ୍ଟ୍ରକ୍ଟର, ଡାକ୍ତର, ଗାଏନେକୋଲୋଜିଷ୍ଟ ଓ ଅନ୍ୟାନ୍ୟ ଷ୍ଟାଫଙ୍କୁ ପ୍ରଥମଥର ଲାଗି ନିଯୁକ୍ତି ଦିଆଯିବ । ୧୯୫୫ରେ ପୁଣେର ଖାଦାକ୍ବାସଲାରେ ପ୍ରତିଷ୍ଠିତ ଏନଡିଏରେ ୧୮ଟି ସ୍କ୍ବାଡ୍ରନ ରହିଛି । ପ୍ରତି ସ୍କ୍ବାଡ୍ରନରେ ୧୨୦ ଜଣ କ୍ୟାଡେଟ ରହିଛନ୍ତି । ପ୍ରତିଷ୍ଠାନରେ ମୋଟ ୨ ହଜାର ୨୦ ଜଣ କ୍ୟାଡେଟ ରହିଛନ୍ତି । ଗତ ସେପ୍ଟେମ୍ବରରେ ମହିଳାଙ୍କୁ ଏନଡିଏରେ ନେବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ୧୫୦ ମହିଳାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଏନଡିଏରେ ନିଆଯିବାର ସମ୍ଭାବନା ରହିଛି ।