spot_img
Home Blog Page 4814

କୋହଲା ପାଗକୁ ଝିପିଝିପି ବର୍ଷା

ଭୁବନେଶ୍ବର: ରାଜ୍ୟରେ କୋହଲା ପାଗ ସାଙ୍ଗକୁ କିଛି ସ୍ଥାନେ ସ୍ଥାନେ ଝିପି ବର୍ଷା ଲାଗି ରହିଛି । ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ମଧ୍ୟରେ ଟ୍ରପ ଲାଇନ ସୃଷ୍ଟି ହୋଇଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଢେଙ୍କାନାଳ, କନ୍ଧମାଳ ଏବଂ ରାୟଗଡାରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ସକାଳ ସୁଦ୍ଧା ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

୧୨ ତାରିଖ ପରେ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସହ ବଢିବ ଶୀତ । ଏବେ ରାଜ୍ୟରେ ବର୍ଷା ଜାରି ରହିଥିବାରୁ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବଢିଛି । ଫଳରେ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ହେବା ସହ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

୧୯ ହଜାର ୮୩୩ କୋଟି ଟଙ୍କାର ବ୍ୟୟବରାଦ ବିଲରେ ଲାଗିବ ମୋହର

ଭୁବନେଶ୍ବର: ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁର ବିଲ । ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ସରକାର ସମୁଦାୟ ୧୯ ହଜାର ୮୩୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଯାହା ଉପରେ ଆଜି ମୋହର ବାଜିବ ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସାଧାରଣ, ସାମାଜିକ ଓ ରାଜସ୍ବ କ୍ଷେତ୍ରର ସିଏଜି ରିପୋର୍ଟ ଉପସ୍ଥାପନ କରିବେ । ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାର୍ଷିକ ରିପୋର୍ଟ, ରାଜ୍ୟ ପରିବହନ ନିଗମର ବାର୍ଷିକ ରିପୋର୍ଟ, ଜିଲ୍ଲା ଖଣିଜ ପାଣ୍ଠିର ବାର୍ଷିକ ରିପୋର୍ଟ ବିଭାଗୀୟ ମନ୍ତ୍ରୀ ଉପସ୍ଥାପନ କରିବେ । ଗୁରୁବାର ସବୁ ବିଭାଗର ଖର୍ଚ୍ଚ ଦାବି ଗିଲେଟିନ ମାଧ୍ୟମରେ ପାରିତ ହୋଇଥିବା ବେଳେ କେବଳ ପଞ୍ଚାୟତରାଜ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିତ ହୋଇଥିଲା ।

ଆଜି ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ପ୍ରଶ୍ନକାଳ ରହିଛି । ରାଜସ୍ବ, ବିପର୍ଯ୍ୟୟ ପରିଚାଳନା, ଏସି ଏସଟି ବିକାଶ, ଶିଳ୍ପ, କ୍ରୀଡ଼ା ସହ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ପ୍ରଶ୍ନକାଳ ରହିଛି । ୯ଦିନ ଧରି ବିରୋଧୀଙ୍କ ଅସହଯୋଗ ଫଳରେ ବିଧାନସଭା ଧୋଇ ହୋଇଯାଇଥିବା ବେଳେ, ଆଜି ଗୃହ ସ୍ବାଭାବିକ ହେବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି  । ଶୀତ ଅଧିବେଶନ ଆରମ୍ଭରୁ ବିରୋଧୀ ଗୃହକୁ ନଚଳେଇ ଦେବା ପାଇଁ ପଣ କରିଛନ୍ତି ।

ଆଜି ପଞ୍ଚଭୂତରେ ବିଲୀନ ହେବେ CDS ବିପିନ ରାଓ୍ୱତ

ନୂଆଦିଲ୍ଲୀ: ଆଜି ପଞ୍ଚଭୂତରେ ବିଲୀନ ହେବ ବୀର ଯୋଦ୍ଧା ସିଡିଏସ ବିପିନ ରାଓ୍ୱତଙ୍କ ମରଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ । ଅନ୍ତିମ ସଂସ୍କାର ପୂର୍ବରୁ ଜେନେରାଲ ରାଓ୍ୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ମରଶରୀର ସେମାନଙ୍କ ସରକାରୀ ବାସଭବନ ଦିଲ୍ଲୀର ୩-କାମରାଜ ମାର୍ଗକୁ ନିଆଯିବ । ତାଙ୍କ ସରକାରୀ ବାସଭବନରେ ଶେଷ ଦର୍ଶନରେ ବହୁ ବିଶିଷ୍ଠ ବ୍ୟକ୍ତି ସାମିଲ ହେବେ । ଶୁକ୍ରବାର ଦିନ ୧୧ ରୁ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ଲୋକ ବିପିନ ରାଓ୍ୱତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇପାରିବେ । ସେହିପରି ୧୨.୩୦ ରୁ ୧.୩୦ ପର୍ଯ୍ୟନ୍ତ ସେନା ଅଧିକାରୀମାନେ ଜେନେରାଲ ବିପିନ ରାଓ୍ୱତଙ୍କୁ ଅନ୍ତିମ ଦର୍ଶନ କରିବେ । ବିପିନ ରାଓ୍ୱତଙ୍କ ଅନ୍ତିମ ଦର୍ଶନ ପରେ ଆଜି ଅପରାହ୍ଣ ୪ଟାରେ ଧୌଲା କୂଆଁରେ ହେବ ଶେଷକୃତ୍ୟ ।

 

ଗତକାଲି ରାତିରେ ପାଲମ ଏୟାରବେସ୍‌ରେ ବିପିନ ରାୱତଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ସମାରୋହ ହୋଇଥିଲା । ବୀର ଯୋଦ୍ଧାଙ୍କୁ ଶେଷ ସଲାମ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, NSA ଅଜିତ ଡୋଭାଲ ଓ ତିନି ସେନାର ମୁଖ୍ୟ ସହିଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପାଲମ ଏୟାରବେସରେ ପହଞ୍ଚିଥିଲେ ।

 

ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କ ସହ ଅନ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ତିନି ସେନାର ପ୍ରମୁଖ୍ୟ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାମିଲନାଡୁର ସୁଲୁର ଏୟାରବେସ୍‌ରୁ ସ୍ୱତନ୍ତ୍ର ବିମାନ ଯୋଗେ ସିଡିଏସ୍‌ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ୧୧ ବୀର ଯବାନଙ୍କ ମୃତଦେହକୁ ଦିଲ୍ଲୀର ପାଲମ ଏୟାରବେସ୍‌କୁ ଅଣାଯାଇଛି । ସେଠାରେ ମୋଦି ପହଞ୍ଚି ଜେନେରାଲ ରାୱତଙ୍କ ସମେତ ଅନ୍ୟ ଯବାନମାନଙ୍କୁ ଶେଷ ବିଦାୟ ଜଣାଇଛନ୍ତି ।

PM Narendra Modi Pays Tribute To Late CDS Gen Bipin Rawat & Other Martyrs

ସମସ୍ତଙ୍କ ପାର୍ଥିବ ଶରୀରରେ ପୁଷ୍ପ ଦେଇ ବୀରଙ୍କ ସଦଗତି କାମନା କରିଛନ୍ତି । ସେମାନଙ୍କ ପରିବାର ଲୋକଙ୍କ ସହ ମଧ୍ୟ କଥା ହୋଇଛନ୍ତି । ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ପାଲମ ଏୟାରବେସ୍‌କୁ ଆସି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

PM Narendra Modi Pays Tribute To Late CDS Gen Bipin Rawat & Other Martyrs

ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ବିମାନ ପାଲମ ଏୟାରବେସ୍‌ରେ ପହଞ୍ଚିବା ପରେ ପ୍ରଥମେ ଜେନେରାଲ ରାୱତଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ଦିଆଯାଇ ବାହାରକୁ ଅଣାଯାଇଥିଲା । ଏହାପରେ ଜଣଙ୍କ ପରେ ଜଣେ ଯବାନଙ୍କ ମରଶରୀରକୁ ବିମାନରୁ କଢ଼ା ଯାଇଥିଲା । ଏହି ସମୟରେ ଏୟାରବେସରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆସନ୍ତାକାଲି ଶେଷକୃତ୍ୟ ହେବ ।

ମାଓ ଅଞ୍ଚଳରେ ଆଉ ଏକ କ୍ୟାମ୍ପ ପ୍ରତିଷ୍ଠା କଲା ବିଏସଏଫ୍

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ବିଏସଏଫର ଆଉ ଏକ କ୍ୟାମ୍ପ । ମାଲକାନଗିରିର ଘନବେଡ଼ାରେ ଓଡ଼ିଶା ପୋଲିସ ଓ ବିଏସଏଫ୍ ପକ୍ଷରୁ ଆଉ ଏକ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । କ୍ୟାମ୍ପ ପ୍ରତିଷ୍ଠା ପାଇଁ ବିଏସଏଫକୁ ସାହାଯ୍ୟ ସହଯୋଗ କରିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ ।

 

ଏନେଇ ଓଡ଼ିଶା ପୋଲିସ ଓ ବିଏସଏଫକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାଭିମାନ ଅଞ୍ଚଳର ଘନବେଡ଼ାରେ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମିର ଦ୍ରୁତ ବିକାଶ ସହ ନକ୍ସଲଙ୍କ ମୁକାବିଲା ହୋଇ ପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବରିଷ୍ଠ ଅଭିନେତା ମିହିର ଦାସ ଗୁରୁତର

କଟକ: ବରିଷ୍ଠ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ସେ ଏବେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ କିଡନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଗତ ୭ ତାରିଖରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଆଇସିୟୁରେ ଅଛନ୍ତି । ତାଙ୍କ ଅବସ୍ଥା ସ୍ଥିର ଥିଲେ ମଧ୍ୟ ସଂକଟାପର୍ଣ୍ଣ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ସପ୍ତାହରେ ତିନି ଥର ଡାଏଲିସସ କରାଯାଉଛି ।

ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୬ ମସିହା ଫେବ୍ରୁଆରି ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର ଦାସ । ପିଲାଟି ଦିନରୁ ଅଭିନୟ ଥିଲା ତାଙ୍କ ନିଶା ଓ ପେଶା । ସେ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଛନ୍ତି ।

Senior Actor Mihir Das Health Condition Critical

ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଲକ୍ଷ୍ମୀ ପ୍ରତିମା, ଟାର୍ଗେଟ୍, ଗୁଣ୍ଡା, ମାଇଁ ଲଭ ଷ୍ଟୋରୀ, ପହିଲି ରାଜା, ଚୋରି ଚୋରି ମନ ଚୋରି, ବାଜି, ଧଉଳି ଏକ୍ସପ୍ରେସ୍ ଅନ୍ୟତମ । ଚଳଚ୍ଚିତ ବ୍ୟତୀତ୍ ମିହିର ଦାସ ଅନେକ ଟିଭି କାର୍ଯ୍ୟକ୍ରମରେ ନଜର ଆସିଛନ୍ତି ।

ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ବିଧାତା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । କଣ୍ଠଶିଳ୍ପୀ ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ ମିହିର ଦାସ । ୨୦୧୦ ମସିହାରେ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିଲା ।

ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମଙ୍କ ଦେହାନ୍ତ

ଭବାନୀପାଟଣା: କଳାହାଣ୍ଡିର ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମଙ୍କ ପରଲୋକ ଘଟିଛି । ନ୍ୟୁଜ ୭ର ଜିଲ୍ଲା ପ୍ରିତିନିଧି ମହମ୍ମଦ ଅସଲମ୍ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ସେ ପୂର୍ବରୁ ବ୍ରେନ୍ ହାମରେଜ୍ ଯୋଗୁଁ ଗୁରୁତର ଥିଲେ । ଗତକାଲି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇ ଅସ୍ତ୍ରୋପଚାର କରା ଯାଇଥିଲା ।

Kalahandi Senior Journalist Mahammad Ashlam Passes Away

ଅସ୍ତ୍ରୋପଚାର ପରେ ମଧ୍ୟ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା ଓ ଆଜି ସନ୍ଧ୍ୟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଜଣେ କର୍ତ୍ତବ୍ୟ ନିଷ୍ଠା ସାମ୍ବାଦିକ ଭାବରେ କାମ କରୁଥିଲେ । ତାଙ୍କ ମୃତ୍ୟୁ ଗଣମାଧ୍ୟମ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ଥିବାବେଳ ତାଙ୍କ ମୃତ୍ୟୁ ଖବର ଅଞ୍ଚଳବାସୀଙ୍କୁ ଚକିତ କରିଛି ।

ଡିସେମ୍ବର ୧୧ରୁ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା

ଭୁବନେଶ୍ୱର: ଓଡ଼ିଶା ଭାରୋତ୍ତୋଳନ ସଙ୍ଘ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୧୧ ଓ ୧୨ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମ୍‌ ସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍‌ରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ୨୦୨୧ ଆୟୋଜିତ ହେଉଉଛି । ବୟସ ଅନୁଯାୟୀ ଉଭୟ ପୁରୁଷ ଓ ମହିଳା ଖେଳାଳୀମାନେ ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । କଳିଙ୍ଗ ଷ୍ଟାଡିୟମ ସ୍ଥିତ ଭାରୋତ୍ତୋଳନ ଉତ୍କର୍ଷ କେନ୍ଦ୍ର ସମେତ ବିଭିନ୍ନ ଜିଲ୍ଲାରୁ ୧୬୦ ଜଣ ପ୍ରତିଯୋଗୀ ଓ ୪୦ ଜଣ ବୈଷୟିକ ଅଧିକାରୀ ଏଥିରେ ଅଂଶଗ୍ରହଣ କରିବେ । ସମସ୍ତ ପ୍ରତିଯୋଗୀ, ସହାୟକ ଅଧିକାରୀଗଣ ଓ ଆୟୋଜନରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କ ଆର୍‌ଟିପିସିଆର୍‌ ମାଧ୍ୟମରେ କୋଭିଡ୍‌ ପରୀକ୍ଷଣକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତିଯୋଗିତାକୁ ସୁଚାରୁରୂପେ ସମ୍ପାଦନ ପାଇଁ ସମସ୍ତଙ୍କ ରହିବା, ଖାଦ୍ୟପେୟ ଓ ପରିବହନ ଆଦିର ସୁବନ୍ଦୋବସ୍ତ ହୋଇଛି ।

ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଜାନୁଆରୀ ୨୦୨୨ରେ ଭୁବନେଶ୍ୱର ସ୍ଥିତ କିଟ ବିଶ୍ୱବିଦ୍ୟାଳୟରେ ଭାରତୀୟ ରାଷ୍ଟ୍ରୀୟ ଭାରୋତ୍ତୋଳନ ଫେଡେରେସନ, ଓଡ଼ିଶା ଭାରୋତ୍ତୋଳନ ସଙ୍ଘ, କିଟ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ଜାନୁଆରୀ ୩୧ ପର୍ଯ୍ୟନ୍ତ ବିଦେଶ ଯାତ୍ରା ବନ୍ଦ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ୍ ଆତଙ୍କ । ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଓମିକ୍ରନ୍ ଆତଙ୍କ ମଧ୍ୟରେ ଯଦି ଆପଣ ବିଦେଶ ଯାତ୍ରା ପାଇଁ ଯୋଜନା କରୁଛନ୍ତି ତେବେ ଜାନୁଆରୀ ୩୧ ପର୍ଯ୍ୟନ୍ତ ଏହା ସମ୍ଭବ ହୋଇ ପାରିବ ନାହିଁ । କାହିଁକି ନା ଓମିକ୍ରନ୍ ଆତଙ୍କ ଫଳରେ ୩୧ ଜାନୁଆରୀ ପର୍ଯ୍ୟନ୍ତ ବିଦେଶ ଗସ୍ତ ଉପରେ ରୋକ ଲଗାଇଛି ଡିଜିସିଏ । ଡାଏରେକ୍ଟର ଜେନେରାଲ ଅଫ୍ ସିଭିଲ ଏଭିଏସନ ଗୁରୁବାର ଏନେଇ ସୂଚନା ଦେଇଛି ।

ଟ୍ୱିଟ୍ କରି ଡିଜିସିଏ କହିଛି କି ସମସ୍ତ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବିମାନ ଉପରେ ୩୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି । ତେବେ ଏହି ଟ୍ୱିଟରେ ଡିଜିସିଏ ଦର୍ଶାଇଛି ଯେ ଏହି ପ୍ରତିବନ୍ଧକ ସମସ୍ତ କାର୍ଗୋ-ବିମାନ ଏବଂ ସ୍ୱତନ୍ତ୍ର ଅନୁମୋଦିତ ବିମାନ ପାଇଁ ନୁହେଁ । ଡିଜିସିଏ କହିଛି କି କୋଭିଡ-୧୯ର ଭୟାବହତାକୁ ଦୃଷ୍ଟିରେ ରଖି ୨୬ ନଭେମ୍ବର ୨୦୨୧ରେ ଜାରି ହୋଇଥିବା ସର୍କୁଲାରରେ କିଛି ପରିବର୍ତ୍ତନ କରାଯାଇଛି ।

ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି । ଭାରତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ହେବା ପରେ ଡିଜିସିଏ ବିଦେଶ ଗସ୍ତ ଉପରେ ରୋକ ଲଗାଇଛି । କରୋନାର ନୂଆ ଭାରିଆଣ୍ଟକୁ ନେଇ କହୁଯାଉଛି କି ଏହି ଭାରିଆଣ୍ଟ ଦୁଇ ଡୋଜ୍ ଟିକା ନେଇଥିଲେ ମଧ୍ୟ ଲୋକମାନେ ଏହି ଭାରିଆଣ୍ଟରେ ଆକ୍ରାନ୍ତ ହେଉଛନ୍ତି । ଏହା ପୂର୍ବରୁ ୧୫ ନଭେମ୍ବରରେ ବିମାନ ମନ୍ତ୍ରଣାଳୟ କହିଥିଲା କି ୧୫ ଡିସେମ୍ବରରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ହେବ । କିନ୍ତୁ ଏବେ ଭାରତରେ ଓମିକ୍ରନ ଚିହ୍ନଟ ହେବା ପରେ ବିମାନ ମନ୍ତ୍ରଣାଳୟ ଏପରି ନିଷ୍ପତି ନେଇଛି ।

ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ଗ୍ଲୋବାଲ୍ ସ୍କେଲ୍ ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ ସ୍ଥାପିତ ହେବ । ନିର୍ମିତ ହେବାକୁଥିବା କାରଖାନା ପାଇଁ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପରେ ପ୍ରାୟ ୨୨୦୦ କୋଟି ଟଙ୍କା ବିନିଯୋଗ ହେବ । ଏହି ପ୍ରକଳ୍ପରେ ପର୍ଯ୍ୟାୟକ୍ରମେ ୧୫୦୦ ଲୋକଙ୍କୁ ଏବଂ ଅପରେସନ୍ ବା କାର୍ଯ୍ୟକ୍ଷମ ପର୍ଯ୍ୟାୟରେ ୩୨୫ ଜଣ ନିଯୁକ୍ତି ପାଇବେ । ଭାରତର ଏକ ବିଶ୍ୱସ୍ତ ରାସାୟନିକ ପଦାର୍ଥ ଏବଂ ସାର ଉତ୍ପାଦନକାରୀ ଦୀପକ ଫର୍ଟିଲାଇଜର୍ସ ଏବଂ ପେଟ୍ରୋକେମିକାଲ୍ସ କର୍ପୋରେସନ୍ ଲିମିଟେଡର ଶତପ୍ରତିଶତ ସହାୟକ କମ୍ପାନୀ ସ୍ମାର୍ଟକେମ୍ ଟେକ୍ନୋଲୋଜି ଲିମିଟେଡ୍ ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି ।

Global Scale Technical Ammonium Nitrate Complex Ground Breaking Naveen Patnaik

ଗୁରୁବାର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ଆମୋନିଅମ୍ ନାଇଟ୍ରେଟ୍ (TAN) କମ୍ପ୍ଲେକ୍ସ ନିମନ୍ତେ ଓଡ଼ିଶାର ଶିଳ୍ପ, ଶକ୍ତି,ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଏହି ଶିଳ୍ପର ମୁଖ୍ୟ ତଥା ପରିଚାଳକ ନିର୍ଦ୍ଦେଶକ ଶୈଳେଶ ମେହେତାଙ୍କ ଉପସ୍ଥିତିରେ ଶିଳାନ୍ୟାସ ହୋଇଛି । ଗୋପାଳପୁରର ଟାଟା ଷ୍ଟିଲ୍ ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ଏହି ପ୍ରକଳ୍ପ ୨୨୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବ ଏବଂ ଏହାର କ୍ଷମତା 377 KTPA ହେବ । ଏହି କାରଖାନାର କାସାଲେରୁ ସର୍ବୋତ୍ତମ ଶ୍ରେଣୀର ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯିବ । ଯାହା ସର୍ବନିମ୍ନ ସମ୍ଭାବ୍ୟ ନିର୍ଗମନ ସହିତ ଏହା ସବୁଠାରୁ ଉଦ୍ଭିଦ ଜଗତ ପ୍ରକୃତି ରହିତ, ସୁରକ୍ଷିତ ନେଇ ନିଶ୍ଚିତ କରିବ ।

ଅଗଷ୍ଟ ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ ସମାପ୍ତ ହେବ ବୋଲି ଆଶା କରାଯାଉଛି । ୫୦ ପ୍ରତିଶତ ଇଞ୍ଜିନିୟରିଂ କାମ ସରିଯାଇଛି ଏବଂ ଜାନୁଆରୀ ୨୦୨୨ରୁ ପାଇଲିଂ କାମ ଆରମ୍ଭ ହେବ । ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ଏହା ପ୍ରମୁଖ ଖଣିଜ ହବ୍ ଏବଂ ଗୋପାଳପୁର ବନ୍ଦର ନିକଟରେ ଅବସ୍ଥିତ ତେଣୁ ରପ୍ତାନି ଦିଗରେ ସୁଯୋଗ ହେବ । ଟେକ୍ନିକାଲ ଆମୋନିୟମ୍ ନାଇଟ୍ରେଟ୍, ଏକ ଆନ୍ତର୍ଜାତୀୟ ସାମଗ୍ରୀ ହୋଇଥିବାରୁ ଏହି ପ୍ରକଳ୍ପ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ଓଡ଼ିଶାକୁ ମାନଚିତ୍ରରେ ରଖିବା ଦିଗରେ ସହାୟକ ହେବ । ପ୍ରକଳ୍ପ ସମାପ୍ତି ଏବଂ କାର୍ଯ୍ୟ ଆରମ୍ଭରେ, ଓଡ଼ିଶା ସମଗ୍ର ପୂର୍ବାଞ୍ଚଳ ଅଞ୍ଚଳ ପାଇଁ TANର ଏକ ପ୍ରମୁଖ ଉତ୍ସ ଭାବେ ଉଭା ହେବ । ଯାହାକି ଆଗାମି ଭବିଷ୍ୟତରେ ଖଣି ଏବଂ ଭିତ୍ତିଭୂମି ଅଭିବୃଦ୍ଧିର ପୂର୍ବାନୁମାନ କରାଯାଇଛି ।